ଗାୟତ୍ରୀ ପରିବାର ପକ୍ଷରୁ ଆୟୋଜିତ ଅଶ୍ୱମେଧ ଯଜ୍ଞ ଏକ ବିରାଟ ସାମାଜିକ ଅଭିଯାନରେ ପରିଣତ ହୋଇଛି
"ବୃହତ ଜାତୀୟ ଏବଂ ବିଶ୍ୱସ୍ତରୀୟ ପଦକ୍ଷେପ ସହିତ ଏକୀକରଣ ଯୁବକମାନଙ୍କୁ ଛୋଟ ଛୋଟ ସମସ୍ୟାରୁ ଦୂରେଇ ରଖିବ"
"ଏକ ନିଶା ମୁକ୍ତ ଭାରତ ଗଠନ ପାଇଁ, ପରିବାରଗୁଡ଼ିକ ଅନୁଷ୍ଠାନ ଭାବରେ ସୁଦୃଢ଼ ହେବା ଜରୁରୀ"
"ଜଣେ ଉତ୍ସାହିତ ଯୁବକ ନିଶା ଦ୍ରବ୍ୟ ସେବନ ଆଡକୁ ମୁହାଁଇ ପାରିବ ନାହିଁ"

ଗାୟତ୍ରୀ ପରିବାରର ସମସ୍ତ ଉପାସକ, ସମସ୍ତ ସମାଜସେବୀ
ଉପସ୍ଥିତ ସାଧକ ସାଥୀଗଣ,
ଭାଇ ଓ ଭଉଣୀମାନେ,

ଗାୟତ୍ରୀ ପରିବାରର କୌଣସି ବି ଆୟୋଜନ ଏତେ ପବିତ୍ରତା ସହ ଯୋଡି ହୋଇଥାଏ ଯେ, ସେଥିରେ ସାମିଲ ହେବା ନିଜ ପାଇଁ ଏକ ସୌଭାଗ୍ୟର ବିଷୟ ହୋଇଥାଏ । ମତେ ଖୁସି ଲାଗୁଛି ଯେ ମୁଁ ଆଜି ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଅଶ୍ୱମେଧ ଯଜ୍ଞର ଅଂଶ ହୋଇପାରିଛି । ଯେତେବେଳେ ମୋତେ ଗାୟତ୍ରୀ ପରିବାର ତରଫରୁ ଏହି ଅଶ୍ୱମେଧ ଯଜ୍ଞରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ ମିଲିଥିଲା, ସେତେବେଳେ ସମୟ ଅଭାବ ସହ ମୋ ସମ୍ମୁଖରେ ଏକ ଦ୍ୱନ୍ଦ୍ୱ ମଧ୍ୟ ଥିଲା । ଭିଡିଓ ମାଧ୍ୟମରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଏକ ସମସ୍ୟା ଏହା ଥିଲା ଯେ ସାଧାରଣ ମଣିଷ, ଅଶ୍ୱମେଧ ଯଜ୍ଞକୁ କ୍ଷମତାର ବିସ୍ତାର ସହ ଯୋଡିକି ଦେଖିଥାଏ ।  ଆଜିକାଲି ନିର୍ବାଚନର ଏହି ସମୟରେ ସ୍ୱଭାବିକ ଭାବରେ ଅଶ୍ୱମେଧ ଯଜ୍ଞର କିଛି ଅନ୍ୟ ଅର୍ଥ ବାହାରି ପଡିଥାନ୍ତା । କିନ୍ତୁ ତାପରେ ମୁଁ ଦେଖିଲେ ଯେ ଅଶ୍ୱମେଧ ଯଜ୍ଞ, ଆଚାର୍ଯ୍ୟ ଶ୍ରୀରାମ ଶର୍ମାଙ୍କ ଭାବନା ଗୁଡିକୁ ଆଗକୁ ବଢାଉଛି, ଅଶ୍ୱମେଧ ଯଜ୍ଞର ଏକ ନୂଆ ଅର୍ଥକୁ ପ୍ରତିପାଦିତ କରୁଛି, ତାପରେ ମୋର ସମସ୍ତ ଦ୍ୱନ୍ଦ୍ୱ ଦୂର ହୋଇଗଲା ।

ଆଜି ଗାୟତ୍ରୀ ପରିବାରର ଅଶ୍ୱମେଧ ଯଜ୍ଞ, ସାମାଜିକ ସଂକଳ୍ପର ଏକ ମହା-ଅଭିଯାନରେ ପରିଣତ ହୋଇସାରିଛି । ଏହି ଅଭିଯାନରୁ ଯେଉଁ ଲକ୍ଷ ଲକ୍ଷ ଯୁବା ନିଶା ଏବଂ ଆସକ୍ତିର କବଳରୁ ରକ୍ଷା ପାଇବେ, ସେମାନଙ୍କର ସେହି ଅପାର ଶକ୍ତି ରାଷ୍ଟ୍ର ନିର୍ମାଣର କାର୍ଯ୍ୟରେ ଲାଗିବ । ଯୁବା ହିଁ ଆମର ରାଷ୍ଟ୍ରର ଭବିଷ୍ୟତ ଅଟେ । ଯୁବବର୍ଗର ବିକାଶ ହିଁ ରାଷ୍ଟ୍ରର ଭବିଷ୍ୟତର ନିର୍ମାଣ ଅଟେ । ସେମାନଙ୍କ କାନ୍ଧ ଉପରେ ହିଁ ଏହି ଅମୃତକାଳରେ ଭାରତକୁ ବିକଶିତ କରିବାର ଦ୍ୱାୟିତ୍ୱ ରହିଛି । ମୁଁ ଏହି ଯଜ୍ଞ ପାଇଁ ଗାୟତ୍ରୀ ପରିବାରକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ମୁଁ ନିଜେ ମଧ୍ୟ ଗାୟତ୍ରୀ ପରିବାରର ଶହ ଶହ ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବରେ ଜାଣେ । ଆପଣ ସମସ୍ତେ ଭକ୍ତି ଭାବ ସହ, ସମାଜକୁ ସଶକ୍ତ କରିବା ପାଇଁ ଲାଗିଛନ୍ତି । ଶ୍ରୀରାମ ଶର୍ମା ଜୀଙ୍କ ତର୍କ, ତାଙ୍କର ତଥ୍ୟ, ଅସତ୍ୟ ବିରୁଦ୍ଧରେ ଲଢିବାର ତାଙ୍କର ସାହସ, ବ୍ୟକ୍ତିଗତ ଜୀବନର ସାଧୁତା, ସମସ୍ତଙ୍କୁ ପ୍ରେରଣା ଦେଇ ଚାଲିଛି । ଆପଣ ଯେଉଁଭଳି ଆଚାର୍ଯ୍ୟ ଶ୍ରୀରାମ ଶର୍ମା ଜୀ ଏବଂ ମାତା ଭଗବତୀଙ୍କ ସଂକଳ୍ପ ଗୁଡିକୁ ଆଗକୁ ବଢାଉଛନ୍ତି, ତାହା ବାସ୍ତବରେ ପ୍ରଶଂସନୀୟ ଅଟେ ।

ବନ୍ଧୁଗଣ,
ନିଶା ଏପରି ଏକ ଅଭ୍ୟାସ ହୋଇଥାଏ ଯେ ଯଦି ତାକୁ ନିୟନ୍ତ୍ରଣ କରାନଯାଏ ତାହେଲେ ଏହା ସେହି ବ୍ୟକ୍ତିର ସମଗ୍ର ଜୀବନକୁ ଛାରଖାର କରିଦିଏ । ଏହାଦ୍ୱାରା ସମାଜର, ଦେଶର ବହୁତ ବଡ କ୍ଷତି ହୋଇଥାଏ । ଏଥିପାଇଁ ଆମ ସରକାର ୩-୪ ବର୍ଷ ପୂର୍ବରୁ ଦେଶବ୍ୟାପି ଗୋଟିଏ ନିଶାମୁକ୍ତ ଭାରତ ଅଭିଯାନର ଆରମ୍ଭ କରିଥିଲେ । ମୁଁ ମୋର ମନ୍ କି ବାତ୍ କାର୍ଯ୍ୟକ୍ରମରେ ମଧ୍ୟ ଏହି ପ୍ରସଙ୍ଗକୁ ବାରମ୍ବାର ଉଠାଇ ଚାଲିଛି । ଏପର୍ଯ୍ୟନ୍ତ ଭାରତ ସରକାରଙ୍କ ଏହି ଅଭିଯାନରେ ୧୧ କୋଟିରୁ ଅଧିକ ଲୋକ ଯୋଡି ହୋଇ ସାରିଛନ୍ତି ।  ଲୋକମାନଙ୍କୁ ସଚେତନ କରାଇବା ପାଇଁ ବାଇକ୍ ରାଲି କରାଯାଇଛି, ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି, ପଥପ୍ରାନ୍ତ ନାଟକ ପରିବେଶିତ ହୋଇଛି । ସରକାରଙ୍କ ସହିତ ଏହି ଅଭିଯାନରେ ସାମାଜିକ ସଂଗଠନ ଏବଂ ଧାର୍ମିକ ଅନୁଷ୍ଠାନ ଗୁଡିକୁ ମଧ୍ୟ ଜଡିତ କରାଯାଇଛି । ଗାୟତ୍ରୀ ପରିବାର ନିଜେ ଏହି ଅଭିଯାନରେ ସରକାରଙ୍କ ସହ ସହଭାଗୀ ହୋଇଛି । ଏହା ହିଁ ପ୍ରୟାସ ଯେ ନିଶା ସେବନ ବିରୁଦ୍ଧରେ ବାର୍ତା ଦେଶର କୋଣ ଅନୁକୋଣରେ ପହଁଚୁ । ଆମେ ଦେଖିଛେ ଯେ, ଯଦି କେଉଁଠାରେ ଶୁଖିଲା ଘାସ ଗଦାରେ ନିଆଁ ଲାଗିଯାଏ ତାହେଲ କେହି ଏହା ଉପରେ ପାଣି ପକାନ୍ତି, କେହି ମାଟି ପକାନ୍ତି । ଅଧିକ ବୁଦ୍ଧିମାନ ବ୍ୟକ୍ତି, ଶୁଖିଲା ଘାସର ସେହି ଗଦାରେ, ଜଳିବାରୁ ରହି ଯାଇଥିବା ଘାସକୁ ଦୂରକୁ ହଟେଇବାକୁ ପ୍ରୟାସ କରନ୍ତି । ଆଜିର ଏହି ସମୟରେ ଗାୟତ୍ରୀ ପରିବାରର ଏହି ଅଶ୍ୱମେଧ ଯଜ୍ଞ, ଏହି ଭାବନା ପାଇଁ ସମର୍ପିତ ଅଟେ । ଆମକୁ ଆମର ଯୁବପିଢିକୁ ନିଶା ସେବନରୁ ବଂଚାଇବାକୁ ମଧ୍ୟ ପଡିବ ଏବଂ ଯାହାକୁ ନିଶାର ଅଭ୍ୟାସ ହୋଇଯାଇଛି, ସେମାନଙ୍କୁ ନିଶା କବଳରୁ ମଧ୍ୟ ମୁକ୍ତ କରିବାକୁ ପଡିବ ।

ବନ୍ଧୁଗଣ,
ଆମେ ନିଜ ଦେଶର ଯୁବବର୍ଗକୁ ଯେତେ ଅଧିକ ବଡ ଲକ୍ଷ୍ୟ ଗୁଡିକ ସହ ଯୋଡିବା, ଛୋଟ ଛୋଟ ଭୁଲରୁ ସେମାନେ ସେତିକି ସେତିକି ନିଜକୁ ବଂଚାଇ ପାରିବେ । ଆଜି ଦେଶ ବିକଶିତ ଭାରତର ଲକ୍ଷ୍ୟକୁ ନେଇ କାର୍ଯ୍ୟ କରୁଛି, ଆଜି ଦେଶ ଆତ୍ମନିର୍ଭର ହେବାର ଲକ୍ଷ୍ୟ ଉପରେ କାର୍ଯ୍ୟ କରୁଛି । ଆପଣମାନେ ଦେଖିଛନ୍ତି, ଭାରତର ଅଧ୍ୟକ୍ଷତାରେ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ ‘ଏକ ବିଶ୍ୱ, ଏକ ପରିବାର, ଏକ ଭବିଷ୍ୟତ’ର ବିଷୟବସ୍ତୁ ଉପରେ ଆଧାରିତ ଥିଲା । ଆଜି ଦୁନିଆ ‘ଏକ ସୂର୍ଯ୍ୟ, ଏକ ପୃଥିବୀ, ଏକ ଗ୍ରୀଡ୍‌’ ଭଳି ସମଭାଗୀ ପ୍ରକଳ୍ପ ଉପରେ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇଛି । ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ’ ଭଳି ଅଭିଯାନ ଆଜି ଆମର ସମଭାଗୀ ମାନବୀୟ ସମ୍ବେଦନା ଏବଂ ସଂକଳ୍ପର ସାକ୍ଷୀ ପାଲଟୁଛନ୍ତି । ଏଭଳି ଜାତୀୟ ଏବଂ ବୈଶ୍ୱିକ ଅଭିଯାନ ଗୁଡିକରେ ଆମେ ଦେଶର ଯୁବବର୍ଗକୁ ଯେତେ ଅଧିକା ଯୋଡିବା, ଯୁବବର୍ଗ ସେତିକି ଭୁଲ ରାସ୍ତାରେ ଚାଲିବାରୁ ନିଜକୁ ଦୂରେଇ ରଖିବେ । ଆଜି ସରକାର କ୍ରୀଡାକୁ ବହୁତ ପ୍ରୋତ୍ସାହନ ଦେଉଛନ୍ତି... ଆଜି ସରକାର ବିଜ୍ଞାନ ଏବଂ ଗବେଷଣାକୁ ଅନେକ ପ୍ରୋତ୍ସାହନ ଦେଉଛନ୍ତି...ଆପଣମାନେ ଦେଖିଛନ୍ତି ଯେ ଚନ୍ଦ୍ରଯାନର ସଫଳତା ଯୁବବର୍ଗର ମନରେ କିପରି ପ୍ରଯୁକ୍ତିବିଦ୍ୟା ପାଇଁ ନୂଆ ଉନ୍ମାଦ ସୃଷ୍ଟି କରିଦେଇଛି... ଏଭଳି ପ୍ରତିଟି ପ୍ରୟାସ, ଏଭଳି ପ୍ରତିଟି ଅଭିଯାନ, ଦେଶର ଯୁବବର୍ଗକୁ ନିଜର ଶକ୍ତିକୁ ସଠିକ୍ ଦିଗରେ ଉପଯୋଗ କରିବା ପାଇଁ ପ୍ରେରଣା ଯୋଗାଉଛି । ଫିଟ୍ ଇଣ୍ଡିଆ ଆନ୍ଦୋଳନ ହେଉ....ଖେଲୋ ଇଣ୍ଡିଆ ପ୍ରତିଯୋଗିତା ହେଉ....ଏହି ପ୍ରୟାସ, ଏହି ଅଭିଯାନ, ଦେଶର ଯୁବବର୍ଗକୁ ଅନୁପ୍ରେରିତ କରିଥାଏ । ଏବଂ ଜଣେ ଅନୁପ୍ରେରିତ ଯୁବା, ନିଶା ଆଡକୁ ଢଳିପାରିବ ନାହିଁ । ଦେଶର ଯୁବ ଶକ୍ତି ସମ୍ପୂର୍ଣ୍ଣ ଲାଭ ଉଠାଇବା ପାଇଁ ସରକାର ମଧ୍ୟ ମେରା ଯୁବା ଭାରତ ନାମରେ ବହୁତ ବଡ ସଂଗଠନ ତିଆରି କରିଛନ୍ତି । କେବଳ ୩ ମାସରେ ହିଁ ଏହି ସଂଗଠନ ସହିତ ପ୍ରାୟ ଦେଢ କୋଟି ଯିବା ଯୋଡି ହୋଇ ସାରିଛନ୍ତି । ଏହାଦ୍ୱାରା ବିକଶିତ ଭାରତର ସ୍ୱପ୍ନ ସାକାର କରିବାରେ ଯୁବ ଶକ୍ତିର ଯଥାର୍ଥ ଉପଯୋଗ ହୋଇପାରିବ ।

ବନ୍ଧୁଗଣ,
ଦେଶକୁ ନିଶା ସେବନର ଏହି ସମସ୍ୟାରୁ ମୁକ୍ତି ପ୍ରଦାନ କରିବାରେ ବହୁତ ବଡ ଭୂମିକା ପରିବାରର ମଧ୍ୟ ରହିଛି, ଆମର ପାରିବାରିକ ମୂଲ୍ୟବୋଧର ମଧ୍ୟ ରହିଛି । ଆମେ ନିଶା ମୁକ୍ତିକୁ ଭାଗ ଭାଗ କରି ଦେଖିପାରିବା ନାହିଁ । ଯେତେବେଳେ ଏକ ସଂସ୍ଥା ଭାବରେ ପରିବାର ଦୁର୍ବଳ ହୋଇଯାଏ, ଯେତେବେଳେ ପରିବାର ମୂଲ୍ୟବୋଧର ପତନ ଆସିଯାଏ, ତାହେଲେ ଏହାର ପ୍ରଭାବ ଚାରିଆଡେ ନଜରକୁ ଆସିଥାଏ । ଯେତେବେଳେ ପରିବାରର ସାମୁହିକ ଭାବନା ହ୍ରାସ ଘଟିଥାଏ... ଯେତେବେଳେ ପରିବାରର ଲୋକ ବହୁତ ଦିନ ଧରି ପରସ୍ପର ସହିତ ଭେଟନ୍ତି ନାହିଁ, ସାଥୀ ହୋଇ ବସନ୍ତି ନାହିଁ... ଯେତେବେଳେ ସେମାନେ ନିଜର ସୁଖ ଦଃୁଖ ବାନ୍ଟନ୍ତି ନାହିଁ...ତେବେ ଏହିଭଳି ବିପଦ ଆହୁରି ବଢି ଯାଇଥାଏ । ପରିବାର ପ୍ରତ୍ୟେକ ସଦସ୍ୟ ନିଜ ନିଜର ମୋବାଇଲ୍ ସହ ଯଦି ଲାଖି ରହେ ତେବେ ତାର ନିଜର ଦୁନିଆ ବହୁତ ଛୋଟ ହୋଇଚାଲିବ । ଏଥିପାଇଁ ଦେଶକୁ ନିଶାମୁକ୍ତ କରିବା ନିମନ୍ତେ ଏକ ସଂସ୍ଥା ଭାବରେ ପରିବାର ମଜଭୁତ ହେବା ସେତିକି ଆବଶ୍ୟକ ଅଟେ ।

ବନ୍ଧୁଗଣ,
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ସମୟରେ ମୁଁ କହିଥିଲେ ଯେ ଏବେ ଭାରତର ଏକ ହଜାର ବର୍ଷର ନୂଆ ଯାତ୍ରା ଆରମ୍ଭ ହେଉଛି । ଆଜି ସ୍ୱାଧିନତାର ଅମୃତକାଳରେ ଆମେ ସେହି ନୂଆ ଯୁଗର ପଦଧ୍ୱନି ଆମେ ଶୁଣି ପାରୁଛୁ । ମୋର ବିଶ୍ୱାସ ଯେ ବ୍ୟକ୍ତି ନିର୍ମାଣ ଦ୍ୱାରା ରାଷ୍ଟ୍ର ନିର୍ମାଣର ଏହି ମହାଅଭିଯାନରେ ଆମେ ନିଶ୍ଚିତ ଭାବରେ ସଫଳ ହେବା । ଏହି ସଂକଳ୍ପ ସହିତ, ପୁଣିଥରେ ଗାୟତ୍ରୀ ପରିବାରକୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି । 
ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour