ମା’ କାମାକ୍ଷା ଦିବ୍ୟାଲୋକ ପରିଯୋଜନାର ଶିଳାନ୍ୟାସ
୩୪୦୦ କୋଟିରୁ ଅଧିକ ଟଙ୍କା ଏକାଧିକ ସଡକ ପ୍ରକଳ୍ପ ଉନ୍ନିତକରଣ ଶିଳାନ୍ୟାସ
“ମା’ କାମାକ୍ଷାଙ୍କ ଦର୍ଶନାଭିଳାଷୀଙ୍କ ଆଗମନ ବୃଦ୍ଧି ହେଲେ ଆସାମ ଉତ୍ତର-ପୂର୍ବର ପର୍ଯ୍ୟଟକଙ୍କ ପ୍ରବେଶ ଦ୍ୱାର ପାଲଟିବ
ଆମର ତୀର୍ଥଯାତ୍ରା ମନ୍ଦିର ଓ ଆସ୍ଥାର ସ୍ଥାନ ଆମର ସହସ୍ର ବର୍ଷର ସଭ୍ୟତା ଯାତ୍ରାର ଅଲିଭା ଦାଗ ହୋଇ ରହିଛି
“ଜୀବନ ଧାରଣର ସୁଲଭତା ବର୍ତ୍ତମାନ ସରକାରଙ୍କ ପ୍ରାଥମିକତା”
“ଐତିହାସିକ ମହତ୍ୱ ଥିବା ସ୍ଥାନଗୁଡିକର ବିକାଶ ନିମନ୍ତେ କେନ୍ଦ୍ର ସରକାର ନୂତନ ଯୋଜନା ଆରମ୍ଭ କରିବେ”
“ମୋଦି ଗ୍ୟାରେଣ୍ଟି ଅର୍ଥ ହେଲା ସନ୍ତୋଷର ଗ୍ୟାରେଣ୍ଟି”
“ଚଳିତବର୍ଷ ସରକାର ଭିତ୍ତିଭୂମି ବାବଦ ଏଗାରଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସଂକଳ୍ପ ନେଇଛନ୍ତି”
“ଅହୋରାତ୍ର କାର୍ଯ୍ୟ କରି ମୋଦୀ ଗ୍ୟାରେଣ୍ଟି ଗୁଡିକ ପୂରଣ କରିବାକୁ ସଂକଳ୍ପ ନେଇଛି”
“ପୃଥିବୀରେ ଭାରତକୁ ତୃତୀୟ ବୃହତ ଆର୍ଥିକ ଶକ୍ତି ଓ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଭାରତରେ ପରିଣତ କରିବା ପାଇଁ ଭାରତ ଓ ଭାରତୀୟଙ୍କ ନିମନ୍ତେ ଏକ ସୁଖୀ ଓ ସମୃଦ୍ଧ ଜୀବନ ଦେବାକୁ ଲକ୍ଷ୍ୟ ରଖିଛି
ଗୌହାଟୀର ମୁଖ୍ୟ ପ୍ରକଳ୍ପ ଗୁଡିକ ମଧ୍ୟରେ କ୍ରୀଡା, ଭେଷଜ ଓ ସଂଯୋଗୀକରଣ ଭିତ୍ତିଭୂମି ଅନ୍ତର୍ଭୁକ୍ତ

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

 

ଆସାମର ରାଜ୍ୟପାଳ ଗୁଲାବ ଚନ୍ଦ କଟାରିୟା ଜୀ, ମୁଖ୍ୟମନ୍ତ୍ରୀ ଡଃ. ହିମନ୍ତ ବିସ୍ୱା ସର୍‌ମା ଜୀ, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ସର୍ବାନନ୍ଦ ସୋନୋୱାଲ୍ ଜୀ, ରାମେଶ୍ୱର ତେଲୀ ଜୀ, ଆସାମ ସରକାରଙ୍କ ମନ୍ତ୍ରୀ, ସାଂସଦ ଏବଂ ବିଧାୟକଗଣ, ବିଭିନ୍ନ ପରିଷଦର ମୁଖ୍ୟ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ !

 

ଆପଣ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରୁଛି ।

 

ଆଜି ମୋତେ ପୁଣି ଥରେ ମା କାମାକ୍ଷାଙ୍କ ଆଶୀର୍ବାଦରୁ, ଆସାମର ବିକାଶ ସହ ଜଡିତ ପ୍ରକଳ୍ପ ଗୁଡିକୁ ଆପଣମାନଙ୍କୁ ହସ୍ତାନ୍ତର କରିବାର ସୌଭାଗ୍ୟ ମିଳିଛି । କିଛି ସମୟ ପୂର୍ବରୁ ଏଠାରେ ୧୧ ହଜାର କୋଟି ଟଙ୍କାର ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଥିଲା । ଏହି ସବୁ ପ୍ରକଳ୍ପ, ଆସାମ ଏବଂ ଉତର-ପୂର୍ବ ସହିତ, ଦକ୍ଷିଣ ଏସିଆର ଅନ୍ୟ ଦେଶ ଗୁଡିକ ସହ ଏହି ଅଂଚଳର ସଂଯୋଗୀକରଣକୁ ଆହୁରି ମଜବୁତ କରିବ । ଏହି ପ୍ରକଳ୍ପ ଆସାମରେ ପର୍ଯ୍ୟଟନ କ୍ଷେତ୍ରରେ ନୂତନ ରୋଜଗାର ସୃଷ୍ଟି କରିବ ଏବଂ ଖେଳୁଆଡ ପ୍ରତିଭାମାନଙ୍କୁ ମଧ୍ୟ ନୂତନ ସୁଯୋଗ ପ୍ରଦାନ କରିବ । ଏହା ଚିକିତ୍ସା ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ରୂପରେ ମଧ୍ୟ ଆସାମର ଭୂମିକାକୁ ବୃଦ୍ଧି କରାଇବ । ମୁଁ ଆସାମର, ଉତର-ପୂର୍ବର ମୋର ସମସ୍ତ ପରିବାରବର୍ଗଙ୍କୁ ଏହି ପରିଯୋଜନା ଗୁଡିକ ପାଇଁ ଅନେକ ଅନେକ ଅଭିନନ୍ଦନ ଦେଉଛି । ମୁଁ କାଲି ସଂଧ୍ୟାରେ ଏଠାକୁ ଆସିଲି, ଯେଉଁଭଳି ଭାବରେ ଗୌହାଟୀର ଲୋକମାନେ ରାସ୍ତା ଉପରକୁ ଆସି ସ୍ୱାଗତ ସମ୍ମାନ କଲେ ଏବଂ ପିଲା, ବୃଦ୍ଧ ସମସ୍ତେ ମୋତେ ଆଶୀର୍ବାଦ ଦେଉଥିଲେ । ମୁଁ ଆପଣ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି । ମୁଁ ଟିଭିରେ ଦେଖିଲି ଯେ ଆପଣମାନେ ଲକ୍ଷ ଲକ୍ଷ ଦୀପ ଜଳାଇଛନ୍ତି । ଆପଣମାନଙ୍କର ଏହି ଭଲପାଇବା, ଆପଣମାନଙ୍କ ଏହି ଆପଣାପଣ, ଏହା ମୋର ବହୁତ ବଡ ସମ୍ପଦ ଅଟେ । ଆପଣଙ୍କ ଏହି ସ୍ନେହ, ଆପଣମାନଙ୍କର ଆଶୀର୍ବାଦ ମୋତେ ନିରନ୍ତର ଶକ୍ତି ପ୍ରଦାନ କରିଚାଲିଛି । ମୁଁ ଯେତେ ଆପଣ ସମସ୍ତଙ୍କର କୃତଜ୍ଞତା ଜ୍ଞାପନ କରିବି ସେତିକି କମ ହେବ ।

 

ଭାଇ ଓ ଭଉଣୀମାନେ,

ଗତ କିଛି ଦିନ ଭିତରେ ମୋତେ ଦେଶର ଅନେକ ତୀର୍ଥସ୍ଥାନ ଗୁଡିକୁ ଯାତ୍ରା କରିବାର ସୁଯୋଗ ମିଳିଛି । ଅଯୋଧ୍ୟାରେ ଭବ୍ୟ ଆୟୋଜନ ପରେ ଏବେ ମୁଁ ଏଠାରେ ମା କାମାକ୍ଷାଙ୍କ ଦ୍ୱାରକୁ ଆସିଛି । ଆଜି ମୋତେ ଏଠାରେ ମା କାମାକ୍ଷା ଦିବ୍ୟଲୋକ ପରିଯୋଜନାର ଶିଳାନ୍ୟାସ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ଏହି ଦିବ୍ୟଲୋକର ଯେଉଁ ପରିକଳ୍ପନା ହୋଇଛି, ମୋତେ ଏହା ବିଷୟରେ ସମ୍ପୂର୍ଣ୍ଣ ଭାବେ ଜଣାଇ ଦିଆଯାଇଛି । ଯେତେବେଳେ ଏହାର ନିର୍ମାଣ ସମ୍ପୂର୍ଣ୍ଣ ହେବ, ସେତେବେଳେ ଏହା ଦେଶ ଓ ସାରା ଦୁନିଆରୁ ଆସୁଥିବା ମାଙ୍କ ଭକ୍ତମାନଙ୍କୁ ଆନନ୍ଦରେ ବିଭୋର କରିଦେବ । ମା କାମାକ୍ଷା ଦିବ୍ୟଲୋକ ପରିଯୋଜନା ସମ୍ପୂର୍ଣ୍ଣ ହେବା ପରେ ପ୍ରତ୍ୟେକ ବର୍ଷ ଅଧିକରୁ ଅଧିକ ଶ୍ରଦ୍ଧାଳୁ ଏଠାକୁ ଆସି ଦର୍ଶନ କରିପାରିବେ । ଏବଂ ମୁଁ ଦେଖୁଛି ଯେ ମା କାମାକ୍ଷାଙ୍କ ଦର୍ଶନାର୍ଥୀଙ୍କ ସଂଖ୍ୟା ଯେତିକି ଅଧିକ ବୃଦ୍ଧି ପାଇବ ସେତିକି ହିଁ ପୁରା ଉତର-ପୂର୍ବ ପାଇଁ ଏହା ପର୍ଯ୍ୟଟନର ପ୍ରବେଶ ଦ୍ୱାର ହୋଇଯିବ । ଯିଏ ବି ଏଠାକୁ ଆସିବ, ପୁରା ଉତର-ପୂର୍ବର ପର୍ଯ୍ୟଟନର ବୃଦ୍ଧି ଘଟିବ । ଏକ ପ୍ରକାର ଭାବେ ଏହା ତାହାର ପ୍ରବେଶ ଦ୍ୱାର ହେବାକୁ ଯାଉଛି । ଏତେ ବଡ କାମ ଏହି ଦିବ୍ୟଲୋକ ସାଥୀରେ ଯୋଡି ହୋଇ ଅଛି । ମୁଁ ହିମନ୍ତା ଜୀ ଏବଂ ତାଙ୍କ ସରକାରର ଏହି ଅତିସୁନ୍ଦର ପ୍ରକଳ୍ପର ପ୍ରଶଂସା କରୁଛି ।

 

ବନ୍ଧୁଗଣ,

ଆମର ତୀର୍ଥ, ଆମର ମନ୍ଦିର, ଆମର ଆସ୍ଥାର ସ୍ଥାନ, ଏହା କେବଳ ଦର୍ଶନ କରିବାର ସ୍ଥଳୀ ଅଟେ, ଏମିତି ନୁହେଁ । ଏହା ହଜାର ହଜାର ବର୍ଷର ଆମ ସଭ୍ୟତାର ଯାତ୍ରାର ହଜିନଥିବା ଚିହ୍ନ ସବୁ ଅଟେ । ଭାରତ ପ୍ରତ୍ୟେକ ସଂକଟର ସାମ୍ନା କରି କିପରି ନିଜକୁ ଅଟଳ ରଖିଛି, ତାର ଏହା ମୂକସାକ୍ଷୀ ଅଟେ । ଆମେ ଦେଖିଛେ ଯେ ଗୋଟେ ସମୟରେ ଯେଉଁ ସଂସ୍ଥା ଗୁଡିକ ବହୁତ ସମୃଦ୍ଧ ରହିଥିଲେ, ଆଜି ସେଗୁଡିକର ଭଗ୍ନାବଶେଷ ରହିଯାଇଛି । ଦୁର୍ଭାଗ୍ୟକୁ ସ୍ୱାଧିନତା ପରେ ଯେଉଁମାନେ ଲମ୍ବା ସମୟ ଧରି ଦେଶରେ ସରକାର ଚଳାଉଥିଲେ, ସେମାନେ ଆସ୍ଥାର ଏହି ପବିତ୍ର ସ୍ଥାନ ଗୁଡିକର ମହତ୍ୱ ବୁଝି ପାରିନଥିଲେ । ସେମାନେ ରାଜନୈତିକ ଲାଭ ପାଇଁ ନିଜର ସଂସ୍କୃତି, ନିଜର ଅତୀତକୁ ନେଇ ଲଜ୍ଜିତ ହେବାର ଏକ ଟ୍ରେଣ୍ଡ ସୃଷ୍ଟି କରିଥିଲେ । କୌଣସି ବି ଦେଶ, ନିଜର ଅତୀତକୁ ଏଭଳି ଲିଭାଇ, ଏଭଳି ଭୁଲାଇ, ନିଜର ଚେରକୁ କାଟିକି କେବେ ମଧ୍ୟ ବିକଶିତ ହୋଇପାରିବ ନାହିିଁ । ମୋତେ ସନ୍ତୋଷ ଲାଗୁଛି ଯେ ଗତ ୧୦ ବର୍ଷ ମଧ୍ୟରେ ଏବେ ଭାରତରେ ସ୍ଥିତି ବଦଳି ଯାଇଛି । ବିଜେପିର ଡବଲ୍ ଇଂଜିନ୍ ସରକାର ବିକାଶ ଏବଂ ଐତିହ୍ୟକୁ ନିଜର ନୀତିର ଅଂଶ କରିଦେଇଛି । ଏହାର ପରିଣାମ ଆଜି ଆମେ ଆସାମର ଭିନ୍ନ-ଭିନ୍ନ କୋଣରେ ମଧ୍ୟ ଦେଖୁଛନ୍ତି । ଆସାମରେ ଆସ୍ଥା, ଆଧ୍ୟାତ୍ମ ଏବଂ ଇତିହାସ ସହ ଜଡିତ ସମସ୍ତ ସ୍ଥାନ ଗୁଡିକୁ ଆଧୁନିକ ସଂସାଧନ ଦ୍ୱାରା ସଂଯୋଗ କରାଯାଉଛି । ଐତିହ୍ୟକୁ ଗୁନ୍ଥିବାର ଏହି ଅଭିଯାନ ସହିତ ହିଁ ବିକାଶର ଅଭିଯାନ ମଧ୍ୟ ସେତିକି ବେଗରେ ଚାଲିଛି । ଗତ ୧୦ ବର୍ଷ ମଧ୍ୟରେ ଦେଶରେ ମେଡିକାଲ କଲେଜ୍‌ର ସଂଖ୍ୟା ପାଖାପାଖି ଦ୍ୱିଗୁଣ ହୋଇଯାଇଛି । ଆସାମରେ ମଧ୍ୟ, ବିଜେପି ସରକାର ପୂର୍ବରୁ ୬ଟି ମେଡିକାଲ୍ କଲେଜ୍ ଥିଲା, ଆଜି ୧୨ଟି ମେଡିକାଲ୍ କଲେଜ୍ ଅଛି । ଆସାମ ଆଜି ଉତର-ପୂର୍ବରେ କ୍ୟାନ୍ସରର ଚିକିତ୍ସା ନିମନ୍ତେ ଏକ ବହୁତ ବଡ କେନ୍ଦ୍ର ହେବାରେ ଲାଗିଛି ।

 

ବନ୍ଧୁଗଣ,

ଦେଶବାସୀଙ୍କ ଜୀବନ ସରଳ ହେଉ, ଏହା ଆମ ସରକାରର ପ୍ରାଥମିକତା ରହିଛି । ଆମେ ୪ କୋଟିରୁ ଅଧିକ ଗରିବ ପରିବାରଙ୍କ ନିମନ୍ତେ ପକ୍କା ଗୃହ ନିର୍ମାଣ କରିଛୁ । ଆମେ ଘରେ ଘରେ ଜଳ, ଘରେ ଘରେ ବିଜୁଳି ପହଁଚାଇବାର ଅଭିଯାନ ମଧ୍ୟ ଚଳାଇଛୁ । ଉଜ୍ଜ୍ୱଳା ଯୋଜନା ଆଜି ଆସାମର ଲକ୍ଷ ଲକ୍ଷ ଝିଅ-ଭଉଣୀମାନଙ୍କୁ ଧୂଆଁରୁ ମୁକ୍ତି ଦେଇଛି । ସ୍ୱଚ୍ଛ ଭାରତ ଅଭିଯାନ ଦ୍ୱାରା ହୋଇଥିବା ଶୌଚାଳୟ ଗୁଡିକ ଆସାମର ଲକ୍ଷ ଲକ୍ଷ ଝିଅ-ଭଉଣୀମାନଙ୍କ ସମ୍ମାନର ରକ୍ଷା କରିଛି ।

 

ବନ୍ଧୁଗଣ,

ବିକାଶ ଏବଂ ଐତିହ୍ୟ ଉପରେ ଆମର ଏହି ଗୁରୁତ୍ୱର ସିଧା ଲାଭ ଦେଶର ଯୁବବର୍ଗଙ୍କୁ ହୋଇଛି । ଆଜି ଦେଶରେ ପର୍ଯ୍ୟଟନ ଏବଂ ତୀର୍ଥ ଯାତ୍ରାକୁ ନେଇ ଉତ୍ସାହ ବୃଦ୍ଧି ପାଉଛି । କାଶୀ କରିଡର୍ ନିର୍ମାଣ ହେବା ପରେ, ସେଠାରେ ରେକର୍ଡ ସଂଖ୍ୟାରେ ଶ୍ରଦ୍ଧାଳୁ ପହଁଚୁଛନ୍ତି । ଗତ ଏକ ବର୍ଷରେ ସାଢେ ଆଠ କୋଟି ଲୋକ କାଶୀ ଯାଇଛନ୍ତି । ୫ କୋଟିରୁ ଅଧିକ ଲୋକ ଉଜ୍ଜୈନର ମହାକାଳ ମହାଲୋକଙ୍କ ଦର୍ଶନ କରିଛନ୍ତି । ୧୯ ଲକ୍ଷରୁ ଅଧିକ ଲୋକ କେଦାର ଧାମର ଯାତ୍ରା କରିଛନ୍ତି । ଆଯୋଧ୍ୟା ଧାମରେ ପ୍ରାଣ ପ୍ରତିଷ୍ଠାକୁ ଏବେ କିଛି ଦିନ ମାତ୍ର ହୋଇଛି । ୧୨ ଦିନ ଭିତରେ ହିଁ ଅଯୋଧ୍ୟାରେ ୨୪ ଲକ୍ଷରୁ ଅଧିକ ଲୋକ ଦର୍ଶନ କରି ସାରିଲେଣି । ମା କାମାକ୍ଷା ଦିବ୍ୟଲୋକ ନିର୍ମାଣ ହେବା ପରେ ଏଠାରେ ମଧ୍ୟ ଆମେ ଏଭଳି ଦୃଶ୍ୟ ଦେଖିବାକୁ ପାଇବା ।

 

ବନ୍ଧୁଗଣ,

ଯେତେବେଳେ ତୀର୍ଥ ଯାତ୍ରୀ ଆସନ୍ତି, ଶ୍ରଦ୍ଧାଳୁ ଆସନ୍ତି, ତେବେ ଗରିବରୁ ଗରିବ ମଧ୍ୟ ରୋଜଗାର କରନ୍ତି । ରିକ୍ସାବାଲା ହୁଅନ୍ତୁ, ହୋଟେଲ୍‌ବାଲା ହୁଅନ୍ତୁ, ଠେଲାଗାଡିବାଲା ହୁଅନ୍ତୁ, ସମସ୍ତଙ୍କର ଆମଦାନୀ ବଢେ । ଏଥିପାଇଁ ଏହି ବର୍ଷର ବଜେଟ୍‌ରେ ମଧ୍ୟ ଆମେ ପର୍ଯ୍ୟଟନ ଉପରେ ବହୁତ ଧ୍ୟାନ ଦେଇଛୁ । କେନ୍ଦ୍ରର ବିଜେପି ସରକାର ପର୍ଯ୍ୟଟନ ସହ ଜଡିତ ଐତିହାସିକ ସ୍ଥାନ ଗୁଡିକର ବିକାଶ ନିମନ୍ତେ ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଆସାମରେ, ଉତର-ପୂର୍ବରେ ତ ଏଥିପାଇଁ ଭରପୁର ସମ୍ଭାବନା ରହିଛି । ଏଥିପାଇଁ ବିଜେପି ସରକାର ଉତର-ପୂର୍ବର ବିକାଶ ଉପରେ ବିଶେଷ ଆଗ୍ରହ ଦେଖାଉଛି ।

 

ବନ୍ଧୁଗଣ,

ଗତ ୧୦ ବର୍ଷରେ ଉତର-ପୂର୍ବରେ ରେକର୍ଡ ସଂଖ୍ୟାରେ ପର୍ଯ୍ୟଟକ ଆସିଛନ୍ତି । ଅବଶେଷରେ ଏମିତି କେମିତି ହେଲା ? ଏହି ପର୍ଯ୍ୟଟନର କେନ୍ଦ୍ର, ଉତର-ପୂର୍ବରେ ସୁନ୍ଦର ସ୍ଥାନ ଗୁଡିକ ତ ପ୍ରଥମରୁ ମଧ୍ୟ ଏଠାରେ ଥିଲା । କିନ୍ତୁ ସେତେବେଳେ ଏତେ ପର୍ଯ୍ୟଟକ ଏଠାକୁ ଆସୁନଥିଲେ । ହିଂସାକାଣ୍ଡ ମଧ୍ୟରେ, ସାଧନ-ସଂସାଧନର ଅଭାବ ମଧ୍ୟରେ, ଅଳ୍ପ ସୁବିଧା ମଧ୍ୟରେ, ଅବଶେଷରେ କିଏ ଏଠାକୁ ଆସିବା ପାଇଁ ପସନ୍ଦ କରନ୍ତା ? ଆପଣ ମଧ୍ୟ ଜାଣନ୍ତି ଯେ ୧୦ ବର୍ଷ ପୂର୍ବରୁ ଆସାମ ସମେତ ସମଗ୍ର ଉତର-ପୂର୍ବରେ କଣ ସ୍ଥିତି ଥିଲା । ସମଗ୍ର ଉତର-ପୂର୍ବରେ ରେଳ ଯାତ୍ରା ଏବଂ ବିମାନ ଯାତ୍ରା, ବହୁତ ସିମୀତ ଥିଲା । ସଡକ ଗୁଡିକ ସଂକୀର୍ଣ୍ଣ ବି ଥିଲା ଏବଂ ଖରାପ ମଧ୍ୟ ଥିଲା । ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା-ଆସିବା ତ ଛାଡି ଦିଅ, ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯିବା-ଆସିବାରେ ମଧ୍ୟ କେତେ-କେତେ ଘଂଟା ଲାଗି ଯାଉଥିଲା । ଏହିସବୁ ପରିସ୍ଥିତି ଗୁଡିକୁ ଆଜି ବିଜେପିର ଡବଲ ଇଂଜିନ୍ ସରକାର, ଏନଡିଏ ସରକାର ବଦଳାଇଛନ୍ତି ।

 

ବନ୍ଧୁଗଣ,

ଗତ ୧୦ ବର୍ଷରେ ଆମ ସରକାର ଏଠାରେ ବିକାଶ ଉପରେ ହେଉଥିବା ବ୍ୟୟକୁ ୪ଗୁଣା ବୃଦ୍ଧି କରିଛନ୍ତି । ୨୦୧୪ ପରେ, ରେଳବାଇ ଟ୍ରାକ୍‌ର ଦୂରତ୍ୱକୁ ୧୯୦୦ କିଲୋମିଟର୍‌ରୁ ଅଧିକ ବୃଦ୍ଧି କରାଯାଇଛି । ୨୦୧୪ ପୂର୍ବ ତୁଳନାରେ ରେଳବାଇ ବଜେଟ୍ ପାଖାପାଖି ୪୦୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏବଂ ସେତେବେଳେ ତ ପ୍ରଧାନମନ୍ତ୍ରୀ ଆପଣଙ୍କ ଆସାମରୁ ନିର୍ବାଚିତ ହୋଇ ଯାଉଥିଲେ, ତାଠାରୁ ଅଧିକ କାମ ଏହି ଆପଣଙ୍କ ସାଥୀ କରୁଛି । ୨୦୧୪ ପର୍ଯ୍ୟନ୍ତ ଏଠାରେ ମାତ୍ର ୧୦ ହଜାର କିଲୋମିଟର ଜାତୀୟ ରାଜପଥ ରହିଥିଲା । ଗତ ୧୦ ବର୍ଷ ମଧ୍ୟରେ ଆମେ ୬ ହଜାର କିଲୋମିଟରର ନୂଆ ଜାତୀୟ ରାଜପଥ ନର୍ମାଣ କରିଛୁ । ଆଜି, ଆହୁରି ଦୁଇଟି ନୂଆ ସଡକ ପରିଯୋଜନା ଗୁଡିକର ଉଦ୍‌ଘାଟନ ହୋଇଛି । ଏହାଦ୍ୱାରା ଏବେ ଇଟାନଗର ପର୍ଯ୍ୟନ୍ତ ଯୋଗାଯୋଗ ଆହୁରି ଭଲ ହେବ, ଆପଣ ସମସ୍ତଙ୍କୁ ଅସୁବିଧା କମ ହେବ ।

 

ବନ୍ଧୁଗଣ,

ଆଜି ସମଗ୍ର ଦେଶ କହୁଛି ଯେ ମୋଦୀଙ୍କ ଗ୍ୟାରେନ୍ଟି ଅର୍ଥାତ୍ ଗ୍ୟାରେନ୍ଟି ପୁରା ହେବାର ଗ୍ୟାରେନ୍ଟି । ମୁଁ ଗରବିମାନଙ୍କୁ, ମହିଳାମାନଙ୍କୁ, ଯୁବା ଏବଂ କୃଷକମାନଙ୍କୁ ମୌଳିକ ସୁବିଧା ପ୍ରଦାନ କରିବାର ଗ୍ୟାରେନ୍ଟି ଦେଇଛି । ଆଜି ଏସବୁ ମଧ୍ୟରୁ ଅଧିକତର ଗ୍ୟାରେନ୍ଟି ପୂରଣ ହେଉଛି । ଆମେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାଳରେ ମଧ୍ୟ ଦେଖିଛେ । ଯିଏ ବି ସରକାରୀ ଯୋଜନାରୁ ବଂଚିତ ଥିଲେ, ସେମାନଙ୍କ ପର୍ଯ୍ୟନ୍ତ ପହଁଚିବା ପାଇଁ ମୋଦୀର ଗ୍ୟାରେନ୍ଟି ବାଲା ଗାଡି ପହଁଚି ଯାଇଛି । ସମଗ୍ର ଦେଶରେ ପାଖାପାଖି ୨୦ କୋଟି ଲୋକ ପ୍ରତ୍ୟକ୍ଷ ଭାବେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହୋଇଛନ୍ତି । ବହୁ ସଂଖ୍ୟାରେ ଆସାମର ଲୋକମାନଙ୍କୁ ମଧ୍ୟ ଏହି ଯାତ୍ରାର ଲାଭ ମିଳିଛି ।

 

ବନ୍ଧୁଗଣ,

ବିଜେପିର ଡବଲ ଇଂଜିନ୍ ସରକାର ପ୍ରତି ଲାଭାର୍ଥୀ ପର୍ଯ୍ୟନ୍ତ ପହଁଚିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଟେ । ଆମର ଲକ୍ଷ୍ୟ ହେଉଛି ପ୍ରତି ନାଗରିକର ଜୀବନକୁ ସହଜ କରିବା । ତିନି ଦିନ ତଳେ ଯେଉଁ ବଜେଟ୍ ଆସିଛି ଏହା ସେଥିରେ ପ୍ରତିଫଳିତ ହେଉଛି, ଆସାମକୁ ମଧ୍ୟ ସେଥିରେ ପ୍ରାଧାନ୍ୟ ଦିଆଯାଇଛି । ବଜେଟ୍‌ରେ ସରକାର ଭିତିଭୂମି ଉପରେ ୧୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାର ସଙ୍କଳ୍ପ ନେଇଛନ୍ତି । ଏହା କେତେ ବଡ ରାଶି ଅଟେ, ଏହାର ଅନୁମାନ ଆଉ ଏକ ହିସାବରୁ ଆକଳନ କରାଯାଇପାରେ । ୨୦୧୪ ପୂର୍ବର ୧୦ ବର୍ଷରେ, ଏହି ସଂଖ୍ୟା ମନେ ରଖିବା ମୋ ଭାଇ ଓ ଭଉଣୀମାନେ, ୨୦୧୪ ପୂର୍ବର ୧୦ ବର୍ଷରେ ମୋଟ ୧୨ ଲକ୍ଷ କୋଟି ଟଙ୍କା ଭିତିଭୂମୀର ବଜେଟ୍ ଥିଲା, ୧୦ ବର୍ଷରେ ୧୨ ଲକ୍ଷ କୋଟି । ଅର୍ଥାତ୍ ଯେତିକି ପୂର୍ବର କେନ୍ଦ୍ର ସରକାର ନିଜର ଦଶ ବର୍ଷରେ ଖର୍ଚ୍ଚ କରିଥିଲେ, ପାଖାପାଖି ସେତିକି ପରିମାଣର ଅର୍ଥ ଆମ ସରକାର ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ଖର୍ଚ୍ଚ କରିବାକୁ ଯାଉଛନ୍ତି । ଆପଣ କଳ୍ପନା କରିପାରନ୍ତି ଯେ ଦେଶରେ କେତେ ବଡ ଆକାରରେ ନିର୍ମାଣ କାର୍ଯ୍ୟ ହେବାକୁ ଯାଉଛି । ଏବଂ ଯେତେବେଳେ ଏତେ ବଡ ରାଶି ନିର୍ମାଣ କାର୍ଯ୍ୟରେ ଲାଗିଥାଏ ତାହେଲେ ନୂତନ ରୋଜଗାର ସୃଷ୍ଟି ହୋଇଥାଏ, ଉଦ୍ୟୋଗ ଗୁଡିକୁ ନୂଆ ଗତି ମିଳିଥାଏ ।

 

ବନ୍ଧୁଗଣ,

ଏହି ବଜେଟ୍‌ରେ ଆହୁରି ଏକ ବହୁତ ବଡ ଯୋଜନାର ଘୋଷଣା କରାଯାଇଛି । ଗତ ୧୦ ବର୍ଷରେ ଆମେ ପ୍ରତି ଘର ପର୍ଯ୍ୟନ୍ତ ବିଦ୍ୟୁତ୍ ଶକ୍ତି ପହଁଚାଇବାର ଅଭିଯାନ ଆରମ୍ଭ କରିଥିଲୁ । ଏବେ ଆମେ ବିଦ୍ୟୁତ୍ ବିଲ୍‌, ଆସାମର ଭାଇ ଓ ଭଉଣୀମାନେ ଏବଂ ଦେଶବାସୀ ମଧ୍ୟ, ମୁଁ ମହତ୍ୱପୂର୍ଣ୍ଣ କାର୍ଯ୍ୟ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରୁଛି, ଏବେ ବିଦ୍ୟୁତ୍ ବିଲ୍ ମଧ୍ୟ ଶୂନ୍ୟ କରିବା ପାଇଁ ଆମେ ଆଗକୁ ବଢୁଛୁ । ବଜେଟ୍‌ରେ ସରକାର ରୁଫ୍ ଟପ୍ ସୌରଶକ୍ତିର ବହୁତ ବଡ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଅଧିନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ କୋଟି ପରିବାରଙ୍କୁ ସୌର ରୁଫ୍ ଟପ୍ ସ୍ଥାପନ ନିମନ୍ତେ ସରକାର ସହାୟତା କରିବେ । ଏହାଦ୍ୱାରା ସେମାନଙ୍କର ବିଜୁଳି ବିଲ୍ ମଧ୍ୟ ଶୂନ୍ୟ ହେବ ଏବଂ ଏଥିସହିତ ସାଧାରଣ ପରିବାର ନିଜ ଘରେ ବିଦ୍ୟୁତ୍ ଉତ୍ପାଦନ କରି ଏହାକୁ ବିକ୍ରି କରି ରୋଜଗାର ମଧ୍ୟ କରିପାରିବ ।

 

ବନ୍ଧୁଗଣ,

ମୁଁ ଦେଶର ୨ କୋଟି ଭଉଣୀଙ୍କୁ ଲକ୍ଷପତି କରିବାର ଗ୍ୟାରେନ୍ଟି ଦେଇଥିଲି । ବିଗତ ବର୍ଷ ଗୁଡିକରେ ଯେବେ ମୁଁ ହିସାବ କିତାବ କରିବା ଆରମ୍ଭ କଲି ମୋତେ ପ୍ରାରମ୍ଭିକ ସୂଚନା ମିଳିଲା ଯେ ଏପର୍ଯ୍ୟନ୍ତ ଆମର ୧ କୋଟି ଭଉଣୀ ଲକ୍ଷପତି ଦିଦି ହୋଇସାରିଛନ୍ତି । ଆମରି ଦେଶରେ ସ୍ୱୟଂ ସହାୟକ ଗୋଷ୍ଟୀରେ କାର୍ଯ୍ୟ କରୁଥିବା ୧ କୋଟି ଭଉଣୀ ଯେତେବେଳେ ଲକ୍ଷପତି ଦିଦି ପାଲଟି ଯାଆନ୍ତି ସେତେବେଳେ ଧରା ତଳେ କେତେ ବଡ ପରିବର୍ତନ ଘଟିଥାଏ । ଏବେ ଏହି ବଜେଟ୍‌ରେ ଆମେ ଲକ୍ଷପତି ଦିଦି ତିଆରି କରିବା ଲକ୍ଷ୍ୟକୁ ଆହୁରି ବଢାଇଛୁ । ଏବେ ୨ କୋଟି ପରିବର୍ତେ ୩ କୋଟି ଭଉଣୀଙ୍କୁ ଲକ୍ଷପତି ଦିଦି କରାଯିବ । ଏହାର ଲାଭ ଆସାମର ମୋର ହଜାର ହଜାର-ଲକ୍ଷ ଲକ୍ଷ ଭଉଣୀଙ୍କୁ ମଧ୍ୟ ନିଶ୍ଚିତ ଭାବେ ମିଳିବ । ଏଠି ସ୍ୱୟଂ ସହାୟକ ଗୋଷ୍ଟୀ ସହିତ ସଂଶ୍ଳିଷ୍ଟ ସମସ୍ତ ଭଉଣୀଙ୍କ ନିମନ୍ତେ ସୁଯୋଗ ହିଁ ସୁଯୋଗ ଆସିବାର ଅଛି ଏବଂ ଏତେ ବଡ ସଂଖ୍ୟାରେ ମା ଓ ଭଉଣୀମାନେ ଏଠାକୁ ଆସିଛନ୍ତି, ନିଶ୍ଚିତ ଭାବରେ ସେମାନଙ୍କ ମଧ୍ୟରେ ବି ମୋର ଲକ୍ଷପତି ଦିଦି ମହଜୁଦ୍ ଥିବେ । ଆମ ସରକାର ଏହି ବଜେଟ୍‌ରେ ଅଙ୍ଗନବାଡି ଏବଂ ଆଶା ଭଉଣୀମାନଙ୍କୁ ମଧ୍ୟ ଏବେ ଆୟୁଷ୍ମାନ ଯୋଜନାର ପରିସରକୁ ଆଣିଛନ୍ତି । ଏହାଦ୍ୱାରା ସେମାନଙ୍କୁ ମଧ୍ୟ ଏବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିଯାଇଛି । ଯେତେବେଳେ ଭଉଣୀ ଓ ଝିଅମାନଙ୍କ ଜୀବନ ସହଜ କରାଉଥିବା ସରକାର ଥାଆନ୍ତି, ସେତେବେଳେ ସମ୍ବେଦନଶୀଳତା ସହ କାର୍ଯ୍ୟ ହୋଇଥାଏ ।

 

ଭାଇ ଓ ଭଉଣୀମାନେ,

ମୋଦୀ ଯେଉଁ ଗ୍ୟାରେନ୍ଟି ଥରେ ଦିଏ ତାକୁ ପୂରଣ କରିବା ପାଇଁ ଦିନରାତି ଏକାକାର କରିବାର ସମାର୍ଥ୍ୟ ମଧ୍ୟ ରଖିଥାଏ । ଏଥିପାଇଁ ଆଜି ଉତର-ପୂର୍ବାଂଚଳର ମୋଦୀଙ୍କ ଗ୍ୟାରେନ୍ଟି ଉପରେ ଭରସା ରହିଛି । ଆଜି ଆସାମରେ ଦେଖନ୍ତୁ, ବର୍ଷ ବର୍ଷ ଧରି ଯେଉଁ ଇଲାକା ଗୁଡିକ ଅଶାନ୍ତ ଥିଲା, ଆଜି ସେଠାରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହେଉଛି । ରାଜ୍ୟ ଗୁଡିକ ମଧ୍ୟରେ ସୀମା ବିବାଦର ସମାଧାନ ହେଉଛି । ବିଜେପି ସରକାର ଗଠନ ପରେ ଏଠାରେ ୧୦ରୁ ଅଧିକ ବଡ ଶାନ୍ତି ରାଜିନାମା ସ୍ୱାକ୍ଷରିତ ହୋଇଛି । ଗତ କିଛି ବର୍ଷରେ ଉତର-ପୂର୍ବରେ ହଜାର ହଜାର ଯୁବକ ହିଂସାର ମାର୍ଗ ପରିହାର କରି ବିକାଶର ରାସ୍ତା ଆପଣାଇଛନ୍ତି । ମୁଁ ଅନେକ ବର୍ଷ ପର୍ଯ୍ୟନ୍ତ ଆସାମରେ ମୋ ଦଳର ସଂଗଠନ କାର୍ଯ୍ୟ କରିଛି । ମୁଁ ଏଠାକାର ପ୍ରତି ଇଲାକାରେ ବୁଲିଥିବା ମଣିଷ ଅଟେ ଏବଂ ମୋର ମନେଅଛି ସେହି ସମୟରେ ଯାତାୟାତରେ ଗୋଟିଏ ପ୍ରତିବନ୍ଧକ ଏଇୟା ହେଉଥିଲା ଯେ ରାସ୍ତାରୋକ କାର୍ଯ୍ୟକ୍ରମ, ବନ୍ଦ କାର୍ଯ୍ୟକ୍ରମ ଏବଂ ଗୌହାଟୀ ପର୍ଯ୍ୟନ୍ତ ବୋମା ବିସ୍ଫୋରଣ ଘଟଣା ସବୁ ନିଜ ଆଖିରେ ଦେଖୁଥିଲି । ଆଜି ସେହି ସବୁ ଅତୀତ ପାଲଟି ଯାଇଛି ବନ୍ଧୁଗଣ, ଲୋକ ଶାନ୍ତିରେ ବଂଚୁଛନ୍ତି । ଆସାମରେ ୭ ହଜାରରୁ ଅଧିକ ଯୁବକ ମଧ୍ୟ ଅସ୍ତ୍ର ତ୍ୟାଗ କରିଛନ୍ତି, ଦେଶର ବିକାଶରେ କାନ୍ଧରେ କାନ୍ଧ ମିଶାଇ ଚାଲିବା ସଂକଳ୍ପ ନେଇଛନ୍ତି । ଅନେକ ଜିଲ୍ଲାରେ ଏଏଫ୍‌ଏସ୍‌ପିଏ ହଟାଇ ଦିଆଯାଇଛି । ଯେଉଁ କ୍ଷେତ୍ର ହିଂସା ପ୍ରଭାବିତ ହୋଇ ରହିଥିଲା, ଆଜି ତାହା ନିଜର ଆକାଂକ୍ଷା ଅନୁଯାୟୀ ନିଜର ବିକାଶ କରିଚାଲିଛି ଏବଂ ସରକରା ସେମାନଙ୍କ ସମ୍ପୂର୍ଣ୍ଣ ରୂପେ ସହାୟତା କରୁଛନ୍ତି ।

 

ବନ୍ଧୁଗଣ,

ଛୋଟ ଲକ୍ଷ୍ୟ ନେଇ କୌଣସି ବି ଦେଶ, କୌଣସି ରାଜ୍ୟ ଦ୍ରୁତ ବିକାଶ କରିପାରିବ ନାହିଁ । ବିଗତ ସରକାର ଗୁଡିକ ନା ବଡ ଲକ୍ଷ୍ୟ ସ୍ଥିର କରୁଥିଲେ ନା ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ସେତିକି ପରିଶ୍ରମ କରୁଥିଲେ । ଆମେ ପୂର୍ବର ସରକାର ଗୁଡିକର ଏହି ବିଚାରଧାରାକୁ ମଧ୍ୟ ବଦଳାଇ ଦେଇଛୁ । ମୁଁ ଉତର-ପୂର୍ବକୁ ସେହିଭଳି ବିକଶିତ ହେଉଥିବାର ଦେଖିବାକୁ ପାଉଛି, ଯେମିତି କି ପୂର୍ବ ଏସିଆକୁ  ବିଶ୍ୱ ଦେଖିଥାଏ । ଆଜି ଉତର-ପୂର୍ବ ଦେଇ, ଦକ୍ଷିଣ ଏସିଆ ଓ ପୂର୍ବ ଏସିଆର ସଂଯୋଗର ମଧ୍ୟ ବିସ୍ତାର ହେଉଛି । ଆଜି ଏଠି ଦକ୍ଷିଣ ଏସିଆ ମଧ୍ୟ ଆଂଚଳିକ ଆର୍ଥିକ ସହଯୋଗ, ତାହାର ସହଯୋଗ ଅଧିନରେ ମଧ୍ୟ ଅନେକ ସଡକ ଗୁଡିକୁ ଉନ୍ନିତ କରିବାର କାର୍ଯ୍ୟ ଆରମ୍ଭ ହୋଇଛି । ଆପଣମାନେ କଳ୍ପନା କରନ୍ତୁ, ଯେତେବେଳେ ସଂଯୋଗର ଏଭଳି ସମସ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ, ତାହେଲେ ଏହି ଭାଗ ବ୍ୟବସାୟ ବାଣିଜ୍ୟର କେତେ ବଡ କେନ୍ଦ୍ର ପାଲିଟିବ । ମୁଁ ଜାଣିଛି ଯେ ଆସାମର, ଉତର-ପୂର୍ବର ପ୍ରତିଟି ଯୁବାର ମଧ୍ୟ ଏହା ସ୍ୱପ୍ନ ଯେ ସେ ମଧ୍ୟ ପୂର୍ବ ଏସିଆ ଭଳି ବିକାଶ ଏଠି ଦେଖୁ । ମୁଁ ଆସାମର, ଉତର-ପୂର୍ବର ପ୍ରତ୍ୟେକ ଯୁବକକୁ କହିବାକୁ ଚାହୁଁଛି- ମୋ ଯୁବା ସାଥୀଗଣ, ଆପଣମାନଙ୍କ ସ୍ୱପ୍ନ, ଆପଣମାନଙ୍କ ସ୍ୱପ୍ନ ମୋଦୀର ସଙ୍କଳ୍ପ ଅଟେ । ଏବଂ ଆପଣଙ୍କ ସ୍ୱପ୍ନ ପୂରଣ ହେଉ, ଏଥିପାଇଁ ମୋଦୀ ନିଜ ତରଫରୁ କୌଣସି ପ୍ରୟାସ ବାକି ରଖିବେ ନାହିଁ । ଏବଂ ଏହା ମୋଦୀର ଗ୍ୟାରେନ୍ଟି ଅଟେ ।

ଭାଇ ଓ ଭଉଣୀମାନେ,

ଯାହା ବି କାମ ଆଜି ଏଠି ହେଉଛି, ଏସବୁର ଏକମାତ୍ର ଲକ୍ଷ୍ୟ ରହିଛି । ଲକ୍ଷ୍ୟ ହେଉଛି, ଭାରତ ଏବଂ ଭାରତୀୟମାନଙ୍କ ସୁଖୀ ଓ ସମୃଦ୍ଧ ଜୀବନ । ଲକ୍ଷ୍ୟ ହେଉଛି, ଭାରତକୁ ବିଶ୍ୱର ତୃତୀୟ ସର୍ବବୃହତ ଆର୍ଥିକ ଶକ୍ତିରେ ପରିଣତ କରିବା । ଲକ୍ଷ୍ୟ ହେଉଛି, ୨୦୪୭ ପର୍ଯ୍ୟନ୍ତ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା । ଏଥିରେ ଆସାମର, ଉତର-ପୂର୍ବର ବହୁତ ବଡ ଭୂମିକା ରହିଛି । ପୁଣିଥରେ ଆପଣ ସମସ୍ତଙ୍କୁ ଏହି ବିକାଶ ପ୍ରକଳ୍ପ ଗୁଡିକ ପାଇଁ ଅନେକ ଅନେକ ଅଭିନନ୍ଦନ । ଏବଂ ଏବେ ତ ମା କାମାକ୍ଷାଙ୍କ ଆଶୀର୍ବାଦ ବହୁତ ବୃଦ୍ଧି ପାଇବାକୁ ଯାଉଛି, ବଢିବାକୁ ଯାଉଛି । ଏବଂ ଏଥିପାଇଁ ବନ୍ଧୁଗଣ ମୁଁ ଭବ୍ୟ, ଦିବ୍ୟ ଆସାମର ଛବି ସାକାର ହେଉଥିବାର ଦେଖିପାରୁଛି । ଆପଣମାନଙ୍କ ସ୍ୱପ୍ନ ପୂରଣ ହେବ, ଏହା ମୁଁ ନିଜ ଆଖିରେ ଦେଖିବି, ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଉଛି । ପୁଣିଥରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ । ଦୁଇ ହାତ ଉପରକୁ ଟେକି ମୋ ସାଥୀରେ କୁହନ୍ତୁ ଭାରତ ମାତା କୀ ଜୟ ! ଭାରତ ମାତା କୀ ଜୟ ! ଭାରତ ମାତା କୀ ଜୟ ! ଭାରତ ମାତା କୀ ଜୟ !

ବହୁତ ବହୁତ ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s electronics exports up 11.62% to $5.09 billion in May

Media Coverage

India’s electronics exports up 11.62% to $5.09 billion in May
NM on the go

Nm on the go

Always be the first to hear from the PM. Get the App Now!
...
PM Modi highlights India's defence transformation over the last decade
June 17, 2026

The Prime Minister, Shri Narendra Modi has highlighted the significant transformation witnessed in India’s defence capabilities over the last decade.

Shri Modi said that India’s defence capabilities have undergone a major transformation, guided by the vision of self-reliance and powered by innovation, technology and indigenous manufacturing.

The Prime Minister noted that the progress made in the defence sector over the last 12 years reflects India’s growing focus on strengthening national security through self-reliance.

The Prime Minister further stated that India has strengthened its defence capabilities across air, land and sea, advanced indigenous technologies and built a stronger foundation for self-reliance and national security.

The Prime Minister wrote on X;

“India’s defence capabilities have witnessed significant transformation over the last decade, guided by the vision of self-reliance and powered by innovation, technology and indigenous manufacturing.

This thread gives a glimpse of the strides India has made in the defence sector over the last 12 years.

#12YearsOfSurakshitBharat”

“This thread explains how India has strengthened its defence capabilities across air, land and sea, advanced indigenous technologies and built a stronger foundation for self-reliance and national security.

#12YearsOfSurakshitBharat”