“ମିଳିତ ମହୋତ୍ସବ ଭାରତୀୟ ଚିରନ୍ତନ ଯାତ୍ରାର ପ୍ରତୀକ ଓ ଏହା ବିଭିନ୍ନ ସମୟରେ ବିଭିନ୍ନ ମାଧ୍ୟମ ଦେଇ ଗତି କରୁଛି”
“ଆମର ଶକ୍ତି କେନ୍ଦ୍ରଗୁଡିକ କେବଳ ତୀର୍ଥଯାତ୍ରା ନୁହଁ, ସେଗୁଡିକ କେବଳ ବିଶ୍ୱାସର କେନ୍ଦ୍ର ମଧ୍ୟ ନୁହଁ, ସେଗୁଡିକ ଏକ ଭାରତ ଶ୍ରେଷ୍ଠ ଭାରତର ଜାଗ୍ରତ ଆତ୍ମା”
“ଭାରତରେ ଆମର ମୁନି ଋଷି ଓ ଗୁରୁମାନେ ଆମର ଚିନ୍ତାଧାରାମାନ ମାର୍ଜିତ କରିବା ସହ ଆମର ବ୍ୟବହାର ମଧ୍ୟ ଉନ୍ନତ କରିଛନ୍ତି”
“ଜାତିବାଦ ନାମରେ ଯେଉଁ ବାଛବିଚାର ଥିଲା ତା ବିରୁଦ୍ଧରେ ଶ୍ରୀ ନାରାୟଣ ଗୁରୁ ଏକ ତର୍କସଂଗତ ଓ ବ୍ୟାବହାରିକ ସଂଗ୍ରାମ କରିଥିଲେ । ଆଜି ନାରାୟଣ ଗୁରୁଙ୍କ ସେହି ଏକା ଉତ୍ସାହକୁ ନେଇ ଦେଶ ଗରୀବ, ଦଳିତ, ଅନଗ୍ରସରଙ୍କ ସେବା କରିବା ସମେତ ସେମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରୁଛି”
“ଶ୍ରୀ ନାରାୟଣ ଗୁରୁ ଥିଲେ ଜଣେ ମୌଳିକ ଚିନ୍ତକ ଓ ବ୍ୟାବହାରିକ ସଂସ୍କାରକ”
“ଆମେ ଯେତେବେଳେ ସମାଜ ସଂସ୍କାର ରାସ୍ତାରେ ଚାଲୁ, ସେତେବେଳେ ସମାଜରେ ଏକ ଆତ୍ମଶୁଦ୍ଧି ଶକ୍ତି ମଧ୍ୟ ଜାଗ୍ରତ ହୋଇଥାଏ । ବେଟି ବଚାଓ, ବେଟି ପଢ଼ାଓ ଏହାର ଏକ ଦୃଷ୍ଟାନ୍ତ ।”

ଆପଣ ସମସ୍ତଙ୍କୁ ନମସ୍କାର!

ଶ୍ରୀ ନାରାୟଣ ଧର୍ମ ସଂଘମ୍ ଟ୍ରଷ୍ଟର ସଭାପତି ସ୍ୱାମୀ ସଚ୍ଚିଦାନନ୍ଦ ଜୀ, ସାଧାରଣ ସମ୍ପାଦକ ସ୍ୱାମୀ ରୁତମଭରାନନ୍ଦ ଜୀ, କେନ୍ଦ୍ର ମନ୍ତ୍ରୀ ପରିଷଦର ମୋର ସାଥୀ କେରଳ ମାଟିର ସନ୍ତାନ ଶ୍ରୀ ବି. ମୁରଲୀଧରଣ ଜୀ, ରାଜୀବ ଚନ୍ଦ୍ରଶେଖର ଜୀ, ଶ୍ରୀ ନାରାୟଣ ଗୁରୁ ଧର୍ମ ସଂଘମ୍ ଟ୍ରଷ୍ଟର ଅନ୍ୟ ସମସ୍ତ ପଦାଧିକାରୀ ଗଣ, ଦେଶ ବିଦେଶରୁ ଆସିଥିବା ସମସ୍ତ ଶ୍ରଦ୍ଧାଳୁ ଗଣ, ମହିଳା ଏବଂ ଭଦ୍ର ଲୋକମାନେ,

ଯେତେବେଳେ ସାଧୁ ସନ୍ଥଙ୍କ ପାଦ ଆଜି ମୋର ଘରେ ପଡ଼ିଛି ତାହା ଆପଣ କଳ୍ପନା କରିପାରିବେ ନାହିଁ ଯେ ଏହା ମୋ ପାଇଁ କେତେ ଆନନ୍ଦର ସମୟ ଅଟେ ।

ଏଲ୍ଲା ପ୍ରିୟପଟ୍ଟଅ ମଲାୟାଲି-ଗକଲୁମଏଣ୍ଡେବୀନିତମାୟା ନମସ୍କାରମ  ଭାରତାତ୍ନିଣ୍ଡେ ଆଧ୍ୟାତ୍ମିକଚୈତନ୍ୟମାଣଶ୍ରୀନାରାୟଣ ଗୁରୁ ଦେବନ  ଅଦୈହତ୍ନିଣ୍ଡେଜନ୍ମତ୍ନାଲଧନ୍ୟ-ଭାଗପଟ୍ଟଅପୁଣ୍ୟଭୂମି ଆଣ କେରଳମ୍   

ସାଧୁମାନଙ୍କ କୃପା ଏବା ଶ୍ରୀ ନାରାୟଣ ଗୁରୁଙ୍କ ଆଶୀର୍ବାଦରୁ ମୋତେ ପୂର୍ବରୁ ମଧ୍ୟ ଆପଣ ସମସ୍ତ ମଧ୍ୟକୁ ଆସିବାର ସୁଯୋଗ ମିଳିଛି । ଶିବଗିରିକୁ ଆସି ଆପଣ ସମସ୍ତଙ୍କର ଆଶୀର୍ବାଦ ନେବାର ସୌଭାଗ୍ୟ ମିଳିଛି । ଏବଂ  ଯେତେବେଳେ ମୁଁ ଏଠାକୁ ଆସିଲି ସେହି ଆଧ୍ୟାତ୍ମିକ ଭୂମିର ଶକ୍ତିକୁ ସବୁବେଳେ ମୁଁ ଅନୁଭବ କରୁଥିଲି । ମୁଁ ଖୁସି ଯେ ଆଜି ଶିବଗିରି ତୀର୍ଥ ଉତ୍ସବରେ ଏବଂ ବ୍ରହ୍ମା ବିଦ୍ୟାଳୟମର ସୁବର୍ଣ୍ଣ ଜୟନ୍ତୀର ଆୟୋଜନରେ ମଧ୍ୟ ମୋତେ ସାମିଲ ହେବାର ଆପଣମାନେ ସମସ୍ତେ ଏହି ପୂର୍ଣ୍ଣ କାର୍ଯ୍ୟ କରିବାକୁ ସୁଯୋଗ ଦେଲେ । ମୁଁ ଜାଣି ନାହିଁ ଯେ ଆପଣଙ୍କ ସହିତ ମୋର କି ପ୍ରକାରର ସମ୍ପର୍କ ଅଛି । କିନ୍ତୁ ବେଳେବେଳେ ମୁଁ ଅନୁଭବ କରିଥାଏ ଏବଂ ମୁଁ ସେହି କଥାକୁ କେବେ ବି ଭୁଲିପାରିବି ନାହିଁ, ଯେତେବେଳେ କେଦାରନାଥ ଜୀରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା, ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଯାତ୍ରୀମାନେ ଜୀବନ-ମରଣ ସହିତ ସଂଘର୍ଷ କରୁଥିଲେ । ଉତ୍ତରାଖଣ୍ଡରେ ଏବଂ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା ଏବଂ କେରଳର ଶ୍ରୀମାନ ଆଣ୍ଟୋନୀ ପ୍ରତିରକ୍ଷା ମନ୍ତ୍ରୀ ଥିଲେ । ଏ ସବୁ ସତ୍ତ୍ୱେ ମଧ୍ୟ ମୋତେ ଅହମ୍ମଦାବାଦରେ ମୁଁ ମୁଖ୍ୟମନ୍ତ୍ରୀ ଗୁଜରାଟର ଶିବଗିରି ମଠରୁ ଫୋନ ଆସିଲା ଯେ ଆମର ସମସ୍ତ ସାଧୁ ଫସି ଯାଇଛନ୍ତି, ସେମାନଙ୍କ ସହିତ କୌଣସି ସମ୍ପର୍କ ହୋଇ ପାରୁନାହିଁ । ସେମାନେ କେଉଁଠାରେ ଅଛନ୍ତି, କେଉଁ ପରିସ୍ଥିତିରେ ଅଛନ୍ତି କିଛି ଜଣା ପଡୁନାହିଁ । ମୋଦି ଜୀ ଆପଣଙ୍କୁ ଏହି କାମ କରିବାକୁ ପଡ଼ିବ । ମୁଁ ଆଜି କଳ୍ପନା କରିପାରୁ ନାହିଁ ଯେ ଏତେ ବଡ଼ ସରକାର ଥାଇ ମଧ୍ୟ ଶିବଗିରି ମଠରେ ଏହି କାମ କରିବାକୁ ମୋତେ ନିର୍ଦେଶ ଦିଆଯାଇଥିଲା ଏବଂ ଗୁରୁ ମହାରାଜଙ୍କ କୃପା ରହିଲେ ଗୁଜରାଟରେ ମୋ ନିକଟରେ ସେତିକି ସମ୍ବଳ ନ ଥିଲା, ତଥାପି ମୁଁ ଏହି ପୁଣ୍ୟ କାର୍ଯ୍ୟର ସେବା କରିବାର ସୁଯୋଗ ପାଇଲି ଏବଂ ସମସ୍ତ ସାଧୁ ସନ୍ଥମାନଙ୍କୁ ଖୁସିରେ ଫେରାଇ ଆଣି ଶିବଗିରି ମଠରେ ପହଂଚାଇଥିଲି । ଏହି ଫୋନ କଲ ମୋ ପାଇଁ ଏକ ହୃଦୟସ୍ପର୍ଶୀ ଘଟଣା ଥିଲା ଯେ ଏହା କ’ଣ ମହାରାଜାଙ୍କ ଆଶୀର୍ବାଦ ହେବ, ଏହି ପବିତ୍ର କାର୍ଯ୍ୟ ପାଇଁ ଆପଣମାନେ ମୋତେ ବାଛିଥିଲେ, ଆଜି ଏହା ମଧ୍ୟ ଏକ ଶୁଭ ଅବସର ଅଛି । ଏହି ଅବସରରେ ମୁଁ ଆପଣଙ୍କ ସହିତ ଯୋଡ଼ି ହେବାର ଏକ ସୁଯୋଗ ପାଇଛି । ତୀର୍ଥଦାନମର ୯ଠ ବର୍ଷର ଯାତ୍ରା ଏବଂ ବ୍ରହ୍ମା ବିଦ୍ୟାଳୟମର ସୁବର୍ଣ୍ଣ ଜୟନ୍ତୀ, ଏହା କେବଳ ଏକ ଅନୁଷ୍ଠାନର ଯାତ୍ରା ନୁହେଁ, ଏହା ଭାରତର ସେହି ବିଚାରଧାରାର ମଧ୍ୟ ଅମର ଯାତ୍ରା । ଯାହା ବିଭିନ୍ନ ସମୟରେ, ବିଭିନ୍ନ ମାଧ୍ୟମରେ ଆଗକୁ ବଢୁଛି । ଭାରତରେ ଦର୍ଶନକୁ ଜୀବନ୍ତ କରି ରଖିବାରେ ଭାରତର ଏହି ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ ବିକାଶ ଯାତ୍ରାରେ କେରଳାଣକୟ ସର୍ବଦା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଏବଂ ଆବଶ୍ୟକ ସମୟରେ ମଧ୍ୟ ଏହାର ନେତୃତ୍ୱ ନେଇଥାଏ । ଶତାବ୍ଦୀ ଶତାବ୍ଦୀ ଧରି ୱାରକଲାକୁ ଦକ୍ଷିଣର କାଶୀ ବୋଲି କୁହାଯାଇଥାଏ । କାଶୀ ଉତ୍ତରରେ ହେଉ କିମ୍ବା ଦକ୍ଷିଣରେ! ବାରଣାସୀରେ ଶିବଙ୍କ ନଗରୀ ହେଉ, କିମ୍ବା ୱାରକଲାରେ ଶିବଗିରି ହେଉ । ଭାରତର ଶକ୍ତି ପ୍ରତ୍ୟେକ କେନ୍ଦ୍ର ଆମ ସମସ୍ତ ଭାରତୀୟଙ୍କ ଜୀବନରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି ସ୍ଥାନଗୁଡ଼ିକ କେବଳ ତୀର୍ଥଯାତ୍ରା ନୁହେଁ, ଏହା କେବଳ ବିଶ୍ୱାସର କେନ୍ଦ୍ର ନୁହେଁ, ଏହା ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ଏକ ପ୍ରକାରର ଜାଗ୍ରତ ପ୍ରତିଷ୍ଠାନ ଅଟେ । ଏହି ଅବସରରେ ମୁଁ ଶ୍ରୀ ନାରାୟଣ ଧର୍ମ ସଂଘମ୍ ଟ୍ରଷ୍ଟକୁ ସ୍ୱାମୀ ସଚ୍ଚିଦାନନ୍ଦ ଜୀଙ୍କୁ, ସ୍ୱାମୀ ରୁତାମଭରାନନ୍ଦ ଜୀଙ୍କୁ ଏବଂ ସ୍ୱାମୀ ଗୁରୁପ୍ରସାଦ ଜୀଙ୍କୁ ମୋର ହୃଦୟରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ତୀର୍ଥଦାନମ ଏବଂ ବ୍ରହ୍ମା ବିଦ୍ୟାଳୟମର ଏହି ସୁବର୍ଣ୍ଣ ଯାତ୍ରାରେ, ଏହି କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ କୋଟି ଅନୁଗାମୀଙ୍କର ଅଦମ୍ୟ ବିଶ୍ୱାସ ଏବଂ ଅକ୍ଳାନ୍ତ ପରିଶ୍ରମ ମଧ୍ୟ ଅନ୍ତର୍ଭୁକ୍ତ । ମୁଁ ଶ୍ରୀ ନାରାୟଣ ଗୁରୁଙ୍କ ସମସ୍ତ ଅନୁଗାମୀ ମାନଙ୍କୁ ତଥା ସମସ୍ତ ଭକ୍ତଙ୍କୁ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ଆଜି ଯେତେବେଳେ ମୁଁ ଆପଣ ସମସ୍ତ ସାଧୁ ଏବଂ ଗୁଣୀ ଆତ୍ମାମାନଙ୍କ ମଧ୍ୟରେ କଥାବାର୍ତ୍ତା କରୁଛି ସେତେବେଳେ ଭାରତର ବିଶେଷତ୍ୱ ହେଉଛି ଯେ ଯେତେବେଳେ ବି ସମାଜର ଚେତନା ଦୁର୍ବଳ ହେବାକୁ ଲାଗେ, ଅନ୍ଧକାର ବଢ଼ି ଯାଇଥାଏ, ସେତେବେଳେ କିଛି ମହାନ ଆତ୍ମା ଏକ ନୂତନ ଆଲୋକ ହୋଇ ସମ୍ମୁଖକୁ ଆସିଥାନ୍ତି । ଯେତେବେଳେ ଦୁନିଆର ଅନେକ ଦେଶ, ଅନେକ ସଭ୍ୟତା ଯେତେବେଳେ ସେମାନଙ୍କ ଧର୍ମରୁ ବିଚୁତ ହେଲେ ସେତେବେଳେ ଆଧ୍ୟାତ୍ମିକତାର ସ୍ଥାନରେ ଭୌତିକବାଦ ସ୍ଥାନ ନେଇଗଲା । ଏହା ଖାଲି ରହେ ନାହିଁ, ଭୌତିକବାଦ ପୂର୍ଣ୍ଣ କରିଦେଲା । କିନ୍ତୁ ଭାରତ କିଛି ଅଲଗା ଅଟେ । ଭାରତର ସାଧୁମାନେ, ଭାରତର ସନ୍ଥମାନେ, ଭାରତର ଗୁରୁମାନେ ସର୍ବଦା ଚିନ୍ତାଧାରା ଏବଂ ବ୍ୟବହାରକୁ ସର୍ବଦା ପରିଷ୍କାର କରୁଥିଲେ, ସଂଶୋଧନ କଲେ ଏବଂ ସମ୍ବର୍ଦ୍ଧନ ମଧ୍ୟ କରି ଆସୁଛନ୍ତି । ଶ୍ରୀ ନାରାୟଣ ଗୁରୁ ଆଧୁନିକତା ବିଷୟରେ କହିଥିଲେ! କିନ୍ତୁ ଏଥିସହିତ ସେ ଭାରତୀୟ ସଂସ୍କୃତି ଏବଂ ମୂଲ୍ୟବୋଧକୁ ସମୃଦ୍ଧ କରିବା ପାଇଁ ମଧ୍ୟ ନିରନ୍ତର କାର୍ଯ୍ୟ କରିଥିଲେ । ସେ ଶିକ୍ଷା ଏବଂ ବିଜ୍ଞାନ ବିଷୟରେ କହିଥିଲେ କିନ୍ତୁ ତା’ ସହିତ ଆମର ଧର୍ମ ଏବଂ ବିଶ୍ୱାସର ଆମର ହଜାର ବର୍ଷର ପରମ୍ପରାକୁ ଗୌରବାନ୍ୱିତ କରିବାକୁ କେବେ ହେଲେ ମଧ୍ୟ ପଛଘୁଞ୍ଚା ଦେଇ  ନ ଥିଲେ । ଏଠାରେ ଶିବଗିରି କ୍ଷେତ୍ର ମାଧ୍ୟମରେ ବୈଜ୍ଞାନିକ ଚିନ୍ତାଧାରାର ଏକ ନୂତନ ସ୍ରୋତ ମଧ୍ୟ ଉତ୍ପନ୍ନ ହୁଏ ଏବଂ ସାରଦା ମଠରେ ଦେବୀ ସରସ୍ୱତୀଙ୍କୁ ମଧ୍ୟ ପୂଜା କରାଯାଇଥାଏ । ନାରାୟଣ ଗୁରୁଜୀ ଧର୍ମକୁ ପରିଷ୍କାର କରିଛନ୍ତି, ପରିମାର୍ଜିତ କରିଛନ୍ତି, ସମୟ ଅନୁସାରେ ପରିବର୍ତ୍ତନ କରିଛନ୍ତି । ସମୟ ବାହ୍ୟ ଜିନିଷ ସବୁକୁ ଛାଡ଼ିଦେଲା । ସେମାନେ ପରମ୍ପରା ଏବଂ ମନ୍ଦ ବିରୁଦ୍ଧରେ ପ୍ରଚାର କରିଥିଲେ ଏବଂ ଭାରତକୁ ଏହାର ବାସ୍ତବତା ସହିତ ଅବଗତ କରାଇଥିଲେ । ଏବଂ ସେହି ଅବଧି ସ୍ୱାଭାବିକ ନ ଥିଲା । ପରମ୍ପରା ବିରୋଧରେ ଠିଆ ହେବା ଏକ ଛୋଟ କାର୍ଯ୍ୟ ନୁହେଁ । ଆଜି ଆମେ ଏହାର କଳ୍ପନା କରିପାରିବୁ ନାହିଁ । କିନ୍ତୁ ସ୍ୱାମୀ ନାରାୟଣ ଗୁରୁଜୀ ତାହା କରି ଦେଖାଇଥିଲେ । ସେ ଜାତିବାଦ ନାମରେ ଚାଲିଥିବା ଉଚ୍ଚ-ନୀଚ ଭେଦଭାବ ବିରୁଦ୍ଧରେ ସେ ଏକ ଯୁକ୍ତିଯୁକ୍ତ ଏବଂ ବ୍ୟବହାରିକ ଲଢ଼େଇ କରିଥିଲେ । ଆଜି ନାରାୟଣ ଗୁରୁଜୀଙ୍କର ସେହି ପ୍ରେରଣାକୁ ନେଇ ଦେଶ ଗରିବ, ଦଳିତ, ପଛୁଆ ବର୍ଗଙ୍କୁ ସେବା ଯୋଗାଉଛି, ସେମାନଙ୍କୁ ସେମାନଙ୍କର ଯେଉଁ ଅଧିକାର ପାଇବା ଦରକାର, ସେମାନଙ୍କୁ ଯେଉଁ ଅଧିକାର ମିଳିବା ଦରକାର, ସେମାନଙ୍କୁ ସେହି ଅଧିକାର ଦେବା ଏହା ଆମର ପ୍ରାଥମିକତା ଅଟେ । ଏବଂ ସେଥିପାଇଁ ଆଜି ଦେଶ ସବକା ସାଥସବକା ବିକାଶସବକା ବିଶ୍ୱାସ ଏବଂ ସବକା ପ୍ରୟାସ ମନ୍ତ୍ର ସହିତ ଆଗକୁ ବଢୁଛି ।

ସାଥୀମାନେ,

ଶ୍ରୀ ନାରାୟଣ ଗୁରୁଜୀ ଆଧ୍ୟାତ୍ମିକ ଚେତନାର ଏକ ଅଂଶ ଥିଲେ । ସେ ଆଧ୍ୟାତ୍ମିକ ପ୍ରେରଣାର ଏକ ପ୍ରକାଶପୁଞ୍ଜ ଥିଲେ, କିନ୍ତୁ ଏହା ମଧ୍ୟ ସେତିକି ସତ୍ୟ ଯେ ଶ୍ରୀ ନାରାୟଣ ଗୁରୁଜୀ ଜଣେ ସାମାଜିକ ସଂସ୍କାରକ, ବିଚାରକ ଏବଂ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ମଧ୍ୟ ଥିଲେ । ସେ ତାଙ୍କ ସମୟ ଠାରୁ ବହୁତ ଆଗକୁ ଚିନ୍ତା କରୁଥିଲେ । ସେ ବହୁତ ଦୂରକୁ ଦେଖି ପାରୁଥିଲେ । ଏହି କାରଣରୁ ଆପଣ କଳ୍ପନା କରିପାରିବେ ଯେ ଗୁରୁଦେବ ଜଣେ ରେଡିକାଲ ଥିଙ୍କର ସହିତ ଜଣେ ବ୍ୟବହାରିକ ସଂସ୍କାରକ ମଧ୍ୟ ଥିଲେ । ସେ କହୁଥିଲେ ଯେ ଆମେ ବଳପୂର୍ବକ ଯୁକ୍ତି କରି ଜିତିବା ପାଇଁ ଏଠାକୁ ଆସି ନାହୁଁ ବରଂ ଆମେ ଏଠାକୁ ଜାଣିବାକୁ, ଶିଖିବାକୁ ଆସିଛୁ । ସେ ଜାଣିଥିଲେ ଯେ ସମାଜକୁ ବାଦ ବିବାଦର ଅସୁବିଧାରେ ସୁଧାରି ହେବ ନାହିଁ । ସମାଜରେ ସୁଧାର ଆସିଥାଏ ଯେତେବେଳେ ଲୋକଙ୍କ ସହ କାମ କରିବା, ସେମାନଙ୍କ ଭାବନାକୁ ବୁଝିବା ଏବଂ ଲୋକମାନଙ୍କୁ ସେମାନଙ୍କ ଭାବନା ବୁଝାଇବା । ଯେତେବେଳେ ଆମେ କାହା ସହିତ ଯୁକ୍ତିତର୍କ ଆରମ୍ଭ କରି ଦେଇଥାଉ ସେହି ମୁହୂର୍ତ୍ତରେ ତାଙ୍କ ସମ୍ମୁଖରେ ଥିବା ବ୍ୟକ୍ତି ତାଙ୍କ ପକ୍ଷ ପାଇଁ ଯୁକ୍ତିତର୍କ ସହ ସବୁ ଖୋଜି ସେମାନଙ୍କୁ ଦେଇ ଦେଇଥାନ୍ତି । କିନ୍ତୁ ଯେମିତି ଆମେ କାହାକୁ ବୁଝାଇବା ଆରମ୍ଭ କରି ଦେଇଥାଉ ସାମ୍ନାରେ ଥିବା ବ୍ୟକ୍ତି ଆମକୁ ବୁଝାଇବା ଆରମ୍ଭ କରି ଦେଇଥାନ୍ତି । ନାରାୟଣ ଗୁରୁଜୀ ମଧ୍ୟ ଏହି ପରମ୍ପରାକୁ, ଏହି ମର୍ଯ୍ୟାଦାକୁ ସବୁବେଳେ ଅନୁସରଣ କରିଥିଲେ । ସେ ଅନ୍ୟମାନଙ୍କ ଭାବନାକୁ ବୁଝୁଥିଲେ ଏବଂ ତା’ପରେ ସେ ତାଙ୍କ କଥା ବୁଝାଇବାକୁ ଚେଷ୍ଟା କରୁଥିଲେ । ସେ ସମାଜରେ ସେହି ବାତାବରଣ ସୃଷ୍ଟି କରୁଥିଲେ ଯାହା ସମାଜ ନିଜେ ସଠିକ ଯୁକ୍ତି ସହିତ ଆତ୍ମ-ଉନ୍ନତି ପ୍ରକ୍ରିୟାରେ ଲାଗି ପଡୁଥିଲା । ଯେତେବେଳେ ଆମେ ସମାଜରେ ସଂସ୍କାରରର ଏହି ପଥରେ ଚାଲିବା, ସେତେବେଳେ ସମାଜରେ ଆତ୍ମ-ଉନ୍ନତିର ଏକ ଶକ୍ତି ମଧ୍ୟ ଜାଗ୍ରତ ହୋଇଥାଏ । ବର୍ତ୍ତମାନ ଆମ ସରକାର ଯେପରି ‘ବେଟି -ବଚାଓ, ବେଟି- ପଢ଼ାଓ’ ଅଭିଯାନ ଆରମ୍ଭ କରିଛନ୍ତି ଆଇନ ପୂର୍ବରୁ ମଧ୍ୟ ଥିଲା । କିନ୍ତୁ ଝିଅମାନଙ୍କ ସଂଖ୍ୟାରେ ଉନ୍ନତି ଆସିବା କେବଳ ନିକଟ ଅତୀତରେ ଘଟିଛି । ଏହା ଏପରି ଘଟିଲା, କାରଣ ଆମ ସରକାର ସମାଜକୁ ସଠିକ କାର୍ଯ୍ୟ କରିବାକୁ ପ୍ରେରଣା ଦେଲେ । ସଠିକ ବାତାବରଣ ସୃଷ୍ଟି କଲେ । ଯେତେବେଳେ ଲୋକମାନଙ୍କୁ ଲାଗିଲା ଯେ ସରକାର ଠିକ କାର୍ଯ୍ୟ କରୁଛନ୍ତି ସେତେବେଳେ ସ୍ଥିତି ମଧ୍ୟ ଦ୍ରୁତ ଗତିରେ ଉନ୍ନତି କରିବାକୁ ଲାଗିଲା । ଏବଂ ପ୍ରକୃତ ଅର୍ଥରେ ସମସ୍ତଙ୍କର ପ୍ରୟାସ ଯୋଗୁ ତାହାର ଫଳ ଆଜି ଦୃଶ୍ୟମାନ ହେଉଛି । ସମାଜର ଉନ୍ନତି ପାଇଁ ଏହା ହେଉଛି ଏକମାତ୍ର ଉପାୟ । ଏବଂ ଏହି ମାର୍ଗ ଆମେ ଯେତେ ଶ୍ରୀ ନାରାୟଣ ଗୁରୁଙ୍କ ପଢ଼ିବା, ଶିଖିବା ଏବଂ ବୁଝିବା ତାହା ସେତିକି ଅଧିକ ସ୍ପଷ୍ଟ ହୋଇଯିବ ।

ସାଥୀମାନେ,

ଶ୍ରୀ ନାରାୟଣ ଗୁରୁ ଆମକୁ ମନ୍ତ୍ର ଦେଇଥିଲେ-

ଔରୁ ଜାତି

ଔରୁ ମଠମ୍

ଔରୁ ଦେବମ୍ ମନୁଷ୍ୟାନୁ 

ସେ ଗୋଟିଏ ଜାତି, ଗୋଟିଏ ଧର୍ମ, ଗୋଟିଏ ଭଗବାନଙ୍କୁ ଆହ୍ୱାନ କରିଥିଲେ । ଯଦି ଆମେ ନାରାୟଣ ଗୁରୁଜୀଙ୍କର ଏହି ଆହ୍ୱାନକୁ ଅତି ଗଭୀରତାର ସହ ବୁଝିବା ଏହା ଭିତରେ ଛପି ରହିଥିବା ବାର୍ତ୍ତାକୁ ବୁଝିବା ତେବେ ଆମେ ପାଇବୁ ଯେ ତାଙ୍କର ଏହି ବାର୍ତ୍ତାରେ ଆତ୍ମନିର୍ଭର ଭାରତ ପାଇଁ ମଧ୍ୟ ବାଟ ଫିଟିଛି । ଆମ ସମସ୍ତଙ୍କର ଗୋଟିଏ ଜାତି- ଭାରତୀୟତା ଏବଂ ଆମ ସମସ୍ତଙ୍କର ଗୋଟିଏ ଭଗବାନ ଅଛନ୍ତି- ଭାରତମାତାଙ୍କର ୧୩ଠ କୋଟିରୁ ଅଧିକ ସନ୍ତାନ । ଶ୍ରୀ ନାରାୟଣ ଗୁରୁଜୀଙ୍କର ଜାତି, ଧର୍ମ, ଏକ ଈଶ୍ୱରଙ୍କ ଆହ୍ୱାନ ଆମର ଦେଶପ୍ରେମର ଭାବନାକୁ ଏକ ଆଧ୍ୟାତ୍ମିକ ଉଚ୍ଚତା ପ୍ରଦାନ କରିଥାଏ । ଆମର ଦେଶଭକ୍ତି ଶକ୍ତିର ପ୍ରଦର୍ଶନ ନୁହେଁ ବରଂ ଆମର ଦେଶ ପ୍ରେମ ମା’ ଭାରତୀଙ୍କ ଉପାସନା କୋଟି କୋଟି ଦେଶବାସୀଙ୍କ ସେବା ସାଧନା ଅଟେ । ଆମେ ଏହି କଥାକୁ ବୁଝି ଆଗକୁ ବଢ଼ିବା, ଶ୍ରୀ ନାରାୟଣ ଗୁରୁଜୀଙ୍କ ବାର୍ତ୍ତାକୁ ପାଳନ କରିବା । ତେବେ ଦୁନିଆରେ କୌଣସି ଶକ୍ତି ଆମ ଭାରତୀୟଙ୍କ ମଧ୍ୟରେ  ମତଭେଦ ସୃଷ୍ଟି କରିପାରିବ ନାହିଁ ଏବଂ ଏହା ଆମେ ସମସ୍ତେ ଜାଣୁ ଯେ ଏକାଠି ହେବା ଭାରତୀୟଙ୍କ ପାଇଁ ଦୁନିଆର କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ ।

ସାଥୀମାନେ,

ଶ୍ରୀ ନାରାୟଣ ଗୁରୁ ତୀର୍ଥଦାନମର ପରମ୍ପରାକୁ ସ୍ୱାଧୀନତା ପୂର୍ବରୁ ଆରମ୍ଭ କରିଥିଲେ । ଦେଶ ମଧ୍ୟ ଏହି ସମୟରେ ନିଜର ସ୍ୱାଧୀନତାର ୭୫ ବର୍ଷର ଅମୃତ ମହୋତ୍ସବ ପାଳନ କରୁଛି । ଏପରି ସମୟରେ ଆମେ ଏହା ମନେ ରଖିବା ଉଚିତ ଯେ ଆମର ସ୍ୱାଧୀନତା ସଂଗ୍ରାମ କେବଳ ବିରୋଧ ପ୍ରଦର୍ଶନ ଏବଂ ରାଜନୈତିକ ରଣନୀତି ପର୍ଯ୍ୟନ୍ତ ସୀମିତ ନ ଥିଲା । କେବଳ ଦାସତ୍ୱର ସିକୁଳିକୁ ଭାଙ୍ଗିବା ପାଇଁ ଏହା ଏକ ସଂଗ୍ରାମ ଥିଲା । କିନ୍ତୁ ତା’ ସହିତ ଏକ ମୁକ୍ତ ଦେଶ ଭାବରେ ଆମେ ଥିବା, କିପରି ଥିବା, ଏହାର ବିଚାର ମଧ୍ୟ ସଙ୍ଗେ ସଙ୍ଗେ ଚାଲୁଥିଲା । କାରଣ ଆମେ କୌଣସି ଜିନିଷକୁ ବିରୋଧ କରୁଛୁ ତାହା କେବଳ ଗୁରୁତ୍ୱପୂର୍ଣ୍ଣ ନୁହେଁ, ସେଥିପାଇଁ ଆମର ସ୍ୱାଧୀନତା ସଂଗ୍ରାମରୁ ଏତେ ମହାନ ଚିନ୍ତାଧାରାର ପରମ୍ପରା ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଅବଧିରେ ନୂତନ ବିଚାରକ ମିଳିଲେ । ଭାରତ ପାଇଁ ଏତେ ସଂକଳ୍ପ, ଏତେ ଗୁଡ଼ିଏ ସ୍ୱପ୍ନ ଏକାଠି ଠିଆ ହେଲା । ଦେଶର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ନେତା ଓ ମହାନ ବ୍ୟକ୍ତିମାନେ ପରସ୍ପରକୁ ଭେଟୁଥିଲେ । ଜଣେ ଅନ୍ୟଜଣଙ୍କ ଠାରୁ ଶିଖୁଥିଲେ । ଆଜି ଏହି ଟେକ୍ନୋଲୋଜୀ ଯୁଗରେ ଆମକୁ ଏସବୁ ଅତି ସହଜ ଲାଗିପାରେ । କିନ୍ତୁ ସେହି ଯୁଗରେ ଏହି ସୁବିଧା, ଏହି ସୋସିଆଲ ମିଡିଆ ଏବଂ ମୋବାଇଲର ଯୁଗ ସେତେବେଳେ ନ ଥିଲା । କିନ୍ତୁ ପୁଣି ଏ ଜନନାୟକ, ଏ ନେତା ଏକାଠି ମିଶି ଆଲୋଚନା କରୁଥିଲେ, ଆଧୁନିକ ଭାରତର ରୂପରେଖକୁ ଟାଣୁଥିଲେ । ଆପଣ ଦେଖନ୍ତୁ, ୧୯୨୨ ମସିହାରେ ଦେଶର ପୂର୍ବ ଭାଗରୁ ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋର ଦକ୍ଷିଣରେ ଆସି ନାରାୟଣ ଗୁରୁଙ୍କୁ ଭେଟୁଥିଲେ । ସେତେବେଳେ ଗୁରୁଙ୍କୁ ଭେଟିବା ପରେ ଗୁରୁଦେବ କହିଥିଲେ ଯେ- “ମୁଁ ଆଜି ପର୍ଯ୍ୟନ୍ତ ନାରାୟଣ ଗୁରୁଙ୍କ ଠାରୁ ଏକ ମହାନ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଦେଖିନାହିଁ ।” ୧୯୨୫ ମସିହାରେ ମହାତ୍ମା ଗାନ୍ଧି ଜୀ ଗୁଜରାଟରୁ, ସାବରମତୀ କୂଳରୁ, ଦେଶର ପଶ୍ଚିମ ଭାଗରେ ଯାଇ ଏଠାକୁ ଆସୁଥିଲେ । ଶ୍ରୀ ନାରାୟଣ ଗୁରୁଙ୍କୁ ଭେଟୁଥିଲେ । ତାଙ୍କ ସହ ହୋଇଥିବା ଆଲୋଚନା ଗାନ୍ଧିଜୀଙ୍କୁ ବହୁତ ପରିମାଣରେ ପ୍ରଭାବିତ କରିଥିଲା । ସ୍ୱାମୀ ବିବେକାନନ୍ଦ ଜୀ ନିଜେ ନାରାୟଣ ଗୁରୁଙ୍କୁ ଭେଟିବା ପାଇଁ ପହଂଚିଥିଲେ । ଏହିପରି ଅନେକ ମହାନ ବ୍ୟକ୍ତିତ୍ୱ ନାରାୟଣ ଗୁରୁଙ୍କ ପାଦ ତଳେ ବସି ସତସଂଗ କରୁଥିଲେ । ସେଠାରେ କେତେ ବିଷୟରେ ଆଲୋଚନା ହେଉଥିଲା । ଏହି ଚିନ୍ତାଧାରାଗୁଡ଼ିକ ଶହ ଶହ ବର୍ଷର ଦାସତ୍ୱ ପରେ ଗୋଟିଏ ରାଷ୍ଟ୍ର ଭାବରେ ଭାରତର ପୁନଃ ନିର୍ମାଣର ମଞ୍ଜି ପରି ଥିଲା । ଏଭଳି ଅନେକ ସାମାଜିକ, ରାଜନୈତିକ ଏବଂ ଆଧ୍ୟାତ୍ମିକ ବ୍ୟକ୍ତି ଏକତ୍ରିତ ହେଲେ । ସେମାନ ଦେଶରେ ଚେତନା ଜାଗ୍ରତ କଲେ, ଦେଶକୁ ପ୍ରେରଣା ଦେଲେ, ଦେଶକୁ ମାର୍ଗ ଦେଖାଇବା ପାଇଁ କାର୍ଯ୍ୟ କଲେ । ଆଜି ଆମେ ଯେଉଁ ଭାରତ ଦେଖୁଛୁ, ସ୍ୱାଧୀନତାର ଏହି ୭୫ ବର୍ଷର ଯେଉଁ ଯାତ୍ରାକୁ ଆମେ ଦେଖୁଛୁ ତାହା ମହାପୁରୁଷମାନଙ୍କ ବିଚାର, ଚିନ୍ତାଧାରାର ଫଳାଫଳ ଅଟେ ଯାହା ଆଜି ଆମ ସମ୍ମୁଖରେ ଅଛି ।

 

 

 

ସାଥୀମାନେ,

ସ୍ୱାଧୀନତାରେ ଆମର ସାଧୁମାନେ ଯେଉଁ ପଥ ଦେଖାଇଥିଲେ ଆଜି ଭାରତ ସେହି ଲକ୍ଷ୍ୟଗୁଡ଼ିକର ନିକଟତର ହେଉଛି। ବର୍ତ୍ତମାନ ଆମକୁ ନୂତନ ଲକ୍ଷ୍ୟ ଗଢ଼ିବାକୁ ହେବ, ନୂତନ ସଂକଳ୍ପ ନେବାକୁ ହେବ । ଆଜି ଠାରୁ ୨୫ ବର୍ଷ ପରେ ଦେଶ ଏହାର ସ୍ୱାଧୀନତାର ଶହେ ବର୍ଷ ପାଳନ କରିବ ଏବଂ ଦଶ ବର୍ଷ ପରେ ମଧ୍ୟ ତୀର୍ଥଦାନମର ୧ଠଠ ବର୍ଷର ଯାତ୍ରା ମଧ୍ୟ ପାଳନ ହେବ । ତାହାର ମଧ୍ୟ ଉତ୍ସବ ପାଳନ କରିବୁ । ଏହି ଶହେ ବର୍ଷର ଯାତ୍ରାରେ ଆମର ସଫଳତା ବିଶ୍ୱବ୍ୟାପି ହେବା ଉଚିତ ଏବଂ ଏଥିପାଇଁ ଆମର ଦୃଷ୍ଟିକୋଣ ମଧ୍ୟ ବିଶ୍ୱବ୍ୟାପି ହେବା ଉଚିତ ।

ଭାଇ  ଭଉଣୀମାନେ,

ଆଜି ବିଶ୍ୱ ସମ୍ମୁଖରେ ଅନେକ ଭାଗିଦାରୀର ଆହ୍ୱାନ ଅଛି, ଭାଗିଦାରୀ ସଂକଟ ଦେଇ ଗତି କରୁଛି । କରୋନା ମହାମାରୀ ସମୟରେ ଆମେ ଏହାର ଏକ ଝଲକ ଦେଖିଛୁ । ମାନବିକତା ସମ୍ମୁଖରେ ଭବିଷ୍ୟତର ପ୍ରଶ୍ନ ଉତ୍ତର ଭାରତର ଅନୁଭବକୁ ଏବଂ ଭାରତର ସାଂସ୍କୃତି ସମାର୍ଥ୍ୟରୁ ବାହାରି ପାରିବ । ଏଥିରେ ଆମର ଆଧ୍ୟାତ୍ମିକ ଗୁରୁ, ଏହି ମହାନ ପରମ୍ପରାରେ  ଏକ ବହୁତ ବଡ଼ ଭୂମିକା ନିର୍ବାହ କରିଛନ୍ତି । ତୀର୍ଥଦାନମର ବୌଦ୍ଧିକ ବିମର୍ଶ ଏବଂ ପ୍ରୟାସରେ ଆମର ନୂତନ ପିଢ଼ିକୁ ବହୁତ କିଛି ଶିଖିବାକୁ ମିଳିଥାଏ । ମୋତେ ପୁରା ବିଶ୍ୱାସ ଅଛି ଯେ ଶିବଗିରି ତୀର୍ଥଦାନମର ଏହି ଯାତ୍ରା ଏହିପରି ନିରନ୍ତର ଜାରି ରହିବ । କଲ୍ୟାଣ ଏବଂ ଏକତାର ପ୍ରତୀକ ଏବଂ ଗତିଶୀଳତାର ପ୍ରତୀକ ତୀଥଯାତ୍ରାଗୁଡ଼ିକ ଭାରତକୁ ନିଜ ଗନ୍ତବ୍ୟ ସ୍ଥଳକୁ ନେବା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ହେବ । ଏହି ଭାବନା ସହିତ ମୁଁ ପୁଣିଥରେ କହୁଛି ଆପଣ ସମସ୍ତେ ଏଠାକୁ ଆସନ୍ତୁ, ମୁଁ ହୃଦୟରୁ ଆପଣ ସମସ୍ତଙ୍କ ନିକଟରେ କୃତଜ୍ଞ ଏବଂ ମୋର ବିଶ୍ୱାସ ଅଛି ଯେ ଆମେ ସମସ୍ତେ ମିଶି ଯେଉଁ ସ୍ୱପ୍ନ, ଯେଉଁ ସଂକଳ୍ପ ନେଇଛୁ, ମୋତେ ମଧ୍ୟ ଜଣେ ସତସଂଗୀ ଭାବରେ, ଜଣେ ଭକ୍ତ ଭାବରେ ଆପଣଙ୍କର ଏହି ସଂକଳ୍ପ ସହିତ ଯୋଡ଼ି ହେବା ମୋର ସୌଭାଗ୍ୟ ହେବ, ମୋ ପାଇଁ ଗୌରବ ହେବ । ମୁଁ ପୁଣିଥରେ ଆପଣ ସମସ୍ତଙ୍କର ସ୍ୱାଗତ କରିବା ସହ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Crude Steel Production Rises 3% To Reach 14.2 MT In May

Media Coverage

India's Crude Steel Production Rises 3% To Reach 14.2 MT In May
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights 12 years of transformative initiatives centered on Garib Kalyan and human empowerment
June 08, 2026

Prime Minister Shri Narendra Modi today highlighted that over the last 12 years, India has witnessed many transformations, stating that at the core of these changes is the welfare of the poor and downtrodden. The Prime Minister noted that the government has always been inspired by Antyodaya and its effort has always been to ensure that the benefits of development reach those who were left behind for decades.

Shri Modi observed that from Jan Dhan accounts and Direct Benefit Transfer to Swachh Bharat, PM Awas Yojana, Jal Jeevan Mission, Ayushman Bharat and more, every initiative has been driven by a simple objective of ensuring people have dignity and opportunity.

The Prime Minister expressed gladness that technology has played a vital role in ensuring a better quality of life for the poor. Shri Modi pointed out that through Direct Benefit Transfer and digital platforms, support is reaching people directly and transparently. The Prime Minister affirmed that this has reduced leakages, improved efficiency, and strengthened trust in governance, adding that this is how the journey of furthering Garib Kalyan has become a collective movement towards human empowerment and realising the dream of a Viksit Bharat.

In a series of posts on X, the Prime Minister shared:

"Over the last 12 years, India has witnessed many transformations and at the core of these changes is the welfare of the poor and downtrodden. We have always been inspired by Antyodaya and our effort has always been to ensure that the benefits of development reach those who were left behind for decades. From Jan Dhan accounts and Direct Benefit Transfer to Swachh Bharat, PM Awas Yojana, Jal Jeevan Mission, Ayushman Bharat and more, every initiative has been driven by a simple objective of ensuring people have dignity and opportunity.
#12YearsOfGaribKalyan”

“It is also gladdening that technology has played a vital role in ensuring a better quality of life for the poor. Through Direct Benefit Transfer and digital platforms, support is reaching people directly and transparently. This has reduced leakages, improved efficiency and strengthened trust in governance. This is how the journey of furthering Garib Kalyan has become a collective movement towards human empowerment and realising our dream of a Viksit Bharat.

#12YearsOfGaribKalyan"