1. ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 18 ଏପ୍ରିଲ 2018ରେ ସରକାରୀ ଅତିଥି ଭାବେ ବ୍ରିଟେନ ଗସ୍ତ କରିଥିଲେ । ଉଭୟ ନେତା ବ୍ୟାପକ ଓ ଗଠନମୂଳକ ଆଲୋଚନା କରିଥିଲେ ଏବଂ ଆମର ରଣନୈତିକ ଭାଗିଦାରୀ ଉପରେ ଆଲୋକପାତ କରିଥିଲେ ଏବଂ ବ୍ୟାପକ ଆଂଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଏକମତ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ 19-20ଏପ୍ରିଲ 2018ରେ ଲଣ୍ଡନରେ ଆୟୋଜନ ହେବାକୁ ଥିବା ରାଜ୍ୟଗୋଷ୍ଠୀ ସରକାରୀ ମୁଖ୍ୟମାନଙ୍କ ବୈଠକରେ ଯୋଗଦାନ କରିବେ ।
  2. ବ୍ରିଟେନ ଏବଂ ଭାରତ ବିଶ୍ୱର ପ୍ରାଚୀନ ଏବଂ ସର୍ବବୃହତ ଗଣତନ୍ତ୍ର ହୋଇଥିବା ଦୃଷ୍ଟିରୁ ସହଭାଗୀ ମୂଲ୍ୟବୋଧ, ସାଧାରଣ ଆଇନ ଏବଂ ସଂସ୍ଥାନ ଆଧାରରେ ଆମର ରଣନୈତିକ ଭାଗିଦାରୀକୁ ପୁନଃପ୍ରତିଷ୍ଠା କରିବାର ଲାଗି ସ୍ୱାଭାବିକ ଭାବେ ଆଶା ଓ ଅଭିଳାଷା ରଖିଛନ୍ତି । ଆମେ ରାଜ୍ୟଗୋଷ୍ଠୀର ସମର୍ପିତ ସଦସ୍ୟ । ଆଇନ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ପ୍ରତି ଆମର ବିଶ୍ୱସ୍ତରୀୟ ଦୂରଦୃଷ୍ଟି ରହିଛି । ବ୍ୟବସ୍ଥାକୁ ବଳପ୍ରୟୋଗ କିମ୍ବା ବାଧ୍ୟତାମୂଳକ ଭାବେ ଲାଗୁ କରିବା ପାଇଁ ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ ଆମେ ଦୃଢ଼ ବିରୋଧ କରିଥାଉ । ଆମ ଦୁଇ ଦେଶ ମଧ୍ୟରେ ଅଗଣିତ ବ୍ୟକ୍ତିଗତ ଏବଂ ପେସାଦାର ସମ୍ପର୍କର ସେତୁ ରହିଛି ।
  3. ବ୍ରିଟେନ ଏବଂ ଭାରତ ସହଭାଗୀ ଏବଂ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା କରିବା ଲାଗି ରାଜ୍ୟଗୋଷ୍ଠୀ ସଦସ୍ୟ ରାଷ୍ଟ୍ର, ରାଜ୍ୟଗୋଷ୍ଠୀ ସଚିବାଳୟ ଏବଂ ଅନ୍ୟ ସହଭାଗୀ ଅନୁଷ୍ଠାନ ସହିତ ନିବିଡ଼ ଭାବେ କାର୍ଯ୍ୟ କରିବେ । ରାଜ୍ୟଗୋଷ୍ଠୀକୁ ସୁଦୃଢ଼ କରିବା ପ୍ରତି ଆମେ ପ୍ରତିଶ୍ରୁତିବଦ୍ଧ, ବିଶେଷ କରି କ୍ଷୁଦ୍ର ଏବଂ ଦୁର୍ବଳ ରାଷ୍ଟ୍ର ଏବଂ ବିଶେଷ କରି ଯୁବକମାନଙ୍କୁ ଯେଉଁମାନେ ରାଜ୍ୟଗୋଷ୍ଠୀ ଜନସଂଖ୍ୟା 60% ଅଟନ୍ତି, ସେମାନଙ୍କ ପାଇଁ ଆମେ ଉପଯୁକ୍ତ ସ୍ଥାନ ପ୍ରଦାନ କରିବା ଲାଗି ଚାହୁଁଛୁ । ଯେ’ହେତୁ ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ଏକ ସହଭାଗୀ ଭବିଷ୍ୟତ ଦିଗରେ ପ୍ରସଙ୍ଗକୁ ନେଇ ଆମେ ସମସ୍ତେ ମିଳିତ ଏବଂ ଏକତ୍ରିତ ହୋଇଛୁ ତେଣୁ ଏସବୁ ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରିବା ଲାଗି ରାଜ୍ୟଗୋଷ୍ଠୀ ସରକାରୀ ମୁଖ୍ୟମାନଙ୍କ ବୈଠକ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଆଣିଛି । ବିଶେଷ କରି, ବ୍ରିଟେନ ଏବଂ ଭାରତ ପଦକ୍ଷେପ ନେବା ମାଧ୍ୟମରେ ସମସ୍ତ ରାଜ୍ୟଗୋଷ୍ଠୀ ନାଗରିକମାନଙ୍କ ସ୍ଥିର, ସମୃଦ୍ଧ, ନିରାପଦ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ ଲାଗି ପ୍ରତିବଦ୍ଧତା ଦୋହରାଇବେ ।

 ରାଜ୍ୟଗୋଷ୍ଠୀ ଏବଂ ବିଶ୍ୱ ପରିବେଶ ଦିବସ 2018 ଆୟୋଜନରେ ଭାରତର ଭୂମିକା ଜରିଆରେ ପ୍ଲାଷ୍ଟିକ ପ୍ରଦୂଷଣର ନିରାକରଣ ଲାଗି ସମନ୍ୱିତ ବିଶ୍ୱସ୍ତରୀୟ ପଦକ୍ଷେପକୁ ପ୍ରୋତ୍ସାହନ ଦେବୁ ।

 ସାଇବର ନିରାପତ୍ତା କ୍ଷମତା ବୃଦ୍ଧି ଲାଗି ରାଜ୍ୟଗୋଷ୍ଠୀ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ବାସ୍ତବ ସହାୟତା ଯୋଗାଇ ଦିଆଯିବ;

– ବୈଷୟିକ ସହାୟତା ଏବଂ ରାଜ୍ୟଗୋଷ୍ଠୀ କ୍ଷୁଦ୍ର ରାଷ୍ଟ୍ରର କାର୍ଯ୍ୟାଳୟକୁ ପରିବର୍ଦ୍ଧିତ ସମର୍ଥନ ଜରିଆରେ ବିଶ୍ୱ ବାଣିଜ୍ୟ ସଂଗଠନ (WTO) ସୁବିଧା ଚୁକ୍ତିକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟଗୋଷ୍ଠୀ ସଦସ୍ୟରାଷ୍ଟ୍ରଗୁଡ଼ିକୁ ସହାୟତା ଯୋଗାଇ ଦିଆଯିବ ।

ପ୍ରଯୁକ୍ତି ଭାଗିଦାରୀ

  1. ଆଜି ଏବଂ ଆମର ପରବର୍ତ୍ତୀ ପିଢ଼ି ପାଇଁ, ଆମର ମିଳିତ ସଂକଳ୍ପ ଏବଂ ଆମର ସମୃଦ୍ଧିର କେନ୍ଦ୍ରସ୍ଥଳରେ ରହିଛି ଏକ ବ୍ରିଟେନ-ଭାରତ ପ୍ରଯୁକ୍ତି ସହଭାଗୀତା । ଆମର ଦୁଇ ଦେଶ ପ୍ରଯୁକ୍ତି ବିପ୍ଳବର ଅଗ୍ରଣୀ ଭୂମିକା ନେଉଛନ୍ତି । ଆମେ ଜ୍ଞାନର ଆଦାନପ୍ରଦାନ, ଗବେଷଣାରେ ସହଭାଗୀତା, ଉଦ୍ଭାବନ ଏବଂ ଆମର ବିଶ୍ୱସ୍ତରୀୟ ନବସୃଜନ କ୍ଲଷ୍ଟର ମଧ୍ୟରେ ଭାଗିଦାରୀ ଗଢ଼ିବୁ । ଉଚ୍ଚ ମୂଲ୍ୟର ନିଯୁକ୍ତି ସୃଷ୍ଟି, ଉତ୍ପାଦକତା ବୃଦ୍ଧି, ବାଣିଜ୍ୟ ଏବଂ ନିବେଶକୁ ପ୍ରୋତ୍ସାହନ ଏବଂ ଆହ୍ୱାନଗୁଡ଼ିକର ମୁକାବିଲା ଲାଗି ଆମେ ଆମର ଅନୁପୂରକ ପ୍ରଯୁକ୍ତି ସାମର୍ଥ୍ୟର ଯଥାଯଥ ବିନିଯୋଗ କରିବୁ ।
  2. ଜାଗତିକ ଆହ୍ୱ।ନଗୁଡ଼ିକର ମୁକାବିଲା ଲାଗି ଉଭୟ ପକ୍ଷ ଭବିଷ୍ୟତ ପ୍ରଯୁକ୍ତି ଉପରେ ସହଯୋଗୀତାକୁ ବୃଦ୍ଧି କରିବେ; କୃତ୍ରିମ ଧୀଶକ୍ତି, ଡିଜିଟାଲ ଅର୍ଥବ୍ୟବସ୍ଥା, ସ୍ୱାସ୍ଥ୍ୟ ପ୍ରଯୁକ୍ତି; ସାଇବର ନିରାପତ୍ତା; ଏବଂ ଭବିଷ୍ୟତର ପରିବହନର ସମ୍ଭାବନାକୁ ବାସ୍ତବରୂପ ଦେବା ଲାଗି ପ୍ରୟାସ କରାଯିବ । ଆମ ଯୁବକଯୁବତୀମାନଙ୍କ ଭବିଷ୍ୟତ ଦକ୍ଷତା ଏବଂ ସାମର୍ଥ୍ୟକୁ ବିକଶିତ କରାଯିବ ।
  3. ଆମର ପରିବର୍ଦ୍ଧିତ ଦ୍ୱିପାକ୍ଷିକ ପ୍ରଯୁକ୍ତି ଭାଗିଦାରୀର ଅଂଶବିଶେଷ ସ୍ୱରୂପ ଭାରତରେ ଏକ ବ୍ରିଟେନ-ଭାରତ ପ୍ରଯୁକ୍ତି ହବ ପ୍ରତିଷ୍ଠା ଲଗି ବ୍ରିଟେନର ପଦକ୍ଷେପକୁ ଭାରତ ସରକାର ସ୍ୱୀକାର କରୁଛନ୍ତି । ଏହି ପ୍ରଯୁକ୍ତି ହବ ହାଇଟେକ କମ୍ପାନୀଗୁଡ଼ିକୁ ଏକତ୍ରିତ କରିବ ଏବଂ ନିବେଶ ଓ ରପ୍ତାନି ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ । ଏଥିସହିତ ଏହା ଭବିଷ୍ୟତ ପରିବହନ, ଅତ୍ୟାଧୁନିକ ଉତ୍ପାଦନ ଏବଂ ଭାରତର ଅଭିଳଷିତ ଜିଲ୍ଲା କାର୍ଯ୍ୟକ୍ରମ ଅଧୀନରେ ସ୍ୱାସ୍ଥ୍ୟସେବା ସଂଲଗ୍ନ କୃତ୍ରିମ ଧୀଶକ୍ତି ବିକଶିତ କରିବା ସମେତ ଶ୍ରେଷ୍ଠତମ ପ୍ରଯୁକ୍ତି ଏବଂ ଅତ୍ୟାଧୁନିକ ନୀତି ସହଭାଗୀତା ପାଇଁ ଏକ ନୂତନ ମଞ୍ଚ ପ୍ରସ୍ତୁତ କରିବ । ମିଳିତ ଉଦ୍ଭାବନ ଏବଂ ଗବେଷଣା ଓ ବିକାଶ ଲାଗି ବ୍ରିଟେନର ଆଂଚଳିକ ଏବଂ ଭାରତର ରାଜ୍ୟସ୍ତରୀୟ ପ୍ରଯୁକ୍ତି କ୍ଲଷ୍ଟର ମଧ୍ୟରେ ନୂଆ ଭାଗିଦାରୀର ଏକ ଶୃଙ୍ଖଳା ଆମେ ପ୍ରତିଷ୍ଠା କରିବୁ । ଉଭୟ ସରକାରଙ୍କ ସମର୍ଥନକ୍ରମେ ଆମେ ଭାରତ-ବ୍ରିଟେନ ଟେକ ସିଇଓ ମେଣ୍ଟ ଘୋଷଣା କରିଛୁ, ଶିଳ୍ପ ନେତୃତ୍ୱାଧୀନ ଆପ୍ରେଂଟିସ ଯୋଜନା ସମେତ ଦକ୍ଷତା ଏବଂ ନୂତନ ପ୍ରଯୁକ୍ତି ଉପରେ ଆଧାରିତ ଟେକ ୟୁକେ/ସିଇଓ ମେଣ୍ଟ ଘୋଷଣା କରିଛୁ; ଏବଂ ଭାରତରେ ଫିନଟେକ ଏବଂ ବ୍ୟାପକ ଉଦ୍ୟୋଗଶୀଳତାକୁ ପ୍ରୋତ୍ସାହନ ଦେବା ଲାଗି ଏକ ନୂଆ ୟୁକେ FintechRocketship Awards ପୁରସ୍କାରର ଶୁଭାରମ୍ଭ କରିଛୁ ।
  4. ପ୍ରାଥମିକ ବିଶ୍ୱ ଆହ୍ୱାନଗୁଡ଼ିକର ମୁକାବିଲା ଲାଗି ବିଜ୍ଞାନ, ଗବେଷଣା ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଉଭୟ ପକ୍ଷ ଶ୍ରେଷ୍ଠ ବ୍ରିଟିଶ ଏବଂ ଭାରତୀୟ ପ୍ରତିଭାଙ୍କୁ ନିୟୋଜନ କରୁଛନ୍ତି । ବ୍ରିଟେନ ହେଉଛି ଭାରତର ଦ୍ୱିତୀୟ ସର୍ବବୃହତ ଅନ୍ତର୍ଜାତୀୟ ଗବେଷଣା ଏବଂ ନବସୃଜନ/ଉଦ୍ଭାବନ ସହଯୋଗୀ । ବ୍ରିଟେନ-ଭାରତ ନ୍ୟୁଟନ-ଭାବା କାର୍ଯ୍ୟକ୍ରମ 2008 ପରଠାରୁ 2021 ସୁଦ୍ଧା 400 ନିୟୁତ ପାଉଣ୍ଡରୁ ଉର୍ଦ୍ଧ୍ଵ ଗବେଷଣା ଏବଂ ଉଦ୍ଭାବନ ପୁରସ୍କାର ଉଠାଇସାରିଥିବ । ଡିଜିଟାଲ ସ୍ୱାସ୍ଥ୍ୟ ପ୍ରଯୁକ୍ତି ଏବଂ କୃତ୍ରିମ ଧୀଶକ୍ତିର ପ୍ରୟୋଗରେ ବୃଦ୍ଧି ଏବଂ ଏହାକୁ ଲାଗୁ କରିବା ଜରିଆରେ ଭାରତ ଏବଂ ବ୍ରିଟେନକୁ ବଂଚିବା ପାଇଁ ସବୁଠୁ ନିରାପଦ ସ୍ଥାନ ଭାବେ ଗଢ଼ି ତୋଳିବା ଲାଗି ଆମେ ଆମର ମିଳିତ କାର୍ଯ୍ୟକାରୀ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଚାହୁଁଛୁ ।

ବାଣିଜ୍ୟନିବେଶ ଏବଂ ପୁଞ୍ଜି ବିନିଯୋଗ

  1. ବ୍ରିଟେନ ଏହାର ସ୍ୱାଧୀନ ବାଣିଜ୍ୟ ନୀତି ଲାଗି ଉତ୍ତରଦାୟୀ ହୋଇଥିବାରୁ ଏକ ନୂଆ ବାଣିଜ୍ୟ ବ୍ୟବସ୍ଥା ବିକଶିତ କରିବା ଲାଗି ନୂତନ ଭାରତ-ବ୍ରିଟେନ ବାଣିଜ୍ୟ ଭାଗିଦାରୀ ଗଢ଼ିବା, ଉଭୟ ପକ୍ଷରେ ନିବେଶ ସୁବିଧା ଯୋଗାଇ ଦେବା ଏବଂ ସହଭାଗୀ ଏବଂ ଅନୁପୂରକ ସାମର୍ଥ୍ୟକୁ ଦ୍ରୁତ କରିବା ଲାଗି ଉଭୟ ନେତା ସହମତ ହୋଇଥିଲେ । ବାଣିଜ୍ୟରେ ଉତ୍ପନ୍ନ ବାଧା ଦୂର କରିବା, ଉଭୟ ଦେଶରେ ବ୍ୟବସାୟକୁ ସହଜ କରିବା ଏବଂ ୟୁରୋପୀୟ ସଂଘରୁ ବ୍ରିଟେନ ଓହରିଯିବା ପରେ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ନିକଟରେ ସମାପ୍ତ ହୋଇଥିବା ବ୍ରିଟେନ-ଭାରତ ମିଳିତ ବାଣିଜ୍ୟ ସମୀକ୍ଷାର ସୁପାରିସ ଆଧାରରେ ଏକ କ୍ଷେତ୍ର ଆଧାରିତ ମାର୍ଗଚିତ୍ର ଉପରେ ଆମେ କାର୍ଯ୍ୟ କରିବୁ । ୟୁରୋପୀୟ ସଂଘରୁ ବ୍ରିଟେନ ଅଲଗା ହୋଇଯିବା ପରେ ଆମେ କାର୍ଯ୍ୟାନ୍ୱୟନ ଅବଧି କାଳରେ ୟୁରୋପୀୟ ସଂଘ-ଭାରତ ବୁଝାମଣାର ବ୍ରିଟେନରେ ପ୍ରୟୋଗକୁ ସୁନିଶ୍ଚିତ କରିବୁ ଏବଂ ଏହି ଅବଧି ପରେ ପ୍ରାସଙ୍ଗିକ ୟୁରୋପୀୟ ସଂଘ-ଭାରତ ବୁଝାମଣାକୁ ପୁନଃଦୋହରାଇବା ଲାଗି ବ୍ୟବସ୍ଥା କରିବୁ ।
  2. ନିୟମ ଆଧାରିତ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଉଭୟ ନେତା ସହମତ ହୋଇଥିଲେ । ଏଥିସହିତ ନିରନ୍ତର ଅଭିବୃଦ୍ଧି ଓ ବିକାଶ ଲକ୍ଷ୍ୟ ଲାଗି ବାଧାମୁକ୍ତ, ସ୍ୱଚ୍ଛ ଏବଂ ମୁକ୍ତ ବ୍ୟବସାୟକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶ୍ୱ ବାଣିଜ୍ୟ ସଂଗଠନର ସମସ୍ତ ସଦସ୍ୟମାନଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ସେମାନେ ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ । ଏଥିସହିତ ବାଣିଜ୍ୟ ଉପରେ ଗଠିତ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ, ଯାହା ବିଶ୍ୱ ନିୟମ ଆଧାରିତ ବ୍ୟବସ୍ଥାକୁ ସମର୍ଥନ କରୁଥିବ ଏବଂ ଏହାକୁ କାର୍ଯ୍ୟକାରୀ କରିବାରେ ବିଶ୍ୱ ବାଣିଜ୍ୟ ସଂଗଠନର ଭୂମିକାକୁ ଗୁରୁତ୍ୱ ଦେଉଥିବ, ଅଧୀନରେ ଆଲୋଚନାକୁ ଆଗେଇ ନେବା ଲାଗି ସହମତ ହୋଇଥିଲେ ।
  3. ବ୍ରିଟେନ ଗତ 10 ବର୍ଷ ମଧ୍ୟରେ ଭାରତରେ ସର୍ବବୃହତ ଜି-20 ନିବେଶକ ହୋଇପାରିଛି ଏବଂ ଭାରତର ବ୍ରିଟେନରେ ଚତୁର୍ଥ ସର୍ବାଧିକ ସଂଖ୍ୟକ ନିବେଶ ପ୍ରକଳ୍ପ ରହିଛି । ଆମେ ପ୍ରାଥମିକତାର ଆମର ଆପୋସ ବୁଝାମଣାରେ ଉନ୍ନତି ଆଣିବା ଲାଗି ନିବେଶ ଉପରେ ନୂଆ ଆଲୋଚନା ଆରମ୍ଭ କରିବୁ ଏବଂ ସହଯୋଗ ପାଇଁ ଭବିଷ୍ୟତର ସମ୍ଭାବନାକୁ ସମୀକ୍ଷା କରିବୁ ।
  4. ବ୍ରିଟେନରେ ଭାରତର ନିବେଶ ଲାଗି ଏକ ପାରସ୍ପରିକ ଦ୍ରୁତ କାର୍ଯ୍ୟ।ନ୍ୱୟନ ବ୍ୟବସ୍ଥା ପ୍ରତିଷ୍ଠା କରିବା ଲାଗି ବ୍ରିଟେନ ପକ୍ଷରୁ ଅତିରିକ୍ତ ସହାୟତା ଦିଆଯିବା ନିଷ୍ପତ୍ତିକୁ ଭାରତ ସ୍ୱାଗତ କରୁଛି । ବୈଷୟିକ ସହଯୋଗର ଏକ କାର୍ଯ୍ୟକ୍ରମ ନିୟାମକ ପରିବେଶ ବିକଶିତ କରିବାରେ ସହାୟକ ହେବ । ଭାରତ ଏବଂ ବ୍ରିଟେନ ଲାଗି ସହଭାଗୀ ସମୃଦ୍ଧି ହାସଲ କରିବା ଉଦ୍ଦେଶ୍ୟରେ ଆଜି ଅନୁଷ୍ଠିତ ବ୍ରିଟେନ-ଭାରତ ସିଇଓ ମଞ୍ଚ ଦ୍ୱାରା ପ୍ରସ୍ତାବିତ ପଦକ୍ଷେପ ସମେତ ବ୍ୟବସାୟିକ ଅଂଶୀଦାରମାନଙ୍କ ପଦକ୍ଷେପକୁ ଉଭୟ ପକ୍ଷ ସମର୍ଥନ କରିବେ ।
  5. ବିଶ୍ୱ ପୁଞ୍ଜି ଏବଂ ନିବେଶ କ୍ଷେତ୍ରରେ ଲଣ୍ଡନର ପ୍ରମୁଖ ଭୂମିକାକୁ ଉଭୟ ପକ୍ଷ ସ୍ୱାଗତ କରିଥିଲେ । ଟଙ୍କା ନାମିତ “ମସଲା ବଣ୍ଡଗୁଡ଼ିକ”ର ପାଖାପାଖି 75% ମୂଲ୍ୟ ଲଣ୍ଡନ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ଜାରି କରାଯାଇଛି ଏଥିମଧ୍ୟରୁ ଏକ ତୃତୀୟାଂଶ ହେଉଛି ଗ୍ରୀନ ବଣ୍ଡ ।
  6. ଭାରତର ଫ୍ଲାଗଶିପ ଜାତୀୟ ନିବେଶ ଏବଂ ଭିତ୍ତିଭୂମି ପାଣ୍ଠି ଅଧୀନରେ ଭାରତ ଏବଂ ବ୍ରିଟେନ ସରକାରଙ୍କ ଏକ ମିଳିତ ଉପକ୍ରମ ସବୁଜ ଅଭିବୃଦ୍ଧି ଇକ୍ୟୁଟି ପାଣ୍ଠି (ଜିଜିଇଏଫ) ଜରିଆରେ ଭାରତର ପରିବର୍ଦ୍ଧିତ ଅକ୍ଷୟ ଶକ୍ତି କ୍ଷେତ୍ରକୁ ପାଣ୍ଠି ଯୋଗାଣ କରାଯିବ । ଉଭୟ ପକ୍ଷ ଜିଜିଇଏଫରେ 120 ନିୟୁତ ପାଉଣ୍ଡ ବିନିଯୋଗ କରିବା ଲାଗି ସହମତ ହୋଇଛନ୍ତି । ସଂସ୍ଥାଗତ ନିବେଶକଙ୍କ ଠାରୁ ମିଳୁଥିବା ନିବେଶ ପରେ ଏହାର ପରିମାଣ 500 ନିୟୁତ ପାଉଣ୍ଡରେ ପହଁଚିବ ବୋଲି ଅନୁମାନ କରାଯାଉଛି । 2022 ସୁଦ୍ଧା ଭାରତର ଲକ୍ଷ୍ୟ 175 ଗିଗାୱାଟ ଅକ୍ଷୟ ଶକ୍ତି ସାମର୍ଥ୍ୟ ହାସଲ କରିବାରେ ଜିଜିଇଏଫ ସହାୟକ ହୋଇପାରିବ । ଏହା ମଧ୍ୟ ଅନ୍ୟ ତତସଂକ୍ରାନ୍ତ ନିବେଶ କ୍ଷେତ୍ର ଯେପରିକି ସ୍ୱଚ୍ଛ ପରିବହନ ଏବଂ ଜଳ ଓ ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ନିବେଶ ଲାଗି ସହାୟକ ହେବ । ଆମେ ଶକ୍ତି ଏବଂ ଭିତ୍ତିଭୂମି ନୀତି ଉପରେ ଭବିଷ୍ୟତର ସହଯୋଗ ଲାଗି ଆଗ୍ରହୀ ଅଛୁ ଏବଂ ସ୍ମାର୍ଟ ସହରୀକରଣ ପାଇଁ ମିଳିତ କାର୍ଯ୍ୟ କରିବା ଲାଗି ରାଜି ହୋଇଛୁ ।
  7. ପ୍ରସ୍ତାବିତ ନୂଆ ନିୟାମକ ସହଯୋଗ ଚୁକ୍ତି ସମେତ ଆମ ଦୁଇ ଦେଶ ମଧ୍ୟରେ ଫିନଟେକ ଆଲୋଚନା ପ୍ରତିଷ୍ଠାକୁ ଆମେ ସ୍ୱାଗତ କରୁଛୁ । ଦେବାଳିଆ, ପେନସନ, ବୀମା ଆଦି କ୍ଷେତ୍ରରେ ବଜାର ବିକଶିତ କରିବାରେ ସହାୟତା ଲାଗି ବୈଷୟିକ ସହଯୋଗ କାର୍ଯ୍ୟକ୍ରମକୁ ଆମର ଆର୍ଥିକ ସେବା ସମ୍ପ୍ରସାରିତ ହେବ । ଚଳିତ ବର୍ଷର ପରବର୍ତ୍ତୀ ଭାଗରେ ଆମେର ଅର୍ଥମନ୍ତ୍ରୀମାନେ ଯେତେବେଳେ ଦଶମ ପର୍ଯ୍ୟାୟ ଅର୍ଥବ୍ୟବସ୍ଥା ଏବଂ ଆର୍ଥିକ ଆଲୋଚନାରେ ପରସ୍ପରକୁ ଭେଟିବେ ସେମାନେ ଏହି କ୍ଷେତ୍ରରେ ଅଧିକ ସହଯୋଗ ବିଷୟ ଚୂଡ଼ାନ୍ତ କରିବେ ।
  8. ଆଜିର ଜଗତୀକରଣ ବିଶ୍ୱରେ ଯୋଗାଯୋଗର ଗୁରୁତ୍ୱକୁ ଭାରତ ଏବଂ ବ୍ରିଟେନ ବୁଝିଛନ୍ତି । ସେମାନେ ରେଖାପାତ କରିଥିଲେ ଯେ ଯୋଗାଯୋଗର ପଦକ୍ଷେପ ନିଶ୍ଚିତ ଭାବେ ଉତ୍ତମ ପ୍ରଶାସନ, ଆଇନର ନିୟମ, ମୁକ୍ତ ଏବଂ ପାରଦର୍ଶୀ ମୂଲ୍ୟବୋଧ ଆଧାରିତ ହେବା ଆବଶ୍ୟକ; ଏହା ସାମାଜିକ ଏବଂ ପରିବେଶ ମାନକ ଆଧାରିତ ହୋଇଥିବା ଉଚିତ; ଋଣ ପୁଞ୍ଜିଲଗାଣ ବ୍ୟବସ୍ଥା ପ୍ରତି ଉତ୍ତରଦାୟୀ ଏବଂ ଏମିତି ଏକ ଢଙ୍ଗରେ ଅବଲମ୍ବନ କରାଯିବା ଆବଶ୍ୟକ ଯାହା ଅନ୍ତର୍ଜାତୀୟ ଉତ୍ତରଦାୟିତ୍ୱ, ମାନକ ଏବଂ ଶ୍ରେଷ୍ଠ କାର୍ଯ୍ୟ ପଦ୍ଧତି ଓ ବାସ୍ତବିକ ଲାଭକୁ ସମ୍ମାନ ଦେଉଥିବ ।

ଉତ୍ତରଦାୟୀ ବିଶ୍ୱ ନେତୃତ୍ୱ

  1. ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇରେ ନେତୃତ୍ୱ ନେବା ଲାଗି ନେତାମାନେ ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ । ଉଭୟ ପକ୍ଷ ଉଲ୍ଲେଖ କରିଥିଲେ ଯେ ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଶକ୍ତିର ଏକ ନିରାପଦ, ସୁଲଭ ଏବଂ ନିରନ୍ତର ଯୋଗାଣକୁ ପ୍ରୋତ୍ସାହନ ଦେବା ଗୁରୁତ୍ୱପୂର୍ଣ୍ଣ ସହଭାଗୀ ପ୍ରାଥମିକତା । ତେଣୁ ପ୍ରଯୁକ୍ତି ନବସୃଜନ, ଜ୍ଞାନର ଆଦାନପ୍ରଦାନ, ସାମର୍ଥ୍ୟ ନିର୍ମାଣ, ବାଣିଜ୍ୟ ଓ ନିବେଶ ଏବଂ ପ୍ରକଳ୍ପ ପ୍ରତିଷ୍ଠା ମାଧ୍ୟମରେ ସ୍ୱଚ୍ଛ ଶକ୍ତି ପ୍ରକଳ୍ପର ବିନିଯୋଗ ଏବଂ ବିକାଶ ମୂଲ୍ୟ ହ୍ରାସ କରିବା କ୍ଷେତ୍ରରେ ସହଯୋଗ ଲାଗି ଉଭୟ ପକ୍ଷ ରାଜି ହୋଇଥିଲେ ।
  2. ଅନ୍ତର୍ଜାତୀୟ ସୌର ମେଂଟ(ଆଇଏସଏ) ପ୍ରତିଷ୍ଠାରେ ଭାରତର ସକ୍ରିୟ ପଦକ୍ଷେପକୁ ବ୍ରିଟେନ ପ୍ରଶଂସା କରିଥିଲା । ରାଜ୍ୟଗୋଷ୍ଠୀ ସରକାରୀ ମୁଖ୍ୟମାନଙ୍କ ବୈଠକ ସପ୍ତାହର ଏକ ଅଂଶବିଶେଷ ସ୍ୱରୂପ ଉଭୟ ସରକାରଙ୍କ ସମର୍ଥନକ୍ରମେ ଆଇଏସଏ ଏବଂ ଲଣ୍ଡନ ଷ୍ଟକ ଏକ୍ସଚେଞ୍ଜ ମଧ୍ୟରେ ଏକ ମିଳିତ କାର୍ଯ୍ୟକ୍ରମର ସଫଳ ଆୟୋଜନ ବିଷୟରେ ଉଭୟ ନେତା ଉଲ୍ଲେଖ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରିଟେନ ଆଇଏସଏରେ ଯୋଗ ଦେଇଥିଲା । ଏଥିସହିତ ସୌର ପାଣ୍ଠି ଯୋଗାଣ, ପରବର୍ତ୍ତୀ ପିଢ଼ିର ସୌର ପ୍ରଯୁକ୍ତି ବିକଶିତ କରିବା ଏବଂ ଆଇଏସର ଲକ୍ଷ୍ୟ ହାସଲ ଲାଗି ବ୍ରିଟେନର ସୌର ବ୍ୟବସାୟ ବିଶେଷଜ୍ଞଙ୍କ ସମର୍ଥନ ଉପରେ ଆଧାରିତ ବ୍ରିଟେନ ଏବଂ ଆଇଏସଏ ମଧ୍ୟରେ ପ୍ରସ୍ତାବିତ ସହଯୋଗକୁ ଉଲ୍ଳେଖ କରିଥିଲା । ଏହି କାର୍ଯ୍ୟକ୍ରମରେ ପାଣ୍ଠି ଯୋଗାଣ ସଂଗଠନ ଭାବେ ଲଣ୍ଡନ ଷ୍ଟକ ଏକ୍ସେଚେଞ୍ଜର ଭୂମିକା ଉପରେ ଆଲୋକପାତ କରାଯାଇଥିଲା । ଆଇଏସଏର ଲକ୍ଷ୍ୟ ହାସଲ ଲାଗି 2030 ସୁଦ୍ଧା ଆଇଏସଏର ଚିହ୍ନିତ ଦେଶଗୁଡ଼ିକରେ ସୌର ଶକ୍ତି କ୍ଷେତ୍ରରେ ନିବେଶ ପାଇଁ ପାଖାପାଖି 1000 ବିଲିୟନ ଡଲାର ପାଣ୍ଠି ଯୋଗାଡ଼ କରିବାରେ ଏହା ସହାୟକ ହୋଇପାରିବ ।
  3. ସମୃଦ୍ଧ ଗଣତନ୍ତ୍ର ଭାବେ, ସହମତିଭିତ୍ତିକ ଅନ୍ତର୍ଜାତୀୟ ନିୟମାବଳୀ, ବିଶ୍ୱ ଶାନ୍ତି ଏବଂ ସ୍ଥିରତାକୁ ସୁନିଶ୍ଚିତ କରୁଥିବା ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ସମର୍ଥନ କରିବା ଲାଗି ଆମର ଲକ୍ଷ୍ୟ ସହ ଏକମତ ହୋଇଥିବା ରାଷ୍ଟ୍ର ସହ ନିବିଡ଼ ଭାବେ କାର୍ଯ୍ୟ କରିବା ଲାଗି ଆମେ ଆମର ଇଚ୍ଛା ଜାହିର କରୁଛୁ । ଏକ ଅନିଶ୍ଚିତତାପୂର୍ଣ୍ଣ ବିଶ୍ୱରେ ବ୍ରିଟେନ ଏବଂ ଭାରତ ଏକ ଉତ୍ତମ ଶକ୍ତି ଭାବେ କାର୍ଯ୍ୟ କରିପାରିବେ । ଜାଗତିକ ଆହ୍ୱାନଗୁଡ଼ିକର ମୁକାବିଲା ଲାଗି ଆମେ ଆମର ଅଭିଜ୍ଞତା ଏବଂ ଜ୍ଞାନ ବିନିମୟ କରୁଛୁ । ଭାରତର ବାୟୋଟେକ୍ନୋଲଜି ବିଭାଗ (ଡିବିଟି) ଏବଂ ବ୍ରିଟେନର କର୍କଟ ଗବେଷଣା ସଂସ୍ଥା ଏକ 10 ନିୟୁତ ପାଉଣ୍ଡ ମୂଲ୍ୟର ଏକ ଦ୍ୱିପାକ୍ଷିକ ଗବେଷଣା କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛି ଯାହା କର୍କଟ ରୋଗର ଶସ୍ତା ଓ ସୁଲଭ ଚିକିତ୍ସା କ୍ଷେତ୍ରରେ ଗବେଷଣା ଉପରେ ଗୁରୁତ୍ୱାରୋପ କରିବେ । ବ୍ରିଟେନର ବାୟୋଟେକ୍ନୋଲଜି ଏବଂ ବାୟୋଲଜିକାଲ ସାଇନ୍ସେସ ରିସର୍ଚ୍ଚ କାଉନସିଲ ଏବଂ ଡିବିଟି ଏକ “କୃଷକ ଜୋନ” ପ୍ରୟାସର ନେତୃତ୍ୱ ନେବେ । ଏହାର ସାରା ବିଶ୍ୱର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ବାୟୋଲଜିକାଲ ଗବେଷଣା ଏବଂ ତଥ୍ୟର ଉପଯୋଗ କରିବାରେ ସ୍ମାର୍ଟ କୃଷି ପାଇଁ ଏକ ମୁକ୍ତ ତଥ୍ୟ ମଞ୍ଚ ହେବ । ନିରନ୍ତର ଏବଂ ନମନୀୟ ମାନବ ବିକାଶ ପାଇଁ ଗବେଷଣା ଏବଂ ନବସୃଜନକୁ ପ୍ରାଥମିକତା ଦେଉଥିବା ଏକ ଚିରସ୍ଥାୟୀ ପୃଥିବୀ ଉପକ୍ରମ ଲାଗି ବ୍ରିଟେନର ନେଚୁରାଲ ଏନଭାଇରନମେଂଟାଲ ରିସର୍ଚ୍ଚ କାଉନସିଲ (ଏନଇଆରସି) ସହିତ ଡିବିଟି ଏକ ସହଭାଗୀ ହେବ ।
  4. 2030 ସୁଦ୍ଧା ଉତ୍କଟ ଦାରିଦ୍ର୍ୟ ଦୂର କରିବା ଲାଗି ବିକାଶକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ବିଶ୍ୱ ବିକାଶ କ୍ଷେତ୍ରରେ ଆମର ଭାଗିଦାରୀକୁ ଆମେ ସୁଦୃଢ଼ କରିବୁ । ଏକ ସମୃଦ୍ଧ ଏବଂ ନିରାପଦ ଭବିଷ୍ୟତ ନିର୍ମାଣ ଲାଗି ପରବର୍ଦ୍ଧିତ ପୁଞ୍ଜି, ନୂଆ ବଜାର, ବାଣିଜ୍ୟ, ନିବେଶ, ଯୋଗାଯୋଗ ଏବଂ ଅର୍ଥନୈତିକ ସମନ୍ୱୟ ଯେପରି ଯଥାସମ୍ଭବ ସର୍ବାଧିକ ରାଷ୍ଟ୍ର ନିକଟରେ ପହଁଚିପାରିବ-ଏବଂ ଦରିଦ୍ରତମ ଓ ସର୍ବାଧିକ ବଂଚିତଙ୍କ ନିକଟରେ ପହଁଚିପାରିବ- ତାହା ଆମେ ସୁନିଶ୍ଚିତ କରିବୁ ।

ପ୍ରତିରକ୍ଷା ଏବଂ ସାଇବର ନିରାପତ୍ତା

  1. ଆମର ସମ୍ପର୍କର ଏକ ସ୍ତମ୍ଭ ଭାବେ ପ୍ରତିରକ୍ଷା ଏବଂ ନିରାପତ୍ତା ସହଯୋଗକୁ ସୁନିଶ୍ଚିତ କରିବା ଲାଗି 2015ରେ ଆମେ ଏକ ନୂଆ ପ୍ରତିରକ୍ଷା ଏବଂ ଅନ୍ତର୍ଜାତୀୟ ନିରାପତ୍ତା ସହଭାଗୀତା (ଡିଆଇଏସପି) ପ୍ରତିଷ୍ଠା କରିଥିଲୁ । ଆମ ପ୍ରତି ରହିଥିବା ଭୟ ନିରନ୍ତର ଭାବେ ନିଜର ପ୍ରକୃତି ପରିବର୍ତ୍ତନ କରୁଛି- ଆମେ ଏହାର ଜବାବ ଦେବା ଲାଗି ଅଭିନବ ଏବଂ ସ୍ଫୂର୍ତ୍ତ ହେବା ନିହାତି ଆବଶ୍ୟକ । ଏହି ଭୟର ମୁକାବିଲା କରିବା ଲାଗି ଆମେ ପ୍ରଯୁକ୍ତିର ଡିଜାଇନ, ନିର୍ମାଣ ଏବଂ ଉତ୍ପାଦନ କରିବୁ ଏବଂ ଆମର ନିରାପତ୍ତା ଏବଂ ସାମରିକ ବାହିନୀ ପ୍ରଯୁକ୍ତି, ସାମର୍ଥ୍ୟ ଏବଂ ସରଞ୍ଜାମ ଆବଂଟନ କରିବେ ।
  2. ଏକ ନିରାପଦ, ମୁକ୍ତ, ଖୋଲା, ସାମଗ୍ରୀକ ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଭାରତ, ବ୍ରିଟେନ ଏବଂ ଅନ୍ତର୍ଜାତୀୟ ସମୁଦାୟର ସ୍ୱାର୍ଥକୁ ସୁରକ୍ଷିତ ରଖିପାରିବ । ଜଳଦସ୍ୟୁ ସମସ୍ୟାର ମୁକାବିଲା, ଦିଗ ନିର୍ଣ୍ଣୟରେ ସ୍ୱାଧୀନତାକୁ ସୁରକ୍ଷା ଓ ମୁକ୍ତ ପହଁଚ ଏବଂ ଏହି କ୍ଷେତ୍ରରେ ସାମୁଦ୍ରିକ ସ୍ତରରେ ସଚେତନତାରେ ଉନ୍ନତି ଆଣିବା ଲାଗି ବ୍ରିଟେନ ଏବଂ ଭାରତ ମିଳିତ ଭାବେ କାର୍ଯ୍ୟ କରିବେ ।
  3. ଏକ ମୁକ୍ତ, ଖୋଲା, ଶାନ୍ତିପୂର୍ଣ୍ଣ ଏବଂ ନିରାପଦ ସାଇବର ବିଶ୍ୱରେ ରାଷ୍ଟ୍ରର ବ୍ୟବହାର ପ୍ରତି ଅନ୍ତର୍ଜାତୀୟ ଆଇନର ଉପଯୋଗକୁ ସମ୍ମାନ ଦେଉଥିବା ଏକ କାର୍ଯ୍ୟାଧାରା ମାଧ୍ୟମରେ ସାଇବର ବିଶ୍ୱରେ ଅନ୍ତର୍ଜାତୀୟ ନିରାପତ୍ତା ଏବଂ ସ୍ଥିରତାକୁ ପ୍ରୋତ୍ସାହନ ଦେବା ଲାଗି ଆମର ସହଯୋଗକୁ ଆହୁରି ସମ୍ପ୍ରସାରିତ କରିବା ଲାଗି ଆମେ ରାଜି ହୋଇଛୁ ।

ଆତଙ୍କବାଦ ମୁକାବିଲା

  1. ଉଭୟ ଭାରତ ଏବଂ ବ୍ରିଟେନରେ ହେଉଥିବା ଆତଙ୍କବାଦୀ କାର୍ଯ୍ୟକଳାପ ସମେତ ଆତଙ୍କବାଦର ସମସ୍ତ ସ୍ୱରୂପକୁ ଦୁଇ ନେତା ଦୃଢ଼ ଭାବେ ନିନ୍ଦା କରିଥିଲେ । ଉଭୟ ନେତା ଦୋହରାଇଥିଲେ ଯେ କୌଣସି ଆଧାରରେ ଆତଙ୍କବାଦକୁ ଯୁକ୍ତିଯୁକ୍ତ ବୋଲି କୁହାଯାଇପାରିବ ନାହିଁ ଏବଂ ଏହାକୁ କୌଣସି ଧର୍ମ, ସମ୍ପ୍ରଦାୟ, ରାଷ୍ଟ୍ରୀୟତା ଏବଂ ଜାତୀୟତା ସହ ଯୋଡ଼ାଯାଇପାରିବ ନାହିଁ ।
  2. ନିରୀହ ଲୋକଙ୍କ ଉପରେ ଆକ୍ରମଣ କରିବା, ଆତଙ୍କବାଦୀଙ୍କୁ ନିଯୁକ୍ତ କରିବା, ଉଗ୍ରବାଦର ପ୍ରସାର ଲାଗି ଆତଙ୍କବାଦୀ ଏବଂ ଉଗ୍ରବାଦୀ ସଂଗଠନଗୁଡ଼ିକୁ ସୁଯୋଗ ନଦେବା ସକାଶେ ଉଭୟ ନେତା ସହମତ ହୋଇଥିଲେ । ବିଦେଶୀ ଆତଙ୍କାବାଦୀ ଯୋଦ୍ଧାଙ୍କ ସମେତ ଆତଙ୍କବାଦୀଙ୍କ ଚଳପ୍ରଚଳ, ସେମାନଙ୍କୁ ପାଣ୍ଠିଯୋଗାଣ, ଏବଂ ଆତଙ୍କବାଦୀ ନେଟୱାର୍କ ଧ୍ୱଂସ କରିବା ଲାଗି ସବୁ ଦେଶ ଆଗେଇ ଆସିବା ଉଚିତ ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।
  3. ଲସ୍କର-ଏ-ତଏବା, ଜୈଶ-ଇ-ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ, ହକାନି ନେଟୱାର୍କ, ଅଲ କାଏଦା, ଆଇଏସଆଇଏସ (ଦାଏସ) ଏବଂ ସେମାନଙ୍କ ସହଯୋଗୀ ଆତଙ୍କବାଦୀ ସଂଗଠନ ସେମତ ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଏବଂ ଆତଙ୍କବାଦୀମାନଙ୍କୁ ଦମନ କରି ନିଜ ଦେଶର ନାଗରିକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ସହଯୋଗକୁ ସୁଦୃଢ଼ କରିବା ନିମନ୍ତେ ଉଭୟ ନେତା ସହମତ ହୋଇଥିଲେ । ସେହିପରି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଅନଲାଇନ ଉଗ୍ରବାଦୀକରଣ ଏବଂ ହିଂସ ଉଗ୍ରବାଦକୁ ଦମନ ପାଇଁ ପଦକ୍ଷେପ ନେବା ଲାଗି ଉଭୟ ନେତା ଏକମତ ହୋଇଥିଲେ ।
  4. ସାଲିସବରୀ ନର୍ଭ ଏଜେଂଟ ଆକ୍ରମଣ ଭଳି ଅପମାନଜନକ ଘଟଣା ପରିପ୍ରେକ୍ଷୀରେ, ରାସାୟନିକ ଅସ୍ତ୍ରର ଉପଯୋଗ ଏବଂ ପ୍ରସାର ବିରୋଧରେ ନିରସ୍ତ୍ରୀକରଣ ଏବଂ ଅପ୍ରସାର ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଭାରତ ଏବଂ ବ୍ରିଟେନ ସେମାନଙ୍କ ସହଭାଗୀ ଆଭିମୁଖ୍ୟକୁ ବ୍ୟକ୍ତ କରିଥିଲେ । ସିରିଆରେ ରାସାୟନିକ ଅସ୍ତ୍ରର ପ୍ରୟୋଗ ସମ୍ପର୍କରେ ଲଗାତାର ଆସୁଥିବା ଖବର ପ୍ରତି ସେମାନେ ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ । ରାସାୟନିକ ଅସ୍ତ୍ରର କୌଣସି ଠାରେ, କୌଣସି ସମୟରେ, କାହାଦ୍ୱାରା, ଯେକୌଣସି ପରିସ୍ଥିତିରେ ଉପଯୋଗକୁ ସେମାନେ ବିରୋଧ କରିଥିଲେ ଏବଂ ରାସାୟନିକ ଅସ୍ତ୍ର ସମ୍ମେଳନର ପ୍ରଭାବୀ କାର୍ଯ୍ୟକାରୀତା ପ୍ରତି ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ । ସେମାନେ ଜରୁରୀ ତଦନ୍ତର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆଲୋକପାତ କରି କହିଥିଲେ ଯେ ରାସାୟନିକ ଅସ୍ତ୍ରର କୌଣସି ପ୍ରକାର ପ୍ରୟୋଗ ସମ୍ପର୍କରେ ତଦନ୍ତ ସମ୍ମେଳନର ବ୍ୟବସ୍ଥା ଅନୁରୂପ ହେବା ଆବଶ୍ୟକ ।

ଶିକ୍ଷା ଏବଂ ଜନ-ଜନ ସମ୍ପର୍କ

  1. ଆମ ଦୁଇ ଦେଶର ସମୃଦ୍ଧିକୁ ପ୍ରୋତ୍ସାହନ ଦେବା ଭଳି ବିଷୟ ଏବଂ କ୍ଷେତ୍ରରେ ଦକ୍ଷତା ଏବଂ ସାମର୍ଥ୍ୟ ବିକଶିତ କରିବା ଲାଗି ଶ୍ରେଷ୍ଠ ଏବଂ ଉଜ୍ଜ୍ୱଳ ପ୍ରତିଭାମାନଙ୍କୁ ବ୍ରିଟେନରେ ଅଧ୍ୟୟନ ଏବଂ କାର୍ଯ୍ୟ କରିବା ଲାଗି ଆମେ ସ୍ୱାଗତ କରୁଛୁ ।
  2. 2017 ରେ ଭାରତ-ବ୍ରିଟେନ ସଂସ୍କୃତି ବର୍ଷର ପୂର୍ଣ୍ଣ ସଫଳ କାର୍ଯ୍ୟକାରୀତାକୁ ଦୁଇ ନେତା ପ୍ରଶଂସା କରିଥିଲେ । ଏହି ବର୍ଷବ୍ୟାପୀ କାର୍ଯ୍ୟକ୍ରମରେ ଉଭୟ ଦେଶର କଳା, ସଂସ୍କୃତି ଏବଂ ଶିକ୍ଷା ପରମ୍ପରାର ଅଭୂତପୂର୍ବ ନିଦର୍ଶନ ଦେଖିବାକୁ ମିଳିଥିଲା ଏବଂ ଏହା ଭାରତ ଏବଂ ବ୍ରିଟେନ ମଧ୍ୟରେ ନିବିଡ଼ ସାଂସ୍କୃତିକ ସମ୍ପର୍କକୁ ପାଳନ କରିବା ଲାଗି ଉପଯୁକ୍ତ ଅବସର ଥିଲା ।
  3. ଭାରତରେ ବ୍ରିଟିଶ କାଉନସିଲର 70ତମ ବର୍ଷପୂର୍ତ୍ତୀ ଏବଂ ଶିକ୍ଷକମାନଙ୍କୁ ତାଲିମ, ଯୁବକଯୁବତୀଙ୍କ ପାଇଁ ଦକ୍ଷତା କାର୍ଯ୍ୟକ୍ରମ ଏବଂ ସାଂସ୍କୃତିକ ବିନିମୟରେ ସହାୟତାରେ ଏହାର ଭୂମିକାକୁ ଉଭୟ ନେତା ସ୍ୱାଗତ କରିଥିଲେ ।
  4. ଉଭୟ ନେତା ସହମତ ହୋଇଥିଲେ ଯେ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ଜୀବନ୍ତ ସମ୍ପର୍କର ସେତୁ ଭାରତ ଏବଂ ବ୍ରିଟେନର ପରବର୍ତ୍ତୀ ପିଢ଼ି ମଧ୍ୟରେ ଅଧିକ ଉଜ୍ଜ୍ୱଳ ଏବଂ ଦୃଢ଼ ସମ୍ପର୍କ ଏବଂ ବିନିମୟ ଲାଗି ସବୁଠୁ ବଡ଼ ଆଶା ଜାଗ୍ରତ କରିଛି । ଏହି ଜୀବନ୍ତ ସେତକୁ ପ୍ରୋତ୍ସାହନ ଏବଂ ସମର୍ଥନ ଯୋଗାଇବା ନିମନ୍ତେ ନେତାମାନେ ରାଜି ହୋଇଥିଲେ ।

ନିଷ୍କର୍ସ

  1. ଏହାକୁ ଏକ ରଣନୈତିକ ଭାଗିଦାରୀ, ଯାହା ସାରା ବିଶ୍ୱ ଏବଂ ଶତାବ୍ଦୀରେ ବ୍ୟାପ୍ତ, ସେହି ଧାରାରେ ପରିଣତ କରିବା ଲାଗି ଆମେ ପ୍ରତିବଦ୍ଧ ଅଟୁ । ଏହା ଆଗାମୀ ଦିନରେ ଆମର ସ୍ୱତନ୍ତ୍ର ସମ୍ପର୍କକୁ ଆହୁରି ବିକଶିତ ଏବଂ ସୁଦୃଢ଼ କରୁ । ପରିବାର ଠାରୁ ଆରମ୍ଭ କରି ପୁଞ୍ଜି ପର୍ଯ୍ୟନ୍ତ, ବ୍ୟବସାୟରୁ ବଲିଉଡ ପର୍ଯ୍ୟନ୍ତ, କ୍ରୀଡ଼ାରୁ ବିଜ୍ଞାନ ପର୍ଯ୍ୟନ୍ତ ଭାରତ ଏବଂ ଇଂଲଣ୍ଡକୁ ଯୋଡ଼ିଥିବା ଏହି ସମ୍ପର୍କକୁ ଆହୁରି ଆଗେଇ ନେବା ଲାଗି ବିନିମୟର ସମ୍ଭାବନାକୁ ଉଜାଗର କରିବା ଲାଗି ଆମେ ଆମର ବ୍ୟବସାୟୀ, ସାଂସ୍କୃତିକ ଏବଂ ବୌଦ୍ଧିକ ନେତୃବୃନ୍ଦଙ୍କୁ ଆହ୍ୱାନ କରୁଛୁ । ଯାହାଦ୍ୱାରା ଅଧିକ ବ୍ରିଟିଶ ଏବଂ ଭାରତୀୟ ବିନିମୟ ଏବଂ ଶିକ୍ଷା, ଭ୍ରମଣ, ବାଣିଜ୍ୟ ଏକତ୍ର ହୋଇ ଅଗ୍ରଗତି ହାସଲ କରିପାରିବେ ।
  2. 32. ତାଙ୍କୁ ଏବଂ ତାଙ୍କ ସହ ଆସିଥିବା ପ୍ରତିନିଧି ଦଳକୁ ଉଦାର ଆତିଥେୟ ପ୍ରଦାନ କରିବା କାରଣରୁ ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଖୁବଶୀଘ୍ର ଭାରତରେ ତାଙ୍କୁ ସ୍ୱାଗତ ଜଣାଇବା ଲାଗି ନିମନ୍ତ୍ରଣ ଦେଇଥିଲେ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Zojila Tunnel achieves final breakthrough at 11,578 feet, bringing Kashmir-Ladakh link closer

Media Coverage

Zojila Tunnel achieves final breakthrough at 11,578 feet, bringing Kashmir-Ladakh link closer
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses gratitude to Deputy Chairman of Rajya Sabha Shri. Harivansh Ji for his wishes
June 10, 2026

Prime Minister Shri Narendra Modi today expressed heartfelt gratitude to Deputy Chairman of Rajya Sabha, Shri. Harivansh Ji for his wishes. The Prime Minister stated that this occasion gives the inspiration to work for the country with even greater dedication, loyalty, and commitment.

Shri Modi emphasized that with the mantra of 'Sabka Saath, Sabka Vikas', the government is committed to the all-round development of India.

The Prime Minister posted on X:

"शुभकामनाओं के लिए आपका हृदय से आभार माननीय हरिवंश जी। यह अवसर देश के लिए और अधिक समर्पण, निष्ठा एवं प्रतिबद्धता के साथ कार्य करने की प्रेरणा देता है। 'सबका साथ, सबका विकास' के मंत्र के साथ हम भारतवर्ष के चौतरफा विकास के लिए प्रतिबद्ध हैं।

@harivansh1956"