ଜାପାନ ଭାରତର ସର୍ବବୃହତ ନିବେଶକମାନଙ୍କ ମଧ୍ୟରୁ ଅନ୍ୟତମ: ପ୍ରଧାନମନ୍ତ୍ରୀ ମୋଦୀ
ଭାରତ-ଜାପାନ ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ୍ ରେଳ କରିଡରରେ 'ୱାନ୍ ଟିମ୍ - ୱାନ୍ ପ୍ରୋଜେକ୍ଟ' ଭାବେ କାର୍ଯ୍ୟ କରୁଛି: ପ୍ରଧାନମନ୍ତ୍ରୀ ମୋଦୀ
ଜାପାନ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ 5 ଟ୍ରିଲିୟନ ୟେନ କିମ୍ବା 3.2 ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ: ପ୍ରଧାନମନ୍ତ୍ରୀ

 

ମହାମହିମ ପ୍ରଧାନମନ୍ତ୍ରୀ କିଶିଡା,

ସମ୍ମାନନୀୟ ପ୍ରତିନିଧି ବୃନ୍ଦ, 

ନମସ୍କାର!

ଜାପାନର ପ୍ରଧାନମନ୍ତ୍ରୀଭାବେ ଶ୍ରୀ କିଶିଡାଙ୍କ ପ୍ରଥମ ଭାରତ ଗସ୍ତରେ ମୁଁ ବିଶେଷ ଆନନ୍ଦିତ ଏବଂ ତାଙ୍କୁ ଏହି ଅବସରରେ ସ୍ୱାଗତ ଜଣାଉଛି ।

ମାତ୍ର ଅଳ୍ପଦିନ ତଳେ ଜାପାନରେ ଘଟିଯାଇଥିବା ଭୂମିକମ୍ପରେ ଧନଜୀବନ ହାନୀ ପାଇଁ ମୁଁ ଭାରତବାସୀଙ୍କ ପକ୍ଷରୁ ଶୋକ ପ୍ରକାଶ କରୁଛି ।

 ବନ୍ଧୁଗଣ,

ପ୍ରଧାନମନ୍ତ୍ରୀ କିଶିଡା ଭାରତର ଜଣେ ପୁରୁଣା ବନ୍ଧୁ । ବୈଦେଶିକ ମନ୍ତ୍ରୀ ଭାବେ ସେ ପୂର୍ବରୁ ଏକାଧିକବାର ଭାରତ ଗସ୍ତରେ ଆସିଛନ୍ତି । ବିଗତ କେତେବର୍ଷ ଧରି ଭାରତ-ଜାପାନ ସ୍ୱତନ୍ତ୍ର ରଣକୌଶଳ ଅଂଶୀଦାରୀ ଓ ବୈଶ୍ୱିକ ସହଯୋଗିତାରେ ଯେଉଁ ଅଭୂତପୂର୍ବ ପ୍ରଗତି ଘଟିଛି ସେଥିରେ ପ୍ରଧାନମନ୍ତ୍ରୀ କିଶିଡାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଆଜିର ଶିଖରବାର୍ତ୍ତା ଏକ ଅତି ଗୁରୁତ୍ୱପୂର୍ଣ୍ଣ ସମୟରେ ଆୟୋଜିତ ହୋଇଛି । ସମଗ୍ର ବିଶ୍ୱ ମଧ୍ୟ ଏହି କୋଭିଡ ମହାମାରୀ ଓ ଏହାର ପ୍ରଭାବ ବିରୋଧରେ ସଂଘର୍ଷ କରୁଛି । ବୈଶ୍ୱିକ ଅର୍ଥନୀତିକ ପୁନରୁଦ୍ଧାର ପ୍ରକ୍ରିୟା ଏବେ ମଧ୍ୟ ବାଧାପ୍ରାପ୍ତ ଅବସ୍ଥାରେ ଅଛି । ଭୂ-ରାଜନୈତିକ ଘଟଣାମାନ ମଧ୍ୟ ନୂଆ ଆହ୍ୱାନ ସୃଷ୍ଟି କରିଛି ।

 ଏହି ପରିପ୍ରେକ୍ଷୀରେ ଭାରତ-ଜାପାନ ସମ୍ପର୍କ ଅଧିକ ନିବିଡ ହେବା ବିଶେଷ ଗୁରୁତ୍ୱ ବହନ କରେ । ଏହା ଉଭୟ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥା ଏହା ଦ୍ୱାରା ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶକ୍ତି, ସମୃଦ୍ଧି ଓ ସ୍ଥିରତା ପ୍ରୋତ୍ସାହିତ ହେବ । ସମଗ୍ର ବିଶ୍ୱରେ ମଧ୍ୟ ଏହା ଶାନ୍ତି ଓ ସ୍ଥିରତା ଆଣି ବିକାଶ ପ୍ରକ୍ରି୍ରୟାକୁ ତ୍ୱରାନ୍ୱିତ କରିବ ।

ଆମର ପାରସ୍ପରିକ ବିଶ୍ୱାସ,ଆମର ସମଭାଗୀ ମୂଲ୍ୟବୋଧ, ଆମର ସାଂସ୍କୃତିକ ସମ୍ବନ୍ଧ, ଗଣତନ୍ତ୍ର, ସ୍ୱାଧୀନତା, ଆଇନର ଶାସନ ଆଦି ଆମ ଦ୍ୱିପାକ୍ଷିକ ସମ୍ପର୍କର ମୂଳ ଆଧାର । ନିବିଡି ସମ୍ପର୍କ ଏହାକୁ ଅଧିକ ଶକ୍ତିଶାଳୀ କରୁଛି। ଆଜି ହୋଇଥିବା ଆଲୋଚନା ଆମର ପାରସ୍ପରିକ ସହଯୋଗକୁ ନୂଆ ଶିଖରକୁ ଉନ୍ନୀତ କରିବାରେ ବାଟ ଦେଖାଇବ । 

ଆମେ ଦ୍ୱିପକ୍ଷାକ୍ଷିକ ପ୍ରସଙ୍ଗ ବ୍ୟତୀତ ଅନେକ ଆଂଚଳିକ ଓ ଆର୍ନ୍ତଜାତିକ ପ୍ରସଙ୍ଗରେ ମତ ବିନିମୟ କରିଛୁ । ଆମେ ମଧ୍ୟ ମିଳିତ ଜ୍‌ାତିସଂଘ ଓ ଅନ୍ୟାନ୍ୟ ଆନ୍ତର୍ଜାତିକ ମଂଚରେ ଆମର ସମନ୍ୱୟକୁ ବଢାଇବାରେ ନିଷ୍ପତ୍ତି ନେଇଛୁ ।

ବନ୍ଧୁଗଣ, 

ବିଗତ କେତେବର୍ଷ ଧରି ଭାରତ-ଜାପାନ ଅର୍ଥନୀତିକ ଅଂଶୀଦାରୀ ଅଭୂତପୂର୍ବ ପ୍ରଗତି ହାସଲ କରିଛି । ଦୁଇଦେଶର ବାଣିଜ୍ୟ କ୍ଷେତ୍ରରେ ବିପୁଳ ବିଶ୍ୱାସ ଓ ଉତ୍ସାହ ସୃଷ୍ଟି ହୋଇଛି । ଭାରତରେ ସର୍ବାଧିକ ପୁଞ୍ଜିନିବେଶକାରୀ ରାଷ୍ଟ୍ରଙ୍କ ମଧ୍ୟରେ ଜାପାନ ଅନ୍ୟତମ । ଏହା ଭାରତର ଏକ ବିଶ୍ୱସ୍ତରୀୟ ଅଂଶୀଦାର । ଏହି ଅବଦାନ ପାଇଁ ଆମେ ଜାପାନ ନିକଟରେ କୃତଜ୍ଞ । 

ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ୍ ରେଲ ପ୍ରୋଜେକ୍ଟର ପ୍ରଗତି ବେଶ୍ ଭଲ ରହିଛି । ଉଭୟ ଦେଶ ଏହି ପ୍ରକଳ୍ପରେ ମିଳିତଭାବେ କାମ କରୁଛନ୍ତି । ଗୋଟିଏ ଟିମ୍ ଗୋଟିଏ ପ୍ରକଳ୍ପର ଆଭିମୁଖ୍ୟ ରଖି ଏଥିରେ କାମ କରାଯାଉଛି । ଏହି ପ୍ରକଳ୍ପ ଭାରତ-ଜାପାନ ଅଂଶୀଦାରୀର ଏକ ବଡ ଉଦାହରଣ ।

 ୨୦୧୪ରେ ପାଞ୍ଚ ଟ୍ରିଲିୟନ ୟେନ ନିବେଶର ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହାକୁ ଆମେ ଅତିକ୍ରମ କରିଥିବାରୁ ମୁଁ ବିଶେଷ ଆନନ୍ଦିତ । ଏବେ ଆମେ ଆମ ଉଚ୍ଚାଭିଳାଷକୁ ନୂଆ ଶିଖରକୁ ନେବାକୁ ନିଷ୍ପତ୍ତି ନେଇଛୁ ଏବଂ ତଦନୁସାରେ ନିବେଶ ପରିମାଣକୁ ପାଞ୍ଚ ଟ୍ରିଲିୟନ ୟେନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛୁ । ଏହାର ଅର୍ଥ ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ତିନିଲକ୍ଷ ୨୫ହଜାର କୋଟି ଟଙ୍କାର ନିବେଶ ହେବ । 

ଆପଣମାନେ ସମସ୍ତେ ଜାଣନ୍ତି ଯେ ବିଗତ କେତେବର୍ଷ ଧରି ଭାରତ ପୂର୍ଣ୍ଣାଙ୍ଗ ଅର୍ଥନୀତିକ ସଂସ୍କାର କାର୍ଯ୍ୟକାରୀ କରୁଛି ଏବଂ ବିଭିନ୍ନ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଉଛି । ବେପାର ବଣିଜକୁ ସୁଗମ କରି ଏଥିରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିବାକୁ ଭାରତ ବଡ ପଦକ୍ଷେପ ନେଇଛି । ଆଜି ଭାରତ “ମେକ୍ ଇନ୍ ଇଣ୍ଡିଆ ଫର ଦି ୱାର୍ଲଡ” ପାଇଁ ଅସୀମ ସମ୍ଭାବନା ସୃଷ୍ଟି କରିଛି । 

ଏହି ପରିପ୍ରେକ୍ଷୀରେ ଜାପାନୀ କମ୍ପାନୀମାନେ ଦୀର୍ଘକାଳ ଧରି ଆମର ବ୍ରାଣ୍ଡ ଆମ୍ବାସାଡର ପାଲଟିଛନ୍ତି । ଆମ ଅଂଶୀଦାରୀରେ ଟେକ୍‌ନୋଲୋଜି ଓ ଇନୋଭେସନ କ୍ଷେତ୍ରରେ ନୂଆ ସାମ୍ମୁଖ୍ୟ ସୃଷ୍ଟି ହୋଇଛି । ଜାପାନୀ କମ୍ପାନୀଗୁଡିକ ପାଇଁ ଭାରତର ଅନୁକୂଳ ବାତାବରଣ ସୃଷ୍ଟି ସହିତ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇଦେବାକୁ ଆମେ ଅଙ୍ଗୀକାରବଦ୍ଧ । 

ଭାରତ-ଜାପାନ ଔଦ୍ୟୋଗିକ ପ୍ରତିଯୋଗିତାମୂଳକ ଅଂଶୀଦାରୀ ଯୋଜନା ଆଜିଠାରୁ ଆରମ୍ଭ ହୋଇଛି । ଏ କ୍ଷେତ୍ରରେ ଏହା ବେଶ ପ୍ରଭାବଶାଳୀ ଓ ସଫଳ ବ୍ୟବସ୍ଥାଭାବେ ପ୍ରମାଣିତ ହେବ ବୋଲି ଆଶା । 

ବନ୍ଧୁଗଣ, 

ଉଭୟ ଭାରତ ଓ ଜାପାନ ଏକ ବିଶ୍ୱାସଯୋଗ୍ୟ, ନିରାପଦ, ଭରସାଯୋଗ୍ୟ, ସ୍ଥିର ଓ କଳନୀୟ ଊର୍ଜା ଯୋଗାଣର ଗୁରୁତ୍ୱ ବୁଝନ୍ତି । ଏହା ଦ୍ୱାରା ଅର୍ଥନୀତିକ ଅଭିବୃଦ୍ଧି ନିରନ୍ତର ରହିବା ସହିତ ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟାର ସଫଳ ମୁକାବିଲା କରିହେବ । 

ଆମର ସ୍ୱଚ୍ଛ ଊର୍ଜା ସହଭାଗିଦା ଏ ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ଭାବେ ପ୍ରମାଣିତ ହେବ । ଆଜି ମଧ୍ୟ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଏକମତ ହୋଇଛୁ । ସେ ବିଷୟରେ ଘୋଷଣା କରାଯାଇଛି ।

ପ୍ରଧାନମନ୍ତ୍ରୀ କିଶିଡାଙ୍କର ଏହି ଗସ୍ତ ଭାରତ-ଜାପାନ ସ୍ୱତନ୍ତ୍ର ରଣକୌଶଳାତ୍ମକ ଓ ବୈଶ୍ୱିକ ଅଂଶୀଦାରୀ କ୍ଷେତ୍ରରେ ନୂଆ ଅଧ୍ୟାୟ ଯୋଡିବାରେ ସଫଳ ହୋଇଛି । 

ପ୍ରଧାନମନ୍ତ୍ରୀ କିଶିଡା ଏବଂ ତାଙ୍କ ପ୍ରତିନିଧିମଣ୍ଡଳୀର ସଦସ୍ୟମାନଙ୍କୁ ଭାରତଗସ୍ତ ପାଇଁ ମୁଁ ପୁଣିଥରେ ସ୍ୱାଗତ ଜଣାଉଛି ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Bhogapuram airport begins commercial operations with first IndiGo flight

Media Coverage

Bhogapuram airport begins commercial operations with first IndiGo flight
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the importance of self-respect, courage and steadfastness
August 18, 2026

The Prime Minister, Shri Narendra Modi has shared a Sanskrit Subhashitam highlighting the importance of living with self-respect, courage and dignity. He emphasised that true valour and strength lie in remaining steadfast in one’s principles and values, without compromising them under any circumstances.

The Prime Minister shared a Sanskrit Subhashitam-

“उद्यच्छेदेव न नमेदुद्यमो ह्येव पौरुषम्।
अप्यपर्वणि भज्येत न नमत्वेव कस्यचित्॥”

The Subhashitam conveys that a person should always live with self-respect, courage and dignity. True valor and strength lie in never compromising one's principles and values under any circumstances, but remaining steadfast in one's ideals with truth, patience and self-pride.

The Prime Minister wrote on X;

“उद्यच्छेदेव न नमेदुद्यमो ह्येव पौरुषम्।

अप्यपर्वणि भज्येत न नमत्वेव कस्यचित्॥”