ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଉଦଘାଟିତ ହେଲା ଆଦି ମହୋତ୍ସବ
“ସ୍ୱାଧୀନତାର ଅମୃତ ମହୋତ୍ସବ କାଳରେ ଭାରତର ଆଦିବାସୀ ଐତିହ୍ୟ ‘ଆଦି ମହୋତ୍ସବ’ରେ ବିଶାଳ ଆକାରରେ ଦର୍ଶାଯାଉଛି”
“ସବକା ସାଥ, ସବକା ପ୍ରୟାସ ମନ୍ତ୍ରରେ ଏକବିଂଶ ଶତାବ୍ଦୀର ଭାରତ ଆଗେଇ ଚାଲିଛି”
“ଆଦିବାସୀ ସମାଜର କଲ୍ୟାଣ ମୋର ଏକ ଭାବାବେଗ ଓ ବ୍ୟକ୍ତିଗତ ସମ୍ପର୍କ ଭଳି”
“ମୁଁ ଆଦିବାସୀ ପ୍ରଥା ଖୁବ ନିକଟରୁ ଦେଖିଛି, ସେମାନଙ୍କ ସହ ରହିଛି ଓ ସେମାନଙ୍କ ଠାରୁ ମଧ୍ୟ ଶିଖିଛି”
“ଆଦିବାସୀ ଗୌରବ ନେଇ ଅଦ୍ଭୁତପୂର୍ବ ଗର୍ବର ସହ ଦେଶ ଆଗେଇ ଚାଲିଛି”
“ଦେଶର ଯେକୌଣସି ସ୍ଥାନରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ବିଷୟ ମୋର ପ୍ରାଥମିକତା”

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସାଥୀ ଅର୍ଜୁନ ମୁଣ୍ଡା ମହାଶୟ, ଫଗନ ସିଂହ କୁଲସ୍ତେ ମହାଶୟ, ଶ୍ରୀମତୀ ରେଣୁକା ସିଂହ ମହାଶୟ, ଡକ୍ଟର ଭାରତୀ ପାୱାର ମହାଶୟା, ବିଶ୍ୱେଶ୍ୱର ଟୁଡୁ ମହାଶୟ, ଅନ୍ୟ ମହାନୁଭବ, ଏବଂ ଦେଶର ଭିନ୍ନ ଭିନ୍ନ ରାଜ୍ୟରୁ ଆସିଥିବା ମୋର ଆଦିବାସୀ ଭାଇ ଓ ଭଉଣୀମାନେ ! ଆପଣ ସମସ୍ତଙ୍କୁ ଆଦି ମହୋତ୍ସବର ବହୁତ-ବହୁତ ଶୁଭକାମନା ।

ସ୍ବାଧୀନତାର ଅମୃତ ମହୋତ୍ସବରେ ଆଦି ମହୋତ୍ସବ ଦେଶର ଆଦି ପରମ୍ପରାର ଭବ୍ୟ ପ୍ରସ୍ତୁତି କରୁଛି । ଏବେ ମୋତେ ସୁଯୋଗ ମିଳିଲା ଦେଶର ଆଦିବାସୀ ପରମ୍ପରାର ଏହି ଗୌରବଶାଳୀ ପ୍ରଜ୍ଞାପନ ମେଢ ସବୁକୁ ଦେଖିବା ପାଇଁ । ବିଭିନ୍ନ ପ୍ରକାରର ରସ, ବିଭିନ୍ନ ପ୍ରକାରର ରଙ୍ଗ ! ଏତ ସୁନ୍ଦର ପୋଷାକମାନ, ଏତେ ଗୌରବମୟୀ ପରମ୍ପରା ସବୁ ! ଭିନ୍ନ- ଭିନ୍ନ କଳାକୃତି ମାନ ! ନାନା ପ୍ରକାରର ସ୍ୱାଦ, ବିଭିନ୍ନ ପ୍ରକାରର ସଙ୍ଗୀତ, ଏଭଳି ଲାଗୁଛି ଯେପରି ଭାରତର ଅନେକତା, ତାହାର ଭବ୍ୟତା, କାନ୍ଧରେ କାନ୍ଧ ମିଶାଇ ଏକା ସହିତ ଠିଆ ହୋଇ ଯାଇଛି ।

ଏହା ହେଉଛି ଭାରତର ସେହି ଅନନ୍ତ ଆକାଶ ପରି, ଯେଉଁଥିରେ ତାହାର ବିବିଧତାମାନ ଇନ୍ଦ୍ରଧନୁର ରଙ୍ଗ ପରି ବାହାରି ସାମ୍ନାକୁ ଆସି ଯାଇଥାଏ । ଆଉ ଇନ୍ଦ୍ରଧନୁର ଆଉ ଏକ ବିଶେଷତା ମଧ୍ୟ ରହିଛି । ଏହି ଭିନ୍ନ ଭିନ୍ନ ରଙ୍ଗ ଯେତେବେଳେ ଏକାଠି ମିଶିଥାଏ, ସେତେବେଳେ ପ୍ରକାଶପୁଞ୍ଜ ସୃଷ୍ଟି ହୋଇଥାଏ ଯାହା ବିଶ୍ୱକୁ ଦୃଷ୍ଟି ମଧ୍ୟ ପ୍ରଦାନ କରିଥାଏ, ଆଉ ଦିଶା ମଧ୍ୟ ପ୍ରଦାନ କରିଥାଏ । ଏହି ଅନନ୍ତ ବିବିଧତାମାନ ଯେତେବେଳେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ସୂତ୍ରରେ ଗୁନ୍ଥି ହୋଇଥାଏ, ସେତେବେଳେ ଭାରତର ଭବ୍ୟ ସ୍ୱରୂପ ବିଶ୍ୱ ସମ୍ମୁଖକୁ ଆସିଥାଏ । ସେତେବେଳେ ଭାରତ ନିଜର ସାଂସ୍କୃତିକ ପ୍ରକାଶ ଦ୍ୱାରା ବିଶ୍ୱର ମାର୍ଗଦର୍ଶନ କରିଥାଏ । ଏହି ଆଦି ମହୋତ୍ସବ ‘ବିବିଧତାରେ ଏକତା’ ଆମର ସେହି ସାମର୍ଥ୍ୟକୁ ନୂତନ ଶୀଖର ପ୍ରଦାନ କରୁଛି । ଏହା ‘ବିକାଶ ଏବଂ ପରମ୍ପରା’ର ବିଚାରକୁ ଆହୁରି ଅଧିକ ଜୀବନ୍ତ କରୁଛି । ମୁଁ ମୋର ଆଦିବାସୀ ଭାଇ- ଭଉଣୀଙ୍କୁ ଏବଂ ଆଦିବାସୀମାନଙ୍କ ହିତ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକୁ ଏହି ଆୟୋଜନ ପାଇଁ ଶୁଭେଚ୍ଛା ଜଣାଉଛି ।

ସାଥୀଗଣ,

ଏକବିଂଶ ଶତାବ୍ଦୀର ଭାରତ, ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ (ସବକା ସାଥ, ସବକା ବିକାଶ)ର ମନ୍ତ୍ରକୁ ନେଇ ଚାଲୁ ରହିଛି । ଯେପରି ପୂର୍ବରୁ ଦୂର- ଦୂରାନ୍ତର ବୋଲି ବୁଝା ଯାଉଥିଲା, ଏବେ ସରକାର ଦିଲ୍ଲୀରୁ ଚାଲିକରି ଆସି ତାଙ୍କ ପାଖରେ ପହଞ୍ଚି ଯାଉଛନ୍ତି । ଯିଏ ପୂର୍ବରୁ ନିଜକୁ ଦୂର- ଦୂରାନ୍ତର ବୋଲି ଭାବୁଥିଲେ, ଏବେ ସରକାର ତାଙ୍କୁ ମଧ୍ୟ ମୁଖ୍ୟ ଧାରାକୁ ଆଣୁଛନ୍ତି । ବିଗତ 8-9 ବର୍ଷରେ ଆଦିବାସୀ ସମାଜ ସହିତ ଜଡ଼ିତ ଆଦି ମହୋତ୍ସବ ଭଳି କାର୍ଯ୍ୟକ୍ରମ ଦେଶ ପାଇଁ ଏକ ଅଭିଯାନ ହୋଇ ଯାଇଛି । ମୁଁ ନିଜେ କେତେଗୁଡ଼ିଏ ହିଁ କାର୍ଯ୍ୟକ୍ରମର ଅଂଶୀଦାର ହୋଇଥାଏ। ଏଭଳି ଏଇଥିପାଇଁ, କାରଣ ଆଦିବାସୀ ସମାଜର ହିତସାଧନ ହେଉଛି ମୋର ବ୍ୟକ୍ତିଗତ ସମ୍ପର୍କ ଏବଂ ଭାବନାର ମଧ୍ୟ ବିଷୟବସ୍ତୁ । ଯେତେବେଳେ ମୁଁ ରାଜନୈତିକ ଜୀବନରେ ନ ଥିଲି, ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ହିସାବରେ, ସଙ୍ଗଠନର ଜଣେ କାର୍ଯ୍ୟକର୍ତ୍ତା ହିସାବରେ କାର୍ଯ୍ୟ କରୁଥିଲି, ସେତେବେଳେ ମୋତେ ଅନେକ ରାଜ୍ୟରେ ଆଉ ସେଥିରେ ମଧ୍ୟ ଆମର ଜନଜାତୀୟ ସମୁଦାୟଙ୍କ ଗହଣକୁ ଯିବାର ସୁଯୋଗ ମିଳୁଥିଲା । ମୁଁ ଦେଶର କୋଣ-ଅନୁକୋଣରେ ଆଦିବାସୀ ସମାଜଙ୍କ ସହିତ, ଆଦିବାସୀ ପରିବାରଙ୍କ ସହିତ କେତେ ହିଁ ସପ୍ତାହର ସମୟ ଅତିବାହିତ କରିଛି । ମୁଁ ଆପଣଙ୍କର ପରମ୍ପରାଗୁଡ଼ିକୁ ମଧ୍ୟ ଅତି ନିକଟରୁ ଦେଖିଛି, ସେଗୁଡ଼ିକୁ ଅନୁଭବ ମଧ୍ୟ କରିଛି, ଆଉ ସେଗୁଡ଼ିକରୁ ବହୁତ କିଛି ଶିଖିଛି ମଧ୍ୟ । ଗୁଜରାଟରେ ମଧ୍ୟ ଉମରଗାମରୁ ଅମ୍ବାଜୀ ପର୍ଯ୍ୟନ୍ତ ଗୁଜରାଟର ସମ୍ପୁର୍ଣ୍ଣ ପୂର୍ବାଞ୍ଚଳ, ସେହି ଆଦିବାସୀ ଅଞ୍ଚଳରେ ଜୀବନର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବର୍ଷ ମୋର ଆଦିବାସୀ ଭାଇ ଭଉଣୀମାନଙ୍କ ସେବାରେ ଲଗାଇବାର ସୌଭାଗ୍ୟ ମୋତେ ମିଳିଥିଲା । ଆଦିବାସୀମାନଙ୍କର ଜୀବନଶୈଳୀ ମୋତେ ଦେଶ ସମ୍ପର୍କରେ, ଆମର ପରମ୍ପରା ସମ୍ପର୍କରେ, ଆମର ଐତିହ୍ୟ ସମ୍ପର୍କରେ ବହୁତ କିଛି ଶିଖାଇଛି । ଏଥିପାଇଁ, ମୁଁ ଯେତେବେଳେ ଆପଣମାନଙ୍କ ଗହଣକୁ ଆସେ, ସେତେବେଳେ ଏକ ଭିନ୍ନ ପ୍ରକାରର ଅପଣାପଣ ମୋତେ ଅନୁଭବ ହୋଇଥାଏ। ଆପଣମାନଙ୍କ ଗହଣରେ ନିଜ ଲୋକମାନଙ୍କ ସହିତ ଯୋଡ଼ି ହେବା ଭଳି ଅନୁଭବ ହୋଇଥାଏ ।

ସାଥୀଗଣ,

ଆଦିବାସୀ ସମାଜକୁ ନେଇ ଆଜି ଦେଶ ଯେଉଁ ଗୌରବର ସହିତ ଆଗକୁ ବଢ଼ୁଛି, ସେମିତି ପୂର୍ବରୁ କେବେ ହେଲେ ମଧ୍ୟ ହୋଇ ନ ଥିଲା । ମୁଁ ଯେତେବେଳେ ବିଦେଶୀ ରାଷ୍ଟ୍ରାଧ୍ୟକ୍ଷମାନଙ୍କ ସହିତ ସାକ୍ଷାତ କରୁଛି, ଆଉ ସେମାନଙ୍କୁ ଉପହାର ଦେଉଛି ସେତେବେଳେ ମୋର ଚେଷ୍ଟା ରହିଥାଏ ସେଥିରେ କିଛି ନା କିଛି ମୋର ଆଦିବାସୀ ଭାଇ- ଭଉଣୀମାନଙ୍କ ଦ୍ୱାରା ତିଆରି କରାଯାଇଥିବା କିଛି ନା କିଛି ଉପହାର ରହିଥିବା ଦରକାର । ଆଜି ଭାରତ ସମଗ୍ର ବିଶ୍ୱର ବଡ଼- ବଡ଼ ମଞ୍ଚକୁ ଯାଉଛି ସେତେବେଳେ ଆଦିବାସୀ ପରମ୍ପରାକୁ ନିଜର ଐତିହ୍ୟ ଏବଂ ଗୌରବ ଭାବେ ପ୍ରସ୍ତୁତ କରୁଛି । ଆଜି ଭାରତ ବିଶ୍ୱକୁ ଏହା ଜଣାଉଛି ଯେ ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ, ଏଭଳି ଯେଉଁ ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକ ରହିଛି ନା, ଯଦି ସେଗୁଡ଼ିକର ସମାଧାନ ଆପଣମାନଙ୍କୁ ଦରକାର, ଆସନ୍ତୁ ମୋର ଆଦିବାସୀ ପରମ୍ପରାର ଜୀବନଶୈଳୀକୁ ଦେଖି ନିଅନ୍ତୁ, ଆପଣମାନଙ୍କୁ ରାସ୍ତା ମିଳିଯିବ । ଆଜି ଯେତେବେଳେ ନିରନ୍ତର ବିକାଶ କଥା ହେଉଛି, ସେତେବେଳେ ଆମେ ଗର୍ବର ସହିତ କହି ପାରିବୁ ଯେ ବିଶ୍ୱକୁ ଆମର ଆଦିବାସୀ ସମାଜ ଠାରୁ ବହୁତ କିଛି ଶିଖିବାର ଆବଶ୍ୟକତା ରହିଛି । ଆମେ କିପରି ଗଛ ସହିତ, ଜଙ୍ଗଲ ସହିତ, ନଦୀ ସହିତ, ପାହାଡ଼ ସହିତ ଆମର ପିଢ଼ୀ ପରେ ପିଢ଼ୀ ସହିତ ସମ୍ପର୍କ ଯୋଡ଼ି ପାରିଛୁ, ଆମେ କିପରି ପ୍ରକୃତିର ସଂସାଧନକୁ ନେଇ ମଧ୍ୟ ତାହାକୁ ସଂରକ୍ଷିତ କରି ପାରିଛୁ, ତାହାର ସମ୍ବର୍ଦ୍ଧନା କରୁଛୁ, ସେହି ପ୍ରେରଣା ଆମର ଆଦିବାସୀ  ଭାଇ- ଭଉଣୀମାନେ କ୍ରମାଗତ ଭାବେ ଆମ୍ଭମାନଙ୍କୁ ଦେଇ ଚାଲିଛନ୍ତି ଆଉ, ଏହି କଥା ଆଜି ଭାରତ ସମଗ୍ର ବିଶ୍ୱକୁ ଜଣାଉଛି ।

ସାଥୀଗଣ,

ଆଜି ଭାରତର ପାରମ୍ପରିକ, ଏବଂ ବିଶେଷ କରି ଜନଜାତୀୟ ସମାଜ ଦ୍ୱାରା ନିର୍ମାଣ କରାଯାଇଥିବା ଉତ୍ପାଦର ଚାହିଦା କ୍ରମାଗତ ଭାବେ ବଢ଼ି ଚାଲିଛି । ଆଜି ପୂର୍ବୋତ୍ତରର ଉତ୍ପାଦ ଗୁଡ଼ିକ ବିଦେଶକୁ ମଧ୍ୟ ରପ୍ତାନୀ କରାଯାଉଛି । ଆଜି ବାଉଁଶରୁ ପ୍ରସ୍ତୁତ କରାଯାଇଥିବା ଉତ୍ପାଦଗୁଡ଼ିକର ଲୋକପ୍ରିୟତାରେ ଦ୍ରୁତ ଗତିରେ ବୃଦ୍ଧି ହେଉଛି । ଆପଣଙ୍କର ମନେଥିବ, ପୂର୍ବର ସରକାରଙ୍କ ସମୟରେ ବାଉଁଶ କାଟିବା ଏବଂ ତାହା ବ୍ୟବହାର କରିବା ଉପରେ ଆଇନଗତ ପ୍ରତିବନ୍ଧକ ଲାଗିଥିଲା । ଆମେ ବାଉଁଶକୁ ଘାସ ଶ୍ରେଣୀକୁ ନେଇ ଆସିଲୁ ଆଉ ତାହା ଉପରେ ଯେଉଁ ସମସ୍ତ ପ୍ରତିବନ୍ଧକ ଲାଗୁଥିଲା, ସେଗୁଡ଼ିକୁ ଆମେ ହଟାଇଦେଲୁ । ଏହାଦ୍ୱାରା ବାଉଁଶ ଉତ୍ପାଦ ଏବେ ଏକ ବଡ଼ ଶିଳ୍ପର ଅଂଶ ହୋଇ ପାରିଛି । ଆଦିବାସୀ ଉତ୍ପାଦନ ଅଧିକରୁ ଅଧିକ ବଜାରକୁ ଆସୁ, ଏଗୁଡ଼ିକର ପରିଚୟ ବୃଦ୍ଧି ହେଉ, ଏହାର ଚାହିଦା ବୃଦ୍ଧି ହେଉ, ସରକାର ଏହି ଦିଗରେ କ୍ରମାଗତ ଭାବେ କାର୍ଯ୍ୟ କରୁଛନ୍ତି । ବନଧନ ମିଶନର ଉଦାହରଣ ଆମ୍ଭମାନଙ୍କ ସମ୍ନାରେ ରହିଛି । ଦେଶର ଭିନ୍ନ- ଭିନ୍ନ ରାଜ୍ୟଗୁଡ଼ିକରେ 3 ହଜାରରୁ ଅଧିକ ବନଧନ ବିକାଶ କେନ୍ଦ୍ର ସ୍ଥାପିତ କରାଯାଇଛି। 2014 ପୂର୍ବରୁ ବହୁତ କମ୍, ଲଘୁ ବନ ଉତ୍ପାଦ ହେଉଥିଲା, ଯେଉଁଗୁଡ଼ିକ ଏମଏସପି ପରିସର ମଧ୍ୟରେ ଆସୁଥିଲା । ଏବେ ଏହି ସଂଖ୍ୟ ବୃଦ୍ଧି ପାଇ 7 ଗୁଣ ହୋଇ ଯାଇଛି । ଏବେ ଏପରି ପ୍ରାୟ 90 ଲଘୁ ବନ ଉତ୍ପାଦ ରହିଛି, ଯେଉଁଗୁଡ଼ିକ ଉପରେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଦେଉଛନ୍ତି । 50 ହଜାରରୁ ଅଧିକ ବନଧନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ଲକ୍ଷ- ଲକ୍ଷ ଜନଜାତୀୟ ଲୋକମାନଙ୍କୁ ଏହାର ଲାଭ ହେଉଛି । ଦେଶରେ ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀର ଏକ ବଡ଼ ନେଟୱର୍କ ପ୍ରସ୍ତୁତ ହେଉଛି, ତାହାର ମଧ୍ୟ ଲାଭ ଆଦିବାସୀ ସମାଜକୁ ହୋଇଛି। 80 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ, ସେଲ୍ଫ ହେଲ୍ପ ଗ୍ରୁପ୍ସ, ବର୍ତ୍ତମାନ ଭିନ୍ନ- ଭିନ୍ନ ରାଜ୍ୟ ଗୁଡ଼ିକରେ କାର୍ଯ୍ୟ କରୁଛନ୍ତି । ଏହି ସମୂହଗୁଡ଼ିକରେ ଏକ କୋଟି ପଚିଶି ଲକ୍ଷରୁ ଅଧିକ ଆଦିବାସୀ ସଦସ୍ୟ ଅଛନ୍ତି, ସେଥିରେ ମଧ୍ୟ ଆମର ମାଆମାନେ- ଭଉଣୀମାନେ ଅଛନ୍ତି । ଏହାର ମଧ୍ୟ ବଡ଼ ଲାଭ ଆଦିବାସୀ ମହିଳାମାନଙ୍କୁ ମିଳୁଛି ।

ଭାଇ ଓ ଭଉଣୀମାନେ,

ଆଜି ସରକାରଙ୍କର ଗୁରୁତ୍ୱ ରହିଛି ଜନଜାତୀୟ ଓଟ୍ସକୁ ପ୍ରୋତ୍ସାହନ ଦେବା, ଜନଜାତୀୟ ଯୁବକମାନଙ୍କର ଦକ୍ଷତାକୁ ବୃଦ୍ଧି କରିବା ଉପରେ ମଧ୍ୟ ରହିଛି । ଚଳିତ ଥରର ବଜେଟରେ ପାରମ୍ପରିକ କାରିଗରମାନଙ୍କ ପାଇଁ ପିଏମ ବିଶ୍ୱକର୍ମା ଯୋଜନା ଆରମ୍ଭ କରିବାର ଘୋଷଣା ମଧ୍ୟ କରାଯାଇଛି । ପିଏମ ବିଶ୍ୱକର୍ମା ଯୋଜନା ମାଧ୍ୟମରେ ଆପଣମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ, କୌଶଳ ପ୍ରଶିକ୍ଷଣ ଦିଆଯିବ, ନିଜର ଉତ୍ପାଦଗୁଡ଼ିକର ବିକ୍ରି ପାଇଁ ମାର୍କେଟିଙ୍ଗ ପାଇଁ ସହାୟତା କରାଯିବ । ଏହାର ବହୁତ ବଡ଼ ଲାଭ ଆମର ଯୁବ ପିଢ଼ୀଙ୍କୁ ହେବାକୁ ଯାଉଛି । ଆଉ ସାଥୀଗଣ, ଏହି ପ୍ରୟାସ କେବଳ କିଛି କିଛି ଅଂଚଳ ପର୍ଯ୍ୟନ୍ତ ସୀମିତ ନୁହେଁ । ଆମ ଦେଶରେ ହଜାର- ହଜାର ଆଦିବାସୀ ସମୁଦାୟ ଅଛନ୍ତି । ସେମାନଙ୍କର ଏଭଳି କେତେ ପରମ୍ପରା ଏବଂ ଦକ୍ଷତାମାନ ରହିଛି, ଯେଉଁଥିରେ ଅସୀମ ସମ୍ଭାବନାମାନ ଲୁଚି ରହିଛି । ଏଥିପାଇଁ, ଦେଶରେ ନୂତନ ଜନଜାତୀୟ ଶୋଧ ସଂସ୍ଥାନ ମଧ୍ୟ ଖୋଲା ଯାଉଛି । ଏହି ପ୍ରୟାସଗୁଡ଼ିକ ଦ୍ୱାରା ଆଦିବାସୀ ଯୁବକମାନଙ୍କ ପାଇଁ ନିଜ ଅଂଚଳରେ ହିଁ ନୂତନ ସୁଯୋଗମାନ ସୃଷ୍ଟି ହେଉଛି ।

ସାଥୀଗଣ,

ଯେତେବେଳେ ମୁଁ 20 ବର୍ଷ ପୂର୍ବରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲି, ସେତେବେଳେ ସେଠାରେ ମୁଁ ଗୋଟିଏ କଥା ଅନୁଧ୍ୟାନ କରିଥିଲି । ସେଠାରେ ଆଦିବାସୀ ବେଲ୍ଟରେ ଯେଉଁସବୁ ସ୍କୁଲ ଥିଲା, ଏତେ ବଡ଼ ଆଦିବାସୀ ସମୁଦାୟ ଥିଲା, କିନ୍ତୁ ପୂର୍ବର ସରକାର ଆଦିବାସୀ ଅଂଚଳରେ ବିଜ୍ଞାନ ଷ୍ଟ୍ରିମର ସ୍କୁଲ କରିବା ପାଇଁ ପ୍ରାଥମିକତା ଦେଇ ନ ଥିଲେ । ଏବେ ଚିନ୍ତା କରନ୍ତୁ, ଯେତେବେଳେ ଆଦିବାସୀ ପିଲା ବିଜ୍ଞାନ ହିଁ ପଢ଼ିବ ନାହିଁ ତେବେ ଡାକ୍ତର କିମ୍ବା ଇଞ୍ଜିନିୟର କିଭଳି ଭାବେ ହୋଇ ପାରିବ? ଏହି ଆହ୍ୱାନର ସମାଧାନ ଆମେ ସେହି ସମଗ୍ର ଅଂଚଳରେ ଆଦିବାସୀ କ୍ଷେତ୍ରର ସ୍କୁଲଗୁଡ଼ିକରେ ବିଜ୍ଞାନ ପାଠପଢ଼ାର ବ୍ୟବସ୍ଥା କରି ଦେଲୁ । ଆଦିବାସୀ ପିଲାମାନେ, ଦେଶର କୌଣସି ମଧ୍ୟ କୋଣ- ଅନୁକୋଣରେ ରହି ଥାଆନ୍ତୁ, ସେମାନଙ୍କର ଶିକ୍ଷା, ସେମାନଙ୍କର ଭବିଷ୍ୟତ ଏହା ହେଉଛି ମୋର ପ୍ରାଥମିକତା ।

ଆଜି ଦେଶରେ ଏକଲବ୍ୟ ମଡେଲ ଆଦିବାସୀ ବିଦ୍ୟାଳୟଗୁଡ଼ିକର ସଂଖ୍ୟାରେ ୫ ଗୁଣ ବୃଦ୍ଧି ହୋଇଛି । 2004 ରୁ 2014 ମଧ୍ୟରେ 10 ବର୍ଷ ମଧ୍ୟରେ କେବଳ 90ଟି ଏକଲବ୍ୟ ଆଦିବାସୀ ସ୍କୁଲ ଖୋଲିଥିଲା । କିନ୍ତୁ, 2014 ରୁ 2022 ପର୍ଯ୍ୟନ୍ତ ଏହି 8 ବର୍ଷ ମଧ୍ୟରେ 500ରୁ ଅଧିକ ଏକଲବ୍ୟ ସ୍କୁଲକୁ ମଞ୍ଜୁର କରାଯାଇଛି । ବର୍ତ୍ତମାନ, ଏଥି ମଧ୍ୟରୁ 400ରୁ ଅଧିକ ସ୍କୁଲମାନଙ୍କରେ ପାଠ ପଢ଼ା ଆରମ୍ଭ ହୋଇ ସାରିଛି ମଧ୍ୟ । 1 ଲକ୍ଷରୁ ଅଧିକ ଜନଜାତୀୟ ଛାତ୍ର-ଛାତ୍ରୀ ଏହି ନୂତନ ସ୍କୁଲଗୁଡ଼ିକରେ ପଢ଼ିବାକୁ ଆରମ୍ଭ କରି ସାରିଲେଣି ମଧ୍ୟ । ଚଳିତ ବର୍ଷ ଏଭଳି ସ୍କୁଲଗୁଡ଼ିକରେ ପ୍ରାୟତଃ 40 ହଜାରରୁ ମଧ୍ୟ ଅଧିକ ଶିକ୍ଷକ ଏବଂ କର୍ମଚାରୀମାନଙ୍କୁ ନିଯୁକ୍ତ କରିବାର ଘୋଷଣା ମଧ୍ୟ କରାଯାଇଛି । ଅନୁସୂଚିତ ଜନଜାତିର ଯୁବକମାନଙ୍କୁ ମିଳୁଥିବା ବୃତ୍ତିରେ ମଧ୍ୟ ଦୁଇ ଗୁଣରୁ ଅଧିକର ବୃଦ୍ଧି କରାଯାଇଛି । ଏହାର ଲାଭ 30 ଲକ୍ଷ ବିଦ୍ୟାର୍ଥୀଙ୍କୁ ମିଳୁଛି ।

ସାଥୀଗଣ,

ଆଦିବାସୀ ଯୁବକମାନଙ୍କର ଭାଷାଜନିତ ପ୍ରତିବନ୍ଧକ କାରଣରୁ ବହୁତ ହିଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । କିନ୍ତୁ ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତିରେ ମାତୃଭାଷାରେ ପାଠ ପଢ଼ିପାରିବାର ବିକଳ୍ପ ମଧ୍ୟ ଖୋଲି ଦିଆ ଯାଇଛି । ଏବେ ଆମର ଆଦିବାସୀ ପିଲାମାନେ, ଆଦିବାସୀ ଯୁବକ ନିଜ ଭାଷାରେ ପଢ଼ି ପାରିବେ, ଆଗକୁ ବଢ଼ି ପାରିବେ ।

ସାଥୀଗଣ,

ଦେଶ ଯେତେବେଳେ ଶେଷ ପାହାଚରେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ନିଜର ପ୍ରାଥମିକତା ଦେଉଛି, ସେତେବେଳେ ପ୍ରଗତିର ପଥ ଆପେ ଆପେ ଖୋଲି ଯାଇଥାଏ । ଆମ ସରକାର ବଞ୍ଚିତଙ୍କୁ ପ୍ରାଥମିକତା, ଏହି ମନ୍ତ୍ରକୁ ନେଇ ଦେଶ ବିକାଶ ପାଇଁ ନୂତନ ଲକ୍ଷ୍ୟକୁ ଛୁଉଁଛି । ସରକାର ଯେଉଁ ଆକାଂକ୍ଷୀ ଜିଲ୍ଲା, ଆକାଂକ୍ଷୀ ବ୍ଲକ ଗୁଡ଼ିକୁ ବିକଶିତ କରିବାର ଅଭିଯାନ ଚଲାଉଛନ୍ତି, ସେଥିରେ ଅଧିକାଂଶ ହେଉଛି ଆଦିବାସୀ ବହୁଳ ଅଂଚଳ । ଚଳିତ ବର୍ଷ ବଜେଟରେ ଅନୁସୂଚିତ ଜନଜାତିଙ୍କ ପାଇଁ ଦିଆ ଯିବାକୁ ଥିବା ବଜେଟରେ ମଧ୍ୟ 2014 ତୁଳନାରେ 5ଗୁଣ ବଢ଼ାଇ ଦିଆ ଯାଇଛି । ଆଦିବାସୀ ଅଞ୍ଚଳରେ ଉନ୍ନତ ଆଧୁନିକ ଭିତିଭୂମି ନିର୍ମାଣ କରାଯାଉଛି । ଆଧୁନିକ ଯୋଗଯୋଗ ବୃଦ୍ଧି କରିବା ଦ୍ୱାରା ପର୍ଯ୍ୟଟନ ଏବଂ ଆୟର ସୁଯୋଗ ମଧ୍ୟ ବଢ଼ୁଛି । ଦେଶର ହଜାର- ହଜାର ଗାଁ, ଯେଉଁଗୁଡ଼ିକ କେବେ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ପ୍ରଭାବିତ ଥିଲେ, ସେଗୁଡ଼ିକୁ ଏବେ 4G କନେକଟିଭିଟି ସହିତ ଯୋଡ଼ା ଯାଉଛି । ଅର୍ଥାତ, ଯେଉଁ ଯୁବକମାନେ ଅଲଗା- ଭିନ୍ନ ହେବା କାରଣରୁ ଅଲଗାବବାଦ ଜାଲରେ ଫସି ଯାଇଥିଲେ, ସେମାନେ ଏବେ ଇଣ୍ଟରନେଟ ଏବଂ ଇନଫ୍ରା ମାଧ୍ୟମରେ ମୁଖ୍ୟଧାରା ସହିତ ସଂଯୋଗ ହେଉଛନ୍ତି । ଏହି ‘ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ ଏବଂ ସମସ୍ତଙ୍କର ପ୍ରୟାସ’ ଏହାର ହେଉଛି ସେହି ମୁଖ୍ୟଧାରା ଯାହା ଦୂର- ସୁଦୂର ଦେଶର ପ୍ରତ୍ୟେକ ନାଗରିକ ମାନଙ୍କ ପାଖରେ ପହଂଚି ପାରୁଛି । ଏହା ହେଉଛି ସେହି ଆଦି ଏବଂ ଆଧୁନିକତାର ସଙ୍ଗମର ସେହି ଗୁଞ୍ଜରଣ, ଯାହାକୁ ନେଇ ନୂତନ ଭାରତର ସୁଦୃଢ଼ ପ୍ରାସାଦ ଠିଆ ହେବ ।

ସାଥୀଗଣ,

ବିଗତ 8-9 ବର୍ଷରେ ଆଦିବାସୀ ସମାଜର ଯାତ୍ରା ଏହି ପରିବର୍ତନର ସାକ୍ଷୀ ରହିଛି ଯେ ଦେଶ, କିଭଳି ସମାନତା ଏବଂ ସମରସତାକୁ ପ୍ରାଥମିକତା ଦେଉଛି । ସ୍ୱାଧୀନତା ପରେ 75 ବର୍ଷ ପୂର୍ବରୁ ପ୍ରଥମ ଥର ପାଇଁ ଦେଶର ନେତୃତ୍ୱ ଜଣେ ଆଦିବାସୀଙ୍କ ହାତରେ ରହିଛି । ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳା, ରାଷ୍ଟ୍ରପତି ମହାଶୟା ଭାବେ ସର୍ବୋଚ୍ଚ ପଦରେ ଭାରତର ଗୌରବ ବୃଦ୍ଧି କରୁଛନ୍ତି । ପ୍ରଥମ ଥର ପାଇଁ ଆଜି ଦେଶରେ ଆଦିବାସୀ ଇତିହାସକୁ ଏତେ ମାତ୍ରାରେ ପରିଚୟ ମିଳି ପାରିଛି । ଆମେ ସମସ୍ତେ ଜାଣିଛେ ଯେ ଦେଶର ସ୍ୱାଧୀନତାର ଲଢ଼େଇରେ ଆମର ଜନଜାତୀୟ ସମାଜର କେତେ ବଡ଼ ଯୋଗଦାନ ରହି ଆସିଛି, ସେ କେତେ ବଡ଼ ଭୂମିକା ନିର୍ବାହ କରିଥିଲେ । କିନ୍ତୁ ଦଶକ ପର୍ଯ୍ୟନ୍ତ ଇତିହାସର ସେହି ସ୍ୱର୍ଣ୍ଣିମ ଅଧ୍ୟାୟ ଉପରେ, ବୀର- ବୀରାଙ୍ଗନାମାନଙ୍କର ସେହି ବଳିଦାନ ଉପରେ ପରଦା ପକାଇବାର ପ୍ରୟାସ ହୋଇ ଚାଲିଥିଲା । ଏବେ ଅମୃତ ମହୋତ୍ସବରେ ଦେଶ ଅତୀତର ସେହି ଭୁଲିଯାଇଥିବା – ଅଜଣା ଅଧ୍ୟାୟ ଗୁଡ଼ିକୁ ଦେଶ ସାମ୍ନାକୁ ଆଣିବାର ଦାୟିତ୍ୱ ବହନ କରିଛି । ପ୍ରଥମ ଥର ପାଇଁ ଦେଶ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମଜୟନ୍ତୀରେ ଜନଜାତୀୟ ଗୌରବ ଦିବସ ପାଳନ କରିବାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ଥର ପାଇଁ ଭିନ୍ନ- ଭିନ୍ନ ରାଜ୍ୟଗୁଡ଼ିକରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଖୋଲା ଯାଉଛି। ଗତ ବର୍ଷ ହିଁ ମୋତେ ଝାଡଖଣ୍ଡ ରାଞ୍ଚିରେ ଭଗବାନ ବିର୍ସାମୁଣ୍ଡାଙ୍କୁ ସମର୍ପିତ ସଂଗ୍ରହାଳୟର ଲୋକାର୍ପଣ କରିବାର ସୁଯୋଗ ମିଳିଥିଲା । ଏହା ଦେଶରେ ପ୍ରଥମ ଥର ପାଇଁ ହେଉଛି, କିନ୍ତୁ ଏହାର ଛାପ ଆଗାମୀ କେତେ ପିଢ଼ୀ ପର୍ଯ୍ୟନ୍ତ ଦେଖାଯିବ । ଏହି ପ୍ରେରଣା ଦେଶକୁ ଆଗାମୀ କେତେ ଶତାବ୍ଦୀ ପର୍ଯ୍ୟନ୍ତ ଦିଗ ପ୍ରଦାନ କରିବ ।

ସାଥୀଗଣ,

ଆମକୁ ଆମର ଅତୀତକୁ ସଜେଇବାକୁ ପଡ଼ିବ, ବର୍ତ୍ତମାନରେ କର୍ତ୍ତବ୍ୟ ଭାବନାକୁ ଶୀଖରକୁ ନେଇଯିବାକୁ ହେବ, ଆଉ ଭବିଷ୍ୟତର ସ୍ୱପ୍ନଗୁଡ଼ିକୁ ସାକାର କରିବାକୁ ହିଁ ହେବ । ଆଦି ମହୋତ୍ସବ ଭଳି ଆୟୋଜନ ଏହି ସଂକଳ୍ପକୁ ଆଗକୁ ବଢ଼ାଇବାର ହେଉଛି ଏକ ସୁଦୃଢ଼ ମାଧ୍ୟମ । ଆମକୁ ଏହାକୁ ଏକ ଅଭିଯାନ ରୂପେ ଆଗକୁ ବଢ଼ାଇବାକୁ ହେବ, ଏକ ଜନ ଆନେ୍ଦାଳନର କରିବାକୁ ହେବ । ଏଭଳି ଆୟୋଜନ ଭିନ୍ନ- ଭିନ୍ନ ରାଜ୍ୟଗୁଡ଼ିକରେ ମଧ୍ୟ ଅଧିକରୁ ଅଧିକ ହେବା ଦରକାର ।

ସାଥୀଗଣ,

ଚଳିତ ବର୍ଷ ସମଗ୍ର ବିଶ୍ୱ ଭାରତର ଡାକରାରେ ଅନ୍ତରାଷ୍ଟ୍ରୀୟ ମିଲେଟ୍ସ ବର୍ଷ ମଧ୍ୟ ପାଳନ କରୁଛି । ମିଲେଟ୍ସକୁ ଆମେ ଯେପରି ସାଧାରଣ ଭାଷାରେ ମୋଟା ଶସ୍ୟ ଭାବେ ଜାଣିଛୁ, ଆଉ ଶତାବ୍ଦୀ ଶତାବ୍ଦୀ ଧରି ଆମର ସ୍ୱାସ୍ଥ୍ୟର ମୂଳରେ ମୋଟା ଶସ୍ୟ ରହିଥିଲା । ଆଉ ଆମର ଆଦିବାସୀ ଭାଇ- ଭଉଣୀଙ୍କ ଖାଦ୍ୟପେୟରେ ତାହା ପ୍ରମୁଖ ଅଂଶ ରହି ଆସିଛି । ଏବେ ଭାରତ ଏହି ମୋଟା ଶସ୍ୟ ଯାହାକି ଏକ ପ୍ରକାରରେ ହେଉଛି ସୁପର୍ ଫୁଡ଼୍, ଏହି ସୁପର୍ ଫୁଡ଼କୁ ମଧ୍ୟ ଶ୍ରୀଅନ୍ନର ପରିଚୟ ଦେଇଛି । ଯେପରି ଶ୍ରୀଅନ୍ନ ବାଜରା, ଶ୍ରୀଅନ୍ନ ଜ୍ୱାର, ଶ୍ରୀଅନ୍ନ ରାଗୀ, ଏଭଳି କେତେ ହିଁ ନାମ ରହିଛି । ଏଠାକାର ମହୋତ୍ସବର ଖାଦ୍ୟ ଷ୍ଟଲଗୁଡ଼ିକରେ ମଧ୍ୟ ଆମକୁ ଶ୍ରୀଅନ୍ନର ସ୍ୱାଦ ଏବଂ ସୁଗନ୍ଧ ଦେଖିବାକୁ ମିଳୁଛି । ଆମକୁ ଆଦିବାସୀ ଅଂଚଳର ଶ୍ରୀଅନ୍ନର ମଧ୍ୟ ଅଧିକରୁ ଅଧିକ ପ୍ରଚାର- ପ୍ରସାର କରିବାକୁ ହେବ । ଏଥିରେ ଲୋକମାନଙ୍କୁ ସ୍ୱାସ୍ଥ୍ୟଗତ ଲାଭ ତ ହୋଇଥାଏ ହିଁ, ଆଦିବାସୀ କୃଷକମାନଙ୍କର ଆୟ ମଧ୍ୟ ବୃଦ୍ଧି ହେବ । ମୋର ବିଶ୍ୱାସ ରହିଛି, ଆମର ଏହି ସବୁ ପ୍ରୟାସଗୁଡ଼ିକ ଦ୍ୱାରା ଆମେ ଏକାଠି ମିଳିମିଶି ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା । ଆଉ ଯେତେବେଳେ ମୁଁ ଦେଖୁଛି ଆଜି ମନ୍ତ୍ରଣାଳୟ ଦିଲ୍ଲୀରେ ଏତେ ବଡ଼ ଆୟୋଜନ କରିଛି, ସମଗ୍ର ଦେଶରୁ ଆମର ଆଦିବାସୀ ଭାଇ- ଭଉଣୀ ଅନେକ ପ୍ରକାରର ବିବିଧତାପୂର୍ଣ୍ଣ ଜିନିଷ ପ୍ରସ୍ତୁତ କରି ଏଠାକୁ ଆଣିଛନ୍ତି। ବିଶେଷ କରି କ୍ଷେତରେ ଉତ୍ପାଦିତ ଉତମ ଜିନିଷମାନ ଏଠାକୁ ଆଣି ଆସିଛନ୍ତି । ମୁଁ ଦିଲ୍ଲୀବାସୀଙ୍କୁ, ହରିୟାଣା ନିକଟରେ ଥିବା ଗୁରୁଗ୍ରାମ ଇତ୍ୟାଦିର ଅଂଚଳର ଲୋକମାନଙ୍କୁ, ଉତ୍ତର ପ୍ରଦେଶର ନୋଏଡା- ଗାଜିଆବାଦର ଲୋକମାନଙ୍କୁ ଆଜି ଏହିଠାରୁ ସାର୍ବଜନିକ ଭାବେ ଅନୁରୋଧ କରୁଛି, ଟିକେ ଦିଲ୍ଲୀବାସୀଙ୍କୁ ବିଶେଷ ରୂପେ ଅନୁରୋଧ କରୁଛି ଯେ ଆପଣମାନେ ବିପୁଳ ମାତ୍ରାରେ ଏହିଠାକୁ ଆସନ୍ତୁ । ଆଗାମୀ କିଛି ଦିନ ଏହି ମେଳା ଖୋଲା ରହିବ । ଆପଣମାନେ ଦେଖନ୍ତୁ ଦୂର- ଦୂରାନ୍ତର ଜଙ୍ଗଲରେ ଏହି ଦେଶର କେଉଁଭଳି -କେଉଁଭଳି ଶକ୍ତି ଦେଶର ଭବିଷ୍ୟତ ନିର୍ମାଣ କରୁଛନ୍ତି । ଯେଉଁ ଲୋକମାନେ ସ୍ୱାସ୍ଥ୍ୟ ସଚେତନ ଅଛନ୍ତି, ଯେଉଁମାନେ ଖାଇବା ଟେବୁଲର ପ୍ରତ୍ୟେକଟି ଜିନିଷରେ ବହୁତ ହିଁ ସତର୍କ, ବିଶେଷ କରି ଏଭଳି ମାତାମାନଙ୍କୁ- ଭଉଣୀମାନଙ୍କୁ ମୋର ଅନୁରୋଧ ରହିଛି ଯେ ଆପଣମାନେ ଆସନ୍ତୁ, ଆମ ଜଙ୍ଗଲର ଯେଉଁ ଉତ୍ପାଦ ରହିଛି, ତାହା ଶାରୀରିକ ପୋଷଣ ପାଇଁ ହେଉଛି କେତେ ମାତ୍ରାରେ ସମୃଦ୍ଧ, ଆପଣମାନେ ଦେଖନ୍ତୁ । ଆପଣମାନଙ୍କୁ ଜଣା ପଡ଼ିବ ଆଉ ଭବିଷ୍ୟତରେ ଆପଣ କ୍ରମାଗତ ଭାବେ ସେହିଠାରୁ ମଗାଇବେ । ଏବେ ଏଠାରେ ଯେପରି ଆମର ଉତର- ପୂର୍ବାଞ୍ଚଳର ହଳଦୀ, ବିଶେଷ କରି ଆମର ମେଘାଳୟରୁ । ତା’ଭିତରେ ଯେଉଁ ପୋଷକତତ୍ୱ ରହିଛି ସେହିଭଳି ହଳଦୀ ବୋଧହୁଏ ବିଶ୍ୱର ଅନ୍ୟ କେଉଁଠାରେ ମିଳି ପାରିବ ନାହିଁ । ଏବେ ଯେବେ ନିଅନ୍ତି, ଜଣା ପଡ଼ିଥାଏ ତେବେ ଲାଗିଥାଏ, ହଁ ଏବେ ଆମ ରୋଷେଇ ଘରେ ଏହି ହଳଦୀକୁ ଆମେ ବ୍ୟବହାର କରିବା । ଆଉ ଏଥିପାଇଁ ମୋର ବିଶେଷ ଭାବେ ଅନୁରୋଧ ରହିଛି ଦିଲ୍ଲୀ, ହରିୟାଣା ଏବଂ ଉତର ପ୍ରଦେଶର ଯେଉଁମାନେ ଏଠାରେ ଆଖପାଖରେ ଅଛନ୍ତି ସେମାନେ ଏଠାକୁ ଆସନ୍ତୁ ଆଉ ମୁଁ ତ ଚାହିଁବି ଯେ ଦିଲ୍ଲୀ ନିଜର ଶକ୍ତି ଦେଖାଉ ଆଉ ମୋର ଆଦିବାସୀ ଭାଇ- ଭଉଣୀ ଯେଉଁସବୁ ଜିନିଷ ନେଇକରି ଆସିଛନ୍ତି ଗୋଟିଏ ହେଲେ ମଧ୍ୟ ଜିନିଷ ସେମାନଙ୍କୁ ଫେରାଇ ନେବାକୁ ସୁଯୋଗ ମିଳିବା ଉଚିତ ନୁହେଁ । ସବୁରୁ ସବୁ ଜିନିଷଗୁଡ଼ିକ ଏହିଠାରେ ହିଁ ବିକ୍ରି ହୋଇଯିବା ଦରକାର । ସେମାନଙ୍କୁ ଏକ ନୂତନ ଉତ୍ସାହ ମିଳିବ, ଆମକୁ ଏକ ଆତ୍ମସନ୍ତୋଷ ମିଳିବ ।

ଆସନ୍ତୁ, ଆମେ ସମସ୍ତେ ମିଳିମିଶି ଏହି ଆଦି ମହୋତ୍ସବକୁ ଚିରସ୍ମରଣୀୟ କରିଦେବା, ସ୍ମରଣୀୟ କରିଦେବା, ବହୁତ ହିଁ ସଫଳ କରିଦେବା । ଆପଣ ସମସ୍ତଙ୍କୁ ମୋ ତରଫରୁ ବହୁତ- ବହୁତ ଶୁଭକାମନା ।

ବହୁତ- ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Empowering the street vendors: Six transformative years of PM SVANidhi - By Ashok Chandra

Media Coverage

Empowering the street vendors: Six transformative years of PM SVANidhi - By Ashok Chandra
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian contingent on winning 19 medals at 22nd Asian U20 Athletics Championships
June 01, 2026

The Prime Minister, Shri Narendra Modi today congratulated the Indian contingent for its outstanding performance at the 22nd Asian U20 Athletics Championships.

The Prime Minister congratulated the Indian contingent on winning 19 medals, including 10 Gold medals, at the Championships.

The Prime Minister said that the achievement reflects the determination and excellence of India’s young athletes.

He expressed hope that these accomplishments would inspire many more young Indians to pursue sports in the years to come.

The Prime Minister wrote on X;

“Congratulations to the Indian contingent at the 22nd Asian U20 Athletics Championships for winning 19 medals, including 10 Golds. This outstanding performance reflects the determination and excellence of India’s young athletes. May these achievements inspire many more young Indians to pursue sports in the years to come.”