ମୋର ପ୍ରିୟ ଦେଶବାସୀଗଣ,

ସ୍ୱାଧୀନତାର ଏହି ମହାନ ପର୍ବ ହେଉଛି ୧୪୦ କୋଟି ଭାରତୀୟଙ୍କ ସଂକଳ୍ପର ପର୍ବ। ସ୍ୱାଧୀନତାର ଏହି ପର୍ବ ସାମୂହିକ ସିଦ୍ଧି ଓ ଗୌରବର ମୁହୂର୍ତ୍ତ ଏବଂ ଏହା ସମସ୍ତଙ୍କ ହୃଦୟକୁ ଉତ୍ସାହରେ ପରିପୂର୍ଣ୍ଣ କରି ଦେଇଛି। ଦେଶ ଏକତାର ଭାବନାକୁ ଏହା ନିରନ୍ତର ମଜବୁତ କରୁଛି। ଆଜି, ୧୪୦ କୋଟି ଦେଶବାସୀ ତ୍ରିରଙ୍ଗା ରଙ୍ଗରେ ରଙ୍ଗିତ। ଘରେ ଘରେ ତ୍ରିରଙ୍ଗା, ଭାରତର ପ୍ରତ୍ୟେକ କୋଣରୁ, ତାହା ମରୁଭୂମି ହେଉ ଅବା ହିମାଳୟର ଶିଖର ହେଉ, ସମୁଦ୍ର କୂଳ ହେଉ ଅବା ଘନ ଜନବସତି ଅଞ୍ଚଳ, ସବୁଠି ସମାନ ପ୍ରତିଧ୍ୱନି ଓ ସମାନ ଜୟଗାନ ଶୁଭୁଛି । ଆମ ପାଇଁ ଆମ ଜୀବନଠାରୁ ଅଧିକ ପ୍ରିୟ ମାତୃଭୂମିର ଜୟଗାନ ଚାରିଆଡ଼େ ଶୁଭୁଛି ।

ମୋର ପ୍ରିୟ ଦେଶବାସୀଗଣ,

୧୯୪୭ ମସିହାରେ, ଅସୀମ ସମ୍ଭାବନା ଏବଂ ସାମର୍ଥ୍ୟ ସହିତ, ଆମ ଦେଶ ସ୍ୱାଧୀନ ହୋଇଥିଲା। ଦେଶର ଆକାଂକ୍ଷା ଉଡ଼ାଣ ଭରିଥିଲା, କିନ୍ତୁ ଆହ୍ୱାନଗୁଡ଼ିକ ଆହୁରି ବଡ଼ ଥିଲା। ପୂଜ୍ୟ ବାପୁଙ୍କ ନୀତି ଅନୁସରଣ କରି, ସମ୍ବିଧାନ ସଭାର ସଦସ୍ୟମାନେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ। ୭୫ ବର୍ଷ ଧରି, ଭାରତର ସମ୍ବିଧାନ ଆମକୁ ଏକ ଆଲୋକବର୍ତ୍ତିକା ପରି ମାର୍ଗଦର୍ଶନ କରିଆସୁଛି। ଆମର ସମ୍ବିଧାନ ନିର୍ମାତା - ଡକ୍ଟର ରାଜେନ୍ଦ୍ର ପ୍ରସାଦ, ବାବାସାହେବ ଆମ୍ବେଦକର, ପଣ୍ଡିତ ନେହରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଭଳି ଅନେକ ବିଦ୍ୱାନ ଏବଂ ମହାନ ନେତା ଏହାର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଆମର ନାରୀ ନେତ୍ରୀମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ହଂସା ମେହେଟ୍ଟା ଏବଂ ଦାକ୍ଷୟାନୀ ଭେଲାୟୁଧନଙ୍କ ଭଳି ବିଦୁଷୀମାନେ ଭାରତର ସମ୍ବିଧାନକୁ ମଜବୁତ କରିବାରେ ସେମାନଙ୍କର ଭୂମିକା ଗ୍ରହଣ କରିଥିଲେ। ଆଜି, ମୁଁ ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ମାର୍ଗଦର୍ଶନ ଏବଂ ଦିଗଦର୍ଶନ ଦେଇଥିବା ଏହି ସମ୍ବିଧାନ ନିର୍ମାତାମାନଙ୍କୁ ସମ୍ମାନ ଜଣାଇ ପ୍ରଣାମ କରୁଛି।

ମୋର ପ୍ରିୟ ଦେଶବାସୀଗଣ,

ଆଜି ଆମେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ମଧ୍ୟ ପାଳନ କରୁଛୁ। ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଭାରତର ସମ୍ବିଧାନ ପାଇଁ ନିଜ ଜୀବନ ବଳିଦାନ ଦେଇଥିବା ଦେଶର ପ୍ରଥମ ମହାନ ବ୍ୟକ୍ତିତ୍ୱ ଥିଲେ। ସମ୍ବିଧାନ ପାଇଁ ତାଙ୍କର ବଳିଦାନକୁ ସ୍ମରଣ କରି ଆମେ ଧାରା ୩୭୦ର ପ୍ରାଚୀର ଭାଙ୍ଗିବା ସହ ‘ଏକ ରାଷ୍ଟ୍ର, ଏକ ସମ୍ବିଧାନ’ ମନ୍ତ୍ରକୁ ସାକାର କରିଛୁ। ଏହା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି। ଆଜି ଲାଲକିଲ୍ଲାରେ ଦେଶର କୋଣ ଅନୁକୋଣରୁ ଆସିଥିବା ଗ୍ରାମ ପଞ୍ଚାୟତର ସଦସ୍ୟ, ‘ଡ୍ରୋନ୍ ଦିଦି’, ‘ଲକ୍ଷପତି ଦିଦି’, କ୍ରୀଡ଼ାବିତ ଏବଂ ସମାଜ ଜୀବନରେ ଅବଦାନ ଦେଇଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଅଛନ୍ତି। ଏକ ପ୍ରକାରରେ, ମୁଁ ମୋ ଆଖି ଆଗରେ ଏକ ଲଘୁ ଭାରତକୁ ଦର୍ଶନ କରୁଛି। ଅଧିକନ୍ତୁ, ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବିଶାଳ ଭାରତ ଭୂଖଣ୍ଡ ମଧ୍ୟ ଲାଲକିଲ୍ଲା ସହିତ ଯୋଡ଼ି ହୋଇଛି । ସ୍ୱାଧୀନତାର ଏହି ମହାନ ପର୍ବରେ, ମୁଁ ମୋର ଦେଶବାସୀଙ୍କୁ, ସାରାବିଶ୍ୱରେ ରହିଥିବା ଭାରତ ପ୍ରେମୀଙ୍କୁ ଏବଂ ସବୁଠି ଥିବା ଆମର ବନ୍ଧୁମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।

ବନ୍ଧୁଗଣ,

ପ୍ରକୃତି ଆମ ସମସ୍ତଙ୍କୁ ପରୀକ୍ଷା କରୁଛି। ଗତ କିଛି ଦିନ ମଧ୍ୟରେ, ଆମେ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛୁ। ଭୂସ୍ଖଳନ, ବନ୍ୟା ଏବଂ ଅନ୍ୟାନ୍ୟ ଅଗଣିତ ବିପତ୍ତି ଆସିଛି। ପୀଡିତଙ୍କ ପ୍ରତି ଆମର ସମବେଦନା ରହିଛି । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ, ରିଲିଫ୍ ପ୍ରୟାସ ଏବଂ ଥଇଥାନ କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବେ ନିୟୋଜିତ ଅଛନ୍ତି।

ବନ୍ଧୁଗଣ,

ଆଜିର ୧୫ ଅଗଷ୍ଟର ମୁଁ ଏକ ବିଶେଷ ଗୁରୁତ୍ୱ ଦେଖୁଛି। ଆଜି ଲାଲକିଲ୍ଲାର ପ୍ରାଚୀରରୁ ଅପରେସନ ସିନ୍ଦୂରର ସାହସୀ ଯୋଦ୍ଧାମାନଙ୍କୁ ସଲାମ କରିବାର ସୁଯୋଗ ପାଇଥିବାରୁ ମୁଁ ବହୁତ ଗର୍ବ ଅନୁଭବ କରୁଛି। ଆମର ସାହସୀ ସୈନିକମାନେ ଶତ୍ରୁ ପକ୍ଷକୁ ଏପରି ଶାସ୍ତି ଦେଇଛନ୍ତି ଯାହାର ସେମାନେ କେବେ କଳ୍ପନା ସୁଦ୍ଧା କରିପାରିନଥିଲେ । ୨୨ ଏପ୍ରିଲରେ, ଆତଙ୍କବାଦୀମାନେ ସୀମା ପାର କରି ପହଲଗାମରେ ଏକ ହତ୍ୟାକାଣ୍ଡ ଘଟାଇଥିଲେ, ଲୋକଙ୍କୁ ସେମାନଙ୍କ ଧର୍ମ ପଚାରି ହତ୍ୟା କରିଥିଲେ, ସ୍ୱାମୀମାନଙ୍କୁ ସେମାନଙ୍କ ସ୍ତ୍ରୀମାନଙ୍କ ସମ୍ମୁଖରେ ଗୁଳି କରିଥିଲେ। ମାତାପିତାମାନଙ୍କୁ ସେମାନଙ୍କ ପିଲାମାନଙ୍କ ସମ୍ମୁଖରେ ମାରି ଦେଇଥିଲେ । ଏହା ସମଗ୍ର ଦେଶକୁ ଆକ୍ରୋଶରେ ଭରି ଦେଇଥିଲା। ସମଗ୍ର ବିଶ୍ୱ ଏପରି ଏକ ନରସଂହାରରେ ଆଚମ୍ବିତ ହୋଇଯାଇଥିଲା।

ମୋର ପ୍ରିୟ ଦେଶବାସୀଗଣ,

ସେହି ଆକ୍ରୋଶର ପରିପ୍ରକାଶ ଥିଲା ଅପରେସନ୍ ସିନ୍ଦୂର। ୨୨ ତାରିଖର ଘଟଣା ପରେ, ଆମେ ଆମର ସେନାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲୁ - ସେମାନଙ୍କୁ ରଣନୀତିକ ନିଷ୍ପତ୍ତି ନେବା ଏବଂ ଲକ୍ଷ୍ୟ ଓ ସମୟ ବାଛିବାକୁ କୁହାଯାଇଥିଲା। ଏହାପରେ ଆମର ସେନା ଏପରି କିଛି ହାସଲ କଲା ଯାହା ଦଶନ୍ଧି ଧରି ଘଟିନଥିଲା। ଶତ୍ରୁ ମାଟିରେ ଶହ ଶହ କିଲୋମିଟର ପ୍ରବେଶ କରି ସେମାନେ ଆତଙ୍କବାଦୀଙ୍କ ମୁଖ୍ୟାଳୟକୁ ଧୂଳିସାତ୍‌ କରିଦେଲେ ଏବଂ ଆତଙ୍କୀ ଅଟ୍ଟାଳିକାକୁ ଧ୍ୱଂସାବଶେଷରେ ପରିଣତ କରିଦେଲେ। ପାକିସ୍ତାନର ନିଦ ଏବେ ବି ହଜିଯାଇଛି। ପାକିସ୍ତାନରେ ଏତେ ବଡ଼ ଧ୍ୱଂସଲୀଳା ହୋଇଛି ଯେ ପ୍ରତିଦିନ ନୂଆ ତଥ୍ୟ ଏବଂ ନୂତନ ସୂଚନା ପଦାକୁ ଆସୁଛି।

ମୋର ପ୍ରିୟ ଦେଶବାସୀଗଣ,

ଆମ ଦେଶ ବହୁ ଦଶନ୍ଧି ଧରି ଆତଙ୍କବାଦକୁ ସହି ଆସିଛି। ଦେଶର ହୃଦୟ ବାରମ୍ବାର ବିଦାରିତ ହୋଇଛି। ଏବେ, ଆମେ ଏକ ନୂତନ ବାସ୍ତବିକତା ସ୍ଥାପନ କରିଛୁ: ଯେଉଁମାନେ ଆତଙ୍କବାଦକୁ ପ୍ରୋତ୍ସାହନ ଓ ଆଶ୍ରୟ ଦିଅନ୍ତି, ଏବଂ ଯେଉଁମାନେ ଆତଙ୍କବାଦୀଙ୍କୁ ଶକ୍ତିଶାଳୀ କରନ୍ତି, ସେମାନଙ୍କୁ ଆଉ ପୃଥକ ଭାବରେ ଦେଖାଯିବ ନାହିଁ। ସେମାନେ ସମସ୍ତେ ମାନବତାର ସମାନ ଶତ୍ରୁ, ସେମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଭାରତ ଏବେ ନିଷ୍ପତ୍ତି ନେଇଛି ଯେ ଆମେ ଆଉ ଏହି ପରମାଣୁ ଧମକକୁ ସହ୍ୟ କରିବୁ ନାହିଁ। ଏତେ ଦିନ ଧରି ଚାଲିଥିବା ପରମାଣୁ ବ୍ଲାକମେଲ୍ ଆଉ ସହ୍ୟ କରାଯିବ ନାହିଁ। ଯଦି ଆମର ଶତ୍ରୁମାନେ ଭବିଷ୍ୟତରେ ଏହି ପ୍ରୟାସ ଜାରି ରଖନ୍ତି, ତେବେ ଆମର ସେନା ନିଜ ସର୍ତ୍ତରେ, ନିଜ ପସନ୍ଦର ସମୟରେ, ଉପଯୁକ୍ତ ଭାବୁଥିବା ଉପାୟରେ ନିଷ୍ପତ୍ତି ନେବ ଏବଂ ଚୟନ କରିଥିବା ଲକ୍ଷ୍ୟକୁ ଟାର୍ଗେଟ କରିବ। ଆମେ ସେହି ଅନୁସାରେ କାମ କରିବୁ। ଆମେ ଉପଯୁକ୍ତ ଏବଂ କଡ଼ା ଜବାବ ଦେବୁ।

 

ମୋର ପ୍ରିୟ ଦେଶବାସୀଗଣ,

ଭାରତ ଏବେ ନିଷ୍ପତ୍ତି ନେଇଛି - ରକ୍ତ ଏବଂ ପାଣି ଏକାଠି ପ୍ରବାହିତ ହେବ ନାହିଁ। ଦେଶର ଲୋକମାନେ ଏବେ ସମ୍ପୂର୍ଣ୍ଣ ଭାବରେ ବୁଝିପାରୁଛନ୍ତି ଯେ ସିନ୍ଧୁ ଜଳ ରାଜିନାମା କେତେ ଅନ୍ୟାୟପୂର୍ଣ୍ଣ ଏବଂ ଏକପାଖିଆ ଥିଲା। ଭାରତରୁ ଉତ୍ପତି ହୋଇଥିବା ନଦୀଗୁଡ଼ିକର ଜଳ ଆମର ଶତ୍ରୁମାନଙ୍କ କ୍ଷେତକୁ ଜଳସେଚନ କରୁଛି। ଯେତେବେଳେ କି ଆମ ନିଜ ଦେଶର ଚାଷୀ ଏବଂ ମାଟି ତୃଷାର୍ତ୍ତ ରହିଛି। ଏହା ଏପରି ଏକ ଚୁକ୍ତି ଯାହା ଗତ ସାତ ଦଶନ୍ଧି ଧରି ଆମର କୃଷକମାନଙ୍କୁ ଅକଳ୍ପନୀୟ କ୍ଷତି ପହଞ୍ଚାଇଛି। ବର୍ତ୍ତମାନ, ଭାରତର ଅଧିକାରରେ ଥିବା ଜଳ କେବଳ ଭାରତ ପାଇଁ, କେବଳ ଭାରତର କୃଷକମାନଙ୍କ ପାଇଁ ସଂରକ୍ଷିତ ରହିବ। ଭାରତ ଅନେକ ଦଶନ୍ଧି ଧରି ସହ୍ୟ କରିଆସୁଥିବା ସିନ୍ଧୁ ରାଜିନାମାର ଏପରି ସ୍ୱରୂପକୁ ଆଉ ସହିବ ନାହିଁ। ଆମର କୃଷକମାନଙ୍କ ହିତ ଏବଂ ରାଷ୍ଟ୍ରର ହିତ ପାଇଁ ଏହି ଚୁକ୍ତିନାମା ଆମ ଲାଗି ଗ୍ରହଣୀୟ ନୁହେଁ।

ମୋର ପ୍ରିୟ ଦେଶବାସୀଗଣ,

ଅଗଣିତ ଲୋକ ସ୍ୱାଧୀନତା ପାଇଁ ନିଜ ଜୀବନ ବଳିଦାନ ଦେଇଥିଲେ। ସେମାନେ ନିଜର ସମ୍ପୂର୍ଣ୍ଣ ଯୌବନକୁ ଉତ୍ସର୍ଗ କରି ଦେଇଥିଲେ। ଜେଲରେ ନିଜ ଜୀବନ ବିତାଇଥିଲେ ଏବଂ ଫାଶୀ ଖୁଣ୍ଟକୁ ଆଲିଙ୍ଗନ କରିଥିଲେ। ବ୍ୟକ୍ତିଗତ ଲାଭ ପାଇଁ ନୁହେଁ ବରଂ ମା’ ଭାରତୀର ସମ୍ମାନ, କୋଟି କୋଟି ଲୋକଙ୍କ ସ୍ୱାଧୀନତା, ଦାସତ୍ୱର ଶୃଙ୍ଖଳ ଭାଙ୍ଗିବା ପାଇଁ ସେମାନେ ଏହି ବଳିଦାନ ଦେଇଥିଲେ। ସେମାନଙ୍କ ହୃଦୟରେ ଗୋଟିଏ ଭାବନା ଥିଲା ତାହା ହେଉଛି ମର୍ଯ୍ୟାଦା।

ବନ୍ଧୁଗଣ, ଦାସତ୍ୱ ଆମକୁ ଗରିବ କରିଦେଇଥିଲା ଏବଂ ଏହା ଆମକୁ ନିର୍ଭରଶୀଳ ମଧ୍ୟ କରିଥିଲା। ଅନ୍ୟମାନଙ୍କ ଉପରେ ଆମର ନିର୍ଭରଶୀଳତା ବଢ଼ିବାରେ ଲାଗିଲା। ଆମେ ସମସ୍ତେ ଜାଣୁ ଯେ ସ୍ୱାଧୀନତା ପରେ, କୋଟି କୋଟି ଲୋକଙ୍କୁ ଖାଦ୍ୟ ଯୋଗାଇବା ଏକ ଗମ୍ଭୀର ଆହ୍ୱାନ ଥିଲା। ଆଉ ମୋ ଦେଶର କୃଷକମାନେ, କଠିନ ପରିଶ୍ରମ କରି ଦେଶର ଶସ୍ୟଭଣ୍ଡାର ପୂରଣ କରିଥିଲେ। ସେମାନେ ଦେଶକୁ ଖାଦ୍ୟଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିଥିଲେ। ଏକ ଜାତି ପାଇଁ, ଆଜି ମଧ୍ୟ ଆତ୍ମସମ୍ମାନର ସର୍ବୋତ୍ତମ ମାପକାଠି ହେଉଛି ଏହାର ଆତ୍ମନିର୍ଭରଶୀଳତା।

ମୋର ପ୍ରିୟ ଦେଶବାସୀଗଣ,

ଏକ ବିକଶିତ ଭାରତର ଆଧାର ମଧ୍ୟ ଏକ ଆତ୍ମନିର୍ଭରଶୀଳ ଭାରତ। ଗୋଟିଏ ରାଷ୍ଟ୍ରର ଅନ୍ୟମାନଙ୍କ ଉପରେ ନିର୍ଭରଶୀଳତା ଯେତେ ଅଧିକ, ଏହାର ସ୍ୱାଧୀନତା ସେତେ ଅଧିକ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ। ଯେତେବେଳେ ନିର୍ଭରଶୀଳତା ଏକ ଅଭ୍ୟାସରେ ପରିଣତ ହୁଏ, ଯେତେବେଳେ ଆମେ ଜାଣିପାରିନଥାଉ ଯେ ଆମେ କେବେ ଆତ୍ମନିର୍ଭରଶୀଳତାକୁ ପରିତ୍ୟାଗ କରି ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇଯାଉ। ଏହି ଅଭ୍ୟାସ ବିପଦରେ ପରିପୂର୍ଣ୍ଣ, ତେଣୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରତ୍ୟେକ ମୁହୂର୍ତ୍ତରେ ସତର୍କ ରହିବାକୁ ପଡ଼ିଥାଏ।

ମୋର ପ୍ରିୟ ଦେଶବାସୀଗଣ,

ଆତ୍ମନିର୍ଭରଶୀଳତା କେବଳ ଆମଦାନୀ ଏବଂ ରପ୍ତାନି, କିମ୍ବା ଟଙ୍କା, ପାଉଣ୍ଡ ଓ ଡଲାର ପର୍ଯ୍ୟନ୍ତ ସୀମିତ ନୁହେଁ। ଏହାର ଅର୍ଥ ଏତେ ସୀମିତ ନୁହେଁ। ଆତ୍ମନିର୍ଭରଶୀଳତା ଆମର କ୍ଷମତା ସହିତ ଜଡିତ। ଯେତେବେଳେ ଆତ୍ମନିର୍ଭରଶୀଳତା ହ୍ରାସ ପାଇବା ଆରମ୍ଭ କରେ, କ୍ଷମତା ମଧ୍ୟ ନିରନ୍ତର ହ୍ରାସ ପାଏ। ତେଣୁ, ଆମର କ୍ଷମତାକୁ ସଂରକ୍ଷଣ, ବଜାୟ ଏବଂ ବୃଦ୍ଧି କରିବା ପାଇଁ, ଆତ୍ମନିର୍ଭରଶୀଳ ହେବା ଅତ୍ୟନ୍ତ ଜରୁରୀ।

ବନ୍ଧୁଗଣ,

ଆମେ ଅପରେସନ ସିନ୍ଦୂରରେ ‘ମେଡ୍ ଇନ୍ ଇଣ୍ଡିଆ’ର ଚମତ୍କାର ଦେଖିଲୁ। ଶତ୍ରୁକୁ ଜଣା ନଥିଲା ଯେ ଆମ ପାଖରେ କେଉଁ ଅସ୍ତ୍ରଶସ୍ତ୍ର ଏବଂ କ୍ଷମତା ଅଛି, କେଉଁ ଶକ୍ତି ସେମାନଙ୍କୁ ଆଖି ପିଛୁଳାକେ ଧ୍ୱଂସ କରୁଛି। କଳ୍ପନା କରନ୍ତୁ, ଯଦି ଆମେ ଆତ୍ମନିର୍ଭରଶୀଳ ନଥାନ୍ତୁ, ତେବେ ଆମେ କ'ଣ ଏତେ ଦ୍ରୁତ ଗତିରେ ଅପରେସନ ସିନ୍ଦୂରକୁ ଫଳବତୀ କରିପାରିଥାନ୍ତୁ? ଆମକୁ କିଏ ଯୁଦ୍ଧ ସାମଗ୍ରୀ ଯୋଗାଇବ, ଆମେ ଆବଶ୍ୟକ ଉପକରଣ ପାଇବୁ କି ନାହିଁ, ଇତ୍ୟାଦି ଚିନ୍ତାରେ ଆମେ ଜର୍ଜରିତ ହୋଇଥାନ୍ତୁ। ହେଲେ ‘ମେଡ୍ ଇନ୍ ଇଣ୍ଡିଆ’ର ଶକ୍ତି ଆମ ହାତରେ ଥିଲା, ଆମର ସଶସ୍ତ୍ର ବାହିନୀ ହାତରେ ଥିଲା। ସେମାନେ ବିନା ଚିନ୍ତା, ପ୍ରତିବନ୍ଧକ ଏବଂ ଦ୍ୱିଧାରେ ସେମାନଙ୍କର ବୀରତ୍ୱ ପ୍ରଦର୍ଶନ କରିଥିଲେ। ଆଜି ଆମେ ଯେଉଁ ଫଳାଫଳ ଦେଖୁଛୁ ତାହା ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଦିଗରେ ଗତ ଦଶ ବର୍ଷ ଧରି ଆମର ସ୍ଥିର ମିଶନର ପରିଣାମ।

ବନ୍ଧୁଗଣ,

ମୁଁ ଅନ୍ୟ ଏକ ବିଷୟ ପ୍ରତି ଆପଣଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି। କେହି ଅସ୍ୱୀକାର କରିପାରିବେ ନାହିଁ ଯେ ଏକବିଂଶ ଶତାବ୍ଦୀ ଏକ ପ୍ରଯୁକ୍ତି-ଚାଳିତ ଶତାବ୍ଦୀ। ପ୍ରଯୁକ୍ତି ବିଦ୍ୟା ପରିଚାଳିତ ଇତିହାସ ଉପରେ ନଜର ପକାଇଲେ ଆମକୁ ଜଣାପଡ଼ିଥାଏ ଯେ, ପ୍ରଯୁକ୍ତିବିଦ୍ୟାରେ ପାରଙ୍ଗମ ଥିବା ପ୍ରତ୍ୟେକ ରାଷ୍ଟ୍ର ବିକାଶର ଶୀର୍ଷରେ ପହଞ୍ଚି ପାରିଛନ୍ତି ଏବଂ ଆର୍ଥିକ ଶକ୍ତିର ନୂତନ ପରିମାଣ ହାସଲ କରିଛନ୍ତି। ଯେତେବେଳେ ଆମେ ପ୍ରଯୁକ୍ତିର ବିଭିନ୍ନ ଦିଗ ବିଷୟରେ କଥା ହେଉ, ମୁଁ ଆପଣଙ୍କର ଦୃଷ୍ଟି ସେମିକଣ୍ଡକ୍ଟର ଆଡ଼କୁ ଆକର୍ଷିତ କରିବାକୁ ଚାହୁଁଛି। ମୁଁ ଏଠାରେ କୌଣସି ବ୍ୟକ୍ତି କିମ୍ବା ସରକାରଙ୍କୁ ସମାଲୋଚନା କରିବା ପାଇଁ ଲାଲକିଲ୍ଲାର ପ୍ରାଚୀରରେ ଠିଆ ହୋଇନାହିଁ, କିମ୍ବା ମୁଁ ଏହା କରିବାକୁ ଚାହୁଁନାହିଁ। କିନ୍ତୁ ଆମ ଦେଶର ଯୁବପିଢ଼ି ଏହା ଜାଣିବା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ଆମ ଦେଶରେ, ୫୦-୬୦ ବର୍ଷ ପୂର୍ବେ ସେମିକଣ୍ଡକ୍ଟର ସହ ଜଡିତ ଫାଇଲ କାମ ଆରମ୍ଭ ହୋଇଥିଲା। ସେତେବେଳେ ଏକ ସେମିକଣ୍ଡକ୍ଟର କାରଖାନାର ବିଚାର ଆରମ୍ଭ ହୋଇଥିଲା। ମୋର ଯୁବ ବନ୍ଧୁମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଜି, ସେମିକଣ୍ଡକ୍ଟର ଏକ ବିଶ୍ୱ ଶକ୍ତି ପାଲଟିଛି - କିନ୍ତୁ ୫୦-୬୦ ବର୍ଷ ପୂର୍ବେ, ଏହି ବିଚାର କେବଳ ପରିକଳ୍ପନାରେ ଅଟକି ଯାଇଥିଲା, ବିଳମ୍ବିତ ହୋଇଥିଲା ଏବଂ ବନ୍ଦ ହୋଇଯାଇଥିଲା। ସେମିକଣ୍ଡକ୍ଟର ବିଚାରର ହିଁ ଭ୍ରୂଣ ହତ୍ୟା କରାଯାଇଥିଲା। ଆମେ ୫୦-୬୦ ବର୍ଷ ହରାଇଥିଲୁ। ଏହି ସମୟ ମଧ୍ୟରେ, ଅନେକ ଦେଶ ସେମିକଣ୍ଡକ୍ଟରରେ ପାରଙ୍ଗମ ହୋଇଥିଲେ ଏବଂ ବିଶ୍ୱରେ ସେମାନଙ୍କର ଶକ୍ତିକୁ ପୁନଃସ୍ଥାପନ କରିଥିଲେ।

 

ସାଥୀଗଣ,

ଆଜି ଆମେ ସେହି ବୋଝରୁ ମୁକ୍ତ ହୋଇ ମିଶନ୍‌ ମୋଡରେ ସେମିକଣ୍ଡକ୍ଟର କାମକୁ ଆଗକୁ ବଢ଼ାଇଛୁ। ୬ଟି ଭିନ୍ନ ଭିନ୍ନ ସେମିକଣ୍ଡକ୍ଟର ୟୁନିଟ୍ସ ଉପରେ କାମ ଆରମ୍ଭ ହୋଇଛି। ୪ଟି ନୂଆ ୟୁନିଟକୁ ମଞ୍ଜୁରି ମିଳିସାରିଛି । ଗ୍ରୀନ ସିଗନାଲ୍‌ ଦିଆଯାଇସାରିଛି । ମୁଁ ଆଜି ଦେଶବାସୀ ଏବଂ ବିଶେଷ କରି ମୋର ଯୁବବନ୍ଧୁ ତଥା ସାରା ବିଶ୍ୱରେ ଭାରତର ପ୍ରଯୁକ୍ତି ଶକ୍ତିକୁ ବୁଝିଥିବା ଲୋକମାନଙ୍କୁ କହିବାକୁ ଚାହୁଁଛି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ମେଡ୍‌ ଇନ୍‌ ଇଣ୍ଡିଆ, ଭାରତରେ ନିର୍ମିତ, ଭାରତର ଲୋକଙ୍କ ଦ୍ୱାରା ତିଆରି ଚିପ୍ସ ବଜାରରେ ଉପଲବ୍ଧ ହେବ। ମୁଁ ଆଉ ଏକ ଉଦାହରଣ ଦେବାକୁ ଚାହୁଁଛି। ବର୍ତ୍ତମାନ ଊର୍ଜା କ୍ଷେତ୍ରରେ ଆମେ ସମସ୍ତେ ଜାଣିଛୁ ଯେ ଆମେ ଊର୍ଜା ପାଇଁ ଅନେକ ଦେଶ ଉପରେ ନିର୍ଭରଶୀଳ ଅଛୁ। ପେଟ୍ରୋଲ ହେଉ, ଡିଜେଲ୍‌ ହେଉ, ଗ୍ୟାସ ହେଉ, ସେ ବାବଦରେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଆମକୁ ଏହି ସଂକଟରୁ ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ହେବ। ଊର୍ଜା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବ ଅତ୍ୟନ୍ତ ଜରୁରୀ। ଆମେ ଦାୟିତ୍ୱ ନେଇଛୁ ଏବଂ ଆଜି ୧୧ ବର୍ଷ ମଧ୍ୟରେ ସୌର ଇନ୍ଧନ ୩୦ ଗୁଣା ବୃଦ୍ଧି ପାଇଛି। ଆମେ ନୂଆ ନୂଆ ନଦୀ ବନ୍ଧ ନିର୍ମାଣ କରୁଛୁ, ଯାହାଫଳରେ ହାଇଡ୍ରୋର ବିସ୍ତାର ହେବ ଏବଂ ଆମକୁ ସ୍ୱଚ୍ଚ ଇନ୍ଧନ ମିଳିପାରିବ। ଭାରତ ମିଶନ ଗ୍ରୀନ୍‌ ହାଇଡ୍ରୋଜେନକୁ ନେଇ ଆଜି ହଜାର ହଜାର କୋଟି ଟଙ୍କା ନିବେଶ କରୁଛି । ଭବିଷ୍ୟତର ଊର୍ଜାକୁ ଧ୍ୟାନରେ ରଖି ଊର୍ଜା କ୍ଷେତ୍ର, ଏହି କ୍ଷେତ୍ର ପ୍ରତି ଦୃଷ୍ଟି ଦେଇ ଭାରତ ଆଣବିକ ଇନ୍ଧନ ଦିଗରେ ମଧ୍ୟ ବଡ଼ ପ୍ରୟାସ କରୁଛି । ଆଣବିକ ଶକ୍ତି କ୍ଷେତ୍ରରେ ୧୦ଟି ନୂଆ ନ୍ୟୁକ୍ଲିୟର ରିଆକ୍ଟର ଲାଗି ମଧ୍ୟ ଦ୍ରୁତ ଗତିରେ କାମ ହେଉଛି । ୨୦୪୭ ସୁଦ୍ଧା ଆମେ ବିକଶିତ ଭାରତର ଲକ୍ଷ୍ୟ ନିର୍ଦ୍ଧାରଣ କରିଛୁ । ଯେତେବେଳେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ ହେବ, ଆମେ ପରମାଣୁ ଊର୍ଜା କ୍ଷମତା ୧୦ ଗୁଣ ଅଧିକ ବଢ଼ାଇବାର ସଂକଳ୍ପ ନେଇ ଆଗକୁ ବଢ଼ୁଛୁ।

ମୋର ପ୍ରିୟ ଦେଶବାସୀଗଣ,

ସଂସ୍କାର ଏକ ନିରନ୍ତର ପ୍ରକ୍ରିୟା, ସମୟ ଅନୁକୂଳ ପରିସ୍ଥିତି ଅନୁସାରେ ସଂସ୍କାର କରିଚାଲିବାକୁ ହେବ। ଆମେ ଆଣବିକ ଇନ୍ଧନ କ୍ଷେତ୍ରରେ ବହୁତ ବଡ଼ ସଂସ୍କାର ନେଇ ଆସିଛୁ। ଏବେ ଆମେ ଘରୋଇ କ୍ଷେତ୍ର ପାଇଁ ମଧ୍ୟ ଆଣବିକ ଶକ୍ତିର ଦ୍ୱାର ଉନ୍ମୁକ୍ତ କରିଛୁ, ଆମେ ଶକ୍ତିକୁ ଯୋଡ଼ିବାକୁ ଚାହୁଁଛୁ ।

ମୋର ପ୍ରିୟ ଦେଶବାସୀଗଣ,

ଆଜି ଯେତେବେଳେ ବିଶ୍ୱ ଉତ୍ତାପନକୁ ନେଇ ସାରା ଦୁନିଆ ଚିନ୍ତା ପ୍ରକାଶ କରୁଛି, ମୁଁ ବିଶ୍ୱକୁ କହିବାକୁ ଚାହୁଁଛି ଯେ ଭାରତ ୨୦୩୦ ସୁଦ୍ଧା ୫୦% ସ୍ୱଚ୍ଛ ଶକ୍ତି ହାସଲ କରିବାକୁ ସଂକଳ୍ପ ନେଇଥିଲା। ଏହା ୨୦୩୦ ପାଇଁ ଆମର ଲକ୍ଷ୍ୟ ଥିଲା। ମୋ ଦେଶବାସୀଙ୍କ କ୍ଷମତା ଦେଖନ୍ତୁ, ଭାରତକୁ ବିକଶିତ କରିବାର ସଂକଳ୍ପ ପୂରଣ କରିବା ପାଇଁ ସେମାନଙ୍କର ଦୃଢ଼ତା ଦେଖନ୍ତୁ - ଆମେ ନିର୍ଦ୍ଧାରିତ ସମୟର ପାଞ୍ଚ ବର୍ଷ ପୂର୍ବରୁ ୨୦୨୫ରେ ହିଁ ୫୦% ସ୍ୱଚ୍ଛ ଶକ୍ତି ଲକ୍ଷ୍ୟ ହାସଲ କରିଛୁ। କାରଣ ଆମେ ପ୍ରକୃତି ପ୍ରତି ଯେତିକି ଉତ୍ତରଦାୟୀ, ବିଶ୍ୱ ପ୍ରତି ସେତିକି ସମ୍ବେଦନଶୀଳ।

ମୋର ପ୍ରିୟ ଦେଶବାସୀଗଣ,

ପେଟ୍ରୋଲ, ଡିଜେଲ, ଗ୍ୟାସ୍ ଇତ୍ୟାଦି ଆଣିବାରେ ବଜେଟ୍ ର ଏକ ବଡ଼ ଅଂଶ ଖର୍ଚ୍ଚ ହୋଇଛି। ଲକ୍ଷ ଲକ୍ଷ କୋଟି ଟଙ୍କା ନଷ୍ଟ ହୋଇଛି। ଯଦି ଆମେ ଶକ୍ତି କ୍ଷେତ୍ରରେ ନିର୍ଭରଶୀଳ ହୋଇନଥାନ୍ତୁ, ତେବେ ସେହି ଟଙ୍କା ମୋ ଦେଶର ଯୁବବର୍ଗଙ୍କ ଭବିଷ୍ୟତ ପାଇଁ ବ୍ୟବହାର ହୋଇଥାନ୍ତା, ସେହି ଟଙ୍କା ମୋ ଦେଶର ଗରିବମାନଙ୍କୁ ଦାରିଦ୍ର୍ୟ ବିରୁଦ୍ଧରେ ଲଢ଼ିବାରେ ସାହାଯ୍ୟ କରିବା ପାଇଁ ବ୍ୟବହାର ହୋଇଥାନ୍ତା। ସେହି ଟଙ୍କା ମୋ ଦେଶର କୃଷକମାନଙ୍କ କଲ୍ୟାଣ ପାଇଁ ବ୍ୟବହାର ହୋଇଥାନ୍ତା। ସେହି ଟଙ୍କା ମୋ ଦେଶର ଗାଁଗୁଡ଼ିକର ସ୍ଥିତି ବଦଳାଇବା ପାଇଁ ଉପଯୋଗ ହୋଇଥାନ୍ତା। କିନ୍ତୁ ଆମକୁ ଏହା ଅନ୍ୟ ଦେଶମାନଙ୍କୁ ଦେବାକୁ ପଡିଲା। ଏବେ ଆମେ ଆତ୍ମନିର୍ଭରଶୀଳ ହେବା ଦିଗରେ କାମ କରୁଛୁ। ଦେଶକୁ ବିକଶିତ କରିବା ପାଇଁ, ଆମେ ଏବେ ‘ସମୁଦ୍ର ମନ୍ଥନ’ ଦିଗରେ ଅଗ୍ରସର ହେଉଛୁ। ଆମର ସମୁଦ୍ର ମନ୍ଥନକୁ ଆଗକୁ ବଢ଼ାଇ, ଆମେ ସମୁଦ୍ର ତଳେ ତୈଳ ଭଣ୍ଡାର, ଗ୍ୟାସ୍ ଭଣ୍ଡାର ଖୋଜିବା ପାଇଁ ଏକ ମିଶନ ମୋଡରେ କାମ କରିବାକୁ ଚାହୁଁଛୁ। ସେଥିପାଇଁ ଭାରତ ଜାତୀୟ ଗଭୀର ଜଳ ଅନୁସନ୍ଧାନ ମିଶନ୍ ଆରମ୍ଭ କରିବାକୁ ଯାଉଛି। ଊର୍ଜା ସ୍ୱାଧୀନ ହେବା ପାଇଁ ଏହା ଆମର ଗୁରୁତ୍ୱପୂର୍ଣ୍ଣ ଘୋଷଣା।

ମୋର ପ୍ରିୟ ଦେଶବାସୀଗଣ,

ଆଜି ସାରା ବିଶ୍ୱ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପ୍ରତି ବହୁତ ସତର୍କ ହୋଇଗଲାଣି, ଲୋକମାନେ ସେମାନଙ୍କର ସମ୍ଭାବନାକୁ ଭଲ ଭାବରେ ବୁଝିବା ଆରମ୍ଭ କଲେଣି। ଗତକାଲି ପର୍ଯ୍ୟନ୍ତ ଯେଉଁ ଜିନିଷ ବିଶେଷ ଧ୍ୟାନ ପାଇନଥିଲା, ତାହା ଆଜି ଧ୍ୟାନର କେନ୍ଦ୍ରରେ ଆସିଛି। ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥରେ ଆତ୍ମନିର୍ଭରଶୀଳତା ଆମ ପାଇଁ ମଧ୍ୟ ଅତ୍ୟନ୍ତ ଜରୁରୀ। ଏହା ଶକ୍ତି କ୍ଷେତ୍ର, ଶିଳ୍ପ କ୍ଷେତ୍ର, ପ୍ରତିରକ୍ଷା କ୍ଷେତ୍ର କିମ୍ବା ଅନ୍ୟ କୌଣସି ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ହେଉ, ଆଜି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପ୍ରଯୁକ୍ତିବିଦ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ତେଣୁ ଆମେ ଜାତୀୟ ଗୁରୁତ୍ୱପୂର୍ଣ୍ଣ ମିଶନ ଆରମ୍ଭ କରିଛୁ। ୧୨୦୦ରୁ ଅଧିକ ସ୍ଥାନରେ ଅନୁସନ୍ଧାନ ଅଭିଯାନ ଚାଲିଛି ଏବଂ ଆମେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥରେ ମଧ୍ୟ ଆତ୍ମନିର୍ଭର ହେବା ଦିଗରେ ଅଗ୍ରସର ହେଉଛୁ।

ମୋର ପ୍ରିୟ ଦେଶବାସୀଗଣ,

ଦେଶର ପ୍ରତ୍ୟେକ ନାଗରିକ ମହାକାଶ କ୍ଷେତ୍ରର କମାଲ ଦେଖି ଗର୍ବରେ ପରିପୂର୍ଣ୍ଣ। ଆମର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ମହାକାଶ ଷ୍ଟେସନରୁ ଫେରି ଆସିଛନ୍ତି। ସେ ମଧ୍ୟ କିଛି ଦିନ ମଧ୍ୟରେ ଭାରତ ଆସୁଛନ୍ତି। ଆମେ ମହାକାଶରେ ଆତ୍ମନିର୍ଭର ଭାରତ ଗଗନଯାନ ପାଇଁ ମଧ୍ୟ ପ୍ରସ୍ତୁତ ହେଉଛୁ। ଆମେ ନିଜସ୍ୱ ମହାକାଶ ଷ୍ଟେସନ ନିର୍ମାଣ କରିବା ପାଇଁ କାମ କରୁଛୁ। ମୁଁ ସମ୍ପ୍ରତି ମହାକାଶ କ୍ଷେତ୍ରରେ ହୋଇଥିବା ସଂସ୍କାରକୁ ନେଇ ବହୁତ ଗର୍ବିତ। ମୋ ଦେଶର ୩୦୦ରୁ ଅଧିକ ଷ୍ଟାର୍ଟଅପ୍ ଏବେ କେବଳ ମହାକାଶ କ୍ଷେତ୍ରରେ କାମ କରୁଛନ୍ତି । ସେହି ୩୦୦ ଷ୍ଟାର୍ଟଅପରେ ହଜାର ହଜାର ଯୁବକ ପୂର୍ଣ୍ଣ ସମ୍ଭାବନା ସହିତ କାମ କରୁଛନ୍ତି। ଏହା ମୋ ଦେଶର ଯୁବକମାନଙ୍କର ଶକ୍ତି ଏବଂ ଏହା ଆମ ଦେଶର ଯୁବକମାନଙ୍କ ଉପରେ ଆମର ବିଶ୍ୱାସ।

ମୋର ପ୍ରିୟ ଦେଶବାସୀଗଣ,

 

୨୦୪୭ ମସିହାରେ ଆମେ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବା ସମୟରେ ଏକ ବିକଶିତ ଭାରତର ସଂକଳ୍ପକୁ ପୂରଣ କରିବା ପାଇଁ ୧୪୦ କୋଟି ଭାରତୀୟ ପୂର୍ଣ୍ଣ କ୍ଷମତା ସହିତ କାର୍ଯ୍ୟ କରୁଛନ୍ତି। ଏହି ସଂକଳ୍ପକୁ ପୂରଣ କରିବା ପାଇଁ, ଭାରତ ଆଜି ପ୍ରତ୍ୟେକ କ୍ଷେତ୍ରରେ ଏକ ଆଧୁନିକ ଇକୋସିଷ୍ଟମ ସୃଷ୍ଟି କରୁଛି ଏବଂ ଆଧୁନିକ ଇକୋସିଷ୍ଟମ ଆମ ଦେଶକୁ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବ। ଆଜି, ଲାଲକିଲ୍ଲାର ପ୍ରାଚୀରରୁ, ମୋର ଦେଶର ଯୁବ ବୈଜ୍ଞାନିକମାନଙ୍କୁ, ମୋର ପ୍ରତିଭାବାନ ଯୁବକମାନଙ୍କୁ, ଇଞ୍ଜିନିୟରମାନଙ୍କୁ ଏବଂ ପେସାଦାରମାନଙ୍କୁ, ଏମାନଙ୍କ ସହିତ ସରକାରଙ୍କ ପ୍ରତ୍ୟେକ ବିଭାଗକୁ ମଧ୍ୟ ମୋର ନିବେଦନ। ଭାରତରେ ଆମ ଦ୍ୱାରା ନିର୍ମିତ ଲଢ଼ୁଆ ବିମାନ ପାଇଁ ଜେଟ୍ ଇଞ୍ଜିନ୍ ଆମର ହେବ କି ନାହିଁ? ଆମକୁ ବିଶ୍ୱର ଔଷଧ କେନ୍ଦ୍ର ଭାବେ ବିବେଚନା କରାଯାଏ। ଆମେ ଟୀକାକରଣ କ୍ଷେତ୍ରରେ ନୂତନ ରେକର୍ଡ ସ୍ଥାପନ କରୁଛୁ, କିନ୍ତୁ ଆମେ ଗବେଷଣା ଓ ବିକାଶରେ ଅଧିକ ଶକ୍ତି ଲଗାଇବା କ’ଣ ସମୟର ଆବଶ୍ୟକତା ନୁହେଁ ? ଆମର ନିଜସ୍ୱ ପେଟେଣ୍ଟ ରହିବା ଉଚିତ, ଆମେ ମାନବଜାତିର କଲ୍ୟାଣ ପାଇଁ ସବୁଠାରୁ ଶସ୍ତା ଏବଂ ପ୍ରଭାବଶାଳୀ ଔଷଧ ଉପରେ ଗବେଷଣା କରିବା ଉଚିତ। ସଙ୍କଟ ସମୟରେ, ଏଗୁଡ଼ିକ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବିନା ମାନବଜାତିର କଲ୍ୟାଣ ପାଇଁ ଉପଯୋଗୀ ହେବା ଉଚିତ। ଭାରତ ସରକାର ବାୟୋଇଥ୍ରୀ ନୀତି ପ୍ରସ୍ତୁତ କରିଛନ୍ତି। ମୁଁ ଦେଶର ଯୁବପିଢ଼ିଙ୍କୁ ଅନୁରୋଧ କରୁଛି ଯେ ସେମାନେ ଆସି ବାୟୋଇଥ୍ରୀ ନୀତି ଉପରେ ଅଧ୍ୟୟନ କରନ୍ତୁ ଏବଂ ଏ ଦିଗରେ ପଦକ୍ଷେପ ନିଅନ୍ତୁ। ଆମକୁ ଦେଶର ଭାଗ୍ୟ ବଦଳାଇବାକୁ ପଡିବ ଏବଂ ଆମକୁ ଆପଣମାନଙ୍କ ସମର୍ଥନ ଆବଶ୍ୟକ।

 

ମୋର ପ୍ରିୟ ଦେଶବାସୀଗଣ,

ଏବେ ଆଇଟିର ଯୁଗ, ଆମ ପାଖରେ ଡାଟାର ଶକ୍ତି ଅଛି, ଏହା କ’ଣ ସମୟର ଆବଶ୍ୟକତା ନୁହେଁ? ଅପରେଟିଂ ସିଷ୍ଟମରୁ ସାଇବର ସୁରକ୍ଷା ପର୍ଯ୍ୟନ୍ତ, ଡିପ୍ ଟେକ୍ନୋଲୋଜିଠାରୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପର୍ଯ୍ୟନ୍ତ, ସବୁକିଛି ଆମ ନିଜର ହେବା ଉଚିତ, ଯାହା ଉପରେ ଆମ ନିଜସ୍ୱ ଲୋକଙ୍କ ଶକ୍ତି କେନ୍ଦ୍ରିତ, ଆମେ ସେମାନଙ୍କ କ୍ଷମତାର ଶକ୍ତିକୁ ବିଶ୍ୱକୁ ପରିଚିତ କରାଇବା ଉଚିତ।

ବନ୍ଧୁଗଣ,

ଆଜି, ସୋସିଆଲ ମିଡିଆ ହେଉ କିମ୍ବା ଅନ୍ୟ କୌଣସି ପ୍ଲାଟଫର୍ମ, ଆମେ ବିଶ୍ୱର ପ୍ଲାଟଫର୍ମରେ କାମ କରୁଛୁ। ଆମେ ବିଶ୍ୱକୁ ଦେଖାଇଛୁ ଯେ ଆମର ନିଜସ୍ୱ ୟୁପିଆଇ ପ୍ଲାଟଫର୍ମ ଆଜି ବିଶ୍ୱକୁ ଚକିତ କରୁଛି। ଆମର କ୍ଷମତା ଅଛି; ଭାରତ କେବଳ ୟୁପିଆଇ ମାଧ୍ୟମରେ ବିଶ୍ୱର ୫୦% ବାସ୍ତବ ସମୟ କାରବାର କରୁଛି। ଏହାର ଅର୍ଥ ଶକ୍ତି। ସୃଜନଶୀଳ ଜଗତ ହେଉ, ସୋସିଆଲ ମିଡିଆ ହେଉ କିମ୍ବା ଏହି ପ୍ଲାଟଫର୍ମଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ, ମୁଁ ମୋ ଦେଶର ଯୁବପିଢ଼ିଙ୍କୁ ଆହ୍ୱାନ କରୁଛି, ଆସନ୍ତୁ, ଆମର ନିଜସ୍ୱ ପ୍ଲାଟଫର୍ମ କାହିଁକି ହେବ ନାହିଁ, ଆମେ ଅନ୍ୟମାନଙ୍କ ଉପରେ କାହିଁକି ନିର୍ଭର କରିବା ଉଚିତ୍, ଭାରତର ସମ୍ପତ୍ତି କାହିଁକି ବାହାରକୁ ଯିବା ଉଚିତ୍ ଏବଂ ଆପଣମାନଙ୍କ କ୍ଷମତା ଉପରେ ମୋର ବିଶ୍ୱାସ ଅଛି।

ମୋର ପ୍ରିୟ ଦେଶବାସୀଗଣ,

ଯେପରି ଆମେ ଊର୍ଜା ପାଇଁ ବିଶ୍ୱ ଉପରେ ନିର୍ଭରଶୀଳ, ସେହିପରି ଦେଶର ଦୁର୍ଭାଗ୍ୟ ଯେ ଆମକୁ ସାର ପାଇଁ ମଧ୍ୟ ବିଶ୍ୱ ଉପରେ ନିର୍ଭର କରିବାକୁ ପଡ଼ୁଛି। ମୋ ଦେଶର ଚାଷୀମାନେ ମଧ୍ୟ ସାରକୁ ସଠିକ୍ ଭାବରେ ବ୍ୟବହାର କରି ପୃଥିବୀ ମାତାର ସେବା କରିପାରିବେ। ଆମେ ଏହାକୁ ଉଚିତ୍‌ ଭାବରେ ବ୍ୟବହାର କରି ପୃଥିବୀ ମାତାର ବହୁତ କ୍ଷତି କରୁଛୁ। କିନ୍ତୁ ସେହି ସମୟରେ, ମୁଁ ଦେଶର ଯୁବପିଢ଼ିଙ୍କୁ, ଦେଶର ଶିଳ୍ପକୁ, ଦେଶର ଘରୋଇ କ୍ଷେତ୍ରକୁ କହିବାକୁ ଚାହୁଁଛି ଯେ, ଆସନ୍ତୁ ଆମେ ସାରର ଭଣ୍ଡାର ପୂରଣ କରିବା, ନୂତନ ଉପାୟ ଖୋଜିବା ଏବଂ ଭାରତର ଆବଶ୍ୟକତା ଅନୁସାରେ ନିଜର ସାର ପ୍ରସ୍ତୁତ କରିବା, ଅନ୍ୟମାନଙ୍କ ଉପରେ ନିର୍ଭର କରିବା ନାହିଁ।

ବନ୍ଧୁଗଣ,

ଭବିଷ୍ୟତର ଯୁଗ ହେଉଛି ଇଭି (ବୈଦ୍ୟୁତିକ ଯାନ)ର ଯୁଗ। ଏବେ ଯଦି ଆମେ ଇଭି ବ୍ୟାଟେରୀ ତିଆରି ନ କରୁ, ତେବେ ଆମେ ନିର୍ଭରଶୀଳ ହୋଇଯିବୁ। ସୌର ପ୍ୟାନେଲ ହେଉ କିମ୍ବା ଇଲେକ୍ଟ୍ରୋନିକ୍ ଯାନ ପାଇଁ ଆବଶ୍ୟକ ସମସ୍ତ ଜିନିଷ, ଆମର ନିଜସ୍ୱ ହେବା ଉଚିତ।

ବନ୍ଧୁଗଣ,

ମୁଁ ଏହା କହିବାକୁ ସାହସ କରୁଛି କାରଣ ଦେଶର ଯୁବବର୍ଗଙ୍କ କ୍ଷମତା ଉପରେ ମୋର ବିଶ୍ୱାସ ଅଛି। କୋଭିଡ୍ ସମୟରେ ଆମେ ଅନେକ ଜିନିଷ ଉପରେ ନିର୍ଭରଶୀଳ ଥିଲୁ। ଯେତେବେଳେ ମୋ ଦେଶର ଯୁବବର୍ଗଙ୍କୁ କୁହାଗଲା ଯେ ଆମକୁ ଆମର ନିଜସ୍ୱ ଟୀକା ଆବଶ୍ୟକ, ଦେଶ ଏହା କରି ଦେଖାଇଲା। କୋ-ୱିନ୍ ପ୍ଲାଟଫର୍ମ ଆମର ନିଜର ହେବା ଉଚିତ, ଦେଶ ଏହା କରି ଦେଖାଇଛି। ଆମେ କୋଟି କୋଟି ଲୋକଙ୍କ ଜୀବନ ବଞ୍ଚାଇବାର କାମ କରିଛୁ। ସମାନ ଉତ୍ସାହ, ସମାନ ଆଗ୍ରହ ଆମକୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ, ଆମର ସର୍ବୋତ୍ତମ ଦେବା ପାଇଁ ଆମର ସର୍ବୋତ୍ତମ ଦେବାକୁ ପଡିବ। ସେଥିପାଇଁ କେବଳ ଦେଶର ଯୁବବର୍ଗଙ୍କ ଉପରେ ମୋର ଏପରି ବିଶ୍ୱାସ ଦୃଢ଼ ହୋଇଛି ।

ବନ୍ଧୁଗଣ,

ଗତ୧୧ ବର୍ଷ ମଧ୍ୟରେ, ଉଦ୍ୟମିତା ବହୁତ ଶକ୍ତି ପାଇଛି। ଆଜି, ଟିୟର-୨ ଏବଂ ଟିୟର-୩ ସହରରେ ଲକ୍ଷ ଲକ୍ଷ ଷ୍ଟାର୍ଟ-ଅପ୍ ଦେଶର ଅର୍ଥବ୍ୟବସ୍ଥା ଏବଂ ନବସୃଜନକୁ ସୁଦୃଢ଼ କରୁଛନ୍ତି। ସେହିପରି, ଆମର ଅନେକ ଝିଅ ସମେତ କୋଟି କୋଟି ଯୁବବର୍ଗ ମୁଦ୍ରା ଯୋଜନା ମାଧ୍ୟମରେ ନିଜସ୍ୱ ବ୍ୟବସାୟ ଆରମ୍ଭ କରିବା ପାଇଁ ଋଣ ନେଇଛନ୍ତି। ସେମାନେ କେବଳ ନିଜ ଗୋଡ଼ରେ ଠିଆ ହୋଇନାହାନ୍ତି, ବରଂ ଅନ୍ୟମାନଙ୍କୁ ମଧ୍ୟ ସେହିପରି କରିବା ପାଇଁ ସଶକ୍ତ କରୁଛନ୍ତି। ଏହା ମଧ୍ୟ ଏକ ପ୍ରକାରରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆତ୍ମନିର୍ଭରଶୀଳ ହେବାର ସୁଯୋଗ ଦେଉଛି।

ମୋର ବନ୍ଧୁଗଣ,

ପୂର୍ବରୁ, କେହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତି ଅଧିକ ଧ୍ୟାନ ଦେଇ ନଥିଲେ। କିନ୍ତୁ ଗତ ୧୦ ବର୍ଷ ମଧ୍ୟରେ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି। ଆଜି, ସେମାନଙ୍କର ଉତ୍ପାଦ ସାରା ବିଶ୍ୱର ବଜାରରେ ପହଞ୍ଚିଛି। ଆମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଲକ୍ଷ ଲକ୍ଷ କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି। ମୁଁ ଥରେ ‘ମନ କୀ ବାତ’ରେ ଖେଳଣା ବିଷୟରେ କହିଥିଲି। ଆମେ ବିଦେଶରୁ କୋଟି କୋଟି ଟଙ୍କାର ଖେଳଣା ଆମଦାନୀ କରୁଥିଲୁ। ମୁଁ ‘ମନ କୀ ବାତ’ରେ ଆକସ୍ମିକ ଭାବରେ ପ୍ରଶ୍ନ କରିଥିଲି, ‘‘ମୋର ଯୁବ ବନ୍ଧୁଗଣ, ଆମେ କ'ଣ ବିଦେଶରୁ ଖେଳଣା ଆଣିବା ଜାରି ରଖିବୁ?’’ ଆଉ ଆଜି ମୁଁ ଗର୍ବର ସହିତ କହୁଛି ଯେ ମୋ ଦେଶ ଖେଳଣା ରପ୍ତାନୀ କରିବା ଆରମ୍ଭ କରିଛି। ଏହାର ଅର୍ଥ ହେଉଛି ଯଦି ଦେଶକୁ ପ୍ରତ୍ୟେକ ସମ୍ଭାବ୍ୟ ସୁଯୋଗ ମିଳେ ଏବଂ ସମସ୍ତ ବାଧାରୁ ମୁକ୍ତ କରାଯାଏ, ତେବେ ଏହା ମହାନ କାର୍ଯ୍ୟ ହାସଲ କରିପାରିବ। ଏହାକୁ ନିଜର ସର୍ବୋତ୍ତମ ପ୍ରୟାସ କରିବାକୁ ପ୍ରେରଣା ଦିଆଯିବା ଉଚିତ ଏବଂ ଦେଶ ଏହା କରିପାରିବ। ମୁଁ ଦେଶର ଯୁବପିଢ଼ିଙ୍କୁ କହୁଛି: ଆପଣଙ୍କର ଅଭିନବ ଚିନ୍ତାଧାରା ଆଗକୁ ଆଣନ୍ତୁ, ଆପଣଙ୍କର ଚିନ୍ତାଧାରା ମରିବାକୁ ଦିଅନ୍ତୁ ନାହିଁ, ମୋର ବନ୍ଧୁଗଣ। ଆଜିର ଚିନ୍ତାଧାରା ଆଗାମୀ ପିଢ଼ିର ଭବିଷ୍ୟତକୁ ଗଢ଼ିପାରେ। ମୁଁ ଆପଣଙ୍କ ସହିତ ଛିଡ଼ା ହୋଇଛି। ମୁଁ ଆପଣଙ୍କ ପାଇଁ କାମ କରିବାକୁ ପ୍ରସ୍ତୁତ। ମୁଁ ଏହି ଯାତ୍ରାରେ ଆପଣଙ୍କ ସାଥୀ ହେବାକୁ ପ୍ରସ୍ତୁତ। ଆଗକୁ ଆସନ୍ତୁ, ସାହସ ଦୃଢ଼ କରନ୍ତୁ, ଆଗେଇ ଆସନ୍ତୁ। ଯେଉଁ ଯୁବବର୍ଗ ଉତ୍ପାଦନ ବିଷୟରେ ଚିନ୍ତା କରୁଛନ୍ତି, ଆସନ୍ତୁ ଏବଂ ନେତୃତ୍ୱ ନିଅନ୍ତୁ। ମୋତେ କୁହନ୍ତୁ, ଯଦି ଆମକୁ ସରକାରୀ ନିୟମ ବଦଳାଇବାକୁ ପଡିବ। ଦେଶ ଏବେ ଅଟକିବାକୁ ଚାହୁଁନାହିଁ। ୨୦୪୭ ଦୂର ନୁହେଁ - ପ୍ରତ୍ୟେକ ମୁହୂର୍ତ୍ତ ମୂଲ୍ୟବାନ, ଏବଂ ବନ୍ଧୁଗଣ, ଆମେ ଗୋଟିଏ ମୁହୂର୍ତ୍ତ ମଧ୍ୟ ନଷ୍ଟ କରିବାକୁ ଚାହୁଁନାହୁଁ।

ବନ୍ଧୁଗଣ,

ଏହା ଆଗକୁ ବଢ଼ିବାର ଏକ ସୁଯୋଗ, ବଡ଼ ସ୍ୱପ୍ନ ଦେଖିବାର ଏକ ସୁଯୋଗ, ଆମର ସଂକଳ୍ପ ପାଇଁ ନିଜକୁ ଉତ୍ସର୍ଗ କରିବାର ଏକ ସୁଯୋଗ। ଯେତେବେଳେ ସରକାର ଆପଣଙ୍କ ସହିତ ଅଛି ଏବଂ ମୁଁ ନିଜେ ଆପଣଙ୍କ ସହିତ ଅଛି, ଆମେ ଏବେ ଏକ ନୂତନ ଇତିହାସ ସୃଷ୍ଟି କରିପାରିବା।

ବନ୍ଧୁଗଣ,

ଆଜି, ଜାତୀୟ ଉତ୍ପାଦନ ମିଶନ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଆମର ଏମଏସଏମଇ ଗୁଡ଼ିକ ବିଶ୍ୱ ଦ୍ୱାରା ମାନ୍ୟତାପ୍ରାପ୍ତ ଏବଂ ସମ୍ମାନିତ। ବିଶ୍ୱ ସ୍ତରରେ କିଛି ବଡ଼ ଉତ୍ପାଦ ତିଆରି କରିବାରେ ଆମ ଦେଶର ଏମଏସଏମଇରୁ ସବୁବେଳେ କିଛି ଉପକରଣ କିମ୍ବା ଉପାଦାନ ଆସିଥାଏ। ଏଗୁଡ଼ିକୁ ଗର୍ବର ଭାବନା ସହିତ ରପ୍ତାନି କରାଯାଏ। କିନ୍ତୁ ଆମେ ବ୍ୟାପକ ଏବଂ ସମନ୍ୱିତ ବିକାଶର ପଥ ଆଡକୁ ଅଗ୍ରସର ହେବାକୁ ଚାହୁଁଛୁ। ସେଥିପାଇଁ ଆମକୁ ସେମାନଙ୍କର କ୍ଷମତାକୁ ମଜବୁତ କରିବାକୁ ପଡିବ। ମୁଁ ଥରେ ଲାଲକିଲ୍ଲାରୁ କହିଥିଲି - ଶୂନ୍ୟ ତ୍ରୁଟି, ଶୂନ୍ୟ ପ୍ରଭାବ। ଆଜି ମୁଁ ପୁଣି ଥରେ କହିବାକୁ ଚାହୁଁଛି ଯେ ଯଦି ଆମେ ଚାହୁଁ ଯେ ବିଶ୍ୱ ବିଶ୍ୱ ବଜାରରେ ଆମର ଶକ୍ତିକୁ ଚିହ୍ନିତ କରୁ, ତେବେ ଆମକୁ ଗୁଣାତ୍ମକ କ୍ଷେତ୍ରରେ ନିରନ୍ତର ନୂତନ ଉଚ୍ଚତା ଛୁଇଁବାକୁ ପଡିବ। ବିଶ୍ୱ ଗୁଣାତ୍ମକକୁ ଗ୍ରହଣ କରେ। ଆମର ଗୁଣାତ୍ମକ ସର୍ବୋତ୍ତମ ହେବା ଉଚିତ, ଏବଂ କଞ୍ଚାମାଲର ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ଆମର ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବାର ଉପାୟ ଖୋଜିବା ପାଇଁ ସରକାରଙ୍କ ପ୍ରୟାସ ମଧ୍ୟ ରହିବ।

ବନ୍ଧୁଗଣ,

ନିର୍ମାଣ କ୍ଷେତ୍ରରେ ନିୟୋଜିତ ଆମ ସମସ୍ତଙ୍କ ପାଇଁ, ଆମର ମନ୍ତ୍ର ହେବା ଉଚିତ: ‘‘କମ୍ ମୂଲ୍ୟ, କିନ୍ତୁ ଅଧିକ ମୂଲ୍ୟ।’’ ଆମର ପ୍ରତ୍ୟେକ ଉତ୍ପାଦର ମୂଲ୍ୟ ଅଧିକ ହେବା ଉଚିତ, କିନ୍ତୁ ମୂଲ୍ୟ କମ୍ ହେବା ଉଚିତ। ଏହି ମନୋଭାବ ସହିତ ଆମକୁ ଆଗକୁ ବଢ଼ିବାକୁ ପଡିବ।

ମୋର ପ୍ରିୟ ଦେଶବାସୀଗଣ,

 

ଦେଶର ସ୍ୱାଧୀନତା ପାଇଁ ଅଗଣିତ ଲୋକ ନିଜର ଜୀବନ ବଳୀଦାନ ଦେଇଛନ୍ତି। ମୁଁ ପୂର୍ବରୁ କହିଛି - ସେମାନେ ନିଜର ଯୌବନ ସମର୍ପି ଦେଇଥିଲେ; ସେମାନେ ଫାଶୀ ଖୁଣ୍ଟକୁ ଯାଇଥିଲେ, କାହିଁକି? ଏକ ସ୍ୱାଧୀନ ଭାରତ ପାଇଁ। ୭୫-୧୦୦ ବର୍ଷ ପୂର୍ବର ସେହି ସମୟକୁ ମନେ ପକାନ୍ତୁ, ଯେତେବେଳେ ସମଗ୍ର ଦେଶ ଏକ ସ୍ୱାଧୀନ ଭାରତର ମନ୍ତ୍ର ସହିତ ବଞ୍ଚିଥିଲା। ଆଜି, ସମୟର ଆବଶ୍ୟକତା ହେଉଛି: ଯେଉଁମାନେ ଏକ ସ୍ୱାଧୀନ ଭାରତର ମନ୍ତ୍ରରେ ବଞ୍ଚିଥିଲେ ସେମାନେ ଆମକୁ ସ୍ୱାଧୀନତା ଦେଇଥିଲେ। ବର୍ତ୍ତମାନ, ୧୪୦ କୋଟି ଭାରତୀୟଙ୍କ ପାଇଁ ମନ୍ତ୍ର ‘ଏକ ସମୃଦ୍ଧ ଭାରତ ଗଠନ’ ହେବା ଉଚିତ। ଯଦି ଲକ୍ଷ ଲକ୍ଷ ଲୋକଙ୍କ ବଳିଦାନ ଆମକୁ ସ୍ୱାଧୀନତା ଦେଇପାରିବ, ତେବେ ସଂକଳ୍ପ, କଠିନ ପରିଶ୍ରମ, ସ୍ୱାବଲମ୍ବନ, ‘‘ଭୋକାଲ୍ ଫର ଲୋକାଲ"ର ପ୍ରୋତ୍ସାହନ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ସ୍ୱଦେଶୀ ମନ୍ତ୍ରର ଜପ ସହିତ, ଆମେ ଏକ ସମୃଦ୍ଧ ଭାରତ ମଧ୍ୟ ସୃଷ୍ଟି କରିପାରିବା। ବିଗତ ପିଢ଼ି ଏକ ସ୍ୱାଧୀନ ଭାରତ ପାଇଁ ନିଜକୁ ସମର୍ପିତ କରିଥିଲା; ବର୍ତ୍ତମାନର ପିଢ଼ି ଏକ ସମୃଦ୍ଧ ଭାରତ ପାଇଁ ସାହସିକ ନୂତନ ପଦକ୍ଷେପ ନେବାକୁ ପଡିବ, ଏହା ହିଁ ସମୟର ଦାବି। ସେଥିପାଇଁ ମୁଁ ବାରମ୍ବାର ଅନୁରୋଧ କରିଚାଲିଛି, ଏବଂ ମୁଁ ଦେଶର ସମସ୍ତ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କୁ କହିବାକୁ ଚାହୁଁଛି - ଏହି ମନ୍ତ୍ରର ପ୍ରସାରରେ ମୋତେ ସାହାଯ୍ୟ କରନ୍ତୁ। ମୁଁ ସମସ୍ତ ରାଜନୈତିକ ଦଳ, ରାଜନେତା, ସମସ୍ତଙ୍କୁ ନିବେଦନ କରୁଛି: ଆସନ୍ତୁ, ଏହା କୌଣସି ଗୋଟିଏ ରାଜନୈତିକ ଦଳର ଏଜେଣ୍ଡା ନୁହେଁ। ଭାରତ ଆମ ସମସ୍ତଙ୍କର। ଏକାଠି ହୋଇ, ‘‘ଭୋକାଲ୍ ଫର ଲୋକାଲ’’କୁ ପ୍ରତ୍ୟେକ ନାଗରିକଙ୍କ ଜୀବନର ମନ୍ତ୍ର କରିବା।

ଆମେ କେବଳ ଭାରତରେ ନିର୍ମିତ ସେହି ଉତ୍ପାଦ କିଣିବା ଏବଂ ବ୍ୟବହାର କରିବା ଉଚିତ, ଯାହା ଭାରତୀୟ ନାଗରିକଙ୍କ ଝାଳରେ ନିର୍ମିତ, ଯାହା ଆମ ମାଟିର ସୁଗନ୍ଧ ବହନ କରେ ଏବଂ ସ୍ୱାବଲମ୍ବନ ପାଇଁ ଆମର ସଂକଳ୍ପକୁ ମଜବୁତ କରେ। ଏହା ଆମର ସାମୂହିକ ପ୍ରତିଜ୍ଞା ହେଉ, ଏବଂ କିଛି ସମୟ ମଧ୍ୟରେ, ବନ୍ଧୁଗଣ, ଆମେ ବିଶ୍ୱକୁ ବଦଳାଇ ଦେବା। ଆଜି, ମୁଁ ପ୍ରତ୍ୟେକ ଛୋଟ ବ୍ୟବସାୟୀ ଏବଂ ଦୋକାନୀଙ୍କୁ ନିବେଦନ କରିବାକୁ ଚାହୁଁଛି, ଆପଣଙ୍କର ମଧ୍ୟ ଏକ ଦାୟିତ୍ୱ ଅଛି। ଆମ ପିଲାଦିନରେ, ଆମେ ଦୋକାନଗୁଡ଼ିକୁ କେବଳ ‘‘ଘିଅ ଦୋକାନ’’ ଭାବରେ ଲେବଲ୍ ଲଗାଉଥିବା ଦେଖୁଥିଲୁ, କିନ୍ତୁ ସମୟ ସହିତ ଲୋକମାନେ ‘‘ଶୁଦ୍ଧ ଘିଅ ଦୋକାନ’’ ଲେଖିବା ଆରମ୍ଭ କଲେ। ସେହିପରି, ମୁଁ ଚାହୁଁଛି ଯେ ସାରା ଦେଶର ବ୍ୟବସାୟୀ ଏବଂ ଦୋକାନୀମାନେ ‘‘ସ୍ୱଦେଶୀ ସାମଗ୍ରୀ ଏଠାରେ ବିକ୍ରି ହେଉଛି’’ ଲେଖାଥିବା ବୋର୍ଡ ଲଗାନ୍ତୁ। ଆସନ୍ତୁ ଆମେ ସ୍ୱଦେଶୀକୁ ନେଇ ଗର୍ବ କରିବା। ଆମେ ଏହାକୁ ବାଧ୍ୟତାମୂଳକ ଭାବରେ ନୁହେଁ, ବରଂ ପୂର୍ଣ୍ଣ ସାମର୍ଥ୍ୟ ସହିତ, ନିଜ ସାମର୍ଥ୍ୟ ପାଇଁ ଏବଂ ଆବଶ୍ୟକ ହେଲେ, ଅନ୍ୟମାନଙ୍କୁ ଏହାକୁ ବ୍ୟବହାର କରିବାକୁ ବାଧ୍ୟ କରିବା ପାଇଁ ମଧ୍ୟ ବ୍ୟବହାର କରିବା ଉଚିତ। ଏହା ଆମର ଶକ୍ତି ହେବା ଉଚିତ। ଏହା ଆମର ମାର୍ଗଦର୍ଶକ ମନ୍ତ୍ର ହେବା ଉଚିତ।

ମୋର ପ୍ରିୟ ଦେଶବାସୀଗଣ,

ବହୁତ ଦିନ ଧରି, ମୁଁ ସରକାରରେ ସେବା କରିବାର ସୁଯୋଗ ପାଇଛି। ମୁଁ ଅନେକ ଉତ୍ଥାନ-ପତନ ଦେଖିଛି। ସରକାର ସାମ୍ନା କରୁଥିବା ଆହ୍ୱାନ ସହିତ ମଧ୍ୟ ମୁଁ ପରିଚିତ। ପ୍ରଶାସନିକ ବ୍ୟବସ୍ଥାର ସୀମାବଦ୍ଧତା ସହିତ ମଧ୍ୟ ପରିଚିତ। ଏସବୁ ସତ୍ତ୍ୱେ, ଏହା ଆମର ଦାୟିତ୍ୱ ରହିଛି ଯେ ଆମେ ଅନ୍ୟ କାହାର ସଫଳତାକୁ କମ କରି ଆମର ଶକ୍ତି ନଷ୍ଟ କରିବା ନାହିଁ। ମୋର ବିଶାଳ ଅଭିଜ୍ଞତାରୁ, ମୁଁ କହୁଛି ଯେ ଅନ୍ୟମାନଙ୍କୁ ଦୁର୍ବଳ କରିବାରେ ଆମେ ଆମର ଶକ୍ତି ଖର୍ଚ୍ଚ କରିବା ନାହିଁ; ବରଂ, ଆମେ ଆମର ସମସ୍ତ ଶକ୍ତିକୁ ନିଜର କ୍ଷମତା ଏବଂ ସଫଳତାକୁ ଉନ୍ନତ କରିବାରେ ଉତ୍ସର୍ଗ କରିବା ଉଚିତ। ଯେତେବେଳେ ଆମେ ଆଗକୁ ବଢ଼ୁ ଏବଂ ଉତ୍କର୍ଷ ହାସଲ କରୁ, ବିଶ୍ୱ ଆମର ମୂଲ୍ୟକୁ ସ୍ୱୀକାର କରିଥାଏ। ଆଜି, ଯେତେବେଳେ ସାରା ବିଶ୍ୱରେ ଆର୍ଥିକ ସ୍ୱାର୍ଥ ବୃଦ୍ଧି ପାଉଛି, ସମୟର ଚାହିଦା ହେଉଛି ଯେ ଆମେ ସଙ୍କଟ ଉପରେ ବିଳାପ କରି ବସିବା ଉଚିତ୍ ନୁହେଁ। ସାହସର ସହିତ, ଆମକୁ ନିଜର ଶକ୍ତି ଏବଂ ପ୍ରତିଷ୍ଠାକୁ ବୃଦ୍ଧି କରିବା ପାଇଁ ଚେଷ୍ଟା କରିବା ଉଚିତ। ଆଉ ମୋର ୨୫ ବର୍ଷର ପ୍ରଶାସନିକ ଅଭିଜ୍ଞତାରୁ, ମୁଁ ଏହା କହିପାରିବି - ଯଦି ଆମେ ଏହି ପଥ ବାଛିବା, ଏବଂ ଯଦି ସମସ୍ତେ ଏହାକୁ ବାଛିବେ, ତେବେ କୌଣସି ସ୍ୱାର୍ଥୀ ତତ୍ତ୍ୱ ଆମକୁ କେବେ ଫସେଇ ପାରିବ ନାହିଁ।

 

ମୋର ପ୍ରିୟ ଦେଶବାସୀଗଣ,

 

ଗତ ଦଶନ୍ଧି ସଂସ୍କାର, କାର୍ଯ୍ୟଦକ୍ଷତା ଏବଂ ପରିବର୍ତ୍ତନର ଦଶନ୍ଧି ଥିଲା। କିନ୍ତୁ ଏବେ, ଆମକୁ ଆମର ପ୍ରୟାସରେ ନୂତନ ଶକ୍ତି ଯୋଡିବାକୁ ପଡିବ। ସାମ୍ପ୍ରତିକ ସମୟରେ, ଆମେ ଅନେକ ସଂସ୍କାର କରିଛୁ - ଏଫଡିଆଇ କ୍ଷେତ୍ରରେ ହେଉ, ବୀମା କ୍ଷେତ୍ରରେ ହେଉ, ଭାରତରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକୁ କ୍ୟାମ୍ପସ ସ୍ଥାପନ କରିବାକୁ ଅନୁମତି ଦେବା କ୍ଷେତ୍ରରେ ହେଉ। ଆମେ ୪୦ ହଜାରରୁ ଅଧିକ ଅନାବଶ୍ୟକ ଅନୁପାଳନକୁ ଉଚ୍ଛେଦ କରିଛୁ। କେବଳ ସେତିକି ନୁହେଁ, ଆମେ ୧୫୦୦ ରୁ ଅଧିକ ପୁରୁଣା ଆଇନକୁ ମଧ୍ୟ ଉଚ୍ଛେଦ କରିଛୁ। ଆମେ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ସବୁବେଳେ ପ୍ରାଥମିକତା ଦେଇ ଡଜନ ଡଜନ ଆଇନକୁ ସଂଶୋଧନ କରିବା ପାଇଁ ସଂସଦକୁ ଯାଇଛୁ। ଏଥର ମଧ୍ୟ, ହଙ୍ଗାମା ମଧ୍ୟରେ, ଆୟକର ଆଇନରେ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ବିଷୟରେ ଖବର ଲୋକଙ୍କ ପାଖରେ ପହଞ୍ଚି ନଥାଇପାରେ। ଆମେ ୨୮୦ ରୁ ଅଧିକ ଧାରା ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛୁ। ବନ୍ଧୁଗଣ, ଆମର ସଂସ୍କାର କେବଳ ଆର୍ଥିକ କ୍ଷେତ୍ରରେ ସୀମିତ ନୁହେଁ । ଆମେ ନାଗରିକଙ୍କ ଜୀବନକୁ ସହଜ କରିବା ପାଇଁ ସଂସ୍କାର ମଧ୍ୟ କାର୍ଯ୍ୟକାରୀ କରିଛୁ। ଆୟକର ରିଫଣ୍ଡ ଶୀଘ୍ର ହେବା ସଂସ୍କାରର ଫଳାଫଳ। ନଗଦହୀନ ମୂଲ୍ୟାଙ୍କନ ସଂସ୍କାରର ଫଳାଫଳ। ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଆୟକର ମୁକ୍ତ କରିବା ମଧ୍ୟ ମୋର ମଧ୍ୟବିତ୍ତ ପରିବାର ପାଇଁ ବହୁତ ଆନନ୍ଦ ଆଣିଛି। ଏମାନେ ଏବେ ଦେଶ ନିର୍ମାଣରେ ଯୋଗଦାନ ଦେବାକୁ ଆଗ୍ରହୀ। ପୂର୍ବରୁ କେହି କଳ୍ପନା କରିନଥିଲେ ଯେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ସମ୍ପୂର୍ଣ୍ଣ ଟିକସମୁକ୍ତ ହୋଇପାରେ, କିନ୍ତୁ ଆମେ ଆଜି ଏହାକୁ ବାସ୍ତବରେ ପରିଣତ କରିଛୁ।

ଯେତେବେଳେ ରାଷ୍ଟ୍ରର ଶକ୍ତି ବୃଦ୍ଧି ପାଏ, ନାଗରିକମାନେ ଏହାର ଲାଭ ପାଆନ୍ତି। ବ୍ରିଟିଶ ଶାସନ କାଳରୁ, ଆମେ ଦଣ୍ଡ ସଂହିତା ଅଧୀନରେ ଆବଦ୍ଧ ଥିଲୁ, ଦଣ୍ଡର ନିରନ୍ତର ଭୟରେ ଜୀବନଯାପନ କରୁଥିଲୁ। ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷ ଏହିପରି ବିତିଗଲା। ଆମେ ଦଣ୍ଡ ସଂହିତାକୁ ଉଚ୍ଛେଦ କରି ଭାରତୀୟ ନ୍ୟାୟ ସଂହିତା ଆଣିଛୁ। ଏହା ଭାରତର ନାଗରିକଙ୍କ ପ୍ରତି ବିଶ୍ୱାସ, ନିଜର ଭାବନା ଏବଂ ସମ୍ବେଦନଶୀଳତାରେ ପରିପୂର୍ଣ୍ଣ। ଆମେ ସଂସ୍କାରର ଯାତ୍ରାକୁ ତ୍ୱରାନ୍ୱିତ କରିବାକୁ ସଂକଳ୍ପ ନେଇଛୁ, ଏବଂ ଆମେ ଦ୍ରୁତ ଗତିରେ ଆଗକୁ ବଢ଼ିବାକୁ ଚାହୁଁଛୁ। ମୁଁ ମୋର ଦେଶବାସୀଙ୍କୁ କହିବାକୁ ଚାହୁଁଛି - ମୁଁ ଯାହା କରୁଛି, ମୁଁ ଦେଶ ପାଇଁ କରୁଛି, ନିଜ ପାଇଁ ନୁହେଁ, କାହାକୁ କ୍ଷତି ପହଞ୍ଚାଇବା ପାଇଁ ନୁହେଁ। ମୁଁ ରାଜନୈତିକ ଦଳ, ମୋର ପ୍ରତିଯୋଗୀ ଏବଂ ସମସ୍ତ ସାଥୀ ନେତାଙ୍କୁ ରାଷ୍ଟ୍ରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଗକୁ ଆସିବାକୁ ଏବଂ ଆମ ସହିତ ଯୋଗ ଦେବାକୁ ଆମନ୍ତ୍ରଣ କରୁଛି। ତାହା ଢାଞ୍ଚାଗତ ସଂସ୍କାର ହେଉ, ନିୟାମକ ସଂସ୍କାର ହେଉ, ନୀତିଗତ ସଂସ୍କାର ହେଉ, ପ୍ରକ୍ରିୟା ସଂସ୍କାର ହେଉ, କିମ୍ବା ସାମ୍ବିଧାନିକ ସଂସ୍କାରର ଆବଶ୍ୟକତା ହେଉ, ଆମେ ଆଜି ପ୍ରତ୍ୟେକ ପ୍ରକାରର ସଂସ୍କାରକୁ ଆମର ମିଶନ କରିଛୁ।

ମୋର ପ୍ରିୟ ଦେଶବାସୀଗଣ,

ପରବର୍ତ୍ତୀ ପିଢ଼ିର ସଂସ୍କାର ପାଇଁ, ଆମେ ଏକ ଟାସ୍କ ଫୋର୍ସ ଗଠନ କରିବାକୁ ନିଷ୍ପତ୍ତି ନେଇଛୁ। ଏହି ଟାସ୍କ ଫୋର୍ସ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହାର କାର୍ଯ୍ୟ ସମାପ୍ତ କରିବ। ଏକବିଂଶ ଶତାବ୍ଦୀକୁ ସୁହାଇବା ପାଇଁ, ବିଶ୍ୱ ପରିବେଶ ସହିତ ଖାପ ଖୁଆଇବା ଲାଗି ଏବଂ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବାର ଦୃଷ୍ଟିକୋଣ ସହିତ ସମନ୍ୱୟ ରଖିବା ସକାଶେ ପ୍ରଚଳିତ ନିୟମ, ଆଇନ, ନୀତି ଓ ପ୍ରକ୍ରିୟାଗୁଡ଼ିକୁ ପୁନଃପ୍ରସ୍ତୁତ କରାଯିବା ଆବଶ୍ୟକ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହାକୁ ହାସଲ କରିବା ପାଇଁ ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି।

ବନ୍ଧୁଗଣ,

ଏହି ସଂସ୍କାରଗୁଡ଼ିକ ସେ ସମସ୍ତଙ୍କୁ ସାହସ ଦେବ ଯେଉଁମାନେ ସେମାନଙ୍କର ଭବିଷ୍ୟତ ଗଠନ କରିବାକୁ ଚାହାଁନ୍ତି। ଆମର ଷ୍ଟାର୍ଟ-ଅପ୍ ହେଉ, ଆମର କ୍ଷୁଦ୍ର ଶିଳ୍ପ ହେଉ, କିମ୍ବା ଆମର କୁଟୀର ଶିଳ୍ପ, ଉଦ୍ୟୋଗୀମାନେ ସେମାନଙ୍କର ଅନୁପାଳନ ଖର୍ଚ୍ଚରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଦେଖିବେ, ଯାହାଫଳରେ ସେମାନଙ୍କୁ ନୂତନ ଶକ୍ତି ମିଳିବ। ରପ୍ତାନି କ୍ଷେତ୍ରରେ ମଧ୍ୟ, ଲଜିଷ୍ଟିକ୍ସ ଏବଂ ସିଷ୍ଟମରେ ପରିବର୍ତ୍ତନ ସେମାନଙ୍କୁ ଏକ ପ୍ରମୁଖ ସୁବିଧା ଦେବ।

ବନ୍ଧୁଗଣ,

ଆମ ଦେଶରେ ଏପରି ଆଇନ ଅଛି, ଯାହା ଶୁଣିବାକୁ ଆଶ୍ଚର୍ଯ୍ୟଜନକ ଲାଗୁଛି। ସାମାନ୍ୟ କଥାରେ ଜେଲଦଣ୍ଡର ବ୍ୟବସ୍ଥା ରହିଛି ଏବଂ କେହି କେବେ ସେଗୁଡ଼ିକ ପ୍ରତି ଧ୍ୟାନ ଦେଇନାହାଁନ୍ତି। ମୁଁ ନିଜେ ଏହା ନିଶ୍ଚିତ କରିବାକୁ ନେଇଛି ଯେ ଭାରତୀୟ ନାଗରିକମାନଙ୍କୁ ଜେଲଦଣ୍ଡ ପଛରେ ରଖାଯାଉଥିବା ଏପରି ଅନାବଶ୍ୟକ ଆଇନଗୁଡ଼ିକୁ ଉଚ୍ଛେଦ କରାଯାଉଛି। ଆମେ ପୂର୍ବରୁ ସଂସଦରେ ଏକ ବିଲ୍ ଆଗତ କରିଥିଲୁ; ଏଥର ଆମେ ଏହାକୁ ପୁଣି ଆଣିଛୁ।

ବନ୍ଧୁଗଣ,

 

ଏହି ଦୀପାବଳିରେ, ମୁଁ ଆପଣମାନଙ୍କ ପାଇଁ ଦୀପାବଳିର ଖୁସିକୁ ଦୁଇ ଗୁଣିତ କରିବାକୁ ଯାଉଛି। ଏହି ଦୀପାବଳିରେ, ଦେଶବାସୀଙ୍କୁ ଏକ ବହୁତ ବଡ଼ ଉପହାର ଦେବାକୁ ଯାଉଛି । ଗତ ୮ ବର୍ଷ ମଧ୍ୟରେ, ଆମେ ଜିଏସଟିରେ ଏକ ବଡ଼ ସଂସ୍କାର କରିଛୁ। ସାରା ଦେଶରେ ଟିକସ ବୋଝ ହ୍ରାସ କରିଛୁ, ଟିକସ ବ୍ୟବସ୍ଥାକୁ ସରଳ କରିଛୁ। ଜିଏସଟିର ୮ ବର୍ଷ ପରେ, ସମୟର ଆବଶ୍ୟକତା ହେଉଛି ଯେ ଆମେ ଏହାକୁ ଥରେ ସମୀକ୍ଷା କରିବା ଉଚିତ। ଆମେ ଏକ ଉଚ୍ଚ-କ୍ଷମତାସମ୍ପନ୍ନ କମିଟି ଗଠନ କରି ସମୀକ୍ଷା ଆରମ୍ଭ କରିଛୁ ଏବଂ ରାଜ୍ୟଗୁଡ଼ିକ ସହିତ ଆଲୋଚନା ମଧ୍ୟ କରିଛୁ।

ମୋର ପ୍ରିୟ ଦେଶବାସୀଗଣ,

ଆମେ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ନେଇ ଆସୁଛୁ। ଏହା ଚଳିତ ଦୀପାବଳିରେ ଆପଣମାନଙ୍କ ପାଇଁ ଏକ ଉପହାର ହେବ । ସାଧାରଣ ଲୋକଙ୍କ ପାଇଁ ଆବଶ୍ୟକ ଟିକସ ଯଥେଷ୍ଟ ହ୍ରାସ ପାଇବ, ବହୁତ ସୁବିଧା ବୃଦ୍ଧି ପାଇବ। ଆମର ଏମଏସଏମଇ ଆମର ଛୋଟ ଉଦ୍ୟୋଗୀମାନଙ୍କୁ ଏକ ବଡ଼ ଲାଭ ମିଳିବ। ଦୈନନ୍ଦିନ ଜୀବନର ଜିନିଷଗୁଡ଼ିକ ବହୁତ ଶସ୍ତା ହୋଇଯିବ ଏବଂ ଏହା ଅର୍ଥବ୍ୟବସ୍ଥାକୁ ମଧ୍ୟ ଏକ ନୂତନ ପ୍ରୋତ୍ସାହନ ଦେବ।

ମୋର ପ୍ରିୟ ଦେଶବାସୀଗଣ,

ଆଜି ଦେଶ ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଆମେ ଏହାର ଦ୍ୱାରଦେଶରେ ଅଛୁ । ଆମେ ଏହାକୁ ବହୁତ ଶୀଘ୍ର ଏହି ଲକ୍ଷ୍ୟ ହାସଲ କରିବୁ । ଏପରି ଦିନ ଆସିବ ଯେତେବେଳେ ମୁଁ ଆପଣମାନଙ୍କ ଆଗରେ ଲାଲକିଲ୍ଲାର ପ୍ରାଚୀରରୁ ଏହି ଖବର ପହଞ୍ଚାଇବି। ଆଜି ସମଗ୍ର ବିଶ୍ୱ ଭାରତର ଅର୍ଥବ୍ୟବସ୍ଥା ଏବଂ ଆର୍ଥିକ ସ୍ଥିତିକୁ ନେଇ ଆତ୍ମବିଶ୍ୱାସୀ। ଏତେ ଅସ୍ଥିରତା ମଧ୍ୟରେ, ଭାରତର ଆର୍ଥିକ ଶୃଙ୍ଖଳା, ଭାରତର ଅର୍ଥବ୍ୟବସ୍ଥାର ଶକ୍ତି, ଆଶାର କିରଣ ହୋଇ ରହିଛି। ଯେତେବେଳେ ଅର୍ଥବ୍ୟବସ୍ଥା ସଙ୍କଟର କବଳରେ ଅଛି, ସେତେବେଳେ ବିଶ୍ୱରେ ଏହି ବିଶ୍ୱାସ ବୃଦ୍ଧି ପାଇଛି ଯେ ଭାରତ ହିଁ ଏଥିରୁ ବାହାରିପାରିବ। ଆଜି ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଅଛି, ଆମର ବିଦେଶୀ ମୁଦ୍ରା ବିନିମୟ ଭଣ୍ଡାର ବହୁତ ମଜବୁତ, ଆମର ମାକ୍ରୋଇକୋନୋମିକ୍ ସୂଚକାଙ୍କ ବହୁତ ମଜବୁତ, ବିଶ୍ୱସ୍ତରୀୟ ମୂଲ୍ୟାଙ୍କନ ଏଜେନ୍ସିଗୁଡ଼ିକ ମଧ୍ୟ ନିରନ୍ତର ଭାରତକୁ ପ୍ରଶଂସା କରୁଛନ୍ତି, ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଅଧିକରୁ ଅଧିକ ବିଶ୍ୱାସ ପ୍ରକାଶ କରୁଛନ୍ତି। ଆମେ ଏହି ଦିଗରେ ନୂତନ ପ୍ରୟାସ କରୁଛୁ ଯାହା ଦ୍ୱାରା ଏହି ବର୍ଦ୍ଧିତ ଅର୍ଥବ୍ୟବସ୍ଥାର ଲାଭ ମୋ ଦେଶର ଗରିବ, ମୋ ଦେଶର କୃଷକ, ମୋ ଦେଶର ମହିଳା ଶକ୍ତି, ମୋ ଦେଶର ମଧ୍ୟବିତ୍ତ ବର୍ଗ ପର୍ଯ୍ୟନ୍ତ ପହଞ୍ଚିପାରିବ ଏବଂ ଏହା ମୋ ଦେଶର ବିକାଶ ପାଇଁ ଶକ୍ତିର ଉତ୍ସ ପାଲଟିବ।

ଆଜି ଆମ ଯୁବପିଢ଼ି ପାଇଁ ନୂତନ କ୍ଷେତ୍ରରେ ସୁଯୋଗ ସୃଷ୍ଟି ହେଉଛି। ଦକ୍ଷତା ବିକାଶ, ଆତ୍ମନିଯୁକ୍ତି, ବଡ଼ କମ୍ପାନୀରେ ଇଣ୍ଟର୍ନସିପ୍ ଏବଂ ଦେଶର ଯୁବପିଢ଼ି ପାଇଁ ଏକ ବଡ଼ ଅଭିଯାନ ଚାଲିଛି। ଆଜି ମୁଁ ଆପଣମାନଙ୍କ ପାଇଁ ଓ ମୋ ଦେଶର ଯୁବପିଢ଼ି ପାଇଁ ଏକ ଖୁସି ଖବର ଆଣିଛି। ଆଜି ଅଗଷ୍ଟ ୧୫ ତାରିଖ। ଆଜି ଅଗଷ୍ଟ ୧୫ ତାରିଖରେ, ଆମେ ମୋ ଦେଶର ଯୁବପିଢ଼ି ପାଇଁ ୧ ଲକ୍ଷ କୋଟି ଟଙ୍କାର ଏକ ଯୋଜନା ଆରମ୍ଭ ଏବଂ କାର୍ଯ୍ୟକାରୀ କରୁଛୁ। ‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା’ ଆଜି ଅଗଷ୍ଟ ୧୫ ତାରିଖରୁ କାର୍ଯ୍ୟକାରୀ ହେଉଛି, ଏହା ଆପଣମାନଙ୍କ ପାଇଁ ବହୁତ ଭଲ ଖବର। ଏହି ଯୋଜନା ଅଧୀନରେ, ସରକାର ଯୁବବର୍ଗଙ୍କୁ, ପ୍ରତ୍ୟେକ ପୁଅ କିମ୍ବା ଝିଅଙ୍କୁ ଯେଉଁମାନେ ଘରୋଇ କ୍ଷେତ୍ରରେ ଚାକିରି କରନ୍ତି ସେମାନଙ୍କୁ ୧୫ ହଜାର ଟଙ୍କା ଦେବେ। ନୂତନ ନିଯୁକ୍ତି ପ୍ରଦାନ ପାଇଁ ଅଧିକ ସୁଯୋଗ ସୃଷ୍ଟି କରୁଥିବା କମ୍ପାନୀଗୁଡ଼ିକୁ ମଧ୍ୟ ପ୍ରୋତ୍ସାହନ ଦିଆଯିବ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପ୍ରାୟ ୩.୫ କୋଟି ଯୁବକଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏଥିପାଇଁ ମୁଁ ସମସ୍ତ ଯୁବବର୍ଗଙ୍କୁ ଅଭିନନ୍ଦନ ଜଣାଉଛି।

ମୋର ପ୍ରିୟ ଦେଶବାସୀଗଣ,

ଆଜି, ଭାରତରେ ସମସ୍ତେ ମହିଳା ଶକ୍ତିକୁ ସ୍ୱୀକାର କରିବା ଆରମ୍ଭ କରିଛନ୍ତି। ଆମର ମହିଳାମାନେ ବର୍ଦ୍ଧିତ ଅର୍ଥବ୍ୟବସ୍ଥାର ଲାଭାର୍ଥୀ। ଆମର ମହିଳାମାନେ ମଧ୍ୟ ବର୍ଦ୍ଧିତ ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାରେ ବହୁତ ଯୋଗଦାନ ଦେଇଛନ୍ତି। ଏଥିରେ ଆମର ମାତୃଶକ୍ତି ଯୋଗଦାନ ଦେଇଛି ଏବଂ ଆମର ମହିଳା ଶକ୍ତି ମଧ୍ୟ ଯୋଗଦାନ ଦେଇଛି। ଆମର ଝିଅମାନେ ଷ୍ଟାର୍ଟଅପ୍ ଠାରୁ ଆରମ୍ଭ କରି ମହାକାଶ କ୍ଷେତ୍ର ପର୍ଯ୍ୟନ୍ତ ପ୍ରଭାବଶାଳୀ ହେଉଛନ୍ତି। ସେମାନେ କ୍ରୀଡ଼ା କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି, ସେନାରେ ଚମକୁଛନ୍ତି, ଆଜି ଗର୍ବର ସହିତ ସେମାନେ କାନ୍ଧକୁ କାନ୍ଧ ମିଶାଇ ଦେଶର ବିକାଶ ଯାତ୍ରାରେ ଅଂଶଗ୍ରହଣ କରୁଛନ୍ତି। ଯେତେବେଳେ ପ୍ରଥମ ଏନଡିଏ ମହିଳା ପ୍ରାର୍ଥୀମାନେ ପାସ୍ ଆଉଟ୍ ହୋଇଥିଲେ ସେତେବେଳେ ଦେଶ ଗର୍ବରେ ଭରିଯାଇଥିଲା। ସାରା ଦେଶ ଗର୍ବରେ ଭରିଯାଇଥିଲା, ସମସ୍ତ ଟିଭି ଚ୍ୟାନେଲ ତାଙ୍କୁ ଅନୁସରଣ କରୁଥିଲେ। ଏହା କେତେ ଗର୍ବର ମୁହୂର୍ତ୍ତ ଥିଲା। ସ୍ୱୟଂ ସହାୟକ ଗୋଷ୍ଠୀ, ୧୦ କୋଟି ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀମାନେ ଏପରି ଆଶ୍ଚର୍ଯ୍ୟଜନକ କାମ କରୁଛନ୍ତି। ନମୋ ଡ୍ରୋନ୍ ଦିଦି ନାରୀ ଶକ୍ତି ଏକ ନୂତନ ପରିଚୟ ପାଲଟିଛି । ମୁଁ ଗାଁରେ ଜଣେ ଭଉଣୀଙ୍କୁ ଭେଟିଲି, ସେ କହିଥିଲେ, ଏବେ ଗାଁ ଲୋକେ ତାଙ୍କୁ ପାଇଲଟ୍ ବୋଲି ଡାକୁଛନ୍ତି। ସେ ବହୁତ ଗର୍ବର ସହିତ କହୁଥିଲେ ଯେ ସେ ବହୁତ ଶିକ୍ଷିତ ନଥିଲେ କିନ୍ତୁ ସେ ଏଭଳି ସ୍ଥିତି ହାସଲ କରିଛନ୍ତି।

 

ବନ୍ଧୁଗଣ,

ଆମେ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ପ୍ରତିଶ୍ରୁତି ଦେଇଥିଲୁ ଏବଂ ମୁଁ ସନ୍ତୁଷ୍ଟ ଯେ ଆମେ ଦ୍ରୁତ ଗତିରେ କାମ କରୁଛୁ। ଆମେ ସମୟ ପୂର୍ବରୁ ୩ କୋଟି ଲକ୍ଷ୍ୟ ହାସଲ କରିବୁ ଏବଂ ଆଜି ମୁଁ ଖୁସିର ସହିତ ଦେଶକୁ କହିବାକୁ ଚାହୁଁଛି, ମୋର ନାରୀ ଶକ୍ତିର ଶକ୍ତି ଦେଖନ୍ତୁ, ଦୁଇ କୋଟି ମହିଳା ଅଳ୍ପ କିଛି ସମୟ ମଧ୍ୟରେ ଲକ୍ଷପତି ଦିଦି ହୋଇଯାଇଛନ୍ତି। ଆଜି କିଛି ଲକ୍ଷପତି ଦିଦି ଆମ ସାମ୍ନାରେ ବସିଛନ୍ତି। ଏହା ହିଁ ମୋର ଶକ୍ତି, ଏବଂ ମୁଁ ବିଶ୍ୱାସ କରେ ବନ୍ଧୁଗଣ, ଏହା ଭାରତର ବିକାଶ ଯାତ୍ରାରେ ସେମାନଙ୍କର ଅଂଶଗ୍ରହଣକୁ ବୃଦ୍ଧି କରିବ।

ମୋର ପ୍ରିୟ ଦେଶବାସୀଗଣ,

ଭାରତର ଅର୍ଥବ୍ୟବସ୍ଥାରେ ମୋ ଦେଶର କୃଷକମାନଙ୍କର ଏକ ବଡ଼ ଅବଦାନ ଅଛି। ଭାରତର କୃଷକମାନଙ୍କ କଠିନ ପରିଶ୍ରମ ଫଳ ପାଉଛି। ଗତ ବର୍ଷ, ମୋ ଦେଶର କୃଷକମାନେ ଶସ୍ୟ ଉତ୍ପାଦନରେ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗି ଦେଇଛନ୍ତି, ଏହା ମୋ ଦେଶର ସମ୍ଭାବନା। ସମାନ ପରିମାଣର ଜମି, କିନ୍ତୁ ବ୍ୟବସ୍ଥା ପରିବର୍ତ୍ତନ ହୋଇଛି, ପାଣି ପହଞ୍ଚିବା ଆରମ୍ଭ କରିଛି, ଭଲ ବିହନ ଉପଲବ୍ଧ ହେବା ଆରମ୍ଭ ହୋଇଛି, ଚାଷୀମାନଙ୍କୁ ଉନ୍ନତ ସୁବିଧା ମିଳିବା ଆରମ୍ଭ ହୋଇଛି, ତେଣୁ ସେମାନେ ଦେଶ ପାଇଁ ନିଜର ଶକ୍ତି ବୃଦ୍ଧି କରୁଛନ୍ତି। ଆଜି ଭାରତ କ୍ଷୀର, ଡାଲି ଏବଂ ପାଟ ଉତ୍ପାଦନରେ ବିଶ୍ୱରେ ଏକ ନମ୍ବର ସ୍ଥାନରେ ଅଛି। ଆଜି ଆମେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ମାଛ ଉତ୍ପାଦନକାରୀ ଦେଶ। ମୋର ମତ୍ସ୍ୟଜୀବୀ ଭାଇ ଓ ଭଉଣୀମାନଙ୍କ ଶକ୍ତି ଦେଖନ୍ତୁ। ଆମେ ମାଛ ଉତ୍ପାଦନରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛୁ। ଆଜି ଭାରତ ଚାଉଳ, ଗହମ, ଫଳ ଏବଂ ପନିପରିବା ଉତ୍ପାଦନରେ ମଧ୍ୟ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି।

ବନ୍ଧୁଗଣ,

ଆପଣମାନେ ଖୁସି ହେବେ ଯେ ମୋ ଦେଶର କୃଷକମାନଙ୍କ ଉତ୍ପାଦ ଆଜି ବିଶ୍ୱ ବଜାରରେ ପହଞ୍ଚିଛି। ୪ ଲକ୍ଷ କୋଟି ଟଙ୍କାର କୃଷି ଉତ୍ପାଦ ରପ୍ତାନି ହୋଇଛି। ମୋ ଦେଶର କୃଷକମାନେ ଆମକୁ ସେମାନଙ୍କର ଶକ୍ତି ଦେଖାଇଛନ୍ତି। ସେମାନେ ଛୋଟ ଚାଷୀ ହୁଅନ୍ତୁ, ଗୋପାଳକ ହୁଅନ୍ତୁ, ମତ୍ସ୍ୟଜୀବୀ ହୁଅନ୍ତୁ, ଆମେ ସେମାନଙ୍କୁ ଦେଶର ବିକାଶ ଯୋଜନାର ଲାଭ ଯୋଗାଇ ଦେଉଛୁ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ହେଉ, ବର୍ଷା ଜଳ ଅମଳ ହେଉ, ଜଳସେଚନ ଯୋଜନା ହେଉ, ଗୁଣାତ୍ମକ ବିହନ ହେଉ, ସାର ଆବଶ୍ୟକତା ହେଉ, ପ୍ରତ୍ୟେକ କ୍ଷେତ୍ରରେ ଆଜି ଚାଷୀମାନେ ଫସଲ ବୀମା ଉପରେ ବିଶ୍ୱାସ ରଖିଛନ୍ତି। ସେମାନେ ସାହସୀ ହେଉଛନ୍ତି, ଦେଶ ମଧ୍ୟ ଏହାର ଉତ୍ତମ ପରିଣାମ ପାଉଛି। ପୂର୍ବରୁ ଯାହା କଳ୍ପନାର ବିଷୟ ଥିଲା, ଆଜି ତାହା ବାସ୍ତବତାରେ ପରିଣତ ହୋଇଛି।

ପ୍ରିୟ ଦେଶବାସୀଗଣ,

ଆମ ଦେଶର ଗୃହପାଳିତ ପ୍ରାଣୀଙ୍କୁ ରକ୍ଷା କରିବା ପାଇଁ ଆମେ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛୁ । ଆମ ସମସ୍ତଙ୍କର ମନେ ଅଛି ଯେ, ଆମେ ମାଗଣାରେ କୋଭିଡ୍ ଟିକା ପାଇଛୁ, କିନ୍ତୁ ଆମେ ଏପର୍ଯ୍ୟନ୍ତ ପ୍ରାଣୀମାନଙ୍କୁ ୧୨୫ ଡୋଜ୍ ମାଗଣାରେ ଦେଇଛୁ। ଉତ୍ତର ଭାରତରେ ‘ଖୁରପାକା’ ରୋଗ କୁହାଯାଉଥିବା ପାଦ ଏବଂ ମୁଖ ରୋଗରୁ ପ୍ରାଣୀମାନଙ୍କୁ ମୁକ୍ତି ପାଇବା ପାଇଁ, ଆମେ ୧୨୫ କୋଟି ଡୋଜ୍ ଦେଇଛୁ ଏବଂ ତାହା ମଧ୍ୟ ମାଗଣାରେ। କୃଷି କ୍ଷେତ୍ରରେ, ଦେଶର ଯେଉଁ ଜିଲ୍ଲାଗୁଡ଼ିକରେ ଚାଷୀମାନେ କୌଣସି ନା କୌଣସି କାରଣରୁ ଅନ୍ୟମାନଙ୍କଠାରୁ ପଛରେ ପଡ଼ିଯାଇଛନ୍ତି, ସେଠାରେ ୧୦୦ଟି ଏପରି ଜିଲ୍ଲା ଅଛି ଯେଉଁଠାରେ କୃଷି ତୁଳନାତ୍ମକ ଭାବରେ କମ୍ ଅଛି ଏବଂ ତେଣୁ ଆମେ ଦେଶ ସାରା ୧୦୦ଟି ଜିଲ୍ଲାକୁ ଚିହ୍ନଟ କରି ସେଠାରେ ଚାଷୀମାନଙ୍କୁ ସଶକ୍ତ କରିବା ପାଇଁ, ଚାଷୀମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛୁ। ଏଥିପାଇଁ ଆମେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଆରମ୍ଭ କରିଛୁ। ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଦେଶର ସେହି ୧୦୦ ଜିଲ୍ଲାଗୁଡ଼ିକୁ ଅଧିକ ସାହାଯ୍ୟ ଯୋଗାଇବ, ତା'ପରେ ସେଠାକାର ଚାଷୀମାନେ ମଧ୍ୟ ଭାରତର ଅନ୍ୟ ଚାଷୀଙ୍କ ସହିତ ପ୍ରତିଯୋଗିତା କରିପାରିବେ।

ମୋର ପ୍ରିୟ ଦେଶବାସୀଗଣ,

ଭାରତର ଚାଷୀ, ଭାରତର ଗୋପାଳକ, ଭାରତର ମତ୍ସ୍ୟଜୀବୀ, ଏଗୁଡ଼ିକ ଆମର ସବୁଠାରୁ ବଡ଼ ପ୍ରାଥମିକତା। ଭାରତର କୃଷକ, ଭାରତର ମତ୍ସ୍ୟଜୀବୀ ଏବଂ ଭାରତର ଗୋପାଳକମାନଙ୍କ ସହିତ ଜଡିତ ଯେକୌଣସି କ୍ଷତିକାରକ ନୀତି ବିରୁଦ୍ଧରେ ମୋଦୀ ପ୍ରାଚୀର ପରି ଠିଆ ହୋଇଛନ୍ତି। ଭାରତ କେବେବି ଏହାର ଚାଷୀ, ଏହାର ଗୋପାଳକ, ଏହାର ମତ୍ସ୍ୟଜୀବୀଙ୍କ ସ୍ୱାର୍ଥକୁ ନେଇ କୌଣସି ପ୍ରକାରର ସାଲିସ୍‌ କରିବ ନାହିଁ।

ପ୍ରିୟ ଦେଶବାସୀଗଣ,

ଦାରିଦ୍ର୍ୟ କ’ଣ ତାହା ମୋତେ ପୁସ୍ତକରେ ପଢ଼ିବାକୁ ପଡ଼ିନାହିଁ। ମୁଁ ଏହା ଜାଣେ, ମୁଁ ମଧ୍ୟ ସରକାରରେ ଅଛି । ତେଣୁ ମୋର ପ୍ରୟାସ ରହିଛି ଯେ ସରକାର କେବଳ ଫାଇଲରେ ସୀମିତ ହେବା ଉଚିତ୍ ନୁହେଁ। ସରକାର ଦେଶର ନାଗରିକଙ୍କ ଜୀବନରେ ରହିବା ଉଚିତ୍।

ସେମାନେ ଦଳିତ ହୁଅନ୍ତୁ, ଅବହେଳିତ ହୁଅନ୍ତୁ, ଶୋଷିତ ହୁଅନ୍ତୁ, କିମ୍ବା ବଞ୍ଚିତ ହୁଅନ୍ତୁ, ସରକାର ସମସ୍ତଙ୍କ ପାଇଁ ସକ୍ରିୟ ଭାବରେ ଲୋକାଭିମୁଖୀ ହେବା ଉଚିତ୍, ସରକାରଗୁଡ଼ିକ ଜନକଲ୍ୟାଣକାରୀ ହେବା ଉଚିତ୍। ଆମେ ସେହି ଦିଗରେ ନିରନ୍ତର ପ୍ରୟାସ କରୁଛୁ। ସମାଜରେ ପ୍ରତ୍ୟେକ ଆବଶ୍ୟକତା ଥିବା ବ୍ୟକ୍ତିଙ୍କ ପାଇଁ କିଛି ନା କିଛି ପଦକ୍ଷେପ ନିଆଯାଉଛି । କେତେକ ଲୋକ କହିପାରନ୍ତି ଯେ ସରକାରୀ ଯୋଜନାଗୁଡ଼ିକ ପୂର୍ବରୁ ମଧ୍ୟ ଥିଲା, କିନ୍ତୁ ନା, ଆମେ ତୃଣମୂଳ ସ୍ତରରେରେ ସରକାରୀ ଯୋଜନାଗୁଡ଼ିକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରୁଛୁ। ଆମେ ଶତପ୍ରତିଶତ ପ୍ରସାର ବା ସଂତୃପ୍ତି ଉପରେ ଗୁରୁତ୍ୱ ଦେଉଛୁ। କାରଣ ଯଦି ସାମାଜିକ ନ୍ୟାୟର କୌଣସି ପ୍ରକୃତ କାର୍ଯ୍ୟକାରିତା ଅଛି, ତେବେ ତାହା ସଂତୃପ୍ତିରେ ଅଛି। କୌଣସି ଯୋଗ୍ୟ ବ୍ୟକ୍ତି ଯୋଜନାରୁ ବାଦ୍ ପଡ଼ିବା ଉଚିତ୍‌ ନୁହେଁ । ସରକାର ପ୍ରତ୍ୟେକ ଘରକୁ ଯିବେ ଏବଂ ପ୍ରତ୍ୟେକ ଲୋକ ଯେପରି ସେମାନଙ୍କ ହକ୍‌ ପାଇପାରିବେ, ଆମେ ସେହି ଦିଗରେ କାମ କରୁଛୁ।

ଯେତେବେଳେ ଜନଧନ ଆକାଉଣ୍ଟ ଖୋଲାଗଲା, ଏହା କେବଳ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଉପରେ ଆଧାରିତ ନଥିଲା। ଏହା ଲୋକମାନଙ୍କୁ ଆତ୍ମସମ୍ମାନ ଦେଇଥିଲା, ଏହି ଅନୁଭବ ଦେଇଥିଲା ଯେ ବ୍ୟାଙ୍କର ଦ୍ୱାର ମୋ ପାଇଁ ମଧ୍ୟ ଖୋଲା ଅଛି। ମୁଁ ମଧ୍ୟ ବ୍ୟାଙ୍କ ଭିତରକୁ ଯାଇପାରିବି ଓ ଟେବୁଲ ଉପରେ ହାତ ରଖି କଥା ହୋଇପାରିବି। ଏହି ଆତ୍ମବିଶ୍ୱାସ ଆମେ ସୃଷ୍ଟି କରିଛୁ। ଆୟୁଷ୍ମାନ ଭାରତ ଲୋକମାନଙ୍କୁ ନୀରବରେ ରୋଗ ସହିବାର ଅଭ୍ୟାସରୁ ମୁକ୍ତ କରିଥିଲା ଏବଂ ସେମାନଙ୍କୁ ଭଲ ସ୍ୱାସ୍ଥ୍ୟସେବା ପାଇବାରେ ସାହାଯ୍ୟ କରିଥିଲା। ଯେତେବେଳେ ଆମେ ବରିଷ୍ଠ ନାଗରିକମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ଆବଶ୍ୟକତା ପାଇଁ ୫ ଲକ୍ଷ ଟଙ୍କାରୁ ଅଧିକ ସାହାଯ୍ୟ କରୁ, ଏହା ସେମାନଙ୍କ କଲ୍ୟାଣ ପାଇଁ ଆମର ଚିନ୍ତାକୁ ଦର୍ଶାଏ। ଆଜି, ପ୍ରଧାନମନ୍ତ୍ରୀ ଆବାସ ସହିତ ୪ କୋଟି ଗରିବ ଲୋକ ଘର ପାଇଛନ୍ତି । ଅର୍ଥାତ୍ ସେମାନଙ୍କ ଜୀବନରେ ନୂତନ ସ୍ୱପ୍ନର ବୀଜ ବପନ ହୋଇଛି । ବନ୍ଧୁଗଣ, ଏହା କେବଳ ଚାରି କାନ୍ଥ ନୁହେଁ, ବରଂ ତା’ଠାରୁ ଅଧିକ। ରାସ୍ତାପାର୍ଶ୍ବ ବିକ୍ରେତାଙ୍କ ପାଇଁ, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅଛି। ଯେଉଁମାନେ ପୂର୍ବରୁ ଉଚ୍ଚ ସୁଧ ଦେବାର ଚକ୍ରରେ ଫସି ରହିଥିଲେ, ଏହି ଯୋଜନା ଏବେ ସେମାନଙ୍କୁ ମୁକ୍ତ ଭାବରେ ବ୍ୟବସାୟ କରିବାକୁ ସକ୍ଷମ କରିଛି। ଆପଣ ନିଶ୍ଚୟ ଦେଖିଥିବେ ଯେ ଆଜି ରାସ୍ତାକଡ଼ ଉଠାଦୋକାନୀମାନେ ମଧ୍ୟ ୟୁପିଆଇ ମାଧ୍ୟମରେ ଗ୍ରହଣ କରନ୍ତି ଏବଂ ପେମେଣ୍ଟ କରନ୍ତି। ଏହି ପରିବର୍ତ୍ତନ ଦର୍ଶାଉଛି ଯେ ସରକାର ସମାଜର ଶେଷ ବ୍ୟକ୍ତିଙ୍କ ଜୀବନରେ ମଧ୍ୟ ଉପସ୍ଥିତ ରହିବା ଉଚିତ। ସେଥିପାଇଁ ଏହି ତୃଣମୂଳସ୍ତରୀୟ ଯୋଜନାଗୁଡ଼ିକ ଡିଜାଇନ୍, କାର୍ଯ୍ୟକାରୀ କରାଯାଏ। ଯେତେବେଳେ ସେଗୁଡ଼ିକ ତୃଣମୂଳ ସ୍ତରରେ ପହଞ୍ଚିଥାଏ, ସେତେବେଳେ ଏହା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ହୋଇଯାଏ। ଗୋଟିଏ ସମୟ ଥିଲା ଯେତେବେଳେ ଗରିବ, ଦଳିତ, ଆଦିବାସୀ ସମ୍ପ୍ରଦାୟ, ବଞ୍ଚିତ, ଭିନ୍ନକ୍ଷମ ଏବଂ ଆମର ବିଧବା ମା' ଏବଂ ଭଉଣୀମାନଙ୍କୁ ସେମାନଙ୍କର ଅଧିକାର ପାଇଁ ସ୍ଥାନରୁ ସ୍ଥାନକୁ ବୁଲିବାକୁ ପଡୁଥିଲା, ସେମାନଙ୍କର ସମଗ୍ର ଜୀବନ ଗୋଟିଏ ସରକାରୀ କାର୍ଯ୍ୟାଳୟରୁ ଅନ୍ୟ କାର୍ଯ୍ୟାଳୟକୁ ଯିବା ପାଇଁ ବିତାଇବାକୁ ପଡୁଥିଲା। ଆଜି, ସରକାର ଏକ ପରିପୂର୍ଣ୍ଣ ପଦ୍ଧତି ସହିତ ଆପଣଙ୍କ ଦ୍ୱାରରେ ପହଞ୍ଚି ପାରିଛି। କୋଟି କୋଟି ହିତାଧିକାରୀ ସରକାରୀ ଯୋଜନାର ଲାଭ ପାଉଛନ୍ତି । ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର ଏକ ପ୍ରକୃତ କ୍ରାନ୍ତିକାରୀ ପଦକ୍ଷେପ ହୋଇଛି।

ବନ୍ଧୁଗଣ,

ଦେଶ ଅନେକ ଥର "ଗରିବୀ ହଟାଓ" (ଦାରିଦ୍ର୍ୟ ଦୂରୀକରଣ)ର ସ୍ଲୋଗାନ ଶୁଣିଛି, ଲାଲକିଲ୍ଲାରୁ ମଧ୍ୟ ଏବଂ ଦେଶ ଏହାକୁ ବାରମ୍ବାର ଶୁଣି କ୍ଳାନ୍ତ ହୋଇଯାଇଥିଲା। ଲୋକମାନେ ସ୍ୱୀକାର କରି ନେଇଥିଲେ ଯେ ଦାରିଦ୍ର୍ୟ ହଟାଯାଇପାରିବ ନାହିଁ। କିନ୍ତୁ ଯେତେବେଳେ ଆମେ ଗରିବଙ୍କ ଘରକୁ ସିଧାସଳଖ ଯୋଜନା ପହଞ୍ଚାଇଲୁ, ଯେତେବେଳେ ଆମେ ସେମାନଙ୍କ ହୃଦୟରେ ବିଶ୍ୱାସ ସୃଷ୍ଟି କଲୁ, ସେତେବେଳେ ମୋ ଦେଶର ୨୫ କୋଟି ଗରିବ ଲୋକ ଦାରିଦ୍ର୍ୟକୁ ପରାସ୍ତ କରି, ଏହାଠାରୁ ଉପରକୁ ଉଠି ଏକ ନୂତନ ଇତିହାସ ସୃଷ୍ଟି କଲେ। ଗତ ୧୦ ବର୍ଷ ମଧ୍ୟରେ ୨୫ କୋଟିରୁ ଅଧିକ ଗରିବ ଲୋକ ଦାରିଦ୍ର୍ୟ କବଳରୁ ବାହାରକୁ ଆସିଛନ୍ତି, ଏକ ‘ନୂତନ ମଧ୍ୟମ ବର୍ଗ’ ସୃଷ୍ଟି କରିଛନ୍ତି।

ମୋର ବନ୍ଧୁଗଣ,

 

ଏହି ନବ-ମଧ୍ୟମ ବର୍ଗ ଏବଂ ବର୍ତ୍ତମାନର ମଧ୍ୟମ ବର୍ଗ ଆକାଂକ୍ଷା ଓ ପ୍ରୟାସ ଉଭୟରେ ପରିପୂର୍ଣ୍ଣ ଏକ ସହଭାଗୀତା ଗଠନ କରିଥାନ୍ତି। ଏହା ଦେଶକୁ ଆଗକୁ ନେବାରେ ଏକ ମହାନ ଶକ୍ତି ହେବାକୁ ଯାଉଛି।

ମୋର ପ୍ରିୟ ଦେଶବାସୀଗଣ,

ନିକଟ ଭବିଷ୍ୟତରେ, ଆମେ ମହାନ ସମାଜ ସଂସ୍କାରକ ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀ ପାଳନ କରିବାକୁ ଯାଉଛୁ। ଆମେ ଏହି ଜୟନ୍ତୀ ପାଇଁ ଉତ୍ସବ ଆରମ୍ଭ କରିବାକୁ ଯାଉଛୁ। ମହାତ୍ମା ଜ୍ୟୋତିବା ଫୁଲେଙ୍କ ନୀତି ଏବଂ ସେ ଆମକୁ ଦେଇଥିବା ମନ୍ତ୍ର ଆମ ପାଇଁ ପ୍ରେରଣା ବହନ କରେ। ସେ ‘ପଛୁଆ ବର୍ଗଙ୍କୁ ପ୍ରାଥମିକତା’ର ମନ୍ତ୍ର ଦେଇଥିଲେ। ପଛୁଆ ବର୍ଗଙ୍କୁ ପ୍ରାଥମିକତା ଦେଇ, ଆମେ ପରିବର୍ତ୍ତନର ଶିଖରରେ ପହଞ୍ଚିବାକୁ ଚାହୁଁଛୁ। ଆମେ ଏଥିପାଇଁ ଆମର ସର୍ବୋତ୍ତମ ପ୍ରୟାସ କରିବାକୁ ଚାହୁଁଛୁ। ସ୍ୱଚ୍ଛ ନୀତି ମାଧ୍ୟମରେ, ଆମେ "ପଛୁଆ ବର୍ଗଙ୍କୁ ପ୍ରାଥମିକତା"କୁ ତୃଣମୂଳ ସ୍ତରର ବାସ୍ତବତାରେ ପରିଣତ କରିବାକୁ ଚାହୁଁଛୁ, ଏହାକୁ ପ୍ରତ୍ୟେକ ପଛୁଆ ବ୍ୟକ୍ତିଙ୍କ ଜୀବନରେ ଆମେ କାର୍ଯ୍ୟକାରୀ କରିବୁ।

ବନ୍ଧୁଗଣ,

ରାସ୍ତାକଡ଼ ଉଠାଦୋକାନୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ହେଉ, ଆମର କୁଶଳୀ କାରିଗରଙ୍କ ପାଇଁ ବିଶ୍ୱକର୍ମା ଯୋଜନା ହେଉ, ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ବଞ୍ଚିତ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜନ ମାନ ଯୋଜନା ହେଉ, କିମ୍ବା ପୂର୍ବ ଭାରତକୁ ବିକାଶ କ୍ଷେତ୍ରରେ ଦେଶର ଅନ୍ୟ ଅଂଶ ସହିତ ସମକକ୍ଷ କରିବା ଏବଂ ନେତୃତ୍ୱର ସୁଯୋଗ ଦେବା ପାଇଁ ଆମର ପ୍ରୟାସ ହେଉ - ସବୁଥରେ ଆମେ କେବଳ ସାମାଜିକ ଭାବରେ ପଛୁଆ ଗୋଷ୍ଠୀମାନଙ୍କୁ ନେଇ ଚିନ୍ତିତ ନୁହେଁ, ଆମେ ପଛୁଆ ଅଞ୍ଚଳଗୁଡ଼ିକୁ ମଧ୍ୟ ପ୍ରାଥମିକତା ଦେବାକୁ ଚାହୁଁଛୁ। ଆମେ ପଛରେ ପଡ଼ିଥିବା ଜିଲ୍ଲାଗୁଡ଼ିକୁ ପ୍ରାଥମିକତା ଦେବାକୁ ଚାହୁଁଛୁ। ଆମେ ପଛରେ ପଡ଼ିଯାଇଥିବା ବ୍ଲକଗୁଡ଼ିକୁ ମଧ୍ୟ ପ୍ରାଥମିକତା ଦେବାକୁ ଚାହୁଁଛୁ। ଆମେ ୧୦୦ ଆକାଂକ୍ଷୀ ଜିଲ୍ଲା ଏବଂ ୫୦୦ ଆକାଂକ୍ଷୀ ବ୍ଲକ ପାଇଁ ସମାନ ମିଶନ ସହିତ କାମ କରିଛୁ। ପୂର୍ବ ଭାରତର ବିକାଶ ପାଇଁ ଆମେ ହଜାର ହଜାର କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ଉପରେ ଗୁରୁତ୍ୱ ଦେଇଛୁ, ଯାହାର ଲକ୍ଷ୍ୟ ସେଠାରେ ଜୀବନକୁ ପରିବର୍ତ୍ତନ କରିବା ଏବଂ ଏହି ଅଞ୍ଚଳକୁ ଦେଶର ବିକାଶ ଯାତ୍ରାରେ ସକ୍ରିୟ ଅଂଶଗ୍ରହଣକାରୀ କରିବା।

ମୋର ପ୍ରିୟ ଦେଶବାସୀଗଣ,

ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବିକାଶ ହେବା ଉଚିତ। ବିକାଶରେ କ୍ରୀଡାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗୋଟିଏ ସମୟ ଥିଲା ଯେତେବେଳେ ପିତାମାତା ପିଲାମାନଙ୍କୁ ଖେଳରେ ସମୟ ବିତାଇବାକୁ ନେଇ ବିରକ୍ତ ହେଉଥିଲେ। ଆଜି ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା ହୋଇଯାଇଛି। ଯଦି ପିଲାମାନେ କ୍ରୀଡାରେ ଆଗକୁ ଆସନ୍ତି, ସେଥିପ୍ରତି ଆଗ୍ରହ ପ୍ରକାଶ କରନ୍ତି, ତେବେ ପିତାମାତା ଗର୍ବରେ ପରିପୂର୍ଣ୍ଣ ହୋଇଯାଉଛନ୍ତି। ମୁଁ ଏହାକୁ ଏକ ଶୁଭ ସଙ୍କେତ ଭାବରେ ଦେଖେ। ଯେତେବେଳେ ମୁଁ ମୋ ଦେଶର ପରିବାର ମଧ୍ୟରେ କ୍ରୀଡା ପାଇଁ ଉତ୍ସାହର ପରିବେଶ ଦେଖେ, ମୋର ହୃଦୟ ଗର୍ବରେ ଫୁଲିଯାଏ। ମୁଁ ଏହାକୁ ଦେଶର ଭବିଷ୍ୟତ ପାଇଁ ଏକ ଅତ୍ୟନ୍ତ ଶୁଭ ସଙ୍କେତ ଭାବରେ ମାନୁଛି।

ଆହୁରି ବନ୍ଧୁଗଣ,

କ୍ରୀଡାକୁ ପ୍ରୋତ୍ସାହନ ଦେବା ପାଇଁ, ଆମେ ଜାତୀୟ କ୍ରୀଡା ନୀତି ଆଣିଛୁ - ଅନେକ ଦଶନ୍ଧି ପରେ, ଆମେ ଦେଶରେ 'ଖେଲୋ ଇଣ୍ଡିଆ ନୀତି' ପ୍ରଚଳନ କରିଛୁ, ଯାହା ଦ୍ଵାରା କ୍ରୀଡା କ୍ଷେତ୍ରର ବିକାଶ ପାଇଁ ଏକ ବ୍ୟାପକ ପ୍ରୟାସ ହୋଇପାରିବ। ସ୍କୁଲ ଠାରୁ ଅଲିମ୍ପିକ୍ସ ପର୍ଯ୍ୟନ୍ତ, ଆମେ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ ବିକଶିତ କରିବାକୁ ଚାହୁଁଛୁ। କୋଚିଂରେ, ଫିଟନେସ କ୍ଷେତ୍ରରେ, ଖେଳ ପଡ଼ିଆରେ, କ୍ରୀଡା ପାଇଁ ଭିତ୍ତିଭୂମି, ଆବଶ୍ୟକ ଉପକରଣ ଯୋଗାଇ ଦେବାକୁ ଆମେ ପ୍ରୟାସ କରୁଛୁ। କ୍ଷୁଦ୍ର ଶିଳ୍ପକୁ କ୍ରୀଡା ସାମଗ୍ରୀ ତିଆରି କରିବାରେ ସହାୟତା ଯୋଗାଇ ଦିଆଯାଉଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ, ଆମେ ଏହି ସମ୍ପୂର୍ଣ୍ଣ ଇକୋସିଷ୍ଟମକୁ ଦୂରବର୍ତ୍ତୀ ଅଞ୍ଚଳର ପିଲାମାନଙ୍କ ପାଖରେ ମଧ୍ୟ ପହଞ୍ଚାଇବାକୁ ଚାହୁଁଛୁ।

କିନ୍ତୁ ବନ୍ଧୁଗଣ,

ଯେତେବେଳେ ମୁଁ ଫିଟନେସ ବିଷୟରେ କହୁଛି, ଯେତେବେଳେ ମୁଁ କ୍ରୀଡା ବିଷୟରେ କହୁଛି, ମୁଁ ଆପଣଙ୍କ ସମ୍ମୁଖରେ ଏକ ଚିନ୍ତାର ବିଷୟ ମଧ୍ୟ ରଖିବାକୁ ଚାହୁଁଛି। ଆମ ଦେଶର ପ୍ରତ୍ୟେକ ପରିବାର ଏହାକୁ ଗମ୍ଭୀରତାର ସହିତ ନେବା ଉଚିତ ଯେ ମେଦବହୁଳତା ଆମ ଦେଶ ପାଇଁ ଏକ ଅତ୍ୟନ୍ତ ଗୁରୁତର ସଙ୍କଟ ପାଲଟିଯାଇଛି। ବିଶେଷଜ୍ଞମାନେ କୁହନ୍ତି, ଆଗାମୀ ବର୍ଷଗୁଡ଼ିକରେ, ପ୍ରତି ତିନି ଜଣଙ୍କ ମଧ୍ୟରୁ ଜଣେ ମେଦବହୁଳତାରେ ପୀଡିତ ହେବେ। ଆମକୁ ମେଦବହୁଳତାରୁ ନିଜକୁ ରକ୍ଷା କରିବାକୁ ପଡିବ। ଆଉ ସେଥିପାଇଁ, ଅନେକ ପଦକ୍ଷେପ ନେବାକୁ ପଡ଼ିବ। ମୁଁ ଗୋଟିଏ ଛୋଟ ପରାମର୍ଶ ଦେଇଥିଲି - ପ୍ରତ୍ୟେକ ପରିବାର ସଂକଳ୍ପ ନେବା ଉଚିତ ଯେ ଯେତେବେଳେ ଘରେ ରୋଷେଇ ତେଲ ଆସିବ, ତାହା ସାଧାରଣ ଅପେକ୍ଷା ୧୦% କମ୍ ହେବା ଉଚିତ। ତେଲର ବ୍ୟବହାର ମଧ୍ୟ ୧୦% କମ୍ ହେବା ଉଚିତ। ଏହା କରି, ଆମେ ମେଦବହୁଳତା ବିରୁଦ୍ଧରେ ଲଢ଼େଇ ଜିତିବା ପାଇଁ ଆମର ଯୋଗଦାନ ଦେବା ଉଚିତ।

ମୋର ପ୍ରିୟ ଦେଶବାସୀଗଣ,

ଆମ ଦେଶ ଭାଗ୍ୟବାନ। ଆମେ ହଜାର ହଜାର ବର୍ଷ ପୁରୁଣା ଏକ ଐତିହ୍ୟର ଉତ୍ତରାଧିକାରୀ। ଏହି ଐତିହ୍ୟରୁ ଆମେ ନିରନ୍ତର ଶକ୍ତି, ପ୍ରେରଣା, ତ୍ୟାଗ ଏବଂ ତପସ୍ୟାର ପ୍ରେରଣା ଆଣିଥାଉ। ଚଳିତ ବର୍ଷ ଗୁରୁ ତେଗ ବାହାଦୁର ଜୀଙ୍କ ୩୫୦ତମ ସହିଦ ବର୍ଷ । ଗୁରୁଜୀ ଆମର ସଂସ୍କୃତି ଏବଂ ମୂଲ୍ୟବୋଧର ସୁରକ୍ଷା ପାଇଁ ସର୍ବସ୍ୱ ବଳିଦାନ ଦେଇଥିଲେ। ଆଜି, ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି।

ବନ୍ଧୁଗଣ,

ଆମର ସଂସ୍କୃତିର ଶକ୍ତି ଆମର ବିବିଧତାରେ ନିହିତ। ଆମେ ବିବିଧତାକୁ ପାଳନ କରିବାକୁ ଚାହୁଁ, ବିବିଧତାକୁ ପାଳନ କରିବାର ଅଭ୍ୟାସକୁ ବିକଶିତ କରିବାକୁ ଚାହୁଁ। ଏହା ଆମର ଗୌରବ ଯେ ଭାରତ ମା’ ଏକ ଚମତ୍କାର ଉଦ୍ୟାନ ପରି, ଅଗଣିତ ପ୍ରକାରର ଫୁଲରେ ସଜ୍ଜିତ, ପ୍ରତ୍ୟେକଟି ମା’ର ସମୃଦ୍ଧ ବିବିଧତାରେ ଯୋଡି ହୋଇଛି । ଏହି ବିବିଧତା ଆମର ମହାନ ଐତିହ୍ୟ ଏବଂ ଆମର ମହାନ ଗୌରବ। ଆମେ ପ୍ରୟାଗରାଜର 'ମହାକୁମ୍ଭ'ରେ ଦେଖିଛୁ ଯେ କିପରି ଭାରତର ବିବିଧତା ବଞ୍ଚିଛି। କୋଟି କୋଟି ଲୋକ, ଗୋଟିଏ ଭାବନାରେ, ଗୋଟିଏ ଆତ୍ମାରେ, ଗୋଟିଏ ପ୍ରୟାସରେ ଏକତା ପ୍ରଦର୍ଶନ କରିଛନ୍ତି । ଯାହା ବିଶ୍ୱକୁ ପ୍ରକୃତରେ ଏକ ଆଶ୍ଚର୍ଯ୍ୟ ଭଳି ମନେହୁଏ। 'ମହାକୁମ୍ଭ'ର ସଫଳତା ଭାରତର ଏକତା ଏବଂ ଶକ୍ତିର ଏକ ଅଭୂତପୂର୍ବ ପ୍ରମାଣ।

ବନ୍ଧୁଗଣ,

ଆମ ଦେଶ ଭାଷାଗତ ବିବିଧତାରେ ପରିପୂର୍ଣ୍ଣ। ସେଥିପାଇଁ ଆମେ ମରାଠୀ, ଆସାମୀ, ବଙ୍ଗଳା, ପାଲି ଏବଂ ପ୍ରାକୃତକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେଇଛୁ। ମୋ ମତରେ, ଆମର ଭାଷାଗୁଡ଼ିକ ଯେତେ ବିକଶିତ ହେବ, ସେଗୁଡ଼ିକ ସେତେ ସମୃଦ୍ଧ ହେବ, ଆମର ସମଗ୍ର ଜ୍ଞାନ ବ୍ୟବସ୍ଥା ସେତେ ଶକ୍ତିଶାଳୀ ହେବ। ଏହା ଆମର ଶକ୍ତି । ଆଉ ଆଜିର ତଥ୍ୟ ଯୁଗରେ, ଏହା ବିଶ୍ୱ ପାଇଁ ଏକ ମହାନ ଶକ୍ତି ମଧ୍ୟ ହୋଇପାରିବ, କାରଣ ଏହା ଆମର ଭାଷାଗୁଡ଼ିକର ଶକ୍ତି। ଆମକୁ ଆମର ସମସ୍ତ ଭାଷା ପାଇଁ ଗର୍ବ କରିବାକୁ ପଡିବ ଏବଂ ପ୍ରତ୍ୟେକଙ୍କୁ ସେଗୁଡ଼ିକର ବିକାଶରେ ଯୋଗଦାନ ଦେବା ଉଚିତ।

ବନ୍ଧୁଗଣ,

ଆମର ପାଣ୍ଡୁଲିପିରେ ଜ୍ଞାନର ବିଶାଳ ଭଣ୍ଡାର ରହିଛି, ତଥାପି ସେଗୁଡ଼ିକ ପ୍ରତି ଉଦାସୀନତା ରହିଛି। ଜ୍ଞାନ ଭାରତମ୍ ମିଶନ ଅଧୀନରେ, ଆମେ ଏବେ ସମଗ୍ର ଦେଶରେ ହସ୍ତଲିଖିତ ଲେଖା, ପାଣ୍ଡୁଲିପି ଏବଂ ଶହ ଶହ ବର୍ଷ ପୁରୁଣା ଦଲିଲଗୁଡ଼ିକୁ ଖୋଜିବା ଏବଂ ଭବିଷ୍ୟତ ପିଢ଼ି ପାଇଁ ସେଗୁଡ଼ିକର ଜ୍ଞାନର ସମ୍ପଦକୁ ସଂରକ୍ଷଣ କରିବା ପାଇଁ ଆଜିର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବା ପାଇଁ କାର୍ଯ୍ୟ କରୁଛୁ।

ମୋର ପ୍ରିୟ ଦେଶବାସୀଗଣ,

ଆମର ସ୍ପଷ୍ଟ ବିଶ୍ୱାସ ଯେ ଏହି ଦେଶ କେବଳ ସରକାରଙ୍କ ଦ୍ୱାରା ନିର୍ମିତ ନୁହେଁ । ଏହା ମଧ୍ୟ କେବଳ ସେମାନଙ୍କ ଦ୍ୱାରା ନିର୍ମିତ ନୁହେଁ ଯେଉଁମାନେ ରାଜ୍ୟ କ୍ଷମତାର ଲଗାମ ଧାରଣ କରନ୍ତି। ଏହା କେବଳ ଶାସନ ପରିଚାଳନା କରୁଥିବା ଲୋକଙ୍କ ଦ୍ୱାରା ମଧ୍ୟ ନିର୍ମିତ ନୁହେଁ। ଏହି ଦେଶ କୋଟି କୋଟି ଲୋକଙ୍କ ପରିଶ୍ରମରେ ନିର୍ମିତ । ମୁନିଋଷି, ସନ୍ଥ, ବୈଜ୍ଞାନିକ, ଶିକ୍ଷକ, କୃଷକ, ସୈନିକ, ଶ୍ରମିକ ଆଦି ପ୍ରତ୍ୟେକଙ୍କ ପ୍ରୟାସ ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦିଏ। ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନ ଉଭୟଙ୍କ ପକ୍ଷରୁ ଯୋଗଦାନ ଆସେ। ଆଜି, ମୁଁ ଗର୍ବର ସହିତ ଏପରି ଏକ ଅନୁଷ୍ଠାନ ବିଷୟରେ ଉଲ୍ଲେଖ କରିବାକୁ ଚାହୁଁଛି। ଶହେ ବର୍ଷ ପୂର୍ବେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତିଷ୍ଠିତ ହୋଇଥିଲା। ରାଷ୍ଟ୍ର ପ୍ରତି ଏହି ୧୦୦ ବର୍ଷର ସେବା ଏକ ଗର୍ବିତ ଏବଂ ସୁବର୍ଣ୍ଣ ଅଧ୍ୟାୟ। ଚରିତ୍ର ନିର୍ମାଣ ମାଧ୍ୟମରେ ରାଷ୍ଟ୍ର ନିର୍ମାଣର ସଂକଳ୍ପ ସହିତ, ମା’ ଭାରତୀର ସେବା କରିବାର ଲକ୍ଷ୍ୟରେ, ସ୍ୱୟଂସେବକମାନେ ଏକ ଶତାବ୍ଦୀ ଧରି ମାତୃଭୂମିର କଲ୍ୟାଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି। ସେବା, ସମର୍ପଣ, ସଂଗଠନ ଏବଂ ଅତୁଳନୀୟ ଶୃଙ୍ଖଳା - ଏଗୁଡ଼ିକ ସଂଘର ବିଶେଷତ୍ୱ। ଗୋଟିଏ ଅର୍ଥରେ କହିବାକୁ ଗଲେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ହେଉଛି ବିଶ୍ୱର ସର୍ବବୃହତ ସ୍ୱେଚ୍ଛାସେବୀ ସଂଗଠନ, ଯାହାର ଏକ ଶତାବ୍ଦୀ ଧରି ସମର୍ପିତ ହୋଇ କାର୍ଯ୍ୟ କରିବାର ଇତିହାସ ରହିଛି। ଆଜି, ଲାଲକିଲ୍ଲାର ପ୍ରାଚୀରରୁ, ମୁଁ ସମସ୍ତ ସ୍ୱୟଂସେବକମାନଙ୍କୁ ପ୍ରଣାମ କରୁଛି ଯେଉଁମାନେ ଏହି ଶତାବ୍ଦୀ ଧରି ଜାତୀୟ ସେବାର ଯାତ୍ରାରେ ଯୋଗଦାନ ଦେଇଛନ୍ତି। ଦେଶ ମଧ୍ୟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏହି ମହାନ ଏବଂ ଉତ୍ସର୍ଗୀକୃତ ଯାତ୍ରା ପାଇଁ ଗର୍ବ କରିଥାଏ ଯାହା ଆମକୁ ପ୍ରେରଣା ଦେଇ ଚାଲିବ।

ମୋର ପ୍ରିୟ ଦେଶବାସୀଗଣ,

ଆମେ ସମୃଦ୍ଧି ଆଡକୁ ଅଗ୍ରସର ହେଉଛୁ, କିନ୍ତୁ ସମୃଦ୍ଧିର ରାସ୍ତା ସୁରକ୍ଷା ମଧ୍ୟ ଦେଇ ଗତି କରେ। ଗତ ୧୧ ବର୍ଷ ଧରି, ଆମେ ଜାତୀୟ ସୁରକ୍ଷା, ରାଷ୍ଟ୍ରର ସୁରକ୍ଷା ଏବଂ ଏହାର ନାଗରିକଙ୍କ ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ସମର୍ପଣର ସହିତ କାର୍ଯ୍ୟ କରିଛୁ। ଆମେ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛୁ। ଦେଶ ଜାଣେ ଯେ ଆମ ଦେଶର ବିଶାଳ ଆଦିବାସୀ ଅଞ୍ଚଳ, ବହୁ ଦଶନ୍ଧି ଧରି ନକ୍ସଲବାଦ ଏବଂ ମାଓବାଦର କବଳରେ ରକ୍ତରେ ବୁଡ଼ି ରହିଥିଲା। ସବୁଠାରୁ ଅଧିକ ଦୁଃଖ ମୋର ଆଦିବାସୀ ପରିବାରମାନେ ସହ୍ୟ କରିଥିଲେ । ଆଦିବାସୀ ମା' ଏବଂ ଭଉଣୀମାନେ ସେମାନଙ୍କର ଉଜ୍ଜ୍ୱଳ, ପ୍ରତିଭାସମ୍ପନ୍ନ ସନ୍ତାନମାନଙ୍କୁ ହରାଇଥିଲେ। ଛୋଟ ପିଲାମାନଙ୍କୁ ଭୁଲ ରାସ୍ତାରେ ପ୍ରଲୋଭିତ କରାଯାଇଥିଲା, ଭୁଲ ମାର୍ଗରେ ନିଆ ଯାଇଥିଲା ଏବଂ ସେମାନଙ୍କ ଜୀବନ ନଷ୍ଟ କରାଯାଇଥିଲା। ଆମେ ଦୃଢ଼ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲୁ। ଗୋଟିଏ ସମୟ ଥିଲା ଯେତେବେଳେ ନକ୍ସଲବାଦ ୧୨୫ରୁ ଅଧିକ ଜିଲ୍ଲାରେ ପ୍ରଭାବ ବିସ୍ତାର କରିଥିଲା। ଆମର ଆଦିବାସୀ ଅଞ୍ଚଳ ଏବଂ ଯୁବକମାନେ ମାଓବାଦର କବଳରେ ଫସି ଯାଇଥିଲେ। ଆଜି, ଆମେ ସେହି ସଂଖ୍ୟାକୁ ୧୨୫ରୁ ଅଧିକ ଜିଲ୍ଲାରୁ ମାତ୍ର ୨୦କୁ ହ୍ରାସ କରିଛୁ। ଏହା ହେଉଛି ଆମର ଆଦିବାସୀ ସମ୍ପ୍ରଦାୟ ପାଇଁ ଆମେ କରିଥିବା ସର୍ବଶ୍ରେଷ୍ଠ ସେବା। ଗୋଟିଏ ସମୟ ଥିଲା ଯେତେବେଳେ ବସ୍ତରର ନାମ ମାଓବାଦୀ ଏବଂ ନକ୍ସଲବାଦୀ ବୋମା ଏବଂ ବନ୍ଧୁକର ଶବ୍ଦ ସହ ଯୋଡ଼ି ଶୁଣାଯାଉଥିଲା। ଆଜି, ମାଓବାଦ ଏବଂ ନକ୍ସଲବାଦରୁ ମୁକ୍ତ ହେବା ପରେ, ବସ୍ତରର ଯୁବକମାନେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଛନ୍ତି; ହଜାର ହଜାର ଯୁବକ "ଭାରତ ମାତା କି ଜୟ" ନାରା ଦେଇ କ୍ରୀଡା କ୍ଷେତ୍ରରେ ପ୍ରବେଶ କରୁଛନ୍ତି, ଏବଂ ସମଗ୍ର ପରିବେଶ ଉତ୍ସାହରେ ପରିପୂର୍ଣ୍ଣ। ଦେଶ ଏହି ପରିବର୍ତ୍ତନର ସାକ୍ଷୀ ହେଉଛି। "ଲାଲ କରିଡର" ଭାବରେ ପରିଚିତ ଅଞ୍ଚଳଗୁଡ଼ିକ ଏବେ ସବୁଜ ବିକାଶର କରିଡର ହୋଇଉଠିଛି। ଏହା ଆମ ପାଇଁ ଗର୍ବର ବିଷୟ। ଭାରତର ମାନଚିତ୍ରର ସେହି ଅଂଶଗୁଡ଼ିକରେ ଯେଉଁଠାରେ ଥରେ ରକ୍ତରେ ଲାଲ ରଙ୍ଗ ଲାଗିଥିଲା, ଆମେ ଏବେ ସମ୍ବିଧାନ, ଆଇନର ଶାସନ ଏବଂ ବିକାଶର ତ୍ରିରଙ୍ଗା ଉଡ଼ାଇଛୁ।

 

ମୋର ପ୍ରିୟ ଦେଶବାସୀଗଣ,

ଏହା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀ। ଏହି ଆଦିବାସୀ ଅଞ୍ଚଳଗୁଡ଼ିକୁ ନକ୍ସଲବାଦରୁ ମୁକ୍ତ କରି ଏବଂ ମୋର ଆଦିବାସୀ ପରିବାରର ଯୁବକମାନଙ୍କ ଜୀବନ ରକ୍ଷା କରି, ଆମେ ତାଙ୍କୁ ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେଇଛୁ।

ମୋର ପ୍ରିୟ ଦେଶବାସୀଗଣ,

ଆଜି, ମୁଁ ଦେଶକୁ ଏକ ଗମ୍ଭୀର ଚିନ୍ତା ଏବଂ ଆହ୍ୱାନ ବିଷୟରେ ଚେତାବନୀ ଦେବାକୁ ଚାହୁଁଛି। ଏକ ସୁଚିନ୍ତିତ ଷଡ଼ଯନ୍ତ୍ରର ଅଂଶ ଭାବରେ, ଦେଶର ଜନସଂଖ୍ୟା ପରିବର୍ତ୍ତନ କରାଯାଉଛି। ଏକ ନୂତନ ସଙ୍କଟର ବୀଜ ବୁଣାଯାଉଛି। ଏହି ଅନୁପ୍ରବେଶକାରୀମାନେ ଆମ ଯୁବପିଢ଼ିଙ୍କ ଜୀବିକା ହରଣ କରୁଛନ୍ତି। ଏହି ଅନୁପ୍ରବେଶକାରୀମାନେ ଆମର ଭଉଣୀ ଏବଂ ଝିଅମାନଙ୍କୁ ଟାର୍ଗେଟ କରୁଛନ୍ତି। ଏହାକୁ ସହ୍ୟ କରାଯିବ ନାହିଁ। ଏହି ଅନୁପ୍ରବେଶକାରୀମାନେ ନିରୀହ ଆଦିବାସୀମାନଙ୍କୁ ଭ୍ରମିତ କରୁଛନ୍ତି ଏବଂ ସେମାନଙ୍କ ଜମି ଦଖଲ କରୁଛନ୍ତି। ଦେଶ ଏହାକୁ ସହ୍ୟ କରିବ ନାହିଁ। ଯେତେବେଳେ ଜନସଂଖ୍ୟାଗତ ପରିବର୍ତ୍ତନ ହୁଏ, ବିଶେଷକରି ସୀମାନ୍ତ ଅଞ୍ଚଳରେ, ଏହା ଜାତୀୟ ସୁରକ୍ଷା ପାଇଁ ଏକ ସଙ୍କଟ ସୃଷ୍ଟି କରେ। ଏହା ଦେଶର ଏକତା, ଅଖଣ୍ଡତା ଏବଂ ପ୍ରଗତିକୁ ବିପଦରେ ପକାଇଥାଏ। ଏହା ସାମାଜିକ ଉତ୍ତେଜନାର ବୀଜ ବୁଣେ। କୌଣସି ଦେଶ ନିଜକୁ ଅନୁପ୍ରବେଶକାରୀଙ୍କ ହାତରେ ସମର୍ପଣ କରିପାରିବ ନାହିଁ। ବିଶ୍ୱର କୌଣସି ରାଷ୍ଟ୍ର ଏପରି କରେ ନାହିଁ - ତେବେ ଆମେ ଭାରତକୁ ଏପରି କରିବାକୁ କିପରି ଅନୁମତି ଦେଇପାରିବୁ? ଆମର ପୂର୍ବପୁରୁଷମାନେ ବଳିଦାନ ଦେଇ ସ୍ୱାଧୀନତା ପାଇଥିଲେ; ସେମାନେ ଆମକୁ ଏକ ସ୍ୱାଧୀନ ଭାରତ ଦେଇଥିଲେ। ସେହି ମହାନ ଆତ୍ମାମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ଯେ ଆମେ ଆମ ଜାତି ଭିତରେ ଏପରି କାର୍ଯ୍ୟକୁ ଗ୍ରହଣ କରୁନାହୁଁ। ଏହା ସେମାନଙ୍କର ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ତେଣୁ, ଆଜି ଲାଲକିଲ୍ଲାର ପ୍ରାଚୀରରୁ, ମୁଁ ଘୋଷଣା କରୁଛି ଯେ ଆମେ ଏକ ଉଚ୍ଚ-କ୍ଷମତାସମ୍ପନ୍ନ ଜନସଂଖ୍ୟା ମିଶନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ। ଏହି ମିଶନ ମାଧ୍ୟମରେ, ଭାରତ ଉପରେ ଏବେ ଦେଖାଦେଉଥିବା ଗମ୍ଭୀର ସଙ୍କଟକୁ ସୁଚିନ୍ତିତ ଏବଂ ସମୟସୀମାବଦ୍ଧ ଭାବରେ ସମାଧାନ କରାଯିବ। ଆମେ ଏହି ଦିଗରେ ଆଗକୁ ବଢ଼ୁଛୁ।

ମୋର ପ୍ରିୟ ଦେଶବାସୀଗଣ,

ଆସନ୍ତାକାଲି ଜନ୍ମାଷ୍ଟମୀର ପବିତ୍ର ପର୍ବ, ଯାହା ସାରା ଦେଶରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ବାର୍ଷିକୀ ଭାବରେ ପାଳିତ ହେଉଛି।

ବନ୍ଧୁଗଣ,

ମୁଁ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିବା ସମୟରେ, ଆମେ ଦେଖୁଛୁ ଯେ ଆଜି ସାରା ବିଶ୍ୱରେ ଯୁଦ୍ଧର ପଦ୍ଧତି ପରିବର୍ତ୍ତନ ହେଉଛି। ଆମେ ଦେଖିଛୁ ଯେ ଭାରତ ପ୍ରତ୍ୟେକ ନୂତନ ଯୁଦ୍ଧ ପଦ୍ଧତିକୁ ପରିଚାଳନା କରିବାକୁ ସକ୍ଷମ। ଆମେ ପ୍ରଯୁକ୍ତିବିଦ୍ୟାରେ ଆମର ଯାହା ବି ବିଶେଷଜ୍ଞତା ଥିଲା, ତାହା ଆମେ ଅପରେସନ ସିନ୍ଦୁରରେ ଦେଖାଇଛୁ। ପାକିସ୍ତାନ ଆମର ସାମରିକ ଘାଟି, ଆମର ଏୟାରବେସ୍, ଆମର ସମ୍ବେଦନଶୀଳ ସ୍ଥାନ, ଆମର ପୂଜାସ୍ଥଳ, ଆମର ନାଗରିକମାନଙ୍କୁ ଅଗଣିତ ସଂଖ୍ୟାରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଛି। ଦେଶ ଏହା ଦେଖିଛି, କିନ୍ତୁ ଗତ ୧୦ ବର୍ଷରେ ଦେଶକୁ ସୁରକ୍ଷିତ ରଖିବା ପାଇଁ ଯେଉଁ ପ୍ରୟାସ କରାଯାଇଥିଲା, ସେହି ଶକ୍ତିର ପରିଣାମ ହେଲା ଯେ ସେମାନଙ୍କର ପ୍ରତ୍ୟେକ ଆକ୍ରମଣକୁ ଆମର ସାହସୀ ସୈନିକ ଏବଂ ଆମର ପ୍ରଯୁକ୍ତିବିଦ୍ୟା ଦ୍ୱାରା ଧୂଳିସାତ କରି ଦିଆଯାଇଥିଲା। ସେମାନେ ସାମାନ୍ୟତମ କ୍ଷତି ମଧ୍ୟ କରିପାରି ନଥିଲେ । ତେଣୁ, ଯେତେବେଳେ ଯୁଦ୍ଧକ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ବିସ୍ତାର ହେଉଛି, ପ୍ରଯୁକ୍ତିବିଦ୍ୟା ପ୍ରଭାବଶାଳୀ ହେଉଛି, ସେତେବେଳେ ରାଷ୍ଟ୍ରର ସୁରକ୍ଷା ପାଇଁ, ଦେଶର ନାଗରିକଙ୍କ ସୁରକ୍ଷା ପାଇଁ, ଆମକୁ ଆଜି ଆମେ ଯେଉଁ ବିଶେଷଜ୍ଞତା ହାସଲ କରିଛୁ ତାହାକୁ ଆହୁରି ବିସ୍ତାର କରିବାକୁ ପଡିବ। ଆଜି ଆମେ ଯେଉଁ ପ୍ରବୀଣତା ହାସଲ କରିଛୁ ତାହାକୁ ନିରନ୍ତର ଉନ୍ନତ କରିବାକୁ ପଡିବ। ତେଣୁ, ବନ୍ଧୁଗଣ, ମୁଁ ଏକ ପ୍ରତିଜ୍ଞା ନେଇଛି। ମୋତେ ଆପଣମାନଙ୍କ ଆଶୀର୍ବାଦ ଦରକାର, ମୋତେ କୋଟି କୋଟି ଦେଶବାସୀଙ୍କ ଆଶୀର୍ବାଦ ଦରକାର, କାରଣ ଯେତେ ସମୃଦ୍ଧି ହେଉ ନା କାହିଁକି, ଯଦି ସୁରକ୍ଷା ପ୍ରତି ଉଦାସୀନତା ଥାଏ, ତେବେ ସମୃଦ୍ଧି ମଧ୍ୟ କୌଣସି ଲାଭଦାୟକ ନୁହେଁ ଏବଂ ତେଣୁ ସୁରକ୍ଷାର ଗୁରୁତ୍ୱ ବହୁତ ଅଧିକ।

ସେଥିପାଇଁ ମୁଁ ଆଜି ଲାଲକିଲ୍ଲାର ପ୍ରାଚୀରରୁ କହୁଛି ଯେ ଆଗାମୀ ୧୦ ବର୍ଷ ମଧ୍ୟରେ, ୨୦୩୫ ସୁଦ୍ଧା, ଦେଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ଯେଉଁଥିରେ ରଣନୀତିକ ଏବଂ ବେସାମରିକ କ୍ଷେତ୍ର, ଯେପରିକି ହସ୍ପିଟାଲ, ରେଳବାଇ, ଯେକୌଣସି ବିଶ୍ୱାସର କେନ୍ଦ୍ର ଅନ୍ତର୍ଭୁକ୍ତ, ପ୍ରଯୁକ୍ତିର ନୂତନ ପ୍ଲାଟଫର୍ମ ମାଧ୍ୟମରେ ସମ୍ପୂର୍ଣ୍ଣ ସୁରକ୍ଷା କବଚ ପ୍ରଦାନ କରାଯିବ। ଏହି ସୁରକ୍ଷା କବଚ ବିସ୍ତାର ହେବା ଉଚିତ, ଦେଶର ପ୍ରତ୍ୟେକ ନାଗରିକ ସୁରକ୍ଷିତ ଅନୁଭବ କରିବା ଉଚିତ, ଆମ ଉପରେ ଆକ୍ରମଣ କରିବାକୁ ଯେକୌଣସି ପ୍ରଯୁକ୍ତିବିଦ୍ୟା ଆସିଲେ ବି, ଆମର ପ୍ରଯୁକ୍ତିବିଦ୍ୟା ତାଠାରୁ ଉନ୍ନତ ପ୍ରମାଣିତ ହେବା ଉଚିତ। ତେଣୁ, ଆଗାମୀ ୧୦ ବର୍ଷ ମଧ୍ୟରେ, ୨୦୩୫ ସୁଦ୍ଧା ମୁଁ ଏହି ଜାତୀୟ ସୁରକ୍ଷା କବଚକୁ ବିସ୍ତାର କରିବାକୁ, ଏହାକୁ ମଜବୁତ କରିବାକୁ, ଏହାକୁ ଆଧୁନିକ କରିବାକୁ ଚାହୁଁଛି। ତେଣୁ, ଭଗବାନ ଶ୍ରୀକୃଷ୍ଣଙ୍କଠାରୁ ପ୍ରେରଣା ନେଇ, ଆମେ ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ରର ପଥ ବାଛିଛୁ। ଆପଣମାନଙ୍କ ମଧ୍ୟରୁ ଅନେକ ଜାଣିଥିବେ, ଯେତେବେଳେ ମହାଭାରତର ଯୁଦ୍ଧ ଚାଲିଥିଲା, ସେତେବେଳେ ଶ୍ରୀକୃଷ୍ଣ ତାଙ୍କର ସୁଦର୍ଶନ ଚକ୍ର ଦ୍ୱାରା ସୂର୍ଯ୍ୟକିରଣକୁ ଅବରୋଧ କରିଥିଲେ ଏବଂ ଦିନରେ ଅନ୍ଧାର କରିଦେଇଥିଲେ। ସୁଦର୍ଶନ ଚକ୍ର ଦ୍ୱାରା ସୂର୍ଯ୍ୟକିରଣ ଅବରୋଧ କରାଯାଇଥିଲା ଏବଂ ଅର୍ଜୁନ ଜୟଦ୍ରଥଙ୍କୁ ହତ୍ୟା କରିବା ପାଇଁ ନେଇଥିବା ଶପଥ ପୂରଣ କରିପାରିଥିଲେ। ଏହା ସୁଦର୍ଶନ ଚକ୍ରର ଶକ୍ତି ଏବଂ ରଣନୀତିର ପରିଣାମ। ଏବେ ଦେଶ ସୁଦର୍ଶନ ଚକ୍ର ମିଶନ ଆରମ୍ଭ କରିବ। ଏହି ମିଶନ ସୁଦର୍ଶନ ଚକ୍ର, ଏକ ଶକ୍ତିଶାଳୀ ଅସ୍ତ୍ର ପ୍ରଣାଳୀ, କେବଳ ଶତ୍ରୁର ଆକ୍ରମଣକୁ ପଣ୍ଡ କରିବ ନାହିଁ ବରଂ ଶତ୍ରୁ ଉପରେ ଅନେକ ଗୁଣ ଅଧିକ ଘାତକ ଆକ୍ରମଣ କରିବ।

ଆମେ ଭାରତର ଏହି ସୁଦର୍ଶନ ଚକ୍ର ମିଶନ ପାଇଁ କିଛି ମୌଳିକ ବିନ୍ଦୁ ମଧ୍ୟ ସ୍ଥିର କରିଛୁ । ଆମେ ଆଗାମୀ ୧୦ ବର୍ଷ ମଧ୍ୟରେ ଏହାକୁ ବହୁତ ତୀବ୍ରତାର ସହିତ ଆଗକୁ ନେବାକୁ ଚାହୁଁଛୁ। ପ୍ରଥମତଃ, ଏହି ସମ୍ପୂର୍ଣ୍ଣ ଆଧୁନିକ ବ୍ୟବସ୍ଥା, ଏହାର ଗବେଷଣା, ବିକାଶ, ଏହାର ଉତ୍ପାଦନ ଆମ ଦେଶରେ ହିଁ କରାଯିବା ଉଚିତ, ଏହା ଆମ ଦେଶର ଯୁବପିଢ଼ିଙ୍କ ପ୍ରତିଭା ସହିତ କରାଯିବା ଉଚିତ। ଏହା ଆମ ଦେଶର ଲୋକମାନେ ତିଆରି କରିବା ଉଚିତ। ଦ୍ୱିତୀୟତଃ, ଏପରି ଏକ ବ୍ୟବସ୍ଥା ରହିବ ଯାହା ଯୁଦ୍ଧ ଦୃଷ୍ଟିରୁ ଭବିଷ୍ୟତର ସମ୍ଭାବନାକୁ ଗଣନା କରିବ ଏବଂ ପ୍ଲସ୍ ୱାନର ରଣନୀତି ପ୍ରସ୍ତୁତ କରିବ। ତୃତୀୟ କଥା ଥିଲା ସୁଦର୍ଶନ ଚକ୍ରର ଶକ୍ତି, ଏହା ବହୁତ ସଠିକ ଥିଲା, ଏହା ଯେଉଁଠାକୁ ଯିବାକୁ ଥିଲା ସେଠାକୁ ଯାଉଥିଲା ଏବଂ ଶ୍ରୀକୃଷ୍ଣଙ୍କ ପାଖକୁ ଫେରି ଆସୁଥିଲା। ଆମେ ଏହି ସୁଦର୍ଶନ ଚକ୍ର ମାଧ୍ୟମରେ ସଠିକ୍ ଲକ୍ଷ୍ୟଭେଦୀ କାର୍ଯ୍ୟ ପାଇଁ ଏକ ବ୍ୟବସ୍ଥା ବିକଶିତ କରିବା ଦିଗରେ ଆଗକୁ ବଢ଼ିବୁ । ତେଣୁ, ମୁଁ ରାଷ୍ଟ୍ରର ସୁରକ୍ଷା ଓ ଯୁଦ୍ଧର ପରିବର୍ତ୍ତିତ ଧାରାରେ ନାଗରିକଙ୍କ ସୁରକ୍ଷା ପାଇଁ ଏହି କାର୍ଯ୍ୟକୁ ମହାନ ପ୍ରତିବଦ୍ଧତାର ସହିତ ଆଗକୁ ନେବାକୁ ପ୍ରତିଜ୍ଞା କରୁଛି।

ମୋର ପ୍ରିୟ ଦେଶବାସୀଗଣ,

 

ଯେତେବେଳେ ଆମେ ଗଣତନ୍ତ୍ର, ସ୍ୱାଧୀନ ଭାରତ ବିଷୟରେ କଥା ହେଉ, ସେତେବେଳେ ଆମର ସମ୍ବିଧାନ ଆମ ପାଇଁ ସର୍ବୋତ୍ତମ ଆଲୋକବର୍ତ୍ତିକା ଏବଂ ଆମ ପ୍ରେରଣାର କେନ୍ଦ୍ର ରୂପେ ଉଭା ହୋଇଥାଏ । କିନ୍ତୁ ୫୦ ବର୍ଷ ପୂର୍ବେ, ଭାରତର ସମ୍ବିଧାନକୁ ଗଳାକାଟି ହତ୍ୟା କରାଯାଇଥିଲା। ଭାରତର ସମ୍ବିଧାନକୁ ପଛରୁ ଛୁରି ଘାତ କରାଯାଇଥିଲା। ଦେଶକୁ ଜେଲରେ ପରିଣତ କରାଯାଇଥିଲା । ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା ।ଇତିମଧ୍ୟରେ ଜରୁରୀକାଳୀନ ପରିସ୍ଥିତିକୁ ୫୦ ବର୍ଷ ବିତିଗଲାଣି, ଦେଶର କୌଣସି ପିଢ଼ି କେବେ ବି ସମ୍ବିଧାନକୁ ହତ୍ୟା କରିବାର ଏହି ପାପକୁ ଭୁଲିଯିବା ଉଚିତ୍ ନୁହେଁ। ସମ୍ବିଧାନକୁ ହତ୍ୟା କରିଥିବା ପାପୀମାନଙ୍କୁ ଭୁଲିଯିବା ଉଚିତ୍ ନୁହେଁ । ଆମେ ଭାରତର ସମ୍ବିଧାନ ପ୍ରତି ଆମର ସମର୍ପଣକୁ ସୁଦୃଢ଼ କରି ଆଗକୁ ବଢ଼ିବା ଉଚିତ୍, ଏହା ଆମର ପ୍ରେରଣା।

ମୋର ପ୍ରିୟ ଦେଶବାସୀଗଣ,

ମୁଁ ଏହି ଲାଲକିଲ୍ଲାରୁ ପଞ୍ଚ ପ୍ରାଣ ବିଷୟରେ କହିଥିଲି। ଆଜି, ମୁଁ ଲାଲକିଲ୍ଲାରୁ ପୁଣି ଥରେ ମୋର ଦେଶବାସୀଙ୍କୁ ମନେ ପକାଇବାକୁ ଚାହୁଁଛି। ଏକ ବିକଶିତ ଭାରତ ନିର୍ମାଣ ପାଇଁ, ଆମେ ଅଟକି ଯିବୁନାହିଁ କିମ୍ବା ମୁଣ୍ଡ ନୁଆଁଇବୁ ନାହିଁ । ଆମେ କଠିନ ପରିଶ୍ରମ କରିବୁ ଏବଂ ୨୦୪୭ରେ ଆମ ଆଖି ଆଗରେ ଏକ ବିକଶିତ ଭାରତ ନିର୍ମାଣ କରିବୁ।

ମୋର ପ୍ରିୟ ଦେଶବାସୀଗଣ,

ଆମର ଦ୍ୱିତୀୟ ପ୍ରତିଜ୍ଞା ହେଉଛି ଯେ ଆମେ ଆମ ଜୀବନରେ, ଆମର ବ୍ୟବସ୍ଥାରେ, ଆମର ନିୟମ, ଆଇନ ଏବଂ ପରମ୍ପରାରେ ଦାସତ୍ୱର ଗୋଟିଏ ବି କଣିକା ମଧ୍ୟ ରହିବାକୁ ଦେବୁ ନାହିଁ। ସମସ୍ତ ପ୍ରକାରର ଦାସତ୍ୱରୁ ମୁକ୍ତ ନହେବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ।

ମୋର ପ୍ରିୟ ଦେଶବାସୀଗଣ,

ଆମେ ଆମର ଐତିହ୍ୟକୁ ନେଇ ଗର୍ବ କରିବୁ। ଆମ ପରିଚୟର ସବୁଠାରୁ ବଡ଼ ଅଳଙ୍କାର, ସବୁଠାରୁ ବଡ଼ ମଣି, ସବୁଠାରୁ ବଡ଼ ମୁକୁଟ ମଣି ହେଉଛି ଆମର ଐତିହ୍ୟ, ଆମେ ଆମର ଐତିହ୍ୟକୁ ନେଇ ଗର୍ବ ଅନୁଭବ କରିବୁ।

ମୋର ପ୍ରିୟ ଦେଶବାସୀଗଣ,

 

ଏମାନଙ୍କ ମଧ୍ୟରେ ଏକତା ହେଉଛି ସବୁଠାରୁ ଶକ୍ତିଶାଳୀ ମନ୍ତ୍ର ଏବଂ ତେଣୁ ଏହା ଆମର ସାମୂହିକ ସଂକଳ୍ପ ହେବ ଯେ କେହି ଏକତାର ସୂତ୍ରକୁ ଭାଙ୍ଗି ପାରିବେ ନାହିଁ।

ମୋର ପ୍ରିୟ ଦେଶବାସୀଗଣ,

ମା’ ଭାରତୀଙ୍କ ପ୍ରତି ଆମର କର୍ତ୍ତବ୍ୟ ପାଳନ କରିବା ପୂଜାଠାରୁ କମ୍ ନୁହେଁ, ତପସ୍ୟାଠାରୁ କମ୍ ନୁହେଁ, ଆରାଧନାଠାରୁ କମ୍ ନୁହେଁ, ଏବଂ ସମାନ ଭାବନା ସହିତ, ମାତୃଭୂମିର କଲ୍ୟାଣ ପାଇଁ, ଆମର ସର୍ବୋତ୍ତମ ପରିଶ୍ରମ କରିବା ସହିତ, ଆମେ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ନିଜକୁ ଉତ୍ସର୍ଗ କରିବୁ, ଆମର ଯେକୌଣସି କ୍ଷମତା ସହିତ ଆମେ କୌଣସି ସୁଯୋଗ ଛାଡିବୁ ନାହିଁ । କେବଳ ସେତିକି ନୁହେଁ, ଆମେ ନୂତନ ସୁଯୋଗ ସୃଷ୍ଟି କରିବୁ । ସେଗୁଡ଼ିକୁ ସୃଷ୍ଟି କରିବା ପରେ ଆମେ ୧୪୦ କୋଟି ଦେଶବାସୀଙ୍କ ଶକ୍ତି ସହିତ ଆଗକୁ ବଢ଼ି ଚାଲିବୁ।

ମୋର ପ୍ରିୟ ଦେଶବାସୀଗଣ,

ଆମକୁ ମନେ ରଖିବାକୁ ପଡିବ, ୧୪୦ କୋଟି ଦେଶବାସୀଙ୍କୁ ମନେ ରଖିବାକୁ ପଡିବ, ଯିଏ କଠିନ ପରିଶ୍ରମ କରିଛି, ସେ ହିଁ ଇତିହାସ ସୃଷ୍ଟି କରିଛି। ଯିଏ ଇସ୍ପାତ ଭଳି ପଥର ଭାଙ୍ଗିଛି, ସେ ହିଁ ସମୟର ମୋଡ଼ ବଦଳାଇଛି। ସମୟର ମୋଡ଼ ବଦଳାଇବା ପାଇଁ ଏହା ହିଁ ସଠିକ୍ ସମୟ।

ମୋର ପ୍ରିୟ ଦେଶବାସୀଗଣ,

ପୁଣି ଥରେ, ମୁଁ ସ୍ୱାଧୀନତାର ଏହି ମହାନ ପର୍ବରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ମୁଁ ଆପଣମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଆପଣମାନେ ମୋ ସହିତ କୁହନ୍ତୁ,

ଜୟ ହିନ୍ଦ! ଜୟ ହିନ୍ଦ! ଜୟ ହିନ୍ଦ!

ଭାରତ ମାତା କି ଜୟ! ଭାରତ ମାତା କି ଜୟ! ଭାରତ ମାତା କି ଜୟ!

ବନ୍ଦେ ମାତରମ୍! ବନ୍ଦେ ମାତରମ୍!

ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
MSMEs’ contribution to GDP rises, exports triple, and NPA levels drop

Media Coverage

MSMEs’ contribution to GDP rises, exports triple, and NPA levels drop
NM on the go

Nm on the go

Always be the first to hear from the PM. Get the App Now!
...
PM Modi addresses BJP karyakartas at felicitation of New Party President
January 20, 2026
Our presidents change, but our ideals do not. The leadership changes, but the direction remains the same: PM Modi at BJP HQ
Nitin Nabin ji has youthful energy and long experience of working in organisation, this will be useful for every party karyakarta, says PM Modi
PM Modi says the party will be in the hands of Nitin Nabin ji, who is part of the generation which has seen India transform, economically and technologically
BJP has focused on social justice and last-mile delivery of welfare schemes, ensuring benefits reach the poorest and most marginalised sections of society: PM
In Thiruvananthapuram, the capital of Kerala, the people snatched power from the Left after 45 years in the mayoral elections and placed their trust in BJP: PM

Prime Minister Narendra Modi today addressed party leaders and karyakartas during the felicitation ceremony of the newly elected BJP President, Nitin Nabin, at the party headquarters in New Delhi. Congratulating Nitin Nabin, the Prime Minister said, “The organisational election process reflects the BJP’s commitment to internal democracy, discipline and a karyakarta-centric culture. I congratulate karyakartas across the country for strengthening this democratic exercise.”

Highlighting the BJP’s leadership legacy, Prime Minister Modi said, “From Dr. Syama Prasad Mookerjee to Atal Bihari Vajpayee, L.K. Advani, Murli Manohar Joshi and other senior leaders, the BJP has grown through experience, service and organisational strength. Three consecutive BJP-NDA governments at the Centre reflect this rich tradition.”

Speaking on the leadership of Nitin Nabin, the PM remarked, “Organisational expansion and karyakarta development are the BJP’s core priorities.” He emphasised that the party follows a worker-first philosophy, adding that Nitin Nabin’s simplicity, organisational experience and youthful energy would further strengthen the party as India enters a crucial phase on the path to a Viksit Bharat.

Referring to the BJP’s ideological foundation, Prime Minister Modi said, “As the Jan Sangh completes 75 years, the BJP stands today as the world’s largest political party. Leadership may change, but the party’s ideals, direction and commitment to the nation remain constant.”

On public trust and electoral growth, the Prime Minister observed that over the past 11 years, the BJP has consistently expanded its footprint across states and institutions. He noted that the party has gained the confidence of citizens from Panchayats to Parliament, reflecting sustained public faith in its governance model. He said, “Over the past 11 years, the BJP has formed governments for the first time on its own in Haryana, Assam, Tripura and Odisha. In West Bengal and Telangana, the BJP has emerged as a strong and influential voice of the people.”

“Over the past one-and-a-half to two years, public trust in the BJP has strengthened further. Whether in Assembly elections or local body polls, the BJP’s strike rate has been unprecedented. During this period, Assembly elections were held in six states, of which the BJP-NDA won four,” he added.

Describing the BJP’s evolution into a party of governance, he said the party today represents stability, good governance and sensitivity. He highlighted that the BJP has focused on social justice and last-mile delivery of welfare schemes, ensuring benefits reach the poorest and most marginalised sections of society.

“Today, the BJP is also a party of governance. After independence, the country has seen different models of governance - the Congress's dynastic politics model, the Left's model, the regional parties' model, the era of unstable governments... but today the country is witnessing the BJP's model of stability, good governance, and development,” he said.

PM Modi asserted, “The people of the country are committed to building a Developed India by 2047. That is why the reform journey we began over the past 11 years has now become a Reform Express. We must accelerate the pace of reforms at the state and city levels wherever BJP-NDA governments are in power.”

Addressing national challenges, Prime Minister Modi said, “Decisive actions on Article 370, Triple Talaq and internal security show our resolve to put national interest first.” He added that combating challenges like infiltration, urban naxalism and dynastic politics remained a priority.

Concluding his address, the Prime Minister said, “The true strength of the BJP lies in its karyakartas, especially at the booth level. Connecting with every citizen, ensuring last-mile delivery of welfare schemes and working collectively for a Viksit Bharat remain our shared responsibility.”