“31 October has become a festival of spirit of nationalism in every corner of the country”
“15 August on Red Fort, 26 January Parade on Kartavya path and Ekta Diwas under Statue of Unity have become trinity of national upsurge”
“The Statue of Unity represents the ideals of Ek Bharat Shreshtha Bharat”
“India is moving forward with a pledge of abandoning the mentality of slavery”
“There is no objective beyond India's reach”
“Today, Ekta Nagar is recognized as a global green city”
“Today, the entire world acknowledges the unwavering determination of India, the courage and resilience of its people”
“The biggest obstacle in the way of national unity, in our development journey, is the politics of appeasement”
“We must persistently work towards upholding our nation's unity to realize the aspiration of a prosperous India”

ଭାରତ ମାତା କୀ ଜୟ !

ଭାରତ ମାତା କୀ ଜୟ !

ଭାରତ ମାତା କୀ ଜୟ !

ଆପଣ ସମସ୍ତ ଯୁବକମାନଙ୍କର ସାହସୀମାନଙ୍କର ଏହି ଉତ୍ସାହ ଜାତୀୟ ଏକତା ଦିବସର ଏକ ବଡ଼ ଶକ୍ତି ଅଟେ। ଏକ ପ୍ରକାରରେ ମୁଁ ମୋ ସାମ୍ନାରେ ଲଘୁ ଭାରତ, ମିନି ଭାରତର ସ୍ଵରୂପ ଦେଖୁଛି । ରାଜ୍ୟ ଭିନ୍ନ, ଭାଷା ଭିନ୍ନ, ପରମ୍ପରା ଅଲଗା, କିନ୍ତୁ ଏଠାରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ଏକତାର ଏକ ଦୃଢ଼ ସୂତ୍ର ଦ୍ୱାରା ଜଡ଼ିତ ଅଛନ୍ତି । ମନ ଅନେକ, କିନ୍ତୁ ମାଳା ଗୋଟିଏ । ଶରୀର ଅନେକ, କିନ୍ତୁ ମନ ଏକ । ଯେମିତି ଅଗଷ୍ଟ ୧୫ ଆମର ସ୍ୱାଧୀନତା ପାଳନର ଦିନ ଏବଂ ଜାନୁଆରୀ ୨୬ ଆମ ଗଣତନ୍ତ୍ର ପାଳନର ଦିନ, ଠିକ୍ ସେହିପରି ଅକ୍ଟୋବର ୩୧ ର ଏହି ଦିନ ଦେଶର କୋଣ ଅନୁକୋଣରେ ଜାତୀୟତାର ସଂଚାର ପର୍ବ ପାଲଟିଛି ।

 

ଅଗଷ୍ଟ ୧୫ରେ ଦିଲ୍ଲୀର ଲାଲକିଲ୍ଲାରେ ହୋଇଥିବା କାର୍ଯ୍ୟକ୍ରମ, ଜାନୁଆରୀ ୨୬ରେ ଦିଲ୍ଲୀ କର୍ତ୍ତବ୍ୟ ପଥରେ ପରେଡ୍ ଏବଂ ଅକ୍ଟୋବର ୩୧ରେ ଷ୍ଟାଚ୍ୟୁ ଅଫ୍ ୟୁନିଟିର ସାନିଧ୍ୟରେ ମା' ନର୍ମଦା କୂଳରେ ଜାତୀୟ ଏକତା ଦିବସର ଏହି ମୁଖ୍ୟ କାର୍ଯ୍ୟକ୍ରମର ରାଷ୍ଟ୍ର  ଉନ୍ନତିର ତ୍ରିମୁଖୀ ପାଲଟିଛି। ଆଜି ଏଠାରେ ଯେଉଁ ପ୍ୟାରେଡ୍ ହୋଇଛି, ଯେଉଁ ପ୍ରସ୍ତୁତିରେ କାର୍ଯ୍ୟକ୍ରମ ସେଗୁଡିକୁ ସମସ୍ତଙ୍କୁ ଆକର୍ଷିତ କରିଛି। ଯେଉଁମାନେ ଏକତା ନଗରକୁ ଆସନ୍ତି ସେମାନେ କେବଳ ଏହି ଭବ୍ୟ ପ୍ରତିମୂର୍ତ୍ତିର ଝଲକ ପାଆନ୍ତି ନାହିଁ, ବରଂ ସର୍ଦ୍ଦାର ସାହେବଙ୍କ ଜୀବନ, ତାଙ୍କ ବଳିଦାନ ଏବଂ ଭାରତ ଗଠନରେ ତାଙ୍କର ଅବଦାନର ଝଲକ ମଧ୍ୟ ପାଇଥାନ୍ତି । ଏହି ପ୍ରତିମୂର୍ତ୍ତି ନିର୍ମାଣର ଗାଥାରେ ହିଁ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାର ପ୍ରତିଫଳନ ହୋଇଛି । ଏହାର ନିର୍ମାଣ ପାଇଁ ଦେଶର କୋଣ ଅନୁକୋଣରୁ କୃଷକମାନେ ଲୌହ ପୁରୁଷଙ୍କ ପ୍ରତିମୂର୍ତ୍ତି ପାଇଁ କୃଷି ଉପକରଣ, ଲୁହା ଦେଇଥିଲେ। ଦେଶର କୋଣ ଅନୁକୋଣରୁ ମାଟି ଆଣି ଏଠାରେ ପ୍ରାଚୀର ନିର୍ମାଣ କରାଯାଇଥିଲା। ଏହା କେତେ ବଡ଼ ପ୍ରେରଣା। ଏହି ପ୍ରେରଣାରେ ପ୍ରେରିତ ହୋଇ କୋଟି କୋଟି ଦେଶବାସୀ ଏହି କାର୍ଯ୍ୟକ୍ରମ ସହ ଜଡ଼ିତ ଅଛନ୍ତି।

ସାରା ଦେଶରେ ଲକ୍ଷ ଲକ୍ଷ ଲୋକ 'ରନ୍ ଫର୍ ୟୁନିଟି'ରେ ଭାଗ ନେଉଛନ୍ତି। ଏକତା ପାଇଁ ଦୌଡ,  ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ, ଲକ୍ଷ ଲକ୍ଷ ଲୋକ ଏଥିରେ ସାମିଲ ହେଉଛନ୍ତି। ଯେତେବେଳେ ଆମେ ଦେଶରେ ଏକତାର ଏହି ପ୍ରବାହକୁ ଦେଖିଥାଉ, ଯେତେବେଳେ ଆମେ ୧୪୦ କୋଟି ଭାରତୀୟଙ୍କ ମଧ୍ୟରେ ଏହି ଏକତାର ଭାବନା ଦେଖିଥାଉ ସେତେବେଳେ ଲାଗିଥାଏ ଯେପରି ସର୍ଦ୍ଦାର ସାହେବଙ୍କ ଆଦର୍ଶ ହିଁ'ଏକ ଭାରତ-ଶ୍ରେଷ୍ଠ ଭାରତ'ର ସଂକଳ୍ପ ଭାବରେ ଆମ ଭିତରେ ଚାଲୁଛି । ଏହି ପବିତ୍ର ଅବସରରେ ମୁଁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଚରଣରେ ପ୍ରଣାମ କରୁଛି। ଜାତୀୟ ଏକତା ଦିବସ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି ।

ମୋ ପରିବାର ସଦସ୍ୟମାନେ,

ଆଗାମୀ ୨୫ ବର୍ଷ, ଭାରତ ପାଇଁ ଏହି ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ୨୫ ବର୍ଷ । ଏହି ୨୫ ବର୍ଷ ମଧ୍ୟରେ ଆମକୁ ଆମ ଭାରତକୁ ସମୃଦ୍ଧ କରିବାକୁ ହେବ, ଆମକୁ ଆମ ଭାରତକୁ ବିକଶିତ କରିବାକୁ ପଡିବ । ଗତ ଶତାବ୍ଦୀରେ ସ୍ୱାଧୀନତା ପୂର୍ବରୁ ୨୫ ବର୍ଷର ଏକ ଏମିତି  ଆସି ଥିଲା, ଯେଉଁଥିରେ ପ୍ରତ୍ୟେକ ଦେଶବାସୀ ସ୍ୱାଧୀନ ଭାରତ ପାଇଁ ନିଜକୁ ବଳିଦାନ ଦେଇଥିଲେ । ଏବେ ସମୃଦ୍ଧ ଭାରତ ପାଇଁ ଆଗାମୀ ୨୫ ବର୍ଷର ଅମୃତ ଆମ ସାମ୍ନାରେ ଏକ ସୁଯୋଗ ଭାବେ ଆସିଛି। ସର୍ଦ୍ଦାର ପଟେଲଙ୍କ ପ୍ରେରଣାରେ ଆମକୁ ପ୍ରତ୍ୟେକ ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ।

 

ଆଜି ସାରା ବିଶ୍ୱ ଭାରତକୁ ଦେଖିଛି । ଆଜି ଭାରତ ସଫଳତାର ଏକ ନୂଆ ଶୀର୍ଷରେ ପହଞ୍ଚିଛି। ଜି-୨୦ରେ ଭାରତର ସାମର୍ଥ୍ୟ ଦେଖି ସାରା ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଛି। ଆମେ ଗର୍ବିତ ଯେ ଆମେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ବିଶ୍ୱସନୀୟତାକୁ ନୂତନ ଶିଖରକୁ ନେଉଛୁ । ଆମେ ଗର୍ବିତ ଯେ ଅନେକ ବିଶ୍ୱ ସଙ୍କଟ ମଧ୍ୟରେ ଆମ ସୀମା ସୁରକ୍ଷିତ ଅଛି । ଆମେ ଗର୍ବିତ ଯେ ଆଗାମୀ କିଛି ବର୍ଷ ମଧ୍ୟରେ ଆମେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୈତିକ ଶକ୍ତି ହେବାକୁ ଯାଉଛୁ । ଆମେ ଗର୍ବିତ ଯେ ଆଜି ଭାରତ ଚନ୍ଦ୍ରରେ ପହଞ୍ଚିଛି, ଯେଉଁଠାରେ ବିଶ୍ୱର କୌଣସି ଦେଶ ପହଞ୍ଚି ପାରିନାହିଁ । ଆମେ ଗର୍ବିତ ଯେ ଆଜି ଭାରତ ତେଜସ୍ ଲଢୁଆ ବିମାନରୁ ନେଇ ଆଇଏନଏସ ବିକ୍ରାନ୍ତ ପର୍ଯ୍ୟନ୍ତ ନିଜେ ନିର୍ମାଣ କରୁଛି । ଆମେ ଗର୍ବିତ ଯେ ଆଜି ଭାରତ, ଆମର ପେସାଦାରମମାନଙ୍କୁ , ବିଶ୍ୱରେ କୋଟି କୋଟି ଡଲାର ମୂଲ୍ୟର କମ୍ପାନୀ ଚଳାଉଛନ୍ତି ଏବଂ ନେତୃତ୍ୱ ନେଉଛନ୍ତି । ଆମେ ଗର୍ବିତ ଯେ ଆଜି ବିଶ୍ୱର ବଡ଼ ବଡ଼ କ୍ରୀଡ଼ା ଇଭେଣ୍ଟରେ ତ୍ରିରଙ୍ଗାର ଗୌରବ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆମେ ଗର୍ବିତ ଯେ ଦେଶର ଯୁବକ, ପୁଅ ଝିଅମାନେ ରେକର୍ଡ ସଂଖ୍ୟକ ପଦକ ଜିତୁଛନ୍ତି।

ସାଥୀମାନେ

ଏହି ଅମୃତ କାଳରେ ଭାରତ ଦାସତ୍ୱର ମାନସିକତାକୁ ତ୍ୟାଗ କରି ଆଗକୁ ବଢ଼ିବାକୁ ସଂକଳ୍ପ ନେଇଛି। ଆମେ ମଧ୍ୟ ଆମର ଐତିହ୍ୟର ବିକାଶ ଓ ସଂରକ୍ଷଣ ମଧ୍ୟ କରୁଛୁ । ଭାରତ ତା'ର ନୌସେନା ପତାକାରେ ଥିବା ଦାସତ୍ୱ ଚିହ୍ନକୁ ହଟାଇ ଦେଇଛି। ଦାସତ୍ୱ ଯୁଗରେ ତିଆରି ହୋଇଥିବା ଅଣଅତ୍ୟାବଶ୍ୟକ ଆଇନକୁ ମଧ୍ୟ ହଟାଯାଉଛି। ଆଇପିସି ସ୍ଥାନକୁ ମଧ୍ୟ ଭାରତୀୟ ଦଣ୍ଡ ବିଧି ଦ୍ୱାରା ଅଣାଯାଉଛି । ଇଣ୍ଡିଆ ଗେଟ୍ରେ କେବେ ବିଦେଶୀ ଶକ୍ତିର ପ୍ରତିନିଧିଙ୍କ ପ୍ରତିମୂର୍ତ୍ତି ଥିଲା, ଏବେ ନେତାଜୀ ସୁଭାଷଙ୍କ ପ୍ରତିମୂର୍ତ୍ତି ଆମକୁ ପ୍ରେରଣା ଦେଉଛି।

ସାଥୀମାନେ

ଆଜି ଏମିତି କୌଣସି ଲକ୍ଷ୍ୟ ନାହିଁ ଯାହାକୁ ଭାରତ ହାସଲ କରିପାରିବ ନାହିଁ। ଏପରି କୌଣସି ସଂକଳ୍ପ ନାହିଁ ଯାହାକୁ ଆମେ ଭାରତୀୟମାନେ ଏକାଠି ପୂରଣ କରିପାରିବୁ ନାହିଁ । ବିଗତ ୯ ବର୍ଷ ମଧ୍ୟରେ ଦେଶ ଦେଖିଛି ଯେ ଯେତେବେଳେ ସମସ୍ତଙ୍କ ପ୍ରୟାସ କରାଯାଏ, ସେତେବେଳେ କିଛି ଅସମ୍ଭବ ହୋଇନଥାଏ । କିଏ ଭାବିଥିବ କାଶ୍ମୀର କେବେ ବି ଧାରା ୩୭୦ରୁ ମୁକ୍ତ ମଧ୍ୟ ହୋଇପାରିବ ? ଏବଂ କିନ୍ତୁ ଆଜି କାଶ୍ମୀର ଏବଂ ଦେଶ ମଧ୍ୟରେ ଧାରା ୩୭୦ର ସେହି ପାଚେରୀ ଭୁଶୁଡ଼ି ପଡ଼ିଛି। ସର୍ଦ୍ଦାର ସାହେବ ଯେଉଁଠି ଥିବେ,  ସବୁଠାରୁ ଅଧିକ ଖୁସି ଅନୁଭବ କରୁଥାନ୍ତେ ଏବଂ ଆମ ସମସ୍ତଙ୍କୁ  ଆଶୀର୍ବାଦ ଦେଉଥିବେ । ଆଜି କାଶ୍ମୀରର ମୋର ଭାଇ ଭଉଣୀମାନେ ଆତଙ୍କବାଦର ଛାୟାରୁ ବାହାରି ଖୋଲା ଆକାଶରେ ନିଶ୍ୱାସ ନେଉଛନ୍ତି, ଦେଶର ବିକାଶ ଦିଗରେ ପାଦରେ ପାଦ ମିଶାଇ ଚାଲୁଛନ୍ତି; ଏଠାରେ ଯେଉଁ  ମୋର ଗୋଟିଏ ପାର୍ଶ୍ୱରେ ଥିବା ସର୍ଦ୍ଦାର ସରୋବର ଡ୍ୟାମ୍ ମଧ୍ୟ ୫-୬ ଦଶନ୍ଧି ଧରି ଝୁଲୁଥିଲା। ସମସ୍ତଙ୍କ ଉଦ୍ୟମରେ ଗତ କିଛି ବର୍ଷ ମଧ୍ୟରେ ଏହି ଡ୍ୟାମ୍ର କାମ ମଧ୍ୟ ଶେଷ ହୋଇଛି।

 

ସାଥୀମାନେ

ସଂକଳ୍ପ ପ୍ରାପ୍ତିର ଏହା ଏକ ବହୁତ ବଡ ଉଦାହରଣ। ଆମର ଏହି ଏକତା ନଗର ମଧ୍ୟ ଅଟେ । ୧୦-୧୫ ବର୍ଷ ପୂର୍ବେ କେହି ଭାବି ନଥିଲେ ଯେ କେଭାଡିଆ ଏତେ ବଦଳିଯିବ। ଆଜି ଏକତା ନଗରକୁ ଗ୍ଲୋବାଲ ଗ୍ରୀନ ସିଟିର ମାନ୍ୟତା ମିଳିଛି । ଏହା ହେଉଛି ସେହି ସହର ଯେଉଁଠାରୁ ବିଶ୍ୱର ବିଭିନ୍ନ ଦେଶର ଦୃଷ୍ଟି ଆକର୍ଷଣ କରିଥିବା ମିଶନ ଲାଇଫ୍ ଆରମ୍ଭ ହୋଇଥିଲା । ଯେତେ ଥର ମୁଁ ଏଠାକୁ ଆସେ, ଏହାର ଆକର୍ଷଣ ବଢ଼ିଯାଏ। ରିଭର ରାଫ୍ଟିଂ, ଏକତା କ୍ରୁଜ୍, ଏକତା ନର୍ସରୀ, ଏକତା ମଲ୍, ଆରୋଗ୍ୟ ଭ୍ୟାନ୍, କ୍ୟାକ୍ଟସ୍ ଆଣ୍ଡ ବଟରଫ୍ଲାଇ ଗାର୍ଡେନ୍, ଜଙ୍ଗଲ ସଫାରି, ମିଆଓ୍ଵାକି ଫରେଷ୍ଟ, ଟେବୁଲ୍ ଗାର୍ଡେନ୍ ଆଦି ଏଠାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଗତ ୬ ମାସ ମଧ୍ୟରେ ଏଠାରେ ଦେଢ଼ ଲକ୍ଷରୁ ଅଧିକ ଗଛ ଲଗାଯାଇଛି। ସୌର ଶକ୍ତି ଉତ୍ପାଦନ ଏବଂ ସିଟି ଗ୍ୟାସ୍ ବିତରଣରେ ଏକତା ନଗର ମଧ୍ୟ ଆଗରେ ରହିଛି।

ଆଜି ଏଠାରେ ଏକ ସ୍ୱତନ୍ତ୍ର ହେରିଟେଜ୍ ଟ୍ରେନ୍ ଏକ ନୂଆ ଆକର୍ଷଣ ମଧ୍ୟ ଯୋଡ଼ି ହେବାକୁ ଯାଉଛି। ଏକତା ନଗର ଷ୍ଟେସନ ରୁ ଅହମ୍ମଦାବାଦ ମଧ୍ୟରେ ଚଳାଚଳ କରୁଥିବା ଏହି ଟ୍ରେନରେ ଆମର ଐତିହ୍ୟ ଏବଂ ଆଧୁନିକ ସୁବିଧାର ଝଲକ ମଧ୍ୟ ରହିଛି । ଏହାର ଇଞ୍ଜିନକୁ ବାଷ୍ପ ଇଞ୍ଜିନର ରୂପ ଦିଆଯାଇଛି, କିନ୍ତୁ ଏହା ବିଜୁଳିରେ ଚାଲିବ । ଏକତା ନଗରରେ ମଧ୍ୟ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା କରାଯାଇଛି। ଏବେ ପର୍ଯ୍ୟଟକମାନେ ଇ-ବସ୍, ଇ-ଗଲ୍ଫ କାର୍ଟ ଏବଂ ଇ-ସାଇକେଲ୍ ସହିତ ପବ୍ଲିକ୍ ବାଇକ୍ ସେୟାରିଂ ବ୍ୟବସ୍ଥାର ସୁବିଧା ମଧ୍ୟ ପାଇବେ। ଗତ ୫ ବର୍ଷ ମଧ୍ୟରେ ଏଠାକୁ ଦେଢ଼ କୋଟିରୁ ଅଧିକ ପର୍ଯ୍ୟଟକ ଆସିଛନ୍ତି ଏବଂ ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆମ ର ଆଦିବାସୀ ଭାଇ ଭଉଣୀମାନେ ଏଥିରୁ ବହୁତ ଉପକୃତ ହେଉଛନ୍ତି, ସେମାନଙ୍କୁ ରୋଜଗାରର ନୂଆ ମାଧ୍ୟମ ମିଳୁଛି ।

 

ସାଥୀମାନେ

ଆଜି ସମଗ୍ର ବିଶ୍ୱ ଭାରତର ସଂକଳ୍ପର ଦୃଢତାକୁ, ଭାରତର ଜନସାଧାରଣଙ୍କ ପୁରୁଷତ୍ୱ ଏବଂ ତୀବ୍ରତା, ଭାରତୀୟ ମାନବସମ୍ବଳର ଜୀବନ୍ତତାକୁ ସମ୍ମାନ ଏବଂ ଆତ୍ମବିଶ୍ୱାସର ସହ ଦେଖୁଛି, ଭାରତର ଅବିଶ୍ୱସନୀୟ, ଅତୁଳନୀୟ ଯାତ୍ରା ଆଜି ସମସ୍ତଙ୍କ ପାଇଁ ପ୍ରେରଣାର କେନ୍ଦ୍ର ବିନ୍ଦୁ ପାଲଟିଛି ।

କିନ୍ତୁ ମୋର ପ୍ରିୟ ଦେଶବାସୀଗଣ,

ଆମକୁ କିଛି କଥା କେବେ ମଧ୍ୟ ଭୁଲିବା ଉଚିତ  ନୁହେଁ, ତାହାକୁ ସବୁଦିନ ପାଇଁ ମନେ ରଖିବାକୁ ପଡିବ | ଆଜି ଜାତୀୟ ଏକତା ଦିବସ ଅବସରରେ ମୁଁ ଏ ନେଇ ପ୍ରତ୍ୟେକ ଦେଶବାସୀଙ୍କ ନିକଟରେ ମୋର ଭାବନା ପ୍ରକାଶ କରିବାକୁ ଚାହୁଁଛି। ଆଜି ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । କରୋନା ପରଠାରୁ ଅନେକ ଦେଶର ଅର୍ଥନୀତିର ସ୍ଥିତି ଭୁଶୁଡ଼ି ପଡ଼ିଛି, ଏହା ଅତ୍ୟନ୍ତ ଖରାପ। ୩୦-୪୦ ବର୍ଷ ମଧ୍ୟରେ ସର୍ବାଧିକ ମୁଦ୍ରାସ୍ଫୀତି ସହିତ ଅନେକ ଦେଶ ସଂଘର୍ଷ କରୁଛନ୍ତି। ସେହି ଦେଶଗୁଡ଼ିକରେ କ୍ରମାଗତଭାବେ ବେକାରୀ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ମଧ୍ୟ ଭାରତ ବିଶ୍ୱରେ ନିଜର ଗୌରବ ବଜାୟ ରଖିଛି । ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜକୁ ଅତିକ୍ରମ କରି ଆମେ କ୍ରମାଗତ ଭାବେ ଆଗକୁ ବଢ଼ୁଛୁ। ଆମେ ନୂଆ ରେକର୍ଡ ତିଆରି କରିଛୁ, ନୂଆ ମାପକାଠି ମଧ୍ୟ ସୃଷ୍ଟି କରିଛୁ। ବିଗତ ୯ ବର୍ଷ ମଧ୍ୟରେ ଦେଶ ଯେଉଁ ନୀତି ଓ ନିଷ୍ପତି ନେଇ ଆଗକୁ ବଢିଛି ତାହାର ପ୍ରଭାବ ଆଜି ଜୀବନର ପ୍ରତ୍ୟେକ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳୁଛି । ଭାରତରେ ଦାରିଦ୍ର୍ୟ କମିବାରେ ଲାଗିଛି। ୫ ବର୍ଷରେ ସାଢେ ୧୩ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକୁଳିଛନ୍ତି। ଦେଶରୁ ଦାରିଦ୍ର୍ୟ ଦୂର କରିପାରିବା ବୋଲି ଆମର ବିଶ୍ୱାସ ରହିଛିଏବଂ ଆମକୁ ଏହି ଦିଗରେ ଆଗକୁ ବଢିବାକୁ ପଡିବ ଏବଂ ସେଥିପାଇଁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏମିତି କୌଣସି କାର୍ଯ୍ୟକରିବା ନାହିଁ ଯାହା ଦ୍ଵାରା ଦେଶର ସ୍ଥିରତା ଉପରେ ଆଞ୍ଚ ଆସୁ । ଆମର ପଦକ୍ଷେପ ବିଭ୍ରାନ୍ତ ହେବା ଦ୍ଵାରା କରି ଆମେ ଲକ୍ଷ୍ୟରୁ ମଧ୍ୟ ବିଚ୍ୟୁତ ହୋଇଯିବୁ। ୧୪୦ କୋଟି ଭାରତୀୟ ଯେଉଁ ପରିଶ୍ରମ କରି ଦେଶକୁ ବିକାଶ ପଥରେ ଆଣିଛନ୍ତି, ତାହା କେବେ ବି ବ୍ୟର୍ଥ ହେବା ଉଚିତ ନୁହେଁ। ଆମକୁ ଭବିଷ୍ୟତକୁ ଧ୍ୟାନରେ ରଖିବାକୁ ହେବ ଏବଂ ଆମର ସଂକଳ୍ପ ଉପରେ ସ୍ଥିର ରହିବାକୁ ପଡିବ ।

 

ମୋ ଦେଶବାସୀ,

ଦେଶର ପ୍ରଥମ ଗୃହମନ୍ତ୍ରୀ ହୋଇଥିବାରୁ ସର୍ଦ୍ଦାର ପଟେଲ ଦେଶର ଆଭ୍ୟନ୍ତରୀଣ ନିରାପତ୍ତାକୁ ନେଇ ଅତ୍ୟନ୍ତ କଠୋର ଥିଲେ। ଗତ ୯ ବର୍ଷ ଧରି ଦେଶର ଆଭ୍ୟନ୍ତରୀଣ ନିରାପତ୍ତାକୁ ଅନେକ କ୍ଷେତ୍ରରେ ଚ୍ୟାଲେଞ୍ଜ କରାଯାଇଛି। କିନ୍ତୁ ଦିନ ରାତି ଆମ ସୁରକ୍ଷା ବାହିନୀର କଠିନ ପରିଶ୍ରମ ଯୋଗୁଁ ଦେଶର ଶତ୍ରୁମାନେ ପୂର୍ବ ଭଳି ନିଜ ଯୋଜନାରେ ସଫଳ ହୋଇପାରୁ ନାହାନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବା ପୂର୍ବରୁ ମନରେ ସନ୍ଦେହ ଭରି ଯାଇଥିବା ସମୟକୁ ଲୋକେ ଏପର୍ଯ୍ୟନ୍ତ ଭୁଲି ନାହାନ୍ତି। ପର୍ବପର୍ବାଣୀର ଭିଡ଼, ବଜାର, ସାର୍ବଜନୀନ ସ୍ଥାନ ଏବଂ ଅର୍ଥନୈତିକ କାର୍ଯ୍ୟକଳାପର କେନ୍ଦ୍ରବିନ୍ଦୁ ଥିବା ସ୍ଥାନଗୁଡ଼ିକୁ ଟାର୍ଗେଟ କରି ଦେଶର ବିକାଶକୁ ରୋକିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା। ଲୋକମାନେ ବିସ୍ଫୋରଣ ପରେ ହୋଇଥିବା କ୍ଷୟକ୍ଷତିକୁ ଦେଖିଛନ୍ତି ଓ ବୋମା ବିସ୍ଫୋରଣରେ ହୋଇଥିବା କ୍ଷୟକ୍ଷତିକୁ ଲୋକେ ଦେଖିଛନ୍ତି। ଏହା ପରେ ତଦନ୍ତ ନାଁରେ ସେ ସମୟର ସରକାରଙ୍କ ଅସ୍ଥିରତା ମଧ୍ୟ ଦେଖିବାକୁ ମିଳିଛି। ଆପଣଙ୍କୁ ଦେଶକୁ ସେହି ସମୟକୁ ଫେରିବାକୁ ଦେବାକୁ ପଡିବ ନାହିଁ, ଆପଣଙ୍କୁ ଆମର ଶକ୍ତି ବଳରେ ଏହାକୁ ବନ୍ଦ କରିବାକୁ ପଡିବ | ଯେଉଁମାନେ ଦେଶର ଏକତା ଉପରେ ଆକ୍ରମଣ କରୁଛନ୍ତି, ଆମ ସମସ୍ତ ଦେଶବାସୀଙ୍କୁ ସେମାନଙ୍କୁ ଜାଣିବା, ଚିହ୍ନିବା, ବୁଝିବା ଏବଂ ସେମାନଙ୍କ ପ୍ରତି ସତର୍କ ମଧ୍ୟ ରହିବାକୁ ପଡ଼ିବ।

ସାଥୀମାନେ

ଦେଶର ଏକତା ବାଟରେ ଆମ ବିକାଶ ଯାତ୍ରାରେ ସବୁଠାରୁ ବଡ଼ ପ୍ରତିବନ୍ଧକ ହେଉଛି ତୁଷ୍ଟୀକରଣର ରାଜନୀତି । ଭାରତର ବିଗତ ଦଶନ୍ଧି ଗୁଡ଼ିକ ଏହି କଥାର ସାକ୍ଷୀ ହୋଇଛି ଯେ ତୁଷ୍ଟୀକରଣକାରୀମାନେ ଆତଙ୍କବାଦ, ଏହାର ବିକଟାଳତା କେବେ ଦେଖିପାରନ୍ତି ନାହିଁ ।  ତୁଷ୍ଟିକରଣ କରୁଥିବା ଲୋକମାନେ ମାନବିକତା ସହିତ ଶତ୍ରୁତା କରୁଥିବାଙ୍କ ମଧ୍ୟରେ ଛିଡା ହେବାକୁ ସଙ୍କୋଚ କରନ୍ତି ନାହିଁ । ସେମାନେ ଆତଙ୍କବାଦୀ କାର୍ଯ୍ୟକଳାପର ତଦନ୍ତ କରିବାରେ ବିଫଳ ହୁଅନ୍ତି, ଦେଶ ବିରୋଧୀ ତତ୍ତ୍ୱ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଦୂରେଇ ରୁହନ୍ତି । ତୁଷ୍ଟୀକରଣର ଏହି ଚିନ୍ତାଧାରା ଏତେ ବିପଜ୍ଜନକ ଯେ ଆତଙ୍କବାଦୀଙ୍କୁ ବଞ୍ଚାଇବା ପାଇଁ ଏହା କୋର୍ଟରେ ପହଞ୍ଚିଥାଏ। ଏଭଳି ଚିନ୍ତାଧାରା କୌଣସି ସମାଜର କିଛି ଲାଭ କରିପାରିବ ନାହିଁ। ଏହା କେବେ ବି ଦେଶର କୌଣସି ଭଲ କରିପାରିବ ନାହିଁ। ପ୍ରତି ମୁହୂର୍ତ୍ତରେ, ସବୁବେଳେ, ଦେଶର କୋଣ ଅନୁକୋଣରେ ପ୍ରତ୍ୟେକ ଦେଶବାସୀଙ୍କୁ ଏଭଳି ଚିନ୍ତାଧାରା ପ୍ରତି ସତର୍କ ରହିବାକୁ ପଡ଼ିବ, ଯାହା ଏକତା ପ୍ରତି ବିପଦ ସୃଷ୍ଟି କରୁଛି।

 

ମୋର ପ୍ରିୟ ଦେଶବାସୀଗଣ,

ଦେଶରେ ଏବେ ନିର୍ବାଚନର ବାତାବରଣ ମଧ୍ୟ ରହିଛି। ରାଜ୍ୟଗୁଡ଼ିକରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି। ଆପଣ ନିଶ୍ଚୟ ଦେଖିଥିବେ ଯେ ଦେଶରେ ଏକ ବହୁତ ବଡ ରାଜନୈତିକ ବର୍ଗ ଅଛି ଯିଏ ସକାରାତ୍ମକ ରାଜନୀତିର କୌଣସି ଉପାୟ ଦେଖୁନାହିଁ । ଦୁର୍ଭାଗ୍ୟବଶତଃ ଏହି ରାଜନୈତିକ ଦଳ ଏଭଳି କୌଶଳ ଅବଲମ୍ବନ କରୁଛନ୍ତି, ଯାହା ସମାଜ ଓ ଦେଶ ବିରୋଧୀ। ଏପରିକି ଯଦି ଏହି ବର୍ଗ ନିଜ ସ୍ୱାର୍ଥ ପାଇଁ ଦେଶର ଏକତାକୁ ଭାଙ୍ଗି ଦିଅନ୍ତି, ତେବେ ସେମାନଙ୍କ ପାଇଁ ସ୍ୱାର୍ଥପରତା ସର୍ବୋଚ୍ଚ। ତେଣୁ ଏହି ଆହ୍ୱାନ ମଧ୍ୟରେ ମୋ ଦେଶବାସୀ, ଜନସାଧାରଣ, ଆପଣଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏମାନେ ଦେଶର ଏକତାକୁ ଆଘାତ ଦେଇ ନିଜର ରାଜନୈତିକ ସ୍ୱାର୍ଥ ସାଧନ କରିବାକୁ ଚାହୁଁଛନ୍ତି। ସେମାନଙ୍କ ପ୍ରତି ଦେଶ ସଚେତନ ରହିବ, ତା'ହେଲେ ହିଁ ବିକାଶର ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହେବ। ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଦେଶର ଏକତା ବଜାୟ ରଖିବାକୁ ହେଲେ ଆମକୁ ଗୋଟିଏ ମୁହୂର୍ତ୍ତ ବି ପଛରେ ରହିବାକୁ ହେବ ନାହିଁ, ଗୋଟିଏ ମୁହୂର୍ତ୍ତ ବି ପଛରେ ରହିବାକୁ ପଡ଼ିବ ନାହିଁ। ଆମକୁ ନିରନ୍ତରଭାବେ  ଏକତାର ମନ୍ତ୍ର କୁ ବଞ୍ଚେଇବାକୁ ପଡିବ । ଏକତାକୁ ସାକାର କରିବା ପାଇଁ ଆମକୁ ଆମର ନିରନ୍ତର ଅବଦାନ ଦେବାକୁ ପଡିବ । ଆମେ ଯେକୌଣସି କ୍ଷେତ୍ରରେ ଥାଉ ନା କାହିଁକି, ଆମକୁ ଆମର ଶତ ପ୍ରତିଶତ ଦେବାକୁ ପଡ଼ିବ। ଆଗାମୀ ପିଢ଼ିକୁ ଉନ୍ନତ ଭବିଷ୍ୟତ ଦେବା ପାଇଁ ଏହା ହେଉଛି ସର୍ବୋତ୍ତମ ଉପାୟ ଏବଂ ସର୍ଦ୍ଦାର ସାହେବ ଆମ ସମସ୍ତଙ୍କଠାରୁ ଏହା ହିଁ ଆଶା କରନ୍ତି ।

ସାଥୀମାନେ

ଆଜିଠାରୁ ମାଇଗଭରେ ସର୍ଦ୍ଦାର ସାହେବଙ୍କ ସହ ଜଡ଼ିତ ଏକ ଜାତୀୟ ପ୍ରତିଯୋଗିତା ମଧ୍ୟ ଆରମ୍ଭ ହେଉଛି। ସର୍ଦ୍ଦାର ସାହେବ କୁଇଜ୍ ଜରିଆରେ ଦେଶର ଯୁବପିଢ଼ି ତାଙ୍କୁ ଜାଣିବାର ଆଉ ଏକ ସୁଯୋଗ ପାଇବେ।

ମୋ ପରିବାର ସଦସ୍ୟ,

ଆଜିର ଭାରତ ଏକ ନୂଆ ଭାରତ । ପ୍ରତ୍ୟେକ ଭାରତୀୟ ଆଜି ଅତ୍ୟଧିକ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ । ଆମକୁ ସୁନିଶ୍ଚିତ କରିବାକୁ ପଡିବ ଯେ ଏହି ଆତ୍ମବିଶ୍ୱାସ ବଜାୟ ରହୁ ଏବଂ ଦେଶର ବିକାଶ ଜାରି ରହୁ । ଏହି ଭାବନାକୁ ଜାରି ରଖନ୍ତୁ। ଏହି ଭବ୍ୟତା ବଜାୟ ରହୁ। ଏହା ସହ ମୁଁ ପୁଣି ଥରେ ୧୪୦ କୋଟି ଦେଶବାସୀଙ୍କ ତରଫରୁ ସମ୍ମାନିତ ସର୍ଦ୍ଦାର ପଟେଲଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଆସନ୍ତୁ ସମସ୍ତେ ଜାତୀୟ ଏକତାର ଏହି ଜାତୀୟ ପର୍ବକୁ ପୂରା ଉତ୍ସାହର ସହ ପାଳନ କରିବା । ଜୀବନରେ ଏକତାର ମନ୍ତ୍ରକୁ ନେଇ ବଞ୍ଚିବାର ଅଭ୍ୟାସ କରନ୍ତୁ, ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଏକତା ପାଇଁ ନିୟୋଜିତ କରନ୍ତୁ । ଏହି ଶୁଭେଚ୍ଛା ସହ ପୁଣି ଥରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ।

ଭାରତ ମାତା କୀ ଜୟ !

ଭାରତ ମାତା କୀ ଜୟ !

ଭାରତ ମାତା କୀ ଜୟ !

ଆପଣଙ୍କୁ ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From Vajpayee to Modi: India’s growing influence at the G-7 Summit

Media Coverage

From Vajpayee to Modi: India’s growing influence at the G-7 Summit
NM on the go

Nm on the go

Always be the first to hear from the PM. Get the App Now!
...
PM Modi highlights youth-led development and India's thriving innovation ecosystem
June 13, 2026
PM emphasizes the remarkable contributions of Yuva Shakti across diverse sectors and their growing impact on the global stage

Prime Minister Shri Narendra Modi today stated that the Government is strongly working towards youth-led development. He noted that one of the defining features of the last 12 years has been the confidence with which India’s youth have pursued their aspirations.

Shri Modi highlighted that through initiatives such as Startup India, Digital India, Skill India, and Atal Innovation Mission, an ecosystem has emerged that encourages innovation, entrepreneurship, and enterprise. The Prime Minister pointed out that today, India is among the world’s leading StartUp destinations and many of these success stories are being scripted by our Yuva Shakti, and that too from smaller towns and villages.

The Prime Minister observed that India’s youth are making their mark across various sectors, from science and technology to manufacturing, space, semiconductors, and drones. He expressed that it is heartening to see young Indians contributing to areas that will shape the future of the nation and the world.
Shri Modi emphasized that our youth have also brought immense glory to the nation in the field of sports, consistently enhancing national pride in numerous international competitions. He further stated that a stronger sporting ecosystem, better infrastructure, and greater support for athletes are creating new opportunities for young talent and encouraging them to pursue sports.

In a series of posts on X, the Prime Minister shared:

"The NDA Government is one that is strongly working towards youth-led development. One of the defining features of the last 12 years has been the confidence with which India’s youth have pursued their aspirations.

Through initiatives such as Startup India, Digital India, Skill India and Atal Innovation Mission, an ecosystem has emerged that encourages innovation, entrepreneurship and enterprise.

Today, India is among the world’s leading StartUp destinations and many of these success stories are being scripted by our Yuva Shakti and that too from smaller towns and villages.

#12YearsOfYuvaShakti”

“India’s youth are making their mark across various sectors, from science and technology to manufacturing, space, semiconductors and drones. It is heartening to see young Indians contributing to areas that will shape the future of our nation and the world.

Our youth have also brought immense glory to the nation in the field of sports. In numerous international competitions, young Indian athletes have consistently enhanced national pride.
At the same time, a stronger sporting ecosystem, better infrastructure and greater support for athletes are creating new opportunities for young talent and encouraging them to pursue sports.

#12YearsOfYuvaShakti"