“ଯୁବକମାନଙ୍କୁ ରୋଜଗାର ଯୋଗାଇବା ଦିଗରେ ମହାରାଷ୍ଟ୍ର ସରକାର ଦୃଢ ସଂକଳ୍ପ ନେଇ କାର୍ଯ୍ୟ କରୁଛନ୍ତି”
“ଚାକିରିର ପ୍ରକାର ଦ୍ରୁତ ଗତିରେ ବଦଳୁଛି ଏବଂ ସରକାର ମଧ୍ୟ ବିଭିନ୍ନ ପ୍ରକାରର ଚାକିରି ପାଇଁ ନିରନ୍ତର ସୁଯୋଗ ସୃଷ୍ଟି କରୁଛନ୍ତି”
“ରୋଜଗାର ଏବଂ ଆତ୍ମନିଯୁକ୍ତିର ସୁଯୋଗ ଦଳିତ-ପଛୁଆ, ଆଦିବାସୀ, ସାଧାରଣ ଶ୍ରେଣୀ ଏବଂ ମହିଳାଙ୍କ ପାଇଁ ସମାନ ଭାବରେ ଉପଲବ୍ଧ ହେଉଛି”
“ମହାରାଷ୍ଟ୍ର ପାଇଁ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୨୨୫ ଟି ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି”

ନମସ୍କାର!

ମୁଁ ସର୍ବପ୍ରଥମେ, ମୋ ହୃଦୟରୁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ମୁଁ ଆଜି ବହୁତ ଖୁସି ଯେ, ଆପଣମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ନିଯୁକ୍ତିପତ୍ର ମିଳୁଛି । ମୁଁ ସେମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି ।

ଦେଶର ଯୁବଗୋଷ୍ଠୀଙ୍କୁ ସରକାରୀ ବିଭାଗରେ ସାମୁହିକ ଭାବରେ ନିଯୁକ୍ତିପତ୍ର ଦେବା ଅଭିଯାନରେ ଆଜି ମହାରାଷ୍ଟ୍ରର ନାମ ମଧ୍ୟ ଯୋଡ଼ି ହୋଇଛି । ଧନତେରସ ଦିନ କେନ୍ଦ୍ର ସରକାର ୧ଠ ଲକ୍ଷ ରୋଜଗାର ଦେବାର ଅଭିଯାନର ଶୁଭାରମ୍ଭ କରିଥିଲେ । ସେତେବେଳେ ମୁଁ କହିଥିଲି ଯେ ଆଗାମୀ ଦିନରେ ବିଭିନ୍ନ ରାଜ୍ୟ ସରକାରମାନେ ମଧ୍ୟ ଏହିଭଳି ଭାବରେ ରୋଜଗାର ମେଳା କରିବେ । ଏହି ଶୃଙ୍ଖଳାରେ ଆଜି ମହାରାଷ୍ଟ୍ରରେ ଶହ ଶହ ଯୁବଗୋଷ୍ଠୀଙ୍କୁ ଏକା ସାଥୀରେ ନିଯୁକ୍ତିପତ୍ର ପ୍ରଦାନ କରାଯାଉଛି । ଆଜି ଯେଉଁ ଯୁବକ-ଯୁବତୀମାନଙ୍କୁ ନିଯୁକ୍ତିପତ୍ର ମିଳୁଛି, ମୁଁ ସେମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।

ମୁଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଏକନାଥ ଶିନେ୍ଦ ଜୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାଇ ଦେବେନ୍ଦ୍ର ଫଡନବିସ ଜୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । ଏତେ କମ ସମୟରେ ରୋଜଗାର ମେଳାର ଅୟୋଜନରୁ ସ୍ପଷ୍ଟ ଜଣାପଡୁଛି ଯେ ମହାରାଷ୍ଟ୍ର ସରକାର ଯୁବଗୋଷ୍ଠୀଙ୍କୁ ରୋଜଗାର ଦେବା ଦିଗରେ ଦୃଢ଼ ସଂକଳ୍ପର ସହିତ ଆଗକୁ ବଢୁଛନ୍ତି । ମୋତେ ଏହି କଥା ଉପରେ ମଧ୍ୟ ଖୁସି ଲାଗୁଛି ଯେ ଆଗାମୀ ସମୟରେ ମହାରାଷ୍ଟ୍ରରେ ମୁଁ ଏହିଭଳି ଭାବରେ ରୋଜଗାର ମେଳାରେ ଆହୁରି ବିସ୍ତାର କରାଯିବ । ମୋତେ କୁହାଯାଇଛି ଯେ ମହାରାଷ୍ଟ୍ରର ଗୃହ ବିଭାଗରେ ହଜାର ହଜାର ପୁଲିସ କନେଷ୍ଟବଳ ଭର୍ତ୍ତି ହେବେ ଏବଂ ଗ୍ରାମୀଣ ବିକାଶ ହିସାବରେ ମଧ୍ୟ ଭର୍ତ୍ତିହେବାକୁ ଅଭିଯାନ ଚଳାଯିବ ।

ସାଥୀମାନେ,

ଏହି ସମୟରେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି, ଦେଶ ବିକଶିତ ଭାରତର ଲକ୍ଷ୍ୟ ଉପରେ କାର୍ଯ୍ୟ କରୁଛି । ଏହି ଲକ୍ଷ୍ୟର ପ୍ରାପ୍ତିରେ ବହୁତ ବଡ଼ ଭୂମିକା ଆମର ଯୁବଗୋଷ୍ଠୀର ରହିଛି, ଆପଣଙ୍କର ରହିଛି, ବଦଳୁଥିବା ସମୟରେ ଯେଉଁଭଳି ଭାବରେ ଦ୍ରୁତ ଗତିରେ କାର୍ଯ୍ୟର ପ୍ରକୃତି ବଦଳୁଛି, ସେତିକି ଦ୍ରୁତଗତିରେ ସରକାର ମଧ୍ୟ ଭିନ୍ନ ଭିନ୍ନ ଭାବରେ ରୋଜଗାର ପାଇଁ କ୍ରମାଗତ ଭାବେ ସୁଯୋଗ ସୃଷ୍ଟି ହୋଇପାରୁଛି । ସ୍ୱରୋଜଗାର ପାଇଁ ବିନା ଗ୍ୟାରେଣ୍ଟିରେ ଲୋନ ଦିଆଯାଉଥିବା ମୁଦ୍ରା ଯୋଜନା ଅନ୍ତର୍ଗତ ଅନ୍ତର୍ଗତ ସରକାର ୨ଠ ଲକ୍ଷ କୋଟି ଟଙ୍କାରୁ ଅଧିକ ସାହାଯ୍ୟ ଯୁବଗୋଷ୍ଠୀଙ୍କୁ ଦେଇଛନ୍ତି । ଏହାର ବଡ଼ ଲାଭ ମହାରାଷ୍ଟ୍ରର ଯୁବଗୋଷ୍ଠୀ ଉଠାଇଛନ୍ତି । ସରକାର ଷ୍ଟାର୍ଟ ଆପ୍ସକୁ ଲଘୁ ଉଦ୍ୟୋଗଗୁଡ଼ିକୁ ଏମଏସଏମଇକୁ ପ୍ରତ୍ୟେକ ପ୍ରକାର ଯଥା ସମ୍ଭବ ଆର୍ଥିକ ସହଯୋଗ ଦେଉଛନ୍ତି, ଯାହାକି ଯୁବଗୋଷ୍ଠୀଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ କରିବାକୁ ପୁରା ସୁଯୋଗ ମିଳିବ ।

 

ସାଥୀମାନେ,

ସରକାରଙ୍କ ପ୍ରୟାସଗୁଡ଼ିକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ରୋଜଗାର ଏବଂ ସ୍ୱରୋଜଗାର ଏହି ସୁଯୋଗ ଦଳିତ ପଛୁଆବର୍ଗ, ଆଦିବାସୀ, ସାଧାରଣ ବର୍ଗ ଏବଂ ମହିଳା, ସମସ୍ତଙ୍କୁ ସମାନ ଭାବରେ ଉପଲବ୍ଧ ହେଉଛି । ସରକାରଙ୍କ ଦ୍ୱାରା ଗ୍ରାମାଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମଧ୍ୟ ବହୁତ ଅଗ୍ରାଧିକାର ଦିଆଯାଉଛି । ଗତ ୮ ବର୍ଷରେ ୮ କୋଟି ମହିଳା ସ୍ୱୟଂ ସହାୟଗ ଗୋଷ୍ଠୀ ସହିତ ଯୋଡ଼ି ହୋଇଛନ୍ତି । ଏହି ସ୍ୱୟଂ ସହାୟକ ଦଳକୁ ସାଢ଼େ ପାଞ୍ଚ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି, ଏବେ ଏହି ସବୁଗୁଡ଼ିକ ସହିତ ଜଡ଼ିତ ମହିଳାମାନେ, ନିଜର ଉତ୍ପାଦ ତିଆରି କରୁଛନ୍ତି, ଅନ୍ୟ ମହିଳାମାନଙ୍କୁ ମଧ୍ୟ ରୋଜଗାର ଦେଉଛନ୍ତି ।

ସାଥୀମାନେ,

ଆଜି ସମଗ୍ର ଦେଶରେ ଭିତ୍ତିଭୂମି, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟ କ୍ଷେତ୍ରରେ ସରକାର ଯେଉଁ ରାଶି ନିବେଶ କରୁଛନ୍ତି, ସେଥିରେ ମଧ୍ୟ କ୍ରମାଗତ ଭାବେ ରୋଜଗାରର ନୂଆ ନୂଆ ସୁଯୋଗ ସୃଷ୍ଟି ହେଉଛି । ଯଦି ପକ୍ଷରୁ ୨ ଲକ୍ଷ କୋଟିରୁ ଅଧିକ ପ୍ରାୟତଃ ୨୨୫ ପ୍ରକଳ୍ପ କିମ୍ବା କାମ ଖୁବଶୀଘ୍ର ଆରମ୍ଭ ହେବ । ଆପଣ କଳ୍ପନା କରିପାରୁଥିବେ, ମହାରାଷ୍ଟ୍ରରେ ରେଲୱେରେ ୭୫ ହଜାର କୋଟି ଟଙ୍କା ଏବଂ ଅନୁମୋଦନ କରାଯାଇଛି । ସରକାର ଯେତେବେଳେ ଏତେ ବଡ଼ ରାଶି ଭିତ୍ତିଭୂମି ଉପରେ ଖର୍ଚ୍ଚ କରୁଛି ତେବେ ସେହି କାରଣରୁ ମଧ୍ୟ ରୋଜଗାରର ଲକ୍ଷ ଲକ୍ଷ ନୂତନ ସୁଯୋଗ ସୃଷ୍ଟି ହୋଇଥାଏ ।

ସାଥୀମାନେ,

ମୋତେ ବିଶ୍ୱାସ ଅଛି ଯେ ଭବିଷ୍ୟତରେ ମହାରାଷ୍ଟ୍ରରେ ଯୁବ ଗୋଷ୍ଠୀମାନଙ୍କ ପାଇଁ ଏହିଭଳି ଭାବରେ ରୋଜଗାରର ଅଗଣିତ ସୁଯୋଗ ପ୍ରସ୍ତୁତ ହେଉଥିବ । ପୁଣିଥରେ, ଆଜି ନିଯୁକ୍ତିପତ୍ର ପାଇଥିବା ସମସ୍ତ ଯୁବକ-ଯୁବତୀମାନଙ୍କୁ ମୁଁ ଶୁଭକାମନା ଜଣାଉଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Post launches drone delivery pilot across Himachal, Assam

Media Coverage

India Post launches drone delivery pilot across Himachal, Assam
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 22, 2026
August 22, 2026

Citizens Appreciate PM Modi’s Leadership Driving India’s Growth, Innovation and Connectivity