Inaugurates Joka-Taratala stretch of Purple Line of Kolkata Metro
Dedicates four railway projects to the nation
Lays foundation stone for redevelopment of the New Jalpaiguri Railway Station
“Land from where the call of Vande Matram originated, saw the flagging off of Vande Bharat today”
“Modern sewage treatment plants are being developed keeping in mind the requirements of future”
“A nationwide campaign is going on to transform the Indian Railway”
“In 21st Century for rapid development of the country, rapid growth and reform of Railways is essential”
“Metro Rail system is an example of India’s speed and scale today”
“Construction of new airports, waterways, ports and roads is being carried out to ensure seamless connectivity for the citizens”
“India is working toward boosting its Jal Shakti today”
“On 13th January a cruise will set sail from Kashi to Dibrugarh via Bangladesh. The 3200 km long journey is the first-of-its-kind in the entire world and a reflection of the growing cruise tourism in the country”
“People of Bengal follow the spirit of ‘Nation First’ in tourism also”
“Whole world is looking at India with great hope. To maintain this trust, every Indian has to exert all his might”

ନମସ୍କାର

ପଶ୍ଚିମବଙ୍ଗର ରାଜ୍ୟପାଳ ସି ଉ ଆନନ୍ଦ ବୋଷ ଜୀ, ଆଦରଣୀୟ ମୁଖ୍ୟମନ୍ତ୍ରୀ ମମତା ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଅଶ୍ୱିନୀ ବୈଷ୍ଣବ ଜୀ, ସୁଭାସ ସରକାର ଜୀ, ନିଶିଥ ପରମାଣିକ ଜୀ, ଜନ ବାର୍ଲା ଜୀ, ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଜୀ, ସାଂସଦ ପ୍ରସୁନ ଜୀ, ମଞ୍ଚ ଉପରେ ବିରାଜିତ ଅନ୍ୟ ସାଥି, ମହିଳାମାନେ ଏବଂ ଭଦ୍ର ବ୍ୟକ୍ତିମାନେ!

ଆଜି ମୋତେ ଆପଣ ସମସ୍ତଙ୍କ ସମ୍ମୁଖକୁ ଆସିବାର ଥିଲା, କିନ୍ତୁ ମୋର ବ୍ୟକ୍ତିଗତ କାରଣ ଯୋଗୁ ମୁଁ ଆପଣ ସମସ୍ତଙ୍କ ମଧ୍ୟକୁ ଆସିପାରିଲି ନାହିଁ, ଏଥିପାଇଁ ମୁଁ ଆପଣଙ୍କୁ, ବଙ୍ଗଳାକୁ କ୍ଷମା ମାଗୁଛି । ବଙ୍ଗଳାର ପୁଣ୍ୟ ଧରିତ୍ରୀକୁ, କଲିକତାର ଐତିହାସିକ ଧରିତ୍ରୀକୁ ଆଜି ମୋ ପାଇଁ ପ୍ରଣାମ କରିବାର ଅବସର ଅଟେ । ବଙ୍ଗଳାର କୋଣ ଅନୁକୋଣରେ ସ୍ୱାଧୀନତାର ଆଂଦୋଳନର ଇତିହାସ ସମାହିତ ହୋଇ ରହିଛି । ଯେଉଁ ମାଟିରୁ ବଂଦେ ମାତରମର ଜୟଘୋଷ ହୋଇଥିଲା, ସେଠାରେ ବର୍ତ୍ତମାନ ବଂଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଗଲା । ଆଜି ୩ଠ ଡିସେମ୍ବରର ତାରିଖର ଇତିହାସରେ ମଧ୍ୟ ନିଜସ୍ୱ ବହୁତ ମହତ୍ୱ ରହିଛି । ୩ଠ ଡିସେମ୍ବର, ୧୯୪୩, ସେହି ଦିନ ନେତାଜୀ ସୁଭାଷ ଆଣ୍ଡାମାନରେ ତ୍ରିରଙ୍ଗା ଉଡ଼ାଇ ଭାରତର ସ୍ୱାଧୀନତାର ବିଗୁଲ ଫୁଙ୍କିଥିଲେ ।

ଏହି ଘଟଣାର ୭୫ ବର୍ଷ ପୂର୍ତ୍ତି ଅବସରରେ ୨୦୧୮ ମସିହାରେ ମୁଁ ଆଣ୍ଡାମାନ ଯାଇଥିଲି, ନେତାଜୀଙ୍କ ନାମରେ ଏକ ଦ୍ୱୀପର ନାମକରଣ ମଧ୍ୟ କରିଥିଲି । ଏବଂ ବର୍ତ୍ତମାନ ଏହି ସମୟରେ ଦେଶ ସ୍ୱାଧୀନତାର ୭୫ ବର୍ଷର ପର୍ବ ପାଳନ କରୁଛି, ଅମୃତ ମହୋତ୍ସବ ପାଳନ କରୁଛି । ଏହି ଅମୃତ ମହାତ୍ସବରେ ଦେଶ ୪୭୫ ବଂଦେ ଭାରତ ଟ୍ରେନ ଆରମ୍ଭ କରିବାକୁ ସଂକଳ୍ପ ନେଇଥିଲା । ଆଜି ଏଥିମଧ୍ୟରୁ ଗୋଟିଏ ହାଓଡ଼ା-ନ୍ୟୁ-ଜଳପାଇଗୁଡ଼ି ବଂଦେ ଭାରତ ଟ୍ରେନ ଏଠାରେ କୋଲକାତା ଠାରୁ ଆରମ୍ଭ ହୋଇଛି । ଆଜି ରେଳବାଇ ଏବଂ ମେଟ୍ରୋର ସଂଯୋଗୀକରଣ ସହିତ ଜଡ଼ିତ ଅନ୍ୟ ପ୍ରକଳ୍ପର ମଧ୍ୟ ଲୋକାର୍ପଣ ଏବଂ ଶିଳାନ୍ୟାସ ହୋଇଛି । ପାଖାପାଖି ୫ ହଜାର କୋଟି ଟଙ୍କା ବ୍ୟୟରେ ଜୋକୋ-ବିବିଡି ବାଗ ମେଟ୍ରୋ ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲିଛି । ଏଥିମଧ୍ୟରୁ ଜୋକେ-ତାରାତଲା ମେଟ୍ରୋ ମାର୍ଗ ସମ୍ପୂର୍ଣ୍ଣ ହୋଇଛି । ଏହାଦ୍ୱାରା ସହରର ଜନସାଧାରଣଙ୍କ ଜୀବନ ଆହୁରି ସହଜ ହୋଇଯିବ ।

କିଛି ସମୟ ପରେ, ମୋତେ ଗଙ୍ଗା ଜୀଙ୍କର ସ୍ୱଚ୍ଛତା ଏବଂ ପାନୀୟ ଜଳ ସହିତ ଜଡ଼ିତ ଅନେକ ପ୍ରକଳ୍ପଗୁଡ଼ିକୁ ପଶ୍ଚିମବଙ୍ଗକୁ ହସ୍ତାନ୍ତର କରିବାର ସୁଯୋଗ ପାଇବି । ନମାମି ଗଙ୍ଗେ ମିଶନ ଅନ୍ତର୍ଗତ ପଶ୍ଚିମବଙ୍ଗର ୨୫ଟିରୁ ଅଧିକ ସ୍ୱେରେଜ ପ୍ରକଳ୍ପ ଅନୁମୋଦନ କରାଯାଇଛି । ସେଥିମଧ୍ୟରୁ ୧୧ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ୭ଟି ପ୍ରକଳ୍ପ ଆଜି ଶେଷ ହେଉଛି । ଆଜି ମଧ୍ୟ ୧.୫ ହଜାର କୋଟି ଟଙ୍କା ବ୍ୟୟରେ ୫ଟି ନୂତନ ପ୍ରକଳ୍ପ ଉପରେ କାର୍ଯ୍ୟ ଆରମ୍ଭ ହେଉଛି । ଏଥିରେ ମୁଖ୍ୟ ବିଷୟ ହେଉଛି, ତାହା ହେଉଛି ଆଜି ଗଙ୍ଗା ନଦୀର ପନରୁଦ୍ଧାର । ମୋତେ କୁହାଯାଇଛି ଯେ ବର୍ତ୍ତମାନ ଆଜି ଗଙ୍ଗା ନଦୀର ଅବସ୍ଥା ଦୁର୍ଭାଗ୍ୟଜନକ ଅଟେ । ଏଥିରେ ଯେଉଁ ଅଳିଆ-ଆବର୍ଜନା ପଡ଼ିଥାଏ, ସିୱରର ଗଙ୍ଗା ପାଣି ପଡ଼ିଥାଏ, ତାହାକୁ ସଫାକ ରିବା ପାଇଁ ୬ଠଠ କୋଟି ଟଙ୍କାରୁ ଅଧିକ ଆଧୁନିକି ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି ।

ଆମେମାନେ ପ୍ରାୟତଃ ବ୍ୟକ୍ତିଙ୍କ ଜୀବନରେ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ବିଷୟରେ କଥାବାର୍ତ୍ତା କରିଥାଉ ଏବଂ ଆମେ କହିଥାଉ ଯେ ଦିନଚର୍ଯ୍ୟା ଏପରି ହେବା ଉଚିତ ଯେ ଯେପରି ରୋଗ ହେବନାହିଁ । ଠିକ୍ ସେହିଭଳି ନଦୀ ସଫା କରିବା ସହିତ କେନ୍ଦ୍ର ସରକାର ମଧ୍ୟ ପ୍ରତିରୋଧ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ଏହି ପ୍ରତିରୋଧର ସବୁଠାରୁ ବଡ଼ ଏବଂ ଆଧୁନିକ ଉପାୟ ହେଉଛି ଅଧିକରୁ ଅଧିକ ଆଧୁନିକ ଜଳ ନିଷ୍କାସନ କାରଖାନା ।

ଆଗାମୀ ୧୦-୧୫ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦେଶରେ ଆଧୁନିକ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ କରାଯାଉଛି । ସ୍ୱାଧୀନତାର ଅମୃତ କାଳରେ ଆମକୁ ଆଗକୁ ଚିନ୍ତା ଏବଂ ଆଭିମୁଖ୍ୟ ସହିତ ଦେଶକୁ ଆଗକୁ ନେବାକୁ ପଡ଼ିବ ।

ଏହି ଏକବିଂଶ ଶତାବ୍ଦୀରେ ଭାରତର ଦ୍ରୁତ ବିକାଶ ପାଇଁ, ଭାରତୀୟ ରେଳର ଦ୍ରୁତ ବିକାଶ, ଭାରତୀୟ ରେଳରେ ଦ୍ରୁତ ଉନ୍ନତି, ଏହିସବୁ ଜିନିଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଆଜି କେନ୍ଦ୍ର ସରକାର ଭାରତୀୟ ରେଳବାଇର ଆଧୁନିକୀକରଣ, ରେଳ ଭିତ୍ତିଭୂମିର ଆଧୁନିକୀକରଣ ପାଇଁ ରେକର୍ଡ ମାତ୍ରାରେ ବିନିଯୋଗ କରୁଛନ୍ତି, ଆଜି ଭାରତରେ ରେଳବାଇର ନବୀକରଣ ପାଇଁ ଦେଶବ୍ୟାପୀ ଅଭିଯାନ ଚାଲିଛି ।

ଆଜି ଦେଶରେ ବଂଦେ ଭାରତ, ତେଜସ, ହମସଫର ଭଳି ଆଧୁନିକ ଟ୍ରେନ ନିର୍ମାଣ କରାଯାଉଛି । ଆଜି ଭିଷ୍ଟା-ଡୋମ କୋଚ ରେଳ ଯାତ୍ରୀମାନଙ୍କୁ ଏକ ନୂତନ ଅଭିଜ୍ଞତା ପ୍ରଦାନ କରୁଛି । ଆଜି ସୁରକ୍ଷିତ, ଆଧୁନିକ କୋଚମାନଙ୍କର ସଂଖ୍ୟାରେ ରେକର୍ଡ ବୃଦ୍ଧି ହୋଇଛି । ଆଜି ରେଲୱେ ଷ୍ଟେନସକୁ ମଧ୍ୟ ବିମାନ ବନ୍ଦର ଭଳି ବିକଶିତ କରାଯାଉଛି । ନୁ୍ୟ ଜଳପାଇଗୁଡ଼ି ଷ୍ଟେସନ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ରହିଛି ।

ଆଜି ରେଳ ଲାଇନଗୁଡ଼ିକର ଦୋହରୀକରଣ, ରେଳ ଲାଇନର ବିଦୁତକରଣ ଯେଉଁଭଳି ବେଗରେ ହେଉଛି, ତାହା ପୂର୍ବରୁ କେବେ ହୋଇ ନ ଥିଲା । ଦେଶରେ ଯେଉଁ ପୂର୍ବାଞ୍ଚଳ ଏବଂ ଉତ୍ସର୍ଗୀକୃତ ମାଲ ପରିବହନ କରିଡରଗୁଡ଼ିକ ଲଜିଷ୍ଟିକ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ସେ ନିରାପତ୍ତା ହେଉ, ପରିଷ୍କାର ପରିଚ୍ଛନ୍ନତା ହେଉ, ଦକ୍ଷତା, ସମନ୍ୱୟ, ସମୟାନୁବର୍ତ୍ତିତା, ସୁବିଧା ହେଉ, ଭାରତୀୟ ରେଳ ଆଦି ଏକ ନୂତନ ପରିଚୟ ସୃଷ୍ଟି କରିବାକୁ ଆମର ସମସ୍ତ ପ୍ରୟାସକୁ ପରିଶୋଧ କରୁଛି ।

ଗତ ଆଠ ବର୍ଷ ମଧ୍ୟରେ ଭାରତୀୟ ରେଳ ଆଧୁନିକତାର ମୂଳଦୁଆ ଉପରେ କାର୍ଯ୍ୟ କରୁଛି । ବର୍ତ୍ତମାନ ଆଗାମୀ ଏକ ନୂତନ ଯାତ୍ରା ଆରମ୍ଭ ହେଉଥିବା ଦେଖିବା, ଭାରତ ଭଳି ଏକ ଯୁବ ଦେଶ ପାଇଁ ଭାରତୀୟ ରେଳବାଇ ମଧ୍ୟ ଏକ ଯୁବ ଅବତାର ନେବାକୁ ଯାଉଛି ଏବଂ ନିଶ୍ଚିତ ଭାବରେ ୪୭୫ରୁ ଅଧିକ ବଂଦେ ଭାରତ ଟ୍ରେନ ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ସାଥୀମାନେ,

ସ୍ୱାଧୀନତା ପରେ ସାତ ଦଶନ୍ଧି ମଧ୍ୟରେ ୨ଠ ହଜାର ରୁଟ କିଲୋମିଟର ରେଳ ଲାଇନର ବିଦୁତକରଣ କରାଯାଇଥିଲା । ଅନ୍ୟପକ୍ଷରେ, ୨୦୧୪ରେ ଆମ ସରକାର ଗଠନ ପରେ, ଗତ ୭-୮ ବର୍ଷ ମଧ୍ୟରେ ୩୨ ହଜାର ରୁଟ କିଲୋମିଟରରୁ ଅଧିକ ରେଳ ଲାଇନକୁ ବିଦୁତକରଣ କରାଯାଇଛି । ଏହା ହେଉଛଇ ଦେଶର କାର୍ଯ୍ୟର ଗତି, ରେଳବାଇବର ଆଧୁନିକୀକରଣ ଗତି ଏବଂ ଏହି ଗତିକୁ ତ୍ୱରାନ୍ୱିତ କରିବା ପାଇଁ ବର୍ତ୍ତମାନ ଭାରତରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବିଜୁଳିର ରେଳ-ଇଞ୍ଜିନଗୁଡ଼ିକ ମଧ୍ୟ ଦ୍ରୁତଗତିରେ ଉତ୍ପାଦନ ହେଉଛି ।

ସାଥୀମାନେ,

ଆଜିର ଭାରତର ବେଗ ଏବଂ ମାପର ଆଉ ଏକ ସାକ୍ଷ୍ୟ ହେଉଛି ଆଗର ମେଟ୍ରୋ ରେଳ ବ୍ୟବସ୍ଥା । କୋଲକାତାର ଲୋକମାନେ ଜାଣନ୍ତି ଯେ ଦଶନ୍ଧି ଧରି ମେଟ୍ରୋ ରେଳ ସର୍ବସାଧାରଣ ପରିବହନର ଏକ ଉକ୍ରୃଷ୍ଟ ଧାରା ଅଟେ । ୨୦୧୪ ପୂର୍ବରୁ, ଦେଶର ମୋଟ ନେଟୱର୍କ ୨୫ଠ କିଲୋମିଟରରୁ କମ ଥିଲା ଏବଂ ଏଥିରେ ଦିଲ୍ଲୀ-ଏନସିଆରର ମଧ୍ୟ ସର୍ବାଧିକ ଅଂଶ ଥିଲା । କେନ୍ଦ୍ର ସରକାର ମଧ୍ୟ ଏହି ପରିସ୍ଥିତିକୁ ପରିବର୍ତ୍ତନ କରିଛନ୍ତି, ଏହାକୁ ପରିବର୍ତ୍ତନ କରିବା ପାଇଁ ସମସ୍ତ ଉଦ୍ୟମ କରାଯାଇଛି ଏବଂ ଏହା ଅତିଶୀଘ୍ର ପରିବର୍ତ୍ତନ ହୋଇଛି ।

ଗତ ୮ ବର୍ଷରେ, ଆମେ ମେଟ୍ରୋକୁ ୨ ଡର୍ଜନରୁ ଅଧିକ ସହରଗୁଡ଼ିକୁ ବିସ୍ତାର କରିଛୁ । ଆଜି ଦେଶର ବିଭିନ୍ନ ସହରରେ ପ୍ରାୟତଃ ୮ଠଠ କିଲୋମିଟର ଟ୍ରାକରେ ମେଟ୍ରୋ ଚାଲୁଛି । ୧ଠଠଠ କିଲୋମିଟର ନୂତନ ମେଟ୍ରୋ ମାର୍ଗରେ କାମ ଦ୍ରୁତ ଗତିରେ ଚାଲିଛି । ଜୋକା-ବିବିଡ଼ି ବାଗ ମେଟ୍ରୋ ପ୍ରକଳ୍ପ ଏହି ସଂକଳ୍ପର ଏକ ଅଂଶ ଅଟେ ।

ସାଥୀମାନେ,

ଗତ ଶତାବ୍ଦୀରେ ଭାରତର ଆଉ ଦୁଇଟି ପ୍ରମୁଖ ଆହ୍ୱାନ ରହିଛି, ଯାହା ଦେଶର ବିକାଶ ଉପରେ ବହୁତ ନକାରାତ୍ମକ ପ୍ରଭାବ ପକାଇଛି, ଭିତ୍ତିଭୂମି କାର୍ଯ୍ୟରେ ବିଭିନ୍ନ ଏଜେନ୍ସି ମଧ୍ୟରେ ସମନ୍ୱୟର ଅଭାବ ହେଉଛି ଗୋଟିଏ ଆହ୍ୱାନ ହେଉଛି ବିଭିନ୍ନ ପରିବହନ ଧାରା ମଧ୍ୟରେ ଶୂନ୍ୟ ସମନ୍ୱୟ ରହିବା ଉଚିତ । ଏହାର ଫଳାଫଳ ହେଲା ସରକାରଙ୍କ ଗୋଟିଏ ବିଭାଗ ଅନ୍ୟ ବିଭାଗ କେଉଁଠି ନୂଆ କାମ ଆରମ୍ଭ କରିବାକୁ ଯାଉଛି ଜାଣି ନ ଥିଲା । ଦେଶର ସଚ୍ଚୋଟ ଟିକସଦାତାଙ୍କୁ ଏଥିପାଇଁ ସହିବାକୁ ପଡ଼ିଲା ।

ଦେଶର ସଚ୍ଚୋଟ କରଦାତା ସର୍ବଦା ସରକାରୀ ଅର୍ଥର ଅପଚୟ ପ୍ରକଳ୍ପରେ ବିଳମ୍ବ, ଦୁର୍ନୀତିକୁ ଘୃଣା କରନ୍ତି । ଯେତେବେଳେ ସେ ଦେଖନ୍ତି ଯେ ତାଙ୍କ କଷ୍ଟ ଉପାର୍ଜିତ ଟଙ୍କା ଦ୍ୱାରା ପ୍ରଦାନ କରାଯାଇଥିବା ଟିକସ ଗରିବ ଲୋକଙ୍କୁ ନୁହେଁ ବରଂ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଲାଭ ଦିଏ, ତେବେ ତାଙ୍କ ଉପରେ ବିବ୍ରତ ହେବା ସ୍ୱାଭାବିକ ଅଟେ।

ଏହି ଅର୍ଥର ଅପଚୟକୁ ରୋକିବା ପାଇଁ ବିଭାଗ ଏବଂ ସରକାରଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଗତିଶକ୍ତି ନାସନାଲ ମାଷ୍ଟର ପ୍ଲାନ କାର୍ଯ୍ୟକାରୀ କରାଯାଇଛି । ବର୍ତ୍ତମାନ ଏହା ବିଭିନ୍ନ ରାଜ୍ୟ ସରକାର, ବିଭିନ୍ନ ସରକାରୀ ବିଭାଗ, ନିର୍ମାଣ ସମ୍ବନ୍ଧୀୟ ଏଜେନ୍ସି ଶିଳ୍ପ ସଂସ୍ଥା ହେଉ, ସମସ୍ତେ ଗୋଟିଏ ପ୍ଲାଟଫର୍ମରେ ଆସୁଛନ୍ତି ।

ପିଏମ ଗତିଶକ୍ତି ପରିବହନକୁ ଭିନ୍ନ ଭିନ୍ନ ମାଧ୍ୟମରେ ସଂଯୋଗ କରିବା, ମଲ୍ଟିମୋଡାଲ କନେକ୍ଟିଭିଟିର କାର୍ଯ୍ୟକୁ ମଧ୍ୟ ତ୍ୱରାନ୍ୱିତ କରୁଛନ୍ତି । ଆଜି ଦେଶରେ ରାଜପଥ, ବିମାନବନ୍ଦର ଜଳପଥ ଏବଂ ନୂତନ ବନ୍ଦରଗୁଡ଼ିକ ରେକର୍ଡ ବେଗରେ ନିର୍ମାଣ କରାଯାଉଛି । ଏବଂ ଏଥିରେ ସବୁଠାରୁ ବଡ଼ କଥା ହେଉଛି ଯେ ସେମାନେ ବର୍ତ୍ତମାନ ଏପରି ଭାବରେ ସଂଯୁକ୍ତ ହେବା ଉଚିତ, ରେଳ ଷ୍ଟେସନଗୁଡ଼ିକ ବିମାନବନ୍ଦର ସହିତ ସଂଯୁକ୍ତ ହେବା ଉଚିତ, ପରିବହନ ସମୟରେ ଲୋକମାନେ ମଧ୍ୟ ନିରନ୍ତର ସଂଯୋଗ ପାଇବା ଉଚିତ ।

ସାଥୀମାନେ,

ଏକବିଂଶ ଶତାବ୍ଦୀରେ ଦ୍ରୁତ ଗତିରେ ଆଗକୁ ବଢ଼ିବାକୁ ହେଲେ ଆମକୁ ଦେଶର ସାମର୍ଥ୍ୟର ଉପଯୁକ୍ତ ଉପଯୋଗ କରିବାକୁ ପଡ଼ିବ । ମୁଁ ମଧ୍ୟ ଦେଶର ଲୋକଙ୍କୁ ଜଳପଥର ଉଦାହରଣ ଦେବାକୁ ଚାହୁଁଛି । ଏକ ସମୟ ଥିଲା, ଯେତେବେଳେ ଭାରତରେ ବାଣିଜ୍ୟ ଏବଂ ପର୍ଯ୍ୟଟନ ପାଇଁ ଜଳପଥ ବହୁଳ ଭାବରେ ବ୍ୟବହୃତ ହେଉଥିଲା । ସେଥିପାଇଁ ଅନେକ ସହର, ନଦୀ କୂଳରେ ବସବାସ କଲେ, ନଦୀ କୂଳରେ ଏତେ ଶିଳ୍ପ ବିକାଶ ହେଲା । କିନ୍ତୁ ଏହି ଦକ୍ଷତା ପ୍ରଥମେ ଶହ ଶହ ବର୍ଷର ଦାସତ୍ୱ ଏବଂ ପରେ ସ୍ୱାଧୀନତା ପରେ ସରକାରଙ୍କ ଉଦାସୀନତା ଦ୍ୱାରା ନଷ୍ଟ ହୋଇ ଯାଇଥିଲା ।

ବର୍ତ୍ତମାନ ଭାରତ ଏହି ଜଳଶକ୍ତି ବୃଦ୍ଧି ପାଇଁ କାର୍ଯ୍ୟ କରୁଛି, ଦେଶରେ ୧ଠଠରୁ ଅଧିକ ଜଳପଥ ବିକାଶ କରାଯାଉଛି । ଭାରତର ନଦୀମାନଙ୍କରେ ଆଧୁନିକ କ୍ରୁଜ ଚାଲୁଛି, ବ୍ୟବସାୟ ମଧ୍ୟ ହେଉ, ପର୍ଯ୍ୟଟନ ମଧ୍ୟ ହେଉ, ଏହି ଦିଗରେ ଆମେ ଦ୍ରୁତ ଗତିରେ ଆଗକୁ ବଢୁଛୁ । ବାଂଲାଦେଶ ସରକାରଙ୍କ ସହଯୋଗରେ ଗଙ୍ଗା ଏବଂ ବ୍ରହ୍ମପୁତ୍ର ନଦୀ ମଧ୍ୟରେ ଜଳପଥ ସ୍ଥାପନ ପାଇଁ ମଧ୍ୟ କେନ୍ଦ୍ର ସରକାର କାର୍ଯ୍ୟ କରିଛନ୍ତି ।

ଆଜି ମୁଁ ଦେଶର ଲୋକମାନଙ୍କୁ ଏହି ସମ୍ବନ୍ଧୀୟ ସୂଚନା ଦେବାକୁ ଚାହୁଁଛି । ଜାନୁଆରୀ ୧୩, ୨୦୨୩ରେ କାଶୀରୁ, ବାରଣାସୀରୁ ଏକ କ୍ରୁଜ ଯାଉଛି, ଯାହା ୩୨୦୦ କିଲୋମିଟର ଲମ୍ବା ଜଳପଥ ଦେଇ ବାଂଲାଦେଶ ଦେଇ ଡିବ୍ରୁଗଡ଼ ପର୍ଯ୍ୟନ୍ତ ପହଂଚିବ । ସମଗ୍ର ବିଶ୍ୱରେ ଏହା ଏକ ପ୍ରକାରର ଅପ୍ରତ୍ୟାଶିତ କ୍ରୁଜ ହେବ । ଏହା ମଧ୍ୟ ଭାରତରେ ବଢୁଥିବା କ୍ରୁଜ ପର୍ଯ୍ୟଟନର ପ୍ରତିଫଳନ ହେବ । ମୁଁ ମଧ୍ୟ ପଶ୍ଚିମବଙ୍ଗର ଲୋକଙ୍କୁ ନିଶ୍ଚିତ ଭାବରେ ଏହାର ଲାଭ ଉଠାଇବାକୁ ଅନୁରୋଧ କରିବି । ଉଲ୍ଲେଖ ଥାଉ ଯେ, ଆଜି ମୁଁ ବିଶେଷ ଭାବରେ ବଙ୍ଗଳାବାସୀଙ୍କୁ ଆଉ ଗୋଟିଏ କଥା ପାଇଁ ନମସ୍କାର କରିବାକୁ ଚାହୁଁଛି । ବଙ୍ଗଳାବାସୀଙ୍କର ଦେଶର ମାଟି ପ୍ରତି ଥିବା ପ୍ରେମକୁ ମୁଁ ସର୍ବଦା ପ୍ରଶଂସା କରିଆସୁଛି । ବଙ୍ଗଳାବାସୀଙ୍କୁ ଦେଶର ବିଭିନ୍ନ ସ୍ଥାନ ଜାଣିବାକୁ, ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରିବାକୁ ଥିବା ଉତ୍ସାହ ଆଶ୍ଚର୍ଯ୍ୟଜନକ ଅଟେ ।

ଅନେକ ଲୋକ, ପ୍ରଥମ ସୁଯୋଗ ପାଇବା ମାତ୍ରେ ଅନ୍ୟ କିଛି ଦେଶ ପରିବର୍ତ୍ତନ କରିବାକୁ ଯାଆନ୍ତି, କିନ୍ତୁ ବଙ୍ଗଳାର ଲୋକମାନେ ସର୍ବଦା ନିଜ ଦେଶକୁ ପ୍ରାଥମିକତା ଦେଇଥାଆନ୍ତି । ବଙ୍ଗଳାର ଲୋକମାନେ, ପର୍ଯ୍ୟଟନରେ ମଧ୍ୟ ଜାତିର ପ୍ରଥମର ଭାବନାକୁ ନେଇ ଚାଲିଥାନ୍ତି ଏବଂ ଆଜି, ଯେତେବେଳେ ଦେଶରେ ସଂଯୋଗ ବୃଦ୍ଧି ପାଉଛି, ରେଳପଥ - ରାଜପଥ - ଆଇୱେ - ଜଳପଥ ଆଧୁନିକ ହେବାରେ ଲାଗିଛି, ସେଥିପାଇଁ ପରିବହନରେ ସୁଗମତା ମଧ୍ୟ ସେତିକି ବଢୁଛି । ଏହାର ବଡ଼ ଲାଭ ବଙ୍ଗଳାର ଲୋକମାନଙ୍କୁ ମଧ୍ୟ ମିଳୁଛି ।

ସାଥୀମାନେ,

ଗୁରୁଦେବ ଟେଗୋରଙ୍କ ଦ୍ୱାରା ରଚିତ ପ୍ରସିଦ୍ଧ ପଂକ୍ତିଗୁଡ଼ିକ ହେଉଛି-

“ଔ ଔମାର ଦେଶେର ମାଟି, ତୋମାର ପୋରେ ଠିକାଇ ମାଥା”

ଓର୍ଥାତ, ହେ ମୋର ଦେଶର ମାଟି, ମୁଁ ତୁମ ଆଗରେ ନିଜର ମଥା ନୁଆଁଉଛି । ସ୍ୱାଧୀନତାର ଏହି ଅମୃତ ମହୋତ୍ସବରେ, ମାତୃଭୂମିକୁ ସର୍ବୋପରି ପ୍ରାଧାନ୍ୟ ଦେଇ ଆମକୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପଡ଼ିବ । ଆଜି ସମଗ୍ର ବିଶ୍ୱ ଭାରତକୁ ବହୁତ ବିଶ୍ୱାସର ସହିତ ଦେଖୁଛି । ଏହି ବିଶ୍ୱାସକୁ ବଜାୟ ରଖିବା ପାଇଁ ପ୍ରତ୍ୟେକ ଭାରତୀୟଙ୍କୁ ନିଜର ସମସ୍ତ ଶକ୍ତି ପ୍ରୟୋଗ କରିବାକୁ ପଡ଼ିବ । ରାଷ୍ଟ୍ର ନିର୍ମାଣ ପାଇଁ ଆମକୁ ପ୍ରତିଦିନ ବ୍ୟବହାର କରିବାକୁ ପଡ଼ିବ, ରାଷ୍ଟ୍ର ନିର୍ମାଣ ପାଇଁ ପ୍ରତ୍ୟେକ ମୁହୂର୍ତ୍ତକୁ ବ୍ୟବହାର କରିବାକୁ ପଡ଼ିବ । ଦେଶ ସେବା କରିବା କାର୍ଯ୍ୟରେ ଆମକୁ ଅଟକାଇବାକୁ ପଡ଼ିବ ନାହିଁ ।

ଏହି ଶବ୍ଦଗୁଡ଼ିକ ସହିତ, ମୁଁ ଏହି ଅନେକ ପ୍ରକଳ୍ପଗୁଡ଼ିକ ପାଇଁ ବଙ୍ଗଳାକୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ମୁଁ ପୁଣିଥରେ ଆପଣଙ୍କୁ ଅଭିବାଦନ କରୁଛି, ଏବଂ ମୁଁ ମୋର କଥାବାର୍ତ୍ତା ସମାପ୍ତ କରୁଛି ।

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways renews 54,600 km of tracks since 2014, boosting speed potential and safety

Media Coverage

Indian Railways renews 54,600 km of tracks since 2014, boosting speed potential and safety
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Shri Narendra Modi speaks with the President of Iran
March 12, 2026
President Pezeshkian shares his perspective on the situation in Iran and the region.
PM reiterates India’s consistent position on resolving all issues through dialogue and diplomacy.
PM highlights India’s priority regarding safety and well-being of Indian nationals and unhindered transit of energy and goods.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the current situation in Iran and shared his perspective on recent developments in the region.

The Prime Minister expressed deep concern about the evolving security situation in the region and reiterated India’s consistent position that all issues must be resolved through dialogue and diplomacy.

The Prime Minister highlighted India’s priority regarding the safety and well-being of Indian nationals in the region, including in Iran, as also the importance of unhindered transit of energy and goods.

The two leaders agreed to remain in touch.