ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି
“ଗୃହରେ ସଦସ୍ୟ ମାନଙ୍କର ଆଚରଣ ଏବଂ ସେଥିରେ ଅନୁକୂଳ ବାତାବରଣ ବିଧାନସଭାର ଉତ୍ପାଦକତା ଉପରେ ସିଧାସଳଖ ପ୍ରଭାବ ପକାଇଥାଏ”
"କିଛି ଦଳ ସେମାନଙ୍କ ସଦସ୍ୟଙ୍କୁ ପରାମର୍ଶ ଦେବା ପରିବର୍ତ୍ତେ ସେମାନଙ୍କ ଆପତ୍ତିଜନକ ଆଚରଣକୁ ସମର୍ଥନ କରନ୍ତି"
“ବର୍ତ୍ତମାନ ଆମେ ଦୋଷୀ ସାବ୍ୟସ୍ତ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ମାନଙ୍କୁ ସର୍ବସାଧାରଣରେ ପ୍ରଶଂସା କରାଯିବାର ଦେଖୁଛୁ, ଯାହା କାର୍ଯ୍ୟନିର୍ବାହୀ, ନ୍ୟାୟପାଳିକା ଏବଂ ସମ୍ବିଧାନର ଅଖଣ୍ଡତା ପାଇଁ ହାନିକାରକ”
“ଭାରତର ପ୍ରଗତି ଆମ ରାଜ୍ୟ ଗୁଡ଼ିକର ଅଗ୍ରଗତି ଉପରେ ନିର୍ଭର କରେ । ଏବଂ ରାଜ୍ୟ ଗୁଡ଼ିକର ପ୍ରଗତି ସେମାନଙ୍କର ବିକାଶ ଲକ୍ଷ୍ୟକୁ ସାମୂହିକ ଭାବରେ ନିର୍ଦ୍ଧାରଣ କରିବା ପାଇଁ ସେମାନଙ୍କର ବ୍ୟବସ୍ଥାପିକା ଏବଂ କାର୍ଯ୍ୟନିର୍ବାହୀ ସଂସ୍ଥାର ଦୃଢ଼ ସଙ୍କଳ୍ପ ଉପରେ ନିର୍ଭର କରେ”
“ନ୍ୟାୟିକ ବ୍ୟବସ୍ଥାର ସରଳୀକରଣ ଦ୍ୱାରା ସାଧାରଣ ଲୋକମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଗୁଡିକୁ ସହଜ କରିବା ସହ ଜୀବନଶୈଳୀରେ ସହଜତା ବୃଦ୍ଧି ପାଇଛି”

ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଜୀ, ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ ଜୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜୀ, ବିଧାନସଭା ବାଚସ୍ପତି ରାହୁଲ ନର୍ଭେକର ଜୀ ଏବଂ ବିଭିନ୍ନ ରାଜ୍ୟ ବିଧାନସଭାରୁ ଆସିଥିବା ପ୍ରିଜାଇଡିଂ ଅଫିସରମାନେ,

ଭଦ୍ର ମହିଳା ଓ ପୁରୁଷ ମାନେ,

ସର୍ବଭାରତୀୟ ପ୍ରିଜାଇଡିଂ ଅଫିସର ସମ୍ମିଳନୀ ପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ! ଏଥର ଏହି ସମ୍ମିଳନୀର ବିଶେଷ ମହତ୍ତ୍ୱ ରହିଛି । ଏହା ୭୫ତମ ସାଧାରଣତନ୍ତ୍ର ଦିବସ ପରେ ସଙ୍ଗେ ସଙ୍ଗେ ତୁରନ୍ତ ଅନୁଷ୍ଠିତ ହେଉଛି । ଜାନୁଆରୀ ୨୬ ରେ ଆମ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା, ଯାହା ଏହାର ପ୍ରତିଷ୍ଠାର ୭୫ ବର୍ଷ ପୂର୍ତ୍ତି ପାଳନ କରିଥିଲା । ଆମ ଦେଶର ନାଗରିକଙ୍କ ତରଫରୁ ସମ୍ବିଧାନ ସଭାର ସମସ୍ତ ସଦସ୍ୟଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ସାଥିମାନେ,

ପ୍ରିଜାଇଡିଂ ଅଫିସରମାନଙ୍କ ଏହି ସମ୍ମିଳନୀ,  ଆମ ସମ୍ବିଧାନ ସଭାରୁ ଅନେକ କିଛି ଶିଖିବାର ଅଛି । ସମ୍ବିଧାନ ସଭାର ସଦସ୍ୟମାନଙ୍କର ବିଭିନ୍ନ ଚିନ୍ତାଧାରା, ବିଷୟ ଏବଂ ମତାମତ ମଧ୍ୟରେ ସହମତି ସୃଷ୍ଟି କରିବାର ଦାୟିତ୍ୱ ଥିଲା । ଏବଂ ସେମାନେ ଏହା ପ୍ରଶଂସନୀୟ ଭାବରେ କରିଥିଲେ । ଏହି ସମ୍ମିଳନୀ ସମସ୍ତ ପ୍ରିଜାଇଡିଂ ଅଫିସରଙ୍କୁ ପୁଣି ଥରେ ସମ୍ବିଧାନ ସଭାର ଆଦର୍ଶରୁ ପ୍ରେରଣା ନେବାର ସୁଯୋଗ ପ୍ରଦାନ କରିବ । ଆପଣମାନେ ସମସ୍ତେ ନିଜ କାର୍ଯ୍ୟକାଳ ରେ ଏପରି ପ୍ରୟାସ କରିବା ଉଚିତ ଯାହା ଭବିଷ୍ୟତ ପିଢ଼ି ପାଇଁ ଏକ ଐତିହ୍ୟ ହୋଇପାରିବ ।

ସାଥିମାନେ,

ମୋତେ ସୂଚନା ଦିଆଯାଇଛି ଯେ ଏଥର ମୁଖ୍ୟତଃ ପ୍ରାଥମିକ ଧ୍ୟାନ ବିଧାନସଭା ଏବଂ କମିଟିର କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ଆଲୋଚନା ରହିବ । ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଆଜି ଦେଶବାସୀ ଯେପରି ପ୍ରତ୍ୟେକ ପ୍ରତିନିଧିଙ୍କୁ ସତର୍କତାର ଯେପରି ପରଖୁଛନ୍ତି, ସେଥିପାଇଁ  ଏଭଳି ସମୀକ୍ଷା ଓ ଆଲୋଚନା ଅତ୍ୟନ୍ତ ଲାଭଦାୟକ ହେବ । ବିଧାନସଭାରେ ପ୍ରତିନିଧିଙ୍କ ଆଚରଣ ଦେଶର ସଂସଦୀୟ ବ୍ୟବସ୍ଥାକୁ ଗଢ଼ିତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଗୃହରେ ପ୍ରତିନିଧିମାନଙ୍କର ନିରନ୍ତର ସକାରାତ୍ମକ ଆଚରଣ କିପରି ବଜାୟ ରହିବ ଏବଂ ଗୃହର ଉତ୍ପାଦକତା କିପରି ବୃଦ୍ଧି କରାଯିବ ସେ ନେଇ ଏହି ସମ୍ମିଳନୀରୁ ମିଳିଥିବା ଠୋସ୍ ପରାମର୍ଶ ବେଶ୍ ସହାୟକ ହେବ ।

 

ସାଥିମାନେ,

ଏକ ସମୟ ଥିଲା ଯେତେବେଳେ ଯଦି କୌଣସି ସଦସ୍ୟ ଗୃହରେ ଶୃଙ୍ଖଳା ଉଲ୍ଲଂଘନ କରି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଆହ୍ୱାନ କରନ୍ତି, ତେବେ ଗୃହର ବରିଷ୍ଠ ସଦସ୍ୟମାନେ ସେହି ସଦସ୍ୟଙ୍କୁ ଏଭଳି ଭୁଲ୍ କୁ ରୋକିବା ଏବଂ ଭବିଷ୍ୟତରେ ଗୃହର ଶୃଙ୍ଖଳା ଉଲ୍ଲଂଘନ ନ କରିବାକୁ ପରାମର୍ଶ ଦେଉଥିଲେ । ତେବେ ଆଜିର ସମୟରେ ଆମେ ଦେଖିଛୁ ଯେ କିଛି ରାଜନୈତିକ ଦଳ ଏଭଳି ସଦସ୍ୟଙ୍କ ଭୁଲକୁ ରକ୍ଷା କରିବା ଆରମ୍ଭ କରିଦିଅନ୍ତି । ସଂସଦ ହେଉ କି ବିଧାନସଭା, ଏଭଳି ସ୍ଥିତି ଗ୍ରହଣୀୟ ନୁହେଁ । ଗୃହର ଶୃଙ୍ଖଳା କିପରି ବଜାୟ ରହିବ ସେ ନେଇ ଏହି ମଞ୍ଚରେ ଆଲୋଚନା ହେବା ଜରୁରୀ ।

ସାଥିମାନେ,

ଆଜି ଆମେ ଆଉ ଏକ ପରିବର୍ତ୍ତନ ଦେଖୁଛୁ । ପୂର୍ବରୁ ଗୃହର କୌଣସି ସଦସ୍ୟଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଲେ ସାଧାରଣ ଜୀବନରେ ସମସ୍ତେ ତାଙ୍କଠାରୁ ଦୂରତା ବଜାୟ ରଖୁଥିଲେ । କିନ୍ତୁ ଆଜି ଆମେ ଦେଖୁଛୁ ଯେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କୁ ଅଦାଲତ ଦ୍ୱାରା ଦଣ୍ଡିତ କରାଯାଉଛି ପୁଣି ସେମାନଙ୍କୁ ସର୍ବସାଧାରଣରେ ସମ୍ମାନିତ କରାଯାଉଛି । ଏହା କାର୍ଯ୍ୟନିର୍ବାହୀ ପ୍ରତି ଅସମ୍ମାନ, ନ୍ୟାୟପାଳିକାପ୍ରତି ଅସମ୍ମାନ ଏବଂ ଭାରତର ମହାନ ସମ୍ବିଧାନପ୍ରତି ମଧ୍ୟ ଅସମ୍ମାନ । ଏହି ସମ୍ମିଳନୀରେ ଏ ସମ୍ପର୍କରେ ଆଲୋଚନା ଓ ଦୃଢ଼ ପରାମର୍ଶ ଭବିଷ୍ୟତ ପାଇଁ ଏକ ନୂଆ ରୋଡମ୍ୟାପ୍ ପ୍ରସ୍ତୁତ କରିବାରେ ସହାୟକ ହେବ ।

ସାଥିମାନେ,

ଏହି 'ଅମୃତ କାଳ'ରେ ଦେଶ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରୁଛି ତାହାକୁ ସାକାର କରିବାରେ ପ୍ରତ୍ୟେକ ରାଜ୍ୟ ସରକାର ଏବଂ ଏହାର ବିଧାନସଭାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତର ପ୍ରଗତି ସେତେବେଳେ ହିଁ ହୋଇପାରିବ ଯେତେବେଳେ ଆମ ରାଜ୍ୟର ପ୍ରଗତି ହେବ । ଏବଂ ରାଜ୍ୟଗୁଡ଼ିକର ପ୍ରଗତି ସେତେବେଳେ ହିଁ ସମ୍ଭବ ହେବ ଯେତେବେଳେ ସେମାନଙ୍କର ବିକାଶର ଲକ୍ଷ୍ୟ ନିର୍ଦ୍ଧାରଣ କରିବା ପାଇଁ ସେମାନଙ୍କ ବିଧାନସଭା ଏବଂ କାର୍ଯ୍ୟନିର୍ବାହୀ ମିଳିତ ଭାବରେ କାର୍ଯ୍ୟ କରିବେ । ରାଜ୍ୟ ପାଇଁ ଏଭଳି ଲକ୍ଷ୍ୟ ହାସଲ ଦିଗରେ ବିଧାନସଭା ଯେତେ ସକ୍ରିୟ ଭାବେ କାର୍ଯ୍ୟ କରିବ, ରାଜ୍ୟ ସେତେ ଅଧିକ ଅଗ୍ରଗତି କରିବ । ତେଣୁ ଆପଣଙ୍କ ରାଜ୍ୟର ଅର୍ଥନୈତିକ ପ୍ରଗତି ପାଇଁ କମିଟିର ସଶକ୍ତୀକରଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

ସାଥିମାନେ,

ଗୋଟିଏ ପ୍ରମୁଖ ପ୍ରସଙ୍ଗ ହେଉଛି ଅନାବଶ୍ୟକ ଆଇନର ଅନ୍ତ । ବିଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଆମ ବ୍ୟବସ୍ଥା ପାଇଁ କ୍ଷତିକାରକ ୨ହଜାରରୁ ଅଧିକ ଆଇନକୁ ରଦ୍ଦ କରିଛନ୍ତି । ସେମାନେ ଏକ ପ୍ରକାରରେ ବୋଝ ପାଲଟିଯାଇଥିଲେ । ଆଇନ ବ୍ୟବସ୍ଥାର ଏହି ସରଳୀକରଣ ସାଧାରଣ ଲୋକଙ୍କ ଅସୁବିଧାକୁ ହ୍ରାସ କରିବା ସହ ସହଜ ଜୀବନଧାରଣକୁ ବୃଦ୍ଧି କରିଛି । ପ୍ରିଜାଇଡିଂ ଅଫିସର ହିସାବରେ ଯଦି ଆପଣ ଏଭଳି ଆଇନର ଅଧ୍ୟୟନ କରିବେ, ତାଲିକା ପ୍ରସ୍ତୁତ କରିବେ ଏବଂ ନିଜ ନିଜ ସରକାର ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବେ, ତେବେ ସମ୍ଭବତଃ ସମସ୍ତେ ଅଧିକ ଉତ୍ସାହର ସହ କାମ କରିବାକୁ ଆଗେଇ ଆସିବେ । ଏହା ନାଗରିକଙ୍କ ଜୀବନ ଉପରେ ଯଥେଷ୍ଟ ସକାରାତ୍ମକ ପ୍ରଭାବ ପକାଇବ ।

 

ସାଥିମାନେ,

ଆପଣ ଜାଣନ୍ତି ଯେ ସଂସଦ ଗତ ବର୍ଷ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଅନୁମୋଦନ କରିଥିଲା । ଏହି ସମ୍ମିଳନୀରେ ମହିଳା ସଶକ୍ତୀକରଣ ପାଇଁ ପ୍ରୟାସ କୁ ଆହୁରି ବଢ଼ାଇବା ଏବଂ ସେମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି କରିବା ପାଇଁ ପରାମର୍ଶ ଉପରେ ମଧ୍ୟ ଆଲୋଚନା ହେବା ଦରକାର । ଭାରତ ଭଳି ଯୁବ ଦେଶରେ କମିଟିରେ ଯୁବଗୋଷ୍ଠୀଙ୍କ ଭାଗିଦାରୀ ବୃଦ୍ଧି ଉପରେ ଗୁରୁତ୍ୱ ଦେବା ଉଚିତ । ଆମ ର ଯୁବ ପ୍ରତିନିଧିମାନଙ୍କୁ କେବଳ ଅଧିକ ସୁଯୋଗ ମିଳିବା ଉଚିତ ନୁହେଁ ବରଂ ଗୃହରେ ନିଜର ମତ ରଖିବା ଏବଂ ନୀତି ନିର୍ଦ୍ଧାରଣରେ ଅଧିକ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରାଯିବା ଉଚିତ୍ ।

ସାଥିମାନେ ,

୨୦୨୧ ରେ ଆମର ଆଲୋଚନା ସମୟରେ, ମୁଁ ଏକ ରାଷ୍ଟ୍ର-ଗୋଟିଏ ବିଧାନ ମଞ୍ଚ ବିଷୟରେ ଉଲ୍ଲେଖ କଲି । ମୁଁ ଏହା ଜାଣି ଆନନ୍ଦିତ ଯେ ଆମ ର ସଂସଦ ଏବଂ ଆମ ରାଜ୍ୟ ବିଧାନସଭାଗୁଡିକ ବର୍ତ୍ତମାନ ଇ-ବିଧାନ ଏବଂ ଡିଜିଟାଲ ସଂସଦ ପ୍ଲାଟଫର୍ମ ମାଧ୍ୟମରେ ଏହି ଲକ୍ଷ୍ୟ ଦିଗରେ କାର୍ଯ୍ୟ କରୁଛନ୍ତି । ମୋତେ ଏହି ଅବସରରେ ନିମନ୍ତ୍ରଣ କରିଥିବାରୁ ମୁଁ ପୁଣି ଥରେ ଆପଣସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଏହି ସମ୍ମିଳନୀର ସଫଳ ଆୟୋଜନ ପାଇଁ ମୁଁ ସମସ୍ତ ପ୍ରିଜାଇଡିଂ ଅଫିସରମାନଙ୍କୁ ଶୁଭେଚ୍ଛା ଜଣାଉଛି । ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi