ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୃଢତାର ସହ କହିଛନ୍ତି ଯେ ଗୁଜରାଟର କେୱାଡିଆ ଆଉ ଏକ ଦୂରଦୂରାନ୍ତ ଅଗମ୍ୟ ଅଞ୍ଚଳ ହୋଇରହିନାହିଁ। ଏହା ଏବେ ବିଶ୍ୱର ଅନ୍ୟତମ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳୀରେ ପରିଣତ ହୋଇଛି । କେୱାଡିଆକୁ ଆଜି ଦେଶର ବିଭିନ୍ନ ଅଞ୍ଚଳରୁ 8ଟି ଟ୍ରେନ ଚଳାଚଳର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ଏକ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଏହି ନୂଆ ଟ୍ରେନଗୁଡିକର ଚଳାଚଳ ଆରମ୍ଭ କରିବା ସହିତ ଗୁଜରାଟରେ ରେଳବାଇର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ମଧ୍ୟ କରିଛନ୍ତି ।

କେୱାଡିଆର ବିକାଶ ଯାତ୍ରା ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେଠାରେ ଥିବା ଷ୍ଟାଚ୍ୟୁ ଅଫ୍‍ ୟୁନିଟକୁ ଏବେ ଷ୍ଟାଚ୍ୟୁ ଅଫ୍‍ ଲିବର୍ଟିଠାରୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି। ଏହି ଷ୍ଟାଚ୍ୟୁ ଅଫ୍‍ ୟୁନିଟକୁ ଦେଖିବା ପାଇଁ ଇତିମଧ୍ୟରେ 50 ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିସାରିଲେଣି । ଉଦ୍‍ଘାଟନ ହେବା ପରେ କେୱାଡିଆକୁ ପର୍ଯ୍ୟଟକମାନଙ୍କର ସମାଗମ ବୃଦ୍ଧି ପାଇଥିଲା ; ତେବେ କରୋନା ମହାମାରୀ ଦୃଷ୍ଟିରୁ ଏହାକୁ ବନ୍ଦ ରଖାଯାଇଥିଲା । ଏହା ପୁନର୍ବାର ଖୋଲା ହେବାପରେ ଏଠାକୁ ପର୍ଯ୍ୟଟକଙ୍କ ସମାଗମ ଯଥେଷ୍ଟ ବଢିଛି । ଏହାଛଡା କେୱାଡିଆକୁ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଘଟିବା ପରେ ପର୍ଯ୍ୟଟକଙ୍କ ସମାଗମ ବୃଦ୍ଧି ପାଇଛି । ପ୍ରାୟ 1 ଲକ୍ଷ ପର୍ଯ୍ୟଟକ ଦୈନିକ ସେଠାକୁ ଯିବେ ବୋଲି ଆକଳନ କରାଯାଇଛି । କେୱାଡିଆ ଅର୍ଥନୀତି ଓ ପରିବେଶର ଉନ୍ନତି ପାଇଁ ଯୋଜାନବଦ୍ଧ ବିକାଶର ଏକ ଉତ୍ତମ ଉଦାହରଣ ବୋଲି ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପରିବେଶର ସୁରକ୍ଷା ସହିତ ବିକାଶ କିପରି କରିହେବ ତାହା କେୱାଡିଆ ଦେଖାଇଦେଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରାରମ୍ଭିକ ଅବସ୍ଥାରେ କେୱାଡିଆର ପର୍ଯ୍ୟଟନ ବିକାଶ କଥା ଯେତେବେଳେ ବିଚାର କରାଗଲା ସେତେବେଳେ ଏହା ଆକାଶ କୁସୁମ ଭଳି ଲାଗୁଥିଲା । ଆମର ପୁରୁଣାକାଳିଆ କାମ କରିବାର ଢଙ୍ଗ ଯୋଗୁଁ ଏହା ଅବାସ୍ତବ ମନେ ହେଉଥିଲା। କାରଣ ସେଠାକୁ ରାସ୍ତାଘାଟ ନ ଥିଲା । ରେଳ ଯୋଗାଯୋଗ,  ଷ୍ଟ୍ରିଟ ଲାଇଟ, ପର୍ଯ୍ୟଟକଙ୍କ ପାଇଁ ରହିବାର ବ୍ୟବସ୍ଥା ମଧ୍ୟ ସେଠାରେ ହୋଇପାରି ନ ଥିଲା । ଏବେ କେୱାଡିଆ ସମ୍ପୂଣ୍ଣ ଭାବେ ବଦଳିଯାଇଛି । ପରିବାର ସହିତ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏଠାରେ ରହିବାର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । କେୱାଡିଆରେ ଦେଖିବା ପାଇଁ ଷ୍ଟାଚ୍ୟୁ ଅଫ୍‍ ୟୁନିଟ, ସର୍ଦ୍ଦାର ସରୋବର, ବିରାଟ ସର୍ଦ୍ଦାର ପଟେଲ ପ୍ରାଣୀ ଉଦ୍ୟାନ, ଆରୋଗ୍ୟ ବନ, ଜଙ୍ଗଲ ସଫାରି ଓ ପୋଷଣ ପାର୍କ ରହିଛି । ଏଠାରେ ମଧ୍ୟ ଏକ ଗ୍ଲୋ ଗାର୍ଡେନ, ଏକତା କ୍ରୁଜ ଏବଂ ଜଳକ୍ରୀଡା ସୁବିଧା ଉପଲବ୍‍ଧ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପର୍ଯ୍ୟଟନର ବିକାଶ ଫଳରେ ସେଠାକାର ସ୍ଥାନୀୟ ଆଦିବାସୀ ନିଯୁକ୍ତି ସୁବିଧା ପାଇବା ସହ ଲୋକେ ମଧ୍ୟ ଆଧୁନିକ ସୁବିଧା ସୁଯୋଗ ପାଉଛନ୍ତି । ଏକତା ମଲ୍‍ରେ ସ୍ଥାନୀୟ ହସ୍ତଶିଳ୍ପମାନ ଉପଲବ୍‍ଧ ହେଉଛି । ଆଦିବାସୀ ଗାଁଗୁଡିକରେ ପର୍ଯ୍ୟଟକଙ୍କ ପାଇଁ ହୋମ୍‍ଷ୍ଟେ ବ୍ୟବସ୍ଥା କରିବାକୁ ପ୍ରାୟ 200 ପ୍ରକୋଷ୍ଠ ତିଆରି କରାଯାଉଛି ।

        ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେୱାଡିଆ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ସେ ଅଞ୍ଚଳର ପର୍ଯ୍ୟଟନ ସୁବିଧା ବୃଦ୍ଧିକୁ ଆଖିଆଗରେ ରଖି କରାଯାଇଛି । ଏହି ଷ୍ଟେସନରେ ଏକ ଆଦିବାସୀ କଳାକୃତିର ଗ୍ୟାଲେରି ଓ ଏକ ଭ୍ୟୁଇଙ୍ଗ ଗ୍ୟାଲେରି ରହିଛି । ସେହି ଗ୍ୟାଲେରିରୁ ଷ୍ଟାଚ୍ୟୁ ଅଫ୍‍ ୟୁନିଟକୁ ଦେଖିହେବ ।

        ଲକ୍ଷ୍ୟଭିତ୍ତିକ ଉଦ୍ୟମ ଦ୍ୱାରା ଭାରତରେ ରେଳବାଇର କାୟା ପରିବର୍ତ୍ତନ କିପରି ହେଉଛି ପ୍ରଧାନମନ୍ତ୍ରୀ ସେ ସମ୍ପର୍କରେ କହିଛନ୍ତି । ସେ କହିଛନ୍ତି ଯେ ରେଳବାଇ ପାରମ୍ପରିକ ଯାତ୍ରୀ ଓ ମାଲ ବୋହିବା ସହିତ ଏବେ ଦେଶର ବିଭିନ୍ନ ପର୍ଯ୍ୟଟନ ଓ ତୀର୍ଥସ୍ଥଳୀକୁ ଯାତ୍ରୀସେବା ଯୋଗାଉଛି। ଅହମ୍ମଦାବାଦ-କେୱାଡିଆ ଜନଶତାବ୍ଦୀ ସମେତ ବିଭିନ୍ନ ରୁଟ୍‍ରେ ଆକର୍ଷଣୀୟ ଭିଷ୍ଟାଡୋମ୍‍ କୋଚର ବ୍ୟବସ୍ଥା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Post launches drone delivery pilot across Himachal, Assam

Media Coverage

India Post launches drone delivery pilot across Himachal, Assam
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 22, 2026
August 22, 2026

Citizens Appreciate PM Modi’s Leadership Driving India’s Growth, Innovation and Connectivity