“ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନ ଓ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅନ୍ତରୀଣ ବଜେଟ୍ ନାରୀଶକ୍ତିର ଉତ୍ସବ ପାଳନ ସଦୃଶ”
“ଗଠନମୂଳକ ସମାଲୋଚନା ସ୍ୱାଗତଯୋଗ୍ୟ, ମାତ୍ର ବାଧା ସୃଷ୍ଟିକାରୀ ବ୍ୟବହାର ବିସ୍ମୃତିର ଅନ୍ଧକାରରେ ମିଳାଇଯିବ”
“ଆସନ୍ତୁ ଆମ ଶ୍ରେଷ୍ଠ ଅବଦାନ ଦେବା, ଗୃହକୁ ଆମ ଚିନ୍ତାଧାରା ଦ୍ୱାରା ସମୃଦ୍ଧ କରିବା ଓ ଦେଶକୁ ନୂତନ ଉତ୍ସାହ ଓ ଆଶାରେ ଭରିଦେବା”
“ସାଧାରଣତଃ ଯେତେବେଳେ ନିର୍ବାଚନ ପାଖେଇ ଆସେ, ସେତେବେଳେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହୁଏ ନାହିଁ, ଆମେ ମଧ୍ୟ ସେହି ପରମ୍ପରା ଅନୁସରଣ କରିବୁ ଓ ନୂତନ ସରକାର ଗଠନ ପରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବୁ”

ବନ୍ଧୁଗଣ,
ଏହି ନୂତନ ସଂସଦ ଭବନରେ ଅନୁଷ୍ଠିତ ପ୍ରଥମ ଅଧିବେଶନ ଶେଷରେ ଏହି ସଂସଦ ଏକ ଅତ୍ୟନ୍ତ ସମ୍ମାନଜନକ ନିଷ୍ପତ୍ତି ନେଇଥିଲା ଏବଂ ସେହି ନିଷ୍ପତ୍ତି ଥିଲା ନାରୀ ଶକ୍ତି ବନ୍ଦନ ଆଇନ । ଏହା ସହିତ ଜାନୁଆରୀ ୨୬ ତାରିଖରେ ମଧ୍ୟ ଆମ ଦେଶ ନାରୀ ଶକ୍ତି, ନାରୀ ଶକ୍ତିର ବୀରତ୍ୱ ଏବଂ କର୍ତ୍ତବ୍ୟ ପଥରେ ନାରୀ ଶକ୍ତିର ସଂକଳ୍ପକୁ ଅନୁଭବ କରିଛି । ଆଜି ବଜେଟ ଅଧିବେଶନ ଆରମ୍ଭ ହେଉଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନ ଏବଂ ଆସନ୍ତାକାଲି ନିର୍ମଳା ସୀତାରମଣଙ୍କ ଅନ୍ତରୀଣ ବଜେଟ୍ ଏକ ପ୍ରକାରରେ ନାରୀ ଶକ୍ତିର ସାକ୍ଷାତକାରର ପର୍ବ ।

 

ବନ୍ଧୁଗଣ,
ମୁଁ ଆଶା କରୁଛି ଯେ ଗତ ୧୦ ବର୍ଷ ମଧ୍ୟରେ ସଭିଏଁ, ସଂସଦରେ ନିଜ ନିଜ କାମକୁ ଭଲ ଭାବରେ କରିଛନ୍ତି । କିନ୍ତୁ ମୁଁ ନିଶ୍ଚିତ ଭାବରେ କହିବି ଯେ ଯେଉଁମାନେ ଅଭ୍ୟାସଗତ ଭାବରେ ହଟ୍ଟଗୋଳ କରିଛନ୍ତି, ଯେଉଁମାନେ ଅଭ୍ୟାସଗତ ଭାବରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ କ୍ଷୁର୍ଣ୍ଣ କରିଛନ୍ତି, ଏଭଳି ସମସ୍ତ ସ୍ୱୀକୃତିପ୍ରାପ୍ତ ସାଂସଦମାନେ ନିଶ୍ଚିତ ଭାବରେ ଆତ୍ମସମୀକ୍ଷା କରିବେ ଯେ ସେମାନେ ୧୦ ବର୍ଷ ମଧ୍ୟରେ ଯାହା କରିଛନ୍ତି, ସେ ସମ୍ପର୍କରେ ସେମାନଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀର ୧୦୦ ଲୋକଙ୍କୁ ମଧ୍ୟ ପଚାରିବା ଉଚିତ୍ । ଏଭଳି ହୋହଲ୍ଲା କରିଥିବା ସାଂସଦ ମାନଙ୍କର ନାମ କାହାରି ମନେ ନଥିବ। କିନ୍ତୁ ଯଦି ବିରୋଧର ସ୍ୱର ତୀବ୍ର ହୁଏ, ସମାଲୋଚନା ତୀବ୍ର ହୁଏ, ଯେଉଁମାନେ ଗୃହରେ ଉତ୍ତମ ଚିନ୍ତାଧାରା ଦ୍ୱାରା ଗୃହକୁ ଲାଭ ଦେଇଛନ୍ତି, ସେମାନଙ୍କୁ ଜନ ସାଧାରଣ ନିଶ୍ଚିତ ଭାବରେ ମନେ ରଖିବେ।

 

ଆଗାମୀ ଦିନରେ ମଧ୍ୟ ଗୃହର ଆଲୋଚନାକୁ କେହି ଦେଖିଲେ ତାଙ୍କ ପ୍ରତିଟି ଶବ୍ଦ ଇତିହାସର ସାକ୍ଷୀ ଭାବେ ପ୍ରତିଫଳିତ ହେବ। ସେଥିପାଇଁ ଯେଉଁମାନେ ପ୍ରତିବାଦ କରିଛନ୍ତି ଓ ନିଜର ବୁଦ୍ଧି ଏବଂ ପ୍ରତିଭା ଦେଖାଇଛନ୍ତି, ସେମାନେ ଦେଶର ସାଧାରଣ ଲୋକଙ୍କ ସ୍ୱାର୍ଥ ପ୍ରତି ଚିନ୍ତା ପ୍ରକଟ କରିଛନ୍ତି, ସେମାନେ ଆମ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ଏହା ସତ୍ତ୍ୱେ ମୁଁ ନିଶ୍ଚୟ ବିଶ୍ୱାସ କରେ ଯେ ଦେଶର ଏକ ବଡ଼ ବର୍ଗ, ଗଣତନ୍ତ୍ର ପ୍ରେମୀ, ସମସ୍ତେ ଏହି ଆଚରଣକୁ ପ୍ରଶଂସା କରିବେ। କିନ୍ତୁ ଯେଉଁମାନେ କେବଳ ନକାରାତ୍ମକତା, ଘୃଣ୍ୟ, ଖରାପ ଆଚରଣ ଦେଖାଇଛନ୍ତି, ସେମାନଙ୍କୁ କେହି ମନେ ରଖିବେ ନାହିଁ। କିନ୍ତୁ ଏବେ ଏହା ବଜେଟ୍ ଅଧିବେଶନର ଅବସର, ଅନୁତାପର ଏକ ସୁଯୋଗ ମଧ୍ୟ ରହିଛି, କିଛି ଭଲ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ରହିଛି, ତେଣୁ ମୁଁ ଏଭଳି ସମସ୍ତ ମାନ୍ୟବର ସାଂସଦମାନଙ୍କୁ ଅନୁରୋଧ କରିବି ଯେ ଆପଣମାନେ ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ, ଶ୍ରେଷ୍ଠ ପ୍ରଦର୍ଶନ କରନ୍ତୁ, ଦେଶର ହିତରେ ନିଜର ସର୍ବୋତ୍ତମ ଚିନ୍ତାଧାରା ଗୃହକୁ ଦିଅନ୍ତୁ ଏବଂ ଦେଶକୁ ଉତ୍ସାହ ଓ ଆତ୍ମବିଶ୍ବାସରେ ଭରି ଦିଅନ୍ତୁ। ମୁଁ ନିଶ୍ଚିତ ଯେ, ଆପଣ ଜାଣନ୍ତି ଯେତେବେଳେ ନିର୍ବାଚନ ସମୟ ପାଖେଇ ଆସୁଛି, ସାଧାରଣତଃ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯାଏ ନାହିଁ, ଆମେ ମଧ୍ୟ ସେହି ପରମ୍ପରାକୁ ଅନୁସରଣ କରିବୁ ଏବଂ ନୂତନ ସରକାର ଗଠନ ପରେ ଆପଣଙ୍କ ସମ୍ମୁଖରେ ଏକ ପୂର୍ଣ୍ଣ ବଜେଟ୍ ଆଣିବୁ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ଆମ ସଭିଙ୍କ ନିକଟରେ ଏହି ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି।

 

ବନ୍ଧୁଗଣ,

ମୋର ବିଶ୍ୱାସ ଯେ ଦେଶ ପ୍ରତିଦିନ ପ୍ରଗତିର ନୂତନ ଶିଖର ଅତିକ୍ରମ କରି ଆଗକୁ ବଢୁଛି, ସର୍ବାଙ୍ଗୀନ ବିକାଶ ହେଉଛି, ଏହି ଯାତ୍ରା ଲୋକଙ୍କ ଆଶୀର୍ବାଦରେ ଜାରି ରହିବ । ଏହି ବିଶ୍ୱାସ ସହିତ, ପୁଣି ଥରେ ଆପଣ ସମସ୍ତଙ୍କୁ ମୋର ରାମ-ରାମ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rs 6,000 Crore Earned, 12.33 Crore Sq Ft Freed: Inside Government's Big Clean-Up

Media Coverage

Rs 6,000 Crore Earned, 12.33 Crore Sq Ft Freed: Inside Government's Big Clean-Up
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 24, 2026
August 24, 2026

Beyond Announcements: Real Milestones Proving India’s Rise Across Defence, Tech & Economy Under the Leadership of PM Modi