Releases book 'Lachit Borphukan - Assam's Hero who Halted the Mughals'
“Lachit Borphukan's life inspires us to live the mantra of 'Nation First'”
“Lachit Borphukan's life teaches us that instead of nepotism and dynasty, the country should be supreme”
“Saints and seers have guided our nation since time immemorial”
“Bravehearts like Lachit Borphukan showed that forces of fanaticism and terror perish but the immortal light of Indian life remains eternal”
“The history of India is about emerging victorious, it is about the valour of countless greats”
“Unfortunately, we were taught, even after independence, the same history which was written as a conspiracy during the period of slavery”
“When a nation knows its real past, only then it can learn from its experiences and treads the correct direction for its future. It is our responsibility that our sense of history is not confined to a few decades and centuries”
“We have to make India developed and make Northeast, the hub of India’s growth”

ମହାନ ବୀର ଲଛିତ ବରଫୁକନଙ୍କ ୪ଠଠ ତମ ଜନ୍ମବାର୍ଷିକୀ ଅବସରରେ ଦେଶର ରାଜଧାନୀକୁ ଆସି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଜନସାଧାରଣଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ।

ଆସାମର ରାଜ୍ୟପାଳ ଶ୍ରୀ ଜଗଦୀଶ ମୁଖୀ ଜୀ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା ଜୀ, କେନ୍ଦ୍ର ମନ୍ତ୍ରି ପରିଷଦର ଅଧ୍ୟକ୍ଷ ଶ୍ରୀମାନ ବିଶ୍ୱଜିତ ଜୀ, ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇ, ତପନ କୁମାର ଗୋଗେଇ ଜୀ, ଆସାମ ସରକାରଙ୍କ ମନ୍ତ୍ରୀ ପୀୟୁଷ ହଜାରିକା ଜୀ, ସାଂସଦ ଗଣ ଏବଂ ଏହି କାର୍ଯ୍ୟକ୍ରମରେ ସାମିଲ ଏବଂ ଦେଶ ବିଦେଶରେ ଆମ ସଂସ୍କୃତି ସହ ଜଡ଼ିତ ସମସ୍ତ ମହାନୁଭବ ।

ସର୍ବପ୍ରଥମେ ମୁଁ ଆସାମର ଏହି ମହାନ ଧରିତ୍ରୀକୁ ପ୍ରଣାମ କରୁଛି, ଯିଏ ମା’ ଭାରତୀଙ୍କୁ ଲଛିତ ବରଫୁକନଙ୍କ ଭଳି ଅଦମ୍ୟ ବୀର ଦେଇଛନ୍ତି । ଗତକାଲି ସମଗ୍ର ଦେଶରେ ବୀର ଲଛିତ ବରଫୁକନରଙ୍କ ୪ଠଠ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ଦିଲ୍ଲୀରେ ୩ ଦିନ ଧରି ବିଶେଷ କାର୍ଯ୍ୟକ୍ରମର ଅୟୋଜନ କରାଯାଇଛି । ଏହା ମୋର ସୌଭାଗ୍ୟ ଯେ ଏହି କାର୍ଯ୍ୟକ୍ରମ ସହିତ ମୋତେ ଯୋଡ଼ି ହେବାର ସୁଯୋଗ ମିଳିଲା । ମୋତେ କୁହାଯାଇଛି ଯେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ବହୁ ସଂଖ୍ୟାରେ ଆସାମର ଲୋକମାନେ ମଧ୍ୟ ଏହି ସମୟରେ ଦିଲ୍ଲୀ ଆସିଛନ୍ତି । ମୁଁ ଆପଣ ସମସ୍ତଙ୍କର, ଆସାମର ଜନତାଙ୍କୁ ଏବଂ ୧୩ଠ କୋଟି ଦେଶବାସୀଙ୍କୁ ଏହି ଅବସରରେ ଅନେକ ଅନେକ ଶୁଭେଚ୍ଛା ଜଣାଉଛି, ଶୁଭକାମନା ଜଣାଉଛି ।

ସାଥୀମାନେ,

ଆମକୁ ବୀର ଲଛିତଙ୍କର ୪ଠଠ ତମ ଜନ୍ମ ଜୟନ୍ତୀ ପାଳନ କରିବାର ସୌଭାଗ୍ୟ ସେହି ଅବଧିରେ ମିଳିଛି, ଯେତେବେଳେ ଦେଶ ନିଜର ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଏହି ଐତିହାସିକ ସମୟ, ଆସାମର ଇତିହାସର ଏକ ଗୌରବଶାଳୀ ଅଧ୍ୟୟା ଅଟେ । ମୁଁ ଭାରତର ଅମର ସଂସକ୍ୃତି, ଅମର ଶୌର୍ଯ୍ୟ ଏବଂ ଅମର ଅସ୍ତିତ୍ୱର ଏହି ପର୍ବରେ ଏହି ମହାନ ପରମ୍ପରାକୁ ପ୍ରଣାମ କରୁଛି । ଆଜି ଦେଶ ଦାସତ୍ୱର ମାନସିକତାକୁ ଛାଡ଼ି ନିଜର ଐତିହ୍ୟ ଉପରେ ଗର୍ବ କରିବାର ଭାବନାରେ ପରିପୂର୍ଣ୍ଣ ହୋଇଛି । ଆଜି ଭାରତ କେବଳ ନିଜର ସାଂସ୍କୃତିକ ବିବିଧତାକୁ ପାଳନ କରୁନାହିଁ? ବରଂ ନିଜର ସଂସ୍କୃତିକୁ ଐତିହାସୟକ ନାୟକ - ନାୟିକମାନଙ୍କୁ ଗର୍ବର ସହିତ ସ୍ମରଣ ମଧ୍ୟ କରୁଛି । ଲଛିତ ବରଫୁକନଙ୍କ ଭଳି ମହାନ ବିଭୂତିମାନେ, ଭାରତ ମା’ର ଅମର ସନ୍ତନମାନେ,ଏହି ଅମୃତ କାଳରେ ସଂକଳ୍ପକୁ ପୂରଣ କରିବା ପାଇଁ ଆମର ଅବିରତ ପ୍ରେରଣା ଅଟନ୍ତି, ନିରନ୍ତର ପ୍ରେରଣା ଅଟନ୍ତି । ତାଙ୍କ ଜୀବନରୁ ଆମକୁ ଆମର ପରିଚୟ, ଆମର ଆତ୍ମ ସମ୍ମାନର ବୋଧ ମଧ୍ୟ ହୋଇଥାଏ ଏବଂ ଏହି ରାଷ୍ଟ୍ର ପାଇଁ ସମର୍ପିତ ହେବାର ଶକ୍ତି ମଧ୍ୟ ମିଳିଥାଏ । ମୁଁ ଏହି ପୂଣ୍ୟ ଅବସରରେ ଲଛିତ ବରଫୁକନଙ୍କ ମହାନ ଶୌର୍ଯ୍ୟ ଏବଂ ପରାକ୍ରମକୁ ପ୍ରଣାମ କରୁଛି ।

ସାଥୀମାନେ,

ମାନବ ଇତିହାସର ହଜାର ହଜାର ବର୍ଷରେ ଦୁନିଆରେ ଅନେକ ସଭ୍ୟତାମାନ ଜନ୍ମ ନେଇଛି । ସେମାନେ ସଫଳତାର ବଡ଼ ବଡ଼ ଶିଖରକୁ ଛୁଇଁଛନ୍ତି । ଏମିତି ସଭ୍ୟତାମାନେ ମଧ୍ୟ ହେଲା, ଯେଉଁମାନଙ୍କୁ ଦେଖି ଲାଗୁଥିଲା ଯେ ସେମାନେ ଆମର ଅଟନ୍ତି, ଅପରାଜେୟ ଅଟନ୍ତି । କିନ୍ତୁ ସମୟର ପରୀକ୍ଷାରେ ବହୁତ ଗୁଡ଼ିଏ ସଭ୍ୟତାଗୁଡ଼ିକୁ ପରାଜିତ କରିଛି, ଚୁରମାର କରିଦେଲା । ଆଜି ଦୁନିଆ ତାଙ୍କର ଅବସୋସର ସହିତ ଇତିହାସର ଆକଳନ କରିଥାଏ । କିନ୍ତୁ, ଅନ୍ୟପକ୍ଷରେ ଆମର ମହାନ ଭାରତ ଅଛି । ଆମେ ଅତୀତର ସେହି ଅସୁବିଧାଗୁଡ଼ିକର ସାମନା କରିଛୁ । ଆମର ପୂର୍ବପୁରୁଷମାନେ ବିଦେଶରୁ ଆସିଥିବା ଆତତାୟୀମାନଙ୍କର ଅକଳ୍ପନୀୟ ଆତଙ୍କ ସାମ୍ନା କରିଛନ୍ତି ସହିଛନ୍ତି । କିନ୍ତୁ ଭାରତ ଆଜି ମଧ୍ୟ ନିଜର ସେହି ଚେତନା, ସେହି ଶକ୍ତି ଏବଂ ସେହି ସାଂସ୍କୃତିକ ଗୌରବ ସହିତ ଜୀବନ୍ତ ଅଛି, ଅମରତ୍ୱ ସହିତ ଜୀବନ୍ତ ଅଛି । ଏମିତି ସେଥିପାଇଁ, କାରଣ ଭାରତରେ ଯେତେବେଳେ ମଧ୍ୟ କୌଣସି ଅସୁବିଧାର ସମୟ ଆସିଛି, କୌଣସି ଆହ୍ୱାନ ଛଡ଼ା ହୋଇଛି, ସେତେବେଳେ ତାହାର ମୁକାବିଲା କରିବା ପାଇଁ କୌଣସି ନା କୌଣସି ବିଭୂତିଙ୍କର ଆଗମନ ହୋଇଛି । ଆମର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ପରିଚୟକୁ ବଞ୍ଚାଇବା ପାଇଁ ପ୍ରତ୍ୟେକ ଅବଧିରେ ସନ୍ଥ ଆସିଛନ୍ତି, ମଣିଷ ଆସିଛନ୍ତି, ଭାରତକୁ ତରବାରୀର ଜୋରରେ ଦଳି ଚକଟିବାର ବିଚାର କରୁଥବା ଆକ୍ରମଣକାରୀମାନଙ୍କର ମା’ ଭାରତୀଙ୍କ କୋଳରୁ ଜନ୍ମଗ୍ରହଣ କରିଥିବା ବୀରମାନେ ସ୍ୱତନ୍ତ୍ର ଭାବେ ମୁକାବିଲା କରିଥିଲେ । ଲଛିତ ବରଫୁକନର ମଧ୍ୟ ଦେଶର ଏହିଭଳି ଜଣେ ବୀର ଯୋଦ୍ଧା ଥିଲେ । ସେ ଦେଖାଇ ଦେଇଥିଲେ ଯେ କଠୋରତା ଏବଂ ଆତଙ୍କର ପ୍ରତ୍ୟେକ ଅଗ୍ନିର ରାସ୍ତା ଅନ୍ତ ହୋଇ ଯାଇଥାଏ । କିନ୍ତୁ ଭାରତର ଆମର ଜ୍ୟୋତି, ଜୀବନ-ଜ୍ୟୋତି ଅମର ହୋଇ ରହିଥାଏ ।

ସାଥୀମାନେ,

ଆମର ଇତିହାସ, ନିଜେ ହେଉଛି ଭାରତ ଯାତ୍ରା ଏବଂ ସଂସ୍କୃତିର ଏକ ଅମୂଲ୍ୟ ଐତିହ୍ୟ ଅଟେ । ଆମେ ଭିନ୍ନ ଭିନ୍ନ ବିଚାର ବିଚାରଧାରାମାନଙ୍କର, ସମାଜର ସଂସ୍କୃତିଗୁଡ଼ିକୁ, ଆସ୍ଥା-ପରମ୍ପରାକୁ ଏକା ସାଥିରେ ଯୋଡ଼ିଥାଏ । ଆହୋମ ରାବରେ ସମସ୍ତଙ୍କୁ ସାଥିରେ ନେଇ ନିର୍ମିତ ଶିବ ଦେଉଳ, ଦେବୀ ଦେଉଳ ଏବଂ ବିଷ୍ଣୁ ଦେଉଳ ଏବଂ ଆଜି ମଧ୍ୟ ଏହାର ଉଦାହରଣ ଅଟେ । କିନ୍ତୁ ଯଦି ତାଙ୍କର ଖଣ୍ଡା ନେଇ ଜୋରରେ ଆମକୁ ନୁଅଁଇବାକୁ ଚାହୁଁଥାଏ । ଆମର ଶାସ୍ୱତ ପରିଚୟକୁ ପରିବର୍ତ୍ତନ କରିବାକୁ ଚାହୁଁଥାନ୍ତି । ସେତେବେଳେ ଆମକୁ ତାହାର ଜବାବ ଦେବା ପାଇଁ ଆସିଥାଏ। ଆସାମ ଏବଂ ପୂର୍ବୋତ୍ତରର ଭୂମି ତାହାର ସାକ୍ଷୀ ରହିଛି । ଆସାମର ଲୋକମାନେ ଅନେକ ଥର ତୁର୍କୀ, ଆଫଗାନୀ, ମୋଗଲମାନଙ୍କ ଆକ୍ରମଣର ମୁକାବିଲା କରିଛନ୍ତି ଏବଂ ଆକ୍ରମଣକାରୀମାନଙ୍କୁ ପଛକୁ ହଟାଇବା ନିଜର ପୁରା ଶକ୍ତିର ସହିତ ମୋଗଲମାନେ ଗୌହାଟୀକୁ କବଜା କରି ନେଇଥିଲେ । କିନ୍ତୁ, ପୁଣିଥରେ ଲଛିତ ବରଫୁକନର ଯୋଦ୍ଧା ଆସିଲେ, ଏବଂ ଅତ୍ୟାଚାରୀ ମୋଗଲମାନଙ୍କ ଶାସନର ହାତରୁ ଗୌହାଟୀକୁ ସ୍ୱାଧୀନ କରିଥିଲେ । ଔଦ୍ୟୋଗିକ ପରାସ୍ତର ସେହି କାଳିମାକୁ ଲିଭାଇବା ପାଇଁ ପ୍ରତ୍ୟେକ ପରିବାରର ସଫଳତା ପାଇଁ ଚେଷ୍ଟିତ କରେ । ବୀର ଲଛିତ ବରଫୁକନର ଯେଉଁ ସାହସ ଦେଖାଇଥିଲେ, ସେ ମାତୃଭୂମି ପାଇଁ ଅଗାଧ ପ୍ରେମର ପରାକାଷ୍ଠା ନାଗରିକଙ୍କ ଆବାଶ୍ୟକତା ପଡ଼ିଲେ ନିଜ ମାତୃଭୂମିର ସୁରକ୍ଷା ପାଇଁ ପ୍ରସ୍ତୁତ କରିଥିଲେ । ତାଙ୍କର ଜଣେ ଜଣେ ଯୁବକ ନିଜର ମାଟିର ସିପାହୀ ଥିଲେ । ଲଛିତ ବରଫୁକନରଙ୍କ ଭଳି ସାହସ, ତାଙ୍କ ଭଳି ନିର୍ଭୟତା, ଏହା ହିଁ ଆସାମର ପରିଚୟ ଅଟେ । ଏବଂ ଏଥିପାଇଁ, ଆଜି ମୁଁ କହୁଛି ଯେ- ହୁନିସାନେ ଲୋରହୋତ, ଲାସିତୋର କୋଥା ମୁଗୋଲ ବିଜୟୀ ବୀର, ହିଭାଗ୍ୟ ଲିଖା ଅର୍ଥାତ, ପିଲାମାନେ ତୁମ୍ଭମାନେ ଶୁଣିଥିବ ଲଛିତ ବରଫୁକନର ଗାଥା? ମୋଗଲ ବିଜୟୀ ବୀରଙ୍କର ନାମର ଇତିହାସରେ ଲିପିବଦ୍ଧ ହୋଇ ରହିଛି ।

ସାଥୀମାନେ,

ଆମର ହଜାର ହଜାର ବର୍ଷର ଜୀବନ୍ତତା, ଆମର ପରାକ୍ରମର ନିରନ୍ତରତା, ଏହା ଭାରତର ଇତିହାସ ଅଟେ । କିନ୍ତୁ, ଆମେ ବହୁ ପୂର୍ବରୁ ଏହା ଜଣାଇବା ପାଇଁ ଚେଷ୍ଟା କରାଯାଇଛି ଯେ ଆମେ ସବୁବେଳେ ଲୁଟିବା-ମାରିବା ବାଲା, ହାରିବା ବାଲା ଲୋକ ରହିଛନ୍ତି । ଭାରତର ଇତିହାସ ଯୋଦ୍ଧାମାନଙ୍କର ଇତିହାସ ଅଟେ । ବିଜୟର ଇତିହାସ ଅଟେ। ଭାରତର ଇତିହାସ, ଅତ୍ୟାଚାରୀମାନଙ୍କର ବୀରତ୍ୱର ଅଦ୍ଭୁତପୂର୍ବ ମୌର୍ଯ୍ୟ ଏବଂ ପରାକ୍ରମ ପ୍ରର୍ଶନ କରିବାର ଇତିହାସ ଯୁଦ୍ଧର ଅଟେ, ଭାରତର ଇତିହାସ ତ୍ୟାଗର ଅଟେ । ତପର ଅଟେ, ଭାରତର ଇତିହାସ ବୀରତ୍ୱର  ଅଟେ, ବଳିଦାନର ଅଟେ, ମହାନ ପରମ୍ପରାର ଅଟେ । କିନ୍ତୁ ଦୁର୍ଭାଗ୍ୟବଶତଃ, ଆମକୁ ସ୍ୱାଧୀନତା ପରେ ମଧ୍ୟ ସେହି ଇତିହାସ ପଢ଼ାଯାଉଛି, ଯେଉଁ ଦାସତ୍ୱର ଅବଧିରେ ଯେଉଁ ଷଡ଼ଯନ୍ତ୍ର କରାଯାଇ ନ ଥିଲା । ସ୍ୱାଧୀନତା ପରେ ଆବଶ୍ୟକତା ଥିଲା, ଆମକୁ ଦାସତ୍ୱ କରିବାବାଲା ବିଦେଶୀମାନଙ୍କ ଏଜେଣ୍ଡାକୁ ପରିବର୍ତ୍ତନ କରାଯିବା କଥା, କିନ୍ତୁ ଏମିତି କରାଗଲା ନାହିଁ । ଦେଶର ପ୍ରତ୍ୟେକ କୋଣରେ ମା’ ଭାରତୀଙ୍କର ବୀର, ପୁଅ-ଝିଅମାନେ କିପରି ଆତତାୟୀମାନଙ୍କର ମୁକାବିଲା କଲେ, ନିଜ ଜୀବନ ସମର୍ପିତ କରିଦେଲେ, ଏହି ଇତିହାସକୁ ଜାଣିଶୁଣି ଛପାଇ ଦିଆଗଲା । କ’ଣ ଲଛିତ ବରଫୁକନରଙ୍କ ଶୌର୍ଯ୍ୟର ମାନେ ରହୁ ନ ଥିଲା? ଦେଶର ସଂସ୍କୃତି ପାଇଁ କ’ଣ, ପରିଚୟ ପାଇଁ ମୋଗଲମାନଙ୍କ ବିରୁଦ୍ଧରେ ଯୁଦ୍ଧରେ ଲଢ଼ିଥିବା ଆସାମର ହଜାର ହଜାର ଲୋକଙ୍କର ବଳିଦାନର କୌଣସି ଅର୍ଥ ନ ଥିଲା? ଆମେ ସମସ୍ତେ ଜାଣିଛନ୍ତି ଯେ ଅତ୍ୟାଚାରରେ ପୂର୍ଣ୍ଣ ଦୀର୍ଘ ଅବଧିରେ ଅତ୍ୟାଚାରୀମାନଙ୍କ ଉପରେ ବିଜୟର ମଧ୍ୟ ହଜାର ଗାଥାମାନ ରହିଛି, ଜୟର ଗାଥା ରହିଛି, ତ୍ୟାଗର ଗାଥା ରହିଛି, ତର୍ପଣର ଗାଥା ରହିଛି, ଏମାନଙ୍କୁ ଇତିହାସର ମୁଖ୍ୟ ସ୍ରୋତରେ ସ୍ଥାନ ନ ଦେବା ଯେଉଁ ପ୍ରଥମ ଭୁଲ୍ ହେଲା, ବର୍ତ୍ତମାନ ଦେଶ ତାହାକୁ ସୁଧାରିବାରେ ଲାଗିଛି । ଏଠାରେ ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ଏହି ଆୟୋଜନ ତାହାର ଏକ ପ୍ରତିଫଳନ ଅଟେ । ଏବଂ ମୁଁ ହିମନ୍ତ ଜୀ ଏବଂ ତାଙ୍କର ପୁରା ଟିମକୁ ଶୁଭେଚ୍ଛା ଜଣାଉଛି ଯେ ଏହି କାର୍ଯ୍ୟକ୍ରମ ଦିଲ୍ଲୀରେ କରିଲେ ।

ଏବଂ ଲଛିତ ବରଫୁକନରଙ୍କର ଶୌର୍ଯ୍ୟ ଗାଥା, ଅଧିକରୁ ଅଧିକ ଲୋକମାନଙ୍କ ନିକଟରେ ପହଂଚାଇବା ପାଇଁ ଆସାମ ସରକାର କିଛିଦିନ ପୂର୍ବରୁ ଏକ ମିଉଜିୟମ ତିଆରି କରିବା ପାଇଁ ଘୋଷଣା କଲେ । ମୋତେ କୁହାଯାଇଛି ଯେ, ହିମନ୍ତ ଜୀଙ୍କ ସରକାର ଆସାମର ଐତିହାସିକ ନାୟକମାନଙ୍କର ସମ୍ମାନର ଏକ ମେମୋରିଆଲ ପ୍ରସ୍ତୁତ କରିବା ପାଇଁ ଏକ ଯୋଜନା ମଧ୍ୟ କରିଛନ୍ତି । ଏହିଭଳି ପ୍ରୟାସ ଦ୍ୱାରା ନିଶ୍ଚିତ ଭାବେ ଆମ ଯୁଗଗୋଷ୍ଠୀ ଏବଂ ଆଗାମୀ ପିଢ଼ିମାନଙ୍କୁ ଭାରତର ମହାନ ସଂସ୍କୃତିକୁ ଅଧିକ ଗଭୀରତାର ସହ ଜାଣିବାର, ବୁଝିବାର ଅବସର ମିଳିବ । ଆସାମ ସରକାର ନିଜ ଦୃଷ୍ଟିରେ ପ୍ରତ୍ୟେକଙ୍କୁ ଯୋଡ଼ିବା ପାଇଁ ଗୋଟିଏ ଥିମ ସଂଗୀତ ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହାର ବୋଲ ମଧ୍ୟ ବହୁତ ଅଦ୍ଭୁତ ଅଟେ । ଓଖୋମୋର ଆକାଖୋର, ଓଖୋମାର, ଆକାଖୋର, ଭୁଟା ତୋରା ତୁମି, ହାହାହୋର ହୋକୋଟି, ପୋରିଉଖା ତୁମି, ଅର୍ଥାତ୍ ଆସାମର ଆକାଶର ଧ୍ରୁବତାରା ତୁମେ ଅଟେ । ସାହସ ଶକ୍ତିର ପରିଭାଷା ତୁମେ ଅଟ, ସତରେ, ବୀର ଲଛିତ ବରଫୁକନରଙ୍କ ଜୀବନ ଆମକୁ ଦେଶ ସମ୍ମୁଖରେ ଉପସ୍ଥିତ ଅନେକ ବର୍ତ୍ତମାନ ଆହ୍ୱାନକୁ ହଟାଇ ସାମନା କରିବାକୁ ପ୍ରେରଣା ଦେଇଥାଏ । ତାଙ୍କର ଜୀବନ ଆମକୁ ପ୍ରେରଣା ଦେଇଥାଏ ଯେ- ଆମ ପାଇଁ ପରିବାରବାଦ, ଭାଇଚାରା, ନା’ ବରଂ ଦେଶ ସବୁଠାରୁ ବଡ଼ ହେବା ଆବଶ୍ୟକ ।

କୁହାଯାଏ ଯେ ରାଷ୍ଟ୍ର ରକ୍ଷା ପାଇଁ ନିଜର ଦାୟିତ୍ୱ ନ’ ପାଳନ କରିବା ଦ୍ୱାରା ବୀର ଲଚ୍ଛିତ ମୋମାଇଙ୍କୁ ମଧ୍ୟ ଦଣ୍ଡ ଦିଆଯାଇଥିଲା । ସେ କହିଥିଲେ- “ବେଖାତ କୋଇ, ମୋଗଲ ଡଙ୍ଗୋର ନେହୋୟ” ଅର୍ଥାତ, ମୋଗଲ ଦେଶ ଠାରୁ ବଡ଼ ହୋଇ ନ ଥାଏ । ଅର୍ଥାତ୍, କହିପାରିବା ଯେ କୌଣସି ମଧ୍ୟ ବ୍ୟକ୍ତି, କୌଣସି ମଧ୍ୟ ସମ୍ପର୍କ, ଦେଶଠାରୁ ବଡ଼ ହୋଇ ନ ଥାଏ । ଆପଣ କଳ୍ପନା କରନ୍ତୁ, ଯେତେବେଳେ ବୀର ଲଚ୍ଛିତଙ୍କର ସେନାମାନେ ଏହା ଶୁଣିଥିବେ ଯେ ତାଙ୍କର ସେନାପତି ଦେଶକୁ କେତେ ପ୍ରାଥମିକତା ଦେଉଛନ୍ତି । ସେତେବେଳେ ସେହି ଛୋଟ ସୈନିକଙ୍କର ସାହସ କେତେ ବଢ଼ିଯାଇଥିବ ଏବଂ ସାଥୀମାନେ ଏହା ଯେଉଁ ସାହସ ହୋଇଥାଏ ଯାହା ବିଜୟର ଆଧାର ହୋଇଥାଏ । ମୋତେ ଖୁସି ଲାଗୁଛି ଯେ ଆଜିର ନୂତନ ଭାରତ, ରାଷ୍ଟ୍ର ପ୍ରଥମ, ନେଶନ ଫାଷ୍ଟର ଏହି ଆଦର୍ଶକୁ ନେଇ ଆଗକୁ ବଢ଼ୁଛି ।

ସାଥୀମାନେ,

ଯେତେବେଳେ କୌଣସି ରାଷ୍ଟ୍ର ନିଜର ପ୍ରକୃତ ଅତୀତକୁ ଜାଣିଛି, ପ୍ରକୃତି ଇତିହାସକୁ ଜାଣିଥାଏ, ତେବେ ସେ ନିଜ ଅନୁଭବରୁ ଶିଖି ମଧ୍ୟ ଥାଏ । ତାହାକୁ ଭବିଷ୍ୟତ ପାଇଁ ସଠିକ ଦିଗରେ ମିଳିଥାଏ । ଆମର ଏହା ଦାୟିତ୍ୱ ଯେ ଆମେ ଆମର ଐତିହାସିକ ଦୃଷ୍ଟିକୋଣରୁ କେବଳ କିଛି ଦଶନ୍ଧି କିମ୍ବା କିଛି ବର୍ଷ ପର୍ଯ୍ୟନ୍ତ ସୀମିତ ରଖିବା ନାହିଁ । ମୁଁ ଆଜି ଆସାମର ପ୍ରସିଦ୍ଧ ଗୀତିକାର ଦ୍ୱାରା ରଚିତ ଏବଂ ଭାରତ ରତ୍ନ ଭୂପେନ ହଜାରିକାଙ୍କ ଦ୍ୱାରା ସ୍ୱରବଦ୍ଧ ଏକ ଗୀତର ଦୁଇଟି ପଂକ୍ତିମାନ ମଧ୍ୟ ଦୋହରାଇବି । ଏଥିରେ କୁହାଯାଇଛି ଯେ- “ମୋଇ ଲାସିଟେ କୋଇସୁ, ମୋଇ ଲାସିଟେ କୋଇସୁ, ସୁର ହୋରୋନାଇ ନାମ ଲୁବା, ଲୁଇତ ପୋରିୟା ଡେକା ଡାଁଲ ।” ଅର୍ଥାତ, ମୁଁ ଲଚ୍ଛିତ କହୁଛି, ବ୍ରହ୍ମପୁତ୍ର ତଟରେ ଥିବା ଯୁବଗୋଷ୍ଠୀ, ମୋର ବାରମ୍ବାର ନାମ ନିଅ । ନିରନ୍ତର ସ୍ମରଣ କରି ଆମେ ଆଗମୀ ପିଢ଼ିକୁ ପ୍ରକୃତି ଇତିହାସ ସହିତ ପରିଚିତ କରାଇପାରିବୁ । ବର୍ତ୍ତମାନ ଟିକେ ସମୟ ପୂର୍ବରୁ ମୁଁ ଲଚ୍ଛିତ ବରଫୁକନ ଜୀଙ୍କ ଦର୍ଶନ ଉପରେ ଆଧାରିକ ଏକ ପ୍ରଦର୍ଶନୀ ଦେଖିଛଇ, ବହୁତ ପ୍ରଭାବିତ କରିବାବାଲା ଥିଲା, ଶିକ୍ଷା ଦେଉଥିଲା, ଏହା ସହିତ ମୋତେ ତାଙ୍କର ଶୌର୍ଯ୍ୟ ଗାଥା ଉପରେ ଲେଖାଯାଉଥିବା ପୁସ୍ତକର ବିମୋଚନର ମଧ୍ୟ ସୌଭାଗ୍ୟ ମିଳିଲା । ଏହିଭଳି ଭାବରେ ଆୟୋଜନ ମାଧ୍ୟମରେ ଦେଶର ପ୍ରକୃତ ଇତିହାସ ଏବଂ ଐତିହାସିକ ଘଟଣା ଦ୍ୱାରା ପ୍ରତ୍ୟେକଙ୍କୁ ଯୋଡ଼ାଯାଇ ପାରିବ ।

ସାଥୀମାନେ,

ଯେତେବେଳେ ମୁଁ ଦେଖୁଥିଲି ସେତେବେଳେ ମୋ ମନରେ ଗୋଟିଏ ବିଚାର ଆସିଲା ଆସାମର ଏବଂ ଦେଶର କଳାକାରମାନଙ୍କୁ ଯୋଡ଼ି ଆମେ ତାହା ଉପରେ ଭାବିପାରିବା ଯେମିତି ଛତ୍ରପତି ଶିବାଜୀ ମହାରାଜଙ୍କ ଉପରେ ଗୋଟିଏ ଗୋଟିଏ ଜାଣତା ରାଜ୍ୟ ନାଟ୍ୟ ପ୍ରୟୋଗ ଅଟେ । ପାଖାପାଖି ୨୫୦-୩୦୦ କଳାକାର, ହାତୀ, ଘୋଡ଼ା ସମସ୍ତ କାର୍ଯ୍ୟକ୍ରମରେ ରହିଥାଆନ୍ତି ଏବଂ ବଡ଼ ପ୍ରଭାବିତ କାର୍ଯ୍ୟକ୍ରମ ଅଟେ । ଆମେ କ’ଣ ଲଚ୍ଛିତ ବରଫୁକନ ଜୀଙ୍କ ଜୀବନ ଉପରେ ଏମିତି ହିଁ ଏକ ନାଟ୍ୟ ପ୍ରୟୋଗ ପ୍ରସ୍ତୁତ କରିବା ଏବଂ ଭାରତବର୍ଷରୀ କୋଣ ଅନୁକୋଣକୁ ନେଇଯିବା । ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଯେଉଁ ସଂକଳ୍ପ ଅଛି ତାହା ସେଥିରେ ଏହି ସମସ୍ତ ଜିନିଷ ବହୁତ ବଡ଼ ଶକ୍ତି ଦେଇଥାଏ । ଆମକୁ ଭାରତକୁ ବିକଶିତ ଭାରତ କରିବାକୁ ଅଛି, ପୂର୍ବୋତରକୁ ଭାରତର ସାମର୍ଥ୍ୟର କେନ୍ଦ୍ରବିନ୍ଦୁ କରିବାକୁ ହେବ । ମୋତେ ବିଶ୍ୱାସ ଅଛି, ବୀର ଲଚ୍ଛିତ ବରଫୁକନଙ୍କ ୪ଠଠ ତମ ଜନ୍ମଜୟନ୍ତୀ ଆମର ଏହି ସଂକଳ୍ପକୁ ମଜବୁତ କରିବ, ଏବଂ ଦେଶ ଆମର ଲକ୍ଷ୍ୟକୁ ହାସଲ କରିବ । ଏହି ଭାବନା ସହିତ, ମୁଁ ପୁଣିଥରେ ଆସାମ ସରକାରଙ୍କୁ, ହିମନ୍ତ ଜୀଙ୍କର, ଆସାମର ଲୋକମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ଏହି ପବିତ୍ର ସମାରୋହରେ ମୋତେ ମଧ୍ୟ ପୁଣ୍ୟ କମାଇବାର ଅବସର ମିଳିଛି । ମୁଁ ଆପଣଙ୍କୁ ବହୁତ ବହୁତ କୃତଜ୍ଞତା ଜଣାଉଛି ।

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IRCTC disables 3cr user IDs, flags 6cr; scales up AI-based kitchen monitoring

Media Coverage

IRCTC disables 3cr user IDs, flags 6cr; scales up AI-based kitchen monitoring
NM on the go

Nm on the go

Always be the first to hear from the PM. Get the App Now!
...
Prime Minister lauds designation of Jai Prakash Narayan Bird Sanctuary as India's 100th Ramsar site
June 05, 2026

Prime Minister Shri Narendra Modi today expressed great happiness over India achieving a century of Ramsar sites, following the designation of the Jai Prakash Narayan Bird Sanctuary (Surha Tal) in Ballia, Uttar Pradesh, as the nation's 100th Ramsar site.

The Prime Minister noted that this wetland is exceptionally rich in avifaunal biodiversity, attracting numerous migratory and resident birds.
Shri Modi emphasized that this remarkable milestone clearly reflects India’s unwavering commitment to protecting its natural surroundings, particularly its vital wetlands.

The Prime Minister observed that over the years, efforts to conserve and rejuvenate wetlands have been significantly strengthened through greater community participation, science, innovation, and active awareness initiatives. He affirmed that these collective endeavours are instrumental in preserving biodiversity, securing ecological balance, and creating a greener future for coming generations.

The Prime Minister posted on X:

"A century as far as Ramsar sites are concerned!

Glad that the Jai Prakash Narayan Bird Sanctuary (Surha Tal) in Ballia, Uttar Pradesh has been designated as India’s 100th Ramsar site. This wetland is rich in avifaunal biodiversity, attracting several migratory and resident birds.

India’s unwavering commitment to protecting our natural surroundings and wetlands in particular is clearly reflected in this feat.

Over the years, efforts to conserve and rejuvenate wetlands have been strengthened through greater community participation, science, innovation and awareness initiatives. These endeavours are helping preserve biodiversity, secure ecological balance and create a greener future for coming generations."