ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମନ୍‌କୀ ବାତ୍‌ (30.08.2020) କାର୍ଯ୍ୟକ୍ରମରେ ଭାରତୀୟ ସେନାର ଦୁଇଟି କୁକୁର ସୋଫି ଓ ବିଦା କଥା କହିଛନ୍ତି । ଏହି ଦୁଇ କୁକୁର ସେମାନଙ୍କ କର୍ତ୍ତବ୍ୟ ନିଷ୍ଠା ପାଇଁ ‘ସ୍ଥଳସେନାଧ୍ୟକ୍ଷ ପ୍ରଶଂସାପତ୍ର’ ପାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତିରକ୍ଷା ବାହିନୀ ଓ ନିରାପତ୍ତା ବାହିନୀରେ ଏଭଳି ଅନେକ ସାହସୀ ଶ୍ୱାନ ଅଛନ୍ତି । ଏସବୁ କୁକୁର ଅନେକ ବୋମା ବିସ୍ଫୋରଣ ଓ ଆତଙ୍କବାଦୀ ଷଡଯନ୍ତ୍ରକୁ ଭଣ୍ଡୁର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଲୁଚାଇ ରଖାଯାଇଥିବା ବିସ୍ଫୋରକ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଠାବ କରିବାରେ ଏହି ଶ୍ୱାନମାନେ କିପରି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି ତାହାର ସେ ଏକାଧିକ ଉଦାହରଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିକଟରେ ବିଦ୍‌ ଜିଲ୍ଲା ପୁଲିସ ଏଭଳି ଏକ ସାହସୀ ଶ୍ୱାନ ରକିକୁ ଯଥାର୍ଥ ଅନ୍ତିମ ବିଦାୟ ପ୍ରଦାନ କରିଛି । ଏହି ଶ୍ୱାନଟି 300ରୁ ଅଧିକ ମାମଲା ସମାଧାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ।

ଭାରତୀୟ ଶ୍ୱାନ ପ୍ରଜାତିଙ୍କ ସଂପର୍କରେ ଆଲୋଚନା କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶୀ କୁକୁରଙ୍କୁ ପାଳନ କରିବା ଖର୍ଚ୍ଚ କମ୍‌ । ସେମାନେ ଭାରତୀୟ ପରିବେଶ ଓ ପରିସ୍ଥିତି ସହିତ ଉତ୍ତମଭାବେ ନିଜକୁ ଖାପଖୁଆଇଥାଆନ୍ତି । ଭାରତୀୟ ନିରାପତ୍ତାବାହିନୀରେ ଦେଶୀ ପ୍ରଜାତିର ଶ୍ୱାନଙ୍କୁ ଏବେ ପାଳନ କରାଯାଉଛି । ଭାରତୀୟ କୃଷି ଗବେଷଣା ପରିଷଦ ପକ୍ଷରୁ ଭାରତୀୟ ପ୍ରଜାତିର ଶ୍ୱାନଙ୍କ ଉପରେ ଗବେଷଣା ଚାଲିଛି । ଏହି ପ୍ରଜାତିର ଶ୍ୱାନମାନଙ୍କୁ ଉତ୍ତମ ତାଲିମ ପ୍ରଦାନ ସହ ଜଗାରଖା କାର୍ଯ୍ୟରେ ଅଧିକ ସଫଳଭାବେ କିପରି ବ୍ୟବହାର କରାଯାଇପାରିବ ସେଥିପାଇଁ ଗବେଷଣାରେ ଗୁରୁତ୍ୱ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୋତାମାନଙ୍କୁ କହିଛନ୍ତି, ‘ଆପଣମାନଙ୍କ ମଧ୍ୟରୁ କେହି ଯଦି କୁକୁର ପାଳନ କରିବାକୁ ଚାହୁଁଥାନ୍ତି ତେବେ ଦେଶୀ ପ୍ରଜାତିର ଏକ ଶ୍ୱାନ ବାଛିବା ଉଚିତ ।’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Akash missile creator hails ‘Make In India’ success in defence sector

Media Coverage

Akash missile creator hails ‘Make In India’ success in defence sector
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 24, 2026
April 24, 2026

Made in India, Built for 2047: PM Modi’s Reforms Turning Rural Hope into National Strength