Group of Secretaries present ideas for transformative change in different areas of governance
Secretaries to GoI present ideas on science and technology, energy and environment to PM Modi

ଭାରତ ସରକାରଙ୍କ ତିନୋଟି ସଚିବସ୍ତରୀୟ ଗୋଷ୍ଠୀ ଆଜି (04.01.2017) ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଭିନ୍ନ ପ୍ରଶାସନିକ କ୍ଷେତ୍ରର ସଂସ୍କାରମୂଳକ ପରିବର୍ତ୍ତନ ଉପରେ ନିଜ ନିଜର ଭାବନା ଓ ଅଭିବ୍ୟକ୍ତି ପ୍ରଦାନ କରିଛନ୍ତି ।

ଲୋକାଭିମୁଖି ତଥା ନାଗରିକ-କୈନ୍ଦ୍ରୀକ ସେବା, ଡିଜିଟାଲ ସମାଯୋଜନ, ନବସୃଜନ ଏବଂ ସରଳ ଆଇନ କାନୁନ ଆଧାରିତ ବିଷୟବସ୍ତୁ “ପ୍ରଶାସନ” ସଂକ୍ରାନ୍ତ ରିପୋର୍ଟରେ ସ୍ଥାନ ପାଇଛି ।

“ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା” ଉପସ୍ଥାପନା ମଧ୍ୟରେ ଉଚ୍ଚତର ଶିକ୍ଷା ପାଇଁ ପ୍ରବେଶ ସୁବିଧା ଓ ସୁଯୋଗ, ନିଯୁକ୍ତି ସୁଯୋଗ ଏବଂ ଷ୍ଟାର୍ଟଅପ୍ସ, ସରଳ ବୈଜ୍ଞାନିକ ଓ ପ୍ରଯୁକ୍ତି କାର୍ଯ୍ୟପଦ୍ଧତି ସ୍ଥାନ ପାଇଛି ।

ସେହିପରି “ଶକ୍ତି ଓ ପର୍ଯ୍ୟାବରଣ” ଉପସ୍ଥାପନା ରିପୋର୍ଟରେ ବିଭିନ୍ନ ପ୍ରକାର ଶକ୍ତି ଉସô ଏବଂ ଶକ୍ତିର ଉତ୍ତମ ଉପଯୋଗ ସମ୍ପର୍କିତ ଭାବନା ଓ ଅଭିବ୍ୟକ୍ତି ବିଷୟରେ ଉଲ୍ଲେଖ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ବିଭିନ୍ନ ପ୍ରଶାସନିକ ବିଷୟବସ୍ତୁ ଉପରେ 4ଟି ଚିନ୍ତାମୂଳକ ଉପସ୍ଥାପନା ପ୍ରସ୍ତୁତ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଏହିପରି ମୋଟରେ 9ଟି ପ୍ରଶାସନ ସମ୍ପର୍କିତ ଉପସ୍ଥାପନା କରାଯିବ ।

ଏହି ଉପସ୍ଥାପନା ବେଳେ କେନ୍ଦ୍ର ମନ୍ତ୍ରୀବୃନ୍ଦ ଏବଂ ନୀତି ଆୟୋଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Engineering goods exports up 10.4% in January,2026, crosses $100 billion mark in April-January Period of FY26

Media Coverage

Engineering goods exports up 10.4% in January,2026, crosses $100 billion mark in April-January Period of FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 26, 2026
February 27, 2026

Citizens Express Heartfelt Gratitude to PM Modi: Make in India Surge, Budget Reforms & India-Israel Saffron Synergy