ହର ହର ମହାଦେବ !

କରୋନା ମହାମାରୀ ବିରୁଦ୍ଧରେ କାଶୀର ଲଢ଼େଇ ବିଷୟରେ ମୁଁ କ୍ରମାଗତ ଭାବେ ଆପଣଙ୍କ ସହିତ ସମ୍ପର୍କରେ ରହିଛି, ତଥ୍ୟ ମଧ୍ୟ ସଂଗ୍ରହ କରୁଛି ଆଉ ମୋତେ ଅନେକ ସୂତ୍ରରୁ ମଧ୍ୟ ଜାଣିବାକୁ ମିଳୁଛି। କାଶୀର ଲୋକ, ଏଠାକାର ବ୍ୟବସ୍ଥା, ହସ୍ପିଟାଲ, ଏହି କଠିନ ସମୟରେ କିଭଳି କାର୍ଯ୍ୟ କରୁଛନ୍ତି, ଏହାକୁ ନେଇ ଏବେ ଆପଣ ସମସ୍ତେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ବହୁତ ଭଲ ଢ଼ଂଗରେ ଆମ ସାମ୍ନାରେ ଉପସ୍ଥାପିତ କରିଛନ୍ତି, ନିଜ କଥା କହିଛନ୍ତି। ଆମେ ସମସ୍ତେ ଜାଣିଛେ ଯେ ଆମର ଏଠାରେ କୁହାଯାଏ- ‘କାଶ୍ୟାମ୍‍ ବିଶ୍ୱେଶ୍ୱରଃ ତଥା’। ଅର୍ଥାତ କାଶୀରେ ସର୍ବତ୍ର ବାବା ବିଶ୍ୱନାଥ ହିଁ ବିରାଜମାନ କରିଛନ୍ତି, ଏଠାରେ ପ୍ରତ୍ୟେକ ବାବା ବିଶ୍ୱନାଥଙ୍କ ଅଂଶ ଭାବେ ଅଛନ୍ତି । କରୋନାର ଏହି କଠିନ ସମୟରେ ଆମର କାଶୀବାସୀମାନେ ଏବଂ ଏଠାରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ଲୋକ ନିଶ୍ଚିତ ଭାବେ ଏହି ବାଣୀକୁ ସାର୍ଥକ ସିଦ୍ଧ କରୁଛନ୍ତି। ଆପଣ ସମସ୍ତେ ଶିବଙ୍କ କଲ୍ୟାଣ ଭାବନା ସହିତ କାର୍ଯ୍ୟ କରି ଜନ-ଜନଙ୍କ ସେବା କରିଛନ୍ତି। ମୁଁ କାଶୀର ଜଣେ ସେବକ ଭାବେ ପ୍ରତ୍ୟେକ କାଶୀବାସୀଙ୍କୁ ହୃଦୟର ସହିତ ବହୁତ-ବହୁତ ଧନ୍ୟବାଦ ଜଣାଉଛି। ବିଶେଷ କରି ଆମର ଡାକ୍ତରମାନେ, ସେବିକାମାନେ, ଟେକ୍ନିସିଆନମାନେ, ୱାର୍ଡର ପିଲାମାନେ, ଆମ୍ବୁଲାନ୍ସ ଡ୍ରାଇଭର, ଆପଣ ସମସ୍ତେ ଯେଉଁ କାର୍ଯ୍ୟ କରିଛନ୍ତି, ବାସ୍ତବରେ ତାହା ପ୍ରଶଂସନୀୟ। ଯଦିଓ ଏହି ମହାମାରୀ ହେଉଛି ଏତେ ବଡ଼ ଆପଣ ସମସ୍ତେ କଠିନ ପରିଶ୍ରମ ଏବଂ ଅସୀମ ପ୍ରୟାସ ସତ୍ୱେ ମଧ୍ୟ ଆମେ ନିଜ ପରିବାରର ଅନେକ ସଦସ୍ୟଙ୍କୁ ବଞ୍ଚାଇ ପାରିଲେ ନାହିଁ! ଏହି ଭୂତାଣୁ ଆମର ଅନେକ ସ୍ୱପ୍ନକୁ ଆମଠାରୁ ଛଡାଇ ନେଇଛି। ମୁଁ ସେହି ସମସ୍ତ ଲୋକମାନଙ୍କୁ ନିଜର ବିନମ୍ର ଶ୍ରଦ୍ଧାଞ୍ଜଳୀ ଜଣାଉଛି ଏବଂ ସେମମାନଙ୍କ ପରିଜନଙ୍କ ପ୍ରତି ଶାନ୍ତ୍ୱନା ବ୍ୟକ୍ତ କରୁଛି।

ସାଥୀଗଣ,

କରୋନାର ଦ୍ୱିତୀୟ ଲହରରେ ଆମକୁ ଅନେକ କ୍ଷେତ୍ରରେ ଏକାଠି ଲଢ଼ିବାକୁ ପଡ଼ୁଛି। ଚଳିତ ଥର ସଂକ୍ରମଣ ହାର ମଧ୍ୟ ପୂର୍ବଠାରୁ ଅନେକ ଗୁଣ ଅଧିକ ରହିଛି, ଆଉ ରୋଗୀମାନଙ୍କୁ ଅଧିକ ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ଭର୍ତି ହୋଇ ରହିବାକୁ ପଡ଼ୁଛି। ଏ ସବୁ ଦ୍ୱାରା ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଏକ ସମୟରେ ବହୁତ ବଡ଼ ଚାପ ସୃଷ୍ଟି ହୋଇ ଯାଇଛି। ବନାରସ ଏମିତିରେ କେବଳ କାଶୀ ପାଇଁ ନୁହେଁ, ସମ୍ପୂର୍ଣ୍ଣ ପୂର୍ବାଞ୍ଚଳର ସ୍ୱାସ୍ଥ୍ୟ ସେବାର ଏକ କେନ୍ଦ୍ର ପାଲଟିଛି। ବିହାରର କିଛି ଭାଗରୁ ମଧ୍ୟ ଲୋକ କାଶୀ ଉପରେ ନିର୍ଭର କରି ଥାଆନ୍ତି। ତେଣୁ ଏହା ସ୍ୱାଭାବିକ ଭାବେ ଏଠାକାର ସ୍ୱାସ୍ଥ୍ୟ ସେବା ଉପରେ ଏତେ ବଡ଼ ଚାପ, ବଡ଼ ଆହ୍ୱାନ ପାଲଟି ଯାଇଛି। ବିଗତ 7 ବର୍ଷରେ ଏଠାକାର ସ୍ୱାସ୍ଥ୍ୟସେବାକୁ ନେଇ ଯେଉଁ କାର୍ଯ୍ୟ ହୋଇଛି, ତାହା ଆମକୁ ବହୁତ ବଡ଼ ସହଯୋଗ କରିଛି, ପୁଣି ମଧ୍ୟ ଏହି ଅସାଧାରଣ ପରିସ୍ଥିତି ରହିଛି। ଆମର ଡାକ୍ତରମାନେ, ଆମର ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ଏତେ ବଡ଼ ପରିଶ୍ରମ ଦ୍ୱାରା ହିଁ ଏହି ଚାପକୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇଛି। ଆପଣ ସମସ୍ତେ ଜଣେ-ଜଣେ ରୋଗୀଙ୍କ ଜୀବନ ରକ୍ଷା ପାଇଁ ଦିନ-ରାତି କାର୍ଯ୍ୟ କଲେ, ନିଜର ଅସୁବିଧା-ଆରାମ ଏସବୁରୁ ଉପରକୁ ଯାଇ ମନ-ପ୍ରାଣ ଦେଇ ଲାଗି ରହିଲେ, କାର୍ଯ୍ୟ କରି ଚାଲିଲେ। ଆପଣମାନଙ୍କର ଏହି ତପସ୍ୟା ଦ୍ୱାରା ବନାରସ ଯେଉଁଭଳି ଭାବେ ଏତେ କମ୍‍ ସମୟରେ ନିଜକୁ ସମ୍ଭାଳିଛି, ଆଜି ସମଗ୍ର ଦେଶରେ ଏହାର ଚର୍ଚ୍ଚା ହେଉଛି।

ସାଥୀଗଣ,

ଏହି କଠିନ ସମୟରେ ବନାରସର ସେବାରେ ଲାଗିଥିବା ଆମର ଜନ-ପ୍ରତିନିଧିମାନେ ଏବଂ ସରକାରୀ ଅଧିକାରୀଗଣ ମଧ୍ୟ, ଆମର ସୁରକ୍ଷାବଳମାନେ ମଧ୍ୟ କ୍ରମାଗତ ଭାବେ କାର୍ଯ୍ୟ କରିଛନ୍ତି। ଅକ୍ସିଜେନର ଯୋଗାଣ ବୃଦ୍ଧି କରିବା ପାଇଁ, ଅକ୍ସିଜେନ ପ୍ଲାଂଟ ଆରମ୍ଭ କରାଯାଇଛି, ଅନେକ ନୂଆ ଅକ୍ସିଜେନ ପ୍ଲାଂଟ ମଧ୍ୟ ନିର୍ମାଣ କରାଯାଇଛି। ବନାରସ ସମେତ ପୂର୍ବାଞ୍ଚଳରେ ନୂଆ ଭେଂଟିଲେଟର ଏବଂ ଅକ୍ସିଜେନ କନସେନଟ୍ରେଟରର ବ୍ୟବସ୍ଥା କରାଯାଇଛି।

ସାଥୀଗଣ,

ବନାରସ ଯେଉଁ ଗତିରେ ଏତେ କମ ସମୟରେ ଅକ୍ସିଜେନ ଏବଂ ଆଇସିୟୁ ଶଯ୍ୟା ସଂଖ୍ୟାରେ ଅନେକ ଗୁଣ ବୃଦ୍ଧି କରିଛି, ଯେଉଁଭଳି ଭାବେ ଏତେ ଶୀଘ୍ର ପଣ୍ଡିତ ରାଜନ ମିଶ୍ର କୋଭିଡ ହସ୍ପିଟାଲକୁ ସକ୍ରିୟ କରିଛି, ଏହା ମଧ୍ୟ ନିଜକୁ ନିଜ ମଧ୍ୟରେ ହେଉଛି ଏକ ଉଦାହରଣ। ଆଧୁନିକ ସୁବିଧା ଥିବା ନୂତନ ମେସିନଗୁଡିକ ଆସିବା ଦ୍ୱାରା ଏଠାରେ ଆରଟି-ପିସିଆର ପରୀକ୍ଷା ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ମୋତେ ଅବଗତ କରାଯାଇଛି ଯେ ବନାରସ ସମନ୍ୱିତ କୋଭିଡ କମାଣ୍ଡ କେନ୍ଦ୍ର ମଧ୍ୟ ବହୁତ ବ୍ୟବସ୍ଥିତ ଭାବେ କାର୍ଯ୍ୟ କରୁଛି। ଆପଣମାନେ ଯେଉଁଭଳି ଭାବେ ଟେକ୍ନୋଲୋଜିର ପ୍ରୟୋଗ କଲେ, ସମସ୍ତ ଜରୁରୀ ବ୍ୟବସ୍ଥା ଗୁଡିକୁ ରୋଗୀ ଏବଂ ସାଧାରଣ ଜନତାଙ୍କ ପାଇଁ ସୁଲଭ କଲେ, ତାହା ହେଉଛି ଅନୁକରଣୀୟ। ଆମ ଦେଶରେ ବିଗତ କିଛି ବର୍ଷରେ ଯେଉଁ ଯୋଜନାମାନ ପ୍ରସ୍ତୁତ ହୋଇଛି, ଯେଉଁ ଅଭିଯାନ ଚାଲିଛି, ତାହା କରୋନା ସହିତ ଲଢିବା ପାଇଁ ବହୁତ ସହାୟତା କରିଛି। ସ୍ୱଚ୍ଛ ଭାରତ ଅଭିଯାନ ଯୋଗୁଁ ଶୌଚାଳୟ ହେଉ, ଆପଣମାନେ ଚିନ୍ତାକରନ୍ତୁ, ଯେତେବେଳେ 2014ରେ ଆପଣମାନେ ମୋତେ ସାଂସଦ ଭାବେ ନିର୍ବାଚିତ କରି ପଠାଇଲେ ଏବଂ ଯେତେବେଳେ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେବାପାଇଁ ଆସିଥିଲି, ଆପଣମାନେ ମୋ ଉପରେ ଏତେ ଭଲ ପାଇବା ବର୍ଷା କରିଥିଲେ, ଏତେ ଆଶୀର୍ବାଦ ଦେଇଥିଲେ। କିନ୍ତୁ ମୁଁ କ’ଣ କଲି, ପ୍ରଥମ ଦିନରୁ ହିଁ ଦେବା ପାଇଁ କୌଣସି କଥା କହି ନଥିଲି, ମୁଁ ଆପଣମାନଙ୍କୁ ମାଗିଥିଲି, କାଶୀବାସୀଙ୍କୁ ମାଗିଲି ଏବଂ ମୁଁ ସର୍ବସାଧାରଣରେ କହିଥିଲି ଯେ ଆପଣ ମୋତେ ପ୍ରତିଶୃତି ଦିଅନ୍ତୁ ଆମେ କାଶୀକୁ ସ୍ୱଚ୍ଛ ରଖିବା। ଆଜି ଆମେ ଦେଖୁଛେ ଯେ କାଶୀକୁ ବଞ୍ଚାଇବା ପାଇଁ ଆପଣମାନେ ସ୍ୱଚ୍ଛତାର ଯେଉଁ ପ୍ରତିଶୃତି ମୋତେ ଦେଇଥିଲେ, ଆଉ କାଶୀ ବାସୀମାନେ ସ୍ୱଚ୍ଛତା ପାଇଁ ଯେଉଁ କଷ୍ଟ ଉଠାଇଛନ୍ତି ଏବଂ କ୍ରମାଗତ ଭାବେ ଜାରି ରଖିଛନ୍ତି ତାହାର ଲାଭ ଆଜି ଆମକୁ ମିଳୁଛି। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ମାଗଣା ଚିକିତ୍ସାର ଯେଉଁ ସୁବିଧା କରାଯାଇଥିଲା ସେଥିରେ ଯେଉଁ ଲାଭାର୍ଥୀ ଅଛନ୍ତି, ଉଜ୍ଜ୍ୱଳ ଯୋଜନା ଯୋଗୁଁ ଯେଉଁ ଗ୍ୟାସ ସିଲିଣ୍ଡର ମିଳିଛି, ଜନ ଧନ ବ୍ୟାଙ୍କ ଖାତା ହେଉ, ଅବା ପୁଣି ଫିଟ୍‍ ଇଣ୍ଡିଆ ଅଭିଯାନ ହେଉ, ଯୋଗ ଏବଂ ଆୟୁଷ ପ୍ରତି, ଏବେ ଯେତେବେଳେ ୟୁଏନ ଦ୍ୱାରା ଅନ୍ତରାଷ୍ଟ୍ରୀୟ ଯୋଗ ଦିବସକୁ ସମଗ୍ର ବିଶ୍ୱ ସ୍ୱୀକୃତି ଦେଲା ଏବଂ ଜୁନ 21ରେ ଯୋଗ ଦିବସ ଆରମ୍ଭ ହେଲା, ଆରମ୍ଭରେ ବହୁତ ଥଟ୍ଟାମଜାରେ ଉଡାଇ ଦିଆଗଲା, ସମାଲୋଚନା କରାଗଲା, ସାମ୍ପ୍ରଦାୟିକତା ନ ହୋଇ ମଧ୍ୟ ସାମ୍ପ୍ରଦାୟିକତାର ରଙ୍ଗ ବୋଳି ଦିଆଗଲା, କିନ୍ତୁ ଆଜି ସମଗ୍ର ବିଶ୍ୱରେ କରୋନା ବିରୋଧି ଲଢ଼େଇରେ ଯୋଗର ମହାତ୍ମ୍ୟ ମଧ୍ୟ ପ୍ରଚଳିତ ହେଉଛି। ଯୋଗ ଏବଂ ଆୟୁଷ ପ୍ରତି ସଚେତନତା ଏହିସବୁ ଦ୍ୱାରା କରୋନା ବିରୁଦ୍ଧରେ ଲଢ଼େଇରେ ଲୋକଙ୍କର ବହୁତ ଶକ୍ତି ବୃଦ୍ଧି କରିଛି।

ସାଥୀଗଣ,

ମହାଦେବଙ୍କ କୃପାରୁ ବନାରସ ହେଉଛି ଆଧ୍ୟାତ୍ମିକ କ୍ଷମତାରେ ଭରପୂର ସହର। ସେ କରୋନାର ପ୍ରଥମ ଲହର ହେଉ ଅବା ଦ୍ୱିତୀୟ ଲହର, ଏଠାକାର ଲୋକମାନେ ଧୈର୍ଯ୍ୟ ଏବଂ ସେବାର ଅଦ୍ଭୁତ ପରିଚୟ ଦେଇଛନ୍ତି। ମୋ କାଶୀର ଲୋକ, ଏଠାକାର ସାମାଜିକ ସଂଗଠନ, ରୋଗୀମାନଙ୍କର, ଗରିବମାନଙ୍କର, ବୟସ୍କମାନଙ୍କର, କ୍ରମାଗତ ଭାବେ ଏକ ପରିବାରର ସଦସ୍ୟ ଭଳି ସେବା କରୁଛନ୍ତି, ଚିନ୍ତା କରୁଛନ୍ତି। କୌଣସି ପରିବାରରକୁ ଖାଦ୍ୟ ପାଇଁ ଚିନ୍ତା କରିବାକୁ ନପଡ଼ୁ, କୌଣସି ଗରିବଙ୍କୁ ଔଷଧ ପାଇଁ ଚିନ୍ତା କରିବାକୁ ନପଡ଼ୁ, କାଶୀ ଏଥିପାଇଁ ନିଜକୁ ସମର୍ପିତ କରି ଦେଇଛି। ଅନେକ ବ୍ୟବସାୟୀମାନେ ନିଜେ ଆଗକୁ ଆସି ନିଜର ଦୋକାନ ବନ୍ଦ କରିଛନ୍ତି, ଫଳରେ ସଂକ୍ରମଣର ଶୃଙ୍ଖଳକୁ ଭଙ୍ଗା ଯାଇ ପାରିବ। ଏହି ସମସ୍ତ ବ୍ୟବସାୟୀ ଭାଇମାନେ, ଆମର ସାଥୀମାନେ, ନିଜର ଆର୍ଥିକ ଲାଭ-କ୍ଷତିର ଚିନ୍ତା କରି ନାହାଁନ୍ତି ବରଂ ନିଜ ସଂସାଧନ ମାଧ୍ୟମରେ ସେବାରେ ଲାଗିଗଲେ। ଆପଣଙ୍କର ଏହି ସେବାଭାବ କାହାକୁ ମଧ୍ୟ ଅଭିଭୂତ କରିଦେବ, କିନ୍ତୁ ମୁଁ ଜାଣିଛି ଯେ ମାଆ ଅନ୍ନପୂର୍ଣ୍ଣାଙ୍କ ନଗରୀ ଆଉ ଏହା ହେଉଛି ଏହି ନଗରୀର ସହଜ-ସୁଲଭ ସ୍ୱଭାବ। ସେବା, ଏହା ତ ହେଉଛି ଏଠାକାର ସାଧନାର ଏକ ପ୍ରକାରର ମନ୍ତ୍ର।

ସାଥୀଗଣ,

ଆପଣଙ୍କ ତପସ୍ୟା ଦ୍ୱାରା, ଆଉ ଆମ ସମସ୍ତଙ୍କ ଭାବ ବିନିମୟ ପ୍ରୟାସ ଦ୍ୱାରା ମହାମାରୀର ଏହି ଆକ୍ରମଣକୁ ଆପଣମାନେ ବହୁତ ସମୟ ପର୍ଯ୍ୟନ୍ତ ନିୟନ୍ତ୍ରଣ କରିଛନ୍ତି। କିନ୍ତୁ ଏବେ ମଧ୍ୟ ସନ୍ତୁଷ୍ଟ ହେବାର ସମୟ ନୁହେଁ, ଆମକୁ ଏବେ ଏକ ଦୀର୍ଘ ଲଢ଼େଇ ଲଢ଼ିବାର ଅଛି। ଏବେ ଆମକୁ ବନାରସ ଓ ପୂର୍ବାଞ୍ଚଳର ଗ୍ରାମୀଣ ଅଞ୍ଚଳରେ ମଧ୍ୟ ବହୁତ ଧ୍ୟାନ ଦେବାର ଅଛି ଆଉ ଏବେ ଆମର ମନ୍ତ୍ର କ’ଣ ହେବ, ପ୍ରତ୍ୟେକ ବ୍ୟବସ୍ଥା ପାଇଁ, ପ୍ରତ୍ୟେକ ଶାଖା ପାଇଁ, ନୂତନ ମନ୍ତ୍ର ହେଉଛି- ‘ଯହାଁ ବିମାର-ୱହିଁ ଉପଚାର’ ଅର୍ଥାତ ‘ଯେଉଁଠି ରୋଗ ସେଇଠି ଉପଚାର’, ଏହା ଆମେ ଭୁଲିବା ନାହିଁ, ‘ଯେଉଁଠି ରୋଗ ସେଇଠି ଉପଚାର’। ଆମେ ଯେତେ ଉପଚାର ତାହା ପାଖକୁ ନେଇ ଚାଲିବା ସେତିକି ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଚାପ ବହୁତ କମ୍‍ ହେବ ଆଉ ଏଥିପାଇଁ ଆପଣ ସମସ୍ତ ବ୍ୟବସ୍ଥାଗୁଡ଼ିକ ‘ଯେଉଁଠି ରୋଗ ସେଇଠି ଉପଚାର’। ଏହି ସିଦ୍ଧାନ୍ତ ଉପରେ ଏବଂ ଅନ୍ୟ କଥାଟି ହେଉଛି ମାଇକ୍ରୋ କଂଟେନମେଣ୍ଟ ଜୋନ୍‍, କାଶୀ ବହୁତ ସଫଳତା ପୂର୍ବକ ତାହା ଉପରେ ଧ୍ୟାନ କେନ୍ଦ୍ରୀତ କଲା ଏବଂ ତାହାର ଲାଭ ମିଳୁଛି। ମାଇକ୍ରୋ କଂଟେନମେଣ୍ଟ ଜୋନ୍‍ ଗଠନ କରି ଯେଉଁଭଳି ଭାବେ ଆପଣ ସହର ଏବଂ ଗାଁର ଘରେ-ଘରେ ଔଷଧ ବାଣ୍ଟୁଛନ୍ତି, ଆପଣମାନେ ଗାଁ ଲୋକଙ୍କ ପାଖରେ ମେଡିକାଲ କିଟ୍‍ ପହଞ୍ଚାଇଛନ୍ତି, ତାହା ହେଉଛି ଏକ ବହୁତ ଉତମ ପଦକ୍ଷେପ। ଏହି ଅଭିଯାନକୁ ଗ୍ରାମୀଣ ଅଞ୍ଚଳରେ ଯେତେ ସମ୍ଭବ ସେତେ ଅଧିକ ବ୍ୟାପକ କରିବାର ଅଛି। ଡାକ୍ତର, ଲ୍ୟାବ୍‍, ଏବଂ ଇ-ମାର୍କେଟିଂ କମ୍ପାନୀଗୁଡ଼ିକୁ ଏକାଠି ସାମିଲ କରି ‘କାଶୀ କବଚ’ ନାମରେ ଟେଲି-ମେଡିସିନର ସୁବିଧା କଲେ, ଏହା ମଧ୍ୟ ହେଉଛି କାଶୀର ବହୁତ ଅଭିନବ ପ୍ରୟୋଗ। ଏହାର ଲାଭ ଗାଁ-ଗାଁର ଲୋକଙ୍କୁ ମିଳୁ, ଏଥିପାଇଁ ବିଶେଷ ସଚେତନତା ଅଭିଯାନ ମଧ୍ୟ ଚାଲିବା ଆବଶ୍ୟକ। ସେହିପରି, ୟୁପିରେ ଅନେକ ବରିଷ୍ଠ ଏବଂ ଯୁବ ଡାକ୍ତରମାନେ ମଧ୍ୟ ଗ୍ରାମୀଣ ଅଞ୍ଚଳରେ ଟେଲି ମେଡିସିନ ମାଧ୍ୟମରେ ସେବା କରୁଛନ୍ତି। ସେମାନଙ୍କୁ ସାଙ୍ଗରେ ନେଇ ଏହାକୁ ଅଧିକ ବ୍ୟାପକ କରାଯାଇ ପାରିବ। କୋଭିଡ଼ ବିରୁଦ୍ଧରେ ଗାଁରେ ଚାଲୁ ରହିଥିବା ଲଢ଼େଇରେ ଆମର ଆଶାକର୍ମୀ ଏବଂ ଏଏନଏମ ଭଉଣୀମାନଙ୍କର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମୁଁ ଚାହିଁବି ଯେ ସେମାନଙ୍କର ଦକ୍ଷତା ଏବଂ ଅନୁଭବର ଲାଭ ମଧ୍ୟ ଅଧିକରୁ ଅଧିକ ନିଆଯାଉ।

ସାଥୀଗଣ,

ଦ୍ୱିତୀୟ ଲହରରେ ଆମେ ଟିକାର ସୁରକ୍ଷାକୁ ମଧ୍ୟ ଦେଖିଛେ। ଟିକାର ସୁରକ୍ଷା ସହିତ ବହୁତ ସମୟ ପର୍ଯ୍ୟନ୍ତ ଆମେ ଆଗଧାଡ଼ିର କର୍ମକର୍ତାଙ୍କୁ ସୁରଖିତ ରଖି ଲୋକଙ୍କ ସେବା କରି ପାରିଛେ। ଏହି ସୁରକ୍ଷା କବଚ ଆଗାମୀ ଦିନରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବ। ଆମର ପାଳି ଆସିଲେ ଟିକା ନିଶ୍ଚିତ ଭାବେ ନେଇଯିବା। କରୋନା ବିରୁଦ୍ଧରେ ଆମର ଲଢ଼େଇ ଯେପରି ଏକ ସାମୁହିକ ଅଭିଯାନ ହୋଇ ଯାଇଛି, ସେମିତି ହିଁ ଟିକାକରଣକୁ ମଧ୍ୟ ଆମକୁ ସାମୁହିକ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ପଡ଼ିବ।

ସାଥୀଗଣ,

ଯେତେବେଳେ ପ୍ରୟାସ ଗୁଡ଼ିକରେ ସମ୍ବେଦନଶୀଳତା ରହିବ, ସେବାର ଭାବନା ରହିବ, ଲୋକଙ୍କ କଷ୍ଟର ଅନୁଭବ ରହିବ, ବିଜ୍ଞାନ ଆଧାରିତ ଅଭିବ୍ୟକ୍ତି ରହିବ, ସେତେବେଳେ ତୃଣମୂଳ ସ୍ତରରେ କରାଯାଉଥିବା କାର୍ଯ୍ୟ ମଧ୍ୟ ଦୃଷ୍ଟିଗୋଚର ହୋଇଥାଏ। ମୋର ମନେଅଛି, ପୂର୍ବାଞ୍ଚଳରେ ପ୍ରଥମେ କିଭଳି ଭାବେ ପିଲାମାନଙ୍କ ମଧ୍ୟରେ ମସ୍ତିଷ୍କ ଜ୍ୱର ଭଳି ରୋଗର ପ୍ରଭାବ ଥିଲା। ମସ୍ତିଷ୍କ ଜ୍ୱରରେ ପ୍ରତିବର୍ଷ ହଜାର-ହଜାର ପିଲାଙ୍କର ଦୁଃଖଦ ମୃତ୍ୟୁ ହୋଇ ଯାଉଥିଲା, ଆପଣମାନଙ୍କର ମନେଥିବ, ଏହି ସଂଖ୍ୟା ଅଗଣିତ ଥିଲା। ଆଜି ଆମର ଯେଉଁ ଯୋଗୀ ମହାଶୟ ମୁଖ୍ୟମନ୍ତ୍ରୀ ଅଛନ୍ତି, ସେ ଯେତେବେଳେ ପ୍ରଥମେ ସାଂସଦ ଥିଲେ, ସଂସଦରେ ଏହି ପିଲାମାନଙ୍କର ଜୀବନକୁ, ଯେଭଳି ଭାବରେ ପିଲାଙ୍କର ମୃତ୍ୟୁ ଜଣଙ୍କ ପରେ ଜଣଙ୍କର ହେଉଥିଲା, ସେ କାନ୍ଦି-କାନ୍ଦି ସଂସଦରେ କହିଥିଲେ। ସେହି ସମୟର ସରକାରଙ୍କୁ ସେ ଅନୁରୋଧ କରିଥିଲେ ଯେ ଏହି ପିଲାମାନଙ୍କୁ ବଞ୍ଚାନ୍ତୁ, କିଛି ବ୍ୟବସ୍ଥା କରନ୍ତୁ, ସେ କାନ୍ଦି ପକାଇଥିଲେ, ହଜାର-ହଜାର ପିଲା ମରୁଥିଲେ। ଆଉ ଏହି ଧାରା ବର୍ଷ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଯୋଗୀ ମହାଶୟ ସଂସଦରେ ଥିଲେ, ପ୍ରୟାସ କରି ଚାଲିଲେ। କିନ୍ତୁ ଯେତେବେଳେ ଯୋଗୀ ମହାଶୟ ୟୁପିର ମୁଖ୍ୟମନ୍ତ୍ରୀ ହେଲେ ଏବଂ ଭାରତ ସରକାର ଓ ରାଜ୍ୟ ସରକାର ମିଳିମିଶି, ସେମାନେ ଏହି ମସ୍ତିଷ୍କ ଜ୍ୱର ବିରୁଦ୍ଧରେ ଏକ ବହୁତ ବଡ଼ ଅଭିଯାନ ଆରମ୍ଭ କଲେ, ଆପଣ ସମସ୍ତେ ଏହା ସହିତ ବହୁତ ପରିଚିତ ଅଛନ୍ତି ଆଉ ଅଧିକ ମାତ୍ରାରେ ଆମେ ପିଲାମାନଙ୍କର ଜୀବନ ବଞ୍ଚାଇବାରେ ଆଜି ସଫଳ ହୋଇଛେ। ଅଧିକ ମାତ୍ରାରେ ଆମେ ଏହି ରୋଗକୁ ନିୟନ୍ତ୍ରଣକୁ ଆଣି ପାରିଛେ। ଏହାର ବହୁତ ବଡ଼ ଲାଭ ପୂର୍ବାଞ୍ଚଳର ଲୋକଙ୍କୁ ହୋଇଛି, ଏଠାକାର ପିଲାମାନଙ୍କୁ ହୋଇଛି। ଏହି ଉଦାହରଣ ଆମକୁ ଦେଖାଉଛି ଯେ ଏଭଳି ସମ୍ବେଦନଶୀଳତା, ସତର୍କତାର ସହିତ ଆମକୁ କ୍ରମାଗତ ଭାବେ କାର୍ଯ୍ୟ କରି ଚାଲିବାକୁ ପଡ଼ିବ। ଆମକୁ ମନେ ରଖିବାକୁ ହେବ ଯେ ଆମର ଲଢ଼େଇ ଏକ ଅଦୃଶ୍ୟ ଏବଂ ରୂପ ବଦଳାଉଥିବା ଏକ ଧୂର୍ତ ପ୍ରଜାତିର ଶତ୍ରୁ ବିରୁଦ୍ଧରେ ଚାଲିଛି। ଏହି ଲଢ଼େଇରେ ଆମକୁ କରୋନା କବଳରୁ ଆମ ପିଲାମାନଙ୍କୁ ବଞ୍ଚାଇ ରଖିବାକୁ ହେବ, ସେମାନଙ୍କ ପାଇଁ ମଧ୍ୟ ବିଶେଷ ପ୍ରସ୍ତୁତି କରିବାର ଅଛି। ମୁଁ ଏବେ କିଛି ଦିନ ତଳେ ୟୁପିର ଅଧିକାରୀମାନଙ୍କ ସହିତ କଥା ହେଉଥିଲି, ସେତେବେଳେ ଆପଣଙ୍କ ମୁଖ୍ୟ ସଚିବ ତିୱାରୀ ମହାଶୟ ବହୁତ ବିସ୍ତୃତ ଭାବରେ ମୋତେ କହିଥିଲେ ଯେ ସେ ଅନୁମାନ କରିଛନ୍ତି ଯେ ପିଲାମାନଙ୍କୁ ଯଦି କରୋନା ହେବ, ତେବେ କ’ଣ କ’ଣ କରିବା ଉଚିତ, ସମ୍ପୂର୍ଣ୍ଣ ବ୍ୟବସ୍ଥା ବିକଶିତ କରିବା ଆଉ ମୋତେ ଶୁଣିବା ପାଇଁ ବହୁତ ଭଲ ଲାଗିଲା ଯେ ସେ ଏ ଦିଗରେ ବେଶ ସଚେତନ ଓ ଆଗୁଆ ଅଛନ୍ତି। ଉତରପ୍ରଦେଶ ସରକାର ଗୁରୁତ୍ୱର ସହିତ ଏହି ପ୍ରକାରର କାର୍ଯ୍ୟ କରୁଛନ୍ତି। ଅନେକଗୁଡ଼ିଏ କାର୍ଯ୍ୟ ଆରମ୍ଭ ହୋଇ ସାରିଛି।

ସାଥୀଗଣ,

ଆମର ଏହି ଲଢ଼େଇରେ ଏବେ କିଛି ଦିନ ହେବ ବ୍ଲାକ ଫଙ୍ଗସର ଏକ ନୂଆ ଆହ୍ୱାନ ସାମ୍ନାକୁ ଆସିଛି। ଏହା ମୁକାବିଲା ପାଇଁ ଜରୁରୀ ସତର୍କତା ଏବଂ ବ୍ୟବସ୍ଥା ଉପରେ ଧ୍ୟାନ ଦେବା ଆବଶ୍ୟକ। ଏବେ ଯେତେବେଳେ ମୁଁ ଆପଣମାନଙ୍କ ସହିତ କଥା ହେଉଥିଲି ତେବେ ଏଥିପାଇଁ ଯାହା ମଧ୍ୟ ସୂଚନା ଥିଲା, ମୁଁ ଆପଣଙ୍କ ସହିତ ବିନିମୟ କରିଛି।

ସାଥୀଗଣ,

ଦ୍ୱିତୀୟ ଲହର ସମୟରେ ପ୍ରଶାସନ ଯେଉଁ ପ୍ରସ୍ତୁତି କରିଛି, ତାହା ସଂକ୍ରମଣ ମାମଲା ହ୍ରାସ କରିବା ପରେ ମଧ୍ୟ ସେହିଭଳି ଭାବରେ ସତେଜ ଏବଂ ସକ୍ରିୟ ରଖିବାର ଅଛି। ଏହା ସହିତ, କ୍ରମାଗତ ପରିସଂଖ୍ୟାନ ଏବଂ ପରିସ୍ଥିତି ଉପରେ ଦୃଷ୍ଟି ରଖିବାର ଅଛି। ଯେଉଁ ଅନୁଭବ ଆପଣମାନଙ୍କୁ ବନାରସରେ ମିଳିଛି, ତାହାର ଅଧିକରୁ ଅଧିକ ଲାଭ ସମ୍ପୂର୍ଣ୍ଣ ପୂର୍ବାଞ୍ଚଳ ଏବଂ ପ୍ରଦେଶକୁ ମିଳିବା ଉଚିତ। ମୁଁ ଚାହିଁବି ଯେ ଆମର ଯେଉଁ ଡାକ୍ତର ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀ ଅଛନ୍ତି, ସେମାନେ ନିଜ ଅନୁଭବକୁ ନିଜ କର୍ମଚାରୀ ମହଲରେ ନିଶ୍ଚିତ ବିନିମୟ କରନ୍ତୁ। ପ୍ରଶାସନର ଲୋକ ମଧ୍ୟ ନିଜ ଅନୁଭବ ଏବଂ ଇନପୁଟ୍‍ କୁ ସରକାରଙ୍କ ପର୍ଯ୍ୟନ୍ତ ପହଞ୍ଚାନ୍ତୁ, ଫଳରେ ଆଗକୁ ଏହାର ବ୍ୟାପକ ଲାଭ ମିଳି ପାରିବ। ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଆପଣଙ୍କର ସର୍ବୋତ୍କୃଷ୍ଟ ଅଭ୍ୟାସ ପହଞ୍ଚାଇ ପାରିବା । ମୁଁ ସମସ୍ତ ଜନପ୍ରତିନିଧିମାନଙ୍କୁ ମଧ୍ୟ କହିବାକୁ ଚାହିଁବି, ସମସ୍ତ ନିର୍ବାଚିତ ଲୋକଙ୍କୁ ମଧ୍ୟ କହିବାକୁ ଚାହିଁବି ଆପଣମାନେ କ୍ରମାଗତ ଭାବେ କାର୍ଯ୍ୟ କରୁଛନ୍ତି, ବହୁତ ବୋଝ ଅଛି। କେବେ-କେବେ ଜନତା ଜନାର୍ଦ୍ଦନଙ୍କ ସନ୍ତୋଷ-ଅସନ୍ତୋଷର ସ୍ୱର ମଧ୍ୟ ଶୁଣିବାକୁ ପଡ଼ିଥାଏ, କିନ୍ତୁ ମୋର ବିଶ୍ୱାସ ଯେ ଏହି ସମ୍ବେଦନଶୀଳତାର ସହିତ ଆପଣ ଯୋଡ଼ି ହୋଇ ରୁହନ୍ତୁ, ଯେଉଁ ନମ୍ରତାର ସହିତ ଆପଣ ଯୋଡି ହୋଇଛନ୍ତି, ତାହା ମଧ୍ୟ ନିଜକୁ ନିଜ ମଧ୍ୟରେ ସାଧାରଣ ନାଗରିକଙ୍କ ପାଇଁ ଏକ ମଲମ ଭଳି କାର୍ଯ୍ୟ କରିଥାଏ, ଆଉ ଏଥିପାଇଁ ମୁଁ ସମସ୍ତ ଜନପ୍ରତିନିଧିମାନଙ୍କୁ ମଧ୍ୟ ଏହି ଅଭିଯାନ ସହିତ ଯୋଡି ହେବାପାଇଁ ଏବଂ ତାହାର ନେତୃତ୍ୱ ନେବାପାଇଁ ଏକ ପ୍ରକାରରେ ସନ୍ତୋଷ ବ୍ୟକ୍ତ କରୁଛି। ଆମ ସମସ୍ତଙ୍କୁ ଦେଖିବାର ଅଛି ଯେ ଜଣେ ମଧ୍ୟ ନାଗରିକଙ୍କୁ ଯଦି କୌଣସି ଅସୁବିଧା ହୁଏ, ତେବେ ତାହାର ଚିନ୍ତା ଜନ-ପ୍ରତିନିଧିମାନଙ୍କର ହେଉଛି ସ୍ୱାଭାବିକ ଦାୟିତ୍ୱ। ତାହାକୁ ଅଧିକାରୀ ଏବଂ ସରକାରଙ୍କ ପାଖରେ ପହଞ୍ଚାଇବା, ତାହାର ସମାଧାନ ସୁନିଶ୍ଚିତ କରିବା, ଏହି କାର୍ଯ୍ୟ ଆମକୁ ଆଗକୁ ମଧ୍ୟ ଜାରି ରଖିବାର ଅଛି। ମୋର ବିଶ୍ୱାସ ଯେ ଆମ ସମସ୍ତଙ୍କର ଏହି ସାମୁହିକ ପ୍ରୟାସ ଶୀଘ୍ର ଭଲ ପରିଣାମ ଆଣିବ। ଆଉ ବାବା ବିଶ୍ୱନାଥଙ୍କ ଆଶୀର୍ବାଦରୁ କାଶୀ ଶୀଘ୍ର ଏହି ଲଢ଼େଇକୁ ଜିତିବ। ମୁଁ ଆପଣ ସମସ୍ତଙ୍କର ଉତମ ସ୍ୱାସ୍ଥ୍ୟର କାମନା କରୁଛି। ବାବା ବିଶ୍ୱନାଥଙ୍କ ଚରଣରେ ପ୍ରଣାମ କରି ପ୍ରାର୍ଥନା କରୁଛି ଯେ ସବୁ ଲୋକ ସୁସ୍ଥ ରୁହନ୍ତୁ, ବାବା ବିଶ୍ୱନାଥ ସମଗ୍ର ମାନବ ଜାତିର କଲ୍ୟାଣ କରିଥାଆନ୍ତି, ଏଥିଲାଗି ତାଙ୍କୁ କୌଣସି ଏକ ଭୂଭାଗ ପାଇଁ କହିବା ଉଚିତ ହେବ ନାହିଁ। ଆପଣ ସୁସ୍ଥ ରୁହନ୍ତୁ, ଆପଣଙ୍କ ପରିବାରଜନ ସୁସ୍ଥ ରୁହନ୍ତୁ, ଏହି କାମନା ସହିତ, ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”