“ପରବର୍ତ୍ତୀ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିର ମୁକାବିଲା ନିମନ୍ତେ ଆମେ ନିଜକୁ ପ୍ରସ୍ତୁତ ରଖିବା ଆବଶ୍ୟକ”
“ବିଶ୍ୱବ୍ୟାପୀ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ସାମଗ୍ରିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦିଗରେ ଏକ ସାର୍ବଜନୀନ ପଦକ୍ଷେପ”
“ବୈଶ୍ୱିକ ଲକ୍ଷ୍ୟ ୨୦୩୦ର ଯଥେଷ୍ଟ ଆଗରୁ ଆମେ ଯକ୍ଷ୍ମା ଉନ୍ମୁଳନ କରିବା ରାସ୍ତାରେ ଆଗେଇଛୁ”
“ଚାଲନ୍ତୁ ଆମର ନବୋନ୍ମେଷ ଜନହିତରେ ଲଗାଇବା, ପ୍ରଯୁକ୍ତିର ସମାନୁପାତିକ ଉପଲବ୍ଧତାକୁ ପ୍ରଚଳନ କରିବା”

ମହାମହିମ,

ଭଦ୍ର ମହିଳା ଓ ପୁରୁଷମାନେ

ନମସ୍କାର!

ଭାରତର ୧୪୦ କୋଟି ଲୋକଙ୍କ ତରଫରୁ, ମୁଁ ଆପଣମାନଙ୍କୁ ଭାରତ ଏବଂ ମୋର ନିଜ ରାଜ୍ୟ ଗୁଜରାଟକୁ ସ୍ୱାଗତ କରୁଛି । ଆପଣଙ୍କୁ ସ୍ୱାଗତ କରିବା ରେ ମୋ ସହିତ ଭାରତରେ ୨.୪ ନିୟୁତ ଡାକ୍ତର, ୩.୫ ନିୟୁତ ନର୍ସ, ୧.୩ ନିୟୁତ ପାରାମେଡିକ୍ସ, ୧.୬ ନିୟୁତ ଫାର୍ମାସିଷ୍ଟ ଏବଂ ଅନ୍ୟ ଲକ୍ଷ ଲକ୍ଷ ଲୋକ ଅଛନ୍ତି ।

ବନ୍ଧୁଗଣ,

ଗାନ୍ଧିଜୀ ସ୍ୱାସ୍ଥ୍ୟକୁ ଏତେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ଭାବୁଥିଲେ ଯେ ସେ ଏହି ବିଷୟରେ "କି ଟୁ ହେଲଥ୍‍" ଶୀର୍ଷକ ଏକ ପୁସ୍ତକ ଲେଖିଥିଲେ । ସେ କହିଛନ୍ତି ଯେ ସୁସ୍ଥ ରହିବା ହେଉଛି ନିଜ ମନ ଓ ଶରୀରକୁ ସୌହାର୍ଦ୍ଦ୍ୟ ଓ ସନ୍ତୁଳନ ଅବସ୍ଥାରେ ରଖିବା । ବାସ୍ତବରେ ସ୍ୱାସ୍ଥ୍ୟ ହିଁ ଜୀବନର ମୂଳଦୁଆ । ଭାରତରେ ସଂସ୍କୃତ ଭାଷାରେ ଆମର ଏକ କଥା ଅଛି:

’’ ଆରୋଗ୍ୟଂ ପରମଂ ଭାଗ୍ୟଂ ସ୍ବାସ୍ଥ୍ୟଂ ସର୍ବାର୍ଥସାଧନମ୍‍’’

ଅର୍ଥାତ୍ 'ସ୍ୱାସ୍ଥ୍ୟ ହେଉଛି ପରମ ଧନ, ଉତ୍ତମ ସ୍ୱାସ୍ଥ୍ୟ ସହିତ ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ ହୋଇପାରିବ'।

ବନ୍ଧୁଗଣ,

କୋଭିଡ୍-୧୯ ମହାମାରୀ ଆମକୁ ମନେ ପକାଇ ଦେଇଛି ଯେ ସ୍ୱାସ୍ଥ୍ୟ ଆମ ନିଷ୍ପତ୍ତିର କେନ୍ଦ୍ରରେ ରହିବା ଉଚିତ୍ । ଏହା ଆମକୁ ଅନ୍ତର୍ଜାତୀୟ ସହଯୋଗର ମୂଲ୍ୟ ମଧ୍ୟ ଦେଖାଇଥିଲା, ଔଷଧ ଏବଂ ଟିକା ଯୋଗାଣ ହେଉ କିମ୍ବା ଆମଲୋକଙ୍କୁ ଘରକୁ ଫେରାଇ ଆଣିବାରେ ହେଉ । ଟିକା ମୈତ୍ରୀ ଅଭିଯାନ ଅଧୀନରେ ଭାରତ ୧୦୦ରୁ ଅଧିକ ଦେଶକୁ ୩୦୦ ନିୟୁତ ଡୋଜ୍ ଟିକା ପ୍ରଦାନ କରିଛି। ସ୍ଥିରତା ଏହି ସମୟର ସବୁଠାରୁ ବଡ଼ ଶିକ୍ଷା ରେ ପରିଣତ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ସୁଦୃଢ଼ ହେବା ଦରକାର । ପରବର୍ତ୍ତୀ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିକୁ ରୋକିବା, ପ୍ରସ୍ତୁତ କରିବା ଏବଂ ପ୍ରତିକ୍ରିୟା ଦେବା ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ହେବ । ଆଜିର ପରସ୍ପର ସହ ଜଡ଼ିତ ବିଶ୍ବରେ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ । ମହାମାରୀ ସମୟରେ ଆମେ ଦେଖିଥିଲୁ ଯେ, ବିଶ୍ୱର ଗୋଟିଏ ଭାଗର ସ୍ୱାସ୍ଥ୍ୟ ସମସ୍ୟା ଖୁବ୍ କମ୍ ସମୟ ମଧ୍ୟରେ ବିଶ୍ୱର ଅନ୍ୟ ସମସ୍ତ ଅଂଚଳକୁ ପ୍ରଭାବିତ କରିପାରେ ।

ବନ୍ଧୁଗଣ,

ଭାରତରେ ଆମେ ଏକ ସାମଗ୍ରିକ ଏବଂ ଅନ୍ତର୍ଭୁକ୍ତ ଆଭିମୁଖ୍ୟ ଅନୁସରଣ କରୁଛୁ । ଆମେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମ୍ପ୍ରସାରଣ କରୁଛୁ, ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ପ୍ରୋତ୍ସାହିତ କରୁଛୁ ଏବଂ ସମସ୍ତଙ୍କୁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛୁ । ଆନ୍ତର୍ଜାତିକ ଯୋଗ ଦିବସର ବିଶ୍ୱବ୍ୟାପୀ ପାଳନ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ସାର୍ବଜନୀନ ଇଚ୍ଛାଶକ୍ତିର ପ୍ରମାଣ । ଚଳିତ ବର୍ଷ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ କରାଯାଉଛି। ମିଲେଟ ବା ଶ୍ରୀ ଅନ୍ନ ଯେପରି କି ଭାରତରେ ଜଣାଶୁଣା, ଏହାର ଅନେକ ସ୍ୱାସ୍ଥ୍ୟ ଉପକାରିତା ରହିଛି । ଆମେ ବିଶ୍ୱାସ କରୁ ଯେ ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ସମସ୍ତଙ୍କ ସ୍ଥିରତା ବୃଦ୍ଧି କରିବାରେ ସାହାଯ୍ୟ କରିପାରେ | ଗୁଜରାଟର ଜାମନଗରରେ ଡବ୍ଲ୍ୟୁଏଚଓ ଗ୍ଲୋବାଲ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନ ପ୍ରତିଷ୍ଠା ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏବଂ ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ ସହିତ ପାରମ୍ପରିକ ଔଷଧ ଉପରେ ଡବ୍ଲୁଏଚଓ ଆର୍ନ୍ତଜାତୀୟ ଶିଖର ସମ୍ମିଳନୀ ର ଆୟୋଜନ ଏହାର ସାମର୍ଥ୍ୟକୁ ଉପଯୋଗ କରିବା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିବ । ପାରମ୍ପରିକ ଔଷଧର ଏକ ବିଶ୍ୱସ୍ତରୀୟ ଭଣ୍ଡାର ନିର୍ମାଣ ପାଇଁ ଏହା ଆମର ମିଳିତ ପ୍ରୟାସ ହେବା ଉଚିତ୍ |

ବନ୍ଧୁଗଣ,

ସ୍ୱାସ୍ଥ୍ୟ ଏବଂ ପରିବେଶ ଜୈବିକ ଭାବରେ ଜଡିତ । ସ୍ୱଚ୍ଛ ବାୟୁ, ନିରାପଦ ପାନୀୟ ଜଳ, ପର୍ଯ୍ୟାପ୍ତ ପୋଷଣ ଏବଂ ସୁରକ୍ଷିତ ଆଶ୍ରୟ ସ୍ୱାସ୍ଥ୍ୟର ପ୍ରମୁଖ କାରଣ ଅଟେ । ଜଳବାୟୁ ଏବଂ ସ୍ୱାସ୍ଥ୍ୟ ପଦକ୍ଷେପ ର ଶୁଭାରମ୍ଭ ଦିଗରେ ନିଆଯାଇଥିବା ପଦକ୍ଷେପ ପାଇଁ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି । ଆଣ୍ଟି-ମାଇକ୍ରୋବାୟଲ ପ୍ରତିରୋଧ ବିପଦର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ମଧ୍ୟ ପ୍ରଶଂସନୀୟ । ଏଏମଆର ବିଶ୍ୱ ଜନସ୍ୱାସ୍ଥ୍ୟ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଔଷଧ ବିକାଶ ପାଇଁ ଏକ ଗମ୍ଭୀର ବିପଦ । ମୁଁ ଖୁସି ଯେ ଜି-୨୦ ସ୍ବାସ୍ଥ୍ୟ କାର୍ଯ୍ୟ ଗୋଷ୍ଠି 'ୱାନ୍ ହେଲ୍ଥ'କୁ ପ୍ରାଥମିକତା ଦେଇଛି। ଆମର 'ଗୋଟିଏ ପୃଥିବୀ, ଗୋଟିଏ ସ୍ୱାସ୍ଥ୍ୟ' ପରିକଳ୍ପନା ସମଗ୍ର ଇକୋସିଷ୍ଟମ୍ - ମଣିଷ, ଜୀବଜନ୍ତୁ, ଉଦ୍ଭିଦ ଏବଂ ପରିବେଶ ପାଇଁ ଉତ୍ତମ ସ୍ୱାସ୍ଥ୍ୟର ପରିକଳ୍ପନା କରେ । ଏହି ସମନ୍ୱିତ ଦୃଷ୍ଟିକୋଣ ଗାନ୍ଧିଜୀଙ୍କ କାହାକୁ ପଛରେ ନ ପକାଇବାର ବାର୍ତ୍ତା ବହନ କରେ ।

ବନ୍ଧୁଗଣ,

ସ୍ୱାସ୍ଥ୍ୟ ପଦକ୍ଷେପର ସଫଳତା ପଛରେ ଜନସାଧାରଣଙ୍କ ଅଂଶଗ୍ରହଣ ଏକ ପ୍ରମୁଖ କାରଣ ଅଟେ । ଏହା ଆମ କୁଷ୍ଠ ନିରାକରଣ ଅଭିଯାନର ସଫଳତାର ଏକ ପ୍ରମୁଖ କାରଣ ଥିଲା । ଯକ୍ଷ୍ମା ନିରାକରଣ ଉପରେ ଆମର ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ମଧ୍ୟ ଜନସାଧାରଣଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରେ । ଆମେ ଦେଶବାସୀଙ୍କୁ ଆହ୍ୱାନ ଦେଇଛୁ ଯେ ସେମାନେ ନି-କ୍ଷୟ ମିତ୍ର ବା 'ଯକ୍ଷ୍ମା ନିରାକରଣ ପାଇଁ ବନ୍ଧୁ' ହୁଅନ୍ତୁ । ଏହା ଅଧୀନରେ ପାଖାପାଖି ୧ ନିୟୁତ ରୋଗୀଙ୍କୁ ନାଗରିକମାନେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏବେ ଆମେ ୨୦୩୦ ର ବିଶ୍ୱସ୍ତରୀୟ ଲକ୍ଷ୍ୟ ଠାରୁ ଯକ୍ଷ୍ମା ନିରାକରଣ ଲକ୍ଷ୍ୟ ହାସଲ କରିବା ଦିଗରେ ଆଗେଇ ଚାଲିଛୁ ।

ବନ୍ଧୁଗଣ,

ଡିଜିଟାଲ ସମାଧାନ ଏବଂ ଉଦ୍ଭାବନ ଆମର ପ୍ରୟାସକୁ ସମାନ ଏବଂ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ଉପଯୋଗୀ ମାଧ୍ୟମ | ଦୂର ଦୂରାନ୍ତରୁ ଆସୁଥିବା ରୋଗୀମାନେ ଟେଲି ମେଡିସିନ ଜରିଆରେ ଗୁଣାତ୍ମକ ସେବା ପାଇପାରିବେ। ଭାରତର ଜାତୀୟ ପ୍ଲାଟଫର୍ମ ଇ-ସଞ୍ଜୀବନୀ ବର୍ତ୍ତମାନ ସୁଦ୍ଧା ୧୪୦ ନିୟୁତ ଟେଲି-ସ୍ୱାସ୍ଥ୍ୟ ପରାମର୍ଶର ସୁବିଧା ପ୍ରଦାନ କରିଛି । ଭାରତର କୋଓ୍ବିନ୍‍ ପ୍ଲାଟଫର୍ମ ମାନବ ଇତିହାସରେ ସର୍ବବୃହତ ଟିକାକରଣ ଅଭିଯାନକୁ ସଫଳତାର ସହ କାର୍ଯ୍ୟକାରୀ କରିଛି। ଏଥିରେ ୨.୪ ବିଲିୟନରୁ ଅଧିକ ଟିକା କରଣ କରାଯାଇଥିଲା ଏବଂ ବିଶ୍ୱବ୍ୟାପୀ ଯାଞ୍ଚଯୋଗ୍ୟ ଟିକାକରଣ ପ୍ରମାଣପତ୍ରର ରିଅଲ ଟାଇମ୍ ଉପଲବ୍ଧତା ହୋଇଥିଲା। ଡିଜିଟାଲ ସ୍ୱାସ୍ଥ୍ୟ ଉପରେ ବୈଶ୍ବିକ ପଦକ୍ଷେପ ଏକ ସାଧାରଣ ପ୍ଲାଟଫର୍ମରେ ବିଭିନ୍ନ ଡିଜିଟାଲ ସ୍ୱାସ୍ଥ୍ୟ ପଦକ୍ଷେପକୁ ଏକାଠି କରିବ । ଆସନ୍ତୁ ସର୍ବସାଧାରଣଙ୍କ ଉନ୍ନତି ପାଇଁ ଆମର ଉଦ୍ଭାବନଗୁଡ଼ିକୁ ପଦାକୁ ଆଣିବା । ଅନୁଦାନ ନକଲିକରଣରୁ ଦୂରେଇ ରୁହନ୍ତୁ। ଆସନ୍ତୁ ଟେକ୍ନୋଲୋଜିର ସମାନ ଉପଲବ୍ଧତାକୁ ସୁଗମ କରିବା । ଏହି ପଦକ୍ଷେପ ଦକ୍ଷିଣ ବିଶ୍ବର ଦେଶଗୁଡ଼ିକୁ ସ୍ୱାସ୍ଥ୍ୟ ସେବା ଯୋଗାଣରେ ଥିବା ବ୍ୟବଧାନକୁ ବନ୍ଦ କରିବାକୁ ଅନୁମତି ଦେବ । ଏହା ଆମକୁ ସାର୍ବଜନୀନ ସ୍ୱାସ୍ଥ୍ୟ କଭରେଜ୍ ହାସଲ କରିବାର ଲକ୍ଷ୍ୟଠାରୁ ଗୋଟିଏ ପାଦ ଆଗକୁ ନେଇଯିବ ।

ବନ୍ଧୁଗଣ,

ମୁଁ ମାନବିକତା ପାଇଁ ଏକ ପ୍ରାଚୀନ ଭାରତୀୟ ଶୁଭେଚ୍ଛା ସହିତ ବକ୍ତବ୍ୟ ଶେଷ କରୁଛି: ସର୍ବେ ଭବନ୍ତୁ ସୁଖୀନଃ: ସର୍ବେ ସନ୍ତୁ ନିରାମୟ: ଅର୍ଥାତ 'ସମସ୍ତେ ସୁଖୀ ହୁଅନ୍ତୁ, ସମସ୍ତେ ରୋଗରୁ ମୁକ୍ତ ହୁଅନ୍ତୁ '। ମୁଁ ତୁମ ବିଚାରବିମର୍ଶର ସଫଳତା କାମନା କରୁଛି ।

ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives in mishap in Nanded
September 11, 2026
Prime Minister announces ex-gratia from PMNRF

The Prime Minister, Shri Narendra Modi has expressed grief over the loss of lives due to a mishap in Nanded, Maharashtra.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

Shri Modi announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

In a post on X, the Prime Minister’s Office said;

“Saddened by the loss of lives due to a mishap in Nanded, Maharashtra. My thoughts are with the bereaved families in this hour of grief. Praying for the speedy recovery of the injured.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”