ମହାମାନ୍ୟ,

ପ୍ରଥମ ଭାରତ – ମଧ୍ୟ ଏସିଆ ଶିଖର ସମ୍ମିଳନୀରେ ଆପଣ ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଉଛି । ଭାରତ ଏବଂ କେନ୍ଦ୍ର ଏସୀୟ ଦେଶ ଗୁଡିକ ମଧ୍ୟରେ କୂଟନୈତିକ ସମ୍ପର୍କ ସଫଳତାର ସହିତ ୩୦ ବର୍ଷ ପୂରଣ କରିଛି । ବିଗତ ତିନି ଦଶନ୍ଧି ମଧ୍ୟରେ ଆମର ସହଯୋଗ ଯୋଗୁଁ ଅନେକ ସଫଳତା ହାସଲ ହୋଇ ପାରିଛି । ଏବଂ ଏବେ, ଏହି ମହତ୍ୱପୂର୍ଣ୍ଣ ସମୟରେ, ଆମକୁ ଆଗାମୀ ବର୍ଷ ଗୁଡିକ ନିମନ୍ତେ ଏକ ମହତ୍ୱାକାଂକ୍ଷୀ ଭିଜନ୍‌/ ଦୃଷ୍ଟିକୋଣ ସ୍ଥିର କରିବା ଉଚିତ୍ । ଏମିତି ଭିଜନ୍‌/ ଦୃଷ୍ଟିକୋଣ ଯାହା ପରିବର୍ତିତ ବିଶ୍ୱରେ ଆମ ଲୋକମାନଙ୍କୁ ବିଶେଷତଃ ଯୁବପିଢ଼ିଙ୍କର ଆଶାକୁ ପୂରଣ କରି ପାରିବ ।

ମହାମାନ୍ୟ,

ଦ୍ୱିପାକ୍ଷିକ ସ୍ତରରେ ଭାରତର ସମସ୍ତ ମଧ୍ୟ – ଏସୀୟ ଦେଶଗୁଡିକ ସହିତ ଘନିଷ୍ଠ ସମ୍ପର୍କ ରହିଛି ।

ମହାମାନ୍ୟ,

କାଜାଖସ୍ତାନ ଭାରତର ଶକ୍ତି ସୁରକ୍ଷା ନିମନ୍ତେ ଏକ ମହପୂର୍ଣ୍ଣ ଅଂଶୀଦାର ହୋଇଯାଇଛି । ମୁଁ କାଜାଖସ୍ତାନରେ ଅଳ୍ପ କିଛି ଦିନ ଭିତରେ ହୋଇଥିବା ଜନ - ଧନର କ୍ଷୟକ୍ଷତି ନିମନ୍ତେ ସମ୍ବେଦନା ପ୍ରକାଶ କରୁଛି ।

ଉଜବେକିସ୍ତାନ ସହିତ ଆମର ବୃଦ୍ଧି ପାଉଥିବା ସହଯୋଗରେ ଆମ ରାଜ୍ୟ ସରକାରମାନେ ମଧ୍ୟ ସକ୍ରିୟ ଭାଗୀଦାର ଅଟନ୍ତି । ଏଥିରେ ମୋର ନିଜ ରାଜ୍ୟ ଗୁଜୁରାଟ ମଧ୍ୟ ସାମିଲ୍ ଅଟେ ।

କିରଗିଜ୍‌ସ୍ତାନ ସହିତ ଆମର ଶିକ୍ଷା ଏବଂ ଉଚ୍ଚସ୍ତରୀୟ ଗବେଷଣା କ୍ଷେତ୍ରରେ ସକ୍ରିୟ ଭାଗୀଦାରୀ ରହିଛି । ହଜାର ହଜାର ଭାରତୀୟ ଛାତ୍ର ସେଠାରେ ପଢ଼ୁଛନ୍ତି ।

ତାଜିକିସ୍ତାନ ସହିତ ଆମର ସୁରକ୍ଷା କ୍ଷେତ୍ରରେ ଦୀର୍ଘ ଦିନରୁ ସହଯୋଗ ରହିଛି । ଏବଂ ଆମେ ଏହାକୁ ନିରନ୍ତର ଭାବେ ଅଧିକ ସୁଦୃଢ଼ କରୁଛୁ ।

ତୁର୍କମେନିସ୍ତାନ ଆଂଚଳିକ ସଂଯୋଗ କ୍ଷେତ୍ରରେ ଭାରତୀୟ ଦୃଷ୍ଟିକୋଣର ଏକ ମହତ୍ୱପୂର୍ଣ୍ଣ ଅଙ୍ଗ ଅଟେ, ଯାହା ଅସଗାବାତ ଚୁକ୍ତିରେ ଆମର ଭାଗୀଦାରୀତାକୁ ସ୍ପଷ୍ଟ କରେ ।

ମହାମାନ୍ୟ,

କ୍ଷେତ୍ରୀୟ ସୁରକ୍ଷା ନିମନ୍ତେ ଆମ ସମସ୍ତଙ୍କ ଚିନ୍ତା ଏବଂ ଉଦ୍ଦେଶ୍ୟ ସମାନ ଅଟେ । ଆଫଗାନିସ୍ତାନର ଘଟଣାକ୍ରମକୁ ନେଇ ଆମେ ସମସ୍ତେ ଚିନ୍ତିତ ।

ଏହି ପରିପ୍ରେକ୍ଷୀରେ ମଧ୍ୟ, କ୍ଷେତ୍ରୀୟ ସୁରକ୍ଷା ଏବଂ ସ୍ଥିରତା ନିମନ୍ତେ ଆମର ପାରସ୍ପରିକ ସହଯୋଗ ଆହୁରି ମହତ୍ୱପୂର୍ଣ୍ଣ ହୋଇଯାଇଛି ।

ମହାମାନ୍ୟ,

ଆଜିର ସମ୍ମିଳନୀର ତିନିଗୋଟି ପ୍ରମୁଖ ଉଦ୍ଦେଶ୍ୟ ରହିଛି ।

ପ୍ରଥମତଃ, ଏହା ସ୍ପଷ୍ଟ କରିବା ଯେ ଭାରତ ଏବଂ କେନ୍ଦ୍ର – ଏସିଆ ରାଷ୍ଟ୍ରମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ କ୍ଷେତ୍ରୀୟ ସୁରକ୍ଷା ଏବଂ ସମୃଦ୍ଧି ନିମନ୍ତେ ଆନିବାର୍ଯ୍ୟ ଅଟେ ।

ଭାରତର ଆଭିମୁଖ୍ୟରୁ, ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଏକ ସମନ୍ୱିତ ଏବଂ  ସ୍ଥିର ବିସ୍ତାରିତ ପଡୋଶୀ ଦେଶ ପାଇଁ ଭାରତର ଦୃଷ୍ଟିକୋଣରେ କେନ୍ଦ୍ର ଏସିଆ ପ୍ରମୁଖ ଅଟେ ।

ଦ୍ୱିତୀୟ ଉଦ୍ଦେଶ୍ୟ ହେଉଛି, ଆମର ସହଯୋଗକୁ ଏକ ପ୍ରଭାବଶାଳୀ ରୂପ/ ଆକାର ଦେବାର ଅଛି । ଏଥିରେ ବିଭିନ୍ନ ସ୍ତରରେ ଏବଂ ବିଭିନ୍ନ ଅଂଶଧାରକମାନଙ୍କ ମଧ୍ୟରେ, ନିୟମିତ ଯୋଗାଯୋଗ/ ଭାବ ବିନିମୟର ଏକ ଢାଂଚା ସ୍ଥାପିତ ହେବ ।

ଏବଂ ତୃତୀୟ ଉଦ୍ଦେଶ୍ୟ ହେଉଛି, ଆମର ସହଯୋଗ ନିମନ୍ତେ ଏକ ମହତ୍ୱାକାଂକ୍ଷୀ ରୋଡମ୍ୟାପ୍ ପ୍ରସ୍ତୁତ କରିବାର ଅଛି ।

ଏହା ମାଧ୍ୟମରେ ଆମେ ଆଗାମୀ ତିରିଶ ବର୍ଷ ମଧ୍ୟରେ ଆଂଚଳିକ ସଂଯୋଗୀକରଣ ଏବଂ ସହଯୋଗ ନିମନ୍ତେ ଏକ ସମନ୍ୱିତ ଆଭିମୁଖ୍ୟ ଆପଣେଇ ପାରିବା ।

ମାହାମାନ୍ୟ,

ମୁଁ ପୁଣି ଥରେ ଭାରତ – ମଧ୍ୟ ଏସିଆ ଶିଖର ସମ୍ମିଳନୀର ପ୍ରଥମ ବୈଠକରେ ଆପଣ ସମସ୍ତଙ୍କର ହାର୍ଦ୍ଦିକ ସ୍ୱାଗତ କରୁଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet clears Rs 1,800 crore plan to modernise India's immigration system

Media Coverage

Cabinet clears Rs 1,800 crore plan to modernise India's immigration system
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam, seeks blessings of Maa Mahagauri
March 26, 2026

The Prime Minister, Shri Narendra Modi, sought the blessings of Maa Mahagauri and offered his salutations at her divine feet. He prayed that her divine radiance brings happiness, prosperity and good health into everyone’s life.

The Prime Minister shared a Sanskrit verse-

“श्वेते वृषे समारूढा श्वेताम्बरधरा शुचिः। महागौरी शुभं दद्यान्महादेवप्रमोददा॥”

The Prime Minister wrote on X;

“मां महागौरी के चरणों में कोटि-कोटि प्रणाम! उनकी दिव्य आभा हर किसी के जीवन में सुख-समृद्धि और आरोग्य लेकर आए।

श्वेते वृषे समारूढा श्वेताम्बरधरा शुचिः।

महागौरी शुभं दद्यान्महादेवप्रमोददा॥”

“ मां अम्बे में भक्तों की अटूट आस्था होती है। माता के प्रति यह श्रद्धा और भक्ति उनके मनोबल को कभी कमजोर नहीं होने देती।“