ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ,

ଭାରତ ମାତା କୀ ଜୟ,

 

ମୋ ସହିତ ଆପଣମାନେ ଏକ ସ୍ଲୋଗାନ ଦିଅନ୍ତୁ, ଜୟ ଜବାନ - ଜୟ କିଷାନ, ଜୟ ଜବାନ - ଜୟ କିଷାନ,

ଆଗକୁ ମୁଁ ଆଉ ଏକ କଥା କହୁଛି । ମୁଁ କହିବି ଜୟ ବିଜ୍ଞାନ, ଆପଣମାନେ କହିବେ ଜୟ ଅନୁସନ୍ଧାନ, ଜୟ ବିଜ୍ଞାନ - ଜୟ ଅନୁସନ୍ଧାନ, ଜୟ ବିଜ୍ଞାନ - ଜୟ ଅନୁସନ୍ଧାନ, ଜୟ ବିଜ୍ଞାନ - ଜୟ ଅନୁସନ୍ଧାନ, ଜୟ ଜବାନ - ଜୟ କିଷାନ, ଜୟ ଜବାନ - ଜୟ କିଷାନ, ଜୟ ବିଜ୍ଞାନ - ଜୟ ଅନୁସନ୍ଧାନ, ଜୟ ବିଜ୍ଞାନ - ଜୟ ଅନୁସନ୍ଧାନ ।

                   

ସୂର୍ଯ୍ୟୋଦୟର ସମୟ, ଆଉ ବେଙ୍ଗାଲୁରୁର ଏହି ଦୃଶ୍ୟ ହେଉଛି, ଦେଶର ବୈଜ୍ଞାନିକମାନେ ଦେଶକୁ ଯେତେବେଳେ ଏତେ ବଡ଼ ଉପହାର ଦେଇଛନ୍ତି, ଏତେ ବଡ଼ ସିଦ୍ଧି ପ୍ରାପ୍ତ କରିଛନ୍ତି, ତେବେ ଯେଉଁ ଦୃଶ୍ୟ ଆଜି ବେଙ୍ଗାଲୁରୁରେ ମୋତେ ଦେଖିବାକୁ ମିଳିଛି, ତାହା ହିଁ ମୋତେ ଗ୍ରୀସରେ ମଧ୍ୟ ଦେଖିବାକୁ ମିଳିଲା । ଜୋହନ୍ସବର୍ଗରେ ମଧ୍ୟ ଦେଖିବାକୁ ମିଳିଲା । ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ବିଜ୍ଞାନରେ ବିଶ୍ୱାସ କରୁଥିବା ନା କେବଳ ଭାରତୀୟ, ଭବିଷ୍ୟତକୁ ଦେଖି ପାରୁଥିବା, ମାନବତାକୁ ସମର୍ପିତ ସମସ୍ତ ଲୋକ ଏତେ ଆନନ୍ଦ ଉଲ୍ଲାସ ଏବଂ ଉତ୍ସାହରେ ଭରି ହୋଇ ରହିଛନ୍ତି । ଆପଣମାନେ ସକାଳୁ ସକାଳୁ ଏତେ ଶୀଘ୍ର ଆସିଗଲେ, ମୁଁ ନିଜକୁ ନିଜେ ଅଟକାଇ ରଖି ପାରୁ ନ ଥିଲି । କାରଣ ମୁଁ ଏଠାରୁ ଦୂର ବିଦେଶରେ ଥିଲି, ତେଣୁ ମୁଁ ସ୍ଥିର କଲି ଯେ ଭାରତ ଯିବି, ତେବେ ପ୍ରଥମେ ବେଙ୍ଗାଲୁରୁ ଯିବି, ସର୍ବପ୍ରଥମେ ମୁଁ ସେହି ବୈଜ୍ଞାନିକମାନଙ୍କୁ ପ୍ରଣାମ କରିବି । ଏବେ ଏତେ ଦୂରରୁ ଆସିବାର ଥିଲା ତେବେ କେତେବେଳେ ପହଂଚିବି 5-50 ମିନିଟ ଏପଟ- ସେପଟ ହୋଇ ଯାଇଥାଏ । ମୁଁ ଏଠାକାର ଆଦରଣୀୟ ମୁଖ୍ୟମନ୍ତ୍ରୀ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ ମହାଶୟ, ରାଜ୍ୟପାଳ ସାହେବ ସେହି ସମସ୍ତଙ୍କୁ ଅନୁରୋଧ କରିଥିଲି, ଯେ ଆପଣମାନେ ଏତେ ଶୀଘ୍ର- ଶୀଘ୍ର କଷ୍ଟ ଉଠାଇବେ ନାହିଁ । ମୁଁ ତ ବୈଜ୍ଞାନିକମାନଙ୍କୁ ପ୍ରଣାମ କରି ଚାଲି ଆସିବି । ତେଣୁ ମୁଁ ସେମାନଙ୍କୁ ଅନୁରୋଧ କରିଥିଲି ଯେତେବେଳେ ମୁଁ ବିଧିବଦ୍ଧ ଭାବରେ କର୍ଣ୍ଣାଟକ ଆସିବି, ସେତେବେଳେ ନିଶ୍ଚିତ ମୁଖ୍ୟମନ୍ତ୍ରୀ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ ମହାଶୟ ଯାହା ପ୍ରୋଟୋକଲ ଅଛି, ତାକୁ ନିଶ୍ଚୟ ପାଳନ କରିବି । କିନ୍ତୁ ସେମାନେ ସହଯୋଗ କଲେ ମୁଁ ସେମାନଙ୍କ ନିକଟରେ କୃତଜ୍ଞତା ବ୍ୟକ୍ତ କରୁଛି, ଅଭିନନ୍ଦନ ଜଣାଉଛି ।

ସାଥୀଗଣ,

ଏହି ସମୟ ଏଠାରେ ମୋର ଉଦବୋଧନ ଦେବାର ସମୟ ନୁହେଁ, କାରଣ ମୋର ମନ ସେହି ବୈଜ୍ଞାନିକମାନଙ୍କ ପାଖରେ ପହଞ୍ଚିବା ପାଇଁ ବହୁତ ଉତ୍ସୁକ ଅଛି, କିନ୍ତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି ଯେ ବେଙ୍ଗାଲୁରୁର ନାଗରିକମାନେ ଏବେ ମଧ୍ୟ ସେହି ମୁହୂର୍ତ୍ତର ଆନନ୍ଦ ଉଲ୍ଲାସ ଏବଂ ଉତ୍ସାହକୁ ମନ ପ୍ରାଣ ଦେଇ ଦେଖିଛନ୍ତି । ଏତେ ସକାଳୁ- ସକାଳୁ ମୁଁ ଦେଖୁଛି ଛୋଟ- ଛୋଟ ପିଲାମାନେ ମଧ୍ୟ ମୋତେ ଦେଖିବାକୁ ମିଳୁଛନ୍ତି । ଏମାନେ ହେଉଛନ୍ତି ଭାରତର ଭବିଷ୍ୟତ । ମୋ ସହିତ ପୁଣିଥରେ କୁହନ୍ତୁ ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ଜୟ ଜବାନ- ଜୟ କିଷାନ, ଜୟ ଜବାନ - ଜୟ କିଷାନ, ଜୟ ଜବାନ - ଜୟ କିଷାନ, ଏବେ ଜୟ ବିଜ୍ଞାନ - ଜୟ ଅନୁସନ୍ଧାନ, ଜୟ ବିଜ୍ଞାନ - ଜୟ ଅନୁସନ୍ଧାନ, ଜୟ ବିଜ୍ଞାନ - ଜୟ ଅନୁସନ୍ଧାନ, ଜୟ ବିଜ୍ଞାନ - ଜୟ ଅନୁସନ୍ଧାନ, ଜୟ ବିଜ୍ଞାନ - ଜୟ ଅନୁସନ୍ଧାନ,

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Marvell to invest $250 million, double India workforce in 3 years

Media Coverage

Marvell to invest $250 million, double India workforce in 3 years
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 30, 2026
July 30, 2026

Aatmanirbhar in Action: How PM Modi Turned Vision into Export Multipliers & Safer Rails