Lays foundation stone of 50 bedded ‘critical care blocks’ in 9 districts of Chattisgarh
Distributes 1 lakh Sickle Cell Counseling Cards
“Today, every state and every area of the country is getting equal priority in development”
“Entire world is not only witnessing but also heaping praise on the fast pace of modern development and the Indian model of social welfare”
“Chhattisgarh is a powerhouse of development of the country”
“Government’s resolve to protect the forests and land while also opening new avenues of prosperity through forest wealth”
“We need to move forward with the resolve of ‘Sabka Saath, Sabka Vikas’”

ଛତିଶଗଡ଼ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଟି.ଏସ ସିଂହଦେବ ମହୋଦୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଭଉଣୀ ରେଣୁକା ସିଂହ ମହାଶୟା, ସାଂସଦ ମହୋଦୟା, ବିଧାୟକଗଣ ଏବଂ ଛତିଶଗଡର ମୋର ପ୍ରିୟ ପରିବାରଜନ !

ଆଜି ଛତିଶଗଡ଼ ବିକାଶ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ଉଠାଉଛି। ଆଜି ଛତିଶଗଡ଼କୁ 6400 କୋଟି ଟଙ୍କାରୁ ଅଧିକ ରେଳ ପ୍ରକଳ୍ପର ଉପହାର ମିଳୁଛି । ଛତିଶଗଡ଼ର ସାମର୍ଥ୍ୟ ଉର୍ଜ୍ଜା ଉତ୍ପାଦନରେ ବୃଦ୍ଧି ପାଇଁ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଆହୁରି ସୁଧାର ପାଇଁ ଆଜି ଅନେକ ନୂତନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଆଜି ଏଠାରେ ସିକଲ ସେଲ ପରାମର୍ଶ କାର୍ଡ ମଧ୍ୟ ବିତରଣ କରାଯାଇଛି ।

ସାଥୀଗଣ,

ଆଧୁନିକ ବିକାଶର ଦ୍ରୁତ ଗତି ସହିତ ହିଁ ଗରିବ କଲ୍ୟାଣର ମଧ୍ୟ ଦ୍ରୁତ ଗତିର ଭାରତୀୟ ମଡେଲ ଆଜି ସାରା ବିଶ୍ୱ ଦେଖୁଛି, ତାହାର ପ୍ରଶଂସା କରୁଛି । ଆପଣ ସମସ୍ତେ ଦେଖିଛନ୍ତ, କଛିଦିନ ପୂର୍ବେ G-20 ସମ୍ମେଳନ ସମୟରେ ବଡ଼- ବଡ଼ ଦେଶର ରାଷ୍ଟ୍ରାଧ୍ୟକ୍ଷ ଦିଲ୍ଲୀ ଆସିଥିଲେ । ଏମାନେ ସମସ୍ତେ ଭାରତର ବିକାଶ ଏବଂ ଗରିବ କଲ୍ୟାଣର ପ୍ରୟାସ ଦ୍ୱାରା ପ୍ରଭାବିତ ହୋଇ ଯାଇଛନ୍ତି। ଆଜି ବିଶ୍ୱର ବଡ଼- ବଡ଼ ସଂସ୍ଥାମାନେ ଭାରତର ସଫଳତାରୁ ଶିଖିବାର କଥା କହୁଛନ୍ତି । ଏହା ଏଥିପାଇଁ, କାରଣ ଆଜି ବିକାଶରେ ଦେଶର ପ୍ରତ୍ୟେକ ରାଜ୍ୟକୁ, ପ୍ରତ୍ୟେକ ଅଞ୍ଚଳକୁ ସମାନ ପ୍ରାଥମିକତା ଦିଆଯାଉଛି । ଆଉ ଯେଭଳି, ଉପମୁଖ୍ୟମନ୍ତ୍ରୀ ମହାଶୟ କହିଲେ ଆମକୁ ମିଳିମିଶି ଦେଶକୁ ଆଗକୁ ବଢ଼ାଇ ନେବାକୁ ହେବ । ଛତିଶଗଡ଼ ଏବଂ ରାୟଗଡ଼ର ଏହି ଅଂଚଳ ମଧ୍ୟ ଏହାର ସାକ୍ଷୀ ପାଲଟୁଛି। ମୁଁ ଆପଣ ସମସ୍ତଙ୍କୁ ଏହି ବିକାଶ କାର୍ଯ୍ୟ ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି।

ମୋର ପରିବାରଜନ,

ଛତିଶଗଡ଼ ଆମ ପାଇଁ ହେଉଛି ଦେଶ ବିକାଶର ପାୱାର ହାଉସ ଭଳି । ଆଉ ଦେଶକୁ ମଧ୍ୟ ଆଗକୁ ଅଗ୍ରସର କରାଇବା ପାଇଁ ସେତେବେଳେ ଉର୍ଜ୍ଜା ମିଳିବ, ଯେତେବେଳେ ତା’ର ପାୱାର ହାଉସ ସମ୍ପୂର୍ଣ୍ଣ ଶକ୍ତିର ସହିତ କାର୍ଯ୍ୟ କରିବ। ଏହି ଚିନ୍ତାଧାରା ସହିତ ବିଗତ 9 ବର୍ଷରେ ଆମେ ଛତିଶଗଡ଼ର ବହୁମୁଖୀ ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛୁ । ସେହି ଦୃଷ୍ଟିକୋଣକୁ, ସେହି ନୀତିଗୁଡ଼ିକର ପରିଣାମ ଆଜି ଆମକୁ ଏଠାରେ ଦେଖିବାକୁ ମିଳିଛି । ଆଜି ଛତିଶଗଡ଼ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତ୍ୟେକ କ୍ଷେତ୍ରରେ ବଡ଼- ବଡ଼ ଯୋଜନାଗୁଡ଼ିକୁ ସମ୍ପୂର୍ଣ୍ଣ କରାଯାଉଛି, ନୂଆ- ନୂଆ ପ୍ରକଳ୍ପର ଭିତ୍ତିଭୂମି ରଖାଯାଉଛି । ଆପଣମାନଙ୍କର ସ୍ମରଣ ଥିବ, ଏବେ ଜୁଲାଇ ମାସରେ ହିଁ ମୁଁ ବିକାଶମୂଳକ ପ୍ରକଳ୍ପଗୁଡ଼ିକ ପାଇଁ ରାୟପୁର ଆସିଥିଲି। ସେତେବେଳେ ମୋତେ ବିଶାଖାପାଟନମରୁ ରାୟପୁର ଅର୍ଥନୈତିକ କରିଡର, ଏବଂ ରାୟପୁରରୁ ଧାନବାଦ ଅର୍ଥନୈତିକ କରିଡର ଭଳି ପ୍ରକଳ୍ପର ଶିଳାନ୍ୟାସ କରିବାର ସୌଭାଗ୍ୟ ମିଳିଥିଲା। ଅନେକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥର ଉପହାର ମଧ୍ୟ ଆପଣଙ୍କ ରାଜ୍ୟକୁ ମିଳିଥିଲା । ଆଉ ଏବେ ଆଜି ଛତିଶଗଡ଼ର ରେଳ ନେଟୱର୍କର ବିକାଶର ଏକ ନୂତନ ଅଧ୍ୟାୟ ଲେଖା ଯାଉଛି। ଏହି ରେଳ ନେଟୱର୍କ ଦ୍ୱାରା ବିଳାସପୁର- ମୁମ୍ବଇ ରେଳ ଲାଇନର ଝାରସୁଗୁଡ଼ା ବିଳାସପୁର ସେକ୍ସନର ବ୍ୟସ୍ତତା ହ୍ରାସ ପାଇବ। ଏହିଭଳି ଯେଉଁ ଅନ୍ୟ ରେଳ ଲାଇନ ଆରମ୍ଭ ହେଉଛି, ରେଳ କରିଡର ନିର୍ମାଣ ହେଉଛି, ତାହା ଛତିଶଗଡ଼ର ଶିଳ୍ପ ବିକାଶକୁ ନୂତନ ଶିଖରରେ ପହଞ୍ଚାଇବ। ଯେତେବେଳେ ଏହି ରୁଟର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ, ସେତେବେଳେ ଏହାଦ୍ୱାରା ଛତିଶଗଡ଼ର ଲୋକଙ୍କୁ ତ’ ସୁବିଧା ହେବ, ଏହା ସହିତ ଏଠାରେ ରୋଜଗାର ଏବଂ ଆୟର ମଧ୍ୟ ନୂଆ- ନୂଆ ସୁଯୋଗ ସୃଷ୍ଟି ହେବ।

ସାଥୀଗଣ,

କେନ୍ଦ୍ର ସରକାରଙ୍କର ଆଜିର ପ୍ରୟାସ ଦ୍ୱାରା, ଦେଶର ପାୱାର ହାଉସ ଭାବେ ଛତିଶଗଡ଼ର ଶକ୍ତି ମଧ୍ୟ ଅନେକ ଗୁଣ ବୃଦ୍ଧି ପାଇବାରେ ଲାଗିଛି । କୋଇଲା କ୍ଷେତ୍ରରୁ ପାୱାର ପ୍ଲାଣ୍ଟ୍ସ ପର୍ଯ୍ୟନ୍ତ କୋଇଲା ପହଞ୍ଚାଇବାରେ ଖର୍ଚ୍ଚ ମଧ୍ୟ କମ ହେବ ଏବଂ ସମୟ ମଧ୍ୟ କମ ଲାଗିବ। କମ ମୂଲ୍ୟରେ ଅଧିକରୁ ଅଧିକ ବିଜୁଳି ଉତ୍ପାଦନ ପାଇଁ ସରକାର ପିଟ ହେଡ଼୍ ତାପଜ ଶକ୍ତି ପ୍ରକଳ୍ପ ମଧ୍ୟ ନିର୍ମାଣ କରୁଛନ୍ତି। ତଲାଇପଲ୍ଲୀ ଖଣିକୁ ଯୋଡ଼ିବା ପାଇଁ 65 କିଲୋମିଟରର ମେରୀ ଗୋ ରାଉଣ୍ଡ (Merry Go Round) ପ୍ରକଳ୍ପର ମଧ୍ୟ ଉଦଘାଟନ ହୋଇଛି। ଯାତାୟାତ ସମୟରେ ଦେଶରେ ଏଭଳି ପ୍ରକଳ୍ପର ସଂଖ୍ୟା ଆହୁରି ବଢ଼ିବ ଏବଂ ଏହାର ଲାଭ ଛତିଶଗଡ଼ ଭଳି ରାଜ୍ୟକୁ ସବୁଠାରୁ ଅଧିକ ମିଳିବ।

ମୋର ପରିବାରଜନ,

ଆମକୁ ଅମୃତକାଳର ଆଗାମୀ 25 ବର୍ଷରେ ଦେଶକୁ ବିକଶିତ କରିବାକୁ ହେବ । ଏହି କାର୍ଯ୍ୟ ସେତେବେଳେ ଯାଇ ସମ୍ପୂର୍ଣ୍ଣ ହେବ, ଯେତେବେଳେ ବିକାଶରେ ପ୍ରତ୍ୟେକ ଦେଶବାସୀଙ୍କର ସମାନ ଭାଗିଦାରୀ ରହିବ । ଆମକୁ ଦେଶର ଉର୍ଜ୍ଜାଜନିତ ଆବଶ୍ୟକତାକୁ ମଧ୍ୟ ପୂରଣ କରିବାକୁ ହେବ, ଆଉ ଆମର ପର୍ଯ୍ୟାବରଣ କଥା ମଧ୍ୟ ଚିନ୍ତା କରିବାକୁ ହେବ । ଏହି ଚିନ୍ତାଧାରା ସହିତ ସୁରଜପୁର ଜିଲ୍ଲାରେ ବନ୍ଦ ପଡ଼ି ରହିଥିବା କୋଇଲା ଖଣିକୁ ଇକୋ- ପର୍ଯ୍ୟଟନ ରୂପେ ବିକଶିତ କରାଯାଇଛି। କୋରୱା ଅଞ୍ଚଳରେ ମଧ୍ୟ ଏହି ପ୍ରକାରର ଇକୋ- ପାର୍କ ବିକଶିତ କରିବାର କାର୍ଯ୍ୟ କରାଯାଇଛି। ଆଜି ଖଣିରୁ ବାହାରିଥିବା ପାଣିରେ ହଜାର- ହଜାର ଲୋକଙ୍କୁ ସିଂଚନ ଏବଂ ପାନୀୟ ଜଳର ସୁବିଧା ଉପଲବ୍ଧ କରାଯାଉଛି । ଏହି ସବୁ ପ୍ରୟାସ ଗୁଡ଼ିକର ସିଧାସଳଖ ଲାଭ ଏହି ଅଞ୍ଚଳର ଜନଜାତୀୟ ସମାଜର ଲୋକଙ୍କୁ ହେବ।

ସାଥୀଗଣ,

ଆମର ସଂକଳ୍ପ ରହିଛି ଯେ ଆମେ ଜଙ୍ଗଲ-ଜମିର ମଧ୍ୟ ସୁରକ୍ଷା କରିବା, ଆଉ ବନ ସମ୍ପଦ ଦ୍ୱାରା ଆନନ୍ଦ ହେବାର ନୂତନ ପଥ ମଧ୍ୟ ଉନ୍ମୁକ୍ତ ହେବ। ଆଜି ବନ ଧନ ବିକାଶ ଯୋଜନାର ଲାଭ ଦେଶର ଲକ୍ଷ- ଲକ୍ଷ ଆଦିବାସୀ ଯୁବକଙ୍କୁ ହେଉଛି । ଚଳିତ ବର୍ଷ ବିଶ୍ୱ ମିଲେଟ ବର୍ଷ ମଧ୍ୟ ପାଳନ କରୁଛି । ଆପଣ କଳ୍ପନା କରି ପାରିବେ, ଆଗାମୀ ବର୍ଷମାନଙ୍କରେ ଆମର ଶ୍ରୀଅନ୍ନ, ଆମର ମିଲେଟ୍ସ କେତେ ବଡ଼ ବଜାର ପ୍ରସ୍ତୁତ କରି ପାରିବ । ଅର୍ଥାତ, ଆଜି ଗୋଟିଏ ପଟେ ଦେଶର ଜନଜାତୀୟ ପରମ୍ପରାକୁ ନୂତନ ପରିଚୟ ମିଳିଛି, ତେବେ ଅନ୍ୟ ପକ୍ଷରେ ପ୍ରଗତିର ନୂତନ ପଥ ମଧ୍ୟ ଉନ୍ମୁକ୍ତ ହେଉଛି।

ମୋର ପରିବାରଜନ,

ଆଜି ଏଠାରେ ସିକଲ ସେଲ ଆନିମିଆର ଯେଉଁ ପରାମର୍ଶ କାର୍ଡସବୁ ବଣ୍ଟନ କରାଯାଇଛି, ତାହା ମଧ୍ୟ ବିଶେଷ କରି ଜନଜାତୀୟ ସମାଜ ପାଇଁ ହେଉଛି ଏକ ବହୁତ ବଡ଼ ସେବା କାର୍ଯ୍ୟ । ସିକଲ ସେଲ ଆନିମିଆ ଦ୍ୱାରା ଆମର ଆଦିବାସୀ ଭାଇ- ଭଉଣୀମାନେ ସବୁଠାରୁ ଅଧିକ ଭାବେ ପ୍ରଭାବିତ ହୁଅନ୍ତି । ଆମେ ସମସ୍ତେ ମିଳିମିଶି ସଠିକ ସୂଚନା ଦ୍ୱାରା ଏହି ରୋଗକୁ ନିୟନ୍ତ୍ରିତ କରି ପାରିବା। ଆମକୁ ‘ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ’ର ସଂକଳ୍ପ ନେଇ ଆଗକୁ ବଢ଼ିବାକୁ ହେବ। ମୋର ବିଶ୍ୱାସ ରହିଛି, ଛତିଶଗଡ଼ର ବିକାଶ ଯାତ୍ରାରେ ଭାରତ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି, ସେ ସମସ୍ତ ପଦକ୍ଷେପ ଛତିଶଗଡ଼କୁ ବିକାଶର ନୂତନ ଶୀଖରକୁ ନେଇଯିବ। ଏହି ସଂକଳ୍ପର ସହିତ, ଆପଣ ସମସ୍ତଙ୍କୁ ମୁଁ ହୃଦୟରୁ ବହୁତ- ବହୁତ ଧନ୍ୟବାଦ ଜଣାଉଛି । ଆଗାମୀ କାର୍ଯ୍ୟକ୍ରମରେ, ମୁଁ କିଛି କଥା ବିସ୍ତୃତ ଭାବେ ଜଣାଇବି। ଆଜି ଏହି କାର୍ଯ୍ୟକ୍ରମ ପାଇଁ ହିଁ ଏତିକି। ବହୁତ- ବହୁତ ଧନ୍ୟବାଦ ! 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”