ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ବିଭିନ୍ନ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ୨୦୨୩-୨୪ ଖରିଫ ବିପଣନ ଋତୁ ପାଇଁ ଫସଲଗୁଡ଼ିକର ବାଧ୍ୟତାମୂଳକ ଏମଏସପି ଦରକୁ କ୍ୟାବିନେଟ ମଞ୍ଜୁରି ମିଳିଛି।

ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଜନକ ମୂଲ୍ୟ ପ୍ରଦାନ କରିବା ଏବଂ ଫସଲ ବିବିଧତାକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଖରିଫ ଋତୁ ପାଇଁ ଏମଏସପି ବଢ଼ାଇଛନ୍ତି ଯାହାର ତାଲିକା ନିମ୍ନରେ ଦିଆଗଲା:

ଖରିଫ ବିପଣନ ଋତୁ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ୨୦୨୩-୨୪ (କୁଇଣ୍ଟାଲ ପିଛା)

 

ଫସଲ

MSP 2014-15

MSP 2022-23

MSP 2023-24

Cost* KMS 2023-24

Increase in MSP over 2022-23

Margin over cost in per cent

ଧାନ ସାଧାରଣ

1360

2040

2183

1455

143

50

ଧାନ ଗ୍ରେଡ ଏ

1400

2060

2203

-

143

-

ଯଅ ହାଇବ୍ରିଡ୍

1530

2970

3180

2120

210

50

ଯଅ ମାଲଦାଣ୍ଡି

1550

2990

3225

-

235

-

ବାଜରା

1250

2350

2500

1371

150

82

ମାଣ୍ଡିଆ

1550

3578

3846

2564

268

50

ମକା

1310

1962

2090

1394

128

50

ହରଡ଼

4350

6600

7000

4444

400

58

ମୁଗ

4600

7755

8558

5705

803

50

ହରଡ଼

4350

6600

6950

4592

350

51

ଚିନାବାଦାମ

4000

5850

6377

4251

527

50

ସୂର୍ଯ୍ୟମୁଖୀ ମଞ୍ଜି

3750

6400

6760

4505

360

50

ସୋୟାବିନ (ହଳଦିଆ)

2560

4300

4600

3029

300

52

ରାଶି

4600

7830

8635

5755

805

50

କଳା ରାଶି

3600

7287

7734

5156

447

50

କପା (ମଧ୍ୟମ ମାନ)

3750

6080

6620

4411

540

50

କପା (ଲମ୍ବା ମାନ) ^

4050

6380

7020

-

640

-

 

ଉତ୍ପାଦନ ଖର୍ଚ୍ଚରେ ସବୁ ପ୍ରକାରର ଖର୍ଚ୍ଚକୁ ସାମିଲ କରାଯାଇଛି ଯଥା : ଶ୍ରମିକଙ୍କ ମଜୁରି, ବଳଦ ଖର୍ଚ୍ଚ/ମେସିନ ଖର୍ଚ୍ଚ, ଭାଗ ଜମି ପାଇଁ ଦିଆଯାଇଥିବା ଭଡ଼ା, ବିହନ, ସାର, ଖତ, ଜଳସେଚନ ଖର୍ଚ୍ଚ ଭଳି ସବୁ ଭୌତିକ ଉପକରଣ ପାଇଁ ଖର୍ଚ୍ଚ, ଉପକରଣ ଏବଂ ଫାର୍ମ ଭବନ ବାବଦ ଖର୍ଚ୍ଚ, ଚଳନ୍ତି ପୁଞ୍ଜି ଉପରେ ଖର୍ଚ୍ଚ, ଡିଜେଲ/ବିଦ୍ୟୁତ, ବିବିଧ ବ୍ୟୟ ଏବଂ ପାରିବାରିକ ଶ୍ରମର ମୂଲ୍ୟ ଆଦି ।

ଧାନ (ଗ୍ରେଡ୍‌ ଏ), ଯଅ (ମାଲଦାଣ୍ଡି) ଏବଂ କପା (ଲମ୍ବା ରେଶା) ପାଇଁ ଖର୍ଚ୍ଚର ତଥ୍ୟ ପୃଥକ ଭାବେ ସଂକଳିତ କରାଯାଏ ନାହିଁ ।

ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରୀ ଉତ୍ପାଦନ ଖର୍ଚ୍ଚ (ସିଓପି) ଠାରୁ ଅତିକମରେ ୫୦ ପ୍ରତିଶତ ଲାଭ ହାରରେ ଏମଏସପି ଦର ନିର୍ଦ୍ଧାରଣ କରିବା ନିମନ୍ତେ ୨୦୧୮-୧୯ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିଲା ।ଏହି ଘୋଷଣା ଅନୁରୂପ ୨୦୨୩-୨୪ ବିପଣନ ଋତୁ ପାଇଁ ଖରିଫ ଫସଲର ଏମଏସପିରେ ବୃଦ୍ଧି କରାଯାଇଛି ।ଚାଷୀଙ୍କ ପାଇଁ ଉପଯୋଗୀ ନିରପେକ୍ଷ ଦର ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ଏମଏସପି ବଢ଼ାଇଛନ୍ତି ।

ଉତ୍ପାଦନ ଖର୍ଚ୍ଚ ତୁଳନାରେ ଚାଷୀମାନଙ୍କର ଆନୁମାନିକ ଲାଭ ବାଜରା କ୍ଷେତ୍ରରେ ସର୍ବାଧିକ ୮୨ ପ୍ରତିଶତ ବିରି କ୍ଷେତ୍ରରେ ୫୮ ପ୍ରତିଶତ, ସୋୟାବିନ କ୍ଷେତ୍ରରେ ୫୨ ପ୍ରତିଶତ ଏବଂ ହରଡ଼ କ୍ଷେତ୍ରରେ ୫୧ ପ୍ରତିଶତ ରହିବାର ସମ୍ଭାବନା ରହିଛି । ଅନ୍ୟ ଫସଲ କ୍ଷେତ୍ରରେ ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ ତୁଳନାରେ ସେମାନଙ୍କର ଆନୁମାନିକ ଲାଭ ୫୦ ପ୍ରତିଶତରୁ ଅଧିକ ରହିବା ନେଇ ଆଶା କରାଯାଉଛି ।

ବିଗତ କିଛି ବର୍ଷ ମଧ୍ୟରେ  ଅଧିକ ଏମଏସପି ପ୍ରଦାନ କରାଯାଇ ତୈଳବୀଜ, ଡାଲି ଏବଂ ଶ୍ରୀ ଅନ୍ନ ଭଳି ଶସ୍ୟ ଉତ୍ପାଦନକୁ ବଢ଼ାଇବା ଲାଗି ଦୃଢ଼ ପ୍ରୟାସ କରାଯାଇଛି ।ଫସଲ ବିବିଧକରଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାର ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଭଳି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି।

୨୦୨୨-୨୩ର ତୃତୀୟ ଅଗ୍ରୀମ ଆକଳନ ଅନୁଯାୟୀ ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ୩୩୦.୫ ନିୟୁତ ଟନ୍ ରହିବା ନେଇ ଅନୁମାନ କରାଯାଇଛି ଯାହାକି ବିଗତ ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୧୪.୯ ନିୟୁତ ଟନ୍ ଅଧିକ। ଏହା ଗତ ପାଞ୍ଚବର୍ଷ ମଧ୍ୟରେ ସର୍ବାଧିକ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views

Media Coverage

Pyaaz Khaate Hai, Dimaag Nahi': PM Modi's Jhalmuri Video Breaks The Internet With 100M+ Views
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives in a mishap at a cracker factory in Thrissur, Keralam
April 21, 2026
PM announces ex-gratia from PMNRF

The Prime Minister, Shri Narendra Modi has condoled the loss of lives due to a mishap at a cracker factory in Thrissur, Keralam. Shri Modi also wished speedy recovery for those injured in the mishap.

The Prime Minister announced an ex-gratia from PMNRF of Rs. 2 lakh to the next of kin of each deceased and Rs. 50,000 for those injured.

The Prime Minister posted on X:

“Saddened to hear about the loss of lives due to the mishap at a cracker factory in Thrissur, Keralam. My deepest condolences to those who have lost their loved ones. May the injured recover at the earliest: PM @narendramodi"

"The Prime Minister has announced that an ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000." 

"തൃശൂരിലെ പടക്ക നിർമാണശാലയിലുണ്ടായ അപകടത്തിൽ നിരവധി ജീവനുകൾ പൊലിഞ്ഞ വാർത്തയറിഞ്ഞതിൽ ദുഃഖമുണ്ട്. പ്രിയപ്പെട്ടവരെ നഷ്ടപ്പെട്ടവരുടെ വേദനയിൽ പങ്കുചേരുന്നു. പരിക്കേറ്റവർ എത്രയും വേഗം സുഖം പ്രാപിക്കട്ടെ: പ്രധാനമന്ത്രി

@narendramodi."

"മരിച്ച ഓരോ വ്യക്തിയുടെയും കുടുംബത്തിന് പ്രധാനമന്ത്രിയുടെ ദേശീയ ദുരിതാശ്വാസ നിധിയിൽ (PMNRF) നിന്ന് 2 ലക്ഷം രൂപ ധനസഹായം നൽകുമെന്ന് പ്രധാനമന്ത്രി അറിയിച്ചു. പരിക്കേറ്റവർക്ക് 50,000 രൂപ വീതം നൽകും."