ଭଗବାନ ଶିବଙ୍କ ଅବତାର ଗୋରଖନାଥଙ୍କ ଭୂମିକୁ ପ୍ରଣାମ କରୁଛି । ଦେବରହା ବାବାଙ୍କ ଆଶୀର୍ବାଦରୁ ଏହି ଜିଲ୍ଲା ଖୁବ୍ ଆଗକୁ ବଢିଚାଲିଛି । ଆଜି ଦେବରାହ ବାବାଙ୍କ ଭୂମିରେ ମୁଁ ଚୌରିଚୌରାର ମହାନ୍ ଲୋକମାନଙ୍କୁ ସ୍ୱାଗତ କରିବା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ପ୍ରଣିପାତ କରୁଛି ।

          ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମତି ଆନନ୍ଦିବେନ୍ ପଟେଲ୍ ମହୋଦୟା, ଯଶସ୍ୱୀ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହୋଦୟ, ଉତରପ୍ରଦେଶ ସରକାରଙ୍କ ମନ୍ତ୍ରୀଗଣ, କାର୍ଯ୍ୟକ୍ରମରେ ଉପସ୍ଥିତ ସାଂସଦ, ବିଧାୟକ ଓ ମୋର ଭାଇ ଓ ଭଉଣୀମାନେ, ଦେଶପାଇଁ ପ୍ରାଣବଳୀ ଦେଇଥିବା, ଦେଶର ସ୍ୱାଧୀନତା ସଂଗ୍ରାମକୁ ଏକ ନୂତନ ଦିଗଦର୍ଶନ ଦେଇଥିବା, ବୀର ସହିଦ୍ ମାନଙ୍କ ଚରଣରେ ଚୌରିଚୌରାର ଏହି ପବିତ୍ର ଭୂମିରୁ ମୁଁ ପ୍ରଣାମ କରୁଛି, ଆଦରପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଉଛି । ଏହି କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ ଜିଲ୍ଲାରେ ସହିଦ୍ ହୋଇଥିବା ଏବଂ ସ୍ୱାଧୀନତା ସଂଗ୍ରାମର ସେନାନୀଙ୍କ ପରିଜନମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ସେନାନୀଙ୍କ ପରିବାର ଆଜିର ଏହି କାର୍ଯ୍ୟକ୍ରମରେ ଅନଲାଇନ୍ ମଧ୍ୟ ଯୋଡି ହୋଇଛନ୍ତି । ଆପଣ ସମସ୍ତଙ୍କୁ ମଧ୍ୟ ମୁଁ ସାଦର ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ଶହେ ବର୍ଷ ପୂର୍ବେ ଚୌରି-ଚୌରାରେ ଯାହା ଘଟିଥିଲା, ତାହା କେବଳ ଏକ ଅଗ୍ନିକାଣ୍ଡ ଘଟଣା, ଗୋଟିଏ ଥାନାରେ କେବଳ ନିଆଁ ଲଗାଇଦେବା ଘଟଣା ନଥିଲା । ଚୌରି-ଚୌରାର ସନ୍ଦେଶ ଖୁବ୍ ବିରାଟ ଥିଲା, ବହୁତ ବ୍ୟାପକ ଥିଲା । ଅନେକ କାରଣରୁ ପୂର୍ବରୁ ଯେବେ ବି ଚୌରି-ଚୌରାର କଥା ଉଠୁଥିଲା ସେତେବେଳେ ସେହି ଘଟଣାକୁ ଏକ ଅଗ୍ନିକାଣ୍ଡ ଭାବରେ ହିଁ ବିବେଚନା କରାଯାଇଥିଲା । କିନ୍ତୁ କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା, ଏହାର କାରଣ କ’ଣ ଥିଲା, ସେଗୁଡିକ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ନିଆଁ ଥାନାରେ ଲାଗିନଥିଲା, ନିଆଁ ଲୋକଙ୍କ ହୃଦୟରେ ପ୍ରଜ୍ଜ୍ୱଳିତ ହୋଇସାରିଥିଲା । ଚୌରି-ଚୌରାର ଐତିହାସିକ ସଂଗ୍ରାମକୁ ଆଜି ଦେଶର ଇତିହାସରେ ସ୍ଥାନ ଦିଆଯାଉଛି, ଏହା ସହ ସଂଶ୍ଳିଷ୍ଟ ପ୍ରତିଟି ଉଦ୍ୟମ ପ୍ରଶଂସନୀୟ । ମୁଁ ଯୋଗୀ ଓ ତାଙ୍କ ଟିମକୁ ଏଥିପାଇଁ ଶୁଭେଚ୍ଛା ଜଣାଉଛି । ଆଜି ଚୌରି-ଚୌରାର ଶତବାର୍ଷିକୀ ଅବସରରେ ଏକ ଡାକଟିକଟ ମଧ୍ୟ ଉନ୍ମୋଚିତ ହୋଇଛି । ଆଜିଠାରୁ ଆରମ୍ଭ ହେଉଥିବା ଏହି କାର୍ଯ୍ୟକ୍ରମ ବର୍ଷତମାମ ଚାଲିବ । ଏହି ସମୟରେ ଚୌରି-ଚୌରା ସହିତ ପ୍ରତ୍ୟେକ ଗାଁ,ଆତ୍ମବଳି ଦେଇଥିବା ପ୍ରତିଟି କ୍ଷେତ୍ରର ବୀରମାନଙ୍କୁ ମଧ୍ୟ ସ୍ମରଣ କରାଯିବ । ଚଳିତ ବର୍ଷ ଦେଶ ଯେତେବେଳେ ଏହାର ସ୍ୱାଧୀନତାର 75ବର୍ଷରେ ପଦାର୍ପଣ କରୁଛି, ସେ ସମୟରେ ଏଭଳି ସମାରୋହର ଆୟୋଜନ ହେବା, ଏହାକୁ ଆହୁରି ଅଧିକ ପ୍ରାସଙ୍ଗିକ କରିଦେଉଛି ।

 

ବନ୍ଧୁଗଣ,

ଚୌରି-ଚୌରା, ଦେଶର ସାଧାରଣ ଲୋକଙ୍କର ସ୍ୱତଃସ୍ଫୁର୍ତ ସଂଗ୍ରାମ ଥିଲା । ଏହା ଦୁର୍ଭାଗ୍ୟଜନକ ଯେ ଚୌରିଚୌରାର ସହିଦମାନଙ୍କ ବିଷୟରେ ବହୁତ ଗୁଡିଏ ଚର୍ଚ୍ଚା ହୋଇପାରିନାହିଁ । ଏହି ସଂଗ୍ରାମର ସହିଦମାନଙ୍କୁ, କ୍ରାନ୍ତୀକାରିମାନଙ୍କୁ ଯଦିଓ ଇତିହାସର ପୃଷ୍ଠାରେ ଉଚିତ୍ ଦିଆଯାଇନାହିଁ, ତେବେ ସ୍ୱାଧୀନତା ପାଇଁ ସେମାନଙ୍କର ଲହୁ ଦେଶର ମାଟିକୁ ସୁନିଶ୍ଚିତ ପ୍ରାପ୍ତ ହୋଇଛି, ଯାହା ଆମକୁ ସଦାସର୍ବଦା ପ୍ରେରଣା ଦେଇଚାଲିଛି । ଭିନ୍ନ ଭିନ୍ନ ଗାଁ, ଭିନ୍ନ ଭିନ୍ନ ବୟସ, ଭିନ୍ନ ଭିନ୍ନ ସାମାଜିକ ପୃଷ୍ଠଭୂମି, କିନ୍ତୁ ଏକଜୁଟ ହୋଇ ସେମାନେ ସମସ୍ତେ ଭାରତ ମାତାର ବୀର ସନ୍ତାନ ଥିଲେ । ସ୍ୱାଧୀନତା ଆନ୍ଦୋଳନରେ ସମ୍ଭବତଃ ଏଭଳି ଅଳ୍ପ ପ୍ରସଙ୍ଗ ରହିଥିବ,ଏଭଳି କମ୍ ଘଟଣା ଘଟିଥିବ, ଯେଉଁଥିରେ 19 ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ଫାଶୀଖୁଂଟରେ ଝୁଲାଇ ଦିଆଯାଇଥିବ । ଇଂରେଜ ଶାସନ ତ ଶହ ଶହ ସ୍ୱାଧୀନତା ସଂଗ୍ରାମୀଙ୍କୁ ଫାଶୀ ଦେବା ପାଇଁ ପ୍ରସ୍ତୁତ ଥିଲା କିନ୍ତୁ ବାବା ରାଘବ ଦାସ୍ ଏବଂ ମହାମାନ୍ୟ ମଦନ ମୋହନ ମାଲବ୍ୟଙ୍କ ପ୍ରୟାସ ଯୋଗୁଁ ପାଖାପାଖି 150 ଲୋକଙ୍କୁ ଫାଶୀଦଣ୍ଡରୁ ରକ୍ଷା କରାଯାଇପାରିଥିଲା । ଏଥିପାଇଁ ଆଜିର ଦିନ ବିଶେଷଭାବରେ ବାବା ରାଘବ ଦାସ୍ ଏବଂ ମହାମାନ୍ୟ ମଦନ ମୋହନ ମାଲବ୍ୟଙ୍କୁ ମଧ୍ୟ ପ୍ରଣାମ କରିବାର ଦିନ । ସେମାନଙ୍କୁ ସ୍ମରଣ କରିବାର ଦିନ ।

ବନ୍ଧୁଗଣ,

ମୁଁ ଖୁସି ଯେ ଏହି ସମ୍ପୁର୍ଣ୍ଣ ଦ୍ୱାରା ଆମର ଛାତ୍ରଛାତ୍ରୀ, ଯୁବ ପିଢୀକୁ ବିଭିନ୍ନ ପ୍ରତିଯୋଗୀତା ମାଧ୍ୟମରେ ମଧ୍ୟ ଯୋଡାଯାଉଛି । ଆମର ଯୁବପିଢୀ ଯଦି ଏହି ଇତିହାସର ଅଧ୍ୟୟନ କରିବେ ଏଥିରୁ ସେମାନଙ୍କୁ ଅନେକ ଅନବଦ୍ୟ ପ୍ରସଙ୍ଗ ଜାଣିବାକୁ ମିଳିବ । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ମଧ୍ୟ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଯୁବ ଲେଖମାନଙ୍କୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉପରେ ପୁସ୍ତକ ରଚନା ପାଇଁ, ବିଭିନ୍ନ ଘଟଣାବଳୀ ଉପରେ ପୁସ୍ତକ ଲେଖିବା ପାଇଁ, ସନ୍ଦର୍ଭ ରଚନା ପାଇଁ ଆମନ୍ତ୍ରଣ କରିଛନ୍ତି । ଚୌରି-ଚୌରା ସଂଗ୍ରାମର ଏହିଭଳି କେତେଯେ ସେନାନୀ ଅଛନ୍ତି, ଯେଉଁମାନଙ୍କ ଜୀବନକୁ ଆପଣମାନେ ଦେଶ ସମ୍ମୁଖକୁ ଆଣିପାରିବେ । ଚୌରି-ଚୌରା ଶତାଦ୍ଦୀର ଏହି କାଯର୍ଯ୍ୟକ୍ରମକୁ ସ୍ଥାନୀୟ କଳା ସଂସ୍କୃତି ଓ ଆତ୍ମନିର୍ଭରତା ସହିତ ଯୋଡିବାର ପ୍ରୟାସ କରାଯାଇଛି । ଏହି ପ୍ରୟାସ ମଧ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଆମର ଶ୍ରଦ୍ଧାଞ୍ଜଳୀ ହେବ । ମୁଁ ଏହି ଆୟାଜନ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ମଧ୍ୟ ସାଧୁବାଦ ଜଣାଉଛି ।

ବନ୍ଧୁଗଣ,

ଏକତାର ଯେଉଁ ଶକ୍ତି ଦାସତ୍ୱର ଶୃଙ୍ଖଳକୁ ଭାଙ୍ଗିପାରିଥିଲା, ସେହି ଶକ୍ତି ଭାରତକୁ ଦୁନିଆର ବୃହତ୍ ଶକ୍ତି ଭାବେ ମଧ୍ୟ ପ୍ରସ୍ତୁତ କରିବ ।ଏକତାର ଏହି ଶକ୍ତି, ଆତ୍ମନିର୍ଭର ଭାରତ ଅଭିଯାନର ମୂଳ ଆଧାର ଅଟେ । ଆମେ ଦେଶକୁ ୧୩୦ କୋଟି ଦେଶବାସୀଙ୍କ ପାଇଁ ମଧ୍ୟ ଆତ୍ମନିର୍ଭର କରିବା ସହିତ ସମ୍ପୁର୍ଣ୍ଣ ବୈଶ୍ୱିକ ପରିବାରକୁ ମଧ୍ୟ ଆତ୍ମନିର୍ଭର କରୁଛୁ । ଆପଣମାନେ କଳ୍ପନା କରନ୍ତୁ, ଏହି କରୋନା କାଳରେ ଯେତେବେଳେ ଭାରତ 150ରୁ ଅଧିକ ଦେଶର ନାଗରିକମାନଙ୍କ ସହାୟତା ନିମନ୍ତେ ଜରୁରୀ ଔଷଧପତ୍ର ପଠାଇଲା, ଯେତେବେଳେ ଭାରତ ବିଶ୍ୱର ଭିନ୍ନ ଭିନ୍ନ ଦେଶରୁ ଏହାର 50ଲକ୍ଷରୁ ଅଧିକ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବାର କାର୍ଯ୍ୟ କଲା, ଯେତେବେଳେ ଭାରତ ଅନେକ ଦେଶର ହଜାର ହଜାର ନାଗରିକଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଦେଶକୁ ପଠାଇଲା, ଯେତେବେଳେ ଆଜି ଭାରତ ନିଜେ କରୋନାର ଟିକା ପ୍ରସ୍ତୁତ କରୁଛି, ଦୁନିଆର ବଡ ବଡ ଦେଶଠାରୁ  ଅଧିକ  ଦୃତ ଗତିରେ ଟିକାକରଣ କରୁଛି, ଯେତେବେଳେ ଭାରତ ମନୁଷ୍ୟ ଜୀବନ ରକ୍ଷାକୁ ଦୃଷ୍ଟିରେ ରଖି ସମଗ୍ର ବିଶ୍ୱକୁ ଟିକା ଯୋଗାଇ ଦେଉଛି ସେତେବେଳେ ଆକାର ସ୍ୱାଧୀନତା ସଂଗ୍ରାମୀମାନେ, ତାଙ୍କର ଆତ୍ମା ଆଜି ଯେଉଁଠି ବି ଥିବ ନିଶ୍ଚିତ ରୂପେ ଗର୍ବ ଅନୁଭବ କରୁଥିବ ।

ବନ୍ଧୁଗଣ,

ଏହି ଅଭିଯାନକୁ ସଫଳ କରିବା ପାଇଁ ଅଭୂତପୂର୍ବ ପ୍ରୟାସର ମଧ୍ୟ ଆବଶ୍ୟକତା ରହିଛି । ଏହି ଭଗୀରଥ ଭଳି ପ୍ର୍ରୟାସର ଏକ ଝଲକ, ଆମକୁ ଚଳିତ ବଜେଟରେ ମଧ୍ୟ ଦେଖିବାକୁ ମିଳିଛି । କରୋନା କାଳରେ ଦେଶ ସମ୍ମୁଖରେ ଯେଉଁସବୁ ଆହ୍ୱାନ ଦେଖାଦେଇଥିଲା, ସେସବୁର ସମାଧାନ ପାଇଁ ଏହି ବଜେଟ୍ ନୂଆ ଗତି ପ୍ରଦାନ କରିବାକୁ ଯାଉଛି ।

ବନ୍ଧୁଗଣ,

ବଜେଟ୍ ପୂର୍ବରୁ ଅନେକ ବିଶିଷ୍ଟ ବ୍ୟକ୍ତି ଏହା କହୁଥିଲେ ଯେ ଦେଶ ଏତେବଡ ସଙ୍କଟର ସମ୍ମୁଖୀନ ହୋଇଛି, ଏଥିପାଇଁ ସରକାରଙ୍କୁ ଯେମିତି ହେଲେ ବି ଟିକସ ବଢାଇବାକୁ ପଡିବ, ଦେଶର ସାଧାରଣ ନାଗରିକଙ୍କ ଉପରେ ବୋଝ ଲଦିବାକୁ ହିଁ ପଡିବ, ନୂଆ ନୂଆ ଟିକସ ବି ଲାଗୁ କରିବାକୁ ପଡିପ, କନ୍ତୁ ଏହି ବଜେଟରେ ଦେଶବାସୀଙ୍କ ଉପରେ କୌଣସି ବୋଜ ବଢାଗଲା ନାଂହିଁ । ବରଂ ଦେଶକୁ ଦୃତ ଗତିରେ ଆଗକୁ ବଢାଇବା ପାଇଁ ସରକାର ଅଧିକରୁ ଅଧିକ ବ୍ୟୟ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ବ୍ୟୟ ଦେଶରେ ଓସାରିଆ ସଡକ ନିର୍ମାଣ ପାଇଁ ହେବ, ଏହି ଖର୍ଚ୍ଚ ଆପଣମାନଙ୍କ ଗାଁକୁ ସହର ସହିତ, ବଜାର ସହିତ, ମଣ୍ଡିଗୁଡିକ ସହିତ ଯୋଡିବା ପାଇଁ ହେବ । ଏହି ଖର୍ଚ୍ଚରୁ ପୋଲ ତିଆରି ହେବ, ରେଳ ଲାଇନ୍ ବିଛାଯିବ, ନୂତନ ଟ୍ରେନ୍ ଚଳାଚଳ କରିବ, ନୂତନ ବସ୍ ମଧ୍ୟ ଚାଲିବ । ଶିକ୍ଷା, ପାଠପଢା ବ୍ୟବସ୍ଥା ଭଲ ହେଉ, ଆମର ଯୁବପିଢୀକୁ ଅଧିକ ଭଲ ସୁଯୋଗ ମିଳୁ, ଏଥିପାଇଁ ମଧ୍ୟ ବଜେଟରେ ଅନେକ ନିଷ୍ପତି ନିଆଯାଇଛି । ଏବଂ ବନ୍ଧୁଗଣ, ଏହିସବୁ କାମ ପାଇଁ କାମ କରିବା ଲୋକମାନେ ମଧ୍ୟ ଆବଶ୍ୟକ ହେବେ । ଯେତେବେଳେ ସରକାର ବିନିର୍ମାଣ ପାଇଁ ଅଧିକ ଖର୍ଚ୍ଚ କରିବେ ସେତେବେଳେ ଦେଶର ଲକ୍ଷ ଲକ୍ଷ ଯୁବକ ମଧ୍ୟ ରୋଜଗାର ପାଇବେ । ଆମଦାନୀର ନୂଆ ରାସ୍ତା ଉନ୍ମୁକ୍ତ ହେବ।

ବନ୍ଧୁଗଣ,

ବର୍ଷ ବର୍ଷ ଧରି ଆମ ଦେଶରେ ବଜେଟର ଅର୍ଥ କେବଳ ଏତିକି ହୋଇଯାଇଥିଲା ଯେ, କାହା ନାଁରେ କ’ଣ ଘୋଷଣା କରାଯାଇଛି! ବଜେଟକୁ ଭୋଟ ବ୍ୟାଙ୍କର ହିସାବ କିତାବର ପୁସ୍ତକ ମଧ୍ୟ କରି ଦିଆଯାଇଥିଲା । ଆପଣମାନେ ଭାବନ୍ତୁ, ଆପଣମାନେ ମଧ୍ୟ ନିଜ ଘରେ ହେବାକୁ ଥିବା ଖର୍ଚ୍ଚର ହିସାବ ନିଜର ବର୍ତମାନ ଓ ଭବିଷ୍ୟତର ଦାୟିତ୍ୱକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରନ୍ତି । କିନ୍ତୁ ପୂର୍ବର ସରକାର ବଜେଟକୁ ଏଭଳି ଘୋଷଣାର ମାଧ୍ୟମ କରିଥିଲେ, ଯାହା ସେମାନେ ପୂରଣ ହିଁ କରିପାରୁନଥିଲେ । ବର୍ତମାନ ଦେଶ ସେହି ଚିନ୍ତାଧାରା ବଦଳାଇଦେଇଛି, ଆଭିମୁଖ୍ୟ ବଦଳାଇ ଦେଇଛି ।

ବନ୍ଧୁଗଣ,

କରୋନା କାଳରେ ଭାରତ ଯେଉଁଭଳି ଭାବେ ଏହି ମହାମାରୀ ବିରୁଦ୍ଧରେ ଲଢିଛି, ଆଜି ପୁରା ବିଶ୍ୱରେ ତାର ପ୍ରଶଂସା କରାଯାଉଛି । ଆମ ଟିକାକରଣ ଅଭିଯାନରୁ ବିଶ୍ୱର ଅନେକ ଦେଶ ମଧ୍ୟ ଶିକ୍ଷାଲାଭ କରୁଛନ୍ତି । ବର୍ତମାନ ଦେଶ ଉଦ୍ୟମ କରୁଛି ଯେ ପ୍ରତି ଗାଁରେ ମଧ୍ୟ ଚିକିତ୍ସାର ଏଭଳି ବ୍ୟବସ୍ଥା ହେଉ ଯେ ପ୍ରତି ଛୋଟ ଛୋଟ ରୋଗ ପାଇଁ ସହରକୁ ଯିବାକୁ ନପଡୁ । କେବଳ ଏତିକି ନୁହେଁ, ସହରରେ ମଧ୍ୟ ଚିକିତ୍ସା କରିବାରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ମଧ୍ୟ ବଡ ନିଷ୍ପତି ଗ୍ରହଣ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଯଦି କୌଣସି  ବଡ ପରୀକ୍ଷା ବା ଚେକ୍ ଅପ୍ କରିବାକୁ ଥିଲେ, ଆପଣମାନଙ୍କୁ ନିଜ ଗାଁରୁ ବାହାରି ଗୋରଖପୁର ଯିବାକୁ ପଡୁଥିଲା । କିମ୍ବା ଅନେକଥର ଲକ୍ଷେ୍ମø ବା ବନାରସ ପର୍ଯ୍ୟନ୍ତ ଯିବାକୁ ପଡିଥାଏ । ଆପଣମାନଙ୍କର ଏହି ସମସ୍ୟା ଦୂର କରିବା ପାଇଁଏବେ ସବୁ ଜିଲ୍ଲାରେ ଆଧୁନିକ ଟେଷ୍ଟିଂ ଲାବରୋଟୋରୀ ପ୍ରତିଷ୍ଠା କରାଯିବ, ଜିଲ୍ଲାରେ ହିଁ ଚେକ୍ ଅପ୍ ହେବ ଏବଂ ଏଥିପାଇଁ ଦେଶ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ପୂର୍ବାପେକ୍ଷା ବହୁତ ଅଧିକ ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି ।

ବନ୍ଧୁଗଣ,

ଆମର କୃଷକମାନେ ହେଉଛନ୍ତି ଆମ ଦେଶର ପ୍ରଗତିର ସବୁଠାରୁ ବଡ ମୂଳଦୁଆ । ଚୌରି-ଚୌରା ସଂଗ୍ରାମରେ ତ କୃଷକମାନଙ୍କର ବହୁତ ବଡ ଭୂମିକା ଥିଲା । କୃଷକମାନେ ଆଗକୁ ବଢିବେ, ଆତ୍ମନିର୍ଭର ହେବେ, ଏଥିପାଇଁ ଗତ 6 ବର୍ଷ ହେବ କୃଷକମାନଙ୍କ ପାଇଁ ନିରନ୍ତର ଉଦ୍ୟମ କରାଯାଉଛି । ଏହାର ପରିଣାମ ଦେଶ କରୋନା ସମୟରେ ଦେଖିଛି । ମହାମାରୀର ଆହ୍ୱାନ ମଧ୍ୟରେ ବି ଆମ କୃଷିକ୍ଷେତ୍ର ସଫଳତାର ସହ ଆଗକୁ ବଢୁଥିଲା, ଏବଂ କୃଷକମାନେ ରେକର୍ଡ ସଂଖ୍ୟକ ଉତ୍ପାଦନ କରି ଦେଖାଇଲେ । ଆମ କୃଷକ ମାନେ ଆହୁରି ସଶକ୍ତ ହେଲେ, କୃଷିକ୍ଷେତ୍ରରେ ପ୍ରଗତି ଆହୁରି ବ୍ୟାପକ ହେବ । ଏଥିପାଇଁ ଏହି ବଜେଟରେ ବହୁ ପଦକ୍ଷେପ ହାତକୁ ନିଆଯାଇଛି । ମଣ୍ଡିଗୁଡିକ କୃଷକମାନଙ୍କ ଲାଭର ବଜାର ବନୁ ଏଥିପାଇଁ ଆହୁରି ଅଧିକ 1000ମଣ୍ଡିକୁ ଇ- ନାମରେ ଯୋଡିବାକୁ ପଡିବ। ଅର୍ଥାତ୍‌, କୃଷକ ଯେତେବେଳେ ମଣ୍ଡିକୁ ନିଜ ଫସଲ ନେଇ ଯିବ ତାକୁ ଆହୁରି ସୁବିଧା ହେବ । ସେ ନିଜ ଫସଲକୁ ଯେକୌଣସି ସ୍ଥାନରେ ବିକ୍ରୟ କରିପାରିବ ।

ଏଥିସହ ଗ୍ରାମାଞ୍ଚଳ ଭିତ୍ତିଭୂମି ପାଣ୍ଠିକୁ 40 ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ମଧ୍ୟ ଚାଷୀଙ୍କୁ ସିଧାସଳଖ ଉପକୃତ କରିବ । ଏହି ସମସ୍ତ ନିଷ୍ପତି ଆମର କୃଷକଙ୍କୁ ଆତ୍ମନିର୍ଭର୍ର କରିବ, କୃଷିକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିବ । ଏଠି ଉତ୍ତରପ୍ରଦେଶରେ କେନ୍ଦ୍ର ସରକାର ଯେଉଁ ପ୍ରଧାନମନ୍ତ୍ରୀ ସ୍ୱାମୀତ୍ୱ ଯୋଜନା ଆରମ୍ଭ କରିଛନ୍ତି, ତାହା ମଧ୍ୟ ଦେଶରେ ଗାଁଗୁଡିକର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି । ଏହି ଯୋଜନା ଅଧିନରେ ଗାଁର ଜମି, ଗାଁର ଘରଗୁଡିକର କାଗଜପତ୍ର ଗାଁର ଲୋକମାନଙ୍କୁ ପ୍ରଦାନ କରାଯାଉଛି ।  ଯେତେବେଳେ ନିଜ ଜମି ଓ ଘରର ସଠିକ୍ କାଗଜପତ୍ର ଉପଲବଧ ହେବ, ସେତେବେଳେ ସେସବୁର ମୂଲ୍ୟ ମଧ୍ୟ ବଢିବ, ବ୍ୟାଙ୍କଗୁଡିକରୁ ଖୁବ୍ ସହଜରେ ଋଣ ମଧ୍ୟ ମିଳିପାରିବ । ଗାଁର ଲୋକମାନଙ୍କର ଘର ଏବଂ ଜମି ଉପରେ କେହି ଖରାପ ଦୃଷ୍ଟି ପକାଇପାରିବ ନାହିଁ । ଏହାର ବହୁତ ବଡ ଲାଭ ଦେଶର କ୍ଷୁଦ୍ର କୃଷକଙ୍କୁ ଓ ଗାଁର ଗରିବ ପରିବାରକୁ ମିଳିବ ।

ବନ୍ଧୁଗଣ,

ଆଜି ଏହି ପ୍ରୟାସ କିଭଳି ଦେଶର ଛବିରେ ପରିବର୍ତନ ଆଣୁଛି , ଗୋରଖପୁର ଏହାର ଏକ ବହୁତ ବଡ ଉଦାହରଣ । କ୍ରାନ୍ତୀକାରୀମାନଙ୍କ ଏହି ଭୂମି, କେତେଯେ ଆତ୍ମବଳୀର ସାକ୍ଷୀ ଏହି କ୍ଷେତ୍ର, କିନ୍ତୁ ପ୍ରଥମେ ଏହାର ଛବି କିଭଳି ଥିଲା? ଏଠାରେ କାରଖାନା ବନ୍ଦ ହେଉଥିବା, ସଡକଗୁଡିକ ବିପର୍ଯ୍ୟସ୍ତ ଥିଲା, ହସପିଟାଲଗୁଡିକ ନିଜେ ଋଗଣ ହୋଇଯାଇଥିଲା । କିନ୍ତୁ ଏବେ ଗୋରଖପୁର ସାର କାରଖାନା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଏହାଦ୍ୱାରା କୃଷକମାନଙ୍କୁ ମଧ୍ୟ ଲାଭ ମିଳିବ ଏବଂ ଯୁବପିଢୀକୁ ମଧ୍ୟ ରୋଜଗାର ମିଳିବ । ଆଜି ଗୋରଖପୁ ରରେ ଏମସ୍ ପ୍ରତିଷ୍ଠା କରାଯାଉଛି, ଏଠିକାର ମେଡିକାଲ କଲେଜ ଓ ହସ୍ପିଟାଲ ହଜାର ହଜାର ଶିଶୁମାନଙ୍କ ଜୀବନ ରକ୍ଷା କରୁଛି । ଗତ ବହୁ ଦଶନ୍ଧିରୁ ଏଠାରେ ଇନସେଫାଲାଇଟିସ୍‌, ଯାହାର ଉଲ୍ଲେଖ ଏବେ ଯୋଗୀଜୀ କରିଥିଲେ ତାହା ଶିଶୁମାନଙ୍କ ଜୀବନ ନେଇ ଚାଲିଥିଲା । କିନ୍ତୁ ଯୋଗୀଜୀଙ୍କ ନେତୃତ୍ୱରେ ଗୋରଖପୁରର ଲୋକମାନେ ଯେଉଁ କାର୍ଯ୍ୟ କରିଛନ୍ତି, ଏବେ ତାହାର ପ୍ରଶଂସା ବିଶ୍ୱର ବଡ ବଡ ସଂସ୍ଥାମାନେ କରୁଛନ୍ତି । ଏବେ ତ, ଦେବରିଆ, କୁଶୀନଗର, ବସ୍ତି,ମହାରାଜଗଞ୍ଜ ଏବଂ ସିଦ୍ଧାର୍ଥନଗରରେ ମଧ୍ୟ ନୂଆ ମେଡିକାଲ କଳେଜ ପ୍ରତିଷ୍ଠା ହେବାକୁ ଯାଉଛି ।

ବନ୍ଧୁଗଣ,

ଆଗେ ପୂର୍ବାଂଚଳର ଆଉ ଏକ ବଡ ସମସ୍ୟା ଥିଲା । ଆପଣମାନଙ୍କର ମନେ ଥିବ, ଆଗରୁ ଯଦି କାହାକୁ ୫୦ କିଲୋମିଟର ବି ଯିବାକୁ ପଡୁଥିଲା ତେବେ ମଧ୍ୟ 3/4 ଘଣ୍ଟା ପୂର୍ବରୁ ଘରୁ ବାହାରିବାକୁ ପଡୁଥିଲା । କିନ୍ତୁ ଆଜି ଏଠାରେ ଚାରି ଲେନ୍ ଓ ଛଅ ଲେନ୍ ବିଶିଷ୍ଟ ରାସ୍ତା ତିଆରି ହେଉଛି । କେବଳ ଏତିକି ନୁହେଁ, ଗୋରଖପୁରରୁ 8ଟି ସହରକୁ ବିମାନ ସୁବିଧା ମଧ୍ୟ ଉପଲବଧ ହେଉଛି । କୁଶୀନଗରଠାରେ ନିର୍ମିତ ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟ ଏଠାରେ ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ଆଗକୁ ନେବ ।

ବନ୍ଧୁଗଣ,

ଏହି ବିକାଶ, ଆତ୍ମନିର୍ଭରଶୀଳତା ପାଇଁ ଏ ପରିବର୍ତ୍ତନ ଆଜି ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁଦେଶର ଶ୍ରଦ୍ଧାଞ୍ଜଳୀ । ଆଜି ଯେତେବେଳେ ଆମେଚୌରି-ଚୌରା ଶତବାର୍ଷିକୀ ପାଳନ କରୁଛୁ, ସେତେବେଳେ ଆମୁକ ସାମୁହିକ ଭାଗିଦାରୀ ସହିତ ଏହି ପରିବର୍ତନକୁ ଆଗକୁ ବଢାଇବା ପାଇଁ ସଂଙ୍କଳ୍ପବଦ୍ଧ ହେବାକୁ ପଡିବ । ଆମକୁ ଏହା ମଧ୍ୟ ସଙ୍କଳ୍ପ ନେବାକୁ ପଡିବ ଯେ ଦେଶର ଏକତା ଆମ ପାଇଁ ସବୁଠୁ ଆଗରେ, ଦେଶର ସମ୍ମାନ ଆମ ପାଇଁ ସବୁଠୁ ବଡ । ଏହି ଭାବନା ସହିତ ପ୍ରତ୍ୟେକ ଦେଶବାସୀଙ୍କୁ ସାଙ୍ଗରେ ନେଇ ଆମକୁ ଆଗକୁ ବଢିବାକୁ ପଡିବ । ମୁଁ ବିଶ୍ୱାସ କରୁଛି , ଯେଉଁ ଯାତ୍ରା ଆମେ ଆରମ୍ଭ କରିଛେ, ତାହାକୁ ଆମେ ଏକ ନୂତନ ଭାରତ ନିର୍ମାଣ ସହ ସମ୍ପୁର୍ଣ୍ଣ କରିବୁ ।

ମୁଁ ପୁଣିଥରେ ସହିଦମାନଙ୍କ ଏହି ଶତବାର୍ଷିକୀ ପାଳନ ସମୟରେ ଏହା କହିବାକୁ ଚାହେଁ ଯେ ପୁରା ବର୍ଷ ଆପଣମାନେ ଯେପରି ଏହା ଭୁଲି ନଯାଆନ୍ତି ଯେ ସେମାନେ ଦେଶ ପାଇଁ ସହିଦ୍ ହୋଇଥିଲେ । ସେମାନେ ସହିଦ୍ ହୋଇଥିଲେ, ସେହି କାରଣରୁ ଆମେ ଆଜି ସ୍ୱାଧୀନ ହୋଇପାରିଛୁ । ସେମାନେ ଦେଶ ପାଇଁ ମରିପାରିବେ, ନିଜକୁ ମାରି ପାରିବେ, ନିଜ ସ୍ୱପ୍ନକୁ ଜଳାଞ୍ଜଳି ଦେଇପାରିବେ । ସେମାନଙ୍କୁ ଦେଶ ପାଇଁ ମରିବାର ସୌଭାଗ୍ୟ ମିଳିଲା ଓ ଆମକୁ ଦେଶ ପାଇଁ ବଂଚିବାର ।  ଶତାଦ୍ଦୀର ଏହି ବର୍ଷ ଚୌରିଚୌରା ସହିଦମାନଙ୍କୁ ସ୍ମରଣ କରି, ଏହା ଆମ ପାଇଁ ସଙ୍କଳ୍ପର ବର୍ଷ ହେବା ଉଚିତ୍ । ଆମ ପାଇଁ ଏହା ସ୍ୱପ୍ନକୁ ସାକାର କରିବାର ବର୍ଷ ହେବା ଉଚିତ୍ । ଆମ ପାଇଁ, ଜନଗଣଙ୍କ ମଙ୍ଗଳ ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବା ଉଚିତ୍ । ତେବେ ଯାଇଁ ଆତ୍ମବଳୀର ଶହେ ବର୍ଷ ଆମକୁ ନୂତନ ଶିଖରରେ ପହଞ୍ଚାଇବା ପାଇଁ ସୁଯୋଗ ସୃଷ୍ଟି କରିବା ସହିତ ସେମାନଙ୍କର ଆତ୍ମବଳୀ ଆମ ପାଇଁ ପ୍ରେରଣା ଭାବେ କାର୍ଯ୍ୟ କରିବ ।

          ଏହି ଭାବନା ସହିତ ମୁଁ ପୁଣିଥରେ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hold talks with Myanmar President U Min Aung Hlaing
June 01, 2026

The Prime Minister, Shri Narendra Modi, today held productive talks with the President of Myanmar, U Min Aung Hlaing.

The Prime Minister noted that India is honoured that President U Min Aung Hlaing chose India for his first foreign visit as President. He also expressed happiness that the President began his programme in India from Bodh Gaya with the blessings of Lord Buddha.

During the talks, the two leaders reviewed the full range of India-Myanmar relations and discussed ways to further strengthen bilateral cooperation.

The discussions covered avenues to deepen cooperation in trade, rare earths, healthcare, connectivity, heritage restoration and capacity building. The two sides also agreed to work closely in areas such as maritime security, cyber security and other sectors of mutual interest.

The Prime Minister underlined that Myanmar is vital to India’s ‘Neighbourhood First’, ‘Act East’ and Indo-Pacific policies, reaffirming the importance India attaches to its relations with Myanmar.

The Prime Minister wrote on X;

“Had a productive meeting with President U Min Aung Hlaing of Myanmar. We in India are honoured that he has chosen India for his first foreign visit as President. Equally gladdening is the fact that he began the visit from Bodh Gaya, with the blessings of Lord Buddha. We reviewed the full range of India-Myanmar relations. Myanmar is vital to India’s policies of ‘Neighbourhood First’, ‘Act East’ and Indo-Pacific.”

“Our talks covered ways to deepen cooperation in trade, rare earths, healthcare, connectivity, heritage restoration and capacity building. We also agreed to work closely in areas such as maritime security, cyber security and more.”