ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୯ ଅକ୍ଟୋବର ୨୦୨୪ ଦିନ ୧୦:୩୦ ସମୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ନବ ନିଯୁକ୍ତ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବେ । ଏହି ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀ ରୋଜଗାର ମେଳାକୁ ସମ୍ବୋଧିତ କରିବେ ।

ରୋଜଗାର ମେଳା ରୋଜଗାର ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହା ଯୁବପୀଢ଼ିଙ୍କୁ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେବା ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବା ସହ ସେମାନଙ୍କୁ ସଶକ୍ତ କରିବ ।

ସମଗ୍ର ଦେଶରେ ୪୦ଟି ବିଭିନ୍ନ ସ୍ଥାନରେ ରୋଜଗାର ମେଳାର ଆୟୋଜନ କରାଯିବ, ଯେଉଁଥିରେ ନୂଆ କର୍ମଚାରୀ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ, ଯେପରିକି ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଗୃହ ମନ୍ତ୍ରଣାଳୟ, ରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଇତ୍ୟାଦି ସହ ସାମିଲ ହେବେ ।

ନବ ନିଯୁକ୍ତମାନେ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଉପଲବ୍ଧ ଅନଲାଇନ୍ ମଡ୍ୟୁଲ୍ ‘କର୍ମଯୋଗୀ ପ୍ରାରମ୍ଭ’ ମାଧ୍ୟମରେ ଭିତ୍ତିଭୂମି ତାଲିମ ଗ୍ରହଣ କରିବାର ସୁଯୋଗ ପାଇବେ । କର୍ମଯୋଗୀ ପୋର୍ଟାଲ୍‌ରେ ୧୪୦୦ରୁ ଅଧିକ ଇ-ଲର୍ନିଂ ପାଠ୍ୟକ୍ରମ ଉପଲବ୍ଧ ଯାହାକି ନୂଆ ନିଯୁକ୍ତମାନଙ୍କୁ ସେମାନଙ୍କ ଭୂମିକା ଅଧିକ ପ୍ରଭାବଶାଳୀ କରିବା ଏବଂ ବିକଶିତ ଭାରତ ନିର୍ମାଣ ଦିଗରେ କାର୍ଯ୍ୟ କରିବା ପାଇଁ ଅତ୍ୟାବଶ୍ୟକ କୌଶଳ ସହିତ ଅଧିକ ଦକ୍ଷ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
AI Impact Summit: PM Modi showcases India's culture to world leaders

Media Coverage

AI Impact Summit: PM Modi showcases India's culture to world leaders
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 19, 2026
February 19, 2026

BHASHINI to Global Leadership: How PM Modi is Building a Human-Centric AI Future for Bharat & the World