ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକ ପ୍ରତି ଥିବା ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୃଷ୍ଟି, ଯତ୍ନ ଓ ବିଚାରକୁ ସମ୍ପୃକ୍ତ ମୁଖ୍ୟମନ୍ତ୍ରୀଗଣଙ୍କ ପ୍ରଶଂସା
କରୋନାର ମୁକାବିଲା ପାଇଁ ସମୟୋଚିତ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ଧନ୍ୟବାଦ
କୋଭିଡ ନିୟମ ଉଲ୍ଲଂଘନ କରି ଶୈଳ ନିବାସରେ ଭିଡ ଜମାଇବା ବିରୋଧରେ ବିଶେଷ ସତର୍କ ରହିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
ତୃତୀୟ ଲହରକୁ କିପରି ଉପଯୁକ୍ତ ଭାବେ ପ୍ରତିହତ କରିହେବ ତାହା ଆମର ପ୍ରଥମ ବିଚାର ହେବା ଆବଶ୍ୟକ; କହିଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ
ସମସ୍ତଙ୍କ ପାଇଁ ଟିକା – ମାଗଣା ଟିକା’ ଅଭିଯାନ ଉତ୍ତର-ପୂର୍ବାଞ୍ଚଳ ପାଇଁ ଗୁରୁତ୍ୱପୂର୍ଣ୍ଣ- ପ୍ରଧାନମନ୍ତ୍ରୀ
କରୋନା ସଂକ୍ରମଣ ସ୍ଥିତି ଘେନି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସମୂହର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ
ଏବେ ଅନୁମୋଦିତ ହୋଇଥିବା ୨୩୦୦୦ କୋଟି ଟଙ୍କାର ପ୍ୟାକେଜ ଚିକିତ୍ସା ଭିତ୍ତିଭୂମିର ଉନ୍ନତିରେ ସହାୟକ ହେବ-ପ୍ରଧାନମନ୍ତ୍ରୀ
ପିଏମ୍ କେୟାର୍ସ ଅକ୍ସିଜେନ ପ୍ଲାଣ୍ଟଗୁଡିକର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ ଜଣାଇଲେ

ଆପଣ ସମସ୍ତଙ୍କୁ ନମସ୍କାର! ସର୍ବପ୍ରଥମେ କିଛି ନୂତନ ଦାୟିତ୍ୱ ନେଇଥିବା ଲୋକ ଅଛନ୍ତି ତେବେ ମୁଁ ସେମାନଙ୍କର ପରିଚୟ କରାଇ ଦେଉଛି ଫଳରେ ଆପଣମାନଙ୍କୁ ସୁବିଧା ହେବ। ଶ୍ରୀମାନ ମନସୁଖ ଭାଇ ମାଣ୍ଡଭିୟାଆ, ସେ ମଧ୍ୟ ଆମର ନୂତନ ସ୍ୱାସ୍ଥ୍ୟ ମନ୍ତ୍ରୀ ହୋଇଛନ୍ତି, ତାଙ୍କ ସହିତ ରାଷ୍ଟ୍ରମନ୍ତ୍ରୀ ଭାବେ ଡା. ଭାରତୀ ପାୱାର ମହାଶୟା ମଧ୍ୟ ବସିଛନ୍ତି। ସେ ଆମର ସ୍ୱାସ୍ଥ୍ୟ ବିଭାଗର ଏମଓଏସ ଭାବେ କାର୍ଯ୍ୟ କରୁଛନ୍ତି। ଆଉ ଦୁଇଜଣ ଲୋକ ଅଛନ୍ତି ଯାହାଙ୍କ ସହିତ ଆପଣମାନଙ୍କର ସମ୍ବନ୍ଧ କ୍ରମାଗତ ଭାବେ ରହିବ ସେ ହେଉଛନ୍ତି ଡୋନର ମନ୍ତ୍ରଣାଳୟର ନୂତନ ମନ୍ତ୍ରୀ ଶ୍ରୀମାନ ଜି. କିଷନ ରେଡ୍ଡି ମହାଶୟ ଆଉ ତାଙ୍କ ସହିତ ଅଛନ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀମାନ ବି.ଏଲ.ବର୍ମା ମହାଶୟ, ତେବେ ଏହି ପରିଚୟ ମଧ୍ୟ ଆପଣମାନଙ୍କ ପାଇଁ ହେଉଛି ଜରୁରୀ।

ସାଥୀଗଣ,

କରୋନା ସହିତ ଉତ୍ତର-ପୂର୍ବାଞ୍ଚଳରେ ଆପଣମାନେ ସମସ୍ତେ କେଉଁଭଳି ଭାବେ କିଛି ସୃଜନାତ୍ମକ ଚିନ୍ତାଧାରା ସହିତ ଏହା ବିରୋଧରେ ଲଢ଼ିବା ପାଇଁ ଯେଉଁ ପରିଶ୍ରମ କରୁଛନ୍ତି, ଆପଣମାନେ ଯେଉଁ ସବୁ ଯୋଜନା ପ୍ରସ୍ତୁତ କରିଛନ୍ତି, ଯାହାକିଛି ସାକାର କରିଛନ୍ତି, ସେଗୁଡ଼ିକର ବିସ୍ତୃତ ଭାବେ ଆପଣମାନେ ବର୍ଣ୍ଣନା କଲେ। ଆପଣମାନେ ଆଉ ଏକ ପ୍ରକାରରେ ସମଗ୍ର ଦେଶ ଏବଂ ବିଶେଷ କରି ଆମର ସ୍ୱାସ୍ଥ୍ୟକର୍ମୀମାନେ, ପ୍ରତ୍ୟେକ ନିଜ ନିଜର ଦାୟିତ୍ୱ ସମ୍ପାଦନ କରିବା ପାଇଁ ବିଗତ ଦେଢ଼ ବର୍ଷ ହେଲାଣି କ୍ରମାଗତ ଭାବେ ପରିଶ୍ରମ କରିଛନ୍ତି। ଉତ୍ତର-ପୂର୍ବାଞ୍ଚଳର ଭୌଗୋଳିକ ଆହ୍ୱାନ ପରେ ମଧ୍ୟ, ପରୀକ୍ଷଣ ଏବଂ ଚିକିତ୍ସାରୁ ନେଇ ଟିକାକରଣର ଭିତିଭୂମି ପ୍ରସ୍ତୁତ କରାଯାଇଛି, ଆଉ ବିଶେଷ ଭାବେ ଆଜି ମୁଁ ଦେଖିଛି ଯେ ଆପଣମାନେ ଯେଉଁଭଳି ଭାବେ କାର୍ଯ୍ୟ କରିଛନ୍ତି, ଏହା କିନ୍ତୁ ସଠିକ ଯେ ଏବେ ମଧ୍ୟ ଚାରୋଟି ରାଜ୍ୟ ନିଜର ସ୍ଥିତିରେ ସୁଧାର କରିବାକୁ ବାକି ଅଛି। କିନ୍ତୁ ଅନ୍ୟମାନେ ଖୁବ ସମ୍ବେଦନଶୀଳତାର ସହିତ ଟିକା ନଷ୍ଟ ପରିମାଣକୁ ବହୁମାତ୍ରାରେ ରୋକିଛନ୍ତି। କେବଳ ଏତିକି ହିଁ ନୁହେଁ, ଆପଣ ପ୍ରତି ଭାଏଲର ସର୍ବାଧିକ ଉପଯୋଗ ଉପରେ ମଧ୍ୟ କାର୍ଯ୍ୟ କରିଛନ୍ତି ଆଉ ଏକ ପ୍ରକାରରେ ଆପଣ ଯେଉଁ କାର୍ଯ୍ୟ କରିଛନ୍ତି ତାହା ହେଉଛି ଯୋଗାତ୍ମକ। ତେବେ ମୁଁ ଆପଣଙ୍କର ଏହି ପ୍ରୟାସକୁ ଆଉ ବିଶେଷ କରି ଆମର ଚିକିତ୍ସା କ୍ଷେତ୍ରରେ ଯେଉଁସବୁ ଲୋକମାନେ ଅଛନ୍ତି, ଯେଉଁମାନେ ଏହି କୁଶଳତା ଦେଖାଇଛନ୍ତି, ମୁଁ ସେହି ଟିମକୁ ବହୁତ ଶୁଭେଚ୍ଛା ଜଣାଉଛି କାରଣ ଟିକାକରଣରେ ଟିକାର ଏତେ ଗୁରୁତ୍ୱ ରହିଛି ଆଉ ତାହାକୁ ଏହିଭଳି ଭାବେ ସମ୍ପୂର୍ଣ୍ଣ ସମ୍ବେଦନଶୀଳ ଭାବେ ତୁଲାଇଛନ୍ତି। ତେଣୁ ମୁଁ ଆପଣ ସମସ୍ତଙ୍କୁ, ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ସାଥୀଙ୍କୁ ଶୁଭେଚ୍ଛା ଜଣାଉଛି ଆଉ ଯେଉଁ ଚାରୋଟି ରାଜ୍ୟରେ ଏହି କାର୍ଯ୍ୟଟିକୁ କରାଯିବାରେ ଏବେ କିଛି ପରିମାଣରେ ଊଣା ଅନୁଭବ ହେଉଛି ସେଠାରେ ମଧ୍ୟ ବହୁତ ଭଲଭାବେ ଏହି କାର୍ଯ୍ୟକୁ କରାଯିବ, ମୋର ଏଭଳି ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି।

ସାଥୀଗଣ,

ବର୍ତମାନ ପରିସ୍ଥିତି ସହିତ ଆମେ ସମସ୍ତେ ଭଲଭାବେ ପରିଚିତ। କୋଭିଡ଼ର ଦ୍ୱିତୀୟ ଲହର ବେଳେ, ଭିନ୍ନ-ଭିନ୍ନ ସରକାର ମିଳିମିଶି ଯେଉଁ ସାମୁହିକ ପ୍ରୟାସ କରିଛନ୍ତି, ତାହାର ଫଳାଫଳ ମଧ୍ୟ ଦେଖାଯାଉଛି। କିନ୍ତୁ ଉତ୍ତର-ପୂର୍ବାଞ୍ଚଳର କିଛି ଏଭଳି ଜିଲ୍ଲା ଅଛି, ଯେଉଁଠାରେ ସଂକ୍ରମଣର ମାମଲାରେ ବୃଦ୍ଧି ହେଉଥିବାର ରେକର୍ଡ କରାଯାଉଛି। ଏହି ସଙ୍କେତଗୁଡ଼ିକୁ ଆମକୁ ଧରିବାକୁ ପଡ଼ିବ, ଆମକୁ ଆହୁରି ସତର୍କ ରହିବାର ଆବଶ୍ୟକତା ରହିଛି ଆଉ ଲୋକମାନଙ୍କୁ ମଧ୍ୟ କ୍ରମାଗତ ଭାବେ ସତର୍କ କରିବାକୁ ପଡ଼ିବ। ସଂକ୍ରମଣକୁ ବ୍ୟାପୀବାରୁ ରୋକିବା ପାଇଁ ଆମକୁ ଅଣୁ ସ୍ତରରେ ଆହୁରି କଠୋର ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ଆଉ ଏବେ ହେମନ୍ତା ମହାଶୟ କହୁଥିଲେ ସେ ଲକ୍ ଡାଉନର ପଥକୁ ଗ୍ରହଣ କଲେନାହିଁ, ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ବା ଅଣୁ ଆବଦ୍ଧାଞ୍ଚଳର ପଥକୁ ବାଛିଲେ, ଛଅ ହଜାରରୁ ଅଧିକ ଅଣୁ ଆବଦ୍ଧାଞ୍ଚଳ ଜୋନ୍‍ ଘୋଷଣା କଲେ। ଏହି କାରଣରୁ ଦାୟିତ୍ୱ ସ୍ଥିର ହୋଇ ପାରଲା। ଏହି ଅଣୁ ଆବଦ୍ଧାଞ୍ଚଳର ଯିଏ ଦାୟିତ୍ୱରେ ଥିବେ, ତାହାଙ୍କୁ ପଚାରି ପାରିବା କି ଭାଇ କ’ଣ ଗଡ଼ବଡ଼ ହେଲା? କାହିଁକି ହେଲା ନାହିଁ? କିପରି ଭଲ ହେଲା? ତେଣୁ ଆମେ ଅଣୁ ଆବଦ୍ଧାଞ୍ଚଳ ଉପରେ ଯେତିକି ଗୁରୁତ୍ୱ ପ୍ରଦାନ କରିବା, ଆମେ ଏହି ପରିସ୍ଥିତିରୁ ସେତେ ଶୀଘ୍ର ବାହାରକୁ ବାହାରି ଆସି ପାରିବା ଆଉ ବିଗତ ଦେଢ଼ ବର୍ଷ ଭିତରେ ଆମକୁ ଯେଉଁସବୁ ଅନୁଭବ ମିଳିଛି, ଆମେ ଯେଉଁ ସବୁ ସର୍ବୋତମ ବ୍ୟବସ୍ଥା ପରିଚାଳନା ଦେଖିଛେ, ଆମକୁ ତାହାର ମଧ୍ୟ ସମ୍ପୂର୍ଣ୍ଣ ଭାବେ ବ୍ୟବହାର କରିବାକୁ ପଡ଼ିବ। ଦେଶର ଭିନ୍ନ-ଭିନ୍ନ ରାଜ୍ୟଗୁଡ଼ିକ ମଧ୍ୟ ନୂଆ-ନୂଆ ସୃଜନାତ୍ମକ ଉପାୟ ବାଛିଛନ୍ତି। ଆପଣଙ୍କର ରାଜ୍ୟରେ ମଧ୍ୟ କିଛି ଜିଲ୍ଲା ରହିଥିବେ, କିଛି ଗାଁ ଥିବେ, କିଛି ଅଫିସର ଥିବେ, ଯେଉଁମାନେ ବଡ଼ ସୃଜନାତ୍ମକ ଉପାୟରେ ଏହିସବୁ ଜିନିଷ ଗୁଡ଼ିକୁ ପରିଚାଳନା କରିଥିବେ। ଏହିସବୁ ସର୍ବୋତମ ଉପାୟଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକୁ ଯେତେ ଅଧିକ ଆମେ ପ୍ରଚାରିତ କରିବା, ଆମପାଇଁ ସୁବିଧା ହେବ।

ସାଥୀଗଣ,

ଆମକୁ କରୋନା ଭୂତାଣୁର ପ୍ରତ୍ୟେକଟି ଭାରିଆଣ୍ଟ ଉପରେ ଦୃଷ୍ଟି ରଖିବାକୁ ହେବ କାରଣ ଏହା ହେଉଛି ସମ୍ପୂର୍ଣ୍ଣ ଭାବେ ବହୁରୂପୀ। ବାରମ୍ବାର ନିଜର ରଙ୍ଗ-ରୂପ ପରିବର୍ତନ କରି ଦେଉଛି ଆଉ ସେହି କାରଣରୁ ଆମ ମାନଙ୍କ ପାଇଁ ମଧ୍ୟ ଆହ୍ୱାନ ସୃଷ୍ଟି କରୁଛି ଆଉ ଏଥିପାଇଁ ଆମକୁ ପ୍ରତ୍ୟେକ ଭାରିଆଣ୍ଟ ଉପରେ ବହୁତ ସୂକ୍ଷ୍ମ ଭାବେ ଦୃଷ୍ଟି ଦେବାକୁ ପଡ଼ିବ। ମ୍ୟୁଟେସନ ପରେ ଏହା କିଭଳି ଭାବେ ବ୍ୟତିବ୍ୟସ୍ତ କରିବ, ଏହା ଉପରେ ବିଶେଷଜ୍ଞମାନେ କ୍ରମାଗତ ଭାବେ ଗବେଷଣା କରୁଛନ୍ତି। ସମଗ୍ର ଟିମ୍‍ ପ୍ରତ୍ୟେକଟି ପରିବର୍ତନ ଉପରେ ଦୃଷ୍ଟି ରଖିଛି। ଏଭଳି ପରିସ୍ଥିତିରେ ନିରାକରଣ ଏବଂ ଚିକିତ୍ସା, ଏହା ହେଉଛି ବହୁତ ଜରୁରୀ। ଏହି ଦୁଇଟି ସହିତ ଜଡ଼ିତ ଉପାୟଗୁଡ଼ିକ ଉପରେ ଆମକୁ ଆମର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେବାକୁ ପଡ଼ିବ, ଏହିସବୁ ଜିନିଷ ଉପରେ ସମ୍ପୂର୍ଣ୍ଣ ରୂପେ ଦୃଷ୍ଟି ଦେବାକୁ ପଡ଼ିବ। ଭୂତାଣୁର ପ୍ରହାର, ସେହି ଦୁଇ ଗଜର ଦୂରତା, ମାସ୍କ ଏବଂ ଟିକାକରଣର କବଚ ସାମ୍ନାରେ ଦୁର୍ବଳ ହୋଇ ପଡ଼ିବ, ଆଉ ଏହା ଆମେ ବିଗତ ଦେଢ଼ ବର୍ଷର ଅନୁଭବରେ ଦେଖିଛୁ। ସେଠାରେ ପରୀକ୍ଷଣ, ଟ୍ରାକିଂ ଏବଂ ଚିକିତ୍ସା ଏଯେଉଁ ରଣନୀତି ଆମର ରହିଛି, ଆମର ଯେଉଁ ଭିତ୍ତିଭୂମି ରହିଛି, ତାହା ଯଦି ଉନ୍ନତ ହେବ, ତେବେ ଅଧିକରୁ ଅଧିକ ଜୀବନ ବଞ୍ଚାଇବାରେ ଆମେ ସଫଳ ହୋଇପାରିବା। ଏହା ସମଗ୍ର ଦୁନିଆର ଅନୁଭବରୁ ପ୍ରମାଣିତ ହୋଇ ସାରିଛି ଆଉ ତେଣୁ, ଆମକୁ ପ୍ରତ୍ୟେକ ନାଗରିକଙ୍କୁ କରୋନାର ସୁରକ୍ଷା ପାଇଁ କରାଯାଇଥିବା ନିୟମ ସବୁକୁ ପାଳନ କରିବା ପାଇଁ ନିରନ୍ତର ପ୍ରୋତ୍ସାହିତ କରି ଚାଲିବାକୁ ପଡ଼ିବ। ସମାଜରେ ମଧ୍ୟ ନାଗରିକ ସମାଜର ଲୋକ ଅଛନ୍ତି, ଧାର୍ମିକ ସମାଜର ଜୀବନର ଆଗରେ ମୁଖିଆମାନେ ଅଛନ୍ତି, ଏ ସମସ୍ତଙ୍କଠାରୁ ବାରମ୍ବାର ଏହି କଥାସବୁ ଆସିଚାଲିଛି, ଏଥିପାଇଁ ପ୍ରୟାସ କରିବାକୁ ପଡ଼ିବ।

ସାଥୀଗଣ,

ଏହା ସତ୍ୟ ଯେ କରୋନା କାରଣରୁ ପର୍ଯ୍ୟଟନ, ବ୍ୟବସାୟ-କାରବାର, ଏସବୁ ବହୁ ଭାବରେ ପ୍ରଭାବବିତ ହୋଇଛି। କିନ୍ତୁ ଆଜି ମୁଁ ବହୁତ ଯୋର୍ ଦେଇ କହିବି ଯେ ଶୈଳ ନିବାସରେ, ବଜାରରେ ମାସ୍କ ନ ପିନ୍ଧି ବୁଲିବା, ନିୟମ କାନୁନକୁ ନ ମାନିବା, ଅତ୍ୟଧିକ ଜନ ଗହଳି ହେବା ମୁଁ ଭାବୁଛି ଏହା ହେଉଛି ଚିନ୍ତାଜନକ, ଏହା କଦାପି ଠିକ୍ ନୁହେଁ। କେତେଥର ଆମେ ଏହି ଯୁକ୍ତି ଶୁଣିଛୁ ଆଉ କିଛି ଲୋକ ତ ନିଜ ଛାତି ଚଉଡ଼ା କରି କହୁଛନ୍ତି ଆରେ ଭାଇ ତୃତୀୟ ଲହର ଆସିବା ପୂର୍ବରୁ ଆମେ ଉପଭୋଗ କରିବାକୁ ଚାହୁଁଛୁ। ଏହିକଥା ଲୋକମାନଙ୍କୁ ବୁଝାଇବା ଜରୁରୀ ଯେ, ତୃତୀୟ ଲହର ଆପେ-ଆପେ ଆସିବନି। କେବେ-କେବେ ଲୋକମାନେ ପ୍ରଶ୍ନ ପଚାରୁଛନ୍ତି ଯେ ତୃତୀୟ ଲହର ପାଇଁ କ’ଣ ପ୍ରସ୍ତୁତି କରିଛନ୍ତି? ତୃତୀୟ ଲହର ପାଇଁ ଆପଣ କ’ଣ କରିବେ? ଆଜି ଆମ୍ଭମାନଙ୍କ ମନରେ ଏହି ପ୍ରଶ୍ନ ଆସିବା ଦରକାର ଯେ ତୃତୀୟ ଲହର ଆସିବାରେ କିପରି ରୋକ ଲଗାଇବା? ଆମର ପ୍ରୋଟୋକୋଲକୁ କିପରି ଚତୁରତାର ସହିତ ପାଳନ କରାଇପାରିବା? ଆଉ ଏହି କରୋନା ହେଉଛି ଏଭଳି ଏକ ଭୂତାଣୁ, ତାହା ଆପେ-ଆପେ ଆସେନାହିଁ, କେହି ଯାଇ ନେଇ ଆସିବେ, ତେବେ ଆସିବ ଆଉ ସେଥିପାଇଁ ଆମେ ଯଦି ଏହିସବୁ ଜିନିଷଗୁଡ଼ିକୁ ବାରମ୍ବାର ସାବଧାନତାର ସହିତ ପାଳନ କରିବା, ତେବେ ଆମେ ତୃତୀୟ ଲହରକୁ ମଧ୍ୟ ରୋକି ପାରିବା। ଆସିବା ପରେ କ’ଣ କରିବା ତାହା ହେଉଛି ଏକ ଭିନ୍ନ ବିଷୟ କିନ୍ତୁ ଆସିବାରୁ ରୋକିବା ଏହା ହେଉଛି ଏକ ପ୍ରମୁଖ ବିଷୟ ଆଉ ଏଥିପାଇଁ ଆମ ନାଗରିକମାନଙ୍କ ମଧ୍ୟରେ ସଚେତନତା, ସତର୍କତା, ପ୍ରୋଟୋକଲର ପାଳନ, ଏସବୁଥିରେ ଆମେ ସାମାନ୍ୟତମ ବୁଝାମଣା କରିବାର ନାହିଁ ଆଉ ବିଶେଷଜ୍ଞମାନେ ମଧ୍ୟ ବାରମ୍ବାର ଏହି ସତର୍କ ବାଣୀ ଶୁଣାଉଛନ୍ତି ଯେ ଅସାବଧାନତା, ଅସତର୍କତା, ଭିଡ଼ ବା ଗହଳି-ଚହଳି, ଏସବୁ କାରଣରୁ କରୋନା ସଂକ୍ରମଣ ଭୀଷଣ ଭାବେ ବୃଦ୍ଧି ପାଇପାରେ। ଆଉ ତେଣୁ ଏହା ହେଉଛି ଜରୁରୀ ଯେ ପ୍ରତ୍ୟେକ ସ୍ତରରେ, ପ୍ରତି ପଦକ୍ଷେପ ଗମ୍ଭୀରତାର ସହିତ ଉଠାଇବାକୁ ପଡ଼ିବ। ଅଧିକ ଗହଳିପୂର୍ଣ୍ଣ ଯେଉଁ ସବୁ ଆୟୋଜନକୁ ରୋକାଯାଇ ପାରିବ, ସେଗୁଡ଼ିକୁ ରୋକିବା ପାଇଁ ଆମକୁ ପ୍ରୟାସ କରିବାକୁ ପଡ଼ିବ।

ସାଥୀଗଣ,

କେନ୍ଦ୍ର ସରକାରଙ୍କ ଦ୍ୱାରା ଚଲିଥିବା ‘ସମସ୍ତଙ୍କୁ ଟିକା-ମାଗଣା ଟିକା’ ଅଭିଯାନ ଉତ୍ତର-ପୂର୍ବାଞ୍ଚଳ ପାଇଁ ମଧ୍ୟ ହେଉଛି ସେତିକି ଗୁରୂତ୍ୱପୂର୍ଣ୍ଣ। ତୃତୀୟ ଲହରର ମୁକାବିଲା କରିବା ପାଇଁ ଆମକୁ ଟିକାକରଣର ଯେଉଁ ପ୍ରକ୍ରିୟା ରହିଛି ତାହାକୁ ଦ୍ରୁତ ଗତି ପ୍ରଦାନ କରିବାକୁ ପଡ଼ିବ। ଆମକୁ ଟିକାକରଣ ସହିତ ଜଡ଼ିତ ସମସ୍ତ ଭ୍ରମାତ୍ମକ ତଥ୍ୟକୁ ଦୂର କରିବା ପାଇଁ ସାମାଜିକ, ସାଂସ୍କୃତିକ, ଧାର୍ମିକ, ଶୈକ୍ଷଣୀୟ, ଯେତିକି ମଧ୍ୟ ଲୋକ ଅଛନ୍ତି, ଯେତେ ମଧ୍ୟ ତାରକା ବା ପ୍ରସିଦ୍ଧ ଲୋକ ଅଛନ୍ତି, ଆମକୁ ସମସ୍ତଙ୍କୁ ଏଥିରେ ସାମିଲ କରିବାକୁ ପଡ଼ିବ। ପ୍ରତ୍ୟେକଙ୍କ ମୁହଁରେ ଏହି କଥାର ପ୍ରଚାର କରିବାକୁ ପଡ଼ିବ ଆଉ ଲୋକମାନଙ୍କୁ ସେଥିପାଇଁ ମଧ୍ୟ ବୁଝାଇବାକୁ ପଡ଼ିବ। ଏବେ ଉତ୍ତର-ପୂର୍ବାଞ୍ଚଳର କିଛି ରାଜ୍ୟଗୁଡ଼ିକରେ ଟିକାକରଣକୁ ନେଇ ପ୍ରଶଂସନୀୟ କାର୍ଯ୍ୟ ହୋଇଛି, ମୁଁ ଆରମ୍ଭରେ ମଧ୍ୟ କହିଥିଲି। ଯେଉଁଠାରେ କରୋନା ସଂକ୍ରମଣର ବିପଦ ଅଧିକ ରହିଛି, ସେଠାରେ ଟିକାକରଣ ଉପରେ ଆହୁରି ମଧ୍ୟ ଗୁରୁତ୍ୱାରୋପ କରାଯାଉଛି।

ସାଥୀଗଣ,

ଆମକୁ ପରୀକ୍ଷଣ ଏବଂ ଚିକିତ୍ସା ସହିତ ଜଡ଼ିତ ଭିତ୍ତିଭୂମିରେ ସୁଧାର କରି ଆଗକୁ ବଢ଼ିବାକୁ ପଡ଼ିବ। ଏଥିପାଇଁ ନିକଟରେ କ୍ୟାବିନେଟରେ ୨୩ ହଜାର କୋଟି ଟଙ୍କାର ଏକ ନୂତନ ପ୍ୟାକେଜକୁ ମଧ୍ୟ ମଞ୍ଜୁରିି ଦିଆ ଯାଇଛି। ଉତ୍ତର-ପୂର୍ବାଞ୍ଚଳର ପ୍ରତ୍ୟେକ ରାଜ୍ୟକୁ ଏହି ପ୍ୟାକେଜ ଦ୍ୱାରା ନିଜର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବହୁତ ସାହାଯ୍ୟ ମିଳିବ। ଏହି ପ୍ୟାକେଜ ଦ୍ୱାରା ଉତ୍ତର-ପୂର୍ବାଞ୍ଚଳରେ ପରୀକ୍ଷଣ, ଡାଇଗ୍ନୋଷ୍ଟିକ, ଜିନୋମ ସିକ୍ୱେସିଂ, ଏହାକୁ ବହୁତ ପ୍ରୋତ୍ସାହନ ମିଳିବ। ଯେଉଁଠାରେ କରୋନାର ସଂକ୍ରମଣ ବଢ଼ୁଛି, ସେଠାରେ ତୁରନ୍ତ ଆଇସିୟୁ ଶଯ୍ୟା କ୍ଷମତା ବଢ଼ାଇବାରେ ମଧ୍ୟ ଏହାଦ୍ୱାରା ସାହାଯ୍ୟ ମିଳିପାରିବ। ବିଶେଷ ଭାବେ ଆମକୁ ଅମ୍ଳଜାନ ଏବଂ ଶିଶୁ ଯତ୍ନ ସହିତ ଜଡ଼ିତ ଭିତ୍ତିଭୂମିର ନିର୍ମାଣ ପାଇଁ ଦ୍ରୁତ ଗତିରେ କାର୍ଯ୍ୟ କରିବାକୁ ପଡ଼ିବ। ପିଏମ କେୟାର୍ସ ମାଧ୍ୟମରେ ସାରା ଦେଶରେ ହଜାର-ହଜାର ନୂତନ ଅକ୍ସିଜେନ-ପ୍ଲାଂଟ ନିର୍ମାଣ କରାଯାଉଛି ଆଉ ମୁଁ ଖୁସି ଯେ, ଏହି କାର୍ଯ୍ୟର ଯେଉଁଭଳି ଭାବେ ଦ୍ରୁତ ଗତିରେ ପ୍ରଗତି ହେଉଛି ସେଥିନିମନ୍ତେ ଆପଣ ସମସ୍ତ ମୁଖ୍ୟମନ୍ତ୍ରୀମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଉତ୍ତର-ପୂର୍ବାଞ୍ଚଳ ପାଇଁ ପ୍ରାୟ ଦେଢ଼ ଶହ ପ୍ଲାଣ୍ଟକୁ ମଞ୍ଜୁାର ମିଳିଛି। ମୋର ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ ଯେ ଏହା ଯେପରି ଶୀଘ୍ରରୁ ଅତି ଶୀଘ୍ର ସମ୍ପୂର୍ଣ୍ଣ ହେଉ, କେଉଁଠାରେ କୌଣସି ବାଧା ନ ଆସୁ, ଏହା ଉପରେ ମଧ୍ୟ ଏକ ଦୃଷ୍ଟି ରଖନ୍ତୁ ଆଉ ଏଥିପାଇଁ ଯେଉଁ ମାନବ ସମ୍ବଳର ଆବଶ୍ୟକତା ରହିଛି, କୁଶଳୀ ମାନବ ସମ୍ବଳର ଆବଶ୍ୟକତା ରହିଛି, ଏହାକୁ ମଧ୍ୟ ଏକାସାଙ୍ଗରେ ପ୍ରସ୍ତୁତ କରି ନିଆଯାଉ ଫଳରେ ପରେ ଯେପରି ଅନ୍ୟ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନପଡ଼ୁ। ଉତ୍ତର-ପୂର୍ବାଞ୍ଚଳର ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି, ଅସ୍ଥାୟୀ ହସ୍ପାତାଳ ନିର୍ମାଣ କରିବା ମଧ୍ୟ ହେଉଛି ଖୁବ ଜରୁରୀ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଛି ଯେପରି ମୁଁ ପ୍ରାରମ୍ଭରେ କହିଲି, ଆଉ ଥରେ ମଧ୍ୟ ମୁଁ ଉଲ୍ଲେଖ କଲି କୁଶଳୀ ମାନବସମ୍ବଳ ବିଷୟରେ। ଯେଉଁ ଅକ୍ସିଜେନ ପ୍ଲାଣ୍ଟମାନ ନିର୍ମାଣ କରାଯାଉଛି, ଯେଉଁ ଆଇସିୟୁ ବେଡ଼ ମାନ ନିର୍ମାଣ କରାଯାଉଛି, ଯେଉଁ ନୂତନ ମେସିନଗୁଡ଼ିକୁ ବ୍ଲକ ସ୍ତରର ହସ୍ପିଟାଲ ପର୍ଯ୍ୟନ୍ତ ପହଞ୍ଚାଯାଉଛି, ସେଗୁଡ଼ିକ ସୂଚାରୁ ରୂପେ ପରିଚାଳନା କରିବା ପାଇଁ କୁଶଳୀ ମାନବସମ୍ବଳଙ୍କର ମଧ୍ୟ ଆବଶ୍ୟକତା ରହିଛି। ଏହା ସହିତ ଜଡ଼ିତ ଯାହା କିଛି ସାହାଯ୍ୟ ମଧ୍ୟ ଆପଣମାନଙ୍କୁ ଦରକାର, କେନ୍ଦ୍ର ସରକାର ସେଗୁଡ଼ିକୁ ଉପଲବ୍ଧ କରାଇଦେବେ।

ସାଥୀଗଣ,

ଆଜି ଆମେ ସାରା ଦେଶରେ 20 ଲକ୍ଷରୁ ଅଧିକ ପରୀକ୍ଷଣ କରିବାର କ୍ଷମତା ପର୍ଯ୍ୟନ୍ତ ପହଞ୍ଚି ସାରିଛେ। ଉତ୍ତର-ପୂର୍ବାଞ୍ଚଳର ପ୍ରତ୍ୟେକ ଜିଲ୍ଲାରେ, ବିଶେଷ ଭାବେ ଅଧିକ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପରୀକ୍ଷଣ ଭିତ୍ତିଭୂମିକୁ ପ୍ରାଥମିକତା ଆଧାରରେ ବଢ଼ାଇବାକୁ ପଡ଼ିବ। କେବଳ ଏତିକି ନୁହେଁ, ବାରମ୍ବାର ପରୀକ୍ଷଣ ସହିତ ଆମେ କ୍ଳଷ୍ଟର ଥିବା ବ୍ଲକରେ ସକ୍ରିୟତାର ସହ ଟେଷ୍ଟିଂ କରିବା, ଏହାକୁ ନେଇ ମଧ୍ୟ ଆମକୁ ନିଶ୍ଚିତ ଭାବେ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି କି ଆମ ସମସ୍ତଙ୍କର ସାମୁହିକ ପ୍ରୟାସ ଦ୍ୱାରା, ଦେଶର ଜନତାଙ୍କର ସହଯୋଗ ଫଳରେ ଆମେ କରୋନା ସଂକ୍ରମଣକୁ ସୀମିତ ରଖିବାରେ ନିଶ୍ଚିତ ଭାବେ ସଫଳ ହେବା। ମୁଁ ଆଜି ପୁଣିଥରେ ବିସ୍ତୃତ ଭାବେ ଉତ୍ତର-ପୂର୍ବାଞ୍ଚଳର ଚର୍ଚ୍ଚା କରି ବହୁତ ନିର୍ଦ୍ଧିଷ୍ଟ  ବିଷୟଗୁଡ଼ିକ ଉପରେ ଆମେ ଚର୍ଚ୍ଚା କରି ପାରିଲେ। ମୋର ବିଶ୍ୱାସ ରହିଛି ଏହି ସବୁ ବିଷୟରୁ ଆଗାମୀ ଦିନମାନଙ୍କରେ ଉତ୍ତର-ପୂର୍ବାଞ୍ଚଳର ଯେଉଁ କିଛି ସାମାନ୍ୟ ବୃଦ୍ଧି ଦେଖିବାକୁ ମିଳୁଛି ତାହାକୁ ତୁରନ୍ତ ରୋକିବାରେ ଆମର ସମ୍ପୂର୍ଣ୍ଣ ଟିମ କାର୍ଯ୍ୟ କରିବ ଆଉ ସଫଳତା ମିଳିବ। ଆଉ ଥରେ ପୁଣି ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ! ଆଉ ମୋର ଆପଣମାନଙ୍କୁ ବହୁତ ଶୁଭକାମନା ରହିଛି, ଖୁବ ଶୀଘ୍ର ମୋର ଉତ୍ତର-ପୂର୍ବାଞ୍ଚଳର ଭାଇ-ଭଉଣୀ କରୋନାରୁ ମୁକ୍ତିର ଆନନ୍ଦ ପାଆନ୍ତୁ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Inclusive growth, sustainable power: How India’s development model is shaping global thinking

Media Coverage

Inclusive growth, sustainable power: How India’s development model is shaping global thinking
NM on the go

Nm on the go

Always be the first to hear from the PM. Get the App Now!
...
PM condoles the passing of Shri PG Baruah Ji
December 15, 2025

Prime Minister Shri Narendra Modi today condoled the passing of Shri PG Baruah Ji, Editor and Managing Director of The Assam Tribune Group.

In a post on X, Shri Modi stated:

“Saddened by the passing away of Shri PG Baruah Ji, Editor and Managing Director of The Assam Tribune Group. He will be remembered for his contribution to the media world. He was also passionate about furthering Assam’s progress and popularising the state’s culture. My thoughts are with his family and admirers. Om Shanti.”