ମହାମହିମ,
ମୁଁ ଆପଣସମସ୍ତଙ୍କୁ ସ୍ୱାଗତ କରୁଛି ।

ମହାମହିମ,
ଦ୍ବିତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀର ଉଦ୍ ଘାଟନୀ ଅଧିବେଶନରେ ୧୪୦ କୋଟି ଭାରତୀୟଙ୍କ ତରଫରୁ, ମୁଁ ଆପଣସମସ୍ତଙ୍କୁ ସ୍ୱାଗତ ଜଣାଉଛି । ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ହେଉଛି ଏକବିଂଶ ଶତାବ୍ଦୀର ପରିବର୍ତ୍ତନଶୀଳ ବିଶ୍ୱରେ ସବୁଠାରୁ ଅନନ୍ୟ ପ୍ଲାଟଫର୍ମ। ଭୌଗୋଳିକ ଦୃଷ୍ଟିକୋଣରୁ ଗ୍ଲୋବାଲ ସାଉଥ୍ ସବୁବେଳେ ରହିଆସିଛି। କିନ୍ତୁ ପ୍ରଥମ ଥର ପାଇଁ ତାଙ୍କୁ ଏଭଳି ସ୍ୱର ମିଳୁଛି। ଏବଂ ଏହା ଆମ ସମସ୍ତଙ୍କ ମିଳିତ ପ୍ରୟାସ ଯୋଗୁଁ ସମ୍ଭବ ହୋଇପାରିଛି । ଆମେ ୧୦୦ରୁ ଅଧିକ ଭିନ୍ନ-ଭିନ୍ନ ଦେଶ, କିନ୍ତୁ ଆମର ସମାନ ସ୍ୱାର୍ଥ ଅଛି, ଆମର ସମାନ ପ୍ରାଥମିକତା ଅଛି ।
ସାଥୀମାନେ,
ଗତବର୍ଷ ଡିସେମ୍ବରମାସରେ, ଯେତେବେଳେ ଭାରତ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କଲା, ସେତେବେଳେ ଆମେ ଏହି ମଞ୍ଚରେ ଗ୍ଲୋବାଲ ସାଉଥର ଦେଶଗୁଡ଼ିକର ସ୍ୱରକୁ ଆଗେଇ ନେବା ଆମର ଦାୟିତ୍ୱ ବୋଲି ଭାବୁଥିଲୁ। ଆମର ପ୍ରାଥମିକତା ଥିଲା ଯେ ଜି-୨୦କୁ ବିଶ୍ୱସ୍ତରରେ ଅନ୍ତର୍ଭୁକ୍ତ ଏବଂ ମାନବ-କେନ୍ଦ୍ରୀତ କରିବା । ଆମର ପ୍ରୟାସ ଥିଲା ଯେ ଜି-୨୦ ଉପରେ ଧ୍ୟାନ ଦେବା - ଲୋକମାନଙ୍କ ବିକାଶ, ଲୋକମାନଙ୍କ ଦ୍ବାରା ବିକାଶ ଏବଂ ଲୋକମାନଙ୍କ ପାଇଁ ବିକାଶ। ଏଥିପାଇଁ ଚଳିତ ବର୍ଷ ଜାନୁଆରୀରେ, ଆମେ ପ୍ରଥମ ଥର ପାଇଁ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀଆୟୋଜନ କରିଥିଲୁ। ଭାରତର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ୨୦୦ରୁ ଅଧିକ ଜି-୨୦ ବୈଠକରେ ଆମେ ଗ୍ଲୋବାଲ ସାଉଥର ପ୍ରାଥମିକତାକୁ ପ୍ରାଥମିକତା ଦେଇଛୁ। ଫଳରେ ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମାରେ ଗ୍ଲୋବାଲ୍ ସାଉଥ୍ ବିଷୟରେ ଆମେ ସମସ୍ତଙ୍କ ସହମତି ହାସଲ କରିବାରେ ସକ୍ଷମ ହେଲୁ।

 

ମହାମହିମ,
ଜି-୨୦ ଆୟୋଜନରେ ଗ୍ଲୋବାଲ ସାଉଥର ହାତକୁ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜି-୨୦ ଇଭେଣ୍ଟରେ ନିଆଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମୁଁ ଆପଣଙ୍କ ସହ ବିନମ୍ରତାର ସହ ବାଣ୍ଟିବାକୁ ଚାହୁଁଛି । ମୁଁ ସେହି ଐତିହାସିକ ମୁହୂର୍ତ୍ତକୁ ଭୁଲିପାରିବି ନାହିଁ ଯେତେବେଳେ ଭାରତର ପ୍ରୟାସ ଯୋଗୁଁ ଆଫ୍ରିକୀୟ ସଂଘ ନୂଆଦିଲ୍ଲୀ ଶିଖର ସମ୍ମିଳନୀରେ ଜି-୨୦ର ସ୍ଥାୟୀ ସଦସ୍ୟତା ପାଇଥିଲା । ଜି-୨୦ରେ ବହୁପାକ୍ଷିକ ଉନ୍ନୟନ ବ୍ୟାଙ୍କରେ ବଡ଼ ଧରଣର ସଂସ୍କାର ଆଣିବା ସହ ବିକାଶଶୀଳ ଦେଶମାନଙ୍କ ପାଇଁ ସ୍ଥାୟୀ ଅର୍ଥ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ସମସ୍ତେ ସହମତି ପ୍ରକାଶ କରିଥିଲେ।
ଗତ କିଛି ବର୍ଷ ମଧ୍ୟରେ ମନ୍ଥର ହୋଇଥିବା ନିରନ୍ତର ବିକାଶ ଲକ୍ଷ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଏକ ଆକ୍ସନ ପ୍ଲାନ ମଧ୍ୟ କରାଯାଇଥିଲା । ଏହା ଦ୍ୱାରା ଗ୍ଲୋବାଲ ସାଉଥର ଦେଶମାନଙ୍କରେ ଚାଲିଥିବା ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମକୁ ସୁଦୃଢ଼ କରାଯିବ । ଜି-୨୦ ଏଥର ଜଳବାୟୁ ଆର୍ଥିକ କ୍ଷେତ୍ରରେ ଅଭୂତପୂର୍ବ ଗମ୍ଭୀରତା ଦେଖାଇଛି। ବିଶ୍ୱ ଦକ୍ଷିଣର ଦେଶମାନଙ୍କ ପାଇଁ ଜଳବାୟୁ ପରିବର୍ତ୍ତନ ପାଇଁ ସହଜ ସର୍ତ୍ତରେ, ଅର୍ଥ ଏବଂ ପ୍ରଯୁକ୍ତି ବିଦ୍ୟା ପ୍ରଦାନ କରିବାକୁ ମଧ୍ୟ ସହମତି ପ୍ରକାଶ ପାଇଛି । ଜଳବାୟୁ କାର୍ଯ୍ୟ ପାଇଁ ଲାଇଫ୍, ଅର୍ଥାତ୍ ପରିବେଶ ପାଇଁ ଜୀବନଶୈଳୀ ଏହାର ଉଚ୍ଚସ୍ତରୀୟ ନୀତି ଗ୍ରହଣ କରିଥିଲେ। ଏହି ଶିଖର ସମ୍ମିଳନୀରେ ଗ୍ଲୋବାଲ ଜୈବ ଇନ୍ଧନ ଆଲାଏନ୍ସ ର ଶୁଭାରମ୍ଭ କରାଯାଇଛି । ଗ୍ଲୋବାଲ ସାଉଥର ଦେଶମାନଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଆମେ ଆଶା କରୁଛୁ ଯେ, ଆପଣମାନେ ସମସ୍ତେ ଏଥିରେ ଯୋଗ ଦେବେ ।

ଭାରତ ବିଶ୍ୱାସ କରୁଛି ଯେ ନୂତନ ଜ୍ଞାନକୌଶଳ, ଉତ୍ତର ଏବଂ ଦକ୍ଷିଣ ମଧ୍ୟରେ ଦୂରତା ବଢ଼ାଇବାର ଏକ ନୂତନ ଉତ୍ସ ହେବା ଉଚିତ୍ ନୁହେଁ । ଆଜିର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଏଆଇ ଯୁଗରେ, ଟେକ୍ନୋଲୋଜିକୁ ଦାୟିତ୍ୱପୂର୍ଣ୍ଣ ଉପାୟରେ ବ୍ୟବହାର କରିବାର ବହୁତ ଆବଶ୍ୟକତା ରହିଛି । ଏହାକୁ ଆଗକୁ ବଢ଼ାଇବା ପାଇଁ ଆସନ୍ତା ମାସରେ ଭାରତରେ ଏଆଇ ଗ୍ଲୋବାଲ ପାର୍ଟନରସିପ୍ ଶିଖର ସମ୍ମିଳନୀର ଆୟୋଜନ କରାଯାଉଛି। ଜି-୨୦ ପୁଣିଥରେ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ଅର୍ଥାତ୍ ଡିପିଆଇର ଢାଞ୍ଚା ଗ୍ରହଣ କରିଛି, ଯାହା ଅତ୍ୟାବଶ୍ୟକ ସେବାର ଶେଷ ମାଇଲ ଡେଲିଭରିରେ ସହାୟକ ହେବ ଏବଂ ଅନ୍ତର୍ଭୁକ୍ତୀକରଣ ବୃଦ୍ଧି କରିବ । ବିଶ୍ୱସ୍ତରୀୟ ଡିପିଆଇ ଭଣ୍ଡାର ସୃଷ୍ଟି କରିବାକୁ ମଧ୍ୟ ସହମତି ହୋଇଥିଲା। ଏହା ଅଧୀନରେ ଭାରତ ସମଗ୍ର ଗ୍ଲୋବାଲ ସାଉଥ ସହ ନିଜର ସାମର୍ଥ୍ୟ ବାଣ୍ଟିବାକୁ ପ୍ରସ୍ତୁତ ଅଛି ।

 

ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା, ବିଶ୍ୱ ଦକ୍ଷିଣର ଦେଶଗୁଡ଼ିକ, ସର୍ବାଧିକ ପ୍ରଭାବିତ ହୁଅନ୍ତି । ଏଥିପାଇଁ ଭାରତ ବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ପାଇଁ ମେଣ୍ଟ, ଅର୍ଥାତ୍ ସିଡିଆରଆଇ ଆରମ୍ଭ କରିଥିଲା। ଏବେ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ସହାୟକ ଭିତ୍ତିଭୂମି ପାଇଁ ଜି-୨୦ରେ ଏକ ନୂତନ କାର୍ଯ୍ୟକାରୀ ଗୋଷ୍ଠୀ ମଧ୍ୟ ଗଠନ କରାଯାଇଛି।

ଭାରତର ଉଦ୍ୟମରେ ଜାତିସଂଘ ଚଳିତ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ କରୁଛି। ଜି-୨୦ ଅଧୀନରେ ସୁପରଫୁଡ୍ ବାଜରା, ଗବେଷଣା ପାଇଁ ଏକ ନୂତନ ପଦକ୍ଷେପ ନିଆଯାଇଛି, ଯାହାକୁ ଆମେ ଭାରତରେ ଶ୍ରୀଅନ୍ନ ନାମରେ ଚିହ୍ନଟ କରିଛୁ । ଏହା ଜଳବାୟୁ ପରିବର୍ତ୍ତନ ଏବଂ ସମ୍ବଳର ଅଭାବ କାରଣରୁ ଉପୁଜିଥିବା ଖାଦ୍ୟ ନିରାପତ୍ତା ଚିନ୍ତାର ମୁକାବିଲା କରିବାରେ ବିଶ୍ୱ ଦକ୍ଷିଣକୁ ସକ୍ଷମ କରିବ ।

ପ୍ରଥମ ଥର ପାଇଁ ଜି-୨୦ ସ୍ଥାୟୀ ଓ ସମୁଦ୍ର ଭିତ୍ତିକ ଅର୍ଥନୀତି ଉପରେ ଗୁରୁତ୍ୱ ଦେଇଛି। ଗ୍ଲୋବାଲ ସାଉଥର ଏହି କ୍ଷୁଦ୍ର ଦ୍ୱୀପ ବିକାଶଶୀଳ ଦେଶ, ଯାହାକୁ ମୁଁ ବୃହତ ସମୁଦ୍ର ଦେଶ ଭାବରେ ବିବେଚନା କରେ, ସେମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଏହି ସମ୍ମିଳନୀରେ ଗ୍ଲୋବାଲ ଭାଲ୍ୟୁ ଚେନ୍ ମ୍ୟାପିଂ ଏବଂ ଡିଜିଟାଲ ସାର୍ଟିଫିକେଟକୁ ସ୍ୱୀକୃତି ଦେବା ପାଇଁ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଏହା ଦ୍ୱାରା ଗ୍ଲୋବାଲ ସାଉଥର ଦେଶମାନଙ୍କରେ, ଏମଏସଏମଇ କ୍ଷେତ୍ର ଏବଂ ବ୍ୟବସାୟ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ।

 

ମହାମହିମ,
ବିଶ୍ୱ ସମୃଦ୍ଧି ପାଇଁ ସମସ୍ତଙ୍କ ସହଯୋଗ ଓ ସମସ୍ତଙ୍କ ବିକାଶ ଜରୁରୀ ଅଟେ । କିନ୍ତୁ ଆମେ ସମସ୍ତେ ପଶ୍ଚିମ ଏସିଆ ଅଞ୍ଚଳର ଘଟଣାରୁ ନୂତନ ଆହ୍ୱାନ ସୃଷ୍ଟି ହେଉଥିବା ଦେଖୁଛୁ । ଅକ୍ଟୋବର ୭ରେ ଇସ୍ରାଏଲରେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣକୁ ଭାରତ ନିନ୍ଦା କରିଛି। ସଂଯମ ସହିତ ଆମେ ଆଲୋଚନା ଓ କୂଟନୀତି ଉପରେ ମଧ୍ୟ ଗୁରୁତ୍ୱ ଦେଇଛୁ। ଇସ୍ରାଏଲ ଓ ହମାସ ମଧ୍ୟରେ ସଂଘର୍ଷରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ଆମେ ଦୃଢ଼ ନିନ୍ଦା କରୁଛୁ। ରାଷ୍ଟ୍ରପତି ମହମୁଦ ଆବାସଜୀଙ୍କ ସହ କଥା ହେବା ପରେ ଆମେ ପାଲେଷ୍ଟାଇନର ଲୋକଙ୍କୁ ମାନବିକ ସହାୟତା ମଧ୍ୟ ପଠାଇଛୁ । ଗ୍ଲୋବାଲ ସାଉଥର ଦେଶଗୁଡ଼ିକ ବୃହତ୍ତର ବିଶ୍ୱ କଲ୍ୟାଣ ପାଇଁ ଏକ ସ୍ୱରରେ କହିବାର ସମୟ ଆସିଛି ।

"ଗୋଟିଏ ପୃଥିବୀ ଗୋଟିଏ ପରିବାର ଗୋଟିଏ ଭବିଷ୍ୟତ" ପାଇଁ, ଆସନ୍ତୁ ଆମେ ସମସ୍ତେ 5-ସି, 5-ସି ସହିତ ଏକାଠି ଆଗକୁ ବଢ଼ିବା ଯେତେବେଳେ ମୁଁ 5-ସି ବିଷୟରେ କହୁଛି - ପରାମର୍ଶ, ସହଯୋଗ, ଯୋଗାଯୋଗ, ସୃଜନଶୀଳତା ଏବଂ ଦକ୍ଷତା ବିକାଶ।

 

ମହାମହିମ,
ପ୍ରଥମ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀରେ ମୁଁ ଗ୍ଲୋବାଲ୍ ସାଉଥ୍ ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲି। ମୁଁ ଆନନ୍ଦିତ ଯେ ସାଉଥ୍ - ଡେଭଲପମେଣ୍ଟ ଆଣ୍ଡ୍ ନଲେଜ୍ ସେୟାରିଂ ଇନିସିଏଟିଭ୍ - ଗ୍ଲୋବାଲ୍ ସାଉଥ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ ଆଜି ଉଦ୍ ଘାଟିତ ହେଉଛି। ଜି-୨୦ ଶିଖର ସମ୍ମିଳନୀରେ, ମୁଁ ଭାରତ ତରଫରୁ ଗ୍ଲୋବାଲ ସାଉଥ୍ ପାଇଁ ପାଣିପାଗ ଏବଂ ଜଳବାୟୁ ନିରୀକ୍ଷଣ ପାଇଁ ଏକ ଉପଗ୍ରହ ଉତକ୍ଷେପଣ କରିବାକୁ ପ୍ରସ୍ତାବ ଦେଇଛି । ଆମେ ଏହା ଉପରେ ଦ୍ରୁତ ଗତିରେ କାମ କରୁଛୁ ।

ସାଥୀମାନେ,
ଏହି ଚିନ୍ତାଧାରା ସହିତ, ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଏବେ ମୁଁ ଆପଣ ସମସ୍ତଙ୍କର ଚିନ୍ତାଧାରା ଶୁଣିବାକୁ ବହୁତ ଉତ୍ସାହିତ । ଏବଂ ଏତେ ପରିମାଣରେ, ଆପଣଙ୍କ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବାରୁ ପାଇଁ ମୁଁ ଆପଣସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।

ଆପଣଙ୍କୁ ବହୁତ-ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How GST 2.0 changed India’s car market and boosted small car sales

Media Coverage

How GST 2.0 changed India’s car market and boosted small car sales
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the demise of former Uttarakhand Chief Minister Major General Bhuwan Chandra Khanduri (Retd.)
May 19, 2026

Prime Minister Shri Narendra Modi today expressed deep grief over the passing of the former Chief Minister of Uttarakhand, Major General Bhuwan Chandra Khanduri (Retd.).

The Prime Minister noted that Major General Khanduri made invaluable contributions spanning from the armed forces to the political sphere, for which he will always be remembered. Shri Modi highlighted his unwavering dedication to the development of Uttarakhand during his tenure as Chief Minister, and described his stint as a Union Minister as truly inspiring. He further lauded his tireless efforts toward significantly improving connectivity across the nation.

The Prime Minister extended his heartfelt condolences to the family and supporters of the departed leader in this hour of grief.

The Prime Minister posted on X:

"उत्तराखंड के पूर्व मुख्यमंत्री मेजर जनरल भुवन चंद्र खण्डूडी (सेवानिवृत्त) जी के निधन से अत्यंत दुख हुआ है। सशस्त्र बलों से लेकर राजनीतिक जगत में उन्होंने बहुमूल्य योगदान दिया, जिसके लिए उन्हें सदैव याद किया जाएगा। उत्तराखंड के विकास के लिए वे हमेशा समर्पित रहे, जो मुख्यमंत्री के रूप में उनके कार्यकाल में भी साफ तौर पर दिखा। केंद्रीय मंत्री के रूप में भी उनका कार्यकाल हर किसी को प्रेरित करने वाला है। देशभर में कनेक्टिविटी की बेहतरी के लिए उन्होंने निरंतर अथक प्रयास किए। शोक की इस घड़ी में मेरी संवेदनाएं उनके परिजनों और समर्थकों के साथ हैं। ओम शांति!"