Policy opens a big window for private investments: PPP component must for getting Central assistance 

ନୂଆ ନୀତି ବୃହତ ଘରୋଇ ନିବେଶ ପାଇଁ ଦ୍ୱାର ଖୋଲିବ

           

  • ପିପିପି ଢାଞ୍ଚା ପାଇଁ ମିଳିବ କେନ୍ଦ୍ରୀୟ ସହାୟତା

 

  • 13ଟି ସହରରେ 595 କିମି ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣର ଲକ୍ଷ୍ୟ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି ନୂଆ ଜାତୀୟ ମେଟ୍ରୋ ରେଳ ନୀତିକୁ ମଞ୍ଜୁରି ମିଳିଛି  । ଯାହା ବହୁସଂଖ୍ୟକ ସହରରେ ମେଟ୍ରୋ ରେଳ ଚଳାଚଳ ସ୍ୱପ୍ନକୁ ଏକ ଉତ୍ତରଦାୟୀ ଢଙ୍ଗରେ ସାକାର କରିବାରେ ସଫଳ ହେବ  ।

ଏହି ନୀତି ଦ୍ୱାରା ମେଟ୍ରୋ ରେଳ ଚଳାଚଳ କ୍ଷେତ୍ରରେ ବୃହତ ଘରୋଇ ନିବେଶ ପାଇଁ ବାଟ ଖୋଲିବ ଏବଂ ସରକାରୀ-ଘରୋଇ ଭାଗିଦାରୀତା (ପିପିପି) ଢାଞ୍ଚାରେ ନୂଆ ମେଟ୍ରୋ ରେଳ ପ୍ରକଳ୍ପ ଲାଗି କେନ୍ଦ୍ରୀୟ ସହାୟତାକୁ ବାଧ୍ୟତାମୂଳକ କରିଦେବ  । ଉଚ୍ଚକ୍ଷମତା ସମ୍ପନ୍ନ ମେଟ୍ରୋ ପ୍ରକଳ୍ପ ପାଇଁ ଅଧିକ ପୁଞ୍ଜିନିବେଶର ଆବଶ୍ୟକତା ପଡ଼ୁଥିବାରୁ ବ୍ୟାପକ ଚାହିଦା ପୂରଣ ପାଇଁ ମେଟ୍ରୋ ପ୍ରକଳ୍ପରେ ଘରୋଇ ନିବେଶ ଏବଂ ଅନ୍ୟ ଅଭିନବ ଆର୍ଥିକ ନିବେଶ ପ୍ରକ୍ରିୟାକୁ ବାଧ୍ୟତାମୂଳକ କରିଦିଆଯାଇଛି  ।

ଘରୋଇ ସମ୍ବଳ, ବିଶେଷଜ୍ଞ ଏବଂ ଉଦ୍ୟୋଗର ବିନିଯୋଗ ଲାଗି ଏହି ନୀତିରେ ଘରୋଇ ଭାଗିଦାରୀକୁ ସୁନିଶ୍ଚିତ କରାଯାଇଛି  । ମେଟ୍ରୋ ରେଳର ସମ୍ପୂର୍ଣ୍ଣ ବ୍ୟବସ୍ଥା ହେଉ କିମ୍ବା  କେନ୍ଦ୍ରୀୟ ସହାୟତା ଲୋଡ଼ୁଥିବା ସମସ୍ତ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଜରୁରୀ ଆବଶ୍ୟକତା ଥିବା ଅନ୍ୟାନ୍ୟ ବ୍ୟବସ୍ଥା (ଯେପରିକି ସ୍ୱୟଂକ୍ରୟ ଭଡ଼ା ଆଦାୟ, ପରିଚାଳନା ଏବଂ ମରାମତି ସେବା ଆଦି) ଲାଗି ମଧ୍ୟ ଏହି ନୀତିରେ ବ୍ୟବସ୍ଥା ରହିଛି  ।

ବର୍ତ୍ତମାନ  କମ୍ ଉପଲବ୍ଧତା ଏବଂ ଶେଷ ମାଇଲ୍ ପର୍ଯ୍ୟନ୍ତ ଯୋଗାଯୋଗ ନଥିବାରୁ ତାକୁ ଦୃଷ୍ଟିରେ ରଖି ନୂଆ ନୀତିରେ 5 କିଲୋମିଟର ଦୂରତାର ଜଳ ଅବବାହିକା ଅଂଚଳରେ ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣ କରାଯିବା ଲାଗି ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି  । ମେଟ୍ରୋ ଷ୍ଟେସନର ଦୁଇ ପକ୍ଷରେ ଥିବା ରାଜ୍ୟଗୁଡ଼ିକୁ ଫିଡର ସେବା ମାଧ୍ୟମରେ ଆବଶ୍ୟକ ଅନ୍ତିମ ମାଇଲ୍ ଯୋଗାଯୋଗ ପ୍ରଦାନ, ଅଣ ମୋଟର ଯାତାୟାତ ଭିତ୍ତିଭୂମି ଯେପରିକି ଚାଲିବା ଏବଂ ସାଇକେଲ୍ ଚଳାଇବା ରାସ୍ତା ଏବଂ ପାରା ଟ୍ରାନ୍ସପୋର୍ଟ ସେବା ଆଦି ହାସଲ କରିବା ଲାଗି ପ୍ରକଳ୍ପ ରିପୋର୍ଟ ଦାଖଲ କରିବାର ଆବଶ୍ୟକତା ରହିଛି  । ନୂଆ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଉଥିବା ରାଜ୍ୟଗୁଡ଼ିକ ପ୍ରକଳ୍ପ ରିପୋର୍ଟରେ ଏହିପରି ସେବା ପାଇଁ ପ୍ରସ୍ତାବ ଏବଂ ନିବେଶ ସମ୍ପର୍କରେ ଉଲ୍ଲେଖ କରିବାର ଆବଶ୍ୟକତା ରହିଛି  ।

ମିତବ୍ୟୟୀ ଗଣ ପରିବହନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଲାଗି ଏହି ନୂଆ ନୀତିରେ ବିକଳ୍ପ ଅନୁଧ୍ୟାନର ବ୍ୟବସ୍ଥା କରାଯାଇଛି  । ଯାହାଦ୍ୱାରା ଗଣପରିବହନ ବ୍ୟବସ୍ଥାର ଅନ୍ୟ ବିକଳ୍ପ ଯେପରିକି ବିଆରଟିଏସ୍ (ବସ୍ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ – Bus Rapid Transit System), ହାଲୁକା ରେଳ ସେବା, ଟ୍ରାମ୍ ରାସ୍ତା, ମେଟ୍ରୋ ରେଳ ଏବଂ ଚାହିଦା, କ୍ଷମତା, ମୂଲ୍ୟ ଏବଂ ସହଜ କାର୍ଯ୍ୟକାରୀତା ପାଇଁ ଆଂଚଳିକ ରେଳ (Local/Regional) ଚଳାଚଳର ଆବଶ୍ୟକତା ଅନୁଧ୍ୟାନ ଲାଗି ବ୍ୟବସ୍ଥା ରହିଛି  ।

ଅର୍ବାନ ମେଟ୍ରୋପଲିଟାନ୍ ଟ୍ରାନ୍ସପୋର୍ଟ ଅଥରିଟି (ୟୁଏମଟିଏ) ଗଠନ କରାଯାଇ କ୍ଷମତାର ସର୍ବାଧିକ ଉପଯୋଗ ଏବଂ ପୂର୍ଣ୍ଣ ବହୁମୁଖୀ ପ୍ରଣାଳୀର ସମାବେଶ ପାଇଁ ସହରମାନଙ୍କ ଲାଗି ବିସ୍ତୃତ ଭ୍ରାମ୍ୟମାଣ ଯୋଜନା ପ୍ରସ୍ତୁତ କରିବା ଲାଗି ଏହି ନୀତିରେ ବ୍ୟବସ୍ଥା କରାଯାଇଛି  ।

ଏହି ନୂଆ ମେଟ୍ରୋ ରେଳ ନୀତିରେ ନୂଆ ମେଟ୍ରୋ ରେଳ ପ୍ରସ୍ତାବଗୁଡ଼ିକୁ ବିସ୍ତୃତ ଭାବେ ଆକଳନ ଲାଗି ବ୍ୟବସ୍ଥା କରାଯାଇଛି ଏବଂ ଇନଷ୍ଟିଟ୍ୟୁଟ୍ ଅଫ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ଏବଂ ଏହି ଦିଗରେ ଆବଶ୍ୟକ ପଡ଼ୁଥିବା ଅନ୍ୟାନ୍ୟ ଉତ୍କର୍ଷ କେନ୍ଦ୍ର ଭଳି ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସଂସ୍ଥା ଦ୍ୱାରା ତୃତୀୟ ପକ୍ଷ ଅନୁଧ୍ୟାନର ବ୍ୟବସ୍ଥା ମଧ୍ୟ ରହିଛି  ।

ମେଟ୍ରୋ ପ୍ରକଳ୍ପର ସାମାଜିକ, ଅର୍ଥନୈତିକ ଏବଂ ପରିବେଶଗତ ଲାଭକୁ ଦୃଷ୍ଟିରେ ରଖି, ଏହି ନୀତିରେ ବିଶ୍ୱସ୍ତରୀୟ ବ୍ୟବସ୍ଥା ସହ ତାଳ ଦେଇ ମେଟ୍ରୋ ରେଳ ପ୍ରକଳ୍ପ ଅନୁମୋଦନ ସକାଶେ  ବର୍ତ୍ତମାନର ‘ଆଭ୍ୟନ୍ତରୀଣ ରାଜସ୍ୱ ରିଟର୍ଣ୍ଣ ଦର 8%’ ରୁ ଆଭ୍ୟନ୍ତରୀଣ ଆର୍ଥିକ ରିଟର୍ଣ୍ଣ ଦର 14% କୁ ବୃଦ୍ଧି’ କରିଦିଆଯାଇଛି  ।

ସହରାଂଚଳ ଗଣ ପରିବହନ ପ୍ରକଳ୍ପକୁ କେବଳ ସାଧାରଣ ଭାବେ ସହରାଂଚଳ ପରିବହନ ପ୍ରକଳ୍ପ ଭାବେ ନଦେଖି ଏହାକୁ ସହରାଚଂଳ ରୂପାନ୍ତରଣ ପ୍ରକଳ୍ପ ଭାବେ ଦେଖିବା ଉଦ୍ଦେଶ୍ୟରେ ଏହି ନୂଆ ନୀତିରେ ପରିବହନ ଆଧାରିତ ବିକାଶ(ଟିଓଡି)ର ବ୍ୟବସ୍ଥା କରାଯାଇଛି  । ଏହାଦ୍ୱାରା ସାମଗ୍ରୀକ ଏବଂ ଘଂଚ ସହରାଂଚଳ ବିକାଶ ଲାଗି ଲକ୍ଷ୍ୟ ରଖାଯାଇଛି  । କାରଣ ଟିଓଡି ଦ୍ୱାରା ଯାତ୍ରା ଦୂରତା ହ୍ରାସ ପାଇବା ସହିତ ସହରାଂଚଳରେ ସ୍ଥାନର ସୁବିନିଯୋଗକୁ ସୁନିଶ୍ଚିତ କରିଥାଏ । ଏହି ନୀତି ଅଧୀନରେ ରାଜ୍ୟଗୁଡ଼ିକୁ ‘ବେଟରମେଂଟ ଲେଭି’ ମାଧ୍ୟମରେ  ସମ୍ପତ୍ତି ମୂଲ୍ୟର ଅଂଶଧନ ବୃଦ୍ଧିକୁ ହାସଲ କରି ମେଟ୍ରୋ ରେଳ ପ୍ରକଳ୍ପ ଲାଗି ଅର୍ଥ ଯୋଗାଡ଼ କରିବା ନିମନ୍ତେ ଅଭିନବ ବ୍ୟବସ୍ଥା ଆପଣେଇବାର ଆବଶ୍ୟକତା ରହିଛି  । ମେଟ୍ରୋ ପ୍ରକଳ୍ପଗୁଡ଼ିକ ପାଇଁ କର୍ପୋରେଟ୍ ବଣ୍ଡ ଜାରି କରି ରାଜ୍ୟଗୁଡ଼ିକ ସ୍ୱଳ୍ପମୂଲ୍ୟର ଋଣ ପୁଞ୍ଜି ସୃଷ୍ଟି କରିବାର ଆବଶ୍ୟକତା ରହିଛି  ।

ମେଟ୍ରୋ ପ୍ରକଳ୍ପକୁ ଆର୍ଥିକ ସହାୟତା ଜାରି ରଖିବା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ନୂଆ ମେଟ୍ରୋ ରେଳ ନୀତିରେ କେତେକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି  । ଯେପରିକି ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ପ୍ରୋଜେକ୍ଟ ରିପୋର୍ଟ ଦାଖଲ କରିବା ସମୟରେ ରାଜ୍ୟଗୁଡ଼ିକୁ ଅଣ ଟିକେଟ୍ ରାଜସ୍ୱ ଯଥା ଷ୍ଟେସନ ଏବଂ ଅନ୍ୟ ସହରାଚଂଳ ଜମିର ବାଣିଜ୍ୟିକ/ସମ୍ପତ୍ତି ବିକାଶ/ବିଜ୍ଞାପନ ଦ୍ୱାରା ରାଜସ୍ୱ ଆଦାୟ, ସ୍ୱାୟତ ସହାୟତା ଆଦି ନିମନ୍ତେ ବିଶେଷ ଉଲ୍ଲେଖ କରିବାର ଆବଶ୍ୟକତା ରହିଛି  ।

ଏହି ନୂଆ ନୀତିରେ ରାଜ୍ୟଗୁଡ଼ିକୁ ସ୍ଥାୟୀ ଯାତ୍ରୀ ଭଡ଼ା କର୍ତ୍ତୃପକ୍ଷ ଗଠନ ଏବଂ ଯାତ୍ରୀ ଭଡ଼ା ନିର୍ଦ୍ଧାରଣ ଓ ସଂଶୋଧନ ପାଇଁ ନୀତି-ନିୟମ ପ୍ରଣୟନ କରିବା ଲାଗି କ୍ଷମତା ଦିଆଯାଇଛି  ।

କେନ୍ଦ୍ରୀୟ ସହାୟତା ଲାଗି ଉପଲବ୍ଧ ନିମ୍ନୋକ୍ତ ତିନୋଟି ବିକଳ୍ପ ଯଥା : ପିପିପି ସହିତ ଅର୍ଥ ମନ୍ତ୍ରଣାଳୟର ବ୍ୟବହାରୀକ ଅନ୍ତର ପାଣ୍ଠି ଯୋଗାଣ ଯୋଜନା ଅଧୀନରେ କେନ୍ଦ୍ରୀୟ ସହାୟତା, ଭାରତ ସରକାରଙ୍କ ଦ୍ୱାରା ଅନୁଦାନ ଯାହା ଅଧୀନରେ ପ୍ରକଳ୍ପ ଖର୍ଚ୍ଚର 10% ଅର୍ଥରାଶି ଆକାରରେ ଏବଂ କେନ୍ଦ୍ର ରାଜ୍ୟ  ସରକାରଙ୍କ ମଧ୍ୟରେ 50:50 ଇକ୍ୟୁଟି ଶେୟାର ବ୍ୟବସ୍ଥା,  ମଧ୍ୟରୁ ଗୋଟିଏ ବାଛି ପାରିବେ  ।  ଏ ସମସ୍ତ ବିକଳ୍ପରେ ଘରୋଇ ଭାଗିଦାରୀକୁ ବାଧ୍ୟତାମୂଳକ କରାଯାଇଛି  ।

ଏହି ନୀତି ଆଧାରରେ ମେଟ୍ରୋ ସେବା ପରିଚାଳନା ଏବଂ ତଦାରଖ ପାଇଁ ଘରୋଇ କ୍ଷେତ୍ରର ଭାଗିଦାରୀ ଉଦ୍ଦେଶ୍ୟରେ ନିମ୍ନୋକ୍ତ ବ୍ୟବସ୍ଥା କରାଯାଇଛି :

  1. 1. ମୂଲ୍ୟ ଯୁକ୍ତ ପାଉଣା ଚୁକ୍ତି: ଘରୋଇ ପରିଚାଳକ ପରିଚାଳନା ଏବଂ ତଦାରଖ ବ୍ୟବସ୍ଥା ପାଇଁ ମାସିକ/ବାର୍ଷିକ ପାଉଣା ପାଇବେ । ସେବାର ଗୁଣବତ୍ତା ଆଧାରରେ ଏହା ନିର୍ଦ୍ଧାରିତ ଏବଂ ପରିବର୍ତ୍ତନଶୀଳ ହୋଇପାରେ । ପରିଚାଳନା ଏବଂ ରାଜସ୍ୱ ସଂକଟ ମାଲିକ ବହନ କରିବେ ।
  2. 2. ସକଳ ନିବେଶ ଚୁକ୍ତି: ଘରୋଇ ପରିଚାଳକ ଚୁକ୍ତିର ଅବଧି ପାଇଁ ନିର୍ଦ୍ଧାରିତ ମୂଲ୍ୟରାଶି ପାଇବେ । ପରିଚାଳନା ଏବଂ ତଦାରଖ ଆପଦ, ପରିଚାଳକ ବହନ କରିବେ ଅନ୍ୟପଟେ ମାଲିକ ରାଜସ୍ୱ କ୍ଷତି ବହନ କରିବେ ।
  3. 3. ମୋଟ ମୂଲ୍ୟ ଚୁକ୍ତି: ସେବା ଯୋଗାଣ ପାଇଁ ପରିଚାଳକ ସମସ୍ତ ରାଜସ୍ୱ ସଂଗ୍ରହ କରିବେ । ଯଦି ପରିଚାଳନା ଏବଂ ତଦାରଖ ମୂଲ୍ୟ ଠାରୁ କମ୍ ହୁଏ, ତେବେ ମାଲିକ ଏଥିପାଇଁ କ୍ଷତିପୂରଣ ଦେଇପାରନ୍ତି ।

ବର୍ତ୍ତମାନ  ଦେଶର 8ଟି ସହର ଯଥା : ଦିଲ୍ଲୀ (217 କିମି), ବେଙ୍ଗାଲୁରୁ (42.30 କିମି), କୋଲକାତା (27.39 କିମି), ଚେନ୍ନାଇ (27.36 କିମି), କୋଚି (13.30 କିମି), ମୁମ୍ବାଇର ମେଟ୍ରୋ ଲାଇନ୍ 1 – 11 ରୁ 40 କିମି, ମନୋ ରେଲ୍ (MONO-RAIL) ଫେଜ୍ 1 – 9.0 କିମି, ଜୟପୁର-9.00 କିମି ଏବଂ ଗୁରୁଗାଓଁ (ରାପିଡ୍ ମେଟ୍ରୋ-1.60 କିମି)ରେ 370 କିମି ରେଳ ପ୍ରକଳ୍ପ ଚାଲୁ ରହିଛି  ।

ଉପରୋକ୍ତ 8ଟି ସହର ସମେତ 13ଟି ସହରରେ 537 କିମି ମେଟ୍ରୋ ପ୍ରକଳ୍ପ ବର୍ତ୍ତମାନ  କାର୍ଯ୍ୟକାରୀ ହେଉଛି  । ମେଟ୍ରୋ ସେବା ଗ୍ରହଣ କରିବାକୁ ଯାଉଥିବା ନୂଆ ସହର ହାଇଦ୍ରାବାଦ (71 କିମି), ନାଗପୁର (38 କିମି), ଅହମ୍ମଦାବାଦ (36କିମି), ପୁଣେ (31.25 କିମି) ଏବଂ ଲକ୍ଷ୍ନୌ (23 କିମି)ରେ 537କିମି ଦୂରତାର ମେଟ୍ରୋ ପ୍ରକଳ୍ପ ନିର୍ମାଣ କରାଯିବ  ।

10ଟି ନୂଆ ସହର ସମେତ 13ଟି ସହରରେ 595 କିମି ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି  । ଦିଲ୍ଲୀ ମେଟ୍ରୋ ଫେଜ୍-4 -103.93 କିମି, ଦିଲ୍ଲୀ ଏବଂ NCR-21.10 କିମି, ବିଜୟୱାଡା-26.03 କିମି, ବିଶାଖାପାଟଣା – 42.55 କିମି, ଭୋପାଳ – 27.87 କିମି, ଇନ୍ଦୋର – 31.55 କିମି, କୋଚି ମେଟ୍ରୋ ଫେଜ୍-2 11.20 କିମି, ଗ୍ରେଟର ଚଣ୍ଡିଗଡ଼ ଅଞ୍ଚଳ ମେଟ୍ରୋ ପ୍ରକଳ୍ପ – 37.56 କିମି, ପାଟନା – 27.88 କିମି, ଗୌହାଟୀ – 61 କିମି, ବାରଣାସୀ – 29.24 କିମି, ଥିରୁବନନ୍ତପୁରମ୍ ଏବଂ କୋଇକୋଡ୍(ହାଲୁକା ରେଳ ପରିବହନ)-35.12କିମି ଏବଂ ଚେନ୍ନାଇ ଫେଜ୍ 2 – 107.50 କିମି ନିର୍ମାଣ କରାଯିବା ଲାଗି ଯୋଜନା କରାଯାଇଛି  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
10 Years of UPI: From 18 mln to 219 bln transactions, volumes jump 12,000x

Media Coverage

10 Years of UPI: From 18 mln to 219 bln transactions, volumes jump 12,000x
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 10, 2026
April 10, 2026

Safe Anchor, Green Engine, Digital Dynamo: PM Modi’s Blueprint for India’s Economic Renaissance