“ରାଷ୍ଟ୍ରପତି ଉଭୟ ଗୃହକୁ ସମ୍ବୋଧିତ କରିବା ସହିତ ରାଷ୍ଟ୍ରକୁ ଦୂରଦୃଷ୍ଟି ସମ୍ପନ୍ନ ନିର୍ଦ୍ଦେଶ ଦେଇଛନ୍ତି”
“ବିଶ୍ୱ ସ୍ତରରେ ଭାରତ ପ୍ରତି ସକାରାତ୍ମକତା ଏବଂ ଆଶା ରହିଛି”
“ଆଜି ସଂସ୍କାର ବାଧ୍ୟତାମୂଳକ ନୁହେଁ ବରଂ ଦୃଢ ବିଶ୍ୱାସ ଦ୍ୱାରା କରାଯାଉଛି”
“ୟୁପିଏ ଅଧୀନରେ ଥିବା ଭାରତକୁ ‘ହଜିଯାଇଥିବା ଦଶନ୍ଧି' କୁହାଯାଉଥିବାବେଳେ ଆଜି ଲୋକମାନେ ବର୍ତ୍ତମାନର ଦଶନ୍ଧିକୁ ‘ଭାରତର ଦଶନ୍ଧି' ବୋଲି କହୁଛନ୍ତି”
“ଭାରତ ଗଣତନ୍ତ୍ରର ଜନନୀ, ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଗଠନମୂଳକ ସମାଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସମାଲୋଚନା ଏକ "ଶୁଦ୍ଧି ଯଜ୍ଞ” ପରି ଅଟେ”
“ଗଠନମୂଳକ ସମାଲୋଚନା ପରିବର୍ତ୍ତେ କିଛି ଲୋକ ବାଧ୍ୟବାଧକତାରେ ସମାଲୋଚନାରେ ସାମିଲ ହୁଅନ୍ତି”
“୧୪୦ କୋଟି ଭାରତୀୟଙ୍କ ଆଶୀର୍ବାଦ ହେଉଛି ମୋର "ସୁରକ୍ଷା କବଚ'”
“ଆମ ସରକାର ମଧ୍ୟବିତ୍ତଙ୍କ ଆକାଂକ୍ଷାକୁ ପୂରଣ କରିଛନ୍ତି । ସେମାନଙ୍କର ସଚ୍ଚୋଟତା ପାଇଁ ଆମେ ସେମାନଙ୍କୁ ସମ୍ମାନିତ କରିଛୁ”
“ନକାରାତ୍ମକତାକୁ ସାମ୍ନା କରିବାର ସାମର୍ଥ୍ୟ ଭାରତୀୟ ସମାଜର ଅଛି କିନ୍ତୁ ଏହା ଏହି ନକାରାତ୍ମକତାକୁ କଦାପି ଗ୍ରହଣ କରେ ନାହିଁ”

ମାନନୀୟ ଅଧ୍ୟକ୍ଷ ଜୀ,

ସର୍ବପ୍ରଥମେ ମୁଁ ରାଷ୍ଟ୍ରପତି ଜୀଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଜଣାଉଛି ଏବଂ ଏହା ମୋର ସୌଭାଗ୍ୟ ରହିଛି ଯେ ମୋତେ ପୂର୍ବରୁ ମଧ୍ୟ ଅନେକ ଥର ରାଷ୍ଟ୍ରପତି ଜୀଙ୍କ ଅଭିଭାଷଣ ଉପରେ ଧନ୍ୟବାଦ କରିବାର ଅବସର ମିଳିଛି । କିନ୍ତୁ ଏଥର ମୁଁ ଧନ୍ୟବାଦ ସହିତ ରାଷ୍ଟ୍ରପତି ମହୋଦୟା ଜୀଙ୍କର ଅଭିନନ୍ଦନ ମଧ୍ୟ କରିବାକୁ ଚାହୁଁଛି । ରାଷ୍ଟ୍ରପତି ତାଙ୍କ ଦୂରଦୃଷ୍ଟି ସମ୍ପନ୍ନ ଭାଷଣରେ ଆମ ସମସ୍ତଙ୍କର ଏବଂ କୋଟି କୋଟି ଦେଶବାସୀଙ୍କର ମାର୍ଗଦର୍ଶନ କରିଛନ୍ତି । ଗଣତନ୍ତ୍ରର ମୁଖ୍ୟ ଭାବରେ ତାଙ୍କରଉପସ୍ଥିତି ଐତିହାସିକ ମଧ୍ୟ ଅଟେ ଏବଂ ଦେଶର କୋଟି କୋଟି ଭଉଣୀ-ଝିଅମାନଙ୍କ ପାଇଁ ବହୁତ ବଡ଼ ପ୍ରେରଣାର ଅବସର ମଧ୍ୟ ଅଟେ ।

ମାନନୀୟ ରାଷ୍ଟ୍ରପତି ମହୋଦୟ । ଆଦିବାସୀ ସମାଜର ଗୌରବକୁ ବଢ଼ାଇଛନ୍ତି କିନ୍ତୁ ଆଜି ସ୍ୱାଧୀନତରେ ଏତେ ବର୍ଷ ପରେ ଆଦିବାସୀ ସମାଜର ଯେଉଁ ଗୌରବର ଅନୁଭୂତ ହେଉଛି, ତାଙ୍କର ଯେଉଁ ଆତ୍ମବିଶ୍ୱାସ ବଢ଼ିଛି ଏବଂ ଏଥିପାଇଁ ସଦନ ଏବଂ ଦେଶ ମଧ୍ୟ ତାଙ୍କର କୃତଜ୍ଞ ହେବ । ରାଷ୍ଟ୍ରପତି ଜୀଙ୍କ ଭାଷଣରେ ‘ସଂକଳ୍ପରୁ ସିଦ୍ଧି’ ପର୍ଯ୍ୟନ୍ତ ଯାତ୍ରାର ଏକ ବ୍ଲୁ ପ୍ରିଣ୍ଟ ଖୁବ ଭଲ ଭାବରେ ଅଙ୍କାଯାଇଥିଲା, ଯେଉଁଥିରେ ଦେଶକୁ ଏକ ହିସାବ ଦିଆଯିବା ସହ ପ୍ରେରଣା ମଧ୍ୟ ଦିଆଯାଇଥିଲା ।

ମାନନୀୟ ଅଧ୍ୟକ୍ଷ ଜୀ, ଏଠାରେ ସମସ୍ତ ମାନ୍ୟଗଣ୍ୟ ସଦସ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ, ସମସ୍ତେ ନିଜର ଆକଳନ ଦେଇଥିଲେ ନିଜ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ, ସେମାନଙ୍କର ଆଗ୍ରହ ଏବଂ ପ୍ରବୃତ୍ତି ଅନୁଯାୟୀ ସମସ୍ତେ ନିଜ ନିଜ ମତ ରଖିଥିଲେ ଏବଂ ଯେତେବେଳେ ଏହି ଜିନିଷଗୁଡ଼ିକ ଭଲ ଭାବରେ ଶୁଣନ୍ତି, ଯେତେବେଳେ ଆମେ ଏହାକୁ ବୁଝିବାକୁ ଚେଷ୍ଟା କରୁ, ସେତେବେଳେ ଏହା ମଧ୍ୟ ଧ୍ୟାନରେ ଆସିଥାଏ ଯେ କାହାର କେତେ କ୍ଷମତା ଅଛି, କାହାର କେତେ ଯୋଗ୍ୟତା ଅଛି, କାହାର କେତେ ବୁଝିବା ଶକ୍ତି ଅଛି ଏବଂ କାହାର କ’ଣ ଉଦେଶ୍ୟ ଅଛି । ଏହି ସମସ୍ତ କଥା ପ୍ରକାଶିତ ହୋଇଛି ଏବଂ ଦେଶ ମଧ୍ୟ ଏହାକୁ ଭଲ ଭାବରେ ମୂଲ୍ୟାଙ୍କନ କରେ । ଆଲୋଚନାରେ ଭାଗ ନେଇଥିବା ସମସ୍ତ ସମ୍ମାନଜନକ ସଦସ୍ୟଙ୍କୁ ମୁଁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି । କିନ୍ତୁ ମୁଁ ଦେଖୁଥିଲି ଗତକାଲି କିଛି ଲୋକଙ୍କ ଭାଷଣ ପରେ ସମଗ୍ର ଇକୋ ସିଷ୍ଟମ, ସମର୍ଥକମାନେ ଡେଉଁ ପଡୁଥିଲେ ଏବଂ କିଛି ଲୋକ ଖୁସିରେ କହୁଥିଲେ, ଏହା ହେଉଛି ଘଟଣା ଏବଂ ଏହିପରି ଲୋକମାନଙ୍କ ପାଇଁ ଏହା କୁହାଯାଇଛି, ଏହା ବହୁତ ଭଲ ଭାବରେ କୁହାଯାଇଛି-

ଏହା କହି କହି ଆମେ ହୃଦୟକୁ ଉପାସ କରୁଛୁ,

ଏହା କହି କହି ଉପହାସ କରୁଛୁ ବୋଲି କହି, ସେମାନେ ବର୍ତ୍ତମାନ ଚାଲିଯାଇଛନ୍ତି,

ସେମାନେ ବର୍ତ୍ତମାନ ଚାଲିଯାଉଛନ୍ତି, ସେମାନେ ବର୍ତ୍ତମାନ ଆସୁଛନ୍ତି ।

ମାନନୀୟ ଅଧ୍ୟକ୍ଷ ଜୀ,

ଯେତେବେଳେ ରାଷ୍ଟ୍ରପତି ଜୀଙ୍କର ଭାଷଣ ହେଉଥିଲା, କିଛି ଲୋକ ମଧ୍ୟ ଅଣଦେଖା କରିଚାଲିଗଲେ ଏବଂ ଜଣେ ବଡ଼ ନେତା ମହାମହିମ ରାଷ୍ଟ୍ରପତି ଜୀଙ୍କର ଅପମାନ ମଧ୍ୟ କରିଛନ୍ତି । ଜନଜାତୀୟ ସମୁଦାୟ ପ୍ରତି ବିତୃଷ୍ଣା ମଧ୍ୟ ଦେଖା ଯାଇଥିଲା ଏବଂ ଆମର ଜନଜାତୀୟ ସମାଜ ପ୍ରତି ତାଙ୍କର କ’ଣ ଭାବନା ଥିଲା । ଯେତେବେଳେ ଏହି ପ୍ରକାରର କଥାଟିଏ ସମ୍ମୁଖରେ କୁହାଗଲା ସେତେବେଳେ ତାଙ୍କ ଭିତରେ ପଡ଼ି ରହିଥିବା ଘୃଣା ଭାବ ଏବଂ ଯେଉଁ ଭାବନା ସତ ବାହାରିଲା ତାହା ଆଜି ବାହାରି ଆସିଲା । ଏହା ଖୁସି ଯେ, ପରେ ଚିଠି ଲେଖି ଖସିଯିବାକୁ ଚେଷ୍ଟା କରାଯାଇଛି ।

ମାନନୀୟ ଅଧ୍ୟକ୍ଷ ଜୀ,

ଯେତେବେଳେ ମୁଁ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଆଲୋଚନା ଶୁଣୁଥିଲି, ସେତେବେଳେ ମୁଁ ଅନୁଭବ କଲି ଯେ ଅନେକ ଜିନିଷ ଚୁପଚାପ ଗ୍ରହଣ କରାଯାଇଛି । ଏହାର ଅର୍ଥ ହେଉଛି, ମୁଁ ସମସ୍ତଙ୍କ ଭାଷଣ ଶୁଣୁଥିଲି, ତା’ପରେ ମୁଁ ଅନୁଭବ କଲି ଯେ ରାଷ୍ଟ୍ରପତିଙ୍କ ଭାଷଣ ଉପରେ କାହାର ଆପତ୍ତି ନାହିଁ, କେହି ତାଙ୍କୁ ସମାଲୋଚନା କରିନାହାନ୍ତି । ଭାଷଣରେ ସବୁକିଛି, ବର୍ତ୍ତମାନ ଦେଖନ୍ତୁ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ, ମୁଁ ତାଙ୍କ କଥାକୁ ଉଦ୍ଧୃତ କରିଛି । ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଭାରତ, ଯିଏକି ଏହାର ଅଧିକାଂଶ ସମସ୍ୟାର ସମାଧାନ ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଆଜି ବିଶ୍ୱର ସମସ୍ୟାର ସମାଧାନ ପାଇଁ ମାଧ୍ୟମ ପାଲଟିଛି । ରାଷ୍ଟ୍ରପତି ଜୀ ଏହା ମଧ୍ୟ କହିଛନ୍ତି ଯେ ଯେଉଁ ମୌଳିକ ସୁବିଧା ପାଇଁ ଦେଶର ବହୁ ଜନସଂଖ୍ୟା ଦଶନ୍ଧି ଧରି ଅପେକ୍ଷା କରିଥିଲେ, ତାହା ଏହି ବର୍ଷଗୁଡ଼ିକରେ ଏହା ଗ୍ରହଣ କରାଯାଇଛି । ଦେଶ ବର୍ତ୍ତମାନ ବଡ଼ ବଡ଼ ସ୍କାମ ଏବଂ ସରକାରୀ ଯୋଜନାରେ ଦୁର୍ନୀତିର ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲା, ଯେଉଁଥିରେ ଦେଶକୁ ଏଥିରୁ ମୁକ୍ତି ମିଳିଛି । ନୀତି-ପକ୍ଷାଘାତର ଆଲୋଚନାରୁ ବାହାରି ଆଜି ଦେଶ ଏବଂ ଦେଶର ପରିଚୟ, ଦ୍ରୁତ ବିକାଶ ଏବଂ ସୁଦୂରପ୍ରସାରୀ ଦୂରଦୃଷ୍ଟି ସହିତ ଉଦ୍ଧୃତ କରୁଛି ଯାହା ମୁଁ ରାଷ୍ଟ୍ରପତିଙ୍କ ଭାଷଣରୁ ପଢ଼ୁଛି । ଏବଂ ମୁଁ ଆଶଙ୍କା ଥିଲା ଯେ, ଏମିତି ଏମିତି ନିଶ୍ଚିତ ଭାବରେ କିଛି ଲୋକ ଥିବେ ଯେଉଁମାନେ ଏହିପରି ଜିନିଷ ଉପରେ ଆପତ୍ତି କରିବେ, ସେମାନେ ବିରୋଧ କରିବେ ଯେ ଏମିତି କେମିତି କରିପାରିବେ ରାଷ୍ଟ୍ରପତି ଜୀ । କିନ୍ତୁ ମୋତେ ଖୁସି ଲାଗୁଛି ଯେ କେହି ବିରୋଧ କଲେ ନାହିଁ । ସମସ୍ତେ ସ୍ୱୀକାର କରିଛନ୍ତି, ସମସ୍ତେ ସ୍ୱୀକାର କରିଛନ୍ତି । ଏବଂ ମାନନୀୟ ଅଧ୍ୟକ୍ଷ ଜୀ ମୁଁ ୧୪୦ କୋଟି ଦେଶବାସୀଙ୍କର କୃତଜ୍ଞତା ଜ୍ଞାପନ କରୁଛି ଯେ ସମସ୍ତଙ୍କ ପ୍ରୟାସର ପରିଣାମ ଆଜି ଏହି ସମସ୍ତ କଥାକୁ ପୂରା ସଦନରେ ସ୍ୱୀକୃତ ମିଳିଛି । ଏହାଠାରୁ ବଡ଼ ଗୌରବର ବିଷୟ କ’ଣ ହୋଇପାରେ?

ମାନନୀୟ ଅଧ୍ୟକ୍ଷ ଜୀ । ସଦନରେ ହସ-ଥଟା, ସମାଲୋଚନା-ମନ୍ତବ୍ୟ, କୋଳାହଳ- ଏସବୁ ଗୃହରେ ହୋଇଥାଏ । କିନ୍ତୁ ଏହା ଭୁଲିଯିବା ଉଚିତ ନୁହେଁ ଯେ ଆଜି ଏକ ରାଷ୍ଟ୍ର ଭାବରେ ଗୌରବପୂର୍ଣ୍ଣ ଅବସର ଆମ ସମ୍ମୁଖରେ ଛିଡ଼ା ହୋଇଛି, ଆମେ ଏକ ଗୌରବର ଏକ ମୁହୂର୍ତ୍ତରେ ଜୀବନ ବିତାଉଛୁ । ରାଷ୍ଟ୍ରପତିଙ୍କ ସମ୍ପୂର୍ଣ୍ଣ ଭାଷଣରେ ଉଲ୍ଲେଖ କରାଯାଇଥିବା ଜିନିଷଗୁଡ଼ିକ ହେଉଛି ୧୪୦ କୋଟି ଦେଶବାସୀଙ୍କ ଉତ୍ସବର ଅବସର ଅଟେ, ଦେଶ ଏହାକୁ ପାଳନ କରିଛି ।

ମାନନୀୟ ଅଧ୍ୟକ୍ଷ ଜୀ । ୧୦୦ ବର୍ଷରେ ଆସିଥିବା ଭୟଙ୍କର ରୋଗ, ମହାମାରୀ ଅନ୍ୟପକ୍ଷରେ ଯୁଦ୍ଧର ସ୍ଥିତି, ବିଭାଜିତ ବିଶ୍ୱ ଏହି ସ୍ଥିତିରେ ମଧ୍ୟ, ଏହି ସଙ୍କଟ ପରିବେଶରେ ମଧ୍ୟ ଦେଶକୁ ଯେଉଁଭଳି ଭାବରେ ନିୟନ୍ତ୍ରଣ କରାଯାଇଛି, ଦେଶ ଯେଉଁଭଳି ଭାବରେ ନିୟନ୍ତ୍ରଣ ହୋଇଛି, ପୂରା ଦେଶ ଆତ୍ମ ବିଶ୍ୱାସରେ ଭରିଯାଇଛି, ଗୌରବରେ ଭରିଯାଇଛି ।

ମାନନୀୟ ଅଧ୍ୟକ୍ଷ ଜୀ । ଚାଲେଞ୍ଜ ବିନା ଜୀବନ ହୁଏ ନାହିଁ, ଆହ୍ୱାନ ଆସିଥାଏ । କିନ୍ତୁ ଆହ୍ୱାନରୁ ଅଧିକ ସାମର୍ଥ୍ୟବାନ ହେଉଛି ୧୪୦ କୋଟି ଦେଶବାସୀଙ୍କ ଭାବନା, ୧୪୦ କୋଟି ଦେଶବାସୀଙ୍କର ସାମର୍ଥ୍ୟ ଆହ୍ୱାନ ଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ, ବଡ଼ ଏବଂ ସମ୍ଭାବନାରେ ପରିପୂର୍ଣ୍ଣ । ଏତେ ବଡ଼ ମହାମାରୀ, ବିଭାଜିତ ବିଶ୍ୱଯୁଦ୍ଧ ଯୋଗୁ ହୋଇଥିବା ବିନାଶ ଯୋଗୁ ଅନେକ ଦେଶରେ ଅସ୍ଥିରତା ସୃଷ୍ଟି ହୋଇଛି । ଅନେକ ଦେଶରେ ଭୟଙ୍କର ମୁଦ୍ରାସ୍ଫୀତି, ବେକାରୀ, ଖାଦ୍ୟ ଏବଂ ପାନୀୟ ସଙ୍କଟ ଦେଖାଦେଇଛି ଏବଂ ଆମ ପଡ଼ୋଶୀ ଦେଶରେ ପରିସ୍ଥିତି ଏପରି ଅଛି । ମାନ୍ୟବର ବାଚସ୍ପତି, ଯାହା ଭାରତୀୟମାନେ ଗର୍ବ କରିପାରିବେ ନାହିଁ ଯେ ଏହିଭଳି ସମୟରେ ଦେଶ ବିଶ୍ୱରେ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । ଆଜି ସମଗ୍ର ବିଶ୍ୱରେ ଭାରତ ବିଷୟରେ ସକାରାତ୍ମକତା ଅଛି, ଗୋଟିଏ ଆଶା ଅଛି, ବିଶ୍ୱାସ ଅଛି । ଏବଂ ମାନନୀୟ ଅଧ୍ୟକ୍ଷ ଜୀ, ଏହା ମଧ୍ୟ ଖୁସିର ବିଷୟ ଯେ ଆଜି ଭାରତ ବିଶ୍ୱର ଏପରି ସମୃଦ୍ଧ ଦେଶ ଜି-୨୦ ଗୋଷ୍ଠୀର ଅଧ୍ୟକ୍ଷତା କରିବାର ସୁଯୋଗ ପାଇଛି ।

ଏହା ଦେଶ ପାଇଁ ଗର୍ବର ବିଷୟ । ୧୪୦ କୋଟି ଦେଶବାସୀଙ୍କ ପାଇଁ ଏହା ଗର୍ବର ବିଷୟ । କିନ୍ତୁ ମୋତେ ଲାଗୁଛି, ପୂର୍ବରୁ ମୋତେ ଲାଗୁ ନ ଥିଲା । କିନ୍ତୁ ବର୍ତ୍ତମାନ ଲାଗୁଛି ବୋଧହୁଏ ଏଥିରେ ମଧ୍ୟ କିଛି ଲୋକମାନଙ୍କୁ ଦୁଃଖ ଲାଗୁଛି। ୧୪୦ କୋଟି ଦେଶବାସୀଙ୍କ ମଧ୍ୟରେ କେହି ଦୁଃଖ ଅନୁଭବ କରିପାରିବେ ନାହିଁ । ସେମାନେ ମଧ୍ୟ ଅନୁଧ୍ୟାନ କରିବା ଉଚିତ, ଯେଉଁମାନେ ମଧ୍ୟ ଏଥିପାଇଁ ଦୁଃଖ ଅନୁଭବ କରୁଛନ୍ତି ।

ମାନନୀୟ ଅଧ୍ୟକ୍ଷ ଜୀ,

ଆଜି ଦୁନିଆର ପ୍ରତ୍ୟକ ବିଶ୍ୱସନୀୟ ସଂସ୍ଥା, ସମସ୍ତ ବିଶେଷଜ୍ଞ ଯେଉଁମାନେ ବୈଶ୍ୱିକ ପ୍ରଭାବକୁ ବହୁତ ଗଭୀରତାର ସହ ଅନୁଧ୍ୟାନ କରୁଛନ୍ତି, ଯେଉଁମାନେ ଭବିଷ୍ୟତ ବିଷୟରେ ଭଲ ଭାବରେ ଅନୁମାନ ମଧ୍ୟ ଲଗାଇ ପାରୁଛନ୍ତି । ସେମାନଙ୍କୁ ଆଜି ଭାରତ ପ୍ରତି ବହୁତ ଆଶା ଅଛି, ବିଶ୍ୱାସ ଅଛି ଏବଂ ବହୁ ମାତ୍ରାରେ ଉତ୍ସାହ ମଧ୍ୟ ରହିଛି । ଶେଷରେ ଏସବୁ କାହିଁକି? ଏମିତି ତ ନୁହେଁ । ଆଜି ସମଗ୍ର ବିଶ୍ୱରେ ଭାରତ ପକ୍ଷରେ ଏହିପରି ଭାବରେ ବଡ଼ ଆଶାର ସହିତ କାହିଁକି ଦେଖୁଛି । ଏହା ପଛରେ କାରଣ କ’ଣ ଅଟେ । ଏହାର ଉତ୍ତର ହେଉଛି ଭାରତରେ ଆସିଥିବା ସ୍ଥିରତା ମଧ୍ୟରେ ଛପି ରହିଛି ଭାରତର ବୈଶ୍ୱିକ ଶାଖାରେ, ଭାରତର ବଢୁଥିବା ସାମର୍ଥ୍ୟ ଏବଂ ଭାରତରେ ସୃଷ୍ଟି ହେଉଥିବା ନୂତନ ସମ୍ଭାବନରେ ରହିଛି ।

ମାନନୀୟ ଅଧ୍ୟକ୍ଷ ଜୀ,

ଆମର ଦୈନନ୍ଦିନ ଜୀବନରେ ଯେଉଁସବୁ କଥା ରହିଛି । ତାହାକୁ ଯଦି ମୁଁ ମନର ଉପସ୍ଥିତି କଥା କହିବି ଏବଂ କିଛି କଥାର ଉଦାହରଣରୁ ବୁଝାଇବାକୁ ଚେଷ୍ଟା କରିବି । ବର୍ତ୍ତମାନ ଆପଣ ଦେଖନ୍ତୁ ଭାରତରେ ଏକ ଦୁଇ ତିନି ଦଶକ ଅସ୍ଥିରତା ରହୁଛି । ଆଜି ସ୍ଥିରତା ଅଛି, ରାଜନୈତିକ ସ୍ଥିରତା ଅଛି, ସରକାର ମଧ୍ୟ ସ୍ଥିର ଅଛନ୍ତି ଏବଂ ନିର୍ଣ୍ଣାୟକ ସରକାର ଅଛି ଏବଂ ଏହାର ଭରସା ସ୍ୱାଭାବିକ ହୋଇଥାଏ । ଗୋଟିଏ ନିର୍ଣ୍ଣାୟକ ସରକାର, ଏକ ପୂର୍ଣ୍ଣ ବହୁମତ ସହିତ ଚାଲୁଥିବା ସରକାର ସେ ରାଷ୍ଟ୍ର ହିତରେ ନିର୍ଣ୍ଣୟ ନେବାରେ ସାମର୍ଥ୍ୟ ରଖିଥାନ୍ତି । ଏବଂ ଏ’ ହେଉଛନ୍ତ ସେହି ସରକାର ଯିଏ ମଜବୁରୀରୁ ସୁଧାର ନୁହେଁ ଦୃଢ଼ ବିଶ୍ୱାସର ସହିତ ସୁଧାର ହେଉଛି, ଏବଂ ଆମେ ସେହି ମାର୍ଗରୁ ହଟିବୁ ନାହିଁ ଚାଲିଥିବୁ । ସମୟାନୁସାରେ ଦେଶରେ ଆବଶ୍ୟକତା ଅନୁଯାୟୀ ଯାହା ଆବଶ୍ୟକ ତାହା ହେଉଥିବ ।

ମାନନୀୟ ଅଧ୍ୟକ୍ଷ ଜୀ,

ଆଉ ଏକ ଉଦାହରଣଆଡ଼କୁ ମୁଁ ଯିବାକୁ ଚାହିଁବି । ଏହି କରୋନା କାଳରେ ମେଡ୍ ଇନ ଇଣ୍ଡିଆ ଭାକସିନ ପ୍ରସ୍ତୁତ ହେଲା । ଭାରତ ବିଶ୍ୱର ସବୁଠାରୁ ବଡ଼ ଭାକସିନେସନ ଅଭିଯାନ ଚଲାଇଥିଲା, ଏବଂ କେବଳ ଏତିକି ନୁହେଁ, ଆପଣ କୋଟି କୋଟଇ ନାଗରିକମାନଙ୍କୁ ମାଗଣାରେ ଭାକସିନର ଟିକାକରଣ କରାଯାଇଛି । ଏତିକି ନୁହେଁ ୧୫୦ରୁ ଅଧିକ ଦେଶଗୁଡ଼ିକୁ ଏହି ସଙ୍କଟ ସମୟରେ ଯେଉଁଠାରେ ଆମକୁ ଆବଶ୍ୟକତା ଥିଲା, ସେଠାରେ ଔଷଧ ପହଞ୍ଚାଇ ଦିଆଗଲା । ଯେଉଁଠି ଆବଶ୍ୟକ ଥିଲା, ସେଠାରେ ଭାକସିନ ଦିଆଗଲା ଏବଂ ଆଜି ବିଶ୍ୱରେ ଅନେକ ଦେଶ ଅଛି, ଯେଉଁମାନେ ଭାରତ ବିଷୟରେ ଏହି ବିଷୟ ଉପରେ ବହୁ ଗୌରବର ସହିତ ବିଶ୍ୱର ମଞ୍ଚ ଉପରେ ଧନ୍ୟବାଦ କରିଛନ୍ତି; ଭାରତର ଗୌରବ ଗାନ କରୁଛନ୍ତି । ସେହିଭଳି ଭାବରେ ତୃତୀୟ ଉଦାହରଣ ଆଡ଼କୁ ଧ୍ୟାନ ଦିଅନ୍ତୁ ,ଏହି ସଙ୍କଟ କାଳରେ ଆଜି ଭାରତର ଡିଜିଟାଲ ଭିତ୍ତିଭୂମି ଯେଉଁ ଦ୍ରୁତ ଗତିରେ ଡିଜିଟାଲ ଭିତ୍ତିଭୂମି ତା’ର ଶକ୍ତି ପ୍ରଦର୍ଶନ କରିଛି । ଗୋଟିଏ ଆଧୁନିକତା ଆଡ଼କୁ ପରିବର୍ତ୍ତନ କରିଛି । ସମଗ୍ର ବିଶ୍ୱ ଏହାର ଅନୁଧ୍ୟାନ କରୁଛି । ମୁଁ ଗତ ଦିନମାନଙ୍କରେ ଜି-୨୦ ସମିଟରେ ବାଲିରେ ଥିଲି । ଡିଜିଟାଲ ଇଣ୍ଡିଆର ଚତୁଃପାଶ୍ୱର୍ରେ ପ୍ରଶଂସା କରାଯାଉଥିଲା ଏବଂ ବହୁତ ସୌଜନ୍ୟମୂଳକ ଥିଲା ଯେ ଦେଶ କେମିତି କରୁଛି? କରୋନା କାଳରେ ବିଶ୍ୱରେ ବଡ଼ ବଡ଼ ଦେଶ, ସମୃଦ୍ଧ ଦେଶ ନିଜର ନାଗରିକମାନଙ୍କୁ ଆର୍ଥିକ ସାହାଯ୍ୟ ପହଞ୍ଚାଇବାକୁ ଚାହୁଁଥିଲେ । ଟଙ୍କା ଛାପୁଥିଲେ, ବାଣ୍ଟୁଥିଲେ, କିନ୍ତୁ ବାଣ୍ଟି ପାରୁ ନ ଥିଲେ । ଏହି ଦେଶ ଯିଏ ଗୋଟିଏ ପ୍ରିକସନ ଅଫ୍ ସେକେଣ୍ଡରେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଦେଶବାସୀଂକ ଖାତାରେ ଜମା କରି ହେଉଥିଲା । ହଜାର ହଜାର କୋଟି କୋଟି ଟଙ୍କା ଟ୍ରାନ୍ସଫର ହୋଇ ଯାଉଥିଲା । ଗୋଟିଏ ସମୟ ଥିଲା, ଛୋଟ ଛୋଟ ଟେକ୍ନୋଲୋଜି ପାଇଁ ଦେଶ ଆକୁଳ ହେଉଥିଲା । ଆଜି ଦେଶରେ ବହୁତ ବଡ଼ ତଫାତ ଅନୁଭବ କରୁଥିଲା, ଟେକ୍ନୋଲୋଜି କ୍ଷେତ୍ରରେ ଦେଶ ବହୁତ ବଡ଼ ଶକ୍ତିର ସହିତ ଆଗକୁ ଅଗ୍ରସର ହେଉଛି । କୋୱିନ ଦୁନିଆର ଲୋକମାନେ ନିଜର ଭାକସିନେସନର ସାର୍ଟିଫିକେଟ ମଧ୍ୟ ଦେଇ ପାରୁ ନ ଥିଲେ ଆଜ୍ଞା, ଆଜି ଭାକସିନର ଆମର ମୋବାଇଲ ଫୋନରେ ଆମର ସାର୍ଟିଫିକେଟ ଦ୍ୱିତୀୟ ସେକେଣ୍ଡରେ ମିଳିପାରୁଛି । ଏହି ଶକ୍ତି ଆମେ ଦେଖାଇଛୁ ।

ମାନନୀୟ ଅଧ୍ୟକ୍ଷ ଜୀ,

ଭାରତରେ ନୂଆ ସମ୍ଭାବନା ଅଛି । ବିଶ୍ୱକୁ ଶକ୍ତିଶାଳୀ ମୂଲ୍ୟ ଏବଂ ଯୋଗାଣ ଶୃଙ୍ଖଳା, ଆଜି ସମଗ୍ର ବିଶ୍ୱକୁ ଏହି କରୋନା ଅବଧିରେ ଯୋଗାଣ ଶୃଙ୍ଖଳା ପ୍ରସଙ୍ଗରେ ବିଶ୍ୱକୁ ହରାଇ ଦେଇଛି । ଆଜି ଭାରତ ସେହି ଶୃଙ୍ଖଳା ପ୍ରସଙ୍ଗରେ ବିଶ୍ୱକୁ ହରାଇ ଦେଇଛି । ଆଜି ଭାରତ ସେହି ଅଭାବକୁ ପୂରଣ କରିବାରେ ଶକ୍ତିର ସହିତ ଆଗକୁ ବଢୁଛି । ଅନେକକଙ୍କୁ ଏହି କଥା ବୁଝିବା ପାଇଁ ବହୁତ ସମୟ ଲାଗିଯିବ, ଅଧ୍ୟକ୍ଷ ଜୀ । ଭାରତ ଆଜି ଏହି ଦିଗରେ ଏକ ଉତ୍ପାଦନ ହବ ଭାବରେ ଉଭା ହେଉଛି ଏବଂ ଭାରତର ଏହି ସମୃଦ୍ଧିରେ ବିଶ୍ୱ ଏହାର ସମୃଦ୍ଧତା ଦେଖୁଛି ।

ମାନନୀୟ ଅଧ୍ୟକ୍ଷ ଜୀ,

ନିରାଶାରେ ବୁଡ଼ି ରହିଥିବା କିଛି ଲୋକ ଏହି ଦେଶର ଅଗ୍ରଗତି ଗ୍ରହଣ କରିବାକୁ ଅସମର୍ଥ । ସେମାନେ ଭାରତର ଲୋକଙ୍କ ସଫଳତା ଦେଖନ୍ତି ନାହିଁ । ଆରେ, ଏହା ୧୪୦ କୋଟି ଦେଶବାସୀଙ୍କ ଉଦ୍ୟମର ବିଶ୍ୱାସର ଫଳାଫଳ, ଯେଉଁଥିପାଇଁ ଆଜି ବିଶ୍ୱ ଡିଣ୍ଡିମ ବଜାଇବା ଆରମ୍ଭ କରିଛି । ସେମାନେ ଭାରତର ଲୋକମାନଙ୍କର କଠିନ ପରିଶ୍ରମରୁ ମିଳିଥିବା ଉପଲବ୍ଧିଗୁଡ଼ିକତାଙ୍କୁ ନଜରରେ ଆସୁନାହିଁ ।

ମାନନୀୟ ଅଧ୍ୟକ୍ଷ ଜୀ,

ଗତ ୯ ବର୍ଷରେ ଭାରତରେ ୯୦ ହଜାର ଷ୍ଟାର୍ଟଅପ୍ସ ଏବଂ ଆଜି ଷ୍ଟାର୍ଟଅପ୍ସର ଦୁନିଆରେ ଆମେ ଦୁନିଆରେ ତୃତୀୟ ସ୍ଥାନରେ ପହଂଚିଛୁ । ଗୋଟିଏ ବହୁତ ବଡ଼ ଷ୍ଟାର୍ଟଅପ୍ସ ଇକୋ ସିଷ୍ଟମ ଆଜି ଦେଶର ଟାୟାର ୨, ଟାୟାର ୩ ସହରରେ ମଧ୍ୟ ପହଂଚି ସାରିଛି । ଭାରତର ପ୍ରତ୍ୟକ କୋଣରେ ପହଂଚିଛି । ଭାରତର ଯୁବକମାନେ ସମ୍ଭାବ୍ୟତାର ପରିଚୟ ପାଲଟିଛନ୍ତି ।

ମାନନୀୟ ଅଧ୍ୟକ୍ଷ ଜୀ,

ଏତେ କମ ସମୟ ମଧ୍ୟରେ ଏବଂ କରୋନାର ଜଟିଳ ସମୟ ମଧ୍ୟରେ ୧୦୮ଟି ୟୁନିକର୍ଣ୍ଣ ତିଆରି ହୋଇଛି । ଏବଂ ଗୋଟିଏ ୟୁନିକର୍ଣ୍ଣର ଅର୍ଥ ହେଉଛି ମୂଲ୍ୟ ୬-୭ ହଜାର କୋଟିରୁ ଅଧିକ । ଏହାକୁ ଏହି ଦେଶର ଯୁବକମାନେ କରି ଦେଖାଇଛନ୍ତି ।

ମାନନୀୟ ଅଧ୍ୟକ୍ଷ ଜୀ,

ମୋବାଇଲ ଉତ୍ପାଦନରେ ଆଜି ଭାରତ ବିଶ୍ୱର ଦ୍ୱିତୀୟ ବୃତ୍ତମ ଦେଶ ହୋଇପାରିଛି । ଘରୋଇ ବିମାନ ଯାତ୍ରୀମାନେ ଘରୋଇ ବିମାନ ଯାତାୟାତରେ ଅଛନ୍ତି । ଆଜି ଆମେ ବିଶ୍ୱରେ ତିନି ନମ୍ବରରେ ପହଂଚିଛୁ, ଶକ୍ତି ବ୍ୟବହାର ପ୍ରଗତିରେ ଏକ ପାରାମିଟର ଭାବରେ ବିବେଚନା କରାଯାଏ । ଆଜି ବିଶ୍ୱରେ ଗ୍ରାହକ ଭାବରେ ଶକ୍ତି ବ୍ୟବହାରରେ ଭାରତ ତୃତୀୟ ସ୍ଥାନରେ ପହଂଚିଛି । ଅକ୍ଷୟ ଶକ୍ତି କ୍ଷମତା ଦୃଷ୍ଟିରୁ ଆମେ ବିଶ୍ୱର ଚତୁର୍ଥ ସ୍ଥାନରେ ପହଂଚିଛୁ । କ୍ରୀଡ଼ା ବିଷୟରେ ଆମର କୌଣସି ପ୍ରଶ୍ନ ନ ଥିଲା, କେହି ପଚାରି ନ ଥିଲେ । ଆଜି କ୍ରୀଡ଼ା ଜଗତରେ ଭାରତୀୟ ଖେଳାଳିମାନେ ପ୍ରତ୍ୟକ ସ୍ତରରେ ନିଜର ସ୍ଥିତି ଦେଖାଉଛନ୍ତି । ସେମାନଙ୍କର ଶକ୍ତି ପ୍ରଦର୍ଶନ କରୁଛି ।

ଆଜି ଶିକ୍ଷା ସମେତ ଭାରତ ପ୍ରତ୍ୟକ କ୍ଷେତ୍ରରେ ଆଗକୁ ବଢୁଛି । ପ୍ରଥମ ଥର ମାନନୀୟ ଅଧ୍ୟକ୍ଷ ଜୀ, ଗର୍ବିତ, ପ୍ରଥମ ଥର ପାଇଁ ଉଚ୍ଚଶିକ୍ଷାରେ ନାମ ଲେଖାଇଥିବା ଲୋକଙ୍କ ସଂଖ୍ୟା ଚାରିକୋଟି ଅତିକ୍ରମ କରିଛି । କେବଳ ଏତିକି ନୁହେଁ, ଝିଅମାନଙ୍କର ଅଂଶଗ୍ରହଣ ମଧ୍ୟ ସମାନ ହେବାରେ ଲାଗିଛି । ଇଞ୍ଜିନିୟରିଂ ହେଉ, ମେଡିକାଲ କଲେଜ ହେଉ କିମ୍ବା ପେସାଦାର କଲେଜ, ଦେଶରେ ସେମାନଙ୍କର ସଂଖ୍ୟା ଅତି ଦ୍ରୁତ ଗତିରେ ବଢୁଛି । କ୍ରୀଡ଼ା କ୍ଷେତ୍ରରେ ଭାରତର ଗର୍ବ, ଅଲିମ୍ପିକ୍ସ ହେଉ, କମନୱେଲଥ ହେଉ, ପ୍ରତ୍ୟକ ସ୍ଥାନରେ ଆମର ପୁଅ, ଝିଅମାନେ ସବୁଆଡ଼େ ଚମକ୍ରାର ପ୍ରଦର୍ଶନ କରିଛନ୍ତି ।

ମାନନୀୟ ଅଧ୍ୟକ୍ଷ ଜୀ,

ମୁଁ କୌଣସି ଭାରତୀୟଙ୍କ ପାଇଁ ଏହିପରି ଅନେକ ଜିନିଷ ଗଣନା କରିପାରିବି । ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ଅନେକ କଥା କହିଛନ୍ତି । ଦେଶର ପ୍ରତ୍ୟକ ସ୍ତରରେ, ପ୍ରତ୍ୟକ କ୍ଷେତ୍ରରେ, ପ୍ରତ୍ୟକ ଚିନ୍ତାଧାରାରେ, ଆଶା ଦୃଶ୍ୟମାନ ହୁଏ । ଗୋଟିଏ ବିଶ୍ୱାସରେ ପରିପୂର୍ଣ୍ଣ ଦେଶ । ସ୍ୱପ୍ନ ଏବଂ ସଂକଳ୍ପ ନେଇ ଚାଲୁଥିବା ଦେଶ ଅଟେ । କିନ୍ତୁ ଏଠାରେ କିଛି ଲୋକ ଏମିତି ନିରାଶାରେ ବୁଡ଼ି ରହିଛନ୍ତି, କାକା ହାତରସି ଜଣେ ବଡ଼ ମଜାକଥା କହିଥିଲେ । କାକା ହାତରସି କହିଥିଲେ-

‘ଆଗା ପିଛା ଦେଖକର କିଉଁ ହୋତେ ଗମଗୀନ,

ଜୈସି ଜିସକି ଭାବନା ୱେସା ଦୀଖେ ସୀନ ।’

ମାନନୀୟ ଅଧ୍ୟକ୍ଷ ଜୀ,

ସର୍ବଶେଷରେ, ଏହି ନିରାଶା ଏହିପରି ଆସିନାହିଁ, ଏହା ପଛରେ ଏକ କାରଣ ଅଛି । ପ୍ରଥମେ ଜନସାଧାରଣଙ୍କ ଆଦେଶ, ବାରମ୍ବାର ଆଦେଶ, କିନ୍ତୁ ସେହି ସମୟରେ, ଏହି ନିରାଶା ପଛରେ ଯେଉଁ ଅନ୍ତର୍ମନରେ ପଡ଼ିଥିବା ଜିନିଷ ହେଉ, ଯେଉଁ ଶାନ୍ତି ଶୋଇବାକୁ ଦିଏ ନାହିଁ, ସେ କ’ଣ, ତ ୧୦ ବର୍ଷରେ, ୨୦୧୪ ପୂର୍ବରୁ ୨୦୦୪ରୁ ୨୦୧୭, ଭାରତର ଅର୍ଥବ୍ୟବସ୍ଥା ଅଡୁଆରେ ପଡ଼ିଛି । ଯଦି କୌଣସି ନିରାଶା ନାହିଁ ତେବେ କ’ଣ ହେବ? ୧୦ ବର୍ଷ ମଧ୍ୟରେ ମୁଦ୍ରାସ୍ପୀତି ଦୁଇଅଙ୍କରେ ରହିଲା ଏବଂ ଯଦି କିଛି ଭଲ ହୋଇଥାଏ ତେବେ ନିରାଶା ଦେଖାଯାଇଥାଏ ଏବଂ ଯେଉଁମାନେ ବେକାରୀ ହଟାଇବାକୁ ପ୍ରତିଶ୍ରୁତି ଦେଇଥିଲେ ।

ମାନନୀୟ ଅଧ୍ୟକ୍ଷ ଜୀ,

ଥରେ ଦୁଇଜଣ ଯୁବକ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ ଏବଂ ସେମାନେ କାରରୁ ବନ୍ଧୁକ ଆଣି ଓହ୍ଲାଇ କିଛି ସମୟ ଚାଲିବା, ବୁଲିବା ଆରମ୍ଭ କରିଥିଲେ । ସେମାନେ ଭାବିଲେ ଯେ ଯଦି ତାଙ୍କୁ ଟିକିଏ ଆଗକୁ ଯିବାକୁ ହେବ, ତେବେ ସେ ହାତ ଏବଂ ପାଦକୁ ଠିକ୍ କରି ନିଅନ୍ତୁ । କିନ୍ତୁ ସେମାନେ ବାଘ ଶିକାର କରିବାକୁ ଏବଂ ସେମାନେ ଦେଖିଲେ ଯେ ଆଗକୁ ଗଲେ ବାଘ ମିଳିବ । କିନ୍ତୁ ଏହା ହେଲା ଯେ ସେଠାରେ ବାଘ ଦେଖାଗଲା, ଏବେ ତଳକୁ ଓହ୍ଲାଉଥିଲେ । ନିଜ ଗାଡ଼ିରେ ବନ୍ଧୁକମାନ ସେହିଠାରେ ପଡ଼ିଥିଲା । ବାଘ ଦେଖିଲେ, ବର୍ତ୍ତମାନ କ’ଣ କରିବା? ତେଣୁ ସେମାନେ ଲାଇସେନ୍ସ ଦେଖାଇଲେ ଯେ ମୋର ବନ୍ଧୁକ ଲାଇସେନ୍ସ ଅଛି । ବେରୋଜଗାର ହଟାଇବା ନାମରେ ସେମାନେ ଏହି ଆଇନ ଦେଖାଇଛନ୍ତି ଯାହା ଆଇନ ପ୍ରସ୍ତୁତ କରାଯାଇଛି । ଆରେ ଦେଖ, ଆଇନ ପ୍ରସ୍ତୁତ କରାଯାଇଛି । ଏଗୁଡ଼ିକ ହେଉଛି ସେମାନଙ୍କର ପଦ୍ଧତି, ସେମାନେ ଏଥିରୁ ଦୂରେଇ ଯାଇଥିଲେ । ୨୦୦୪ରୁ ୨୦୧୪, ସ୍ୱାଧୀନତାର ଇତିହାସରେ ଅଧିକାଂଶ ସ୍କାମର ଦଶନ୍ଧି । ସେହି ୧୦ ବର୍ଷ, ୟୁପିଏର ସେହି ୧୦ ବର୍ଷ, କାଶ୍ମିର ଠାରୁ କନ୍ୟାକୁମାରୀ, ଭାରତର ପ୍ରତ୍ୟକ କୋଣରେ ଆତଙ୍କବାଦୀ ଆକ୍ରମଣ ଜାରି ରହିଲା, ୧୦ ବର୍ଷ । ପ୍ରତ୍ୟକ ନାଗରିକ ଅସୁରକ୍ଷିତ ଥିଲେ, ଚାରିଆଡ଼େ ଏହି ସୂଚନା ଥିଲା ଯାହା କୌଣସି ଜିନିଷକୁ ସ୍ପର୍ଶ କରିନାହିଁ । ଅଜ୍ଞାତ ଜିନିଷ ଠାରୁ ଦୂରେଇ ରହିବା, ସେହି ଖବର ରହୁଥିଲା । ୧୦ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀର ଠାରୁ ନେଇ ଉତ୍ତର ପୂର୍ବ ପର୍ଯ୍ୟନ୍ତ ହିଂସା ହିଁ ହିଂସାର ଶିକାର ହୋଇଥିଲା । ସେହି ୧୦ ବର୍ଷ ମଧ୍ୟରେ ବିଶ୍ୱର ପ୍ଲାଟଫର୍ମରେ ଭାରତର ସ୍ୱର ଏତେ ଦୁର୍ବଳ ଥିଲା ଯେ ବିଶ୍ୱ ଶୁଣିବାକୁ ମଧ୍ୟ ପ୍ରସ୍ତୁତ ନ ଥିଲା ।

ସମ୍ମାନନୀୟ ଅଧ୍ୟକ୍ଷ ଜୀ,

ଏହା ମଧ୍ୟ ସେମାନଙ୍କର ନିରାଶାର କାରଣ । ଆଜି ଯେତେବେଳେ ଦେଶର ସାମର୍ଥ୍ୟକୁ ସ୍ୱୀକୃତି ଦିଆଯାଉଛି, ୧୪ଠ କୋଟି ଦେଶବାସୀଙ୍କ ସମ୍ଭାବନା ଖୋଲି ହୋଇ ଏହା ସାମ୍ନାକୁ ଆସୁଛି । କିନ୍ତୁ ଦେଶର ସମ୍ଭାବନା ମଧ୍ୟ ପୂର୍ବରୁ ଥିଲା । କିନ୍ତୁ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସେମାନେ ସେହି ସୁଯୋଗକୁ ହରାଇଲେ ଏବଂ ୟୁପିଏର ପରିଚୟ ହେଲା, ପ୍ରତ୍ୟକ ସୁଯୋଗ ଅସୁବିଧାରେ ପରିଣତ ହୋଇଗଲା । ଯେତେବେଳେ ସୂଚନା ପ୍ରଯୁକ୍ତି ବିଦ୍ୟାର ଯୁଗ ଅତି ଦ୍ରୁତ ଗତିରେ ବଢୁଥିଲା, ସେତେବେଳେ ଏହା ବହୁମାତ୍ରାରେ ବଢୁଥିଲା, ସେହି ସମୟରେ ସେମାନେ ୨ଜିରେ ଅଟକି ରହିଲେ, ଅସୁବିଧାର ସୁଯୋଗଗୁଡ଼ିକ ସହିତ ସମ୍ମୁଖୀନ ହୋଇଥିଲେ। ସିଭିଲ ପରମାଣୁ ଚୁକ୍ତି ଘଟିଲା, ଯେତେବେଳେ ସିଭିଲ ପରମାଣୁ ଚୁକ୍ତି ବିଷୟରେ ଆଲୋଚନା ହୋଇଥିଲା, ସେତେବେଳେ ସେମାନେ ଭୋଟ ପାଇଁ ନଗଦ ଅର୍ଥରେ ଅଟକି ରହିଥିଲେ । ଏହି ଖେଳ ଚାଲିଲା ।

ମାନନୀୟ ଅଧ୍ୟକ୍ଷ ଜୀ,

୨୦୧୦ରେ କମନୱେଲଥ ଗେମ ଅନୁଷ୍ଠିତ ହୋଇଥିଲା, ଯାହାକି ଭାରତର ଯୁବ ସାମର୍ଥ୍ୟକୁ ବିଶ୍ୱରେ ଉପସ୍ଥାପନ କରିବା ପାଇଁ ଭାରତ ନିକଟରେ ଏକ ବଡ଼ ସୁଯୋଗ ଥିଲା । କିନ୍ତୁ ତା’ପରେ ସୁଯୋଗ ସମସ୍ୟା ଏବଂ ସିଡବ୍ଲୁଜି ବେନିୟମ ହେତୁ ସମଗ୍ର ଦେଶ ବିଶ୍ୱରେ କୁଖ୍ୟାତ ହେଲା ।

ମାନନୀୟ ଅଧ୍ୟକ୍ଷ ଜୀ,

ଯେକୌଣସି ଦେଶର ବିକାଶରେ ଶକ୍ତିର ଏକ ନିଜସ୍ୱ ମହାନତା ଅଛି ଏବଂ ଯେତେବେଳେ ଭାରତର ଉର୍ଜା ଶକ୍ତି ବୃଦ୍ଧି ଦିଗରେ ବିଶ୍ୱରେ ଆଲୋଚନାର ଆବଶ୍ୟକତା ଥିଲା, ଏହି ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ଭାରତକୁ ବ୍ଲାକଆଉଟ ଭାବରେ ଆଲୋଚନା କରାଯାଇଥିଲା । ସେହିଦିନ ବ୍ଲାକଆଉଟ ସମଗ୍ର ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଥିଲା । କୋଇଲା ଘୋଟାଲା ଲୋକଲୋଚନକୁ ଆସିଥିଲା ।

ମାନନୀୟ ଅଧ୍ୟକ୍ଷ ଜୀ,

ଦେଶରେ ଏତେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ୨୦୦୮ ଆକ୍ରମଣକୁ କେହି ଭୁଲିପାରିବେ ନାହିଁ । କିନ୍ତୁ ଏଥିରେ ଆତଙ୍କବାଦ ଉପରେ ଆକ୍ରମଣ କରିବାର କ୍ଷମତା ନ ଥିଲା, ଏହାର ଚାଲେଞ୍ଜକୁ ଚାଲେଞ୍ଜ କରିବାର ଶକ୍ତି ନ ଥିଲା ଏବଂ ଏହି କାରଣରୁ ଆତଙ୍କାବାଦୀମାନେ ଅଧିକ ଉତ୍ସାହିତ ହୋଇଥିଲେ, ଏବଂ ୧ଠ ବର୍ଷ ଧରି ସମଗ୍ର ଦେଶରେ ରକ୍ତ ବହିବାକୁ ଲାଗିଲା, ମୋର ଦେଶର ନିର୍ଦୋଷ ଲୋକମାନଙ୍କର, ସେହି ଦିନ ରହିଥିଲା ।

ମାନନୀୟ ଅଧ୍ୟକ୍ଷ ଜୀ,

ଯେତେବେଳେ ଏଲଓସି, ଏଲଏସି ଭାରତର ଶକ୍ତି ପାଇଁ ଏକ ସୁଯୋଗ ଥିଲା, ସେତେବେଳେ ପ୍ରତିରକ୍ଷା ଚୁକ୍ତି ସମ୍ବନ୍ଧରେ ହେଲିକପ୍ଟର ସ୍କାମ ହୋଇଥିଲା ଏବଂ ଏଥିରେ ଶକ୍ତି ନିୟନ୍ତ୍ରଣ କରୁଥିବା ଲୋକଙ୍କ ନାମ ଚିହ୍ନଟ ହୋଇଥିଲା।

ମାନନୀୟ ଅଧ୍ୟକ୍ଷ ଜୀ,

ଯେତେବେଳେ ଦେଶ ପାଇଁ ଆବଶ୍ୟକତା ଥିଲା ଏବଂ ଏହି ଜିନିଷଗୁଡ଼ିକ ନିରାଶାର ମୂଳରେ ପଡ଼ିଛି, ସବୁକିଛି ଉତ୍ପନ୍ନ ହେଉଛି ।

ମାନନୀୟ ଅଧ୍ୟକ୍ଷ ଜୀ,

ଭାରତ ଏହାକୁ ପ୍ରତ୍ୟକ ମୁହୂର୍ତ୍ତରେ ମନେରଖିବ ଯେ ୨୦୧୪ ପୂର୍ବରୁ ଏକ ଦଶନ୍ଧି ଯାହା ଥିଲା, ତାହା ହଜିଯାଇଥିବା ଦଶକ ଭାବରେ ଜଣାଶୁଣା ହେବ ଏବଂ ଏହି କଥାକୁ ଅସ୍ୱୀକାର କରିହେବ ନାହିଁ ଯେ ୨୦୩୦ର ଯେଉଁ ଦଶନ୍ଧି ହେଉଛି ଏହା ସମଗ୍ର ବିଶ୍ୱ ପାଇଁ ଭାରତର ଦଶନ୍ଧି ।

ମାନନୀୟ ଅଧ୍ୟକ୍ଷ ଜୀ,

ଗଣତନ୍ତ୍ରରେ ସମାଲୋଚନାର ଗୁରୁତ୍ୱ ଉପରେ ମୁଁ ବିଶ୍ୱାସ କରେ ଏବଂ ମୁଁ ସର୍ବଦା ବିଶ୍ୱାସ କରେ ଯେ ଭାରତ ଗଣତନ୍ତ୍ରର ମାତା । ଶତାବ୍ଦୀ ଧରି ଆମ ରଙ୍ଗରେ ଗଣତନ୍ତ୍ର ବୃଦ୍ଧି ପାଇଛି ଏବଂ ସେଥିପାଇଁ ମୁଁ ସର୍ବଦା ବଶ୍ୱାସ କରେ ଯେ ଏକ ଉପାୟରେ, ଗଣତନ୍ତ୍ରର ଶକ୍ତି ପାଇଁ, ଗଣତନ୍ତ୍ରର ପ୍ରଚାର ପାଇଁ, ଗଣତନ୍ତ୍ରର ଭାବନା ପାଇଁ, ସମାଲୋଚନା ହେଉଛି ଏକ ଶୁଦ୍ଧତା ଯଜ୍ଞ । ସେହି ରୂପରେ ଆମେ ସମାଲୋଚନା ଦେଖିବାକୁ ଯାଉଛୁ । କିନ୍ତୁ ଦୁର୍ଭାଗ୍ୟବଶତଃ ମୁଁ ଅନେକ ଦିନ ଅପେକ୍ଷା କରିଛି, କଠିନ ପରିଶ୍ରମ କରିବା ପରେ କେହି ଆସିବେ, କେହି ବିଶ୍ଳେଷଣ କରିବେ ଏବଂ କେହି ସମାଲୋଚନା କରିବେ ଯାହାଦ୍ୱାରା ଦେଶ କିଛି ଲାଭ ପାଇବ । କିନ୍ତୁ ସମାଲୋଚନା ଏବଂ ଅଭିଯୋଗରେ ସେ ୯ ବର୍ଷ ନଷ୍ଟ କରିଥିଲେ । ଅଭିଯୋଗ ବ୍ୟତୀତ, ଅପବ୍ୟବହାର କରିବା, ଯାହା କହିବା, ଏହା ବ୍ୟତୀତ ଅନ୍ୟକିଛି କରି ନ ଥିଲେ । ଭୁଲ ଅଭିଯୋଗ ଏବଂ ସର୍ତ୍ତ ନିର୍ବାଚନରେ ହାରିଯିବା- ଇଭିଏମ ଖରାପ, ଏହାର ଅପବ୍ୟବହାର, ନିର୍ବାଚନ କମିଶନଙ୍କୁ ହଟାଇବା, ନିର୍ବାଚନ ଆୟୋଗର ଗାଳି ଦେବା, ଏହା କି ଉପାୟ । ଯଦି କୋର୍ଟରେ ଏହି ନିଷ୍ପତ୍ତି ସପକ୍ଷରେ ନାହିଁ, ତେବେ ସୁପ୍ରିମକୋର୍ଟକୁ ଗାଳି ଦିଅନ୍ତୁ, ଏହାର ସମାଲୋଚନା କରନ୍ତୁ ।

ମାନନୀୟ ଅଧ୍ୟକ୍ଷ ଜୀ,

ଯଦି ଦୁର୍ନୀତିର ଅନୁସନ୍ଧାନ କରାଯାଉଛି, ତେବେ ଅନୁସନ୍ଧାନକାରୀ ସଂସ୍ଥାକୁ ଦୁର୍ବ୍ୟବହାର କରନ୍ତୁ । ଯଦି ସେନା ଶକ୍ତି ପ୍ରଦର୍ଶନ କରେ, ଯଦି ସେନା ନିଜର ସାହସିକତା ଦେଖାଏ ଏବଂ ସେହି କାହାଣୀ ଦେଶର ଲୋକଙ୍କ ଉପରେ ଏକ ନୂତନ ବିଶ୍ୱାସ ସୃଷ୍ଟି କରେ ତେବେ ସେନାକୁ ସମାଲୋଚନା କରନ୍ତୁ, ସେନାକୁ ଦୁର୍ବ୍ୟବହାର କରନ୍ତୁ, ସେନାକୁ ଦୋଷାରୋପ କରନ୍ତୁ ।

ଯେତେବେଳେ ବି ଦେଶର ଅର୍ଥନୈତିକ ପ୍ରଗତିର ଖବର ଆସିଥାଏ, ସେତେବେଳେ ଅର୍ଥନୈତିକ ପ୍ରଗତିର ଚର୍ଚ୍ଚା ହୋଇଥାଏ, ଯଦି ବିଶ୍ୱର ସମସ୍ତ ଅନୁଷ୍ଠାନ ଭାରତର ଅର୍ଥନୀତିକୁ ପ୍ରଶଂସା କରନ୍ତି, ତେବେ ଏଠାରୁ ବାହାରକୁ ଯାଆନ୍ତୁ, ଆରବିଆଇକୁ ଦୁର୍ବ୍ୟବହାର କରନ୍ତୁ, ଭାରତର ଅର୍ଥନୈତିକ ପ୍ରତିଷ୍ଠାନଗୁଡ଼ିକୁ ଦୁର୍ବ୍ୟବହାର କରନ୍ତୁ ।

ମାନନୀୟ ଅଧ୍ୟକ୍ଷ ଜୀ,

ଗତ ୯ ବର୍ଷ ମଧ୍ୟରେ ଆମେ କିଛି ଲୋକଙ୍କର ଦେବାଳିଆ ପରିସ୍ଥିତି ଦେଖିଛୁ । ବାଧ୍ୟତାମୂଳକ ସମାଲୋଚନା ଏକ ଗଠନମୂଳକ ସମାଲୋଚନାର ସ୍ଥାନ ନେଇଛି ଏବଂ ବାଧ୍ୟତାମୂଳକ ଭାବରେ ସମାଲୋଚନା ଭିତରେ ବ୍ୟସ୍ତ ରହିଛି, ହଜିଯାଇଛି ।

ମାନନୀୟ ଅଧ୍ୟକ୍ଷ ଜୀ,

ଗୃହରେ ଦୁର୍ନୀତି ଯାଞ୍ଚ କରୁଥିବା ଏଜେନ୍ସିଗୁଡ଼ିକ ବିଷୟରେ ଅନେକ କଥା କୁହାଯାଇଥିଲା ଏବଂ ମୁଁ ଦେଖିଲି ଯେ ବିରୋଧୀ ଦଳର ଅନେକ ଲୋକ ଏ ବାବଦରେ ସ୍ୱର ଉତ୍ତୋଳନ କରୁଛନ୍ତି । ମୋର-ତୁମର ସ୍ୱର ମିଶୁ ।

ମାନନୀୟ ଅଧ୍ୟକ୍ଷ ଜୀ,

ମୁଁ ଭାବୁଥିଲି ଦେଶର ନିର୍ବାଚନ ଫଳାଫଳ ଦେଶର ଲୋକମାନେ ନିଶ୍ଚିତ ଭାବରେ ଏଭଳି ଲୋକଙ୍କୁ ଗୋଟିଏ ପ୍ଲାଟଫର୍ମରେ ଆଣିବେ; କିନ୍ତୁ ତାହା ହୋଇ ନ ଥିଲା । କିନ୍ତୁ ଏହି ଲୋକମାନେ ଇଡିକୁ ଧନ୍ୟବାଦ ଦେବା ଉଚିତ ଯେ ଇଡି କାରଣରୁ ଏହି ଲୋକମାନେ ଏକ ପ୍ଲାଟଫର୍ମରେ ଆସିଛନ୍ତି । ଇଡି ଏହି ଲୋକଙ୍କୁ ଗୋଟିଏ ପ୍ଲାଟଫର୍ମରେ ଆଣିଛି ଏବଂ ଏହି କାର୍ଯ୍ୟ ଯାହା ଦେଶର ଭୋଟରମାନେ କରିପାରିବେ ନାହିଁ ।

ମାନନୀୟ ଅଧ୍ୟକ୍ଷ ଜୀ,

ମୁଁ ଅନେକ ଥର ଶୁଣୁଛି, ଏଠାରେ କିଛି ଲୋକ ହାର୍ଭାର୍ଡ ଷ୍ଟଡି ପାଇଁ ଏକ ବଡ଼ କ୍ରେଜ ରହିଛି । କରୋନା ଅବଧିରେ ସମାନ କଥା କୁହାଯାଇଥିଲା ଏବଂ ଭାରତ ଧ୍ୱଂସ ହେବା ନେଇ ହାର୍ଭାର୍ଡରେ ଏକ କେସ ଷ୍ଟଡି ହେବ ବୋଲି କଂଗ୍ରେସ କହିଛି, ଗତକାଲି ଗୃହରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଅଧ୍ୟୟନ ବିଷୟରେ ଆଲୋଚନା ହୋଇଥିଲା । କିନ୍ତୁ ମାନନୀୟ ଅଧ୍ୟକ୍ଷ ଜୀ, ବିଗତ ବର୍ଷଗୁଡ଼ିକରେ ହାର୍ଭାର୍ଡ ଏକ ବହୁତ ଭଲ ଅଧ୍ୟୟନ ହୋଇଛି, ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟୟନ ହୋଇଛି । ଏବଂ ସେହି ଅଧ୍ୟୟନ, ଏହାର ବିଷୟ କ’ଣ ଥିଲା, ମୁଁ ନିଶ୍ଚିତ ଭାବରେ ଗୃହକୁ କହିବାକୁ ଚାହିଁବି ଏବଂ ଏହା ଅଧ୍ୟୟନ କରାଯାଇସାରିଛି । ଅଧ୍ୟୟନ ହେଉଛି ଭାରତର କଂଗ୍ରେସ ପାର୍ଟିର ରାଇଜ ଆଣ୍ଡ ଡିକଲାଇନ, ଏହି ଅଧ୍ୟୟନ କରାଯାଇଛି । ଏବଂ ମୁଁ ନିଶ୍ଚିତ ଯେ ଅଧ୍ୟକ୍ଷ ଜୀ, ମୋତେ ବିଶ୍ୱାସ ଅଛି ଯେ ଭବିଷ୍ୟତରେ କଂଗ୍ରେସର ବିନାଶ ଉପରେ କେବଳ ହାର୍ଭାର୍ଡ ନୁହେଁ, ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ହେବ ଏବଂ ବୁଡି ଯାଉଥିବା ଲୋକଙ୍କ ଉପରେ ମଧ୍ୟ ଏହା ଘଟିବ ।

ମାନନୀୟ ଅଧ୍ୟକ୍ଷ ଜୀ,

ଏହି ପ୍ରକାରର ଲୋକମାନଙ୍କ ଦୁଶ୍ୟନ୍ତ କୁମାର ବହୁତ ଭଲ କଥା କହିଛନ୍ତି ଏବଂ ଦୁଶ୍ୟନ୍ତ କୁମାର ଯାହା କହିଛନ୍ତି ତାହା ବହୁତ ଭଲ, ସେ କହିଛନ୍ତି:-

‘ତୁମ୍ଭାରେ ପାଓଁ କେ ନୀଚେ, କୋଇ ଜମିନ ନେହିଁ,

କମାଲ ୟେ ହେ କି ଫିର ଭି ତୁମ୍ଭେ ୟକିନ ନେହିଁ ।’

ମାନନୀୟ ଅଧ୍ୟକ୍ଷ ଜୀ,

ଏହି ଲୋକମାନେ ମୁଣ୍ଡ ଏବଂ ପାଦ ବିନା କଥାବାର୍ତ୍ତା କରିବାକୁ ଅଭ୍ୟସ୍ତ, ସେମାନେ ନିଜକୁ କେତେ ବିରୋଧ କରନ୍ତି ତାହାକୁ ମଧ୍ୟ ସେମାନେ ମନେ ରଖନ୍ତି ନାହିଁ । ବେଳେବେଳେ ଏହା ଗୋଟିଏ ଜିନିଷ ହୋଇପାରେ, କେତେବେଳେ ଅନ୍ୟ ଜିନିଷ ହୋଇପାରେ, ବେଳେବେଳେ ଏହା ଗୋଟିଏ ପାଶ୍ୱର୍ରେ ଥାଇପାରେ । ବେଳେବେଳେ ଅନ୍ୟପଟେ, ଆନ୍ତରିକତା ଦ୍ୱାରା ସେ ନିଜ ଭିତରେ ଥିବା ପ୍ରତିବାଦକୁ ସଂଶୋଧନ କରିବେ । ବର୍ତ୍ତମାନ ୨୦୧୪ ଠାରୁ ସେମାନେ ନିରନ୍ତର ଭାବରେ ଅଭିଶାପ ଦେଉଛନ୍ତି, ପ୍ରତ୍ୟକ ଘଟଣାରେ ଅଭିଶାପ ଦେଉଛନ୍ତି, ଭାରତ ଦୁର୍ବଳ ହୋଇଯାଉଛି, ଭାରତର ଶୁଣିବାକୁ କେହି ପ୍ରସ୍ତୁତ ନୁହଁନ୍ତି, ଦୁନିଆରେ ଭାରତର ଅସ୍ତିତ୍ୱ ନାହିଁ, ସେମାନେ କ’ଣ କହିଛନ୍ତି ଏବଂ ବର୍ତ୍ତମାନ କ’ଣ କହୁଛନ୍ତି ଜାଣନ୍ତି ନାହିଁ । ବର୍ତ୍ତମାନ ସେମାନେ କହୁଛନ୍ତି ଯେ ଭାରତ ଏତେ ଶକ୍ତିଶାଳୀ ହୋଇଛି ଯେ ନିଷ୍ପତ୍ତି ନେବାକୁ ଅନ୍ୟ ଦେଶମାନଙ୍କୁ ଧମକ ଦେଉଛି । ଆରେ, ସର୍ବପ୍ରଥମେ ସ୍ଥିର କରନ୍ତୁ ଯେ ଭାରତ ଦୁର୍ବଳ ହୋଇଛି କି ଶକ୍ତିଶାଳୀ ହୋଇଛି ।

ମାନନୀୟ ଅଧ୍ୟକ୍ଷ ଜୀ,

ଯେକୌଣସି ସଂସ୍ଥା ଜୀବନ୍ତ ହୋଇଥାଏ, ସେଠାରେ ଗୋଟିଏ ଜୀବନ୍ତ ପ୍ରଣାଳୀ ଅଛି, ଯାହା ଭୂମି ସହିତ ସଂଯୁକ୍ତ, ସେମାନେ ସର୍ବସାଧାରଣରେ କ’ଣ ଘଟୁଛି ସେ ବିଷୟରେ ସବୁବେଳେ ଚିନ୍ତା କରନ୍ତି, ସେମାନେ ଏଥିରୁ କିଛି ଶିଖିବାକୁ ଚେଷ୍ଟା କରନ୍ତି ଏବଂ ସମୟ ଅନୁସାରେ ସେମାନଙ୍କ ପଥ ବଜାୟ ରଖନ୍ତୁ । କିନ୍ତୁ ଯେଉଁମାନେ ଗର୍ବରେ ବୁଡ଼ି ଯାଇଛନ୍ତି, ଯେଉଁମାନେ କେବଳ ସବୁକିଛି ଜାଣିଛନ୍ତି ବୋଲି ଭାବନ୍ତି, ଯେଉଁମାନେ ସବୁ ଠିକ୍ ବୋଲି ଭାବନ୍ତି, ସେମାନେ ଭାବନ୍ତି ଯେ କେବଳ ମୋଦୀଙ୍କୁ ଦୁର୍ବ୍ୟବହାର କରି ସେମାନଙ୍କୁ ରାସ୍ତା ମିଳିଯିବ । କେବଳ ମୋଦୀଙ୍କ ଉପରେ ମିଥ୍ୟା ଆରୋପ ସଦୃଶ କାଦୁଅ ଫୋପାଡ଼ି ଦେଲେ ରାସ୍ତା ବାହାରିବ । ବର୍ତ୍ତମାନ ୨୨ ବର୍ଷ ବିତିଗଲାଣି, ସେମାନେ ସେହି ଭୁଲ ଧାରଣା ମଧ୍ୟରେ ବସି ରହିଛନ୍ତି ।

ମାନନୀୟ ଅଧ୍ୟକ୍ଷ ଜୀ,

ମୋଦୀଙ୍କ ଉପରେ ବିଶ୍ୱାସ ଖବରକାଗଜ ହେଡଲାଇନରୁ ଜନ୍ମ ହୋଇନାହିଁ, ମୋଦୀଙ୍କ ଉପରେ ଏହି ବିଶ୍ୱାସ ଟିଭିରେ ଉଜ୍ଜ୍ୱଳ ଚେହେରା ଠାରୁ ଆସିନାହିଁ । ଜୀବନ ନଷ୍ଟ ହୋଇଯାଇଛି, ପ୍ରତ୍ୟକ ମୁହୂର୍ତ୍ତ ଅତିବାହିତ ହୋଇଯାଉଛି । ଆମେ ଦେଶର ଲୋକଙ୍କ ପାଇଁ ଖର୍ଚ୍ଚ କରିଛୁ, ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆମେ ଖର୍ଚ୍ଚ କରିଛୁ ।

ମାନନୀୟ ରାଷ୍ଟ୍ରପତି ଜୀ,

ମୋଦୀଙ୍କ ଉପରେ ଦେଶବାସୀଙ୍କର ଯେଉଁ ବିଶ୍ୱାସ ରହିଛି, ତାହା ତାଙ୍କର ବୁଝାମଣା ବାହାରେ ଏବଂ ସେମାନଙ୍କର ବୁଝାମଣା ଠାରୁ ବହୁତ ଅଧିକ । ମୋ ଦେଶର ୮ଠ କୋଟି ଦେଶବାସୀ, ଯେଉଁମାନେ ଏହି ମିଥ୍ୟା ଅଭିଯୋଗକାରୀଙ୍କ ଉପରେ ମାଗଣା ରାସନ ପାଉଛନ୍ତି ସେମାନଙ୍କୁ କେବେ ବିଶ୍ୱାସ କରିବେ କି?

ମାନନୀୟ ଅଧ୍ୟକ୍ଷ ଜୀ,

‘ୱାନ ନେସନ ୱାନ ରାସନ’ କାର୍ଡ ଦେଶରେ କୌଣସି ସ୍ଥାନରେ ମଧ୍ୟ ଗରିବ ଲୋକମାନଙ୍କୁ ରାସନ ଏବେ ମିଳିପାରୁଛି । ସେ ଆପଣଙ୍କର ମିଥ୍ୟା କଥା ଉପରେ, ଆପଣଙ୍କର ମିଥ୍ୟା ଅଭିଯୋଗ ଉପରେ ଏମିତି କେହି ବିଶ୍ୱାସ କରିପାରିବ ।

ମାନନୀୟ ଅଧ୍ୟକ୍ଷ ଜୀ,

ଯେଉଁ କୃଷକଙ୍କ ଆକାଉଣ୍ଟରେ ବର୍ଷରେ ୩ ଥର ପିଏମ କିଷାନ ସମ୍ମାନ ନିଧିର ୧୧ କୋଟି କୃଷକଙ୍କ ଖାତାରେ ପଇସା ଜମା ହୋଇଥାଏ, ତାହା ଆପଣଙ୍କର ଅପବ୍ୟବହାର, ଆପଣ ମିଥ୍ୟା ଅଭିଯୋଗକୁ କିପରି ବିଶ୍ୱାସ କରିବେ?

ମାନନୀୟ ଅଧ୍ୟକ୍ଷ ଜୀ,

୯ କୋଟି ଲୋକଙ୍କୁ ମାଗଣାରେ ଗ୍ୟାସର କନେକ୍ସନ ମିଳିପାରିଛି । ସେମାନେ ଆପଣଙ୍କ ମିଥ୍ୟାକୁ କେମିତି ସ୍ୱୀକାର କରିବେ । ୧୧ କୋଟି ଭଉଣୀମାନଙ୍କୁ ଇଜ୍ଜତର ଘର ମିଳିଲା, ଶୌଚାଳୟ ମିଳିଛି ଏବଂ ଆପଣଙ୍କ ମିଥ୍ୟାକୁ କେମିତି ସ୍ୱୀକାର କରିବେ ।

ମାନନୀୟ ଅଧ୍ୟକ୍ଷ ଜୀ,

ସ୍ୱାଧୀନତାର ୭୫ ବର୍ଷ ବିତିଗଲା । ୮ କୋଟି ପରିବାରଙ୍କୁ ଆଜି ନଳରୁ ପାଣି ମିଳିଲା, ସେହି ମା’ମାନେ ତୁମର ମିଥ୍ୟାକୁ କିଭଳି ସ୍ୱୀକାର କରିବେ, ତୁମର ଭୁଲକୁ, ଗାଳିକୁ କେମିତି ସ୍ୱୀକାର କରିବେ । ଆୟୁଷ୍ମାନ ଭାରତ ଯୋଜନାରେ ୨ କୋଟି ପରିବାରଙ୍କୁ ସାହାଯ୍ୟ ମିଳିପାରିଛି । ଜୀବନ ବଞ୍ଚôଗଲା, ତାଙ୍କର ଅସୁବିଧା ସମୟରେ ମୋଦୀ କାମରେ ଆସିଛି, ତୁମର ଗାଳିଗୁଡ଼ିକୁ କେମିତି ସ୍ୱୀକାର କରିବେ, କେମିତି ସ୍ୱୀକାର କରିବେ ।

ମାନନୀୟ ଅଧ୍ୟକ୍ଷ ଜୀ,

ଆପଣଙ୍କ ଗାଳି, ଆପଣଙ୍କ ଆରୋପ ଏବଂ ଏହି କୋଟି କୋଟି ଭାରତୀୟଙ୍କ ଠାରୁ ନେଇ ଦୈନନ୍ଦୀନ ଜୀବନରେ ପଡ଼ିବ, ଯେଉଁମାନେ ଦଶକ ପର୍ଯ୍ୟନ୍ତ ଅସୁବିଧାରେ ଜୀବନ ଜିଇଁବା ପାଇଁ ତମେ ମଜବୁର କରି ଦେଇଥିଲ ।

ମାନନୀୟ ଅଧ୍ୟକ୍ଷ ଜୀ,

କିଛି ଲୋକ ନିଜ ପାଇଁ, ନିଜ ପରିବାର ପାଇଁ ବହୁତ କିଛି ନଷ୍ଟ କରିବାରେ ଲାଗି ପଡ଼ିଛନ୍ତି । ନିଜ ପାଇଁ, ନିଜ ପରିବାର ପାଇଁ ଯାହା କିଛି ଅଛି ମୋଦୀ ତାହାକୁ ୨୫ କୋଟି ଦେଶବାସୀଙ୍କର ପରିବାରର ସଦସ୍ୟ ଅଛନ୍ତି ।

ମାନନୀୟ ଅଧ୍ୟକ୍ଷ ଜୀ,

୧୪ଠ କୋଟି ଦେଶବାସୀଙ୍କ ଆଶୀର୍ବାଦ ହେଉଛି ମୋର ସବୁଠାରୁ ବଡ଼ ସୁରକ୍ଷାକବଚ । ଏବଂ ତୁମେ କେବେହେଲେ ଏହି ପ୍ରତିରକ୍ଷା ଢ଼ାଲକୁ ଅପବ୍ୟବହାରର ଅସ୍ତ୍ର, ମିଥ୍ୟା ଅସ୍ତ୍ର ସହିତ ପ୍ରବେଶ କରିପାରିବ ନାହିଁ । ତାହା ହେଉଛି ବିଶ୍ୱାସର ପ୍ରତିରକ୍ଷାର କବଚ ଏବଂ ଆପଣ ଏହି ଅସ୍ତ୍ର ମାଧ୍ୟମରେ କେବେ ମଧ୍ୟ ପ୍ରବେଶ କରିପାରିବେ ନାହିଁ ।

ମାନନୀୟ ଅଧ୍ୟକ୍ଷ ଜୀ,

ଆମ ସରକାର କିଛି ଜିନିଷ ପାଇଁ ପ୍ରତିବଦ୍ଧ । ସମାଜର ବଞ୍ଚôତ ବିଭାଗକୁ ପ୍ରାଥମିକତା ଦେବା ପାଇଁ ଆମେ ସଂକଳ୍ପ ସହିତ ବଢୁଛୁ, ଆମେ ସେହି ସଂକଳ୍ପ ସହିତ ଆଗକୁ ବଢୁଛୁ । ଦଳିତ, ପଛୁଆ, ଆଦିବାସୀ ଯେଉଁ ଅବସ୍ଥାରେ ସେମାନେ ଦଶନ୍ଧି ଧରି ରହିଯାଇଥିଲେ, ସେହି ସୁଧାର ଆସିଲା ନାହିଁ ଯାହା ସମ୍ବିଧାନର ନିର୍ମାତାମାନେ ଚିନ୍ତା କରିଥିଲେ । ଯେଉଁ ସମ୍ବିଧାନ ନିର୍ମାତାମାନେ ନିର୍ଦିଷ୍ଟ କରିଥିଲେ । ୨୦୧୪ ପରେ ଗରିବ କଲ୍ୟାଣ ଯୋଜନାର ସର୍ବାଧିକ ଲାଭ ମୋର ଏହି ପରିବାରଙ୍କୁ ମିଳିଲା । ଦଳିତ, ପଛୁଆବର୍ଗ ଆଦିବାସୀଙ୍କ ବସ୍ତିରେ ପ୍ରଥମ ଥର ମାନନୀୟ ଅଧ୍ୟକ୍ଷ ଜୀ ପ୍ରଥମ ଥର ବିଜୁଳି ପହଂଚିଛି । ମାଇଲ ମାଇଲ ପର୍ଯ୍ୟନ୍ତ ପାଣି ଆଣିବା ପାଇଁ ଯିବାକୁ ପଡୁଥିଲା । ପ୍ରଥମ ଥର ନଳରୁ ପାଣି ପହଂଚିପାରିଛି । ଏହି ପରିବାରରେ ପହଂଚିପାରିଛି ମାନନୀୟ ଅଧ୍ୟକ୍ଷ ଜୀ । ତାଙ୍କ ପରିବାର, କୋଟି କୋଟି ପରିବାର ପ୍ରଥମ ଥର ପକ୍କା ଘରକୁ ଯାଇପାରିଛନ୍ତି । ସେଠାରେ ରହିବାକୁ ସକ୍ଷମ ହୋଇଛନ୍ତି ।

ମାନନୀୟ ଅଧ୍ୟକ୍ଷ ଜୀ,

ଯେଉଁ ବସ୍ତିଗୁଡ଼ିକୁ ଆପଣ ଛାଡ଼ି ଦେଇଥିଲେ । ଆପଣଙ୍କ ପାଇଁ ନିର୍ବାଚନ ସମୟରେ ଯାହା ପରେ ଆସିଥିଲା । ଆଜି ସଡ଼କରେ, ବିଜୁଳି ହେଉ, ଜଳ ହେଉ, କେବଳ ଏତିକି ନୁହେଁ, ୪-ଜି ସଂଯୋଗ ମଧ୍ୟ ସେଠାରେ ପହଂଚିପାରିଛି ।

ମାନନୀୟ ଅଧ୍ୟକ୍ଷ ଜୀ,

ସମଗ୍ର ଦେଶ ଗର୍ବିତ । ଆଜି ଯେତେବେଳେ ଆମେ ଜଣ ଆଦିବାସୀଙ୍କୁ ରାଷ୍ଟ୍ରପତି ଭାବରେ ଦେଖୁଛୁ ସମଗ୍ର ଦେଶ ପ୍ରଶଂସା ଗାନ କରୁଛି । ଆଜି ଦେଶର ଅଧା ଜାତି ଗୋଷ୍ଠୀର ପୁରୁଷ-ନାରୀ ଯେଉଁମାନେ ମାତୃଭୂମି ପାଇଁ ଜୀବନକୁ ଉତ୍ସର୍ଗ କରିଛନ୍ତି । ସେ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥିଲେ, ତାଙ୍କର ଗୁଣ ଆଜି ସ୍ମରଣୀୟ ହୋଇ ରହିଛି ଏବଂ ଆମ ଆଦିବାସୀମାନଙ୍କର ଗୌରବ ଦିବସ ପାଳନ କରାଯାଉଛି ଏବଂ ଆମେ ଗର୍ବିତ ଯେ ଆମର ଆଦିବାସୀ ପରମ୍ପରାର ଏପରି ମହାନ ପ୍ରତିନିଧି ଭାବରେ ଜଣେ ମହିଳା ଦେଶର ରାଷ୍ଟ୍ରପତି ଭାବରେ ନେତୃତ୍ୱ ନେଇଛନ୍ତି, ରାଷ୍ଟ୍ରପତି ଭାବରେ କାମ କରୁଛନ୍ତି । ଆମେ ସେମାନଙ୍କୁ ସେମାନଙ୍କର ଅଧିକାର ଦେଇଛୁ ।

ମାନନୀୟ ଅଧ୍ୟକ୍ଷ ଜୀ,

ଆମେ ପ୍ରଥମଥର ଦେଖୁଛୁ, ଗୋଟିଏ କଥା ଏହା ମଧ୍ୟ ସତ ଅଟେ । ଆମ ସମସ୍ତଙ୍କର ସମାନ  ଅଭିଜ୍ଞତା ଅଛି, ଏହା କେବଳ ମୋର ନୁହେଁ, ଏହା ମଧ୍ୟ ଆପଣଙ୍କର ଅଟେ । ଆମେ ସମସ୍ତେ ଜାଣୁ ଯେ ଯେତେବେଳେ ଜଣେ ମା’ ସଶକ୍ତ ହୁଅନ୍ତି, ସେତେବେଳେ ସମଗ୍ର ପରିବାର ସଶକ୍ତ ହୁଅନ୍ତି । ଯଦି ପରିବାର ଶକ୍ତିଶାଳୀ ହୁଏ ତେବେ ସମାଜ ଦୃଢ଼ ହୁଏ ଏବଂ ସେତେବେଳେ ହିଁ ଦେଶ ଶକ୍ତିଶାଳୀ ହୁଏ । ଏବଂ ମୁଁ ସନ୍ତୁଷ୍ଟ ଯେ ମା’, ଭଉଣୀ ଏବଂ ଝିଅମାନଙ୍କୁ ଅଧିକ ସେବା କରିବା ପାଇଁ ଆମ ସରକାରଙ୍କୁ ସୌଭାଗ୍ୟ ମିଳିଛି । ପ୍ରତ୍ୟକ ଛୋଟ ସମସ୍ୟାକୁ ଦୂର କରିବା ପାଇଁ ଏକ ପ୍ରାମାଣିକ ପ୍ରୟାସ କରାଯାଇଛି । ଆମେ ଅତ୍ୟଧିକ ସମ୍ବେଦନଶୀଳତା ଉପରେ ଧ୍ୟାନ ଦେଇଛୁ ।

ମାନନୀୟ ଅଧ୍ୟକ୍ଷ ଜୀ,

ବେଳେବେଳେ ଥଟ୍ଟା ପରିହାସ କରାଯାଇଥାଏ । ଏମିତି କେମିତି ପ୍ରଧାନମନ୍ତ୍ରୀ? ଲାଲକିଲାରୁ ଶୌଚାଳୟ ବିଷୟରେ କଥାବାର୍ତ୍ତା କରୁଛନ୍ତି । ବଡ଼ ମଜାକ କରାଯାଇଥିଲା । ମାନନୀୟ ଅଧ୍ୟକ୍ଷ ଜୀ, ଏହି ଶୌଚାଳୟ, ଏହି ସମ୍ମାନ ଗୃହ, ଏହି ମା’ ଏବଂ ଭଉଣୀମାନଙ୍କର ସାମର୍ଥ୍ୟ, ସେମାନଙ୍କର ସୁବିଧା, ସେମାନଙ୍କ ସୁରକ୍ଷାର ସମ୍ମାନ ଦେବାର କଥା । କେବଳ ଏତିକି ନୁହେଁ ଅଧ୍ୟକ୍ଷ ଜୀ, ଯେତେବେଳେ ମୁଁ ସାନିଟାରୀ ପ୍ୟାଡ ବିଷୟରେ କଥାବାର୍ତ୍ତା କରେ, ସେତେବେଳେ ଲୋକମାନେ ଭାବନ୍ତି ଯେ ପ୍ରଧାନମନ୍ତ୍ରୀ କାହିଁକି ଏପରି ପ୍ରସଙ୍ଗକୁ ଯାଆନ୍ତି?

ମାନନୀୟ ଅଧ୍ୟକ୍ଷ ଜୀ,

ସାନିଟାରୀ ପ୍ୟାଡର ଅଭାବରେ ଗରିବ ଭଉଣୀ ଏବଂ ଝିଅମାନଙ୍କୁ କେଉଁ ଅପମାନ ସହିବାକୁ ପଡ଼ିଥାଏ, ସେମାନେ ରୋଗର ଶିକାର ହୋଇଯାଇଥାନ୍ତି । ମା’ ଏବଂ ଭଉଣୀମାନଙ୍କୁ ଦିନରେ ଅନେକ ଘଣ୍ଟା ଧୂଆଁରେ ବିତାଇବାକୁ ପଡୁଥିଲା । ସେମାନଙ୍କ ଜୀବନ ଧୂଆଁରେ ଫସି ରହିଥିଲା । ଏହି ଗରିବ ମା’ ଏବଂ ଭଉଣୀମାନେ ଏଥିରୁ ମୁକ୍ତି ପାଇବା ପାଇଁ ଆମେ ସୌଭାଗ୍ୟ ପାଇଛୁ । ଜୀବନ ଅତିବାହିତ ହେଉଥିଲା, ପାଣି ପାଇଁ ଅଧା ସମୟ, ଅଧା ସମୟ ସେମାନେ କିରାସିନି ଆଣିବା ଲାଇନ ଭିତରେ ଅଟକି ଯାଉଥିଲେ । ଆଜି ଆମେ ଏଥିରୁ ମା’ ଏବଂ ଭଉଣୀମାନଙ୍କୁ ମୁକ୍ତ କରିବାରେ ସନ୍ତୋଷ ଲାଭ କରିଛୁ ।

ମାନନୀୟ ଅଧ୍ୟକ୍ଷ ଜୀ,

ଯଦି ଆମେ ପୂର୍ବରୁ ଚାଲୁଥିବା ପଥକୁ ଅନୁମତି ଦେଇଥାନ୍ତେ, ବୋଧହୁଏ କେହି ଆମକୁ ପଚାରି ନ ଥାନ୍ତେ ମୋଦୀ ଜୀ କାହିଁକି କିମ୍ବା ତାହା କରିନାହାନ୍ତି, କାରଣ ଆପଣ ଦେଶକୁ ଏପରି ପରିସ୍ଥିତିରେ ଆଣିଛନ୍ତି ଯେ ଏହା ମଧ୍ୟରୁ କେହି ବାହାରି ପାରିବେ ନାହିଁ । ଏଭଳି ନିରାଶାରେ ଦେଶକୁ ରଖାଯାଇଥିଲା । ଆମେ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଧୂଆଁରୁ ମୁକ୍ତି ଦେଲୁ, ଜଳ-ଜୀବନ ମାଧ୍ୟମରେ ପାଣି ଦେଲୁ, ଭଉଣୀମାନଙ୍କର ସଶକ୍ତୀକରଣ ପାଇଁ କାର୍ଯ୍ୟ କରିଥିଲୁ। ୯ କୋଟି ଭଉଣୀଙ୍କୁ ସ୍ୱୟଂସହାୟକ ଗୋଷ୍ଠୀ ସହାୟତା ସମୂହରେ ଯୋଡ଼ିଛୁ । ଖଣି ଠାରୁ ଆରମ୍ଭ କରି ପ୍ରତିରକ୍ଷା ପର୍ଯ୍ୟନ୍ତ ଆଜି ମା’ ଏବଂ ଭଉଣୀଙ୍କୁ, ଝିଅମାନଙ୍କ ପାଇଁ ସୁଯୋଗ ଖୋଲିଛି । ଏହି ସୁଯୋଗ ଖୋଲିବାର କାର୍ଯ୍ୟ ଆମ ସରକାର କରିଛନ୍ତି ।

ମାନନୀୟ ଅଧ୍ୟକ୍ଷ ଜୀ,

ଏହି କଥାକୁ ମନେ ପକାଇବା, ଭୋଟ ବ୍ୟାଙ୍କର ରାଜନୀତି ବେଳେବେଳେ ଦେଶର ସାମର୍ଥ୍ୟକୁ ଏକ ବଡ଼ ଝଟ୍କା ଦେଇଥାଏ । ଏବଂ ଏହାର ଫଳାଫଳ ହେଉଛି ଦେଶରେ ଯାହା ଘଟିବା ଉଚିତ, ଠିକ ସମୟରେ ଯାହା ହେବା ଉଚିତ ସେଥିରେ ଯଥେଷ୍ଟ ଅଧିକ ବିଳମ୍ବ ହୋଇଗଲା । ଆପଣ ଦେଖନ୍ତୁ, ମଧ୍ୟବିତ୍ତ ଶ୍ରେଣୀର, ଦୀର୍ଘ ସମୟ ପର୍ଯ୍ୟନ୍ତ ମଧ୍ୟମ ବର୍ଗକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରାଯାଇଥିଲା । ଏପରିକି ତାଙ୍କୁ ଅଣଦେଖା କରାଗଲା । କୌଣସି ପ୍ରକାରରେ ସେମାନେ ଅନୁମାନ କଲେ ଯେ କେହି ଆମର ନୁହଁନ୍ତି, ଚାଲନ୍ତୁ ନିଜେ ଯାହା ସମ୍ଭବ ତାହା କରିବା । ସେ ନିଜର ସମସ୍ତ ଶକ୍ତି ଖର୍ଚ୍ଚ କରିଦେବେ । କିନ୍ତୁ ଆମ ସରକାର, ଏନଡିଏ ସରକାର ମଧ୍ୟବିତ୍ତଙ୍କ ସତ୍ୟତାକୁ ସ୍ୱୀକୃତି ଦେଇଛନ୍ତି । ଆମେ ସେମାନଙ୍କୁ ସୁରକ୍ଷା ଯୋଗାଇଛୁ ଏବଂ ଆଜି ଆମର ପରିଶ୍ରମୀ ମଧ୍ୟବିତ୍ତବର୍ଗ ଦେଶକୁ ନୂତନ ଶିଖରକୁ ନେଇ ଯାଉଛନ୍ତି। ସରକାରଙ୍କୁ ବିଭିନ୍ନ ଯୋଜନାରେ ମଧ୍ୟବିତ୍ତ କେତେ ଲାଭବାନ ହୋଇଛନ୍ତି, ମାନନୀୟ ଅଧ୍ୟକ୍ଷ ଜୀ, ମୁଁ ୨୦୧୪ ପୂର୍ବରୁ ଜିବି ତଥ୍ୟର ଉଦାହରଣ ଦେଉଛି । କାରଣ ଆଜି ଯୁଗ ବଦଳିଛି, ଅନଲାଇନ ଦୁନିଆ ଚାଲିଛି । ସମସ୍ତଙ୍କ ହାତରେ ଏକ ମୋବାଇଲ ଫୋନ୍ ଅଛି, କିଛି ଲୋକଙ୍କ ମୋବାଇଲ ଅଛି ଓ ସେମାନଙ୍କ ପକେଟ ଫାଟି ଯାଇଛି ।

ଆଦରଣୀୟଙ୍କ ଅଧ୍ୟକ୍ଷ ଜୀ, ୨୦୧୪ ପୂର୍ବରୁ ଜିବି ତଥ୍ୟର ମୂଲ୍ୟ ୨୫୦ ଟଙ୍କା ଥିଲା । ଆଜି ଏହା ମାତ୍ର ୧୦ ଟଙ୍କା ଅଛି । ମାନନୀୟ ଅଧ୍ୟକ୍ଷ ଜୀ, ଆମ ଦେଶରେ ହାରାହାରି ଜଣେ ନାଗରିକ ୨୦ ଜିବି ବ୍ୟବହାର କରନ୍ତି । ଯଦି ମୁଁ ସେହି ଗଣନାକୁ ପ୍ରୟୋଗ କରିବି ତେବେ ହାରାହାରି ଜଣେ ବ୍ୟକ୍ତି ୫ ହଜାର ଟଙ୍କା ବଞ୍ଚôପାରିବ ମାନନୀୟ ଅଧ୍ୟକ୍ଷ ଜୀ ।

ମାନନୀୟ ଅଧ୍ୟକ୍ଷ ଜୀ,

ଆଜି ଜନଔଷଧୀ ଷ୍ଟୋରଗୁଡ଼ିକ ସମଗ୍ର ଦେଶରେ ଆକର୍ଷଣର କାରଣ ପାଲଟିଛି, କାରଣ ଯଦି ମଧ୍ୟବିତ୍ତ ପରିବାରରେ ଜଣେ ବରିଷ୍ଠ ନାଗରିକ ଥାଆନ୍ତି ତେବେ ମଧୁମେହ ଭଳି ରୋଗ ଅଛି, ତେବେ ଏକ ହଜାର, ଦୁଇ ହଜାର, ଅଢ଼େଇ ହଜାର, ତିନି ହଜାର ମୂଲ୍ୟର ଔଷଧ ପ୍ରତି ମାସରେ ସେବନ କରିବାକୁ ପଡ଼ିଥାଏ । ଜନଔଷଧି କେନ୍ଦ୍ରରେ ଯେଉଁ ଔଷଧ ରହିଛି ତାହା ବଜାରରେ ୧୦୦ ଟଙ୍କାରେ ମିଳିଥାଏ । ଜନଔଷଧିରେ ୧୦ ଟଙ୍କା, ୨୦ ଟଙ୍କାରେ ମିଳିଥାଏ । ଆଜି ୨୦ ହଜାର କୋଟି ଟଙ୍କା ମଧ୍ୟମବର୍ଗଙ୍କ ଜନଔଷଧି କାରଣରୁ ସଞ୍ଚୟ ହୋଇପାରିଛି ।

ମାନନୀୟ ଅଧ୍ୟକ୍ଷ ଜୀ,

ପ୍ରତ୍ୟକ ମଧ୍ୟବିତ୍ତ ପରିବାରର ଗୋଟିଏ ଘର ପରିବାର ସ୍ୱପ୍ନ ରହିଛି । ଏବଂ ଆମେ ସହରାଞ୍ଚଳରେ ଘର ଋଣ ପାଇଁ ଏକ ବ୍ୟବସ୍ଥା କରିବାର କାମ ଆମେ କରିଛୁ ଏବଂ ରେରା ଆଇନ ପ୍ରଣୟନ ହେତୁ ଏହି ପ୍ରକାର ଉପାଦାନ କଦାପି କଷ୍ଟ ଉପାର୍ଜିତ ଟଙ୍କା ଉପରେ ପ୍ରଭାବ ପକାଇବ ନାହିଁ । ତାଙ୍କୁ ମଧ୍ୟ ଏକ ନୂତନ ବିଶ୍ୱାସ ପ୍ରଦାନ କରିବାର କାର୍ଯ୍ୟ କରିଥିଲୁ, ଯାହା ତାଙ୍କୁ ବର୍ଷ ବର୍ଷ ଧରି ବୁଡ଼ି ଯାଉଥିବା ଟାକ୍ସରୁ ମୁକ୍ତ କରି ସେହି କାରଣରୁ ନିଜ ଘର ନିର୍ମାଣରେ ତାଙ୍କର ସୁବିଧାକୁ ବଢ଼ାଇ ଦେଇଛୁ ।

ମାନନୀୟ ଅଧ୍ୟକ୍ଷ ଜୀ,

ପ୍ରତ୍ୟକ ମଧ୍ୟବିତ୍ତ ପରିବାରକୁ ସେମାନଙ୍କ ପିଲାମାନଙ୍କ ଭବିଷ୍ୟତ ପାଇଁ ସେମାନଙ୍କ ମନରେ ଉଚ୍ଚଶିକ୍ଷା ପାଇଁ ଏକ ଯୋଜନା ରହିଥାଏ । ସେମାନେ ଚାହିଁଥାନ୍ତି ଯେ ଆଜି ଯେତେ ମାତ୍ରାରେ ମେଡିକାଲ କଲେଜଗୁଡ଼ିକ ଅଛି, ଇଞ୍ଜିନିୟରିଂ କଲେଜଗୁଡ଼ିଏ ଅଛି, ପ୍ରଫେସନାଲ କଲେଜମାନଙ୍କର ସଂଖ୍ୟା ବୃଦ୍ଧି କରାଯାଇଛି । ସିଫ୍ଟଗୁଡ଼ିକ ବଢ଼ାଇ ଦିଅଯାଇଛି । ସେ ମଧ୍ୟବିତ୍ତଙ୍କ ଆକାଂକ୍ଷାକୁ ବହତୁ ଭଲ ଭାବରେ ସମ୍ବୋଧିତ କରନ୍ତି । ସେ ବିଶ୍ୱାସ କରିବା ଆରମ୍ଭ କରିଛନ୍ତି ଯେ ତାଙ୍କ ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ ରହିଛି ।

ମାନନୀୟ ଅଧ୍ୟକ୍ଷ ଜୀ,

ଦେଶକୁ ଆଗକୁ ବଢ଼ାଇବାକୁ ହେଲେ, ତେବେ ଭାରତକୁ ଆଧୁନିକତା ଆଡ଼କୁ ନ ନେବାର କୌଣସି ବିକଳ୍ପ ନାହିଁ ଏବଂ ଏହା ସମୟର ଚାହିଦା ଯେ ବର୍ତ୍ତମାନ ଆମେ ସମୟ ନଷ୍ଟ କରିପାରିବୁ ନାହିଁ ଏବଂ ସେଥିପାଇଁ ଆମେ ଭିତ୍ତିଭୂମି ପ୍ରତି ବହୁତ ଧ୍ୟାନ ଦେଇଛୁ । ଏବଂ ଏହା ମଧ୍ୟ ସହମତ ଯେ ଦାସତ୍ୱ କାଳ ପୂର୍ବରୁ, ଏହି ଦେଶ ସ୍ଥାପତ୍ୟ ପାଇଁ, ଭିତ୍ତିଭୂମି ପାଇଁ ଦୁନିଆରେ ତାହାର ଏକ ଶକ୍ତି ଥିଲା, ପରିଚୟ ଥିଲା । ଦାସତ୍ୱର କାଳଖଣ୍ଡରେ ସମସ୍ତ ନଷ୍ଟ ହୋଇଗଲା, ଦେଶ ସ୍ୱାଧୀନ ହେବା ପରେ ସେହିଦିନ ପୁଣିଥରେ ଆସିବ, ଏଭଳି ଆଶା ଥିଲା । କିନ୍ତୁ ସେ ସମୟ ମଧ୍ୟ ବିତିଗଲା । ଯାହା ହବାର ଥିଲା, ଯେଉଁ ଗତିରେ ହେବାର ଥିଲା, ଯେଉଁ ମାପର ସହିତ ଏହା ହେବାର ଥିଲା ତାହା ଆମେ କରିପାରିଲୁ ନାହିଁ । ଆଜି ଏହି ଦଶନ୍ଧିରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି । ସଡ଼କ ହେଉ, ସମୁଦ୍ର ମାର୍ଗ ହେଉ, ବାଣିଜ୍ୟ ହେଉ, ଜଳପଥ ହେଉ, ପ୍ରତ୍ୟେକ କ୍ଷେତ୍ରରେ ଆଜି ଭିତ୍ତିଭୂମିର କାୟାକଳ୍ପ ଦୃଶ୍ୟମାନ ହେଉଛି । ରାଜପଥ ଉପରେ ବା ରାଜପଥରେ, ରେକର୍ଡ ମାତ୍ରାରେ ବିନିଯୋଗ କରାଯାଉଛି, ମାନନୀୟ ଅଧ୍ୟକ୍ଷ ଜୀ । ଆଜି ସାରା ବିଶ୍ୱରେ ବ୍ୟାପକ ସଡ଼କ, ପ୍ରଶସ୍ତ ରାସ୍ତା, ରାଜପଥ, ଭାରତରେ ଏକ୍ସପ୍ରେସ ୱେ ବ୍ୟବହୃତ ହେଉଥିଲା, ଆଜି ଦେଶର ନୂତନ ପିଢ଼ି ଏହାକୁ ଦେଖୁଛନ୍ତି । ଭାରତରେ ଭଲ ବିଶ୍ୱସ୍ତରୀୟ ରାଜପଥ ଏବଂ ଏକ୍ସପ୍ରେସ ୱେ ଦେଖିବାକୁ ଆମେ ଏହି ଦିଗରେ କାର୍ଯ୍ୟ କରୁଛୁ । ଏହା ପୂର୍ବରୁ ଆମ ରେଳ ଭିତ୍ତିଭୂମି ଉପରେ, ଯାହା ବ୍ରିଟିଶମାନେ ଯାହା ଦେଇ ଯାଇଥିଲେ ତାହା ଉପରେ ଆମେ ବସି ରହିଥିଲୁ, ତାହାକୁ ଆମେ ଭଲ ଭାବରେ ଗ୍ରହଣ କରିଥିଲୁ, ଗାଡ଼ି ମଧ୍ୟ ଚାଲୁଥିଲା ।

ମାନନୀୟ ଅଧ୍ୟକ୍ଷ ଜୀ,

ସେ ସମୟ ଥିଲା, ଯେଉଁଭଳି ଭାବରେ ଇଂରେଜମାନେ ଯାହା ଛାଡ଼ି ଦେଇ ଯାଇଥିଲେ ସେହି ଭାବରେ ଜୀବନଯାପନ କରୁଥିଲେ । ଏବଂ ରେଳବାଇର ପରିଚୟ କ’ଣ ହୋଇଥିଲା? ରେଳବାଇ ଅର୍ଥାତ ଧକ୍କା-ମୁକ୍କି, ରେଳବାଇ ଅର୍ଥାତ ଦୁର୍ଘଟଣା, ରେଳବାଇ ଅର୍ଥାତ ବିଳମ୍ବରେ ଆସିବା, ଏହା ଅର୍ଥାତ ଏଭଳି ଏକ ସ୍ଥିତି ଥିଲା ବିଳମ୍ବରେ ଏହା ଏକ ମନ୍ତବ୍ୟ ହୋଇଗଲା । ରେଳବାଇ ଅର୍ଥାତ ବିଳମ୍ବ । ଗୋଟିଏ ସମୟ ଥିଲା ପ୍ରତ୍ୟକ ମାସରେ ଦୁର୍ଘଟଣା ହେଉଥିବା ଘଟଣାମାନ ବାରମ୍ବାର ଆସୁଥିଲା । ଗୋଟିଏ ସମୟ ଥିଲା ଦୁର୍ଘଟଣା ଏକ ଭାଗ୍ୟ ହୋଇ ଯାଇଥିଲା । କିନ୍ତୁ ବର୍ତ୍ତମାନ ଟ୍ରେନରେ, ଟ୍ରେନ ମଧ୍ୟରେ ବଂଦେ ଭାରତ, ବଂଦେ ଭାରତର ଆବଶ୍ୟକତା ପ୍ରତ୍ୟକ ସାଂସଦ ଚିଠି ଲେଖୁଛନ୍ତି, ମୋର ଏଠାରେ ବଂଦେ ଭାରତ ଆରମ୍ଭ କରନ୍ତୁ । ଆଜି ରେଳବାଇ ଷ୍ଟେସନଗୁଡ଼ିକର ନବୀକରଣ ହୋଇଯାଇଛି, ଆଜି ରେଳ ଷ୍ଟେସନଗୁଡ଼ିକର ନବୀକରଣ କରାଯାଉଛି, ଆଜି ବିମାନବନ୍ଦରଗୁଡ଼ିକ ନବୀକରଣ କରାଯାଉଛି । ୭ଠ ବର୍ଷରେ ୭ଠ ବିମାନବନ୍ଦର, ୯ ବର୍ଷରେ ୭ଠ ବିମାନବନ୍ଦର । ଦେଶରେ ଜଳପଥ ମଧ୍ୟ ନିର୍ମାଣ କରାଯାଉଛି । ଆଜି ଜଳପଥରେ ପରିବହନ ଚାଲିଛି । ମାନନୀୟ ଅଧ୍ୟକ୍ଷ ଜୀ, ଦେଶ ଆଧୁନିକତା ଆଡ଼କୁ ଗତି କରିବା ପାଇଁ ଆଧୁନିକ ଭିତ୍ତିଭୂମିକୁ ଗୁରୁତ୍ୱ ଦେଇ ଆମେ ଆଗକୁ ବଢୁଛୁ ।

ମାନନୀୟ ଅଧ୍ୟକ୍ଷ ଜୀ,

ମୋ ଜୀବନରେ ସାର୍ବଜନିକ ଜୀବନରେ, ଏହା ମୋ ପାଇଁ ୪-୫ ଦଶକ ମୋତେ ହୋଇସାରିଛି ଏବଂ ମୁଁ ଜଣେ ବ୍ୟକ୍ତି ଯିଏ ଭାରତର ଗାଁ ଦେଇ ଯାଇଛି । ୪-୫ ଦଶନ୍ଧି ଧରି ଏଥିରୁ ଏକ ଦୀର୍ଘ ସମୟ ପରିବ୍ରାଜକ ଭାବରେ ବିତାଇଛି । ପ୍ରତ୍ୟକ ସ୍ତରରେ ପରିବାର ସହିତ ବସି ଆଲୋଚନା କରିବାର ସୁଯୋଗ ମୁଁ ପାଇଛି ଏବଂ ସେଥିପାଇଁ ମୁଁ ଭାରତର ପ୍ରତ୍ୟକ ଭାଗରେ ପ୍ରତ୍ୟକ ଭାବନା ସହିତ ପରିଚିତ ଏବଂ ମୁଁ ଏହି ଆଧାରରେ କହିପାରେ ଏବଂ ଅତ୍ୟଧିକ ଆତ୍ମବିଶ୍ୱାସର ସହିତ କହିପାରେ ଯେ ଭାରତର ସାଧାରଣ ଲୋକ ସକାରାତ୍ମକତାରେ ପରିପୂର୍ଣ୍ଣ । ସକାରାତ୍ମକତା ହେଉଛି ତାଙ୍କର ପ୍ରବୃତ୍ତି, ସଂସ୍କୃତିର ଏକ ଅଂଶ । ଭାରତୀୟ ସମାଜ ନକାରତ୍ମତାକୁ ସହ୍ୟ କରି ନେଇଥାଏ, ସ୍ୱୀକାର କରେ ନାହିଁ, ଏହା ତାଙ୍କର ପ୍ରକୃତି ନୁହେଁ । ଭାରତୀୟ ସମ୍ପ୍ରଦାୟର ପ୍ରକୃତି ଆନନ୍ଦଦାୟକ, ଏହା ଏକ ସ୍ୱପ୍ନର ସମାଜ ଅଟେ, ଏହା ଏକ ସମାଜ ଯାହାକି ଭଲ କାର୍ଯ୍ୟର ପଥ ଅନୁସରଣ କରେ । ସୃଷ୍ଟି ସହିତ ଜଡ଼ିତ ଏକ ସମାଜ ଅଛି । ଆଜି ମୁଁ କହିବାକୁ ଚାହେଁ, ଯେଉଁମାନେ ସ୍ୱପ୍ନର ସହିତ ଏଠାରେ ବସିଛନ୍ତି, ସେମାନେ ଥରେ ଏଠାରେ ବସିଥିଲେ, ସେମାନେ ପୁନର୍ବାର ଏକ ସୁଯୋଗ ପାଇବେ, ଏହିପରି ଲୋକମାନେ ପଚାଶ ଥର ଚିନ୍ତା କରିବା ଉଚିତ । ସେମାନଙ୍କ ଉପାୟ ବିଷୟରେ ପୁନର୍ବିଚାର କରିବା ଉଚିତ । ଏକ ଗଣତନ୍ତ୍ରରେ, ତୁମେ ମଧ୍ୟ ଅନୁଧ୍ୟାନ କରିବା ଆବଶ୍ୟକ । ଆଜି ଡିଜିଟାଲ କାରବାରର ଆଧାର ହେଉଛି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଆପଣ ତାହାକୁ ମଧ୍ୟ ଭିତ୍ତିହୀନ କରି ରଖି ଦେଇଥିଲେ । ବର୍ତ୍ତମାନ ତାହାର ସେମାନେ ମଧ୍ୟ ତାଙ୍କ ପଛରେ ପଡ଼ି ଯାଇଥିଲେ । ତାଙ୍କୁ ଅଟକାଇବା ପାଇଁ କୋର୍ଟ-କଚେରି ମଧ୍ୟ ଏଥିରୁ ରକ୍ଷା ପାଇ ନଥିଲେ । ଜିଏସଟିକୁ ଜଣାନାହିଁ କ’ଣ କ’ଣ କହିଦେଲେ । ଜଣାନାହିଁ, କିନ୍ତୁ ଆଜି ଜିଏସଟି ଭାରତର ଅର୍ଥନୀତି ଏବଂ ସାଧାରଣ ଲୋକଙ୍କର ଜୀବନକୁ ସହଜ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଛି । ସେହି ଯୁଗରେ, ହାଲକୁ କେତେ ଅପବ୍ୟବହାର କରାଯାଇଥିଲା । ଆଜି ଏହା ଏସିଆର ସବୁଠାରୁ ବଡ଼ ହେଲିକପ୍ଟର ଉତ୍ପାଦନ ହବରେ ପରିଣତ ହୋଇଛି । ଯେଉଁଠାରୁ ତେଜସ ବିମାନ ଶହ ଶହ ତିଆରି ହେଉଛି, ଆଜି ଭାରତୀୟ ସେନାରେ ହଜାର ହଜାର ଏବଂ କୋଟି କୋଟି ଟଙ୍କା ମୂଲ୍ୟର କାର୍ଯ୍ୟ ନିର୍ଦେଶ ହାଲ ନିକଟରେ ଅଛି । ଭାରତ ଭିତରେ ଜୀବନ୍ତ ପ୍ରତିରକ୍ଷା ଶିଳ୍ପ ଆଗକୁ ଆସୁଛି । ଆଜି ଭାରତ ପ୍ରତିରକ୍ଷା ରପ୍ତାନି ଆରମ୍ଭ କରିଛି । ମାନନୀୟ ଅଧ୍ୟକ୍ଷ ଜୀ, ଭାରତର ପ୍ରତ୍ୟକ ଯୁବକଙ୍କର ଗର୍ବ ହୋଇଥାଏ, ଯେଉଁମାନେ ନିରାଶାରେ ବୁଡ଼ି ରହିଛନ୍ତି, ସେମାନଙ୍କ ଠାରୁ କୌଣସି ଆସା ନାହିଁ।

ମାନନୀୟ ଅଧ୍ୟକ୍ଷ ଜୀ,

ଆପଣ ବହୁତ ଭଲ ଭାବରେ ଜାଣିଛନ୍ତି ଯେ ସମୟ ପ୍ରମାଣ କରୁଛି ଯେ ଯେଉଁମାନେ ପୂର୍ବରୁ ଏଠାରେ ବସିଥିଲେ ସେମାନେ ସେଠାକୁ ଯିବା ପରେ ମଧ୍ୟ ବିଫଳ ହୋଇଥିଲେ ଏବଂ ଦେଶ ସଫଳ ହେବାରେ ଲାଗିଛି, ନିର୍ଦିଷ୍ଟ ସ୍ଥାନରେ ଯାଇ ଏବଂ ସେଥିପାଇଁ ଆଜି ସମୟର ଆବଶ୍ୟକତା ଅନୁଯାୟୀ ନିରାଶାରେ ବୁଡ଼ି ରହିଥିବା ଲୋକମାନେ ଟିକିଏ ସୁସ୍ଥ ମନରେ ଆତ୍ମଚିନ୍ତନ କରନ୍ତୁ ।

ମାନନୀୟ ଅଧ୍ୟକ୍ଷ ଜୀ,

ଜାମ୍ମୁ-କାଶ୍ମୀରର ମଧ୍ୟ ଏଠାରେ ଆଲୋଚନା କରାଯାଇଥିଲା ଏବଂ ଯେଉଁମାନେ ଜାମ୍ମୁ-କାଶ୍ମୀର ପରିଦର୍ଶନ କରିଛନ୍ତି ସେମାନେ ନିଶ୍ଚୟ ଦେଖିଥିବେ ଯେ କେତେ ଭଲ ଭାବରେ ଆପଣ ଜାମ୍ମୁ-କାଶ୍ମୀରକୁ ଯାଇପାରିବେ, ବୁଲାବୁଲି କରିପାରିବେ ।

ମାନନୀୟ ଅଧ୍ୟକ୍ଷ ଜୀ,

ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ମୁଁ ଜାମ୍ମୁ-କାଶ୍ମୀରରେ ମଧ୍ୟ ଏକ ଯାତ୍ରା କରିଥିଲେ ଏକ ଲାଲ ଛକରେ ତ୍ରିରଙ୍ଗା ଉଡ଼ାଇବାର ସଂକଳ୍ପ ନେଇ ଚାଲିଥିଲେ ଏବଂ ସେତେବେଳେ ଆତଙ୍କବାଦୀମାନେ ପୋଷ୍ଟର ଲଗାଇଥିଲେ । ସେହି ସମୟରେ ଆହୁରି କହିଥିଲି ଯେ ଦେଖିବା କିଏ ସେ ତାଙ୍କର ମା’ଙ୍କ କ୍ଷୀର ପିଇଛନ୍ତି ଯିଏ ଲାଲ ଛକରେ ଆସି ତ୍ରିରଙ୍ଗା ଆସି ତ୍ରିରଙ୍ଗା ଉଡ଼ାଇ ଦେବ? ପୋଷ୍ଟର ଲାଗିଥିଲା ଏବଂ ସେହିଦିନ ୨୪ ଜାନୁଆରୀ ଥିଲା । ମୁଁ ଜାମ୍ମୁରେ ଥିବା ସଭାରେ କହିଥିଲି, ଅଧ୍ୟକ୍ଷ ଜୀ । ମୁଁ ଗତ ଶତାବ୍ଦୀର କଥା କହୁଛି । ସେତେବେଳେ ମୁଁ କହିଥିଲି ଆତଙ୍କବାଦୀ କାନ ଖୋଲି ଶୁଣିନିଅ, ୨୬ ଜାନୁଆରୀକୁ ଠିକ ୧୧ଟା ବେଳେ ଲାଲ ଛକରେ ପହଂଚିବି, ସୁରକ୍ଷାକର୍ମୀଙ୍କ ବିନା ଆସିବି, ବୁଲେଟ ପ୍ରୁଫ ଜାକେଟ ବିନା ଆସିବି ଏବଂ ଫୈସଲା ଲାଲ ଛକରେ ହେବ, କିଏ ସେ ନିଜର ମା’ର କ୍ଷୀର ପିଇଛ, ସେହି ସମୟ ଥିଲା ।

ମାନନୀୟ ଅଧ୍ୟକ୍ଷ ଜୀ,

ଏବଂ ଯେତେବେଳେ ଶ୍ରୀନଗର ଠାରେ ଲାଲ ଛକରେ ତ୍ରିରଙ୍ଗା ଉଡ଼ାଇଲା, ଏହାପରେ ମୁଁ ଗଣମାଧ୍ୟମର ଲୋକମାନେ ପଚାରିବାରେ ଲାଗିଲେ । ମୁଁ କହୁଥିଲି ଯେ, ସାଧାରଣତଃ ୧୫ ଅଗଷ୍ଟ ଏବଂ ୨୬ ଜାନୁଆରୀରେ ଯେତେବେଳେ ଭାରତର ତ୍ରିରଙ୍ଗା ଉଡୁଛି ତେବେ ଭାରତର ଆୟୁଧ, ଭାରତର ବାରୁଦ ସଲାମ କରିଥାଏ, ଶବ୍ଦ କରି ଦେଇଥାଏ । ମୁଁ କହିଲି, ଆଜି ଯେତେବେଳେ ମୁଁ ଲାଲ ଛକ ଭିତରେ ତ୍ରିରଙ୍ଗା ଉଡ଼ାଇବି, ସେତେବେଳେ ଶତ୍ରୁ ଦେଶର ବନ୍ଧୁକ ମଧ୍ୟ ଅଭିବାଦନ କରୁଛି, ଗୁଳି ଚାଲୁଥିଲା, ବନ୍ଧୁକ-ବୋମା ଫୁଟା ଯାଉଥିଲା ।

ମାନନୀୟ ଅଧ୍ୟକ୍ଷ ଜୀ,

ଆଜି ଯେଉଁ ଶାନ୍ତି ଆସିଛି, ଆଜି ନିଶ୍ଚିନ୍ତରେ ଯାଇପାରିବି । ଶହ ଶହ ଭିତରକୁ ଯାଇପାରନ୍ତି, ଜାମ୍ମୁ-କାଶ୍ମୀର ଅନେକ ଦଶନ୍ଧି ପରେ ପରିବେଶ ତଥା ପର୍ଯ୍ୟଟନ ଜଗତର ସମସ୍ତ ରେକର୍ଡ ଭାଙ୍ଗିଛି । ଆଜି ଜାମ୍ମୁ-କାଶ୍ମୀରରେ ଗଣତନ୍ତ୍ରର ପର୍ବ ପାଳନ କରାଯାଉଛି ।

ମାନନୀୟ ଅଧ୍ୟକ୍ଷ ଜୀ,

ଆଜି ଜାମ୍ମୁ-କାଶ୍ମୀରରେ ପ୍ରତ୍ୟକଙ୍କ ଘରେ ତ୍ରିରଙ୍ଗାର ସଫଳ କାର୍ଯ୍ୟକ୍ରମ ହେଉଛି । ମୋତେ ଖୁସି ଲାଗୁଛି ଯେ କିଛି ଲୋକ ଅଛନ୍ତି, ଯିଏ କେବେ କହୁଥିଲେ ତ୍ରିରଙ୍ଗାରୁ ଶାନ୍ତି ଭଙ୍ଗର ଭୟ କିଛି ଲୋକଙ୍କର ରହୁଥିଲା । ଏମିତି କହୁଥିଲେ ଯେ ତ୍ରିରଙ୍ଗାର ଜାମ୍ମୁ-କାଶ୍ମୀରରେ ଶାନ୍ତି ନଷ୍ଟ ହେବାର ବିପଦ ରହିଛି । ସମୟ ଦେଖନ୍ତୁ, ସମୟର ମଜା ଦେଖନ୍ତୁ- ବର୍ତ୍ତମାନ ସେମାନେ ମଧ୍ୟ ତ୍ରିରଙ୍ଗା ଯାତ୍ରାରେ ଭାଗ ନେଉଛନ୍ତି ।

ମାନନୀୟ ଅଧ୍ୟକ୍ଷ ଜୀ,

ଖବରକାଗଜରେ ଗୋଟିଏ ଖବର ଆସିଥିଲା ଯାହା ହୁଏତ ଅଜାଣତରେ ଯାଇ ନଥାଇପାରେ । ମାନନୀୟ ଅଧ୍ୟକ୍ଷ ଜୀ, ସେହି ସମୟରେ ଖବରକାଗଜରେ ଗୋଟିଏ ଖବର ଆସିଥିଲା ତା’ ସହିତ ଯେତେବେଳେ ଏହି ଲୋକମାନେ ଟିଭିରେ ଚମକିବାର ଚେଷ୍ଟାରେ ଲାଗି ପଡ଼ିଥିଲେ । କିନ୍ତୁ ସେହି ସମୟରେ ଦଶନ୍ଧି ପରେ ଶ୍ରୀନଗର ଭିତରେ ଥିଏଟର ହାଉସ ପୂର୍ଣ୍ଣ ଭାବରେ ଚାଲୁଥିଲା ଏବଂ ବିଚ୍ଛିନ୍ନତାବାଦୀମାନେ ଦୂର-ଦୂର ପର୍ଯ୍ୟନ୍ତ ନଜରରେ ଆସୁ ନ ଥିଲେ । ବର୍ତ୍ତମାନ ଏହା ବିଦେଶୀ ଦେଶମାନ ଏହା ଦେଖିଛନ୍ତି ।

ମାନନୀୟ ଅଧ୍ୟକ୍ଷ ଜୀ,

ବତ୍ତମାନ ଆମର ସାଥୀମାନେ, ଆମର ମାନନୀୟ ସଦସ୍ୟମାନେ ଉତ୍ତର-ପୂର୍ବ ପାଇଁ କହୁଥିଲେ । ମୁଁ କହିବି ଟିକିଏ ଥରେ ଉତ୍ତର-ପୂର୍ବକୁ ଆସନ୍ତୁ । ଆପଣଙ୍କ ଯୁଗର ଉତ୍ତର-ପୂର୍ବ ଏବଂ ଆଜିର ଯୁଗର ଉତ୍ତର-ପୂର୍ବ ଦେଖିକି ଆସନ୍ତୁ । ଆଧୁନିକ ପ୍ରଶସ୍ତ ରାଜପଥ ଅଛି, ରେଳ ଦ୍ୱାରା ଆରାମଦାୟକ ଯାତ୍ରା ଅଛି, ଆପଣ ଆରାମରେ ବିମାନରେ ଯାଇପାରିବେ । ଉତ୍ତର-ପୂର୍ବର ପ୍ରତ୍ୟକ କୋଣରେ ଆଜି ବହୁତ ବଡ଼ ଏବଂ ମୁଁ ଗର୍ବର ସହିତ କହୁଛି, ସ୍ୱାଧୀନତାର ୭୫ ବର୍ଷ ପାଳନ କରାଯାଉଛି, ତା’ପରେ ମୁଁ ଗର୍ବର ସହିତ କହୁଛି ଯେ ୯ ବର୍ଷ ମଧ୍ୟରେ ପ୍ରାୟ ୭୫୦୦ ଲୋକ ଯେଉଁ ଅସ୍ତ୍ରଶସ୍ତ୍ର ପଥରେ ଯାଇ ଆତ୍ମସମର୍ପଣ କରିଥିଲେ, ବିଚ୍ଛିନ୍ନତାବାଦୀ ପ୍ରବୃତ୍ତିକୁ ମୁଖ୍ୟ ସ୍ରୋତରେ ଆସିବାକୁ ଛାଡ଼ିଦେଲେ।

ମାନନୀୟ ଅଧ୍ୟକ୍ଷ ଜୀ,

ଆଜି ତ୍ରିପୁରାରେ ଲକ୍ଷ ଲକ୍ଷ ପରିବାର ପକ୍କା ଘର ପାଇଛନ୍ତି, ମୁଁ ସେମାନଙ୍କ ଖୁସିରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଲି । ଯେତେବେଳେ ମୁଁ ତ୍ରିପୁରାରେ ହୀରା ଯୋଜନା ବିଷୟରେ କହିଥିଲି, ସେତେବେଳେ ମୁଁ କହିଥିଲି ହାଇୱେ-ଆଇୱେ-ରେଲୱେ ଏବଂ ଏୟାରୱେ ହୀରା, ଆଜି ଏହି ହୀରା ତ୍ରିପୁରା ଦେଶରେ ସଫଳତାର ସହ ପ୍ରତିଷ୍ଠିତ ହେଉଛି । ତ୍ରିପୁରା ଆଜି ଦ୍ରୁତ ଗତିରେ ଭାରତର ବିକାଶ ଯାତ୍ରାରେ ଅଂଶୀଦାର ହୋଇଛି ।

ମାନନୀୟ ଅଧ୍ୟକ୍ଷ ଜୀ,

ମୁଁ ଜାଣେ ସତ୍ୟ ଶୁଣିବାକୁ ମଧ୍ୟ ବହୁତ ଶକ୍ତି ଦରକାର । ମାନନୀୟ ଅଧ୍ୟକ୍ଷ ଜୀ, ମିଥ୍ୟା, ଖରାପ ଅଭିଯୋଗକୁ ଶୁଣିବା ପାଇଁ ମଧ୍ୟ ବହୁତ ଧୈର୍ଯ୍ୟ ଆବଶ୍ୟକ କରେ ଏବଂ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ଯେଉଁମାନେ ଧୈର୍ଯ୍ୟର ସହିତ ମଇଳା ଜିନିଷ ଶୁଣିବାକୁ ଶକ୍ତି ପ୍ରଦର୍ଶନ କରିଛନ୍ତି, ସେମାନେ ଅଭିନନ୍ଦନ ପାଇବାକୁ ଯୋଗ୍ୟ । କିନ୍ତୁ ଦେଶ ଯଦି ଏହାର ସତ୍ୟ ଶୁଣିବାର କ୍ଷମତା ନଥାଏ ତେବେ ସେମାନେ କେତେ ନିରାଶ ହୋଇଥିବେ ତାହାର ପ୍ରମାଣ ସାକ୍ଷୀ ରଖିଛନ୍ତି ।

ମାନନୀୟ ଅଧ୍ୟକ୍ଷ ଜୀ,

ରାଜନୈତିକ ପାର୍ଥକ୍ୟ ଥାଇପାରେ, ଆଦର୍ଶରେ ପାର୍ଥକ୍ୟ ଥାଇପାରେ, କିନ୍ତୁ ଏହି ଦେଶ ଅଜର-ଅମର ଅଟେ । ଆସ ଯିବା- ୨୦୪୭ । ସ୍ୱାଧୀନତାର  ୧୦୦ ବର୍ଷ ପାଳନ କରିବା, ଗୋଟିଏ ବିକଶିତ ଭାରତ ନିର୍ମାଣ କରିବା । ଏକ ସ୍ୱପ୍ନକୁ ନେଇ ଚାଲିବା, ଗୋଟିଏ ସଂକଳ୍ପକୁ ନେଇ ଚାଲିବା, ସମ୍ପୂର୍ଣ୍ଣ ଶକ୍ତିର ସହିତ ଚାଲିବା ଏବଂ ଯେଉଁ ଲୋକମାନେ ବାରମ୍ବାର ଗାନ୍ଧୀଙ୍କ ନାମରେ ରୁଟି ସେକିବାକୁ ଚାହୁଁଛନ୍ତି- ତାଙ୍କୁ ମୁଁ କହିବାକୁ ଚାହୁଁଛି ଯେ ଥରେ ଗାନ୍ଧୀଙ୍କୁ ପଢ଼ି ନିଅନ୍ତୁ। ଗୋଟିଏ ଥର ମହାତ୍ମା ଗାନ୍ଧୀଙ୍କୁ ପଢ଼, ମହାତ୍ମା ଗାନ୍ଧୀ କହିଥିଲେ- ଯଦି ଆପଣ ଆପଣଙ୍କର କର୍ତ୍ତବ୍ୟର ପାଳନ କରିବେ ତେବେ ଅନ୍ୟର ଅଧିକାରର ସୁରକ୍ଷା ଏଥିରେ ଅଛି । ଆଜି କର୍ତ୍ତବ୍ୟ ଏବଂ ଅଧିକାର ମଧ୍ୟରେ ଯୁଦ୍ଧ ଦେଖୁଛି, ବୋଧହୁଏ ପ୍ରଥମ ଥର ପାଇଁ ଦେଶ ଏପରି ବୁଝାମଣାକୁ ଦେଖିଥିବ ।

ଏବଂ ସେଥିପାଇଁ ମାନନୀୟ ଅଧ୍ୟକ୍ଷ ଜୀ,

ମୁଁ ପୁଣିଥରେ ଆରଦଣୀୟ ରାଷ୍ଟ୍ରପତି ଜୀଙ୍କୁ ଅଭିନନ୍ଦନ ଜଣାଉଛି, ରାଷ୍ଟ୍ରପତି ଜୀଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଦେଶ ଆଜି ଏଠାରୁ ଏକ ନୂତନ ଉତ୍ସାହ- ନୂତନ ବିଶ୍ୱାସ- ନୂତନ ସଂକଳ୍ପ ସହିତ ଆଗକୁ ବଢ଼ୁଛି ।

ବହୁତ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Farmers to benefit as Centre hikes onion procurement price by 13% to ₹2,125 per quintal

Media Coverage

Farmers to benefit as Centre hikes onion procurement price by 13% to ₹2,125 per quintal
NM on the go

Nm on the go

Always be the first to hear from the PM. Get the App Now!
...
PM's departure statement ahead of his visit to Indonesia, Australia and New Zealand
July 06, 2026

I am undertaking a three nation visit to Indonesia, Australia and New Zealand from 6-11 July 2026.

At the invitation of the President of the Republic of Indonesia H.E. Mr. Prabowo Subianto, I will be visiting Indonesia from 6-8 July. India and Indonesia elevated bilateral ties to a Comprehensive Strategic Partnership during my first visit to Indonesia in 2018. This will be my first bilateral visit after the elevation of our bilateral ties and follows the state visit of President Prabowo, who was the chief guest at our Republic Day celebrations on 26 January, 2025. India and Indonesia share strong civilizational and people-to-people ties and my visit will further deepen all aspects of our multifaceted partnership. During this visit, I will also interact with the Indian diaspora in Indonesia and visit the Prambanan Temple complex at Yogyakarta with President Prabowo, which is another remarkable testament to our close cultural ties.

From Indonesia, at the invitation of the Prime Minister of Australia, the Hon’ble Anthony Albanese, I will travel to Melbourne. My visit will strengthen our Comprehensive Strategic Partnership and I shall in my discussions with Prime Minister Albanese, take forward our relations in the areas of defence and security, trade and investments, education and mobility and people-to-people ties. In Melbourne, I will have the opportunity to interact with the Indian diaspora which is an important pillar of our strategic partnership. Further, this visit will also provide an opportunity for India and Australia to deepen our bilateral ties in the areas of emerging and critical technologies, sports and sports science.

From Melbourne, at the invitation of the Prime Minister of New Zealand, Rt. Hon’ble Christopher Luxon, I shall visit Auckland, New Zealand. My visit will meaningfully build upon the strong momentum in our bilateral ties pursuant to the visit of Prime Minister Luxon to India in March 2025. During my visit, I shall discuss with Prime Minister Luxon how to further enhance economic, trade and commercial engagements. India and New Zealand have committed themselves to strengthening bilateral trade and commercial ties with the signing of the Free Trade Agreement. Our bilateral ties have seen significant contribution from the Indian diaspora and during this visit I look forward to addressing a large gathering of the Indian community who have excelled in all spheres of life.

My visit to Indonesia and Australia in the Eastern and Southern Indian Ocean respectively, followed by New Zealand will further strengthen India’s Act East Policy, MAHASAGAR Vision as well as our outlook towards a free and open Indo-Pacific.