ଆପଣ ସମସ୍ତ ସାଥୀମାନଙ୍କୁ, ଏଠାକୁ ସ୍ୱାଗତ ।

ପଅରଦିନ ଆପଣମାନଙ୍କର ବହୁତ ବଡ଼ ପରୀକ୍ଷା ରହିଛି ଆଉ ମୋତେ ଜଣାଅଛି କି ଆପଣମାନେ ସେଥିରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହେବେ, ସଫଳ ହେବେ ।

ମୁଁ ସାଧାରଣତନ୍ତ୍ର ଦିବସ ଏବଂ ସାଧାରଣତନ୍ତ୍ର ଦିବସ ପରେଡ ପାଇଁ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ।

ବନ୍ଧୁଗଣ,

ଏଠାରେ ଆପଣମାନେ ଯେତେ ମଧ୍ୟ ସାଥୀ ଏକାଠି ହୋଇଛନ୍ତି, ଆପଣମାନେ ହେଉଛନ୍ତି ଏକ ପ୍ରକାରରେ ମିନି ଇଣ୍ଡିଆ ବା କ୍ଷୁଦ୍ର ଭାରତକୁ ପ୍ରଦର୍ଶନ କରୁଥିବା ଭଳି ଲୋକ । ଭାରତ ପ୍ରକୃତରେ ହେଉଛି କ’ଣ, ଏହା ଆମ ଦେଶ ଏବଂ ସାରା ଦୁନିଆ ଆପଣଙ୍କ ମାଧ୍ୟମରେ ବୁଝିଥାଏ ।

ଏନସିସି ଏବଂ ଏନଏସଏସ ମାଧ୍ୟମରେ ଅନୁଶାସନ ଏବଂ ସେବାର ଏକ ସମୃଦ୍ଧ ପରମ୍ପରା ଯେତେବେଳେ ରାଜପଥ ଉପରେ ଦେଖା ଦେଇଥାଏ, ତ ଦେଶର କୋଟି କୋଟି ଯୁବକ ଅନୁପ୍ରାଣିତ ଏବଂ ପ୍ରୋତ୍ସାହିତ ହୋଇ ଥାଆନ୍ତି । ଦେଶର ସମୃଦ୍ଧ କଳା-ସଂସ୍କୃତି, ଭାରତର ଐତିହ୍ୟକୁ ପ୍ରଦର୍ଶିତ କରିବା ଭଳି ପ୍ରଜ୍ଞାପନ ମେଢ ସବୁ ନେଇ ଆପଣମାନେ ଯେତେବେଳେ ରାଜପଥରେ ବାହାରନ୍ତି, ତ ସମଗ୍ର ଦୁନିଆ ମନ୍ତ୍ରମୁଗ୍ଧ ହୋଇ ଦେଖିଥାଏ । ବିଶେଷ ଭାବେ ଆମର ଆଦିବାସୀ ସାଥୀ ତ ନିଜର ପ୍ରଦର୍ଶନ ଦ୍ୱାରା ଏକ ଅଦ୍ଭୁତ ଏବଂ ଅନନ୍ୟ ପରମ୍ପରାକୁ ଦେଶ ଏବଂ ଦୁନିଆ ସମ୍ମୁଖକୁ ଆଣିଥାଆନ୍ତି ।

ଏତେ ଥଣ୍ଡା ପରେ ମଧ୍ୟ ଏହିଭଳି ଭାବେ ଆପଣମାନେ ପରିଶ୍ରମ କରିବା, କ୍ରମାଗତ ଭାବେ ପରିଶ୍ରମ ଜାରି ରଖିବା, ଏହା ହେଉଛି ବହୁତ ପ୍ରଶଂସନୀୟ ।

ଏଥର ଯେତେବେଳେ ମୁଁ ପରେଡରେ ରହିବି, ତ ଏହି ଶାନ୍ତ୍ୱନା ଅବଶ୍ୟ ରହିବ କି ଆପଣମାନେ ସମସ୍ତେ, ପ୍ରତ୍ୟେକ ପ୍ରଜ୍ଞାପନ ମେଢ କଳାକାରଙ୍କ ସହିତ ସାକ୍ଷାତ କରି ପାରିଲି, ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରି ପାରିଲି ।

ସାଥୀଗଣ

ଆପଣମାନେ ସମସ୍ତେ ଦେଶର ବିବିଧତାକୁ ଦିଲ୍ଲୀ ପର୍ଯ୍ୟନ୍ତ ତ ଆଣୁଛନ୍ତି ହିଁ, ଦିଲ୍ଲୀରେ ଯେଉଁ ବିବିଧତା ସାଧାରଣତନ୍ତ୍ର ଦିବସରେ ଦେଖୁଛନ୍ତି, ତା’ର ବାର୍ତ୍ତା ମଧ୍ୟ ନିଜ ନିଜ ଅଂଚଳକୁ ନେଇ ଯାଉଛନ୍ତି । ଆପଣମାନେ ଏକ ଭାରତ, ଶ୍ରେଷ୍ଠ ଭାରତର ଚିନ୍ତାଧାରାକୁ ସାକାର କରୁଛନ୍ତି ।

ଯେତେବେଳେ ଆମେ ଏକ ଭାରତ, ଶ୍ରେଷ୍ଠ ଭାରତର କଥା କହୁଛେ, ତ ଆମକୁ ଏହି କଥା ମଧ୍ୟ ମନେ ରଖିବାକୁ ହେବ କି ପ୍ରକୃତରେ ଭାରତ ହେଉଛି କ’ଣ । ଭାରତ କ’ଣ କେବଳ ସୀମା ସରହଦ ମଧ୍ୟରେ 130 କୋଟି ଲୋକଙ୍କର କେବଳ ମାତ୍ର ବାସସ୍ଥାନ? ନା, ଭାରତ ଗୋଟିଏ ରାଷ୍ଟ୍ର ସହ ଏକ ଜୀବନ୍ତ ପରମ୍ପରା, ଏକ ବିଚାର, ଏକ ସଂସ୍କାର, ଏକ ବିସ୍ତାର ।

ଭାରତର ଅର୍ଥ – ବସୁଧୈବ କୁଟୁମ୍ବକମ୍

ଭାରତର ଅର୍ଥ – ସର୍ବ ପନ୍ଥ ସମଭାବ

ଭାରତର ଅର୍ଥ – ସତ୍ୟମେବ ଜୟତେ

ଭାରତର ଅର୍ଥ – ଅହିଂସା ପରମୋ ଧର୍ମଃ

ଭାରତର ଅର୍ଥ – ଏକମ୍ ସଦ ବିପ୍ରାଃ ବହୁଧାଃ ବଦନ୍ତି ସତ୍ୟ, ଅର୍ଥାତ ସତ୍ୟ ଗୋଟିଏ, ଏହାକୁ ଦେଖିବାର ଦୃଷ୍ଟିଭଙ୍ଗୀ ହେଉଛି ଭିନ୍ନ-ଭିନ୍ନ ।

ଭାରତର ଅର୍ଥ – ବୈଷ୍ଣବ ଜନ ତୋ ତେନେ କହିୟେ ଜେ ପୀଡ଼ ପରାୟୀ ଜାଣେ ରେ

ଭାରତର ଅର୍ଥ – ଗଛ-ଲତାରେ ଈଶ୍ୱରଙ୍କର ବସବାସ

ଭାରତର ଅର୍ଥ – ଅପ୍ପ ଦୀପୋ ଭବଃ ଅର୍ଥାତ ଅନ୍ୟ ଉପରେ ଆଶା ରଖିବା ଅପେକ୍ଷା ସ୍ୱପ୍ରେରଣା ଆଡ଼କୁ ଅଗ୍ରସର ହୁଅ ।

ଭାରତର ଅର୍ଥ – ତେନ ତ୍ୟକ୍ତେନ ଭୁଞ୍ଜିଥା ଅର୍ଥାତ ଯେଉଁମାନେ ତ୍ୟାଗ କରନ୍ତି ସେହିମାନେ ହିଁ ଭୋଗ ପାଆନ୍ତି ।

ଭାରତର ଅର୍ଥ – ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟାଃ

ଭାରତର ଅର୍ଥ – ଜନସେବା ହିଁ ପ୍ରଭୁ ସେବା

ଭାରତର ଅର୍ଥ – ନର ନିଜର କର୍ତ୍ତବ୍ୟ କରିବ ତ ନାରାୟଣ ହୋଇଯିବ

ଭାରତର ଅର୍ଥ – ନାରୀ ତୁ ନାରାୟଣୀ

ଭାରତର ଅର୍ଥ – ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରୀୟସୀ ଅର୍ଥାତ ମାତା ଏବଂ ଜନ୍ମଭୂମିର ସ୍ଥାନ ହେଉଛି ସ୍ୱର୍ଗଠାରୁ ମଧ୍ୟ ଶ୍ରେଷ୍ଠ, ମହାନ ।

ଭାରତ ଏହିଭଳି ହେଉଛି ଅନେକ ଆଦର୍ଶ ଏବଂ ବିଚାରଧାରା ସହିତ ସମାହିତ ହୋଇଥିବା ଏକ ଜୀବନ ଶକ୍ତି, ଉର୍ଜ୍ଜାର ପ୍ରବାହ ।

ତେଣୁ ଆମେ ଯେତେବେଳେ ମଧ୍ୟ ଭାରତର ଏକତା ଏବଂ ଶ୍ରେଷ୍ଠତାର କଥା କହୁଛୁ, ତ ନିଜର ଭୌଗୋଳିକ ଏବଂ ଆର୍ଥôକ ଶ୍ରେଷ୍ଠତା ସହିତ ଏହିସବୁ ଆଦର୍ଶ ଏବଂ ମୂଲ୍ୟବୋଧଗୁଡ଼ିକର ଶ୍ରେଷ୍ଠତା ମଧ୍ୟ ସେଥିରେ ସାମିଲ ରହିଛି ।

 

ସାଥିଗଣ,

ଭାରତର ଶ୍ରେଷ୍ଠତାର ଆଉ ଏକ ଶକ୍ତି ହେଉଛି ଏହାର ଭୌଗୋଳିକ ଏବଂ ସାମାଜିକ ବିବିଧତାରେ ହିଁ ରହିଛି । ଆମର ଏହି ଦେଶ ହେଉଛି ଗୋଟିଏ ପ୍ରକାରରେ ଗୋଟିଏ ଫୁଲର ମାଳା, ଯେଉଁଥିରେ ରଙ୍ଗ-ବେରଙ୍ଗର ଫୁଲଗୁଡ଼ିକୁ ଭାରତୀୟତାର ସୂତାରେ ଗୁନ୍ଥି ଦିଆ ଯାଇଛି ।

ଆମେ କେବେ ହେଲେ ଏକରୂପତାର ନୁହେଁ, ଆମେ ହେଉଛୁ ଏକତାର ପକ୍ଷଧର । ଏକତାର ସୂତ୍ରକୁ ଜୀବନ୍ତ ରଖିବା, ଏକତାର ସୂତ୍ରକୁ ଶକ୍ତିଶାଳୀ କରି ରଖିବା ଏହା ହେଉଛି ଆମ ମାନଙ୍କର ପ୍ରୟାସ ଆଉ ଏହା ହେଉଛି ଏକତାର ସନେ୍ଦଶ ।

ରାଜ୍ୟ ଅନେକ, ରାଷ୍ଟ୍ର ଏକ, ସମାଜ ଅନେକ ଭାରତ ଏକ, ପନ୍ଥ ଅନେକ ଲକ୍ଷ୍ୟ ଏକ, ବୋଲି ଅନେକ ସ୍ୱର ଏକ, ଭାଷା ଅନେକ ଭାବ ଏକ, ରଙ୍ଗ ଅନେକ ତି୍ରରଙ୍ଗା ଏକ, ପରମ୍ପରା ଅନେକ ସଂସ୍କାର ଏକ, କାର୍ଯ୍ୟ ଅନେକ ସଂକଳ୍ପ ଏକ, ରାସ୍ତା ଅନେକ ଲକ୍ଷ୍ୟ ଏକ, ଚେହେରା ଅନେକ ହସ ଏକ, ଏହି ଏକତାର ମନ୍ତ୍ରକୁ ନେଇ ଏହି ଦେଶ ଆଗକୁ ବଢ଼ୁ, ଏହି ବିଚାରଧାରା ସହିତ ଆମକୁ ନିରନ୍ତର କାର୍ଯ୍ୟ କରିବାକୁ ପଡ଼ିବ ।

ସାଥୀଗଣ,

ରାଜପଥରେ ଆପଣଙ୍କ ପ୍ରଦର୍ଶନ ଫଳରେ ସାରା ଦୁନିଆ ମଧ୍ୟ ଭାରତର ଏହି ଶକ୍ତିର ଦର୍ଶନ କରିଥାଏ । ଏହାର ପ୍ରଭାବ ଭାରତର ସଫ୍ଟ ପାୱାରର ପ୍ରଚାର-ପ୍ରସାରରେ ମଧ୍ୟ ଲାଗିଥାଏ ଏବଂ ଭାରତର ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ଏହାଦ୍ୱାରା ଦୃଢ଼ଶକ୍ତି ମିଳୁଛି । ଏହି ଭାବନାକୁ ଆମର ଯୁବ ଭାବ ବିନିମୟ କାର୍ଯ୍ୟକ୍ରମ ଦ୍ୱାରା ଆହୁରି ଶକ୍ତି ମିଳିପାରୁଛି ।

ସାଥୀଗଣ,

ମୋତେ ଅବଗତ କରାଯାଇଛି କି ଚଳିତ ବର୍ଷ ଏନସିସି ଏବଂ ଏନଏସଏସର ଯୁବ ସାଥୀମାନେ ଖେଳଠାରୁ ଆରମ୍ଭ କରି  ବିପଦ ସମୟରେ ସୁରକ୍ଷା ଏବଂ ଉଦ୍ଧାର କାର୍ଯ୍ୟରେ ନିଜର ପ୍ରଭାବଶାଳୀ ଭୂମିକା ତୁଲାଇଛନ୍ତି । ଏନଏସଏସ ତ ହେଉଛି ଦେଶର ସବୁଠାରୁ ବଡ଼ ରକ୍ତ ଦାନ ପ୍ରତିଷ୍ଠାନ, ଫିଟ୍ ଇଣ୍ଡିଆ ଅଭିଯାନ ପାଇଁ ହୋଇଥିବା ସାଇକ୍ଲାଥୋନରେ ମଧ୍ୟ 8 ଲକ୍ଷ ଯୁବକ ଅଂଶଗ୍ରହଣ କରିଥିଲେ ।

ଏହିଭଳି ଭାବେ ଏନସିସିର କ୍ୟାଡେଟ୍ସ ଗାନ୍ଧିଜୀଙ୍କର 150ତମ ଜୟନ୍ତୀରେ ସାରା ଦେଶରେ, 8 ହଜାର କିଲୋମିଟରର ସ୍ୱଚ୍ଛତା ଯାତ୍ରାରେ ବାହାରି, ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଏଠାରେ ନୁହେଁ, ବିହାର, କେରଳ, କର୍ଣ୍ଣାଟକ, ଓଡ଼ିଶା ଏବଂ ମହାରାଷ୍ଟ୍ରରେ ଆସିଥିବା ବନ୍ୟା ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ 1 ଲକ୍ଷରୁ ଅଧିକ ଏନସିସି କ୍ୟାଡେଟମାନେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଛନ୍ତି ।

ଏହି ପରିସଂଖ୍ୟାନ ମୁଁ ଏଥିପାଇଁ କହୁଛି କି ଦେଶରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ମଧ୍ୟରେ ଏହି ପ୍ରଶଂସନୀୟ କାର୍ଯ୍ୟଗୁଡ଼ିକର ଚର୍ଚ୍ଚା ସେତେ ପରିମାଣରେ ହୋଇ ପାରେ ନାହିଁ । କିନ୍ତୁ ଆପଣମାନଙ୍କର ଏହି ପରିଶ୍ରମ ଏବଂ ଦେଶ ପାଇଁ କରାଯାଇଥିବା କାର୍ଯ୍ୟ, ମୋ ପାଇଁ ବହୁତ ବଡ଼ ପ୍ରେରଣା ଯୋଗାଇଥାଏ ।

ସାଥୀଗଣ,

ଏହା ହେଉଛି ଆମର 71ତମ ଗଣତନ୍ତ୍ର ଦିବସ । ବିଗତ 70 ବର୍ଷ ଧରି ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ, ସମଗ୍ର ବିଶ୍ୱ ସମ୍ମୁଖରେ ଆମେ ଏକ ଉତ୍ତମ ଉଦାହରଣ ରଖିଛୁ ।

ଏଭଳି ସ୍ଥିତିରେ ଆମକୁ ଦେଶର ସମ୍ବିଧାନର ଏଭଳି ଏକ ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ଯାହାର ଚର୍ଚ୍ଚା ଗତ 7 ଦଶକରେ ସେତେ ବିସ୍ତାରିତ ଭାବେ ହୋଇ ପାରି ନାହିଁ । ଆମକୁ ନାଗରିକ ଭାବେ ନିଜର କର୍ତ୍ତବ୍ୟଗୁଡ଼ିକୁ ପ୍ରମୁଖତା ଏବଂ ପ୍ରାଥମିକତା ଦେବାକୁ ପଡ଼ିବ । ଯଦି ଆମେ ନିଜ କର୍ତ୍ତବ୍ୟଗୁଡ଼ିକୁ ସଠିକ ଭାବେ ତୁଲାଇ ପାରିବା, ତ ଆମକୁ ଆମର ଅଧିକାର ପାଇଁ ଲଢ଼େଇ କରିବାର ଆବଶ୍ୟକତା ପଡ଼ିବ ନାହିଁ ।

ଏଠାକୁ ଯେତେ ମଧ୍ୟ ଯୁବକ ସାଥୀ ଆସିଛନ୍ତି, ମୋର ଆପଣମାନଙ୍କୁ ଅନୁରୋଧ ରହିବ କି ରାଷ୍ଟ୍ର ପ୍ରତି ନିଜର କର୍ତ୍ତବ୍ୟଗୁଡ଼ିକ ନେଇ ଅଧିକରୁ ଅଧିକ ଚର୍ଚ୍ଚା କରନ୍ତୁ । କେବଳ ଚର୍ଚ୍ଚା ହିଁ ନୁହେଁ ନିଜେ ତାହା ଉପରେ ବିଚାର ବିମର୍ଷ କରନ୍ତୁ, ଉଦାହରଣ ପାଲଟନ୍ତୁ । ଆମର ଏହିଭଳି ହିଁ ପ୍ରୟାସ ନ୍ୟୁ ଇଣ୍ଡିଆର ନିର୍ମାଣ କରିବ ।

ସାଥୀଗଣ,

ରାଷ୍ଟ୍ରପିତା ମହାତ୍ମାଗାନ୍ଧୀ ମୋ ସ୍ୱପ୍ନର ଭାରତ ନାମରେ ଗୋଟିଏ ପ୍ରବନ୍ଧ ଲେଖିଥିଲେ । ସେଥିରେ ସେ ଲେଖିଲେ, କି ସର୍ବୋଚ୍ଚ ଆକାଂକ୍ଷା ରଖୁଥିବା କୌଣସି ବ୍ୟକ୍ତିଙ୍କୁ ନିଜର ବିକାଶ ପାଇଁ ଯାହା କିଛି ମଧ୍ୟ ଦରକାର, ସେ ସବୁ ତାହାଙ୍କୁ ଭାରତରେ ହିଁ ମିଳି ପାରିବ ।

ଆପଣ ସମସ୍ତେ ସାଥୀ ଗାନ୍ଧିଜୀଙ୍କର ଏହି ସ୍ୱପ୍ନ, ଏହି ଭାବନାର ହେଉଛନ୍ତି ଏକ ଅଂଶ । ଆମେ ଯେଉଁ ନିଉ ଇଣ୍ଡିଆ ଆଡ଼କୁ ଆଗକୁ ବଢ଼ି ଚାଲିଛେ, ସେଠାରେ ଏହି ଆକାଂକ୍ଷା ସବୁ, ଏହି ସ୍ୱପ୍ନ ଆମକୁ ପୂରଣ କରିବାକୁ ପଡ଼ିବ । ଭାରତର କୌଣସି ମଧ୍ୟ ବ୍ୟକ୍ତି, କୌଣସି ମଧ୍ୟ ଅଂଚଳ ପଛରେ ରହି ନଯାଉ, ଏହା ଆମକୁ ସୁନିଶ୍ଚିତ କରିବାକୁ ପଡ଼ିବ । ଗଣତନ୍ତ୍ର ଦିବସ  ପ୍ୟାରେଡ଼୍ ପଛରେ ମଧ୍ୟ ଏହି ଧ୍ୟେୟ ରହିଛି ।

ସାଥୀଗଣ,

ଆମ ସମସ୍ତଙ୍କୁ ରାଷ୍ଟ୍ରର ସାମୁହିକ ସଂକଳ୍ପ ସହିତ ନିଜକୁ ଯୋଡ଼ିବାକୁ ହେବ । ଦେଶର ଜଣେ-ଜଣେ ସାଥୀଙ୍କର ଜୀବନକୁ ସହଜ କରିବା ପାଇଁ ମିଳିମିଶି ପ୍ରୟାସ କରିବାକୁ ପଡ଼ିବ । ଆପଣମାନଙ୍କ ମଧ୍ୟରୁ ଅନେକ ସାଥୀ, କିଛି ସମୟ ପରେ ପରୀକ୍ଷାରେ ବସିବାକୁ ଯାଉଛନ୍ତି । ଏହା ହେଉଛି ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ ।

ମୁଁ ଆପଣମାନଙ୍କୁ ଆପଣଙ୍କର ପରୀକ୍ଷା ପାଇଁ ଶୁଭକାମନା ଜଣାଉଛି । ଏହା ସହିତ ପୁଣିଥରେ ଗଣତନ୍ତ୍ର ଦିବସର ପ୍ୟାରେଡ଼ରେ ଆପଣମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନର କାମନା କରୁଛି ।

ଆପଣମାନେ ମୋ ସହିତ ସାକ୍ଷାତ କରିବା ପାଇଁ ଏଠାକୁ ଆସିଲେ, ଏଥିପାଇଁ ମୁଁ ବହୁତ-ବହୁତ ଋଣୀ ।

ଧନ୍ୟବାଦ!!!   

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Current growth trajectory paves way for India to be a developed nation by 2047: Jeffrey Sachs

Media Coverage

Current growth trajectory paves way for India to be a developed nation by 2047: Jeffrey Sachs
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting how enthusiasm and positive energy lead to success
April 30, 2026

Prime Minister Shri Narendra Modi today shared a Sanskrit Subhashitam highlighting that enthusiasm and positive energy inspire a person to remain consistently active in their actions.

The Prime Minister noted that this unwavering enthusiasm leads all those efforts to success which a person resolves to accomplish.

The Prime Minister posted on X:

"कर्मशील और ऊर्जावान देशवासी ही राष्ट्र की सबसे बड़ी शक्ति हैं, जिनके परिश्रम से विकास की नई राहें तय होती हैं। इनके प्रयासों से देश समृद्धि, आत्मनिर्भरता और उन्नति के शिखर को छूता है।

अनिर्वेदो हि सततं सर्वार्थेषु प्रवर्तकः।

करोति सफलं जन्तोः कर्म यच्च करोति सः॥"
Enthusiasm and positive energy inspire a person to remain consistently active in their actions. This unwavering enthusiasm leads all those efforts to success which a person resolves to accomplish.