ଇଣ୍ଡିଆନ ଅଏଲର ୫୧୮ କିଲୋମିଟର ହଳଦିଆ - ବାରାଉଣି ଅଶୋଧିତ ତୈଳ ପାଇପଲାଇନ ଉଦ୍‌ଘାଟିତ
ଖଡ଼ଗପୁରର ବିଦ୍ୟାସାଗର ଇଣ୍ଡଷ୍ଟ୍ରିଆଲ ପାର୍କରେ ୧୨୦ ଟିଏମଟିପିଏ କ୍ଷମତା ବିଶିଷ୍ଟ ଇଣ୍ଡିଆନ ଅଏଲର ଏଲପିଜି ବଟଲିଂ ପ୍ଲାଣ୍ଟ ଉଦ୍‌ଘାଟିତ
କୋଲକାତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରରେ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ
ପ୍ରାୟ ୨୬୮୦ କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ
ପଶ୍ଚିମବଙ୍ଗରେ ବର୍ଜ୍ୟଜଳ ବିଶୋଧନ ଏବଂ ସ୍ୱେରେଜ୍ ସମ୍ବନ୍ଧୀୟ ତିନୋଟି ପ୍ରକଳ୍ପର ଉଦଘାଟନ
ଏକବିଂଶ ଶତାବ୍ଦୀର ଭାରତ ଦ୍ରୁତ ଗତିରେ ଅଗ୍ରଗତି କରୁଛି । ଆମେ ସମସ୍ତେ ମିଶି ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ କରିବାକୁ ଲକ୍ଷ୍ୟ ରଖିଛେ
ପଶ୍ଚିମବଙ୍ଗରେ ରେଳବାଇର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ଦେଶର ଅନ୍ୟାନ୍ୟ ସ୍ଥାନ ଭଳି ଦ୍ରୁତ ଗତିରେ ପ୍ରୟାସ କରୁଛନ୍ତି
ପରିବେଶ ସହ ସମନ୍ୱୟ ରକ୍ଷା କରି କିପରି ବିକାଶ କରାଯାଇପାରିବ ତାହା ଭାରତ ବିଶ୍ୱକୁ ଦେଖାଇ ଦେଇଛି
"ରାଜ୍ୟରେ ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ ହେଲେ ନିଯୁକ୍ତି ପାଇଁ ଏକାଧିକ ବାଟ ଖୋଲିଥାଏ"

ତାରକେଶ୍ୱର ମହାଦେବ କି ଜୟ!

ତାରକ ବମ୍ ! ବୋଲ ବମ୍ !

ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଶାନ୍ତନୁ ଠାକୁରଜୀ, ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଜୀ, ସାଂସଦ ଅପରୁପା ପୋଦ୍ଦାର ଜୀ, ସୁକାନ୍ତ ମଜୁମଦାର ଜୀ, ସୌମିତ୍ର ଖାନ୍ ଜୀ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ଭଦ୍ରଲୋକମାନେ!

ଏକବିଂଶ ଶତାବ୍ଦୀର ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି । ଆମେ ସମସ୍ତେ ମିଶି ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ହାସଲ କରିବାର ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରିଛୁ । ଦେଶର ଗରିବ, କୃଷକ, ମହିଳା ଓ ଯୁବବର୍ଗ କଲ୍ୟାଣ ଆମ ଦେଶ ପାଇଁ ସର୍ବୋଚ୍ଚ ପ୍ରାଥମିକତା। ଆମେ କ୍ରମାଗତ ଭାବରେ ସେମାନଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେଇଛୁ ଏବଂ ଏହାର ସକାରାତ୍ମକ ଫଳାଫଳ ଆଜି ବିଶ୍ୱ ଦେଖୁଛି। ଗତ ୧୦ ବର୍ଷରେ ଦେଶର ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟମୁକ୍ତ କରାଯାଇଛି। ଏହା ଦର୍ଶାଉଛି ଯେ ଆମ ସରକାରଙ୍କ ଦିଗ ସଠିକ ରହିଛି, ସଠିକ ରହିଛି, ସଠିକ ରହିଛି ଏବଂ ତାହାର ମୂଳ କାରଣ ହେଉଛି ସ୍ବଚ୍ଛତା।

 

ସାଥୀମାନେ,

ଆଜି ପଶ୍ଚିମବଙ୍ଗର ବିକାଶ ପାଇଁ ୭୦୦୦ କୋଟି ରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି । ଏଥିରେ ରେଳ, ବନ୍ଦର, ପେଟ୍ରୋଲିୟମ୍ ଏବଂ ଜଳବିଦ୍ୟୁତ୍ ସହିତ ଜଡ଼ିତ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଆମର ପ୍ରୟାସ ହେଉଛି ଯେ ପଶ୍ଚିମବଙ୍ଗରେ ରେଳବାଇର ଆଧୁନିକୀକରଣ ସେହି ବେଗରେ ହେଉ, ଯେପରି ଦେଶର ଅନ୍ୟାନ୍ୟ ଅଞ୍ଚଳରେ ହେଉଛି। ଆଜି ଯେଉଁ ପ୍ରକଳ୍ପର ଲୋକାର୍ପଣ ହୋଇଛି, ସେଥରେ ଝାରଗ୍ରାମ-ସାଲଗାଝରି ତୃତୀୟ ଲାଇନ୍ ରେଳ ପରିବହନରେ ଉଲ୍ଲେଖନୀୟ ଉନ୍ନତି ଆଣିବ, ଏହି ଅଞ୍ଚଳରେ ଶିଳ୍ପ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ହେବ। ପ୍ରୋତ୍ସାହିତ କରିବ। ଏହାବ୍ୟତୀତ ସୋଣ୍ଡାଲିଆ-ଚମ୍ପାପୁକୁର ଏବଂ ଡାନକୁନି-ଭଟ୍ଟନଗର-ବାଲିକୁରି ରେଳ ପଥ ଏହା ଉପରେ ଦୋହରୀକରଣ ମଧ୍ୟ କରାଯାଇଛି। ଏହା ଦ୍ବାରା ଏହି ରୁଟରେ ଟ୍ରେନର ସମ୍ପ୍ରଦାରଣ ଉନ୍ନତ ହେବ। ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର ର ସମ୍ପ୍ରସାରଣ ଏବଂ ତିନିଟି ଆନୁଷଙ୍ଗିକ ଯୋଜନାର ସମ୍ପ୍ରସାରଣ କରାଯାଉଛି। ଏହା ଉପରେ ମଧ୍ୟ କେନ୍ଦ୍ର ସରକାର ୧୦୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗ କରିବାକୁ ଯାଉଛି।

ସାଥୀମାନେ,

ପରିବେଶ ସଂରକ୍ଷଣ ସହିତ ବିକାଶ କିପରି ସମନ୍ୱିତ ହୋଇପାରିବ ତାହା ଭାରତ ବିଶ୍ୱକୁ ଦେଖାଇଦେଇଛି । ଏହାର ଏକ ପ୍ରମୁଖ ଉଦାହରଣ ହେଉଛି ହଳଦିଆରୁ ବରୁଣୀ ପର୍ଯ୍ୟନ୍ତ ୫୦୦ କିଲୋମିଟରରୁ ଅଧିକ ଲମ୍ବା ଅଶୋଧିତ ତୈଳ ପାଇପଲାଇନ ଏହା ଉଦାହରଣ ଅଟେ। ଏହା ମାଧ୍ୟମରେ ଅଶୋଧିତ ତୈଳକୁ ୪ଟି ରାଜ୍ୟଗୁଡ଼ିକ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ବାଟ ଦେଇ ତିନୋଟି ଭିନ୍ନ ଭିନ୍ନ ବିଶୋଧନାଗାରକୁ ପରିବହନ କରିବ। ପଶ୍ଚିମ ମେଦିନୀପୁରରେ ଆଜି ଏଲପିଜି ବଟଲିଂ ପ୍ଲାଣ୍ଟ ଉଦ୍ ଘାଟନ ହେବା ଦ୍ୱାରା ଏହାର ଲାଭ ୭ଟି ଜିଲ୍ଲାକୁ ହେବ। ଏହାଦ୍ବାରା ଏଲପିଜିର ଆବଶ୍ୟକତା ପୂରଣ ହେବାରେ ସାହାଯ୍ୟ ମିଳିବ ଏବଂ ଏହା ସହିତ ଯୁବପିଢ଼ିଙ୍କୁ ଅନେକ ସୁଯୋଗ ମିଳିବ। ଆବଶ୍ୟକତା ପୂରଣ ହେବାରେ ସାହାଯ୍ୟ ମିଳିବ ଏବଂ ଏହା ସହିତ ଯୁବପିଢ଼ିଙ୍କୁ ଅନେକ ସୁଯୋଗ ମିଳିବ। ଆଜି ହୁଗୁଳୀ ନଦୀର ପ୍ରଦୂଷଣ କମ କରିବା ଉଦ୍ଦେଶ୍ୟରେ ଏକ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଆରମ୍ଭ କରାଯାଇଛି, ଯାହା ଦ୍ୱାରା ହାୱଡ଼ା, କାମାରହାଟି ଏବଂ ବାରାନଗର ଭଳି ଅଞ୍ଚଳରେ ରହୁଥିବା ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ।

 

ସାଥୀମାନେ,

ଯେତେବେଳେ କୌଣସି ରାଜ୍ୟରେ ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ ହୁଏ, ଏହା ସ୍ଥାନୀୟ ଜନସାଧାରଣଙ୍କ ପାଇଁ ପ୍ରଗତିର ଅନେକ ମାର୍ଗ ପ୍ରଶସ୍ତ କରିଥାଏ । ଚଳିତ ବର୍ଷ ଭାରତ ସରକାର ପଶ୍ଚିମବଙ୍ଗରେ ରେଳବାଇର ବିକାଶ ପାଇଁ ୧୩,୦୦୦ କୋଟି ଟଙ୍କାରୁ ଅଧିକ ବଜେଟ୍ ଆବଣ୍ଟନ କରିଛନ୍ତି, ଯାହା କି ୨୦୧୪ ପୂର୍ବ ତୁଳନାରେ ୩ ଗୁଣ ଅଧିକ। ଆମର ଉଦ୍ଦେଶ୍ୟ ହେଉଛି ରେଳ ଲାଇନର ବିଦ୍ୟୁତୀକରଣକୁ ତ୍ୱରାନ୍ୱିତ କରିବା, ଯାତ୍ରୀ ସୁବିଧା ବୃଦ୍ଧି କରିବା ଏବଂ ରେଳ ଷ୍ଟେସନର ନବୀକରଣ କରିବା । ଗତ ୧୦ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ପୂର୍ବରୁ ଅଟକି ରହିଥିବା ଅନେକ ରେଳ ପ୍ରକଳ୍ପ ସଫଳତାର ସହ ଶେଷ ହୋଇଛି। ଏହାବ୍ୟତୀତ ଏହି ୧୦ ବର୍ଷ ମଧ୍ୟରେ ବଙ୍ଗଳାର ୩୦୦୦ କିଲୋମିଟରରୁ ଅଧିକ ରେଳ ଧାରଣାକୁ ବିଦ୍ୟୁତସଂଯୋଗ କରାଯାଇଛି । ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପଶ୍ଚିମବଙ୍ଗର ପ୍ରାୟ ୧୦୦ ଟି ରେଳ ଷ୍ଟେସନର ପୁନଃବିକାଶ ଚାଲିଛି, ଯାହା ରେଳ ଭିତ୍ତିଭୂମିର ଆଧୁନିକୀକରଣ ପାଇଁ ଏକ ବ୍ୟାପକ ପ୍ରୟାସକୁ ସୂଚାଇଥାଏ । ଉଲ୍ଲେଖଯୋଗ୍ୟ, ତାରକେଶ୍ୱର ରେଳ ଷ୍ଟେସନକୁ ଅମୃତ ଷ୍ଟେସନରେ ପରିଣତ କରାଯାଇଛି। ଏହାବ୍ୟତୀତ ଗତ ୧୦ ବର୍ଷ ମଧ୍ୟରେ ପଶ୍ଚିମବଙ୍ଗରେ ୧୫୦ରୁ ଅଧିକ ନୂଆ ଟ୍ରେନ୍ ସେବା ଆରମ୍ଭ କରାଯାଇଛି, ଯେଉଁଥିରେ ୫ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ମଧ୍ୟ ସାମିଲ ଅଛି, ଯାହା ବଙ୍ଗଳା ଯାତ୍ରୀମାନଙ୍କୁ ରେଳ ଯାତ୍ରାର ଅନୁଭୂତି ପ୍ରଦାନ କରୁଛି।

 

ସାଥୀମାନେ,

ପଶ୍ଚିମବଙ୍ଗବାସୀଙ୍କ ସହଯୋଗରେ ଆମେ ଏକ ବିକଶିତ ଭାରତର ସ୍ୱପ୍ନପୂରଣ କରିପାରିବୁ ବୋଲି ମୋର ବିଶ୍ୱାସ ରହିଛି । ଆଜି ଲୋକାର୍ପଣ ହୋଇଥିବା ପ୍ରକଳ୍ପ ପାଇଁ ମୁଁ ପୁଣି ଥରେ ପଶ୍ଚିମବଙ୍ଗବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଏହି ସରକାରୀ କାର୍ଯ୍ୟକ୍ରମ ଏବେ ଶେଷ ହେବ ଏବଂ ମୁଁ ଆଉ ୧୦ ମିନିଟ୍ ମଧ୍ୟରେ ଖୋଲା ପଡ଼ିଆକୁ ଯିବି। ଖୋଲା ପଡ଼ିଆ ମଧ୍ୟରେ କଥା ବାର୍ତ୍ତା କରିବାର ଖୁସି ନିଆରା ହୋଇଥାଏ ଏବଂ ଆଜି ମୋର କହିବାକୁ ବହୁତ କିଛି ଅଛି । ତଥାପି ମୁଁ ମୋର ଆଉକିଛି ବକ୍ତବ୍ୟ ସେହି ପ୍ଲାଟଫର୍ମ ପାଇଁ ସଂରକ୍ଷିତ ରଖିବି। ବିକାଶର ସମସ୍ତ ପଦକ୍ଷେପ ପାଇଁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି ଏବଂ ଅନେକ ଲୋକ ମୋତେ ବାହାରେ ଅପେକ୍ଷା କରିଛନ୍ତି, ମୁଁ ଆପଣ ମାନଙ୍କ ଠାରୁ ବିଦାୟ ଦେଉଛି । ନମସ୍କାର ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From village to global: India's biotech revolution

Media Coverage

From village to global: India's biotech revolution
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends best wishes to newly inducted Ministers in West Bengal Government
May 09, 2026

The Prime Minister, Shri Narendra Modi, today congratulated Shri Suvendu Adhikari on taking oath as the Chief Minister of West Bengal.

The Prime Minister said that Shri Suvendu Adhikari has made a mark as a leader who has remained deeply connected to the people and has understood their aspirations from close quarters. Shri Modi also conveyed his best wishes to him for a fruitful tenure ahead.

The Prime Minister also congratulated Shri Dilip Ghosh, Smt. Agnimitra Paul, Shri Ashok Kirtania, Shri Kshudiram Tudu and Shri Nisith Pramanik on taking oath as Ministers in the Government of West Bengal.

Shri Modi said that these leaders have worked tirelessly at the grassroots and served the people. He expressed confidence that they will further strengthen West Bengal’s development journey as Ministers and conveyed his best wishes to them.

The Prime Minister wrote on X;

“Congratulations to Shri Suvendu Adhikari Ji on taking oath as West Bengal’s Chief Minister. He has made a mark as a leader who has remained deeply connected to the people and understood their aspirations from close quarters. My best wishes to him for a fruitful tenure ahead.

@SuvenduWB”

“Congratulations to Dilip Ghosh Ji, Agnimitra Paul Ji, Ashok Kirtania Ji, Kshudiram Tudu Ji and Nisith Pramanik Ji on taking oath as Ministers in the Government of West Bengal. These leaders have worked tirelessly at the grassroots and served people. I am confident they will further strengthen West Bengal’s development journey as Ministers. My best wishes.

@DilipGhoshBJP

@paulagnimitra1

@NisithPramanik”