“ଅମୃତ କାଳରେ ଭାରତ ଭବିଷ୍ୟତ ଭାବେ ଜଳ ଉପରେ ନଜର ରଖିଛି”
“ଭାରତ ଜଳକୁ ଭଗବାନ ଏବଂ ଏହାର ନଦୀକୁ ମାତା ବୋଲି ବିବେଚନା କରେ”
“ଜଳ ସଂରକ୍ଷଣ ହେଉଛି ଆମ ସମାଜର ସଂସ୍କୃତି ଏବଂ ଆମର ସାମାଜିକ ଚିନ୍ତାଧାରାର କେନ୍ଦ୍ରବିନ୍ଦୁ”
“ନାମାମି ଗଙ୍ଗେ ଅଭିଯାନ ଦେଶର ବିଭିନ୍ନ ରାଜ୍ୟ ପାଇଁ ଏକ ମଡେଲ ଭାବରେ ଉଭା ହୋଇଛି”
“ଦେଶର ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଅମୃତ ସରୋବର ର୍ନିମାଣ ଜଳ ସଂରକ୍ଷଣ ଦିଗରେ ଏକ ବଡ଼ ପଦକ୍ଷେପ”
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ବ୍ରହ୍ମା କୁମାରୀଙ୍କ ‘ଜଳ-ଜନ ଅଭିଯାନ' କୁ ସମ୍ବୋଧିତ କରିଛନ୍ତି ।

ବ୍ରହ୍ମା କୁମାରୀ ସଂସ୍ଥାର ପ୍ରମୁଖ ରାଜଯୋଗିନୀ ଦାଦୀ ରତନ ମୋହିନୀ ଜୀ, କ୍ୟାବିନେଟରେ ମୋର ସାଥୀ ଗଜେନ୍ଦ୍ର ସିଂହ ଶେଖାୱତ ଜୀ, ବ୍ରହ୍ମା କୁମାରୀ ସଂସ୍ଥାର ସଦସ୍ୟ, ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି, ମହିଳାମାନେ ଏବଂ ଭଦ୍ର ଲୋକମାନେ! ମୋତେ ଖୁସି ଲାଗୁଛି ଯେ ବ୍ରହ୍ମା କୁମାରୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଜଳ-ଜନ ଅଭିଯାନ’ର ଶୁଭାରମ୍ଭ ଅବସରରେ ମୁଁ ଏଠାରେ ଅଛି । ଆପଣ ସମସ୍ତଙ୍କ ମଧ୍ୟରେ ଆସିବା ଏବଂ ଆପଣମାନଙ୍କ ଠାରୁ ଶିଖିବା ମୋ ପାଇଁ ସର୍ବଦା ସ୍ୱତନ୍ତ୍ର ରହିଥିଲା । ସ୍ୱର୍ଗତ ରାଜଯୋଗିନୀ ଦାଦୀ ଜାନକୀ ଜୀଙ୍କ ଠାରୁ ମୁଁ ପାଇଥିବା ଆଶୀର୍ବାଦ ହେଉଛି ମୋର ସବୁଠାରୁ ବଡ଼ ସମ୍ପତ୍ତି । ଦାଦୀ ପ୍ରକାଶ ମଣି ଜୀଙ୍କ ନିଧନ ପରେ ଆବୁ ରୋଡରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ମୋର ମନେ ଅଛି । ବିଗତ କିଛି ବର୍ଷ ମଧ୍ୟରେ, ମୋତେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବ୍ରହ୍ମା କୁମାରୀ ଭଉଣୀମାନଙ୍କ ଠାରୁ ଅନେକ ଉତ୍ସାହପୂର୍ଣ୍ଣ ନିମନ୍ତ୍ରଣ ପାଇଛି । ମୁଁ ଏହି ଆଧ୍ୟାତ୍ମିକ ପରିବାରର ସଦସ୍ୟ ଭାବରେ ସର୍ବଦା ଆପଣମାନଙ୍କ ମଧ୍ୟରେ ରହିବାକୁ ଚେଷ୍ଟା କରିଥାଏ ।

ଯେତେବେଳେ ମଧ୍ୟ ମୁଁ ଆପଣମାନଙ୍କ ମଧ୍ୟକୁ ଆସିଥାଏ, ସେ ୨୦୧୧ରେ ଅହମ୍ମଦାବାଦରେ ‘ଭବିଷ୍ୟତର ଶକ୍ତି’ କାର୍ଯ୍ୟକ୍ରମ ହେଉ, ଅନୁଷ୍ଠାନର ୭୫ ବର୍ଷ ପ୍ରତିଷ୍ଠା, ୨୦୧୩ରେ ସଙ୍ଗମ ତୀର୍ଥଧାମ, ୨୦୧୭ରେ ବ୍ରହ୍ମକୁମାରୀ ସଂସ୍ଥାନର ୮୦ତମ ସ୍ଥାପନା ଦିବସ ହେଉ, କିମ୍ବା ଗତ ବର୍ଷର ଅମୃତ ମହୋତ୍ସବ ସହିତ ଜଡ଼ିତ କାର୍ଯ୍ୟକ୍ରମ, ଆପଣଙ୍କର ଭଲପାଇବା ଏବଂ ଆପଣାପଣ ଅଭିଭୂତ କରିଥାଏ, ବ୍ରହ୍ମାକୁମାରୀଙ୍କ ସହିତ ମୋର ସମ୍ପର୍କ ଏଥିପାଇଁ ମଧ୍ୟ ବିଶେଷ ଅଟେ ।

କାରଣ ନିଜ ଠାରୁ ଉପରକୁ ଉଠି ସମାଜ ପାଇଁ ସବୁକିଛି ସମର୍ପିତ କରିବା ଆପଣ ସମସ୍ତଙ୍କ ପାଇଁ ସାଧନାର ଏକ ରୂପ ଅଟେ ।

ସାଥୀମାନେ,

‘ଜଳ-ଜନ ଅଭିଯାନ’ ଏମିତି ସମୟରେ ଆରମ୍ଭ କରାଯାଉଛି, ଯେଉଁ ସମୟରେ ସମଗ୍ର ବିଶ୍ୱରେ ଜଳର ଅଭାବ ଭବିଷ୍ୟତର ସଙ୍କଟ ଭାବରେ ଦେଖାଯାଉଛି । ଏକବିଂଶ ଶତାବ୍ଦୀର ବିଶ୍ୱ ପୃଥିବୀରେ ସୀମିତତ ଉତ୍ସଗୁଡ଼ିକର ଗମ୍ଭୀରତାକୁ ଅନୁଭବ କରୁଛି । ଆମର ବିଶାଳ ଜନସଂଖ୍ୟା କାରଣରୁ ଭାରତ ପାଇଁ ମଧ୍ୟ ଜଳ ସୁରକ୍ଷା ଏକ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ଅଟେ । ସେଥିପାଇଁ ସ୍ୱାଧୀନତାର ‘ଅମୃତ କାଳ’ଆଜି ଦେଶ ଯେପରି ‘ଜଳ ଅଛି ତ ବଳ ଅଛି’ଯେମିତି କୁହାଯାଏ ଯେ, ସେହି ପାଣିକୁ ‘ଆସନ୍ତାକାଲି’ଭାବରେ ଦେଖୁଛି । ପାଣି ଯେବ ଯଦି କାଲି ହେବ । ଏଥିପାଇଁ ଆଜିଠାରୁ ହିଁ ଆମକୁ ଏହି ଦିଗରେ ଉଦ୍ୟମ କରିବାକୁ ହେବ । ମୁଁ ସନ୍ତୁଷ୍ଟ ଯେ ଜଳ ସଂରକ୍ଷଣର ସଂକଳ୍ପକୁ ଦେଶ ବର୍ତ୍ତମାନ ପର୍ଯ୍ୟନ୍ତ ଜଳ ଆନ୍ଦୋଳନ ଭାବରେ ଆଗକୁ ବଢ଼ାଯାଉଛି । ବ୍ରହ୍ମା କୁମାରୀଙ୍କର ‘ଜଳ-ଜନ ଅଭିଯାନ’ ଭାଗିଦାରୀର ଏହି ପ୍ରୟାସକୁ ନୂତନ ଶକ୍ତି ଦେବ । ଏହା କେବଳ ଜଳ ସଂରକ୍ଷଣ ଅଭିଯାନର ପ୍ରସାରକୁ ବିସ୍ତାର କରିବ ନାହିଁ, ବରଂ ଏହାର ପ୍ରଭାବ ମଧ୍ୟ ବୃଦ୍ଧି ପାଇବ । ବ୍ରହ୍ମା କୁମାରୀମାନଙ୍କ ସଂଗଠନ ସହିତ ଜଡ଼ିତ ସମସ୍ତ ବରିଷ୍ଠ ନେତାମାନଙ୍କୁ ଏବଂ ଏହାର ଲକ୍ଷ ଲକ୍ଷ ଅନୁଗାମୀମାନଙ୍କୁ ମୁଁ ହୃଦୟରୁ ଅଭିନନ୍ଦନ ଜଣାଉଛି ।

ସାଥୀମାନେ,

ହଜାରେ ବର୍ଷ ପୂର୍ବେ ଭାରତର ସାଧୁମାନେ ପ୍ରକୃତି, ପରିବେଶ ଏବଂ ଜଳ ସମ୍ବନ୍ଧରେ ଏକ ସଂଯମ, ସନ୍ତୁଳିତ ଏବଂ ସମ୍ବେଦନଶୀଳ ବ୍ୟବସ୍ଥା ସ୍ପଷ୍ଟ କରିଥିଲେ । ଆମ ଦେଶରେ ଗୋଟିଏ ପ୍ରବାଦ ରହିଛି ଯେ, ଆମେ ଜଳ ନଷ୍ଟ କରିବା ଉଚିତ ନୁହେଁ, ବରଂ ଏହାକୁ ସଂରକ୍ଷଣ କରିବା ଉଚିତ । ଏହି ଭାବନା ହଜାର ହଜାର ବର୍ଷ ଧରି ଆମର ଆଧ୍ୟାତ୍ମିକତାର ଏକ ଅଂଶ ହୋଇ ଆସିଛି ଏବଂ ଆମର ଧର୍ମର ଏକ ଅଂଶ ଅଟେ । ଏହା ଆମର ସମାଜର ସଂସ୍କୃତି ଅଟେ, ଆମର ସାମାଜିକ ଚିନ୍ତାଧାରାର କେନ୍ଦ୍ର ଅଟେ । ଏଥିପାଇଁ ଆମେ ଜଳକୁ ଭଗବାନ ବୋଲି ମାନିଥାଉ ଏବଂ ନଦୀମାନଙ୍କୁ ମାତା ଭାବରେ ମାନିଥାଉ । ଯେତେବେଳେ କୌଣସି ସମାଜ ପ୍ରକୃତି ସହିତ ଏପରି ଭାବପ୍ରବଣତା ସୃଷ୍ଟି କରିଥାଏ, ସେତେବେଳେ ସ୍ଥାୟୀ ବିକାଶ ଏହାର ପ୍ରାକୃତିକ ଜୀବନଶୈଳୀରେ ପରିଣତ ହୋଇ ଯାଇଥାଏ । ତେଣୁ ଆଜିର ଭବିଷ୍ୟତର ଆହ୍ୱାନର ସମାଧାନ ଖୋଜୁଥିବା ବେଳେ, ଆମେ ଅତୀତରେ ସେହି ଚେତନାକୁ ପୁନର୍ବାର ଜାଗ୍ରତ କରିବା ଆବଶ୍ୟକ । ଆମକୁ ଜଳ ସଂରକ୍ଷଣଣର ମୂଲ୍ୟବୋଧ ପ୍ରତି ଦେଶବାସୀଙ୍କ ଉପରେ ସମାନ ବିଶ୍ୱାସ ସୃଷ୍ଟି କରିବାକୁ ପଡ଼ିବ । ଜଳ ପ୍ରଦୂଷଣ କରୁଥିବା ପ୍ରତ୍ୟକ ବିକୃତିକୁ ମଧ୍ୟ ଆମକୁ ହଟାଇବାକୁ ପଡ଼ିବ ଏବଂ ସବୁଥର ପରି, ବ୍ରହ୍ମା କୁମାରୀଙ୍କ ପରି ଭାରତର ଆଧ୍ୟାତ୍ମିକ ଅନୁଷ୍ଠାନଗୁଡ଼ିକ ଏହି ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

ସାଥୀମାନେ,

ବିଗତ ଦଶନ୍ଧି ମଧ୍ୟରେ ଆମ ଦେଶରେ ଏପରି ଏକ ନକାରାତ୍ମକ ଚିନ୍ତାଧାରା ବିକଶିତ ହୋଇଥିଲା ଯେ ଯାହାକୁ ଆମେ ଜଳ ସଂରକ୍ଷଣ ଏବଂ ପରିବେଶ ଭଳି ସମସ୍ୟାକୁ ବିବେଚନା କରୁଥିଲୁ ଏବଂ ତାହା ଉପରେ ଧ୍ୟାନ ଦେଇ ନ ଥିଲୁ । କିଛି ଲୋକ ଅନୁମାନ କରିଥିଲେ ଯେ ଏସବୁଗୁଡ଼ିକ ଏପରି ଆହ୍ୱାନପୂର୍ଣ୍ଣ ବିଷୟ ଅଛି ଯାହା କାର୍ଯ୍ୟକାରୀ ହୋଇପାରିବ ନାହିଁ। କିନ୍ତୁ ଦେଶ ଗତ ୮-୯ ବର୍ଷ ମଧ୍ୟରେ ଏହି ମାନସିକତାକୁ ବଦଳାଇ ଦେଇଛି ଏବଂ ପରିସ୍ଥିତି ମଧ୍ୟ ବଦଳି ଯାଇଛି। ‘ନମାମି ଗଙ୍ଗେ’ ଏହାର ଏକ ଦୃଢ଼ ଉଦାହରଣ ଅଟେ । ଆଜି କେବଳ ଗଙ୍ଗା ନୁହେଁ, ଆଜି ସମସ୍ତ ଉପନଦୀ ମଧ୍ୟ ସଫା କରାଯାଉଛି । ପ୍ରାକୃତିକ ଚାଷ ଭଳି ଅଭିଯାନ ମଧ୍ୟ ଗଙ୍ଗା କୂଳରେ ଆରମ୍ଭ ହୋଇଯାଇଛି । ନମାମୀ ଗଙ୍ଗେ ଅଭିଯାନ ଆଜି ଦେଶର ବିଭିନ୍ନ ରାଜ୍ୟ ପାଇଁ ଏକ ମଡେଲ ଭାବରେ ଉଭା ହୋଇଛି ।

ସାଥୀମାନେ,

ଜଳ ପ୍ରଦୂଷଣ ପରି ଭୂତଳ ଜଳସ୍ତର ମଧ୍ୟ ଦେଶ ପାଇଁ ଏକ ପ୍ରମୁଖ ଆହ୍ୱାନ । ଏହି ପରିପ୍ରେକ୍ଷୀରେ ଦେଶ ‘କ୍ୟାଚ ଦ ରେନ’ ଆଂଦୋଳନ ଆରମ୍ଭ କରିଛି, ଯାହା ବର୍ତ୍ତମାନ ଦ୍ରୁତ ଗତିରେ ଆଗକୁ ବଢୁଛି । ଅଟଳ ଭୂତଳ ଯୋଜନା ମାଧ୍ୟମରେ ଦେଶର ହଜାର ହଜାର ଗ୍ରାମ ପଞ୍ଚାୟତରେ ଜଳ ସଂରକ୍ଷଣକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି । ଦେଶର ପ୍ରତ୍ୟକ ଜିଲ୍ଲାରେ ୭୫ ଅମୃତ ସରୋବର ନିର୍ମାଣ ଅଭିଯାନ ମଧ୍ୟ ଜଳ ସଂରକ୍ଷଣ ଦିଗରେ ଏକ ବଡ଼ ପ୍ରମୁଖ ପଦକ୍ଷେପ।

ସାଥୀମାନେ,

ଆମ ଦେଶରେ ମହିଳାମାନେ ପାରମ୍ପରିକ ଭାବେ ଜଳ ସଂରକ୍ଷଣ ଭଳି ଜୀବନର ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକରେ ପଥ ପ୍ରଦର୍ଶକ ହୋଇ ଆସୁଛନ୍ତି । ଆଜି ଦେଶର ଗାଁରେ ମଧ୍ୟ ମହିଳାମାନେ ‘ପାଣି ସମିତି’ (ଜଳ କମିଟି) ମାଧ୍ୟମରେ ଜଳ ଜୀବନ ମିଶନ ଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନାଗୁଡ଼ିକର ନେତୃତ୍ୱ ନେଉଛନ୍ତି । ଆମର ବ୍ରହ୍ମା କୁମାରୀ ଭଉଣୀମାନେ ଦେଶରେ ତଥା ବିଶ୍ୱ ସ୍ତରରେ ସମାନ ଭୂମିକା ଗ୍ରହଣ କରିପାରିବେ । ଜଳ ସଂରକ୍ଷଣ ସହିତ ଆମକୁ ପରିବେଶ ସହ ଜଡ଼ିତ ସମସ୍ତ ସମସ୍ୟାକୁ ସମାନ ଶକ୍ତି ସହିତ ଉଠାଇବାକୁ ପଡ଼ିବ । ଦେଶ କୃଷି କ୍ଷେତ୍ରରେ ପାଣିର ସନ୍ତୁଳିତ ଉପଯୋଗ ପାଇଁ ଡ୍ରିମ ସିଞ୍ଚାଇ ଭଳି କୌଶଳକୁ ପ୍ରୋତ୍ସାହିତ କରୁଛି । ଆପଣ କୃଷକମାନଙ୍କୁ ଏହାକୁ ଅନିୟନ୍ତ୍ରିତ ଭାବରେ ବ୍ୟବହାର କରିବାକୁ ଉତ୍ସାହିତ କରିବା ଉଚିତ । ବର୍ତ୍ତମାନ ସମଗ୍ର ବିଶ୍ୱ ମଧ୍ୟ ଭାରତର ଉଦ୍ୟମରେ ଅନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ କରୁଛି । ଶ୍ରୀ ଅନ୍ନ ବାଜରା ଏବଂ ଶ୍ରୀ ଅନ୍ନ ଜୋୱାର ଭଳି ମିଲେଟଗୁଡ଼ିକ ଆମ ଦେଶରେ ଶତାବ୍ଦୀ ଶତାବ୍ଦୀ ଧରି ଚାଷ ଏବଂ ଖାଦ୍ୟ ଅଭ୍ୟାସର ଏକ ଅଂଶ ହୋଇ ରହିଛି । ମିଲେଟ ପୁଷ୍ଟିକର ପରିମାଣରେ ଭରପୁର ଏବଂ ଚାଷରେ କମ ଜଳ ମଧ୍ୟ ନେଇଥାଏ । ତେଣୁ, ଯଦି ଆପଣ ଲୋକମାନଙ୍କୁ ସେମାନଙ୍କ ଖାଦ୍ୟରେ ଅଧିକ କଠିନ ଶସ୍ୟ ଅନ୍ତର୍ଭୁକ୍ତ କରିବାକୁ ଉତ୍ସାହିତ କରନ୍ତି, ତେବେ ଏହି ଅଭିଯାନକୁ ଶକ୍ତି ମିଳିବ ଏବଂ ଜଳ ସଂରକ୍ଷଣକୁ ମଦ୍ୟ ବୃଦ୍ଧି କରାଯାଇ ପାରିବ ।

ମୋତେ ବିଶ୍ୱାସ ଅଛି ଯେ ଆମର ମିଳିତ ପ୍ରୟାସ ‘ଜଳ-ଜଳ ଅଭିଯାନ’କୁ ସଫଳ କରିବା ଏବଂ ଆମେ ଏକ ଉନ୍ନତ ଭାରତ ଏବଂ ଏକ ଉତ୍ତମ ଭବିଷ୍ୟତ ଗଠନ କରିବା । ଆପଣ ସମସ୍ତଙ୍କୁ ପୁଣିଥରେ ବହୁତ ବହୁତ ଶୁଭକାମନା! ଓମ୍ ଶାନ୍ତି!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India accelerates ‘semiconductor drive’ with Rs 1.64 lakh crore investment plan

Media Coverage

India accelerates ‘semiconductor drive’ with Rs 1.64 lakh crore investment plan
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasizing on respecting the diverse cultures of the world
June 29, 2026

The Prime Minister, Shri Narendra Modi, shared a Sanskrit Subhashitam:

“देशाचारान् समयाञ्जातिधर्मान् बुभूषते यस्तु परावरज्ञः।

स तत्र तत्राधिगतः सदैव महाजनस्याधिपत्यं करोति॥"

The Subhashitam emphasizes that respecting the diverse cultures of the world fosters a sense of trust and cooperation among people, and strengthens mutual understanding and brotherhood.

The Prime Minister wrote on X;

दुनिया की अलग-अलग संस्कृतियों का सम्मान करने से लोगों के बीच विश्वास और सहयोग की भावना बढ़ती है। इससे आपसी समझ और भाईचारा और मजबूत होता है।

देशाचारान् समयाञ्जातिधर्मान् बुभूषते यस्तु परावरज्ञः।

स तत्र तत्राधिगतः सदैव महाजनस्याधिपत्यं करोति॥