ଏକ ନିରପେକ୍ଷ ରିପୋର୍ଟରେ, ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଇଣ୍ଡିଆ ପକ୍ଷରୁ ଭାରତ ସରକାରଙ୍କ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ଏଡିପି)କୁ ପ୍ରଶଂସା କରାଯାଇଛି। ‘ସ୍ଥାନୀୟ ଅଞ୍ଚଳର ବିକାଶ ନିମନ୍ତେ ଏହାକୁ ଏକ ଅତ୍ୟନ୍ତ ସଫଳ ମଡେଲ’ ଭାବେ ଅଭିହିତ କରାଯାଇଛି। ଏଥିସହିତ ବିଭିନ୍ନ କାରଣରୁ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକରେ ବିକାଶ ସ୍ଥିତିରେ ରହିଥିବା ଆଞ୍ଚଳିକ ତାରତମ୍ୟକୁ ଦୂର କରିବା ନିମନ୍ତେ ଶ୍ରେଷ୍ଠ କାର୍ଯ୍ୟକ୍ରମ ଭାବେ ଏହାର ଅନୁକରଣ କରିବା ଲାଗି ସୁପାରିସ କରାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ ଏଡିପି ଅନ୍ତର୍ଗତ କରାଯାଇଥିବା ଲକ୍ଷ୍ୟବଦ୍ଧ ପ୍ରୟାସ ଫଳରେ ଉପାନ୍ତ ଅଞ୍ଚଳ ତଥା ବାମପନ୍ଥୀ ଉଗ୍ରବାଦ କବଳିତ ଜିଲ୍ଲାଗୁଡ଼ିକ ସମେତ ପୂର୍ବରୁ ଅବହେଳିତ ହୋଇ ରହିଥିବା ଜିଲ୍ଲାଗୁଡ଼ିକରେ ବିଗତ ତିନି ବର୍ଷ ମଧ୍ୟରେ ପୂର୍ବାପେକ୍ଷା ଅଧିକ ବିକାଶ ଓ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମର ରୂପାୟନରେ ଅନେକ ବାଧା ରହିଥିଲେ ସୁଦ୍ଧା ଏପିଡି ପଛୁଆ ଜିଲ୍ଲାଗୁଡ଼ିକରେ ବିକାଶକୁ ଦ୍ରୁତ ଗତିରେ ଆଗେଇ ନେବାରେ ବ୍ୟାପକ ଭାବେ ସଫଳ ହୋଇପାରିଛି।

ଏହି ରିପୋର୍ଟକୁ ଆଜି ୟୁଏନଡିପି ଇଣ୍ଡିଆର ଆବାସିକ ପ୍ରତିନିଧି ଶୋକୋ ନୋଡା ନୀତି ଆୟୋଗ ଉପାଧ୍ୟକ୍ଷ ଡ. ରାଜୀବ କୁମାର ଓ ସିଇଓ ଅମିତାଭ କାନ୍ତଙ୍କୁ ହସ୍ତାନ୍ତର କରିଥିଲେ। ଏଥିରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ଅଗ୍ରଗତିକୁ ସାମିଲ କରାଯାଇଛି ଏବଂ ଏଥିରେ ଅଧିକ ସୁଧାର ସୁପାରିସ କରାଯାଇଛି। ଏହି ରିପୋର୍ଟରେ ସର୍ବସାଧାରଣରେ ଉପଲବ୍ଧ ତଥ୍ୟର ପରିମାଣାମାତ୍ମକ ବିଶ୍ଳେଷଣ ସହିତ ଜିଲ୍ଲାପାଳ, କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ, ଜିଲ୍ଲା ପ୍ରତିନିଧି ଏବଂ ଅନ୍ୟ ବିକାଶ ଭାଗିଦାରଙ୍କ ସମେତ ବିଭିନ୍ନ ଅଂଶୀଦାରମାନଙ୍କର ସାକ୍ଷାତକାର ରହିଛି।

ଏଡିପିର ପାଞ୍ଚଟି ପ୍ରମୁଖ କ୍ଷେତ୍ର-ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ; ଶିକ୍ଷା; କୃଷି ଓ ଜଳସମ୍ପଦ; ମୌଳିକ ଭିତ୍ତିଭୂମି; ଏବଂ ଦକ୍ଷତା ବିକାଶ ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ-ରେ କରାଯାଇଥିବା ୟୁଏନଡିପିର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଏହିସବୁ ଜିଲ୍ଲାରେ ବିକାଶକୁ ତ୍ୱରାନ୍ବିତ କରିବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଏକ ଉତପ୍ରେରକ ଭାବେ କାର୍ଯ୍ୟ କରିଛି। ରିପୋର୍ଟରେ କୁହାଯାଇଛି, ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ, ଶିକ୍ଷା ଏବଂ କିଛି ଦୂର ପର୍ଯ୍ୟନ୍ତ, କୃଷି ଓ ଜଳ ସମ୍ପଦ, କ୍ଷେତ୍ରରେ ବ୍ୟାପକ ସୁଧାର ଦେଖାଦେଇଛି, ଅନ୍ୟ ସଙ୍କେତକଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ସୁଧାର ପରିଲକ୍ଷିତ ହୋଇଥିଲେ ସୁଦ୍ଧା ଏଥିରେ ଅଧିକ ସୁଧାର ପାଇଁ ସମ୍ଭାବନା ରହିଛି।

ଆକାଂକ୍ଷୀ ଜିଲ୍ଲା ଓ ସେମାନଙ୍କର ପ୍ରତିପକ୍ଷ ସାଧାରଣ ଜିଲ୍ଲାଗୁଡ଼ିକ ମଧ୍ୟରେ ଏକ ତୁଳନାରୁ ଜଣାପଡ଼ିଥାଏ ଯେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକ ଅଣ-ଆକାଂକ୍ଷୀ ଜିଲ୍ଲା ତୁଳନାରେ ବେଶ୍ ଆଗେଇ ପାରିଛନ୍ତି। ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ଏବଂ ଆର୍ଥିକ ଅନ୍ତର୍ଭୂକ୍ତିକରଣ କ୍ଷେତ୍ରରେ ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ଦକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା 9.6% ପ୍ରସବ ଘରେ ସମ୍ପାଦିତ ହୋଇଛି; ଗୁରୁତର ଆନିମିଆ ଥିବା 4.5%ରୁ ଅଧିକ ଗର୍ଭବତୀ ମହିଳାଙ୍କର ଚିକିତ୍ସା କରାଯାଇଛି; 4.8% ଡାଇରିଆ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା କରାଯାଇପାରିଛି; 4.5%ରୁ ଅଧିକ ଗର୍ଭବତୀଙ୍କୁ ଗର୍ଭଧାରଣର ପ୍ରଥମ ତିନି ମାସ ମଧ୍ୟରେ ପ୍ରସବ ପୂର୍ବବର୍ତ୍ତୀ ଚିକିତ୍ସା ପ୍ରଦାନ କରାଯାଇପାରିଛି। ପ୍ରତି ଏକ ଲକ୍ଷ ଜନସଂଖ୍ୟା ମଧ୍ୟରୁ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅନ୍ତର୍ଗତ ଯଥାକ୍ରମେ 406 ଓ 847ରୁ ଅଧିକ ପଞ୍ଜୀକରଣ ଏବଂ 1580ରୁ ଅଧିକ ଆକାଉଣ୍ଟ ଖୋଲାଯାଇପାରିଛି। ଆକାଂକ୍ଷୀ ଜିଲ୍ଲାର ସବୁଠୁ ଶ୍ରେଷ୍ଠ ପଦକ୍ଷେପ ଭାବେ ୟୁଏନଡିପି ପକ୍ଷରୁ ‘ମାଲେରିଆ ମୁକ୍ତ ବସ୍ତର ଅଭିଯାନ’ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ଅଭିଯାନ ଅନ୍ତର୍ଗତ ଛତିଶଗଡ଼ର ବିଜାପୁର ଓ ଦନ୍ତେଓ୍ବାଡ଼ା ଜିଲ୍ଲାରେ ମ୍ୟାଲେରିଆ ସଂକ୍ରମଣକୁ ଯଥାକ୍ରମେ 71% ଓ 54% ପର୍ଯ୍ୟନ୍ତ ହ୍ରାସ କରାଯାଇପାରିଛି।

ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ଭଳି କାର୍ଯ୍ୟକ୍ରମ ଉପରେ ନିରନ୍ତର ଗୁରୁତ୍ୱ ଦିଆଯିବା କାରଣରୁ କୋଭିଡ ଭଳି ସଙ୍କଟକୁ ଅଧିକ କ୍ଷମତାର ସହିତ ମୁକାବିଲା କରିବାରେ ସେମାନଙ୍କୁ ସହାୟତା ମିଳିପାରିଥିବା ଜିଲ୍ଲାଗୁଡ଼ିକ ସ୍ବୀକାର କରିଛନ୍ତି। ଉଦାହରଣସ୍ୱରୂପ ଓଡ଼ିଶାର ମାଲକାନଗିରି ଜିଲ୍ଲା, ଯାହାକି ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ଖୁବ୍ ନିକଟରେ ରହିଛି। ଲକଡାଉନର ପ୍ରାରମ୍ଭିକ ସମୟରେ ଏହା ବହୁ ପ୍ରବାସୀ ଶ୍ରମିକମାନଙ୍କର ପ୍ରବେଶ ପଥ ପାଲଟିଥିଲା। ଜିଲ୍ଲା ଅଧିକାରୀମାନେ ଦାବି କରିଛନ୍ତି ଯେ ପ୍ରବାସୀମାନଙ୍କ ପାଇଁ ସେମାନଙ୍କର ନୂଆ ଭିତ୍ତିଭୂମିକୁ ସେମାନେ ସଂସ୍ଥାଗତ କ୍ବାରେଣ୍ଟାଇନ କେନ୍ଦ୍ର ଭାବେ ଉପଯୋଗ କରିଛନ୍ତି।

ବାସ୍ତବ ସମୟ ତଥ୍ୟର ଅନୁଧ୍ୟାନ, ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା ମଧ୍ୟରେ ସମନ୍ୱୟ ଏବଂ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ଲାଭ ଅଧିକ ମାତ୍ରାରେ ପ୍ରାପ୍ତ କରିବା କାରଣରୁ ଏହି କାର୍ଯ୍ୟକ୍ରମ ଅଧିକ ସଫଳ ହୋଇଥିବା କୁହାଯାଇଛି।

ଏହି ରିପୋର୍ଟରେ ମଧ୍ୟ ଏହି କାର୍ଯ୍ୟକ୍ରମର ଅଭିନବ ସହଭାଗୀ ପ୍ରକୃତିକୁ ପ୍ରଶଂସା କରାଯାଇଛି। ଏଥିରେ ରାଜ୍ୟ ଓ ସ୍ଥାନୀୟ ସରକାର, ବିକାଶ ସହଭାଗୀ ଓ ନାଗରିକଙ୍କ ସମେତ ସମସ୍ତ ଅଂଶୀଦାରମାନଙ୍କୁ ସାଥୀରେ ନେଇ ନିର୍ଦ୍ଧାରିତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହାସଲ କରିବାର ବ୍ୟବସ୍ଥା ରହିଛି। ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଯାହା ଜିଲ୍ଲା ଆୟୁକ୍ତମାନଙ୍କୁ ସେମାନଙ୍କର ନିର୍ଦ୍ଦିଷ୍ଟ ଜିଲ୍ଲାରେ ପଞ୍ଚାୟତ, ଧାର୍ମିକ ଓ ଗୋଷ୍ଠୀ ନେତା ଓ ବିକାଶ ସହଭାଗୀମାନଙ୍କୁ ସାଥୀରେ ନେଇ ‘ଏକ ଦୃଢ଼ କୋଭିଡ-19 ମୁକାବିଲା ଭିତ୍ତିଭୂମି ନିର୍ମାଣ କରିବା ଓ ଉତ୍ତମ ସମନ୍ୱୟର ସହିତ କାର୍ଯ୍ୟ କରି ମହାମାରୀର ମୁକାବିଲା କରିବା’ ଲାଗି ସମର୍ଥ କରିଛି।

ଏହି କାର୍ଯ୍ୟକ୍ରମ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ, ଦେଶର ଶୀର୍ଷ ନେତୃତ୍ୱ ପ୍ରଦର୍ଶନ କରିଥିବା ଉଲ୍ଲେଖନୀୟ ପ୍ରତିବଦ୍ଧତାକୁ ରିପୋର୍ଟ‍ରେ ପ୍ରଶଂସା କରାଯାଇଛି। ଏହି କାର୍ଯ୍ୟକ୍ରମ 2018ରେ ଆରମ୍ଭ କରାଯାଇଥିଲା, ସେବେଠାରୁ ପ୍ରଧାନମନ୍ତ୍ରୀ ନିୟମିତ ଭାବେ କ୍ଷେତ୍ରୀୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ଲାଗି ଜିଲ୍ଲାପାଳମାନଙ୍କୁ ଉତ୍ସାହିତ ଓ ଅନୁପ୍ରାଣିତ କରି ଆସୁଛନ୍ତି।

ଏଡିପିର ଦୃଷ୍ଟିକୋଣ 3C ‘କନଭର୍ଜେନ୍ସ, କମ୍ପିଟିସନ ଓ କୋଲାବରେସନ’ ଅର୍ଥାତ୍ ସମନ୍ୱୟ, ପ୍ରତିଦ୍ୱନ୍ଦ୍ୱିତା ଓ ସହଯୋଗ’ ବିଷୟରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସାକ୍ଷାତକାର ଦେଇଥିବା ଅଧିକାଂଶ ଲୋକ ସମନ୍ୱୟର ମହତ୍ୱ ଉପରେ ଜୋର ଦେଇଛନ୍ତି ଯାହାକି କାର୍ଯ୍ୟକ୍ରମର ଲକ୍ଷ୍ୟ ହାସଲ କରିବା ଲାଗି ସମକାଳୀନ ଯୋଜନା ଓ ଶାସନ ଦିଗରେ ମିଳିତ ଭାବେ କାମ କରିବାକୁ ପ୍ରୋତ୍ସାହନ ଦେଇଥାଏ। ସେହିପରି ମଧ୍ୟ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହାସଲ କରିବା ଲାଗି ଉନ୍ନତ ଅନୁଧ୍ୟାନ ଓ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦେବାରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ଦିଗର ଯଥେଷ୍ଟ ଭୂମିକା ରହିଥିବା ଦର୍ଶାଯାଇଛି। ଏହା ଜିଲ୍ଲାଗୁଡ଼ିକ ପାଇଁ ନିଜର ପ୍ରୟାସକୁ ଉନ୍ନତ କରିବା ଓ ପ୍ରଗତି ଉପରେ ଦୃଷ୍ଟି ରଖିବା ଲାଗି ଏକ ପ୍ରେରକ ଭାବେ କାମ କରିଛି।

ଏହି କାର୍ଯ୍ୟକ୍ରମ ଜିଲ୍ଲାଗୁଡ଼ିକର ବୈଷୟିକ ଓ ପ୍ରଶାସନିକ କ୍ଷମତାକୁ ସୁଦୃଢ଼ କରିଛି। ତେବେ ‘ଆକାଂକ୍ଷୀ ଜିଲ୍ଲା ପ୍ରତିନିଧି କିମ୍ବା ବୈଷୟିକ ସହାୟକୁ ୟୁନିଟ୍ ସମଗ୍ର ଜିଲ୍ଲାରେ ନିୟୋଜିତ କରିବା କିମ୍ବା ବୈଷୟିକ ବିଶେଷଜ୍ଞତା, ଦକ୍ଷତା ପ୍ରଶିକ୍ଷଣ ଆଦି ଯୋଗାଇ ଦେବା ନିମନ୍ତେ ବିକାଶମୂଳକ ସହଭାଗୀଙ୍କ ସହିତ ସହଭାଗିତା ସ୍ଥାପନ କରିବା ଭଳି ସମର୍ପିତ କର୍ମଚାରୀଙ୍କୁ ନିୟୋଜିତ କରିବା ସମେତ’ କ୍ଷମତା ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବା ନିମନ୍ତେ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ରିପୋର୍ଟରେ ଏହି କାର୍ଯ୍ୟକ୍ରମର ଚାମ୍ପିଅନ୍ସ ଅଫ ଚେଞ୍ଜ ଡ୍ୟାଶବୋର୍ଡରେ ପ୍ରଦାନ କରାଯାଇଥିବା ଡେଲ୍ଟା ରାଙ୍କିଙ୍ଗକୁ ପ୍ରଶଂସା କରାଯାଇଛି। ଏହା ଦ୍ୱାରା ପ୍ରତିଯୋଗିତା ଏବଂ ଗତିଶୀଳ ସଂସ୍କୃତିକୁ ପ୍ରୋତ୍ସାହନ ମିଳିଛି। ଫଳରେ ଦୁର୍ବଳ ପ୍ରଦର୍ଶନ କରୁଥିବା ଅନେକ ଜିଲ୍ଲା (ବେସଲାଇନ ରାଙ୍କିଙ୍ଗ ଅନୁଯାୟୀ) ବିଗତ ତିନି ବର୍ଷ ମଧ୍ୟରେ ନିଜର ସ୍ଥିତି ସୁଧାର କ୍ଷେତ୍ରରେ ଆଗକୁ ବଢ଼ିପାରିଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଝାଡ଼ଖଣ୍ଡର ସିମଡେଗା, ଉତ୍ତର ପ୍ରଦେଶର ଚନ୍ଦୌଲି ଓ ସୋନଭଦ୍ର ଏବଂ ମଧ୍ୟପ୍ରଦେଶର ରାଜଗଡ଼ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବା ପରେ ସବୁଠୁ ଅଧିକ ପ୍ରଗତିଶୀଳ ଜିଲ୍ଲାଗୁଡ଼ିକ ମଧ୍ୟରେ ସାମିଲ ହୋଇପାରିଛନ୍ତି।

ରିପୋର୍ଟରେ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଆରମ୍ଭ କରାଯାଇଥିବା ଯୋଜନାଗୁଡ଼ିକୁ ସର୍ବୋତ୍ତମ ପ୍ରଥା ଭାବେ ଉଲ୍ଲେଖ କରାଯାଇଛି। ଏଥିମଧ୍ୟରୁ ଗୋଟିଏ ଯୋଜନା ହେଉଛି ଗୋଲ୍ ମାର୍ଟ। ଏହା ଏକ ଇ-କମର୍ସ ପୋର୍ଟାଲ ଯାହାକୁ ଆସାମର ଗୋଲପାରା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି। ଜିଲ୍ଲାର ଗ୍ରାମୀଣ, ଜାତୀୟ ଏବଂ କୃଷି ଉତ୍ପାଦଗୁଡ଼ିକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହାର ଆରମ୍ଭ କରାଯାଇଥିଲା। ଏହି ପଦକ୍ଷେପ ବିଶେଷ ଭାବେ କୋଭିଡ-19 ଜନିତ ଲକଡାଉନ ସମୟରେ ବିଶେଷ ସହାୟକ ସାବ୍ୟସ୍ତ ହୋଇଛି। ଏହା କୃଷକ ଓ ଖୁଚୁରା ବିକ୍ରେତାମାନଙ୍କୁ ଅଫଲାଇନ ଦୋକାନର କବଳରୁ ମୁକ୍ତ କରି ଦେଇଛି। ଗୋଲପାରାର କଳା ଚାଉଳ ଏହି ପୋର୍ଟାଲରେ ସବୁଠୁ ପସନ୍ଦଯୋଗ୍ୟ ଉତ୍ପାଦ ମାନ୍ୟତା ପାଇଛି। ଏହା କୃଷକମାନଙ୍କ ପାଇଁ ବିଶେଷ ଲାଭଦାୟକ ସାବ୍ୟସ୍ତ ହୋଇଛି। ସେହିପରି ଉତ୍ତର ପ୍ରଦେଶର ଚନ୍ଦୌଲି ଜିଲ୍ଲା ବିଶ୍ୱ ବଜାରରେ କଳା ଚାଉଳ ବିଶେଷ ଚାହିଦା ଓ ଭଲ ଲାଭ ମାର୍ଜିନକୁ ଦେଖି ଏହାର ପରୀକ୍ଷାମୂଳକ ଚାଷ ପାଇଁ ନିଷ୍ପତ୍ତି ନେଇଛି। ଏହି ପ୍ରକଳ୍ପ ସଫଳ ହୋଇଛି ଏବଂ ଏବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଉଚ୍ଚଗୁଣବତ୍ତା ଯୁକ୍ତ କଳା ଚାଉଳ ରପ୍ତାନି କରାଯାଉଛି।

ଆହ୍ୱାନ ଓ ପରାମର୍ଶଗୁଡ଼ିକ କ୍ଷେତ୍ରରେ ରିପୋର୍ଟରେ କୁହାଯାଇଛି ଯେ କେତେଜଣ ଅଂଶୀଦାରମାନେ ଏପରି କିଛି ସଙ୍କେତକଗୁଡ଼ିକୁ ସଂଶୋଧନ କରିବା ଉପରେ ଆଲୋକପାତ କରିଛନ୍ତି ଯେଉଁଗୁଡ଼ିକ ଅଧିକାଂଶ ଜିଲ୍ଲାରେ ସମ୍ପୂର୍ଣ୍ଣ କରାଯାଇପାରିଛି ଅଥବା ସମ୍ପୂର୍ଣ୍ଣ ହେବା ପାଖାପାଖି ପହଞ୍ଚିଯାଇଛନ୍ତି। ଉଦାହରଣ ସ୍ୱରୂପ, ମୌଳିକ ଭିତ୍ତିଭୂମିର ସଙ୍କେତକ ରୂପରେ ଘରଗୁଡ଼ିକର ବିଦ୍ୟୁତକରଣ ଆଦି। ଏହା ମଧ୍ୟ ଜଣାପଡ଼ିଛି ଯେ ହାରାହାରୀ ଦୃଷ୍ଟିରୁ ପ୍ରାୟତଃ ଜିଲ୍ଲାରେ ନମନୀୟତା ବୃଦ୍ଧି ପାଇଛି ଏବଂ ଦୁର୍ବଳତା ହ୍ରାସ ପାଇଛି। କିନ୍ତୁ ସବୁଠୁ କମ ସୁଧାର ହୋଇଥିବା ଜିଲ୍ଲାଗୁଡ଼ିକରେ ଦୁର୍ବଳତା ବୃଦ୍ଧି ପାଇଛି। ସେଥିପାଇଁ ଅଧିକ ଦୁର୍ବଳ ପ୍ରଦର୍ଶନ କରିଥିବା ଜିଲ୍ଲାଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଜଣେ ହେଲେ ବ୍ୟକ୍ତିଙ୍କୁ ପଛରେ ନଛାଡ଼ିବା ସିଦ୍ଧାନ୍ତ ଆଧାରରେ ପ୍ରସ୍ତୁତ କରାଯାଇଛି ଯାହାକି ଏସଡିଜିର ଗୁରୁତ୍ୱପୂର୍ଣ୍ଣ ଆଧାର। ଶୀର୍ଷସ୍ତରରେ ରାଜନୈତିକ ପ୍ରତିବଦ୍ଧତାର ପରିଣାମସ୍ୱରୂପ ଏହି କାର୍ଯ୍ୟକ୍ରମକୁ ଦ୍ରୁତଗତିରେ ସଫଳତା ମିଳିଛି।

ମୋଟାମୋଟି ଭାବେ ଦେଖିଲେ, ରିପୋର୍ଟରେ ଏହି କାର୍ଯ୍ୟକ୍ରମର ସକାରାତ୍ମକ ପ୍ରଭାବକୁ ପ୍ରଶଂସା କରାଯାଇଛି। ଏଥିସହିତ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପ୍ରୋତ୍ସାହନ ଦେବା ଏବଂ ବର୍ତ୍ତମାନସୁଦ୍ଧା ପ୍ରାପ୍ତ ବିକାଶର ଗତିକୁ ବଜାୟ ରଖିବାକୁ ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ରିପୋର୍ଟରେ ଜୋର ଦିଆଯାଇଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ‘ମୂଲ୍ୟାଙ୍କନର ନିଷ୍କର୍ସ ଆଧାରରେ ଏହି ସୁପାରିସ କରାଯାଉଛି ଯେ ଏହି କାର୍ଯ୍ୟକ୍ରମର ସଫଳତାକୁ ଆଗକୁ ନିଆଯାଉ ଏବଂ ଅନ୍ୟ କ୍ଷେତ୍ର ଓ ଜିଲ୍ଲାରେ ଏହାକୁ ଅନୁସରଣ କରାଯାଉ’।

ଜାନୁଆରୀ 2018ରେ ପ୍ରଧାନମନ୍ତ୍ରୀ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ନାଗରିକମାନଙ୍କ ଜୀବନ ସ୍ତରକୁ ଉନ୍ନତ କରିବା ଏବଂ ସମସ୍ତଙ୍କ ପାଇଁ ‘ସବକା ସାଥ, ସବକା ବିକାଶ’ ସୁନିଶ୍ଚିତ କରିବା ଲାଗି ସରକାରଙ୍କ ପ୍ରୟାସ ଅନ୍ତର୍ଗତ ଏହାର ପ୍ରାରମ୍ଭ ହୋଇଥିଲା।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘First in my bloodline’ to ‘life’s not a leaderboard’: PM Modi’s key moments from IIT Delhi convocation 2026

Media Coverage

‘First in my bloodline’ to ‘life’s not a leaderboard’: PM Modi’s key moments from IIT Delhi convocation 2026
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi receives a telephone call from the US Vice President
August 08, 2026
PM and Vice President Vance review progress in the India-U.S. Strategic Partnership.
PM and Vice President Vance exchange views on regional and global developments.
PM warmly congratulates Vice President Vance and Ms. Usha Vance on the birth of their son.

Prime Minister Shri Narendra Modi received a telephone call today from the Vice President of the United States, Mr. J.D. Vance.

Prime Minister and Vice President Vance reviewed progress in the India-U.S. Comprehensive Global Strategic Partnership. They noted the sustained momentum in the high-level engagements and reaffirmed their commitment to further strengthening cooperation in trade, defence, critical and emerging technologies, energy security and critical minerals.

They also exchanged views on regional and global developments of mutual interest.

Prime Minister warmly congratulated Vice President Vance and Ms. Usha Vance on the birth of their son and conveyed best wishes to the family.