Budget 2021 has boosted India's self confidence: PM Modi
This year's budget focuses on ease of living and it will spur growth: PM Modi
This year's budget is a proactive and not a reactive budget: PM Modi

ନମସ୍କାର

ଅସାଧାରଣ ପରିସ୍ଥିତି ମଧ୍ୟରେ ୨୦୨୧ ବର୍ଷର ବଜେଟ୍ ଉପସ୍ଥାପିତ ହୋଇଛି । ଏଥିରେ ବିକାଶ ଏବଂ ଆତ୍ମବିଶ୍ୱାସର ଏକ ଅନୁଭବ ମଧ୍ୟ ଅଛି । କରୋନା ସମଗ୍ର ଦୁନିଆରେ ପ୍ରଭାବ ପକାଇବା ସହିତ ସମଗ୍ର ମାନବ ଜାତିକୁ ଦୋହଲାଇ ଦେଇଛି । ଏହି ପରିସ୍ଥିତି ମଧ୍ୟରେ ଆଜିର ବଜେଟ୍ ଭାରତର ଆତ୍ମବିଶ୍ୱାସକୁ ବଢାଇବା ସହିତ ସମଗ୍ର ଦୁନିଆରେ ମଧ୍ୟ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ଯାଉଛି ।

ଆଜିର ବଜେଟରେ ଆତ୍ମନିର୍ଭରତାର ଭିଜନ ସହିତ ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ଶ୍ରେଣୀର ଅନ୍ତର୍ଭୂକ୍ତି ରହିଛି ।  ଏହି ବଜେଟରେ ଆମେ ଯେଉଁ ନୀତିଗୁଡିକ ଆଣିଛୁ ତାହା ହେଉଛି – ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ, ନୂତନ ସମ୍ଭାବନାକୁ ବିସ୍ତାର କରିବା, ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା, ମାନବସମ୍ବଳକୁ ଏକ ନୂଆ ଦିଗ ଦେବା, ଭିତ୍ତିଭୂମି ନିର୍ମାଣ ପାଇଁ ନୂତନ କ୍ଷେତ୍ରର ବିକାଶ କରିବା, ଆଧୁନିକତା ଆଡକୁ ଗତି କରିବା ଓ ନୂତନ ସଂସ୍କାର ଆଣିବା ।

ବନ୍ଧୁଗଣ,

ଏହି ବଜେଟରେ ନିୟମ ଏବଂ ପଦ୍ଧତିକୁ ସରଳ କରି ସାଧାରଣ ଲୋକଙ୍କ ଜୀବନରେ ‘ବଞ୍ଚିବାର ସହଜତା' ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ବଜେଟ୍ ବ୍ୟକ୍ତିବିଶେଷ, ନିବେଶକ, ଶିଳ୍ପ ତଥା ଭିତ୍ତିଭୂମି କ୍ଷେତ୍ରରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆଣିବ । ମୁଁ ଏଥିପାଇଁ ଭାରତର ଅର୍ଥମନ୍ତ୍ରୀ ର୍ନିମଳା ଜୀ ଏବଂ ତାଙ୍କ ସହଯୋଗୀ ମନ୍ତ୍ରୀ ଅନୁରାଗ ଜୀ ଏବଂ ତାଙ୍କ ଦଳକୁ ଅଭିନନ୍ଦନ ଜଣାଉଛି ।

 

ବନ୍ଧୁଗଣ,

ଏହିପରି ବଜେଟ୍ ଖୁବ୍‍ କ୍ୱଚିତ ଦେଖିବାକୁ ମିଳିଥାଏ ଯେଉଁଥିରେ ପ୍ରଥମ ଦୁଇ ଘଣ୍ଟା ମଧ୍ୟରେ ଏହିପରି ସକାରାତ୍ମକ ପ୍ରତିକ୍ରିୟା ଆସିଥାଏ । କରୋନା କାରଣରୁ ବିଶେଷଜ୍ଞମାନେ ଅନୁମାନ କରୁଥିଲେ ଯେ ସରକାର ସାଧାରଣ ନାଗରିକଙ୍କ ଉପରେ ବୋଝ ବଢାଇବେ । କିନ୍ତୁ ଆର୍ଥିକ ସ୍ଥିରତା ପ୍ରତି ନିଜର ଦାୟିତ୍ୱକୁ ଧ୍ୟାନରେ ରଖି ବଜେଟ୍ ଆକାର ବୃଦ୍ଧି କରିବାକୁ ସରକାର ଜୋର ଦେଇଥିଲେ । ବଜେଟ୍ କିଭଳି ସ୍ୱଚ୍ଛ ହେବ ତାହା ଉପରେ ଆମ ସରକାର ନିରନ୍ତର ଉଦ୍ୟମ କରିଛନ୍ତି । ମୁଁ ଖୁସି ଯେ ଆଜି ଅନେକ ବୁଦ୍ଧିଜୀବୀ ଏହି ବଜେଟର ସ୍ୱଚ୍ଛତାକୁ ପ୍ରଶଂସା କରିଛନ୍ତି ।

 

ବନ୍ଧୁଗଣ,

ଭାରତ କରୋନା ଯୁଦ୍ଧରେ ପ୍ରତିକ୍ରିୟାଶୀଳ ହେବା ପରିବର୍ତ୍ତେ ସର୍ବଦା ସକ୍ରିୟ ରହିଥିଲା । କରୋନା ସମୟରେ କରାଯାଇଥିବା ସଂସ୍କାର ହେଉ କିମ୍ବା ଏକ ଆତ୍ମର୍ନିଭରଶୀଳ ଭାରତର ସଂକଳ୍ପ ଅବା ଆଜିର ବଜେଟ, ଏଥିରେ ପ୍ରତିକ୍ରିୟାଶୀଳତା ଆଦୌ ନାହିଁ । ଆହୁରି ମଧ୍ୟ, ଆମେ ଅଟକି ନାହୁଁ, ଚଳିତ ବର୍ଷ ଏକ ସକାରାତ୍ମକ ବଜେଟ୍ ଦେଇ ଦେଶ ସାମ୍ନାରେ ସକାରାତ୍ମକ ହେବାର ବାର୍ତ୍ତା ମଧ୍ୟ ଦେଇଛୁ । ଏହି ବଜେଟରେ ବିଶେଷ ଭାବରେ ସେହି ଦିଗଗୁଡିକ ଉପରେ ଧ୍ୟାନ ଦିଆଯାଇଛି ଯାହା ଫଳରେ ଦ୍ରୁତ ଗତିରେ ଉଭୟ ସୁଖ ଓ ସମ୍ପଦ ବୃଦ୍ଧି ପାଇବ ।  ଏମଏସଏମଇ ଏବଂ ଭିତ୍ତିଭୂମି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ସେହିଭଳି, ଏହି ବଜେଟ୍ ସ୍ୱାସ୍ଥ୍ୟସେବା ଉପରେ ଯେପରି ଧ୍ୟାନ ଦେଇଛି ତାହା ମଧ୍ୟ ଅଭୂତପୂର୍ବ ଅଟେ । ଏହି ବଜେଟ୍ ଦେଶର ପ୍ରତ୍ୟେକ କ୍ଷେତ୍ରର ବିକାଶ, ଅର୍ଥାତ୍‍ ସାମଗ୍ରିକ ବିକାଶକୁ ଦର୍ଶାଉଛି । ବିଶେଷ ଭାବରେ, ମୋତେ ଖୁସି ଲାଗୁଛି ଯେ ଏହି ବଜେଟରେ ଦକ୍ଷିଣରେ ଥିବା ଆମର ରାଜ୍ୟ, ପୂର୍ବରେ ଥିବା ଆମର ରାଜ୍ୟ ଏବଂ ଉତ୍ତରରେ ଲେହ ଲଦାଖ ପରି ଅଞ୍ଚଳରେ ବିକାଶ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଭାରତର ଉପକୂଳବର୍ତ୍ତୀ ରାଜ୍ୟ ଯଥା ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଭଳି ରାଜ୍ୟଗୁଡ଼ିକୁ ଏକ ବ୍ୟବସାୟିକ ହବ୍‍ରେ ପରିଣତ କରିବା ଦିଗରେ ଏହି ବଜେଟ୍ ଏକ ପ୍ରମୁଖ ପଦକ୍ଷେପ । ଆସାମ ପରି ଉତ୍ତର ପୂର୍ବ ରାଜ୍ୟଗୁଡିକର ବିକଶିତ ହୋଇପାରିନଥିବା କ୍ଷେତ୍ରଗୁଡିକୁ ଏହି ବଜେଟ୍ ସହାୟକ ହେବ । ଏହି ବଜେଟରେ ଯେଉଁଭଳି ଭାବେ ଗବେଷଣା ଏବଂ ପରିବେଶ ବିଜ୍ଞାନର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି, ଯେଉଁ ବ୍ୟବସ୍ଥା କରାଯାଇଛି, ତାହା ଆମ ଯୁବକମାନଙ୍କୁ ଶକ୍ତି ଯୋଗାଇବ, ଭାରତ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅତ୍ୟନ୍ତ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବ ।

ବନ୍ଧୁଗଣ,

ଦେଶର ସାଧାରଣ ଲୋକଙ୍କ ପାଇଁ ଜୀବନକୁ ସହଜ କରିବାକୁ ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପୁଷ୍ଟିକର ଖାଦ୍ୟ, ବିଶୁଦ୍ଧ ଜଳ ଏବଂ ସୁଯୋଗର ସମାନତା ଉପରେ ଏହି ବଜେଟରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ବଜେଟରେ ଭିତ୍ତିଭୂମି ପାଇଁ ଖର୍ଚ୍ଚର ଅଭୂତପୂର୍ବ ବୃଦ୍ଧି ସହିତ ଅନେକ ବ୍ୟବସ୍ଥିତ ସଂସ୍କାର କରାଯାଇଛି ଯାହା ଅଭିବୃଦ୍ଧି ତଥା ନିଯୁକ୍ତି ସୃଷ୍ଟି, ଦେଶରେ ରୋଜଗାର ପାଇଁ ବହୁତ ଲାଭଦାୟକ ହେବ । ଦେଶରେ କୃଷି କ୍ଷେତ୍ରକୁ ମଜବୁତ କରିବା, କୃଷକଙ୍କ ଆୟ ବଢାଇବା ପାଇଁ ବଜେଟରେ ଏହାକୁ ଗୁରୁତ୍ୱ ଦିଆଯାଇଛି । କୃଷକମାନେ ଆହୁରି ସହଜରେ ଅଧିକ ଋଣ ପାଇପାରିବେ । ଦେଶରେ ମଣ୍ଡି ବ୍ୟବସ୍ଥାକୁ ମଜବୁତ କରିବାକୁ କୃଷି ଭିତ୍ତିଭୂମି ପାଣ୍ଠିରୁ ସହାୟତା ବ୍ୟବସ୍ଥା କରାଯାଇଛି । ଏହି ସମସ୍ତ ନିଷ୍ପତ୍ତି ଦର୍ଶାଉଛି ଯେ ବଜେଟ୍‍ର ହୃଦୟରେ ଗାଁ ରହିଛି, ରୋଜଗାର ବଢାଇବା ପାଇଁ ଏଥର ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ରପାଇଁ ଗତବର୍ଷ ତୁଳନାରେ ବଜେଟ୍‍ରେ ଦୁଇଗୁଣା ଅର୍ଥ ବ୍ୟବସ୍ଥା ହୋଇଛି ।

ବନ୍ଧୁଗଣ,

ଏହି ବଜେଟ୍ ଆତ୍ମନିର୍ଭରଶୀଳତାର ମାର୍ଗ ପ୍ରଶସ୍ତ କରିଛି, ଯେଉଁଥିରେ ଦେଶର ପ୍ରତ୍ୟେକ ନାଗରିକଙ୍କ ବିକାଶ ଜଡିତ । ଏହି ବଜେଟ୍ ହେଉଛି ଏହି ଦଶନ୍ଧି ଆରମ୍ଭର ମୂଳଦୁଆ । ସମସ୍ତ ଦେଶବାସୀଙ୍କୁ ଆତ୍ମର୍ନିଭରଶୀଳ ଭାରତର ଏହି ଗୁରୁତ୍ୱପୂର୍ଣ୍ଣ ବଜେଟ୍ ପାଇଁ ମୁଁ ମୋର ଶୁଭେଚ୍ଛା ଜଣାଉଛି । ପୁଣି ଥରେ ଅର୍ଥମନ୍ତ୍ରୀ ଏବଂ ତାଙ୍କ ଦଳକୁ ଅଶେଷ ଅଶେଷ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Conferred With Uzbekistan's Highest Honour For Foreign Leaders

Media Coverage

PM Modi Conferred With Uzbekistan's Highest Honour For Foreign Leaders
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour