ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନର ସଫଳତା ଏମଜିଆରଙ୍କୁ ଆନନ୍ଦିତ କରିଥାନ୍ତା: ପ୍ରଧାନମନ୍ତ୍ରୀ
ଭାରତୀୟ ଡାକ୍ତରୀ ବୃତ୍ତିଧାରୀଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ରହିଛି: ପ୍ରଧାନମନ୍ତ୍ରୀ
ମହାମାରୀ ପରେ ଡାକ୍ତରମାନଙ୍କ ପ୍ରତି ସମ୍ମାନ ଆହୁରି ବଢିଛି: ପ୍ରଧାନମନ୍ତ୍ରୀ
ସ୍ୱାର୍ଥ ସାଧନରୁ ବିରତ ହେଲେ ଆମେସାହସୀହୋଇପାରିବା: ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ଭାନକମ୍‌,

ତାମିଲନାଡୁର ରାଜ୍ୟପାଳ ତଥା ଏହି ବିଶ୍ୱବିଦ୍ୟାଳୟର କୁଳଧାପତି ଶ୍ରୀ ବନୱାରିଲାଲ ପୁରୋହିତ, କୁଳପତି ସୁଧା ସେଶାୟନ, ଅଧ୍ୟାପକ, କର୍ମଚାରୀ ଏବଂ ମୋର ପ୍ରିୟ ଛାତ୍ରଛାତ୍ରୀ ।

ଯେତେବେଳେ ତୁମେ ବିଭିନ୍ନ ମେଡିକାଲ, ଦନ୍ତ ଚିକିତ୍ସା କଲେଜରୁ ଡିଗ୍ରୀ ଏବଂ ଡିପ୍ଲୋମା ଅର୍ଜନ କରୁଛ, ଏହି ବିଶ୍ୱବିଦ୍ୟାଳୟର 33ତମ ସମାବର୍ତ୍ତନକୁ ଚିହ୍ନିତ କଲାବେଳେ ତୁମ ସହିତ ରହିବାରେ ମୋତେ ବହୁତ ଆନନ୍ଦ ମିଳୁଛି ।

ଆୟୁଷ ଏବଂ ପାରାମେଡିକାଲ୍ ପାଠ୍ୟକ୍ରମ । ମୋତେ କୁହାଯାଇଛି ଯେ ଆଜି 21 ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ଡିଗ୍ରୀ ଏବଂ ଡିପ୍ଲୋମା ପ୍ରଦାନ କରାଯାଉଛି । କିନ୍ତୁ ତାହା ଗୋଟିଏ ପ୍ରସଙ୍ଗ ଥିଲା ଯାହା ମୁଁ ବିଶେଷ ଭାବରେ ଉଲ୍ଲେଖ କରିବାକୁ ଚାହୁଁଛି । ସଂଖ୍ୟା ସୂଚୀତ କରୁଛି ଯେ ପ୍ରାୟ 30% ପୁରୁଷ ଏବଂ 70% ମହିଳା ଅଟନ୍ତି । ଯେହେତୁ ମୁଁ ସମସ୍ତ ସ୍ନାତକମାନଙ୍କୁ ଅଭିନନ୍ଦନ ଜଣାଉଛି, ମୁଁ ମହିଳା ପ୍ରାର୍ଥୀମାନଙ୍କୁ ମଧ୍ୟ ମୋର ବିଶେଷ କୃତଜ୍ଞତା ଜଣାଉଛି । ମହିଳାମାନେ ଯେକୌଣସି କ୍ଷେତ୍ରରେ ଆଗକୁ ଆଗେଇ ଆସୁଥିବା ଦେଖିବା ସର୍ବଦା ସ୍ୱତନ୍ତ୍ର । ଯେତେବେଳେ ଏହା ଘଟେ ଏହା ଏକ ଗର୍ବ ଓ ଆନ୍ଦନର ମୂହୂର୍ତ୍ତ ।

ବନ୍ଧୁଗଣ,

ଆପଣ ସମସ୍ତଙ୍କ ଏବଂ ଏହି ଅନୁଷ୍ଠାନର ସଫଳତା ମହାନ MGR ଙ୍କୁ ବହୁତ ଖୁସି ଦେଉଥିବ ।

ତାଙ୍କର ଶାସନ ଗରିବଙ୍କ ପ୍ରତି ଦୟାରେ ପରିପୂର୍ଣ୍ଣ ଥିଲା । ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ମହିଳା ସଶକ୍ତିକରଣର ବିଷୟଗୁଡ଼ିକ ତାଙ୍କ ପାଇଁ ପ୍ରିୟ ଥିଲା । କିଛି ବର୍ଷ ପୂର୍ବେ, ମୁଁ ଶ୍ରୀଲଙ୍କା ଯାଇଥିଲି, ଯେଉଁଠାରେ MGR ଜନ୍ମ ହୋଇଥିଲେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଶ୍ରୀଲଙ୍କାରେ ଆମର ତାମିଲ ଭଉଣୀ ଏବଂ ଭାଇମାନଙ୍କ ପାଇଁ କାମ କରିଥିବାରୁ ଭାରତ ଗୌରବାନ୍ୱିତ । ଭାରତ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ ଏକ ମାଗଣା ଆମ୍ବୁଲାନ୍ସ ସେବା ତାମିଲ ସମ୍ପ୍ରଦାୟ ଦ୍ୱାରା ବହୁଳ ଭାବରେ ବ୍ୟବହୃତ ହେଉଛି । ଡିକୋୟା ଠାରେ ହସ୍ପିଟାଲର ଉଦଘାଟନୀ ସମାରୋହକୁ ମୁଁ କେବେବି ଭୁଲି ପାରିବି ନାହିଁ । ଏହା ଏକ ଆଧୁନିକ ଡାକ୍ତରଖାନା ଯାହା ଅନେକଙ୍କୁ ସାହାଯ୍ୟ କରିବ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ପ୍ରୟାସ, ଏବଂ ତାମିଲ ସମ୍ପ୍ରଦାୟ ପାଇଁ ମଧ୍ୟ MGR ଙ୍କୁ ବହୁତ ଖୁସି ଦେଉଥିବ ।

ଛାତ୍ର ବନ୍ଧୁ,

ଏହା ହେଉଛି ସେହି ସମୟ ଯେତେବେଳେ ତୁମେ ତୁମର ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରୁ ଅନ୍ୟ ଏକ ସ୍ଥାନକୁ ଯିବ ।

ଏହା ହେଉଛି ସେହି ସମୟ ଯେତେବେଳେ ତୁମେ ଶିଖିବା ଠାରୁ ଆରୋଗ୍ୟକୁ ଯିବ । ଏହା ହେଉଛି ସେହି ସମୟ ଯେତେବେଳେ ତୁମେ ତୁମର ପରୀକ୍ଷାରୁ ସଫଳତା ପାଇବା ସହିତ ସମାଜରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯିବ ।

ବନ୍ଧୁଗଣ,

COVID-୧୯ ମହାମାରୀ ବିଶ୍ୱ ପାଇଁ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଘଟଣା ଥିଲା । କୌଣସି ଜିନିଷ ପାଇଁ ପୂର୍ବ-ପ୍ରସ୍ତୁତ ଫର୍ମୁଲା ନଥିଲା । ଏଭଳି ସମୟରେ ଭାରତ କେବଳ ଏକ ନୂଆ ରାସ୍ତା ତିଆରି କରିନାହିଁ ବରଂ ଅନ୍ୟମାନଙ୍କୁ ଏହା ସହିତ ଚାଲିବାରେ ମଧ୍ୟ ସାହାଯ୍ୟ କରିଛି । ମୃତ୍ୟୁ ହାରରେ ଭାରତ ସର୍ବନିମ୍ନ ସ୍ତରରେ ରହିଛି । ଆରୋଗ୍ୟ ହାର ଅଧିକ । ଭାରତ ବିଶ୍ୱ ପାଇଁ ଔଷଧ ଉତ୍ପାଦନ କରୁଛି ଏବଂ ବିଶ୍ୱ ପାଇଁ ଟିକା ପ୍ରସ୍ତୁତ କରୁଛି । ଆପଣ ଏପରି ସମୟରେ ସ୍ନାତକ ହାସଲ କରୁଛନ୍ତି ଯେତେବେଳେ ଭାରତୀୟ ଡାକ୍ତରୀ ବୃତ୍ତିଧାରୀ, ବୈଜ୍ଞାନେିକ ଏବଂ ଫାର୍ମା ବୃତ୍ତିଧାରୀମାନଙ୍କ ପାଇଁ ବହୁତ ପ୍ରଶଂସା ଏବଂ ସମ୍ମାନ ଅଛି । ମୋଟ ଉପରେ, ଭାରତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନୂତନ ଦୃଷ୍ଟି, ନୂତନ ସମ୍ମାନ ଏବଂ ନୂତନ ବିଶ୍ୱସନୀୟତାରେ ଦେଖାଯାଉଛି । ଅବଶ୍ୟ, ଏହାର ଅର୍ଥ ହେଉଛି ଯେ ବିଶ୍ୱ ଆପଣଙ୍କଠାରୁ ଅଧିକ ଆଶା କରିବ, ଯାହା ଆପଣଙ୍କର ଯୁବ ଏବଂ ମଝବୁତ କାନ୍ଧ ଉପରେ ଏକ ଦାୟିତ୍ୱ ଅଟେ । ଏହି ମହାମାରୀରୁ ଶିକ୍ଷା ଆମକୁ ଯକ୍ଷ୍ମା ଭଳି ଅନ୍ୟ ରୋଗ ସହିତ ଲଢିବାରେ ସାହାଯ୍ୟ କରିବ ।

ବନ୍ଧୁଗଣ,

ଥିରୁଭାଲୁଭର୍ କହିଛନ୍ତି: ଅସୁସ୍ଥ, ଡାକ୍ତର, ଔଷଧ ଏବଂ ଯତ୍ନ ନେଉଥିବା ବ୍ୟକ୍ତି, ଏହି ସମସ୍ତ ଚାରିଟିକୁ ଚିକିତ୍ସା ଅନ୍ତର୍ଭୁକ୍ତ କରନ୍ତି । ସମଗ୍ର ମହାମାରୀ ଏବଂ ବ୍ୟାଘାତର ମଧ୍ୟଭାଗରେ, ଏହି ଚାରୋଟି ସ୍ତମ୍ଭ ମଧ୍ୟରୁ ପ୍ରତ୍ୟେକ ଅଜଣା ଶତ୍ରୁ ସହିତ ଯୁଦ୍ଧ କରିବା ପାଇଁ ସମ୍ମୁଖଭାଗରେ ଥିଲେ । ଯେଉଁମାନେ ଏହି ଭୂତାଣୁ ସହିତ ଲଢେଇ କରିଥିଲେ ସେମାନେ ମାନବିକତାର ଯୋଦ୍ଧା ଭାବରେ ଉଭା ହୋଇଥିଲେ ।

ବନ୍ଧୁଗଣ,

ଆମେ ସମଗ୍ର ଡାକ୍ତରୀ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି । ଜାତୀୟ ମେଡିକାଲ ଆୟୋଗ ବହୁତ ସ୍ୱଚ୍ଛତା ଆଣିବେ । ନୂତନ ମେଡିକାଲ କଲେଜ ଗଠନ ପାଇଁ ଏହା ସରଳ ଓ ଯୁକ୍ତିଯୁକ୍ତ କରିବ । ଏହା ମଧ୍ୟ ଏହି କ୍ଷେତ୍ରରେ ମାନବ ସମ୍ବଳର ଗୁଣବତ୍ତା ଏବଂ ଉପଲବ୍ଧତାକୁ ଉନ୍ନତ କରିବ । ଗତ ଛଅ ବର୍ଷ ମଧ୍ୟରେ, MBBS ଆସନ 30 ହଜାରରୁ ଅଧିକ ବୃଦ୍ଧି ପାଇଛି, ଯାହାକି 2014 ଠାରୁ 50% ରୁ ଅଧିକ ବୃଦ୍ଧି ପାଇଛି । ପିଜି ଆସନ ସଂଖ୍ୟା 24 ହଜାର ବୃଦ୍ଧି ପାଇଛି ଯାହା 2014 ଠାରୁ ପ୍ରାୟ 80% ବୃଦ୍ଧି ପାଇଛି । 2014 ରେ ଦେଶରେ 6 ଟି AIIMS ଥିଲା । ଗତ 6 ବର୍ଷ ମଧ୍ୟରେ, ଆମେ ସାରା ଦେଶରେ 15 ଟି AIIMS ଅନୁମୋଦନ କରିଛୁ । ତାମିଲନାଡୁ ଏହାର ଡାକ୍ତରୀ ଶିକ୍ଷା ପାଇଁ ବେଶ୍‍ ଜଣାଶୁଣା । ରାଜ୍ୟରୁ ଆମର ଯୁବକମାନଙ୍କୁ ଅଧିକ ସାହାଯ୍ୟ କରିବା ପାଇଁ ଆମ ସରକାର ରାଜ୍ୟରେ 11 ଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଅନୁମତି ଦେଇଛନ୍ତି । ଏହି ନୂତନ ମେଡିକାଲ କଲେଜଗୁଡ଼ିକ ସେହି ଜିଲ୍ଲାମାନଙ୍କରେ ପ୍ରତିଷ୍ଠା ହେବ ଯେଉଁଠାରେ ବର୍ତ୍ତମାନ ମେଡିକାଲ କଲେଜ ନାହିଁ । ଏହି ପ୍ରତ୍ୟେକ କଲେଜ ପାଇଁ ଭାରତ ସରକାର ୨ ହଜାରରୁ ଅଧିକ କୋଟି ଟଙ୍କା ପ୍ରଦାନ କରିବେ ।

ବଜେଟରେ 64 ହଜାର କୋଟିରୁ ଅଧିକ ଅର୍ଥ ବ୍ୟୟ ଅଟକଳ କରି ଆମେ ପ୍ରଧାନମନ୍ତ୍ରୀ ଆତ୍ମ ନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ଘୋଷଣା କରିଛୁ । ଏହା ନୂତନ ଏବଂ ଉଭା ହେଉଥିବା ରୋଗର ଚିହ୍ନଟ ଏବଂ ଉପଶମ ପାଇଁ ପ୍ରାଥମିକ, ଦ୍ୱିତୀୟ ଏବଂ ତୃତୀୟ ସ୍ତରରେ ସ୍ୱାସ୍ଥ୍ୟସେବା କ୍ଷମତା ବୃଦ୍ଧି କରିବ । ଆମର ଆୟୁଷ୍ମାନ ଭାରତ ହେଉଛି ବିଶ୍ୱର ସର୍ବ ବୃହତ୍‍ ସ୍ୱାସ୍ଥ୍ୟ ନିଶ୍ଚିତତା କାର୍ଯ୍ୟକ୍ରମ ଯାହା 50 କୋଟି ଲୋକଙ୍କୁ 1600 ଚିକିତ୍ସାଳୟରେ ଡାକ୍ତରୀ ଏବଂ ଏବଂ ଅପରେସନ ପଦ୍ଧତିରେ ଚିକିତ୍ସାସେବା ପ୍ରଦାନ କରୁଛି ।

ଜନ ଔଷଧି କେନ୍ଦ୍ରଗୁଡିକ 7000 ରୁ ଅଧିକ ସଂଖ୍ୟାରେ ସମ୍ପ୍ରସାରିତ ହେବା ସହିତ ବହୁ ଶସ୍ତା ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି । ବିଭିନ୍ନ ମେଡିକାଲ ଉପକରଣ ଯଥା ଷ୍ଟେଣ୍ଟ୍‍ସ ଏବଂ ଆଣ୍ଠୁ ପ୍ରତିରୋପଣ ଭଳି ଚିକିତ୍ସା ସାମଗ୍ରୀ ଆମ ଦେଶରେ ବହୁ ଶସ୍ତା ହୋଇଛି, ଯାହା କୋଟି କୋଟି ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛି ।

ବନ୍ଧୁଗଣ,

ଡାକ୍ତରମାନେ ଆମ ଦେଶର ସବୁଠାରୁ ସମ୍ମାନଜନକ ବୃତ୍ତିଧାରୀଙ୍କ ମଧ୍ୟରେ ଅଛନ୍ତି । ମହାମାରୀ ପରେ ଆଜି ଏହି ସମ୍ମାନ ଆହୁରି ବୃଦ୍ଧି ପାଇଛି । ଏହି ସମ୍ମାନ ବୃଦ୍ଧିର କାରଣ ହେଉଛି ଲୋକମାନେ ତୁମର ବୃତ୍ତିର ଗମ୍ଭୀରତାକୁ ଜାଣିଲେ, ଯେତେବେଳେ ଅନେକ ଥର କେତେକଙ୍କ ପାଇଁ ଏହା ଜୀବନ ଏବଂ ମୃତ୍ୟୁର ପ୍ରଶ୍ନ ହୋଇଛି । ତଥାପି, ଗମ୍ଭୀର ହେବା ଏବଂ ଗମ୍ଭୀର ଦେଖାଯିବା ଦୁଇଟି ଭିନ୍ନ ବିଷୟ । ମୁଁ ତୁମ ସମସ୍ତଙ୍କୁ ଅନୁରୋଧ କରୁଛି ତଥାପି ତୁମର ହାସ୍ୟରସ ଭାବନାକୁ ଅକ୍ଷୁର୍ଣ୍ଣ ରଖ । ଏହା ମଧ୍ୟ ତୁମ ରୋଗୀଙ୍କୁ ଉତ୍ସାହିତ କରିବ ଏବଂ ସେମାନଙ୍କର ମନୋବଳକୁ ଉଚ୍ଚ ରଖିବାରେ ସାହାଯ୍ୟ କରିବ । ମୁଁ କିଛି ଡାକ୍ତରଙ୍କୁ ଦେଖିଛି, ଯେଉଁମାନେ ସେମାନଙ୍କ କାର୍ଯ୍ୟରେ ପାରଦର୍ଶୀ କିନ୍ତୁ ରୋଗୀ ଏବଂ କର୍ମଚାରୀଙ୍କ ସହିତ ସେମାନଙ୍କର ହାସ୍ୟରସ ବାର୍ତ୍ତାଳାପ ସହିତ ଡାକ୍ତରଖାନା ପରିସରକୁ ଆଲୋକିତ କରନ୍ତି । ଏହା ମଧ୍ୟ ଲୋକଙ୍କୁ ଆଶା ଦେଇଥାଏ, ଯାହା ଆରୋଗ୍ୟ ହେବାରେ ଗୁରୁତ୍ୱପୂର୍ଣ୍ଣ । ତୁମର ହାସ୍ୟରସ ଭାବନାକୁ ସୁସ୍ଥ ରଖିବା ସହିତ ଏପରି ଉଚ୍ଚ ଚାପ ବୃତ୍ତିରେ ନିଜର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବାରେ ମଧ୍ୟ ସାହାଯ୍ୟ କରିବ । ଆପଣ ହେଉଛନ୍ତି ସେହି ବ୍ୟକ୍ତି ଯେଉଁମାନେ ଦେଶର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତି ଏବଂ ଆପଣ ଯଦି ଆପଣଙ୍କର ସ୍ୱ୍ୱାସ୍ଥ୍ୟ ଏବଂ ସୁସ୍ଥତା ଉପରେ ଧ୍ୟାନ ଦିଅନ୍ତି ତେବେ ଆପଣ ଏହା କରିପାରିବେ । ଯୋଗ, ଧ୍ୟାନ, ଦୌଡିବା, ସାଇକେଲ ଚଲାଇବା - କିଛି ଫିଟନେସ୍ ନିୟମକୁ ବାଛନ୍ତୁ ଯାହା ମଧ୍ୟ ତୁମର ସୁସ୍ଥତା ପାଇଁ ସାହାଯ୍ୟ କରେ ।

 

ବନ୍ଧୁଗଣ,

ସ୍ୱାମୀ ବିବେକାନନ୍ଦଙ୍କ ଗୁରୁ ଶ୍ରୀ ରାମକୃଷ୍ଣ ପରମହଂସ କହୁଥିଲେ “ଶିବ ଜ୍ଞାନେ ଜୀବ ସେବା”- ଯାହାର ଅର୍ଥ ହେଉଛି, ଲୋକଙ୍କ ସେବା କରିବା ଶିବ କିମ୍ବା ଭଗବାନଙ୍କ ସେବା କରିବା ସହିତ ସମାନ । ଯଦି ଏପରି କେହି ଅଛନ୍ତି, ଯିଏ ଏହି ଉତ୍ତମ ଆଦର୍ଶକୁ ଆକ୍ଷରିକ ଭାବରେ ବଞ୍ଚିିବାର ସବୁଠାରୁ ବଡ଼ ସୁଯୋଗ ପାଇଛନ୍ତି, ଏହା ହେଉଛି ଡାକ୍ତରୀ ବୃତ୍ତି । ତୁମର ଲମ୍ବା କ୍ୟାରିଅରରେ, ବୃତ୍ତିଗତ ଭାବରେ ଆଗକୁ ବଢ ଏବଂ ସେହି ଏକା ସମୟରେ, ତୁମର ନିଜସ୍ୱ ଅଭିବୃଦ୍ଧିକୁ କେବେ ଭୁଲିବ ନାହିଁ । ବ୍ୟକ୍ତିଗତ ସ୍ୱାର୍ଥ ଉପରକୁ ଉଠ । ଏପରି କରିବା ଦ୍ୱାରା ଆପଣ ର୍ନିଭୀକ ହେବେ ।

ବନ୍ଧୁଗଣ,

ଯେଉଁମାନେ ଡିଗ୍ରୀ ପାଇଛନ୍ତି ସେମାନଙ୍କୁ ପୁଣି ଥରେ ଅଭିନନ୍ଦନ । ଏହି ଶବ୍ଦଗୁଡ଼ିକ ସହିତ ମୁଁ ମୋର ବକ୍ତବ୍ୟ ସମାପ୍ତ କରୁଛି ଏବଂ ଏହି ଉତ୍ସାହଜନକ କ୍ଷେତ୍ରରେ ଆପଣ ସମସ୍ତଙ୍କୁ ଏକ ଉଦ୍ଦେଶ୍ୟସାଧନ, ଚମତ୍କାର ଏବଂ ଚ୍ୟାଲେଞ୍ଜିଂ କ୍ୟାରିୟର କାମନା କରୁଛି ।

 

ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India among Asia-Pacific's most AI-ready healthcare markets: Report

Media Coverage

India among Asia-Pacific's most AI-ready healthcare markets: Report
NM on the go

Nm on the go

Always be the first to hear from the PM. Get the App Now!
...
PM Modi arrives in Paris
June 18, 2026

PM Modi arrived in Paris, France, to a warm welcome by the Indian diaspora.

During the visit, PM Modi will attend the VivaTech 2026 alongside President Macron. India will have the largest national pavilion at this edition, a fitting symbol of the enormous potential for partnership between Indian and European innovation ecosystems. The PM will also meet the members of the vibrant Indian community in Paris.