ନାଗରନାର ଠାରେ ଏନ୍‌ଏମ୍‌ଡିସି ଷ୍ଟିଲ ଲିମିଟେଡ୍‌ର ଇସ୍ପାତ କାରଖାନାର ଲୋକାର୍ପଣ କରିଛନ୍ତି
ଜଗଦଲପୁର ରେଳ ଷ୍ଟେସନର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିଛନ୍ତି
ଛତିଶଗଡ଼ରେ ଏକାଧିକ ରେଳ ଓ ସଡ଼କ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଛନ୍ତି ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି
ତାରୋକି - ରାୟପୁର ଡେମୁ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି
ଦେଶର ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ ଜିଲ୍ଲା ଓ ପ୍ରତ୍ୟେକ ଗ୍ରାମର ବିକାଶ ହେଲେ ହିଁ ଏକ ବିକଶିତ ଭାରତର ସ୍ୱପ୍ନ ସାକାର ହେବ
"ବିକଶିତ ଭାରତ ପାଇଁ ଭୌତିକ, ସାମାଜିକ ଏବଂ ଡିଜିଟାଲ ଭିତ୍ତିଭୂମି ସଂରଚନା ଭବିଷ୍ୟତର ଆବଶ୍ୟକତା ଅନୁଯାୟୀ ହେବା ଉଚିତ"
"ଛତିଶଗଡ଼ ଏକ ବୃହତ୍ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ ହେବାର ଲାଭ ଉଠାଉଛି"
ବସ୍ତରରେ ନିର୍ମିତ ଇସ୍ପାତ ଆମ ସେନାକୁ ସୁଦୃଢ଼ କରିବ ଏବଂ ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମଧ୍ୟ ଭାରତର ଦୃଢ଼ ଉପସ୍ଥିତି ରହିବ
ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଛତିଶଗଡ଼ର ୩୦ରୁ ଅଧିକ ଷ୍ଟେସନର ଉନ୍ନତିକରଣ କରାଯାଉଛି
ଛତିଶଗଡ଼ର ଲୋକମାନଙ୍କ ଜୀବନକୁ ସହଜ କରିବା ପାଇଁ ସରକାର ସବୁ ପ୍ରକାର ପ୍ରୟାସ କରୁଛନ୍ତି
ଛତିଶଗଡ଼ର ବିକାଶ ଯାତ୍ରାକୁ ସରକାର ସମର୍ଥନ ଜାରି ରଖିବେ ଏବଂ ଦେଶର ଭାଗ୍ୟ ବଦଳାଇବାରେ ରାଜ୍ୟ ନିଜର ଭୂମିକା ନିର୍ବାହ କରିବ

ଜୟ ଜୋହର !

ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ସଂସଦର ମୋର ଦୁଇ ଲୋକପ୍ରିୟ ସହଯୋଗୀ ଏବଂ ରାଜ୍ୟ ବିଧାନସଭାର ପ୍ରତିନିଧି, ସାଂସଦ, ଜିଲ୍ଲା ପରିଷଦ, ତାଲୁକା ପରିଷଦ ଏବଂ ମହିଳା ଓ ଭଦ୍ରବ୍ୟକ୍ତିମାନେ,

ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ ଜିଲ୍ଲା ଓ ପ୍ରତ୍ୟେକ ଗାଁର ବିକାଶ ହେଲେ ହିଁ ଏକ ବିକଶିତ ଭାରତର ସ୍ୱପ୍ନ ସାକାର ହେବ। ଏହି ସଂକଳ୍ପକୁ ସଶକ୍ତ କରିବା ପାଇଁ ଆଜି ପାଖାପାଖି ୨୭ ହଜାର କୋଟି ଟଙ୍କାର ଯୋଜନାର ଶିଳାନ୍ୟାସ ଓ ଉଦ୍ ଘାଟନ ହୋଇଛି। ମୁଁ ଆପଣସମସ୍ତଙ୍କୁ ଏବଂ ଛତିଶଗଡ଼ବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

ମୋ ପରିବାର ସଦସ୍ୟଗଣ,

ଭୌତିକ, ଡିଜିଟାଲ ଏବଂ ସାମାଜିକ ଭିତ୍ତିଭୂମି ଭାରତର ବିକାଶ ପାଇଁ ଭବିଷ୍ୟତର ଆବଶ୍ୟକତା ସହିତ ଯୋଡ଼ି ହେବା ଉଚିତ୍ । ଏହି କାରଣରୁ ଆମ ସରକାର ଗତ ୯ ବର୍ଷ ମଧ୍ୟରେ ଭିତ୍ତିଭୂମି ଉପରେ ଅନେକ ଥର ଖର୍ଚ୍ଚ ବୃଦ୍ଧି କରିଛନ୍ତି |  ଚଳିତ ବର୍ଷ ଭିତ୍ତିଭୂମି ଉପରେ ଖର୍ଚ୍ଚ କୁ ୧୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ଯାହା ପୂର୍ବ ତୁଳନାରେ ୬ ଗୁଣ ଅଧିକ |

 

ସାଥୀମାନେ,

ଆଜି ଦେଶରେ ନିର୍ମାଣ କରାଯାଉଥିବା ରେଳବାଇ, ସଡ଼କ, ବିମାନବନ୍ଦର, ବିଦ୍ୟୁତ ପ୍ରକଳ୍ପ, ଯାନବାହନ, ଗରିବଙ୍କ ପାଇଁ ଘର, ସ୍କୁଲ-କଲେଜ-ହସ୍ପିଟାଲରେ ଇସ୍ପାତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଇସ୍ପାତ ଉତ୍ପାଦନରେ ଭାରତ ଯେପରି ଆତ୍ମନିର୍ଭରଶୀଳ ହୋଇପାରିବ ସେଥିପାଇଁ ଗତ ୯ ବର୍ଷ ମଧ୍ୟରେ ଅନେକ ପଦକ୍ଷେପ ନିଆଯାଇଛି। ଏକ ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ ହୋଇଥିବାରୁ ଛତିଶଗଡ଼ ଏଥିରୁ ବହୁତ ଲାଭବାନ ହେଉଛି। ଏହାର ଏକ ଅଂଶ ସ୍ୱରୂପ ଆଜି ନାଗରନାରରେ ଭାରତର ଅନ୍ୟତମ ଅତ୍ୟାଧୁନିକ ଇସ୍ପାତ କାରଖାନା ଉଦ୍ଘାଟିତ ହୋଇଛି। ଏଠାରେ ଉତ୍ପାଦିତ ହେବାକୁ ଥିବା ଇସ୍ପାତ ଭାରତର ଅଟୋମୋବାଇଲ, ଇଞ୍ଜିନିୟରିଂ ଏବଂ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ବିନିଯୋଗ କରାଯିବ ଏବଂ ନୂତନ ଶକ୍ତି ପ୍ରଦାନ କରିବ । ବସ୍ତରରେ ଉତ୍ପାଦିତ ଇସ୍ପାତ କେବଳ ଆମ ସେନାକୁ ମଜବୁତ କରିବ ନାହିଁ ବରଂ ଦେଶର ପ୍ରତିରକ୍ଷା ରପ୍ତାନିକୁ ମଧ୍ୟ ବଢ଼ାଇବ । ଏହି ଇସ୍ପାତ କାରଖାନା ଯୋଗୁଁ ବସ୍ତର ଓ ଏହାର ଆଖପାଖ ଅଞ୍ଚଳର ପ୍ରାୟ ୫୦ ହଜାର ଯୁବକ ଯୁବତୀ ଙ୍କୁ ନିଯୁକ୍ତି ମିଳିବ। ବସ୍ତର ଭଳି ଆକାଂକ୍ଷୀ ଜିଲ୍ଲାର ବିକାଶ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱକୁ ଏହି ଇସ୍ପାତ କାରଖାନାରୁ ଯଥେଷ୍ଟ ପ୍ରୋତ୍ସାହନ ମିଳିବ। ଏହି ସଫଳତା ପାଇଁ ମୁଁ ବସ୍ତର ଏବଂ ଛତିଶଗଡ଼ର ଯୁବକମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

ସାଥୀମାନେ,

ବିଗତ ୯ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଯୋଗାଯୋଗ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି। ଛତିଶଗଡ଼କୁ ଅର୍ଥନୈତିକ କରିଡର ଏବଂ ଆଧୁନିକ ରାଜପଥ ମଧ୍ୟ ମିଳିଛି। ଛତିଶଗଡ଼ ପାଇଁ ରେଳ ବଜେଟ୍ ୨୦୧୪ ପୂର୍ବ ତୁଳନାରେ ପ୍ରାୟ ୨୦ ଗୁଣ ବୃଦ୍ଧି କରାଯାଇଛି। ରାଜ୍ୟରେ ଏବେ ଅନେକ ପ୍ରମୁଖ ରେଳ ପ୍ରକଳ୍ପ ଚାଲିଛି। ସ୍ୱାଧୀନତାର ଅନେକ ବର୍ଷ ପରେ ମଧ୍ୟ ଛତିଶଗଡ଼ର ତାଡୋକି ରେଳ ମାନଚିତ୍ରରେ ସ୍ଥାନ ପାଇନାହିଁ। ଆଜି ତାଡୋକିକୁ ଏକ ନୂଆ ରେଳ ଲାଇନ ସଂଯୋଗୀକରଣର ଉପହାର ମିଳିଛି । ଏହା ଦ୍ବାରା କେବଳ ଆଦିବାସୀ ସମ୍ପ୍ରଦାୟକୁ ସୁବିଧା ମିଳିବ ନାହିଁ ବରଂ କୃଷି, ଜଙ୍ଗଲ ଓ ଜଙ୍ଗଲ ଜାତ ଦ୍ରବ୍ୟ ପରିବହନ ସୁବିଧା ହେବ। ତାଡୋକି ଏବେ ରାୟପୁର-ଅନ୍ତଗଡ଼ ଡେମୁ ଟ୍ରେନ୍ ସହ ସଂଯୁକ୍ତ ହୋଇଛି, ଯାହା ରାଜଧାନୀ ରାୟପୁରର ଯାତ୍ରାକୁ ସହଜ କରିଛି। ଜଗଦଲପୁର-ଦାନ୍ତେଓ୍ଵାଡା ରେଳ ଲାଇନ ପ୍ରକଳ୍ପର ଦୋହରୀକରଣ ଦ୍ୱାରା ଯାତାୟତ ମଧ୍ୟ ସହଜ ହେବ ଏବଂ ଶିଳ୍ପଗୁଡିକ ପାଇଁ ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ ପାଇବ । ଏହି ସମସ୍ତ ରେଳ ପ୍ରକଳ୍ପ ଏହି ଅଞ୍ଚଳରେ ଅନେକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

 

ସାଥୀମାନେ

ଛତିଶଗଡ଼ରେ ରେଳ ଧାରଣାର ଶତ ପ୍ରତିଶତ ବିଦ୍ୟୁତୀକରଣ କାର୍ଯ୍ୟ ଶେଷ ହୋଇଥିବାରୁ ମୁଁ ଆନନ୍ଦିତ । ଏହା ଦ୍ୱାରା କେବଳ ଟ୍ରେନର ବେଗ ବଢିବ ନାହିଁ ବରଂ ଛତିଶଗଡର ବାୟୁକୁ ସ୍ୱଚ୍ଛ ରଖିବାରେ ମଧ୍ୟ ସହାୟକ ହେବ । ଛତିଶଗଡ଼ରେ ରେଳ ନେଟୱାର୍କର ସମ୍ପୂର୍ଣ୍ଣ ବିଦ୍ୟୁତୀକରଣ ପରେ ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ମଧ୍ୟ ଆରମ୍ଭ ହେବ ।

ସାଥୀମାନେ

ନିକଟ ଭବିଷ୍ୟତରେ ଛତିଶଗଡ଼ରେ ଥିବା ରେଳ ଷ୍ଟେସନଗୁଡ଼ିକର ନବୀକରଣ କରିବାକୁ ମଧ୍ୟ ଭାରତ ସରକାର ଯୋଜନା କରୁଛନ୍ତି। ଅମୃତ ଭାରତ ଷ୍ଟେସନ ଯୋଜନାରେ ରାଜ୍ୟରେ ୩୦ରୁ ଅଧିକ ଷ୍ଟେସନ ଚିହ୍ନଟ କରାଯାଇଛି ଏବଂ ସେଥିମଧ୍ୟରୁ ୭ଟି ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ ହୋଇସାରିଛି । ବିଳାସପୁର, ରାୟପୁର ଓ ଦୁର୍ଗ ଷ୍ଟେସନ ବ୍ୟତୀତ ଜଗଦଲପୁର ଷ୍ଟେସନକୁ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇଛି । ଆଗାମୀ ଦିନରେ ଜଗଦଲପୁର ଷ୍ଟେସନ ସହରର ଏକ ପ୍ରମୁଖ କେନ୍ଦ୍ର ରେ ପରିଣତ ହେବ ଏବଂ ଯାତ୍ରୀଙ୍କ ସୁବିଧା ବୃଦ୍ଧି ପାଇବ । ଗତ ୯ ବର୍ଷ ମଧ୍ୟରେ ରାଜ୍ୟର ୧୨୦ରୁ ଅଧିକ ଷ୍ଟେସନରେ ମାଗଣା ୱାଇ-ଫାଇ ସୁବିଧା ଯୋଗାଇ ଦିଆଯାଇଛି।

 

ବନ୍ଧୁଗଣ,

ଛତିଶଗଡ଼ର ଜନସାଧାରଣ, ପ୍ରତ୍ୟେକ ଭଉଣୀ, ଝିଅ ଓ ଯୁବକଙ୍କ ଜୀବନକୁ ସୁଗମ କରିବା ପାଇଁ ଭାରତ ସରକାର ଯଥାସମ୍ଭବ ପ୍ରୟାସ କରୁଛନ୍ତି। ଆଜି ଏହି ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଶିଳାନ୍ୟାସ ଛତିଶଗଡ଼ରେ ପ୍ରଗତିର ଗତିକୁ ତ୍ୱରାନ୍ୱିତ କରିବ, ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ନୂତନ ବ୍ୟବସାୟକୁ ପ୍ରୋତ୍ସାହିତ କରିବ । ମୁଁ ଆପଣମାନଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ଆମେ ଛତିଶଗଡ଼କୁ ଏହି ନିରନ୍ତର ଗତିରେ ଆଗେଇ ନେବା ଜାରି ରଖିବୁ । ଭାରତର ଭାଗ୍ୟ ବଦଳାଇବାରେ ଛତିଶଗଡ଼ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ସବୁ ପ୍ରକଳ୍ପ ପାଇଁ ମୁଁ ପୁଣି ଥରେ ଛତିଶଗଡ଼ବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଯେହେତୁ ଏହା ଏକ ଛୋଟ ସରକାରୀ କାର୍ଯ୍ୟକ୍ରମ, ମୁଁ ଆପଣଙ୍କ ର ଅଧିକ ସମୟ ନେବି ନାହିଁ । ମୁଁ ମାତ୍ର ୧୦ ମିନିଟ୍ ମଧ୍ୟରେ ଅନ୍ୟ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଛତିଶଗଡ଼ ସହ ଜଡ଼ିତ ବିଭିନ୍ନ ବିଷୟରେ ନାଗରିକମାନଙ୍କ ସହ ଅଧିକ ଆଲୋଚନା କରିବି। ବିକାଶର ଅନେକ ଦିଗ କୁ ମୁଁ ଛତିଶଗଡର ନାଗରିକଙ୍କ ସହ ବାଣ୍ଟିବି । ଏଠାରେ ରାଜ୍ୟପାଳଙ୍କ ଉପସ୍ଥିତି ରାଜ୍ୟର ଅନ୍ତତଃ କିଛି ପ୍ରତିନିଧିତ୍ୱକୁ ସୂଚାଇଥାଏ। ଛତିଶଗଡ଼ ପାଇଁ ରାଜ୍ୟପାଳଙ୍କ ଚିନ୍ତା, ଛତିଶଗଡ଼ର ବିକାଶ ପାଇଁ ତାଙ୍କର ଏହି ଚିନ୍ତା ହେଉଛି ନିଜେ ଏକ ସକାରାତ୍ମକ ବାର୍ତ୍ତା। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ନମସ୍କାର!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Switch Mobility completes delivery of 100 electric buses to Mauritius in India’s largest e-bus export

Media Coverage

Switch Mobility completes delivery of 100 electric buses to Mauritius in India’s largest e-bus export
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Maha Bishuba Pana Sankranti
April 14, 2026

The Prime Minister, Narendra Modi has extended greetings on the occasion of Maha Bishuba Pana Sankranti.

In a post on X, he said,

“Happy Maha Bishuba Pana Sankranti!”