ପୁରୁଲିଆର ରଘୁନାଥପୁର ଠାରେ ଥିବା ରଘୁନାଥପୁର ଥର୍ମାଲ ପାୱାର ଷ୍ଟେସନ ଫେଜ୍ -୨ (୨ x ୬୬୦ ମେଗାୱାଟ୍‌)ର ଶିଳାନ୍ୟାସ
ମେଜିଆ ଥର୍ମାଲ ପାୱାର ଷ୍ଟେସନର ୟୁନିଟ ୭ ଓ ୮ର ଫ୍ଲୁ ଗ୍ୟାସ ଡିସଲ୍ଫରାଇଜେସନ୍ (ଏଫ୍‌ଜିଡି) ବ୍ୟବସ୍ଥାର ଉଦଘାଟନ
୧୨ ନମ୍ବର ଜାତୀୟ ରାଜପଥର ଫରାକ୍କା - ରାୟଗଞ୍ଜ ସେକ୍ସନର ୪ ଲେନ୍ ନିର୍ମାଣ ପାଇଁ ରାସ୍ତା ପ୍ରକଳ୍ପ ଉଦ୍‌ଘାଟିତ
ପଶ୍ଚିମବଙ୍ଗରେ ୯୪୦ କୋଟିରୁ ଅଧିକ ମୂଲ୍ୟର ୪ଟି ରେଳ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ
ପଶ୍ଚିମବଙ୍ଗ ଯେପରି ତା'ର ବର୍ତ୍ତମାନ ଏବଂ ଭବିଷ୍ୟତର ବିଦ୍ୟୁତ୍ ଆବଶ୍ୟକତା ପାଇଁ ଆତ୍ମନିର୍ଭରଶୀଳ ହେବ, ତାହା ହେଉଛି ଆମର ପ୍ରୟାସ
"ପଶ୍ଚିମବଙ୍ଗ ଦେଶ ଏବଂ ଅନେକ ପୂର୍ବ ରାଜ୍ୟ ପାଇଁ ପୂର୍ବ ଦ୍ୱାର ଭାବରେ କାର୍ଯ୍ୟ କରେ’
ସଡ଼କ ପଥ, ରେଳବାଇ, ବିମାନ ଚଳାଚଳ ଏବଂ ଜଳପଥର ଆଧୁନିକ ଭିତ୍ତିଭୂମି ପାଇଁ ସରକାର କାର୍ଯ୍ୟ କରୁଛନ୍ତି

ପଶ୍ଚିମବଙ୍ଗର ରାଜ୍ୟପାଳ ସିଭି ଆନନ୍ଦବୋଷ ଜୀ, ମୋକ୍ୟାବିନେଟ ସହଯୋଗୀ ଶାନ୍ତନୁ ଠାକୁର ଜୀ, ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଜୀ, ସଂସଦରେ ମୋର ସହଯୋଗୀ ଶୁଭେନ୍ଦୁ ଅଧିକାରୀଜୀ, ଜଗନ୍ନାଥ ସରକାରଜୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ଭଦ୍ରବ୍ୟକ୍ତିମାନେ!

 

ଆଜି ଆମେ ପଶ୍ଚିମବଙ୍ଗକୁ ଏକ ବିକଶିତ ରାଜ୍ୟ ରେ ପରିଣତ କରିବା ଦିଗରେ ଆଉ ଏକ ପଦକ୍ଷେପ ନେଉଛୁ । ଗତକାଲି ମୁଁ ବଙ୍ଗଳାର ସେବା କରିବା ପାଇଁ ଆରାମବାଗରେ ଉପସ୍ଥିତ ଥିଲି । ସେଠାରୁ ପ୍ରାୟ ୭ ହଜାର କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲି। ସେଥିମଧ୍ୟରୁ ରେଳବାଇ, ବନ୍ଦର, ପେଟ୍ରୋଲିୟମ ସମ୍ବନ୍ଧୀୟ ଅନେକ ବଡ଼ ଯୋଜନା ଥିଲା। ଆଉ ଆଜି ପୁଣି ଥରେ ମୋତେ ପ୍ରାୟ ୧୫ ହଜାର କୋଟି ଟଙ୍କାର ଏହାର ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିବାର ସୌଭାଗ୍ୟ ମିଳିଛି । ବିଜୁଳି, ସଡ଼କ ଓ ରେଳର ଉନ୍ନତ ସୁବିଧା ମୋର ଭାଇ ଭଉଣୀଙ୍କ ଜୀବନକୁ ସହଜ କରିବ । ଏହି ଉନ୍ନୟନମୂଳକ କାର୍ଯ୍ୟ ପଶ୍ଚିମବଙ୍ଗର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବ । ଏହାଦ୍ୱାରା ଯୁବପିଢ଼ିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ଅବସରରେ ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଶୁଭେଚ୍ଛା ଜଣାଉଛି ।

 

ସାଥୀମାନେ

ଆଧୁନିକ ଯୁଗରେ ବିକାଶର ଗାଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ବିଜୁଳିର ଅତ୍ୟନ୍ତ ଆବଶ୍ୟକତା ରହିଛି। କୌଣସି ରାଜ୍ୟର ଶିଳ୍ପ ହେଉ, ଆଧୁନିକ ରେଳ ସୁବିଧା ହେଉ କିମ୍ବା ଆଧୁନିକ ଜ୍ଞାନକୌଶଳ ସହ ଜଡ଼ିତ ଆମର ଦୈନନ୍ଦିନ ଜୀବନ ହେଉ, ବିଜୁଳି ଅଭାବରେ କୌଣସି ରାଜ୍ୟ କିମ୍ବା କୌଣସି ଦେଶର ବିକାଶ ହୋଇପାରିବ ନାହିଁ। ତେଣୁ ପଶ୍ଚିମବଙ୍ଗକୁ ବର୍ତ୍ତମାନ ଓ ଭବିଷ୍ୟତର ଶକ୍ତି ଆବଶ୍ୟକତା ରେ ଆତ୍ମନିର୍ଭରଶୀଳ କରିବାକୁ ଆମର ପ୍ରୟାସ। ଆଜି ଦାମୋଦର ଉପତ୍ୟକା ନିଗମ ଅଧୀନ ରଘୁନାଥପୁର ଥର୍ମାଲ ପାୱାର ଷ୍ଟେସନ-ଫେଜ୍-୨ ପ୍ରକଳ୍ପର ଶିଳାନ୍ୟାସ ଏ ଦିଗରେ ଏକ ବଡ଼ ପଦକ୍ଷେପ। ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟରେ ୧୧ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ହେବ। ଏହା କେବଳ ରାଜ୍ୟର ଶକ୍ତି ଆବଶ୍ୟକତାକୁ ପୂରଣ କରିବ ନାହିଁ ବରଂ ଆଖପାଖ ଅଞ୍ଚଳର ଅର୍ଥନୈତିକ ବିକାଶକୁ ମଧ୍ୟ ତ୍ୱରାନ୍ୱିତ କରିବ । ଆଜି ଏହି ଥର୍ମାଲ ପାୱାର ପ୍ଲାଣ୍ଟର ଶିଳାନ୍ୟାସ ସହ ମୁଁ ମେଜିଆ ଥର୍ମାଲ ପାୱାର ଷ୍ଟେସନର ଏଫଜିଡି ବ୍ୟବସ୍ଥାର ଉଦଘାଟନ କରିଛି। ଏହି ଏଫ୍ ଜିଡି ବ୍ୟବସ୍ଥା ପରିବେଶ ଠାରୁ ନେଇ ଭାରତର ଗମ୍ଭୀରତାର ପ୍ରତୀକ ଅଟେ। ଏହା ଦ୍ୱାରା ଏହି ଅଞ୍ଚଳରେ ପ୍ରଦୂଷଣ ହ୍ରାସ କରିବାରେ ବହୁତ ବଡ଼ ସାହାଯ୍ୟ ମିଳିବ।

 

ସାଥୀମାନେ

ପଶ୍ଚିମବଙ୍ଗ ହେଉଛି ଆମ ଦେଶର, ଦେଶର ଅନେକ ରାଜ୍ୟ ପାଇଁ ପୂର୍ବ ପ୍ରବେଶ ପଥର କାର୍ଯ୍ୟ କରିଥାଏ। ପୂର୍ବ ଦିଗରେ ପ୍ରଗତିର ପ୍ରଚୁର ସମ୍ଭାବନା ଏହି ଦ୍ୱାର ଦେଇ ପ୍ରବେଶ କରିପାରିବ । ସେଥିପାଇଁ ଆମ ସରକାର ପଶ୍ଚିମବଙ୍ଗରେ ସଡ଼କ ପଥ, ରେଳପଥ, ବିମାନ ଚଳାଚଳ ଏବଂ ଜଳପଥର ଆଧୁନିକ ସଂଯୋଗ ପାଇଁ କାର୍ଯ୍ୟ କରୁଛନ୍ତି। ଆଜି ମଧ୍ୟ ମୁଁ ଫରାକ୍କାରୁ ରାୟଗଞ୍ଜ ମଧ୍ୟରେ ଜାତୀୟ ରାଜପଥ ୧୨ର ଉଦଘାଟନ କରିଛି, ଜାତୀୟ ରାଜପଥ ୧୨ର ଉଦଘାଟନ କରିଛି। ଏଥିରେ ପାଖାପାଖି ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ରାଜପଥ ପଶ୍ଚିମବଙ୍ଗବାସୀଙ୍କ ଯାତାୟତରେ ଗତି ବଢ଼ାଇବ। ଫରାକ୍କାରୁ ରାୟଗଞ୍ଜ ପର୍ଯ୍ୟନ୍ତ ସମଗ୍ର ଯାତ୍ରା ୪ ଘଣ୍ଟାରୁ ଅଧାକୁ ହ୍ରାସ ପାଇବ। ଏହାଦ୍ୱାରା କାଳିଆଛକ, ସୁଜାପୁର, ମାଲଦା ଟାଉନ ଆଦି ସହରାଞ୍ଚଳରେ ଟ୍ରାଫିକ ସ୍ଥିତିରେ ସୁଧାର ଆସିବ। ପରିବହନର ବେଗ ବଢ଼ିଲେ ଶିଳ୍ପ ଗତିବିଧି ମଧ୍ୟ ବୃଦ୍ଧି ପାଇବ। ଏହାଦ୍ୱାରା ଅଞ୍ଚଳର ଚାଷୀ ମାନେ ମଧ୍ୟ ଉପକୃତ ହେବେ ।

 

ସାଥୀମାନେ,

ଭିତ୍ତିଭୂମି ଦୃଷ୍ଟିକୋଣରୁ ରେଳବାଇ ହେଉଛି ପଶ୍ଚିମବଙ୍ଗର ଗୌରବମୟ ଇତିହାସର ଏକ ଅଂଶ। କିନ୍ତୁ ସ୍ୱାଧୀନତା ପରେ ବଙ୍ଗଳା ଇତିହାସରେ ଯେଉଁ ଅଗ୍ରଣୀ ସ୍ଥାନ ହାସଲ କରିଥିଲା, ତାହା ଠିକ୍ ଭାବେ ଆଗେଇ ପାରିନଥିଲା। ଏହି କାରଣରୁ ସବୁ ସମ୍ଭାବନା ସତ୍ତ୍ୱେ ବେଙ୍ଗଲ ପଛରେ ପଡ଼ିଚାଲିଛି। ଗତ ୧୦ ବର୍ଷ ମଧ୍ୟରେ ଆମେ ସେହି ବ୍ୟବଧାନକୁ ପୂରଣ କରିବା ପାଇଁ ରେଳ ଭିତ୍ତିଭୂମି ଉପରେ ଅଧିକ ଗୁରୁତ୍ୱ ଦେଇଛୁ । ଆଜି ଆମ ସରକାର ବଙ୍ଗଳାର ରେଳ ଭିତ୍ତିଭୂମି ପାଇଁ ଦୁଇଗୁଣାରୁ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି। ଆଜି ବି ମୁଁ ଭାରତ ସରକାରଙ୍କ ୪-୪ଟି ରେଳ ପ୍ରକଳ୍ପକୁ ବଙ୍ଗଳାକୁ ସମର୍ପିତ କରିବାକୁ ଆସିଛି। ଏହି ସବୁ ଉନ୍ନୟନମୂଳକ କାର୍ଯ୍ୟ ଆମର ଆଧୁନିକ ଓ ବିକଶିତ ବଙ୍ଗଳାର ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ମୁଁ ଏହି ସମାରୋହରେ ଆପଣଙ୍କର ଅଧିକ ସମୟ ନେବାକୁ ଚାହୁଁନାହିଁ, କାରଣ ବଙ୍ଗଳାର ବହୁ ସଂଖ୍ୟକ ଲୋକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ବାହାରେ ବସିଛନ୍ତି, ସେମାନେ ମୋପାଇଁ ଅପେକ୍ଷା କରିଛନ୍ତି, ଏବଂ ମୁଁ ସେଠାରେ ଖୋଲା ମନରେ ବହୁତ କିଛି କହିବାକୁ ଚାହୁଁଛି । ତେଣୁ ମୁଁ ଯଦି ସେଠାକୁ ଯାଇ ସମସ୍ତ କଥା ବୁଝାଇ ପାରିବି ତେବେ ଭଲ ହେବ। ଏଠିକାର ପାଇଁ ଏତିକି ଯଥେଷ୍ଟ। ପୁଣି ଥରେ ମୁଁ ଆପଣ ସମସ୍ତଙ୍କୁ ଏହି ସବୁ ପ୍ରକଳ୍ପ ପାଇଁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s contribution to BRICS: Nari Shakti moves from promise to delivery

Media Coverage

India’s contribution to BRICS: Nari Shakti moves from promise to delivery
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the President of Iran
June 30, 2026
President Pezeshkian briefs PM on the recent developments in West Asia.
PM welcomes the understanding reached and reiterates the need for continued efforts for lasting peace and stability.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the recent developments in West Asia and the way forward.

Prime Minister welcomed the understanding reached, and reiterated India’s consistent position that all issues must be resolved through dialogue and diplomacy.

Prime Minister reiterated the need for continued efforts to ensure lasting peace and stability in the region, and for safeguarding freedom of navigation and commerce.