Initiates funds transfer into bank accounts of more than 10 lakh women
Lays foundation stone and dedicates to the nation Railway Projects worth more than Rs 2800 crore
Lays foundation stone for National Highway Projects worth more than Rs 1000 crore
Participates in Griha Pravesh celebrations of 26 lakh beneficiaries of PMAY
Launches Awaas+ 2024 App for survey of additional households
Launches Operational Guidelines of Pradhan Mantri Awas Yojana – Urban (PMAY-U) 2.0
“This state has reposed great faith in us and we will leave no stone unturned in fulfilling people’s aspirations”
“During the 100 days period of the NDA government at the Centre, big decisions have been taken for the empowerment of the poor, farmers, youth and women”
“Any country, any state progresses only when half of its population, that is our women power, has equal participation in its development”
“Pradhan Mantri Awas Yojana is a reflection of women empowerment in India”
“Sardar Patel united the country by showing extraordinary willpower”

ଜୟ ଜଗନ୍ନାଥ !

ଜୟ ଜଗନ୍ନାଥ !

ଜୟ ଜଗନ୍ନାଥ !

ଓଡିଶାର ରାଜ୍ୟପାଳ ରଘୁବର ଦାସଜୀ, ଏଠିକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୀ , କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଜୁଏଲ ଓରାମ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ଅନ୍ନପୂର୍ଣ୍ଣା ଦେବୀ ଜୀ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଜୀ, ଶ୍ରୀମତୀ ପ୍ରଭାତୀ ପରିଡ଼ା ଜୀ, ସାଂସଦଗଣ, ବିଧାୟକ, ଦେଶର କୋଣ ଅନୁକୋଣରୁ ଆଜି ଆମ ସହ ଜଡ଼ିତ ଯୋଡି ହୋଇଥିବା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂଓଡିଶର ମୋର ଭାଇ ଓ ଭଉଣୀମାନେ

ଓଡ଼ିଶାର ପ୍ରିୟ ଭାଇ ଓ ଭଉଣୀ ମାନଙ୍କୁ,

ମୋର ଆଗୁଆ ଶାରଦୀୟ ଶୁଭେଚ୍ଛା ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଆଜି ମୁଁ ପୁଣି ଥରେ ଓଡ଼ିଶାର ପବିତ୍ର ଭୂମିକୁ ଆସିବାର ସୌଭାଗ୍ୟ ମିଳିଛି। ଯେତେବେଳେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ବରଷି ଥାଏ, ଯେତେବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସେତେବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ସହିତ ଜନସାଧାରଣଙ୍କ ସେବା ସହିତ ଜନତା ଜନାର୍ଦ୍ଦନଙ୍କର ସେବା କରିବାର ମଧ୍ୟ ଅନେକ ସୁଯୋଗ ମିଳିଥାଏ।

 

 

ସାଥୀମାନେ

ଆଜି ସମଗ୍ର ଦେଶରେ ଗଣେଶ ଉତ୍ସବ ପାଳିତ ହେଉଛି, ଗଣପତିଙ୍କୁ ବିଦାୟ ଦିଆଯାଉଛି । ଆଜି ଅନନ୍ତ ଚତୁର୍ଦ୍ଦଶୀର ପବିତ୍ର ପର୍ବ । ଆଜି ବିଶ୍ୱକର୍ମା ପୂଜା ମଧ୍ୟ ଅଟେ। ପୃଥିବୀରେ ଭାରତ ହେଉଛି ଏମିତି ଏକ ଦେଶ, ଯେଉଁଠି ଶ୍ରମ ଓ କୌଶଳକୁ ବିଶ୍ୱକର୍ମା ଭାବରେ ପୂଜା କରାଯାଇଥାଏ। ବିଶ୍ୱକର୍ମା ଜୟନ୍ତୀ ଅବସରରେ ମୁଁ ସମସ୍ତ ଦେଶବାସୀଙ୍କୁ ଶୁଭକାମନା ଜଣାଉଛି ।

ସାଥୀମାନେ

ଏଭଳି ପବିତ୍ର ଦିନରେ ଏବେ ମୋତେ ଓଡ଼ିଶାର ମା'-ଭଉଣୀମାନଙ୍କ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର ସୁଯୋଗ ମିଳିଛି। ଆଉ ଏହା ମଧ୍ୟ ମହାପ୍ରଭୁଙ୍କ କୃପାରୁ ହିଁ ମାତା ସୁଭଦ୍ରାଙ୍କ ନାମରେ ଏହି ଯୋଜନା ଆରମ୍ଭ ହେଉ ଏବଂ ସ୍ୱୟଂ ଇନ୍ଦ୍ର ଦେବତା ନିଜେ ଆଶୀର୍ବାଦ ଦେବାକୁ ଆସିଛନ୍ତି । ଆଜି ଦେଶର ୩୦ ଲକ୍ଷରୁ ଅଧିକ ପରିବାରକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାଟିରୁ ଦେଶର ବିଭିନ୍ନ ଗାଁର ଲକ୍ଷ ଲକ୍ଷ ପରିବାରକୁ ପକ୍କା ଘର ମଧ୍ୟ ଦିଆଯାଇଛି। ସେଥିମଧ୍ୟରୁ ଆମ ଦେଶର ଗାଁରେ ୨୬ ଲକ୍ଷ ଘର ଦିଆଯାଇଥିବା ବେଳେ ଦେଶର ବିଭିନ୍ନ ସହରରେ ୪ ଲକ୍ଷ ଘର ଦିଆଯାଇଛି। ଏହା ଓଡ଼ିଶାର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି। ଏହି ଅବସରରେ ମୁଁ ଆପଣ ସମସ୍ତଙ୍କୁ, ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ, ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି।

 

ଭାଇ ଓ ଭଉଣୀମାନେ,

ଓଡ଼ିଶାରେ ବିଜେପି ନେତୃତ୍ୱାଧୀନ ନୂଆ ସରକାର ଗଠନ ହେବା ପରେ ମୁଁ ଶପଥ ଗ୍ରହଣ ସମାରୋହକୁ ଆସିଥିଲି। ଏହା ପରେ ଏହା ମୋର ପ୍ରଥମ ଯାତ୍ରା । ଯେତେବେଳେ ନିର୍ବାଚନ ଚାଲିଥିଲା, ସେତେବେଳେ ମୁଁ ଆପଣମାନଙ୍କୁ କହିଥିଲି ଯେ ଯଦି ଏଠାରେ ଡବଲ ଇଞ୍ଜିନ ସରକାର ଗଠନ ହୁଏ, ତେବେ ଓଡ଼ିଶା ବିକାଶର ଏକ ନୂଆ ଉଡ଼ାଣ ନେବ । ଯାହା କି ଏହି ସ୍ଥାନର ଗାଁ, ଗରିବ, ଦଳିତ ଓ ଆଦିବାସୀ, ଆମର ବଞ୍ଚିତ ପରିବାର ଯେଉଁ ସ୍ୱପ୍ନ ଦେଖିଛନ୍ତି, ଆମ ମା', ଭଉଣୀ, ଝିଅ, ମହିଳାମାନେ ଯେଉଁ ସ୍ୱପ୍ନ, ଆମ ଯୁବକ ଯୁବତୀମାନଙ୍କ ସ୍ୱପ୍ନ, ଯେଉଁ କର୍ମଜୀବୀ ମଧ୍ୟବିତ୍ତଙ୍କ ସ୍ୱପ୍ନ, ସେସବୁ ସ୍ୱପ୍ନ ମଧ୍ୟ ପୂରଣ ହେବ, ଏହା ହେଉଛି ମୋର ମହାପ୍ରଭୁଙ୍କ ବିଶ୍ୱାସ ଓ ଆଶୀର୍ବାଦ । ଆପଣ ମାନେ ଆଜି ଦେଖୁଛନ୍ତି ଆମେ ଦେଇଥିବା ପ୍ରତିଶ୍ରୁତି ଅଭୂତପୂର୍ବ ଗତିରେ ପୂରଣ ହେଉଛି । ଆମେ କହିଥିଲୁ, ଆମ ସରକାର ଗଠନ ହେବା ମାତ୍ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ୪ଟି ଦ୍ୱାର ଖୋଲିବୁ । ଯେମିତି ସରକାର ଗଠନ ହେବା ମାତ୍ରେ ଆମେ ମହାପ୍ରଭୁ ଜଗନ୍ନାଥ ମନ୍ଦିର ପରିସରର ବନ୍ଦ ଦ୍ୱାର ଖୋଲିଦେଇଥିଲୁ। ଆମେ କହିଥିଲୁ, ମନ୍ଦିରର ରତ୍ନ ଭଣ୍ଡାର ମଧ୍ୟ ଖୋଲାଯାଇଥିଲା। ଲୋକଙ୍କ ସେବା ପାଇଁ ବିଜେପି ସରକାର ଦିନରାତି କାମ କରୁଛନ୍ତି। ଆମ ମୋହନ ଜୀ, କେଭି ସିଂହଦେଓ ଜୀ, ଭଉଣୀ ପ୍ରଭାତୀ ପରିଡ଼ାଜୀଙ୍କ ଏବଂ ସମସ୍ତ ମନ୍ତ୍ରୀମାନଙ୍କ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ଏବଂ ମୁଁ ଏଠାରେ ଏଥିପାଇଁ ମୋର ପୁରା ଦଳକୁ, ମୋର ସମସ୍ତ ସାଥୀଙ୍କୁ ବହୁତ ପ୍ରଶଂସା କରୁଛି, ମୁଁ ସେମାନଙ୍କୁ ପ୍ରଶଂସା କରୁଛି ।

ଭାଇ ଓ ଭଉଣୀମାନେ,

ଆଜିର ଦିନଟି ଅନ୍ୟ ଏକ କାରଣ ପାଇଁ ମଧ୍ୟ ବିଶେଷ। ଆଜି କେନ୍ଦ୍ରରେ ଏନଡିଏ ସରକାରର ୧୦୦ ଦିନ ପୂରଣ ହେଉଛି। ଏହି ସମୟ ମଧ୍ୟରେ ଗରିବ, କୃଷକ, ଯୁବକ ଓ ମହିଳା ସଶକ୍ତୀକରଣ ପାଇଁ ବଡ଼ ବଡ ନିଷ୍ପତ୍ତି ନିଆଯାଇଛି। ଗତ ୧୦୦ ଦିନ ମଧ୍ୟରେ ଗରିବଙ୍କ ପାଇଁ ୩ କୋଟି ପକ୍କା ଘର ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଗତ ୧୦୦ ଦିନ ମଧ୍ୟରେ ଯୁବବର୍ଗଙ୍କ ପାଇଁ ୨ ଲକ୍ଷ କୋଟି ଟଙ୍କାର ପିଏମ୍ ପ୍ୟାକେଜ୍ ଘୋଷଣା କରାଯାଇଛି। ଯୁବ ସାଥିମାନେ ଏଥିରୁ ବହୁତ ଲାଭବାନ ହେବେ। ଏହା ଅଧୀନରେ ସରକାର ଘରୋଇ କମ୍ପାନୀରେ ଯୁବକମାନଙ୍କୁ ପ୍ରଥମ ଚାକିରିର ପ୍ରଥମ ଦରମା ଦେବାକୁ ଯାଉଛନ୍ତି । ଓଡ଼ିଶା ସମେତ ସମଗ୍ର ଦେଶରେ ୭୫ ହଜାର ନୂଆ ମେଡିକାଲ ସିଟ୍ ଗୁଡିକୁ ଯୋଡିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। କିଛି ଦିନ ପୂର୍ବରୁ ୨୫ ହଜାର ଗାଁକୁ ପକ୍କା ରାସ୍ତା ସହିତ ସଂଯୋଗ କରିବାର ଯୋଜନାକୁ ମଧ୍ୟ ଅନୁମୋଦନ ମିଳିଛି । ଏହା ଦ୍ୱାରା ଓଡ଼ିଶାର ଗାଁ ଗୁଡ଼ିକ ମଧ୍ୟ ଉପକୃତ ହେବେ। ବଜେଟରେ ଆଦିବାସୀ ମନ୍ତ୍ରଣାଳୟର ବଜେଟକୁ ପ୍ରାୟ ଦ୍ୱିଗୁଣିତ ବୃଦ୍ଧି କରାଯାଇଛି । ସାରା ଦେଶରେ ପ୍ରାୟ ୬୦ ହଜାର ଆଦିବାସୀ ଗାଁର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ଘୋଷଣା କରାଯାଇଛି । ଗତ ୧୦୦ ଦିନ ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ପେନସନ ଯୋଜନା ମଧ୍ୟ ଘୋଷଣା କରାଯାଇଛି । ଯେଉଁ କର୍ମଚାରୀ ଅଛନ୍ତି, ଦୋକାନୀ ମଧ୍ୟ ଅଛନ୍ତି, ମଧ୍ୟବିତ୍ତ ଉଦ୍ୟୋଗୀ, ସେମାନଙ୍କ ଆୟକର ମଧ୍ୟ ହ୍ରାସ କରାଯାଇଛି।

 

ସାଥୀମାନେ

ଗତ ୧୦୦ ଦିନ ମଧ୍ୟରେ ଓଡ଼ିଶା ସମେତ ସମଗ୍ର ଦେଶରେ ୧୧ ଲକ୍ଷ ନୂଆ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି। ନିକଟରେ ଧାନ ଚାଷୀ, ତୈଳବୀଜ ଓ ପିଆଜ ଚାଷୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଦେଶର କୃଷକମାନେ ଯେପରି ଅଧିକ ମୂଲ୍ୟରେ କିଣିପାରିବେ ସେଥିପାଇଁ ବିଦେଶୀ ତୈଳ ଆମଦାନୀ ଉପରେ ଶୁଳ୍କ ବୃଦ୍ଧି କରାଯାଇଛି। ଏହାବ୍ୟତୀତ ବାସମତୀର ରପ୍ତାନି ଉପରେ ଶୁଳ୍କ ହ୍ରାସ କରାଯାଇଛି। ଏହା ଦ୍ୱାରା ଚାଉଳ ରପ୍ତାନି ବୃଦ୍ଧି ପାଇବ ଏବଂ ବାସୁମତୀ କରୁଥିବା ଚାଷୀମାନେ ଅଧିକ ଲାଭବାନ ହେବେ। ଖରିଫ ଫସଲ ଉପରେ ଏମଏସପି ବୃଦ୍ଧି କରାଯାଇଛି । ଏହାଦ୍ୱାରା ଦେଶର କୋଟି କୋଟି କୃଷକପ୍ରାୟ ୨ ଲକ୍ଷ କୋଟି ଟଙ୍କା ଉପକୃତ ହେବେ । ବିଗତ ୧୦୦ ଦିନ ମଧ୍ୟରେ ସମସ୍ତଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଭଳି ଅନେକ ବଡ଼ ପଦକ୍ଷେପ ନିଆଯାଇଛି।

ସାଥୀମାନେ

ଯେ କୌଣସି ଦେଶ, ଯେ କୌଣସି ରାଜ୍ୟ ସେତେବେଳେ ଆଗକୁ ବଢ଼େ, ଯେତେବେଳେ ଏହାର ଅଧା ଜନସଂଖ୍ୟା ଅର୍ଥାତ୍ ଆମ ର ନାରୀ ଶକ୍ତିର ବିକାଶରେ ସମାନ ଭାଗିଦାରୀ ଥାଏ । ତେଣୁ ମହିଳାଙ୍କ ଉନ୍ନତି, ମହିଳାଙ୍କ ବଢୁଥିବା ସାମର୍ଥ୍ୟ, ଏହା ଶକ୍ତି ଓଡ଼ିଶାର ବିକାଶର ମୂଳମନ୍ତ୍ର ହେବାକୁ ଯାଉଛି । ଏଠାରେ ମହାପ୍ରଭୁ ଜଗନ୍ନାଥଙ୍କ ସହିତ ଦେବୀ ସୁଭଦ୍ରାଙ୍କ ଉପସ୍ଥିତି ମଧ୍ୟ ଆମକୁ ଏହା କହୁଛି, ଏହା ଶିକ୍ଷା ଦେଉଛି । ମୁଁ ଏଠାରେ ଦେବୀ ସୁଭଦ୍ରା ସ୍ୱରୂପ ସମସ୍ତ ମା' ଭଉଣୀ ଓ କନ୍ୟାମାନଙ୍କୁ ମୁଁ ସମ୍ମାନର ସହ ପ୍ରଣାମ କରୁଛି। ମୁଁ ଖୁସି ଯେ ନୂଆ ବିଜେପି ସରକାର ନିଜର ପ୍ରାରମ୍ଭିକ ନିଷ୍ପତ୍ତିରେ ଆମ ମା' ଭଉଣୀମାନଙ୍କୁ ସୁଭଦ୍ରା ଯୋଜନାର ଉପହାର ଦେଇଛନ୍ତି। ଏହାଦ୍ୱାରା ଓଡ଼ିଶାର ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ। ଏହି ଯୋଜନାରେ ମହିଳାଙ୍କୁ ମୋଟ ୫୦ ହଜାର ଟଙ୍କା ଦିଆଯିବ । ଏହି ଟଙ୍କା ଆପଣଙ୍କୁ ସମୟ ସମୟରେ ମିଳିବ । ଏହି ଟଙ୍କା ମା' ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ, ମଝିରେ କେହି ଦଲାଲ ନାହାନ୍ତି, ସିଧାସଳଖ ଆପଣଙ୍କ ପାଖକୁ । ଏହି ଯୋଜନାକୁ ଆରବିଆଇର ଡିଜିଟାଲ ମୁଦ୍ରାର ପାଇଲଟ ପ୍ରୋଜେକ୍ଟ ସହ ମଧ୍ୟ ଯୋଡାଯାଇଛି । ଏହି ଡିଜିଟାଲ ମୁଦ୍ରାକୁ ଆପଣ ସମସ୍ତେ ଭଉଣୀମାନେ, ଯେତେବେଳେ ଚାହିଁବେ, ଏହି ଡିଜିଟାଲ ମୁଦ୍ରାକୁ ଡିଜିଟାଲ ମାଧ୍ୟମରେ ଖର୍ଚ୍ଚ କରିପାରିବେ । ଦେଶର ପ୍ରଥମ ଡିଜିଟାଲ ମୁଦ୍ରା ଯୋଜନାରେ ସାମିଲ ହୋଇଥିବାରୁ ଓଡ଼ିଶାର ମାଆ, ଭଉଣୀ, ଝିଅ ଓ ମହିଳାମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ସୁଭଦ୍ରା ଯୋଜନା ମା ଓ ଭଉଣୀ ମନଙ୍କୁ ସଶକ୍ତ କରୁ , ମା ସୁଭଦ୍ରାଙ୍କ ନିକଟେରେ ଏହାର ମୋର ପ୍ରାର୍ଥନା ।

 

ଭାଇ ଓ ଭଉଣୀମାନେ,

ମୋତେ କୁହାଯାଇଛି ଯେ ସୁଭଦ୍ରା ଯୋଜନାକୁ ଓଡ଼ିଶାର ପ୍ରତ୍ୟେକ ମା, ଭଉଣୀ ଓ ଝିଅଙ୍କ ପାଖରେ ପହଞ୍ଚାଇବା ପାଇଁ ସମଗ୍ର ରାଜ୍ୟରେ ଅନେକ ଯାତ୍ରା ମଧ୍ୟ ବାହାର କରାଯାଉଛି। ମା' ଭଉଣୀମାନଙ୍କୁ ଏ ନେଇ ସଚେତନ କରାଯାଉଛି। ଯୋଜନା ସମ୍ବନ୍ଧୀୟ ସମସ୍ତ ସୂଚନା ଦିଆଯାଉଛି। ଭାରତୀୟ ଜନତା ପାର୍ଟି ଏବଂ ବିଜେପିର ଲକ୍ଷ ଲକ୍ଷ କର୍ମୀ ମଧ୍ୟ ଏହି ସେବା ଅଭିଯାନରେ ଜୋରସୋରରେ ନିୟୋଜିତ ଅଛନ୍ତି । ଏହି ଜନସଚେତନତା ପାଇଁ ମୁଁ ସରକାର, ପ୍ରଶାସନ, ବିଜେପି ବିଧାୟକ, ବିଜେପି ସାଂସଦ ଏବଂ ଲକ୍ଷ ଲକ୍ଷ ବିଜେପି କର୍ମୀଙ୍କୁ ବହୁତ-ବହୁତ ଅଭିନନ୍ଦନ ।

ସାଥୀମାନେ

ଭାରତରେ ମହିଳା ସଶକ୍ତୀକରଣର ଆଉ ଏକ ପ୍ରତିଫଳନ ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଏହି ଯୋଜନା ଯୋଗୁଁ ଏବେ ଛୋଟ ଛୋଟ ଗାଁରେ ମଧ୍ୟ ମହିଳାଙ୍କ ନାମରେ ସମ୍ପତ୍ତିର ନାମକରଣ କରାଯାଉଛି । ଆଜି ସାରା ଦେଶରେ ପ୍ରାୟ ୩୦ ଲକ୍ଷ ପରିବାରକୁ ଗୃହ ନିର୍ମାଣ କରାଯାଇଛି। ତୃତୀୟ ପାଳିରେ ଆମ ସରକାରର ମାତ୍ର କିଛି ମାସ ବିତିଗଲାଣି, ଏତେ କମ୍ ସମୟ ମଧ୍ୟରେ ଆଜି ୧୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ମଧ୍ୟ ମଞ୍ଜୁରୀ ପତ୍ର ପ୍ରଦାନ କରାଯାଇଛି। ୧୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି, ଏହି ଶୁଭ କାର୍ଯ୍ୟ ମଧ୍ୟ ଆମେ ଓଡିଶାର, ମହାପ୍ରଭୁଙ୍କର ଏହି ପବିତ୍ର ଭୂମିରୁ କରିଛୁ, ଏବଂ ଏଥିରେ ଓଡ଼ିଶାର ବହୁ ସଂଖ୍ୟାରେ ଗରିବ ପରିବାର ମଧ୍ୟ ସାମିଲ ଅଛନ୍ତି। ଯେଉଁ ଲକ୍ଷ ଲକ୍ଷ ପରିବାରକୁ ଆଜି ପକ୍କା ଘର ମିଳିଛି କିମ୍ବା ପକ୍କା ଘର ପାଇବା ନିଶ୍ଚିତ ହୋଇଛି, ସେମାନଙ୍କ ପାଇଁ ଏହା ଏକ ନୂଆ ଆରମ୍ଭ ଏବଂ ଜୀବନର ଏକ ଠୋସ୍ ଶୁଭାରମ୍ଭ।

 

ଭାଇ ଓ ଭଉଣୀମାନେ,

ଏଠାକୁ ଆସିବା ପୂର୍ବରୁ ମୁଁ ଆମର ଜଣେ ଆଦିବାସୀ ପରିବାରର ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ତାଙ୍କ ଘରକୁ ଯାଇଥିଲି। ସେହି ପରିବାରକୁ ମଧ୍ୟ ନିଜର ନୂତନ ପିଏମ୍ ବାସଭବନ ମଧ୍ୟ ମିଳିଛି। ସେହି ପରିବାରର ଖୁସି, ସେମାନଙ୍କ ମୁହଁରେ ଥିବା ସନ୍ତୋଷ, ମୁଁ କେବେ ବି ଭୁଲିପାରିବି ନାହିଁ। ସେହି ଆଦିବାସୀ ପରିବାର ମୋତେ ଖୁସିରେ ଖିରି ଖାଇବାକୁ ଦେଲେ ! ଏବଂ ଯେତେବେଳେ ମୁଁ ଖିରୀ ଖାଉଥିଲି ସେତେବେଳେ ମୁଁ ମୋ ମା'ଙ୍କୁ ମନେ ପକାଇବା ସ୍ୱାଭାବିକ ଥିଲା, କାରଣ ଯେତେବେଳେ ମୋ ମା' ଜୀବିତ ଥିଲେ ମୁଁ ସବୁବେଳେ ଜନ୍ମଦିନରେ ମା'ଙ୍କ ଆଶୀର୍ବାଦ ନେବାକୁ ଯାଉଥିଲି, ଏବଂ ମା' ମୋ ପାଟିରେ ଗୁଡ଼ ଖାଇବାକୁ ଦେଉଥିଲେ । ମା’ ତ ନାହାଁନ୍ତି,ଆଜି ଜଣେ ଆଦିବାସୀ ମା' ମୋତେ ଖିର ଖାଇବାକୁ ଦେଇ ଜନ୍ମଦିନରେ ମୋତେ ଆଶୀର୍ବାଦ ଦେଇଛନ୍ତି। ଏହି ଅନୁଭୂତି, ଏହି ଅନୁଭବ ହିଁ ମୋ ଜୀବନର ପୁଞ୍ଜି । ଗାଁ-ଗରିବ, ଦଳିତ, ବଞ୍ଚିତ ଏବଂ ଆଦିବାସୀ ସମାଜର ଜୀବନରେ ଘଟୁଥିବା ଏହି ପରିବର୍ତ୍ତନ ଏବଂ ସେମାନଙ୍କର ଏହି ଖୁସି ମୋତେ ଅଧିକ ପରିଶ୍ରମ କରିବାକୁ ଶକ୍ତି ଦେଇଥାଏ ।

ସାଥୀମାନେ

ଓଡିଶା ନିକଟରେ ସବୁ କିଛି ଅଛି, ଯାହା ଏକ ବିକଶିତ ରାଜ୍ୟ ପାଇଁ ଆବଶ୍ୟକ ହୋଇଥାଏ । ଏଠିକାର ଯୁବବର୍ଗଙ୍କ ପ୍ରତିଭା, ମହିଳାଙ୍କ ସାମର୍ଥ୍ୟ, ପ୍ରାକୃତିକ ସମ୍ପଦ, ଶିଳ୍ପ ପାଇଁ ସୁଯୋଗ, ପର୍ଯ୍ୟଟନର ବିପୁଳ ସମ୍ଭାବନା, ଏଠାରେ କ’ଣ ନାହିଁ ? ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ରରେ ରହି ଓଡ଼ିଶା ଆମ ପାଇଁ ଏକ ବଡ଼ ପ୍ରାଥମିକତା ବୋଲି ଆମେ ପ୍ରମାଣିତ କରିଛୁ। ୧୦ ବର୍ଷ ପୂର୍ବେ କେନ୍ଦ୍ରରୁ ଯେତିକି ଟଙ୍କା ମିଳୁଥିଲା, ଓଡ଼ିଶା ଆଜି ତା'ଠାରୁ ୩ ଗୁଣ ଅଧିକ ଟଙ୍କା ପାଉଛି। ମୁଁ ଖୁସି ଯେ ପୂର୍ବରୁ ଯେଉଁ ଯୋଜନା କାର୍ଯ୍ୟକାରୀ ହେଉନଥିଲା, ଏବେ ତାହା ମଧ୍ୟ ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି। ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶାବାସୀ ଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ସୁବିଧା ମିଳିବ । ଖାଲି ସେତିକି ନୁହେଁ, ଏବେ କେନ୍ଦ୍ର ସରକାର ୭୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ୫ ଲକ୍ଷ ଟଙ୍କାର ଚିକିତ୍ସା ମାଗଣା କରିଛନ୍ତି। ଆପଣଙ୍କ ରୋଜଗାର ଯାହା ହେଉ ନା କାହିଁକି, ଯଦି ଆପଣଙ୍କ ଘରେ ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଅଛନ୍ତି, ସେମାନଙ୍କ ବୟସ ୭୦ ବର୍ଷରୁ ଅଧିକ, ତେବେ ମୋଦୀ ସେମାନଙ୍କ ଚିକିତ୍ସା କୁ ନେଇ ଚିନ୍ତିତ। ଲୋକସଭା ନିର୍ବାଚନ ସମୟରେ ମୋଦି ଆପଣଙ୍କୁ ଏହା ପ୍ରତିଶ୍ରୁତି ଦେଇଥିଲେ ଏବଂ ମୋଦି ଏହାର ଗ୍ୟାରେଣ୍ଟି ପୂରଣ କରିଛନ୍ତି ।

 

ସାଥୀମାନେ

ଦାରିଦ୍ର‌୍ୟ ବିରୋଧରେ ବିଜେପିର ଅଭିଯାନର ସବୁଠାରୁ ବଡ଼ ଲାଭ ଓଡ଼ିଶାରେ ରହୁଥିବା ଦଳିତ, ବଞ୍ଚିତ ଓ ଆଦିବାସୀ ସମାଜକୁ ମିଳିଛି। ଆଦିବାସୀ ସମାଜର କଲ୍ୟାଣ ପାଇଁ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ ହେଉ, ଆଦିବାସୀ ସମାଜକୁ ଜଡ-ଜଙ୍ଗଲ-ଭୂମିର ଅଧିକାର ଦେବା, କଥା ହେଉ, ଆଦିବାସୀ ଯୁବକଯୁବତୀଙ୍କୁ ଶିକ୍ଷା ଓ ରୋଜଗାର ସୁଯୋଗ ଦେବା ହେଉ କିମ୍ବା ଓଡ଼ିଶାର ଜଣେ ଆଦିବାସୀ ମହିଳାଙ୍କୁ ଦେଶର ସମ୍ମାନଜନକ ରାଷ୍ଟ୍ରପତି କରିବା ହେଉ, ଆମେ ପ୍ରଥମ ଥର ପାଇଁ ଏହି ସବୁ କାର୍ଯ୍ୟ କରିଛୁ।

ସାଥୀମାନେ

ଓଡ଼ିଶାରେ ଏମିତି ଅନେକ ଆଦିବାସୀ ଅଞ୍ଚଳ ଥିଲା, ଏମିତି କେତେ ଆଦିବାସୀ ଗୋଷ୍ଠୀ ଅନେକ ପିଢ଼ି ଧରି ବିକାଶରୁ ବଞ୍ଚିତ ହୋଇଥିଲେ। ଏପରିକି ଆଦିବାସୀଙ୍କ ମଧ୍ୟରୁ ଅତି ପଛୁଆ ବର୍ଗଙ୍କ ପାଇଁ କେନ୍ଦ୍ର ସରକାର ପିଏମ୍ ଜନମନ ଯୋଜନା ଆରମ୍ଭ କରିଛନ୍ତି। ଓଡ଼ିଶାରେ ଏଭଳି ୧୩ଟି ଜନଜାତି ଚିହ୍ନଟ ହୋଇଛନ୍ତି। ଜନମନ ଯୋଜନା ଅଧୀନରେ ସରକାର ଏହି ସବୁ ସମିତିକୁ ଉନ୍ନୟନ ମୂଳକ ଯୋଜନାର ଲାଭ ପହଞ୍ଚାଉଛନ୍ତି । ଆଦିବାସୀ ଅଞ୍ଚଳକୁ ସିକେଲ ସେଲ ରକ୍ତହୀନତାରୁ ମୁକ୍ତ କରିବା ପାଇଁ ଏକ ଅଭିଯାନ ମଧ୍ୟ ଚାଲିଛି । ଗତ ୩ ମାସ ମଧ୍ୟରେ ଏହି ଅଭିଯାନ ଅଧୀନରେ ୧୩ ଲକ୍ଷରୁ ଅଧିକ ଲୋକଙ୍କୁ ସ୍କ୍ରିନିଂ କରାଯାଇଛି।

 

ଭାଇ ଓ ଭଉଣୀମାନେ,

ଆଜି ଆମ ଦେଶ ମଧ୍ୟ ପାରମ୍ପରିକ କୌଶଳକୁ ଅଭୂତପୂର୍ବ ଢଙ୍ଗରେ ସଂରକ୍ଷଣ କରିବା ଉପରେ ଗୁରୁତ୍ୱ ଦେଉଛି । ଆମ ପାଖରେ ହଜାର ହଜାର ବର୍ଷ ଧରି କମାର, କୁମ୍ଭାର, ସୁନାକାର, ମୂର୍ତ୍ତିଶିଳ୍ପୀ ଭଳି ଲୋକ କାମ କରୁଛନ୍ତି । ଏଭଳି ୧୮ଟି ଭିନ୍ନ ଭିନ୍ନ ବୃତ୍ତିକୁ ଦୃଷ୍ଟିରେ ରଖି ଗତବର୍ଷ ବିଶ୍ୱକର୍ମା ଦିବସରେ ବିଶ୍ୱକର୍ମା ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନାରେ ସରକାର ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଏଥିରେ ୨୦ ଲକ୍ଷ ଲୋକ ପଞ୍ଜୀକୃତ ହୋଇଛନ୍ତି। ଏହା ଅଧୀନରେ ବିଶ୍ୱକର୍ମା ବନ୍ଧୁମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଅତ୍ୟାଧୁନିକ ଉପକରଣ କିଣିବା ପାଇଁ ହଜାର ହଜାର ଟଙ୍କା ଦିଆଯାଉଛି। ଏଥିସହ ବ୍ୟାଙ୍କରୁ ବିନା ଗ୍ୟାରେଣ୍ଟିରେ ଶସ୍ତା ଋଣ ଦିଆଯାଉଛି। ଗରିବଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷାଠାରୁ ଆରମ୍ଭ କରି ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ପର୍ଯ୍ୟନ୍ତ ଏହି ଗ୍ୟାରେଣ୍ଟି, ସେମାନଙ୍କ ଜୀବନରେ ଆସୁଥିବା ଏହି ପରିବର୍ତ୍ତନ ବିକଶିତ ଭାରତର ପ୍ରକୃତ ଶକ୍ତି ପାଲଟିବ ।

ସାଥୀମାନେ

ଓଡ଼ିଶାରେ ଏତେ ବିଶାଳ ସମୁଦ୍ର କୂଳ ରହିଛି। ଏଠାରେ ବହୁତ ଖଣିଜ ସମ୍ପଦ ଅଛି, ଏତେ ପ୍ରାକୃତିକ ସମ୍ପଦ ଅଛି । ଏହି ସମ୍ବଳଗୁଡ଼ିକୁ ଓଡ଼ିଶାର ସାମର୍ଥ୍ୟ ଅନୁଯାୟୀ ଉପଯୋଗ କରିବାକୁ ହେବ। ଆଗାମୀ ୫ ବର୍ଷ ମଧ୍ୟରେ ସଡ଼କ ଓ ରେଳ ଯୋଗାଯୋଗକ୍ଷେତ୍ରରେ ଓଡ଼ିଶାକୁ ନୂଆ ଶିଖରରେ ପହଞ୍ଚାଇବାକୁ ହେବ। ଆଜି ବି ଏଠାରେ ରେଳ ଓ ସଡ଼କ ସମ୍ବନ୍ଧୀୟ ଅନେକ ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। ଆଜି ଲାଞ୍ଜିଗଡ଼ ରୋଡ୍‌-ଆମ୍ବୋଦଲା-ଡୋଇକାଲୁ ରେଳ ଲାଇନକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବାର ସୌଭାଗ୍ୟ ଲାଭ କରିଛି। ଲକ୍ଷ୍ମୀପୁର ରୋଡ୍‌-ସିଙ୍ଗାରାମ-ଟିକରୀ ରେଳଲାଇନ୍‌କୁ ମଧ୍ୟ ଆଜି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଉଛି। ଏହା ସହ ଢେଙ୍କାନାଳ-ସଦାଶିବପୁର-ହିନ୍ଦୋଳ ରୋଡ୍ ରେଳଲାଇନକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଉଛି। ପାରାଦୀପରୁ ଯୋଗାଯୋଗ ବଢ଼ାଇବା ପାଇଁ ମଧ୍ୟ ଆଜି ଅନେକ କାମ ଆରମ୍ଭ ହୋଇଛି। ମୋତେ ଜୟପୁର-ନବରଙ୍ଗପୁର ନୂଆ ରେଳଲାଇନର ଶିଳାନ୍ୟାସ କରିବାର ସୌଭାଗ୍ୟ ମଧ୍ୟ ମିଳିିଛି। ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଯୁବକମାନଙ୍କ ପାଇଁ ବହୁ ସଂଖ୍ୟକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସେହି ଦିନ ଆଉ ଦୂର ନୁହେଁ ଯେତେବେଳେ ପୁରୀରୁ କୋଣାର୍କ ରେଳଲାଇନର କାମ ମଧ୍ୟ ଦ୍ରୁତ ଗତିରେ ଆରମ୍ଭ ହେବ । ଖୁବ୍ ଶୀଘ୍ର ହାଇଟେକ୍ 'ନମୋ ଭାରତ ରାପିଡ୍ ରେଲ୍‌' ମଧ୍ୟ ଓଡ଼ିଶାକୁ ଉପଲବ୍ଧ ହେବାକୁ ଯାଉଛି। ଏହି ଆଧୁନିକ ଭିତ୍ତିଭୂମି ଓଡ଼ିଶା ପାଇଁ ସମ୍ଭାବନାର ନୂଆ ଦ୍ୱାର ଖୋଲିବ।

 

ସାଥୀମାନେ

ଆଜି ସେପ୍େଟମ୍ବର ୧୭ ରେ ଦେଶ ହାଇଦ୍ରାବାଦ ମୁକ୍ତି ଦିବସ ପାଳନ କରୁଛି । ସ୍ୱାଧୀନତା ପରେ ଆମ ଦେଶ ଯେଉଁ ପରିସ୍ଥିତିରେ ଥିଲା, ବିଦେଶୀ ଶକ୍ତିମାନେ ଦେଶକୁ ଯେପରି ଅନେକ ଭାଗରେ ବିଭକ୍ତ କରିବାକୁ ଚାହୁଁଥିଲେ। ଯେଉଁଭଳି ଭାବେ ସୁଯୋଗବାଦୀମାନେ କ୍ଷମତା ପାଇଁ ଦେଶକୁ ଖଣ୍ଡଖଣ୍ଡ କରିବାକୁ ପ୍ରସ୍ତୁତ ହୋଇଯାଇଥିଲେ । ଏଭଳି ପରିସ୍ଥିତିରେ ସର୍ଦ୍ଦାର ପଟେଲ ସାମ୍ନାକୁ ଆସିଥିଲେ। ଅସାଧାରଣ ଇଚ୍ଛାଶକ୍ତି ଦେଖାଇ ସେ ଦେଶକୁ ଏକଜୁଟ କରିଥିଲେ। ସେପ୍େଟମ୍ବର ୧୭ ତାରିଖରେ ହାଇଦ୍ରାବାଦରେ ଭାରତ ବିରୋଧୀ ମୌଳବାଦୀ ଶକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହାଇଦ୍ରାବାଦକୁ ମୁକ୍ତ କରାଯାଇଥିଲା। ତେଣୁ ହାଇଦ୍ରାବାଦ ମୁକ୍ତି ଦିବସ କେବଳ ଏକ ତାରିଖ ନୁହେଁ। ଏହା ଦେଶର ଅଖଣ୍ଡତା ଏବଂ ଦେଶ ପ୍ରତି ଆମର ଦାୟିତ୍ୱ ପାଇଁ ପ୍ରେରଣା ମଧ୍ୟ ଅଟେ ।

ସାଥୀମାନେ

ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ଦିନରେ ଆମ ଦେଶକୁ ପଛକୁ ଠେଲି ଦେଉଥିବା ଆହ୍ୱାନ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ଆଜି ଯେତେବେଳେ ଆମେ ଗଣପତି ବାପ୍ପାଙ୍କୁ ବିଦାୟ ଦେଉଛୁ, ମୁଁ ଏହା ସହ ଜଡ଼ିତ ଏକ ପ୍ରସଙ୍ଗ ଉଠାଉଛି। ଗଣେଶ ଉତ୍ସବ କେବଳ ଆମ ଦେଶ ପାଇଁ ଆସ୍ଥାର ପର୍ବ ନୁହେଁ । ଗଣେଶ ଉତ୍ସବ ମଧ୍ୟ ଆମ ଦେଶର ସ୍ୱାଧୀନତାରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା । ଯେତେବେଳେ ଇଂରେଜମାନେ କ୍ଷମତା ଲୋଭରେ ଦେଶକୁ ବିଭାଜନ କରିବାରେ ନିୟୋଜିତ ହୋଇଥିଲେ । ଜାତି ନାମରେ ଦେଶକୁ ଲଢ଼େଇ କରାଇବା, ସମାଜକୁ ବିଷାକ୍ତ କରିବା, 'ବିଭାଜନ ଓ ଶାସନ' କରିବା ଇଂରେଜମାନଙ୍କ ଅସ୍ତ୍ର ପାଲଟିଗଲା, ସେତେବେଳେ ଲୋକମାନ୍ୟ ତିଲକ ଗଣେଶ ଉତ୍ସବର ସାର୍ବଜନୀନ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତର ଆତ୍ମାକୁ ଜାଗ୍ରତ କରିଥିଲେ । ଏହି ସବୁ ଉତ୍ଥାନ-ପତନ, ଭେଦଭାବ, ଜାତି ଓ ସଂପ୍ରଦାୟର ଉପରକୁ ଉଠି ଆମ ଧର୍ମ ଆମକୁ ଏକାଠି ହେବାକୁ ଶିଖାଏ, ଗଣେଶ ଉତ୍ସବ ଏହାର ପ୍ରତୀକ ପାଲଟିଗଲା । ଆଜି ବି ଯେତେବେଳେ ଗଣେଶ ଉତ୍ସବ ଅନୁଷ୍ଠିତ ହୁଏ, ସମସ୍ତେ ଏଥିରେ ସାମିଲ ହୁଅନ୍ତି। ଏଥିରେ କୌଣସି ପାର୍ଥକ୍ୟ ନାହିଁ, କୌଣସି ଭେଦ ନାହିଁ, ସମଗ୍ର ସମାଜ ଏକ ଶକ୍ତି ହୋଇ, ଏକ ସାମର୍ଥ୍ୟଶାଳୀ ହୋଇ ଠିଆ ହୋଇଛି ।

 

ଭାଇ ଓ ଭଉଣୀମାନେ,

ସେହି ସମୟରେ ମଧ୍ୟ 'ବିଭାଜନ ଓ ଶାସନ' ନୀତି ଅନୁସରଣ କରୁଥିବା ଇଂରେଜମାନଙ୍କ ଆଖିରେ 'ଗଣେଶ ଉତ୍ସବ' ମଧ୍ୟ ଅସୁବିଧା କରିଥିଲା । ଆଜି ବି ସମାଜକୁ ବିଭାଜନ ଓ ଭାଙ୍ଗିବାରେ ନିୟୋଜିତ କ୍ଷମତାଲୋଭୀ ଲୋକ ଗଣେଶ ପୂଜାର ପାଇଁ ସେମାନଙ୍କୁ ଅସୁବିଧା ହେଉଛି ।ଶିକାର ହେଉଛନ୍ତି। ଆପଣ ନିଶ୍ଚୟ ଦେଖିଥିବେ ଯେ ମୁଁ ଗଣପତି ପୂଜନରେ ଅଂଶଗ୍ରହଣ କରିଥିବାରୁ କଂଗ୍ରେସ ଏବଂ ଏହାର ପରିବେଶ ଗତ କିଛି ଦିନ ଧରି ଉତ୍ତେଜିତ ହୋଇଛନ୍ତି । ଏହାବ୍ୟତୀତ କର୍ଣ୍ଣାଟକରେ, ଯେଉଁଠାରେ ସେମାନେ କ୍ଷମତାରେ ଅଛନ୍ତି, ସେଠାରେ ସେମାନେ ଆହୁରି ବଡ଼ ଅପରାଧ କରିଛନ୍ତି। ଏହି ଲୋକମାନେ ଭଗବାନ ଗଣେଶଙ୍କ ମୂର୍ତ୍ତିକୁ ଜେଲରେ ରଖିଛନ୍ତି । ସେହି ଫଟୋକୁ ନେଇ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିଲା। ଏହି ଘୃଣ୍ୟ ମାନସିକତା, ସମାଜକୁ ବିଷାକ୍ତ କରିବାର ଏହି ମାନସିକତା ଆମ ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ। ତେଣୁ ଏଭଳି ଘୃଣ୍ୟ ଶକ୍ତିକୁ ଆଗକୁ ବଢିବାକୁ ଦେବା ଉଚିତ ନୁହେଁ ।

ସାଥୀମାନେ

ଆମେ ଏକାଠି ବର୍ତ୍ତମାନ ଅନେକ ବଡ ମାଇଲଖୁଣ୍ଟ ହାସଲ କରିବାର ଅଛି । ଆମକୁ ଓଡ଼ିଶାକୁ ଆମ ଦେଶକୁ ସଫଳତାର ନୂଆ ଶୀର୍ଷରେ ପହଞ୍ଚାଇବାକୁ ପଡ଼ିବ। ମୋର ବିଶ୍ୱାସ ଅଛି, ବିକାଶ ଏହି ଗତି ଆଗମୀ ସମୟରୋ ଆହୁରି ତୀବ୍ର ହେବ, ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ମୋ ସହିତ କହୁନ୍ତୁ

ଜୟ ଜଗନ୍ନାଥ !

ଜୟ ଜଗନ୍ନାଥ !

ଜୟ ଜଗନ୍ନାଥ !

ଭାରତ ମାତ କି ଜୟ !

ଭାରତ ମାତ କି ଜୟ !

ବହୁତ- ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 17,000 Violent Incidents To Bastar Olympics: How PM Modi Got The Maoists To Turn In

Media Coverage

From 17,000 Violent Incidents To Bastar Olympics: How PM Modi Got The Maoists To Turn In
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Shri Narendra Modi receives a telephone call from the Amir of Qatar
June 23, 2026
Qatar Amir expresses condolences over the loss of lives of Indian nationals in an accident in Qatar.
PM thanks him and conveys appreciation for prompt medical help to the injured.
The two leaders reaffirm their commitment to ensure the wellbeing and safety of their citizens.
PM conveys appreciation for Qatar’s positive contribution in the peace efforts in West Asia.
The two leaders reaffirm their commitment to expand bilateral cooperation.

Prime Minister Shri Narendra Modi received a telephone call today from the Amir of the State of Qatar, H.H. Sheikh Tamim Bin Hamad Al-Thani.

Qatar Amir expressed condolences over the loss of lives of Indian nationals in an accident at Ras Laffan Industrial City in Qatar on June 21 and conveyed wishes for speedy recovery of those injured.

PM thanked him for his words of sympathy towards affected families and conveyed appreciation for providing prompt medical help to the injured.

The two leaders reaffirmed their commitment to ensure the wellbeing and safety of their citizens and reiterated their support and solidarity with each other.

While discussing the situation in West Asia, PM conveyed appreciation for Qatar’s positive contribution in the peace efforts and expressed hope that they would lead to lasting peace and stability in the region.

The two leaders also reaffirmed their commitment to expand bilateral cooperation in all areas.

They agreed to remain in close touch.