The path shown by Yogi Ji is not about 'Mukti' but about 'Antaryatra' : PM
India's spirituality is India's strength: PM
It is unfortunate that some people link 'Adhyatma' with religion: PM Modi
Once an individual develops an interest in Yoga and starts diligently practicing it, it will always remain a part of his or her life: PM

ଯୋଗୀ ପରିବାର ସମସ୍ତ ମହାନୁଭବ,

ଆଜି ମାର୍ଚ୍ଚ 7 ତାରିଖ, ଠିକ୍ 65 ବର୍ଷ ପୂର୍ବେ ଏକ ଶରୀର ଆମ ପାଖରେ ରହିଯାଇଥିଲା ଏବଂ ଏକ ସୀମିତ ପରିସର ମଧ୍ୟରେ ବାନ୍ଧି ହୋଇଯାଇଥିବା ଆତ୍ମା ଯୁଗ ଯୁଗ ପର୍ଯ୍ୟନ୍ତ ଆସ୍ଥା ହୋଇ ବ୍ୟାପିଯାଇଥିଲା  ।

ଆଜି ଆମେ 7 ମାର୍ଚ୍ଚରେ ଏକ ବିଶେଷ ଅବସରରେ ଏକତ୍ରିତ ହୋଇଛୁ  । ମୁଁ ଶ୍ରୀ ଶ୍ରୀ ମାତାଜୀଙ୍କୁ ମଧ୍ୟ ପ୍ରଣାମ କରୁଛି  । ମୁଁ ସୂଚନା ପାଇଛି ଯେ ସେ ଲସ୍ଏଞ୍ଜେଲ୍ସରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ମିଳିତ ହୋଇଛନ୍ତି  ।

ଯେପରି ସ୍ୱାମୀଜୀ କହିଛନ୍ତି ଯେ ବିଶ୍ୱର 95 ପ୍ରତିଶତ ଲୋକ ନିଜ ମାତୃଭାଷାରେ ଯୋଗୀଜୀଙ୍କ ଆତ୍ମକଥା ପଢ଼ିପାରିପାରିବେ, କିନ୍ତୁ ଏହାଠାରୁ ଅଧିକ ଯାହା ମୋର ଧ୍ୟାନ ଆକର୍ଷଣ କରୁଛି ଯେ ବିଶ୍ୱରେ ଯେଉଁ ମଣିଷ ଏ ଦେଶକୁ ଜାଣିନାହିଁ, ଏଠାକାର ଭାଷା ମଧ୍ୟ ଜାଣେ ନାହିଁ, ଏହି ପରିପାଟ୍ଟୀର ଅର୍ଥ କ’ଣ ମଧ୍ୟ ଜାଣେ ନାହିଁ, ତା’କୁ ଏହା ଏକ ସାମାଜିକ ରୀତି ବା ଚଳଣି ମନେ ହେଉଛି, କେଉଁ କାରଣ ପାଇଁ ସେ ଏହାକୁ ପଢ଼ିବା ଲାଗି ଆଗ୍ରହ ପ୍ରକାଶ କରୁଛି ? କେଉଁ କାରଣ ପାଇଁ ତା’କୁ ନିଜ ମାତୃଭାଷାରେ ଏହାକୁ ପ୍ରସ୍ତୁତ କରି ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବା ଲାଗି ତା’ର ମନେ ହେଉଛି ? ଏହି ଆଧ୍ୟାତ୍ମିକ ଚେତନା ଅନୁଭୂତିର ଏହା ହିଁ ପରିଣାମ ଯେ ପ୍ରତ୍ୟେକ ଲୋକ ଭାବିଥାଏ ଯେ ମୁଁ କିଛି ପ୍ରସାଦ ବାଣ୍ଟିବି, ଆମେ ମନ୍ଦିରକୁ ଯାଇ ପ୍ରସାଦ ପାଇଲେ ଘରକୁ ଫେରି ସେହି ପ୍ରସାଦକୁ ଯେତେ ଲୋକ ଅଛନ୍ତି, ସମସ୍ତଙ୍କୁ କିଛି କିଛି ବାଣ୍ଟି ଦେଇଥାଉ  । ସେ ପ୍ରସାଦ ମୋର ନୁହେଁ, ନା ମୁଁ ତାହାକୁ ପ୍ରସ୍ତୁତ କରିଛି କିନ୍ତୁ ଏହା କିଛି ପବିତ୍ର । ମୁଁ ଏହାକୁ ବାଣ୍ଟିବାକୁ ମୋତେ ସନ୍ତୋଷ ମିଳୁଛି  ।

ଯୋଗୀଜୀ ଯାହା କରିଛନ୍ତି ଆମେ ତା’କୁ ପ୍ରସାଦ ରୂପରେ ନେଇ ବାଣ୍ଟି ଚାଲିଛୁ ତେଣୁ ଭିତରେ ଏକ ଆଧ୍ୟାତ୍ମିକ ସୁଖର ଅନୁଭବ କରୁଛୁ  । ଆଉ ସେହି ମୁକ୍ତିର ମାର୍ଗ ସମ୍ପର୍କରେ ଚର୍ଚ୍ଚା ଏଠି ଆମର ବହୁତ ହୋଇଥାଏ, ଏପରି ଏକ ବର୍ଗ ରହିଛି ଯେଉଁମାନେ ଭାବନ୍ତି ଯେ ଏ ଜୀବନରେ ଯାହା ମିଳିଛି ତାହା ଯଥେଷ୍ଟ, କାଲି କିଏ ଦେଖିଛି  । କିଛି ଲୋକ ମୁକ୍ତିର ମାର୍ଗ ପ୍ରଶସ୍ତ କରିବାର ପ୍ରୟାସ କରିଥାନ୍ତି କିନ୍ତୁ ଯୋଗୀଜୀଙ୍କ ସମ୍ପୂର୍ଣ୍ଣ ଯାତ୍ରାକୁ ଦେଖିଲେ ଲାଗେ ସେଠାରେ ମୁକ୍ତିର ମାର୍ଗ ନୁହେଁ ଅର୍ନ୍ତଯାତ୍ରାର ଚର୍ଚ୍ଚ ହେଉଛି  । ଆପଣ କେତେ ଭିତରକୁ ଯାଇପାରିବେ, ନିଜ ଭିତରେ କିପରି ସମାହିତ ହୋଇପାରିବେ । ତ୍ରୁଟିଗତ ବିସ୍ତାର ଏକ ସ୍ୱଭାବ, ଆଧ୍ୟାତ୍ମ ଭିତରକୁ ଯିବା ଲାଗି ଏକ ଅବିରାମ ଅନନ୍ତ ମଙ୍ଗଳ ଯାତ୍ରା ଏବଂ ସେହି ଯାତ୍ରାକୁ ଉଚିତ୍ ମାର୍ଗରେ, ଉଚିତ୍ ଗତିରେ ଉଚିତ୍ ଗନ୍ତବ୍ୟ ମଧ୍ୟକୁ ପହଞ୍ଚାଇବା ଦିଗରେ ଆମର ଋଷିମାନେ, ମୁନିମାନେ, ଆଚାର୍ଯ୍ୟମାନେ, ଭଗବତୀମାନେ, ତପସ୍ୱୀମାନେ ଏକ ବହୁତ ବଡ଼ ଯୋଗଦାନ ଦେଇଛନ୍ତି ଏବଂ ସମୟ ସମୟରେ କୌଣସି ନା କୌଣସି ରୂପରେ ଏହି ପରମ୍ପରା ଆଗକୁ ଆଗେଇ ଚାଲିଛି  ।

ଯୋଗୀଜୀଙ୍କ ଜୀବନର ବିଶେଷତ୍ୱ, ଜୀବନ ତ ବହୁ ଅଳ୍ପ କାଳ ପର୍ଯ୍ୟନ୍ତ ରହିଥିଲା ବୋଧହୁଏ ତାହା ମଧ୍ୟ କୌଣସି ଆଧ୍ୟାତ୍ମିକ ସଂକେତ ଥିଲା  । କେବେ କେବେ ହଟଯୋଗୀମାନଙ୍କୁ ଖରାପ ବୋଲି ଗ୍ରହଣ କରାଯାଇଥାଏ କିନ୍ତୁ ସେ ହଟଯୋଗର ସକାରାତ୍ମକ ପ୍ରସଙ୍ଗଗୁଡ଼ିକୁ ତର୍କ ବିତର୍କ ମାଧ୍ୟମରେ ବ୍ୟାଖ୍ୟା କରୁଥିଲେ । କିନ୍ତୁ ପ୍ରତ୍ୟେକଙ୍କୁ କ୍ରିୟା ଯୋଗ ଲାଗି ପ୍ରେରଣା ଦେଉଥିଲେ  । ଏବେ ମୁଁ ଭାବୁଛି ଯେତେ ପ୍ରକାରର ଯୋଗ ରହିଛି ସେଥିରେ କ୍ରିୟା ଯୋଗ ନିଜର ଏକ ସ୍ଥାନ ନିଶ୍ଚିତ କରିଛି  । ଯାହା ଆମକୁ ନିଜ ଅନ୍ତର ଆଡ଼କୁ ନେଇଯିବା ଲାଗି ଯେଉଁ ଆତ୍ମବଳର ଆବଶ୍ୟକତା ରହିଛି ସେପରି  । ଏପରି କିଛି ଯୋଗ ରହିଛି ଯେଉଁଥିରେ ଶରୀର ବଳର ଆବଶ୍ୟକତା ଥାଏ  । କ୍ରିୟା ଯୋଗ ଏପରି ଯେଉଁଥିରେ ଆତ୍ମବଳର ଆବଶ୍ୟକତା ହୋଇଥାଏ ଯାହା ଆତ୍ମବଳର ଯାତ୍ରା ଦିଗରେ ନେଇଯାଇଥାଏ ଏବଂ ସେଥିପାଇଁ ଜୀବନର ଉଦ୍ଦେଶ୍ୟ କ’ଣ, ବହୁତ କମ୍ ଲୋକଙ୍କର ଏପରି ଉଦ୍ଦେଶ୍ୟ ରହିଥାଏ ଯୋଗୀଜୀ କହୁଥିଲେ ଭାଇ ମୁଁ ହସପିଟାଲର ବିଛଣାରେ ମରିବାକୁ ଚାହୁଁନାହିଁ  । ମୁଁ ଜୋତା ପିନ୍ଧି କେବେ ମା’ ଭାରତୀର ସ୍ମରଣ କରି ଶେଷ ବିଦାୟ ନେଇଯାଏ ସେପରି ରୂପ ଚାହୁଁଛି  । ଅର୍ଥାତ୍ ସେ ଭାରତକୁ ବିଦାୟ, ନମସ୍କାର କରି ଚାଲିଗଲେ ପଶ୍ଚିମ ଦୁନିଆକୁ ବାର୍ତ୍ତା ଦେବାର ସ୍ୱପ୍ନ ନେଇ ସେ ଚାଲିଗଲେ  । କିନ୍ତୁ ବୋଧହୁଏ ଗୋଟିଏ ସେକେଣ୍ଡ ସେପରି ଅବସ୍ଥା ଆସିନଥିବ ଯେତେବେଳେ ସେ ଭାରତ ମାତାଙ୍କ ଠାରୁ ଅଲଗା ହୋଇଥିବେ  ।

ମୁଁ ଗତକାଲି କାଶୀରେ ଥିଲି, ବନାରସରୁ ହିଁ ମୁଁ ରାତିରେ ଆସିଲି ଏବଂ ଯୋଗୀଜୀଙ୍କ ଆତ୍ମକଥାରେ ବନାରସରେ ତାଙ୍କ ବାଲ୍ୟଜୀବନର କଥା ଭରପୂର ମାତ୍ରାରେ ଥିଲା । ଶରୀର ତ ଗୋରଖପୁରରେ ଜନ୍ମ ନେଇଥିଲା କିନ୍ତୁ ପିଲାଦିନ ବନାରସରେ ବିତିଥିଲା ଏବଂ ସେ ମା’ ଗଙ୍ଗା ଓ ସେଠାକାର ସମସ୍ତ ପରମ୍ପରା ସେହି ଆଧ୍ୟାତ୍ମିକ ସହରର ପ୍ରଭାବ ତାଙ୍କ ମନରେ ଯାହା ପଡ଼ିଥିଲା ତାହା ତାଙ୍କ ବାଲ୍ୟଜୀବନକୁ ଏକପ୍ରକାରେ ସଜାଇଥିଲା, ଯତ୍ନ ନେଇଥିଲା, ଗଙ୍ଗାର ପବିତ୍ର ଧାରା ଭଳି ତା’କୁ ବୋହିନେଇଥିଲା ଏବଂ ସେ ଆଜି ମଧ୍ୟ ଆମ ସମସ୍ତଙ୍କ ଭିତରେ ରହିଛନ୍ତି । ଯେତେବେଳେ ଯୋଗୀଜୀ ନିଜ ଶରୀର ତ୍ୟାଗ କରିଥିଲେ ସେହି ଦିନ ମଧ୍ୟ ସେ କର୍ମରତ ଥିଲେ ନିଜ କର୍ତ୍ତବ୍ୟ ପଥରେ  । ଆମେରିକାରେ ଯେଉଁ ଭାରତୀୟ ରାଷ୍ଟ୍ରଦୂତ ଥିଲେ ତାଙ୍କର ସମ୍ମାନ ସମାରୋହ ଚାଲିଥିଲା ଏବଂ ଭାରତର ସମ୍ମାନ ସମାରୋହରେ ସେ ବ୍ୟାଖ୍ୟାନ ଦେଉଥିଲେ  । ସେହି ସମୟରେ ବୋଧହୁଏ ପୋଷାକ ବଦଳାଇବାରେ ଡେରି ହୋଇଗଲା । ସେତିକି ସମୟ ଲାଗିଲା ନାହିଁ ଏମିତି ଚାଲିଗଲେ ଏବଂ ଯିବା ସମୟରେ ତାଙ୍କର ଯେଉଁ ଅନ୍ତିମ ଶବ୍ଦ ଥିଲା, ମୁଁ ଭାବୁଛି ଯେ ଦେଶଭକ୍ତି ହେଉଛି ମାନବତାର, ଆଧ୍ୟାତ୍ମ ଜୀବନର ଯାତ୍ରା କେଉଁ ଆଡ଼କୁ ନେଇଯାଇଥାଏ ସେହି ଶବ୍ଦରେ ବଡ଼ ଅଦ୍ଭୂତ ଢଙ୍ଗରେ, ଶେଷ ଶବ୍ଦ ଥିଲା ଯୋଗୀଜୀଙ୍କର ଆଉ ସେହି ସମାରୋହରେ ଯାହା ଜଣେ ରାଷ୍ଟ୍ରଦୂତଙ୍କର, ସରକାରୀ କାର୍ଯ୍ୟକ୍ରମ ଥିଲା ଏବଂ ସେହି କାର୍ଯ୍ୟକ୍ରମରେ ମଧ୍ୟ ଯୋଗୀଜୀ କହୁଥିଲେ ଯେଉଁଠାରେ ଗଙ୍ଗା, ଜଙ୍ଗଲ, ହିମାଳୟ, ଗୁମ୍ଫା ଏବଂ ମନୁଷ୍ୟ ଈଶ୍ୱରଙ୍କ ସ୍ୱପ୍ନ ଦେଖିଥାଏ ଅର୍ଥାତ୍ ଦେଖନ୍ତୁ କେତେ ବିସ୍ତାରିତ ଗୁମ୍ଫା ମଧ୍ୟ ଈଶ୍ୱରଙ୍କ ସ୍ୱପ୍ନ ଦେଖିଥାଏ, ଜଙ୍ଗଲ ମଧ୍ୟ ଈଶ୍ୱରଙ୍କ ସ୍ୱପ୍ନ ଦେଖିଥାଏ, ଗଙ୍ଗା ମଧ୍ୟ ଈଶ୍ୱରଙ୍କ ସ୍ୱପ୍ନ ଦେଖିଥାଏ, କେବଳ ମନୁଷ୍ୟ ନୁହେଁ  ।

ମୁଁ ଧନ୍ୟ ଯେ ମୋର ଶରୀର ସେହି ମାତୃଭୂମିକୁ ସ୍ପର୍ଶ କଲା  । ଯେଉଁ ଶରୀରରେ ସେ ବିରାଜମାନ ଥିଲେ ସେହି ଶରୀର ଦ୍ୱାରା ବାହାରିଥିବା ଶେଷ ଶବ୍ଦ ଥିଲା  । ଏହାପରେ ସେହି ଆତ୍ମା ନିଜେ ବିଚରଣ କରି ଚାଲିଗଲା ଯାହା ଆମମାନଙ୍କ ମଧ୍ୟରେ ବିସ୍ତୃତ ହୋଇଥାଏ । ମୁଁ ଭାବୁଛି ଯେ ଏକାତ୍ମଭାବ, ଆଦିଶଙ୍କର ଅଦ୍ୱୈତ ସିଦ୍ଧାନ୍ତର ଚର୍ଚ୍ଚା କରିଥିଲେ । ଯେଉଁଠାରେ ଦ୍ୱୈତ ନାହିଁ ସେହିଠାରେ ଅଦ୍ୱୈତ ରହିଛି  । ଯେଉଁଠାରେ ମୁଁ ନାହିଁ, ମୁଁ ଏବଂ ତୁ ନାହିଁ, ସେହିଠାରେ ଅଦ୍ୱୈତ ରହିଛି  । ଯାହା ମୁଁ ଏବଂ ସେ ଈଶ୍ୱର ତାହା ସେ ଗ୍ରହଣ କରେ ନାହିଁ, ସେ ଗ୍ରହଣ କରିଥାଏ ଯେ ଈଶ୍ୱର ମୋ ଭିତରେ ରହିଛନ୍ତି, ମୁଁ ଈଶ୍ୱରଙ୍କ ଭିତରେ ରହିଛି, ସେ ଅଦ୍ୱୈତ  । ଆହୁରି ଯୋଗୀଜୀ ମଧ୍ୟ ନିଜର ଏକ କବିତାରେ ଉତ୍ତମ ଢଙ୍ଗରେ ଏହି କଥାକୁ, ମୁଁ ସେପରି ଭାବୁଛି, ସେଥିରେ ଲେଖା ତ’ ହୋଇନାହିଁ  । କିନ୍ତୁ ମୁଁ ଯେତେବେଳେ ତାହାର ଇଣ୍ଟରପ୍ରିଟେସନ୍ କରୁଥିଲି, ଯେତେବେଳେ ତା’କୁ ପଢ଼ୁଥିଲି, ତା’କୁ ଅଦ୍ୱୈତର ସିଦ୍ଧାନ୍ତ ସହିତ ଅତି ନିକଟରେ ପାଉଥିଲି  ।

ଏଥିରେ ଯୋଗୀଜୀ କହିଛନ୍ତି, ବ୍ରହ୍ମ ମୋ ଭିତରେ ସମାହିତ ଅଛନ୍ତି, ମୁଁ ବ୍ରହ୍ମଙ୍କ ଭିତରେ ସମାହିତ ହୋଇଯାଇଛି । ଏହା ସ୍ୱାଭାବିକ ଭାବେ ଅଦ୍ୱୈତ ସିଦ୍ଧାନ୍ତର ଏକ ସରଳ ସ୍ୱରୂପ- ବ୍ରହ୍ମ ମୋ ଭିତରେ ସମାହିତ ହୋଇଯାଇଛନ୍ତି, ମୁଁ ବ୍ରହ୍ମ ଭିତରେ ସମାହିତ ହୋଇଯାଇଛି  । ଜ୍ଞାନ, ଜ୍ଞାତା, ଜୟଃ ସମସ୍ତେ ଏକ ହୋଇଯାଇଛନ୍ତି  । ଯେପରି ଆମେ କହିଥାଉ ନା କର୍ତ୍ତା ଏବଂ କର୍ମ ଏକ ହୋଇଗଲେ ସିଦ୍ଧି ସହଜ ହୋଇଯାଇଥାଏ  । କର୍ତ୍ତାକୁ କ୍ରିୟା କରିବାର ଆବଶ୍ୟକତା ପଡ଼ିନଥାଏ ଏବଂ କର୍ମ କର୍ତ୍ତାକୁ ଅପେକ୍ଷା କରିନଥାଏ  । କର୍ତ୍ତା ଏବଂ କର୍ମ ଏକରୂପ ହୋଇଗଲେ ସିଦ୍ଧି ଏକ ବିଶେଷ ଅବସ୍ଥାକୁ ଚାଲିଆସେ ।

ସେହିପରି ଯୋଗୀଜୀ ଆଗକୁ କହିଛନ୍ତି, “ଶାନ୍ତ, ଅଖଣ୍ଡ, ରୋମାଞ୍ଚ ସର୍ବଦା, ଶାନ୍ତ, ଅଖଣ୍ଡ, ରୋମାଞ୍ଚ ସର୍ବଦା, ଶାନ୍ତ, ଅଖଣ୍ଡ, ରୋମାଞ୍ଚ ସର୍ବଦା ଜୀବନ୍ତ, ନିତ୍ୟନୂତନ ଶାନ୍ତି, ନିତ୍ୟ-ନବୀନ ଶାନ୍ତି”  । ଅର୍ଥାତ୍ କାଲିର ଶାନ୍ତି ଆଜି ବୋଧହୁଏ କାମରେ ଆସିନପାରେ  । ଆଜି ମୋତେ ନିତ୍ୟ, ନୂତନ, ନବୀନ ଶାନ୍ତିର ଆବଶ୍ୟକତା ରହିଛି ଏବଂ ସେଥିପାଇଁ ଏଠାରେ ସ୍ୱାମୀଜୀ ଶେଷରେ ନିଜ ଶବ୍ଦରେ କହିଛନ୍ତି, ଓମ୍ ଶାନ୍ତି ଶାନ୍ତି  । ଏହା କୌଣସି ପ୍ରୋଟକଲ୍ ନୁହେଁ, ଏକ ବହୁତ ବଡ଼ ତପସ୍ୟା ପରେ ପ୍ରାପ୍ତ ହୋଇଥିବା ପରିଣତିର ସୋପାନ  । ସେଥିପାଇଁ ତ’ ଓମ୍ ଶାନ୍ତି, ଶାନ୍ତି, ଶାନ୍ତି”ର କଥା କୁହାଯାଇଛି  । ସମସ୍ତ ଆଶା ଏବଂ କଳ୍ପନା ଠାରୁ ଉର୍ଦ୍ଧ୍ଵରେ, ସମସ୍ତ ଆଶା ଏବଂ କଳ୍ପନା ଠାରୁ ଉର୍ଦ୍ଧ୍ଵରେ ଆନନ୍ଦ ଦେବା ଭଳି ସମାଧିର ପରମାନନ୍ଦ  । ଏହି ଅବସ୍ଥାର ବର୍ଣ୍ଣନା ଯାହାକି ଏକ ସମାଧି କବିତାରେ, ଯୋଗୀଜୀ ବଡ଼, ଚମତ୍କାର ଢଙ୍ଗରେ ଆମ ସମ୍ମୁଖରେ ଉପସ୍ଥାପନ କରିଛନ୍ତି ଏବଂ ମୁଁ ଭାବୁଛି ଯେ ଏତେ ସରଳ ଭାବେ ଜୀବନ ଜିଇଁବା ଏବଂ ଯୋଗୀଜୀଙ୍କ ସମ୍ପୂର୍ଣ୍ଣ ଜୀବନକୁ ଦେଖିଲେ, ଆମେ ବାୟୁ ବିନା ରହିପାରିବା ନାହିଁ  । ବାୟୁ ପ୍ରତ୍ୟେକ ସମୟରେ ଉପସ୍ଥିତ ଥାଏ କିନ୍ତୁ କେବେହେଲେ ହାତ ଏଠାକୁ ନେଇଗଲେ ବାୟୁ କହିଥାଏ ନା ଅଟକିଯାଅ, ମୋତେ ଟିକେ ଘୁଞ୍ଚିବାକୁ ଦିଅ  । ହାତ ବିସ୍ତାର କରିଦେଲେ ସେ କହିଥାଏ ଯେ ଅଟକିଯାଅ ଏବଂ ମୋତେ ଏଠାରେ ବହିବାକୁ ଦିଅ  । ଯୋଗୀଜୀ ନିଜ ସ୍ଥାନକୁ ଆମ ଆଖପାଖରେ ଏପରି ରୂପେ ସମାହିତ କରିଦେଇଛନ୍ତି ଯେ ଆମେ ତାଙ୍କର ଅନୁଭବ କରିପାରିବୁ, କିନ୍ତୁ ବାଧା ଆସିବ ନାହିଁ  । ଆମେ ଭାବିଥାଉ ଯେ ଆଜି ଏଇଟା ହୋଇପାରିଲା ନାହିଁ କାଲି କରିବୁ  । ଏହି ଅପେକ୍ଷା, ଏହି ଧୈର୍ଯ୍ୟ ବହୁତ କମ୍ ବ୍ୟବସ୍ଥାରେ ଏବଂ ପରମ୍ପରାରେ ଦେଖିବାକୁ ମିଳିଥାଏ  । ଯୋଗୀଜୀ ବ୍ୟବସ୍ଥାଗୁଡ଼ିକୁ ଏତେ ନମନୀୟ କରିଦେଇଥିଲେ ଏବଂ ଆଜି ଶତାବ୍ଦୀ ବିତିଗଲା, ସେ ତ’ ଏହି ସଂସ୍ଥାକୁ ଜନ୍ମ ଦେଇ ଚାଲିଗଲେ  । କିନ୍ତୁ ଏହା ଏକ ଆନ୍ଦୋଳନ ପାଲଟିଗଲା, ଆଧ୍ୟାତ୍ମିକ ଚେତନାର ନିରନ୍ତର ଅବସ୍ଥା ହୋଇଗଲା ଏବଂ ବର୍ତ୍ତମାନ ସୁଦ୍ଧା ବୋଧହୁଏ ଚତୁର୍ଥ ପିଢ଼ି ଆଜି ଏଥିରେ ସକ୍ରିୟ ରହିଛି  । ଏଥିପୂର୍ବରୁ 3-4 ପିଢ଼ି ଚାଲିଯାଇଛି  ।

 

କିନ୍ତୁ ନା ପ୍ରହେଳିକା ଆସିଲା ଏବଂ ନା ପରିବର୍ତ୍ତନ ଆସିଲା  । ଯଦି ସଂସ୍ଥାଗତ ମୋହ ଥାଆନ୍ତା, ଯଦି ବ୍ୟବସ୍ଥା କୈନ୍ଦ୍ରିକ ପ୍ରକ୍ରିୟା ହୋଇଥାନ୍ତା ତା’ହେଲେ ବ୍ୟକ୍ତିର ବିଚାର, ପ୍ରଭାବ, ସମୟର ଏହା ଉପରେ ପ୍ରଭାବ ଥାଆନ୍ତା  । କିନ୍ତୁ ଯେଉଁ ଆନ୍ଦୋଳନ କାଳ କାଳାତୀତ ହୋଇଥାଏ, କାଳର ବନ୍ଧନରେ ବାନ୍ଧି ହୋଇନଥାଏ, ଭିନ୍ନ ଭିନ୍ନ ପିଢ଼ି ଆସିଲେ ବି ବ୍ୟବସ୍ଥାଗୁଡ଼ିକ ମଧ୍ୟରେ କେବେହେଲେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇନଥାଏ, ନା କେବେ ସମସ୍ୟା ଆସିଥାଏ ଖୁବ୍ ସାଧାରଣ ଭାବେ ନିଜ ପବିତ୍ର କାର୍ଯ୍ୟକୁ କରିହୋଇଥାଏ  ।

ଯୋଗୀଜୀଙ୍କ ଏକ ବହୁତ ବଡ଼ ଅବଦାନ ହେଉଛି ଯେ ସେ ଏପରି ଏକ ବ୍ୟବସ୍ଥା ଦେଇ ଚାଲିଯାଇଛନ୍ତି ଯେଉଁ ବ୍ୟବସ୍ଥାରେ କୌଣସି ବନ୍ଧନ ନାହିଁ  । ଯେପରିକି ପରିବାରରେ କୌଣସି ସମ୍ବିଧାନ ନଥାଇ ମଧ୍ୟ ପରିବାର ଚାଲିଥାଏ  । ଯୋଗୀଜୀ ମଧ୍ୟ ଏପରି ଏକ ବ୍ୟବସ୍ଥା ସୃଷ୍ଟି କରିଥିଲେ ଯେଉଁଥିରେ ସହଜର ରୂପରେ ପ୍ରକ୍ରିୟା ଚାଲିଥାଏ  । ସେ ବାହାରିଯିବା ପରେ ମଧ୍ୟ ତାହା ଚାଲିଆସିଛି ଏବଂ ଆଜି ତାଙ୍କର ଆତ୍ମିକ ଆନନ୍ଦକୁ ପାଇ ପାଇ ଲୋକମାନେ ମଧ୍ୟ ତା’କୁ ଚଳାଇ ରଖିଛନ୍ତି  । ମୁଁ ଭାବୁଛି ଯେ ଏହା ବହୁତ ବଡ଼ ଯୋଗଦା  । ଦୁନିଆ ଆଜି ଅର୍ଥଜୀବନ ଦ୍ୱାରା ପ୍ରଭାବିତ, ଟେକ୍ନୋଲଜି ଦ୍ୱାରା ପ୍ରଭାବିତ ଏବଂ ସେଥିପାଇଁ ବିଶ୍ୱର ଯାହାର ଯେଉଁ ଜ୍ଞାନ ଥାଏ, ସେହି ନିକିତିରେ ସେ ବିଶ୍ୱକୁ ତଉଲିଥାଏ  । ମୋର ବୁଦ୍ଧି ହିସାବରେ ମୁଁ ଆପଣଙ୍କୁ ଆକଳନ କରିଥାଏ  । ଯଦି ମୋ ବୁଦ୍ଧିରେ ଆଉ କ’ଣ ଥିବ ତା’ହେଲେ ମୁଁ ଭିନ୍ନ ଭାବେ ଆପଣଙ୍କୁ ଆକଳନ କରିବି, ତେଣୁ ଏହା ଭାବୁଥିବା ଲୋକର କ୍ଷମତା, ସ୍ୱଭାବ ଏବଂ ସେହି ପରିବେଶର ପରିଣାମ  । ଏହି କାରଣରୁ ବିଶ୍ୱର ଦୃଷ୍ଟିରେ ଭାରତର ତୁଳନା କଲାବେଳେ ଜନସଂଖ୍ୟା ସମ୍ବନ୍ଧରେ ହୋଇଥାଏ, ଜିଡିପି ସନ୍ଦର୍ଭରେ ହୋଇଥାଏ, ରୋଜଗାର-ବେରୋଜଗାର ସନ୍ଦର୍ଭରେ ହୋଇଥାଏ  । ତେଣୁ ଏହା ବିଶ୍ୱର ସେପରି ଏକ ନିକିତି  । କିନ୍ତୁ ବିଶ୍ୱ ସେହି ନିକିତିକୁ କେବେ ଜାଣିନାହିଁ, ଚିହ୍ନିନାହିଁ, ଭାରତର ପରିଚୟର ଆଉ ଏକ ମାନଦଣ୍ଡ ରହିଛି, ଏକ ନିକିତି ଏବଂ ତାହା ଭାରତର ଶକ୍ତି, ତାହା ହେଉଛି ଭାରତର ଆଧ୍ୟାତ୍ମ  । ଦେଶର ଦୁର୍ଭାଗ୍ୟ ହେଉଛି କିଛି ଲୋକ ଆଧ୍ୟାତ୍ମକୁ ମଧ୍ୟ ଧର୍ମ ବୋଲି ଭାବିଥାଆନ୍ତି, ଏହା ଆହୁରି ଦୁର୍ଭାଗ୍ୟ  । ଧର୍ମ, ରିଲିଜିଅନ୍, ସମ୍ପ୍ରଦାୟ ଏସବୁ ଏକ ଅଧ୍ୟାତ୍ମ ଏବଂ ସଂପୂର୍ଣ୍ଣ ଭିନ୍ନ । ଆମର ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ କଲାମ୍ ବାରମ୍ବାର କହୁଥିଲେ ଯେ ଭାରତର ଆଧ୍ୟାତ୍ମିକରଣ ଏହା ହିଁ ତାହାର ସାମର୍ଥ୍ୟ ଏବଂ ଏହି ପ୍ରକ୍ରିୟା ନିରନ୍ତର ଚାଲିଆସିବା ଆବଶ୍ୟକ  । ଏହି ଅଧ୍ୟାତ୍ମର ବିଶ୍ୱସ୍ତରୀୟ ବିସ୍ତାର ଆମ ଋଷି-ମୁନିମାନେ କରିଥିଲେ  । ଯୋଗ ଏକ ସରଳ ଏଣ୍ଟ୍ରି ପଏଣ୍ଟ ବା ପ୍ରବେଶ ପଥ । ମୋ ହିସାବରେ ଦୁନିଆର ଲୋକମାନଙ୍କୁ ଆପଣ ଆତ୍ମବତ୍ ସର୍ବଭୂତେଷୁ ବୁଝାଇବାକୁ ଗଲେ ତାଳମେଳ କିଭଳି ରହିବ, ଗୋଟିଏ ପଟେ ଯେଉଁଠି ଇଟ୍, ଡ୍ରିଙ୍କ ଣ୍ଡ ବି ମେରୀର ଚର୍ଚ୍ଚା ହୋଇଥାଏ ସେଠାରେ ତେନ ତ୍ୟକ୍ତେନ ଭୁଞ୍ଜିତାଃ କହିଲେ ଲୋକମାନେ କେଉଁଠୁ ବୁଝିବେ  ।

କିନ୍ତୁ ଯଦି ମୁଁ ଏହା କହେ ଯେ ଭାଇ ତୁମେ ନାକ ଧରି ଏପରି ବସିଲେ ଆରାମ ମିଳିବ ତା’ହେଲେ ସେ ଭାବେ ଚାଲ ଆରମ୍ଭ କରିଦେବା  । ତେଣୁ ଯୋଗ ହେଉଛି ଆମ ଆଧ୍ୟାତ୍ମିକ ଯାତ୍ରାର ପ୍ରବେଶ ପଥ, କେହି ଏହାକୁ ଅନ୍ତିମ ଭାବିବା ଅନୁଚିତ । କିନ୍ତୁ ଦୁର୍ଭାଗ୍ୟବଶତଃ ଧନ ବଳର ନିଜସ୍ୱ ଏକ ଶକ୍ତି ଥାଏ  ମନବୃତ୍ତି ମଧ୍ୟ ଥାଏ  । ଏହି କାରଣରୁ ଏହାର ମଧ୍ୟ ବ୍ୟବସାୟକରଣ ମଧ୍ୟ ହୋଇଚାଲିଛି, ଏତିକି ଡଲାରରେ ଏତିକି ସମାଧି ହେବ… ଆହୁରି କିଛି ଲୋକ ଯୋଗକୁ ହିଁ ଅନ୍ତିମ ବୋଲି ଗ୍ରହଣ କରିନେଇଛନ୍ତି  ।

ଯୋଗ ଅନ୍ତିମ ନୁହେଁ ସେହି ଅନ୍ତିମ ଦିଗରେ ଯିବା ଲାଗି ଏକ ମାର୍ଗର ପ୍ରଥମ ପ୍ରବେଶ ଦ୍ୱାର । କେଉଁଠି ପାହାଡ଼ ଉପରକୁ ଗାଡ଼ି ଚଢ଼ାଇବାକୁ ଚାହୁଁଥିଲେ ଧକ୍କା ମାରିବାକୁ ହୋଇଥାଏ ଗାଡ଼ି ବନ୍ଦ ହୋଇଯାଇଥାଏ କିନ୍ତୁ ଥରେ ଚାଲୁ ହୋଇଗଲେ ଗତି ଧରିନେଇଥାଏ ଯୋଗ ଏପରି ଏକ ପ୍ରବେଶ ପଥ ଯାହାକୁ ଥରେ ଧରିନେଲେ ଏବଂ ଆଗକୁ ବଢ଼ିଲେ ତାହା ନିରନ୍ତର ଚାଲିଥାଏ  । ଏହାପରେ ଅଧିକ ଚେଷ୍ଟା କରିବାକୁ ପଡ଼ିନଥାଏ  । ସେହି ପ୍ରକ୍ରିୟା ହିଁ ଆପଣଙ୍କୁ ନେଇଯାଇଥାଏ ଯାହା କ୍ରିୟା ଯୋଗ  ।

ଆମ ଦେଶରେ ପୁଣି କାଶୀକୁ ସ୍ମରଣ କରିବା ବଡ଼ ସ୍ୱାଭାବିକ  ।  ସନ୍ଥ କବୀର କିପରି ପ୍ରତ୍ୟେକ କଥା ସରଳତାର ସହିତ ଉପସ୍ଥାପନ କରିଥିଲେ ମୋର ତାହା ମନେପଡ଼ୁଛି । ସନ୍ଥ କବିର ଦାସଜୀ ଏକ ବଡ଼ ମଜାଦାର କଥା କହିଥିଲେ ଏବଂ ମୁଁ ଭାବୁଛି ଯେ ତାହା ଯୋଗୀଜୀଙ୍କ ଉପରେ  ସମ୍ପୂର୍ଣ୍ଣ ଭାବେ ଲାଗୁ ହୋଇଥାଏ  । ସେ କହିଥିଲେ ଯେ “ଅବଧୂତା ଯୁଗନ୍ ଯୁଗନ ହମ ଯୋଗୀ… ଆୱେ ନା ଜାୟ, ମିଟୈ ନା କବହୁଁ, ସବଦ ଅନାହତ ଭୋଗୀ… କବୀର ଦାସ କହିଛନ୍ତି ଯୋଗୀ, ଯୋଗୀ ତଯୁଗ ଯୁଗ ପର୍ଯ୍ୟନ୍ତ ରହିଥାନ୍ତି… ନା ଆସିଥାନ୍ତି ନା ଯାଇଥାନ୍ତି… ନା ସେମାନେ ନିଶ୍ଚିହ୍ନ ହୋଇଯାଆନ୍ତି”  । ମୁଁ ଭାବୁଛି ଆଜି ଆମେ ଯୋଗୀଜୀଙ୍କ ସେହି ଆତ୍ମିକ ସ୍ୱରୂପ ସହିତ ଏକ ସହଯାତ୍ରାର ଅନୁଭବ କରିବା ସମୟରେ ସନ୍ଥ କବୀର ଦାସଙ୍କ ଏହି କଥା ସେତିକି ସଠିକ୍ ଲାଗିଥାଏ  । ଯୋଗୀ ଯାଆନ୍ତି ନାହିଁ, ଯୋଗୀ ଆସନ୍ତି ନାହିଁ ସେ ଆମ ଭିତରେ ରହିଥାନ୍ତି 

ସେହି ଯୋଗୀଙ୍କୁ ନମସ୍କାର କରି ଆପଣମାନଙ୍କ ମଧ୍ୟରେ ଏହି ପବିତ୍ର ବାତାବରଣରେ ମୋତେ ସମୟ ବିତାଇବାର ସୌଭାଗ୍ୟ ମିଳିଲା  ।  ମୋତେ ବହୁତ ଭଲ ଲାଗିଲା  । ପୁଣିଥରେ ଯୋଗୀଜୀଙ୍କ ସେହି ମହାନ ପରମ୍ପରାକୁ ପ୍ରଣାମ କରି ସମସ୍ତ ସନ୍ଥମାନଙ୍କୁ ପ୍ରଣାମ କରି ଏବଂ ଆଧ୍ୟାତ୍ମିକ ଯାତ୍ରାକୁ ଆଗକୁ ବଢ଼ିବାର ପ୍ରୟାସ କରୁଥିବା ପ୍ରତ୍ୟେକ ନାଗରିକଙ୍କ ପ୍ରତି ଆଦର ଭାବନା ବ୍ୟକ୍ତ କରି ମୁଁ ନିଜ ବାଣୀକୁ ବିରାମ ଦେଉଛି  ।

ଧନ୍ୟବାଦ  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Zojila Tunnel achieves final breakthrough at 11,578 feet, bringing Kashmir-Ladakh link closer

Media Coverage

Zojila Tunnel achieves final breakthrough at 11,578 feet, bringing Kashmir-Ladakh link closer
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses gratitude to Deputy Chairman of Rajya Sabha Shri. Harivansh Ji for his wishes
June 10, 2026

Prime Minister Shri Narendra Modi today expressed heartfelt gratitude to Deputy Chairman of Rajya Sabha, Shri. Harivansh Ji for his wishes. The Prime Minister stated that this occasion gives the inspiration to work for the country with even greater dedication, loyalty, and commitment.

Shri Modi emphasized that with the mantra of 'Sabka Saath, Sabka Vikas', the government is committed to the all-round development of India.

The Prime Minister posted on X:

"शुभकामनाओं के लिए आपका हृदय से आभार माननीय हरिवंश जी। यह अवसर देश के लिए और अधिक समर्पण, निष्ठा एवं प्रतिबद्धता के साथ कार्य करने की प्रेरणा देता है। 'सबका साथ, सबका विकास' के मंत्र के साथ हम भारतवर्ष के चौतरफा विकास के लिए प्रतिबद्ध हैं।

@harivansh1956"