ଶ୍ରୀଲଙ୍କାର ରାଷ୍ଟ୍ରପତି ମୈତ୍ରୀପାଳ ଶିରିସେନା ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ।
ଶ୍ରୀଲଙ୍କାର ରାଷ୍ଟ୍ରପତି କହିଲେ ଯେ କେତେକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ସେ ପ୍ରତ୍ୟାଖ୍ୟାନ କରୁଛନ୍ତି ଯେଉଁଥିରେ ସେ ଅଭିଯୋଗ କରିଥିବାର ଉଲ୍ଲେଖ ରହିଥିଲା ଯେ ଭାରତ କୌଣସି ରୂପେ ଶ୍ରୀଲଙ୍କାର ରାଷ୍ଟ୍ରପତି ଏବଂ ଜଣେ ପୂର୍ବତନ ରକ୍ଷା ସଚିବଙ୍କ ହତ୍ୟାର ତଥାକଥିତ ଷଡଯନ୍ତ୍ରରେ ସାମିଲ ରହିଛି ।

ସେ କହିଲେ ଯେ ଏହି ଚଂଚକତାପୂର୍ଣ୍ଣ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ ରିପୋର୍ଟ ସମ୍ପୂର୍ଣ୍ଣ ଭାବେ ନିରାଧାର ଓ ଅସତ୍ୟ ଏବଂ ଏଥିରେ ଦୁଇ ନେତାଙ୍କ ମଧ୍ୟରେ ଭୁଲ ବୁଝାମଣା ସୃଷ୍ଟି କରିବା ସହିତ ଦୁଇ ପଡୋଶୀ ଦେଶଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ବନ୍ଧରେ କ୍ଷତି ପହଂଚାଇବାର ଉଦ୍ଦେଶ୍ୟ ମଧ୍ୟ ନିହିତ ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶ୍ରୀଲଙ୍କା ରାଷ୍ଟ୍ରପତି ଏହି ରିପୋର୍ଟକୁ ସାର୍ବଜନୀନ ଭାବେ ଖାରଜ କରିବା ପାଇଁ ତାଙ୍କ ଦ୍ୱାରା ବ୍ୟକ୍ତିଗତ ଭାବେ ଏବଂ ଶ୍ରୀଲଙ୍କା ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଏ ସମ୍ବନ୍ଧରେ ସେ ଆଜି 2018 ଅକ୍ଟୋବର 17 ସକାଳେ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତଙ୍କ ସହ ବୈଠକର ମଧ୍ୟ ଚର୍ଚ୍ଚା କରିଥିଲେ ।

ରାଷ୍ଟ୍ରପତି ଏହା ମଧ୍ୟ କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀଲଙ୍କାର ଏକ ଉତ୍ତମ ବନ୍ଧୁ ସହିତ ଏକ ଘନିଷ୍ଠ ମିତ୍ର ଭାବେ ଦେଖନ୍ତି । ସେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପାରସ୍ପରିକ ଲାଭଦାୟକ ସମ୍ବନ୍ଧର ପ୍ରଶଂସା କରିଥିଲେ ଏବଂ ଏହାକୁ ଅଧିକ ମଜଭୁତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ମିଶି କାମ କରିବା ପାଇଁ ନିଜର ସଂକଳ୍ପ ଦୋହରାଇଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ, ଶ୍ରୀଲଙ୍କା ରାଷ୍ଟ୍ରପତି ଏବଂ ତାଙ୍କ ସରକାରଙ୍କ ଦ୍ୱାରା ଘଟଣାକୁ ସାର୍ବଜନୀକ ଭାବେ ପ୍ରକଟ କରି ଦୁର୍ଭାବନାପୂର୍ଣ୍ଣ ରିପୋର୍ଟକୁ ଦୃଢ଼ତାର ସହ ଖାରଜ କରିବା ପାଇଁ ଉଠାଯାଇଥିବା ତ୍ୱରିତ ପଦକ୍ଷେପର ପ୍ରଶଂସା କରିଥିଲେ । ସେ ଭାରତ ସରକାରଙ୍କ ‘ସର୍ବପ୍ରଥମେ ପଡୋଶୀ’ ନୀତି ଏବଂ ପ୍ରାଥମିକତାକୁ ଦୋହରାଇ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ସମସ୍ତ ପ୍ରକାରର ସହଯୋଗକୁ ଆହୁରି ଅଧିକ ମଜଭୁତ କରିବାରେ ତାଙ୍କର ବ୍ୟକ୍ତିଗତ ରୁଚି ରହିଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How AI & next-gen tech driving India’s MedTech growth

Media Coverage

How AI & next-gen tech driving India’s MedTech growth
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi