ଫେରିବା ପରେ ଖେଳାଳୀ ଓ କୋଚ୍‌ଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆବାସକୁ କଲେ ନିମନ୍ତ୍ର
‘‘କୋଚ୍ ଓ ମାତାପିତା ସବୁ ଶ୍ରେୟ ପାଇବାର ହକ୍‌ଦାର’’
‘‘ଆପଣମାନେ ସମସ୍ତେ ଏକ ସ୍ମରଣୀୟ ସଫଳତା ହାସଲ କରିଛନ୍ତି । ଦଳର ସମସ୍ତେ ପ୍ରଶଂସାର ପାତ୍ର’’
ଆପଣ ମୋତେ ଏବେ ‘ଆଲମୋଡ଼ାର ବାଲ୍‌ ମିଠାଇ’ ନିଶ୍ଚିତ ଦେବେ; ଲକ୍ଷ୍ୟ ସେନ୍‌ଙ୍କୁ କହିଲେ ପ୍ରଧାନମନ୍ତ୍ରୀ
ଭାରତରେ ଏବେ କ୍ରୀଡ଼ା ପ୍ରତି ଚମତ୍କାର ସମର୍ଥନ ରହିଛି । ଏପରି ଜାରି ରହିଲେ, ଆମେ ଭାବୁଛୁ, ଭାରତରେ ଆହୁରି ଅନେକ ଚାମ୍ପିଅନ ସୃଷ୍ଟି ହେବେ : ପ୍ରଧାନମନ୍ତ୍ରୀଙ୍କୁ କହିଲେ ବିଜେତା ଦଳ
ଯୁବ ପ୍ରତିଭାଙ୍କୁ ବିଜେତା ଦଳର ପରାମର୍ଶ : ‘‘ଶତପ୍ରତିଶତ ସମର୍ପଣ ସହିତ କାର୍ଯ୍ୟ କରିପାରିଲେ, ଆପଣମାନେ ନିଶ୍ଚିତ ସଫଳ ହେବେ’’

ଥୋମାସ କପରେ ଆଜି ଐତିହାସିକ ବିଜୟ ହାସଲ କରିଥିବା ଭାରତୀୟ ବ୍ୟାଡମିଣ୍ଟନ ଦଳ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ କଥା ହୋଇଛନ୍ତି । 

ପ୍ରଧାନମନ୍ତ୍ରୀ ବିଜେତା ଦଳକୁ ଅଭିନନ୍ଦନ ଜଣାଇବା ସହିତ କହିଥିଲେ ଯେ, ଏହି ସଫଳତାକୁ କ୍ରୀଡ଼ା ବିଶ୍ଳେଷକମାନେ ଭାରତର ଶ୍ରେଷ୍ଠତମ କ୍ରୀଡ଼ା ବିଜୟ ଭାବେ ବିବେଚନା କରିବେ । ଭାରତୀୟ ଦଳ କୌଣସି ରାଉଣ୍ଡରେ ପରାଜିତ ହୋଇନଥିବାରୁ ସେ ବିଶେଷ ଭାବେ ଆନନ୍ଦିତ ଥିବା ପ୍ରଧାନମନ୍ତ୍ରୀ କହିଥିଲେ । 

କେଉଁ ପର୍ଯ୍ୟାୟରେ ସେମାନେ ଜିତିବାକୁ ଯାଉଥିବା ଅନୁଭବ କଲେ ବୋଲି ଖେଳାଳୀମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ । କିଦାମ୍ବୀ ଶ୍ରୀକାନ୍ତ ଏ ସମ୍ପର୍କରେ ତାଙ୍କୁ ସୂଚନା ଦେଇ କହିଥିଲେ ଯେ କ୍ବାର୍ଟର ଫାଇନାଲ ପରେ, ଟୁର୍ଣ୍ଣାମେଣ୍ଟ ଶେଷ ପର୍ଯ୍ୟନ୍ତ ଦଳର ମନୋବଳ ଅଧିକ ସୁଦୃଢ଼ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ସେ କହିଥିଲେ ଯେ ଦଳଗତ ଭାବନା ବିଶେଷ ସହାୟକ ହୋଇଥିଲା ଏବଂ ଦଳର ସବୁ ସଦସ୍ୟ ଶତପ୍ରତିଶତ ପ୍ରଦର୍ଶନ କରିବାରେ ସକ୍ଷମ ହୋଇପାରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଚ୍‌ମାନେ ସବୁ ଶ୍ରେୟ ପାଇବାର ହକ୍‌ଦାର ।

ଲକ୍ଷ୍ୟ ସେନଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାଙ୍କୁ ଏବେ ଆଲମୋଡ଼ାର ‘ବାଲ ମିଠାଇ’ ଦେବାକୁ ପଡ଼ିବ । ଏହି ଅଗ୍ରଣୀ ବ୍ୟାଡମିଣ୍ଟନ ତାରକା ଦେବଭୂମି ଉତ୍ତରାଖଣ୍ଡର ପ୍ରତିନିଧିତ୍ବ କରିଥାନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ୟ ହେଉଛନ୍ତି ତୃତୀୟ ପିଢ଼ିର ଖେଳାଳୀ । ଲକ୍ଷ୍ୟ ସେନ୍‌ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇ କହିଥିଲେ ଯେ, ଟୁର୍ଣ୍ଣାମେଣ୍ଟ ସମୟରେ ତାଙ୍କ ବାପା ଉପସ୍ଥିତ ଥିଲେ । ସେ ମଧ୍ୟ ଶ୍ରୀକାନ୍ତଙ୍କ ଯୋଗଦାନକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ କ୍ବାର୍ଟର ଫାଇନାଲ୍ସ ପରେ, ବିଜୟ ପ୍ରତି ବିଶ୍ବାସ ଆହୁରି ସୁଦୃଢ଼ ହୋଇଥିଲା । ଏଚଏସ ପ୍ରଣୟ ମଧ୍ୟ କହିଥିଲେ ଯେ କ୍ବାର୍ଟର ଫାଇନାଲ ଜିତିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା । ସେହି ମୁକାବିଲା ଜିତିବା ପରେ ଭାରତୀୟ ଦଳ ଯେକୌଣସି ଦଳ ସହ ଦୃଢ଼ ଭାବେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ମଜବୁତ ସ୍ଥିତିକୁ ଚାଲି ଆସିଥିଲା । ଦଳଗତ ସମର୍ଥନ କାରଣରୁ ମାଲେସିଆ ଭଳି ଦଳକୁ ହରାଇବାରେ ସହାୟତା ମିଳି ପାରିଥିଲା ବୋଲି ସେ କହିଥିଲେ । ସାତ୍ତ୍ବିକ ସାଇରାଜ ରାଙ୍କି ରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କୁ ମଧ୍ୟ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ଚିରାଗ ସେଟ୍ଟୀଙ୍କ ସହିତ ପ୍ରଧାନମନ୍ତ୍ରୀ ମରାଠୀ ଭାଷାରେ କଥା ହୋଇଥିଲେ । ଚିରାଗ ଏହି ଅବସରରେ କହିଥିଲେ ଯେ ଭାରତ ପକ୍ଷରୁ ଖେଳି ବିଶ୍ବ ଚାମ୍ପିଅନ ହେବା ଠାରୁ ବଡ଼ ସଫଳତା ଆଉ କିଛି ନାହିଁ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ଆପଣମାନେ ଏକ ସ୍ମରଣୀୟ ସଫଳତା ହାସଲ କରିଛନ୍ତି । ଏଥିପାଇଁ ଦଳର ସବୁ ସଦସ୍ୟ ପ୍ରଶଂସାର ପାତ୍ର ।’’ ଭାରତକୁ ଫେରିବା ପରେ ସେମାନଙ୍କର ଅଭିଜ୍ଞତା ବିଷୟରେ ଜାଣିବା ଓ ସେମାନଙ୍କ ସହିତ କଥା ହେବା ଲାଗି ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିବା ସହିତ କୋଚ୍‌ଙ୍କ ସମେତ ଦଳର ସବୁ ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆବାସକୁ ଆସିବା ଲାଗି ନିମନ୍ତ୍ରଣ କରିଥିଲେ। 

ପ୍ରତିଭାବାନ କ୍ରୀଡ଼ାବିତ୍‌ ଏବଂ ବ୍ୟାଡ଼ମିଣ୍ଟନ, ଟେବୁଲ ଟେନିସ ଓ ସନ୍ତରଣ ଭଳି କ୍ରୀଡ଼ାକୁ ଗ୍ରହଣ କରିବାକୁ ଚାହୁଁଥିବା ଛୋଟ ଛୋଟ ପିଲାଙ୍କୁ ବାର୍ତ୍ତା ଦେବା ଲାଗି ପ୍ରଧାନମନ୍ତ୍ରୀ ବିଜେତା ଦଳକୁ ପରାମର୍ଶ ଦେଇଥିଲେ । ଶ୍ରୀକାନ୍ତ ଦଳ ପାଇଁ କଥା ହୋଇଥିଲେ ଏବଂ କହିଥିଲେ ଯେ, ଆଜି ଭାରତରେ କ୍ରୀଡ଼ା ପାଇଁ ଭାରତରେ ଏବେ କ୍ରୀଡ଼ା ପ୍ରତି ଚମତ୍କାର ସମର୍ଥନ ରହିଛି । ଭାରତୀୟ କ୍ରୀଡ଼ା ପ୍ରାଧିକରଣ, ଭାରତ ସରକାର, କ୍ରୀଡ଼ା ସଂଘମାନଙ୍କ ପ୍ରୟାସ ଏବଂ ଶୀର୍ଷ ସ୍ତରରେ ଟାର୍ଗେଟ ଅଲିମ୍ପିକ୍ସ ପୋଡ଼ିୟମ ଯୋଜନା (ଟିଓପିଏସ) ଦ୍ବାରା କ୍ରୀଡ଼ାବିତମାନେ ଅଧିକ ସମର୍ଥନ ପାଉଥିବାରୁ ସେମାନଙ୍କର ମନୋବଳ ବୃଦ୍ଧି ପାଉଛି । ଏପରି ଜାରି ରହିଲେ, ଆମେ ଭାବୁଛୁ, ଭାରତରେ ଆହୁରି ଅନେକ ଚାମ୍ପିଅନ ସୃଷ୍ଟି ହେବେ । କ୍ରୀଡ଼ାକୁ ନିଜ ଇଚ୍ଛାରେ ଗ୍ରହଣ କରିବା ଲାଗି ଚାହୁଁଥିବା ଯୁବ ପ୍ରତିଭାମାନଙ୍କୁ ସେ ପରାମର୍ଶ ଦେଇଥିଲେ ଯେ, ଯଦି ସେମାନେ ଶତପ୍ରତିଶତ ସମର୍ପଣ ଦେବାକୁ ଚାହୁଁଛନ୍ତି ତା’ହେଲେ କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କ ପାଇଁ ଯଥେଷ୍ଟ ସମର୍ଥନ ରହିଛି । ଯଦି ସେମାନେ ସଂକଳ୍ପବଦ୍ଧ ଅଛନ୍ତି, ସେମାନଙ୍କ ପାଇଁ ଭଲ ପ୍ରଶିକ୍ଷକ ଓ ଭିତ୍ତିଭୂମି ରହିଛି, ଯାହାର ସହାୟତାରେ ସେମାନେ ଅନ୍ତର୍ଜାତୀୟ ସ୍ତରରେ ଭଲ କରିପାରିବେ । ଶତପ୍ରତିଶତ ସମର୍ପଣର ସହ କାର୍ଯ୍ୟ କରିପାରିଲେ, ସେମାନେ ନିଶ୍ଚିତ ଭାବେ ସଫଳ ହେବେ ବୋଲି ଶ୍ରୀକାନ୍ତ କହିଥିଲେ ।

କ୍ରୀଡ଼ା କ୍ଷେତ୍ରରେ ଯିବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରିବା ଓ ଶେଷ ପର୍ଯ୍ୟନ୍ତ ସେମାନଙ୍କ ସହ ରହିବା ଏକ ଆହ୍ବାନପୂର୍ଣ୍ଣ କାର୍ଯ୍ୟ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖେଳାଳୀଙ୍କ ମାତାପିତାଙ୍କୁ ପ୍ରଶଂସା କରିଥିଲେ ଓ ସେମାନଙ୍କ ପ୍ରତି ନିଜର ସମ୍ମାନ ଜଣାଇଥିଲେ । ଫୋନ୍‌ କଲ ଶେଷରେ ପ୍ରଧାନମନ୍ତ୍ରୀ ଖେଳାଳୀ ମାନଙ୍କର ଆନନ୍ଦ ଉଲ୍ଲାସରେ ସାମିଲ ହୋଇ ‘ଭାରତ ମାତା କୀ ଜୟ’ କହିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways clears ₹755-crore project to build third line between Champa and Korba

Media Coverage

Indian Railways clears ₹755-crore project to build third line between Champa and Korba
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives due to a mishap in Badaun, Uttar Pradesh
June 17, 2026

The Prime Minister, Shri Narendra Modi has expressed deep grief over the loss of lives due to a mishap in Badaun, Uttar Pradesh. Shri Modi also wished speedy recovery for those injured in the mishap.

The Prime Minister’s Office posted on X;

“The loss of lives due to a mishap in Badaun, Uttar Pradesh, is deeply painful. I extend my condolences to the bereaved families. Praying for the speedy recovery of the injured: PM @narendramodi”