Lays foundation stone for Thane Borivali Twin Tunnel Project and Tunnel Work at Goregaon Mulund Link Road Project
Lay foundation stone for Kalyan Yard Remodelling and Gati Shakti MultiModal Cargo Terminal at Navi Mumbai
Dedicates to nation new platforms at Lokmanya Tilak Terminus and extension of platforms 10 and 11 at Chhatrapati Shivaji Maharaj Terminus Station
Launches Mukhyamantri Yuva Karya Prashikshan Yojana with outlay of around Rs 5600 crores
“Investors have enthusiastically welcomed the third term of the government”
“I aim to use the power of Maharashtra to transform it into an economic powerhouse of the world; Make Mumbai the fintech capital of the world”
“The people of the country want continuous rapid development and want to make India developed in the next 25 years”
“Skill development and employment in large numbers is India’s need of the hour”
“The development model of the NDA government has been to give priority to the deprived”
“Maharashtra has propagated cultural, social and national consciousness in India”

ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀ ରମେଶ ବ୍ୟାସଜୀ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଜୀ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମୋର ସାଥୀ ପୀୟୂଷ ଗୋୟଲଜୀ, ରାମଦାସ ଅଠାବଲେଜୀ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନଭୀସଜୀ, ଅଜିତ ଦାଦା ପାୱାରଜୀ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଙ୍ଗଳ ପ୍ରଭାତଜୀ, ଦୀପକ କେସରକାଜୀ, ଅନ୍ୟ ସମସ୍ତ ମହାନୁଭବ, ଦେବୀଗଣ ଓ ସଜ୍ଜନବୃନ୍ଦ,
ମହାରାଷ୍ଟ୍ରୀ ତିଳ ସର୍ବ ବନ୍ଧୁ –ଭଗିନୀନା ମାଝା ନମସ୍କାର!
ୋଜି ମୋତେ ମହାରାଷ୍ଟ୍ର ଏବଂ ମୁମ୍ବଇ ପାଇଁ ୩୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବାର ଅବସର ପ୍ରାପ୍ତ ହୋଇଛି । ଏହିସବୁ ପ୍ରକଳ୍ପଗୁଡ଼ିକରୁ ମୁମ୍ବଇ ଏବଂ ଏହାର ଆଖପାଖ କ୍ଷେତ୍ର ସହିତ ସଂଯୋଗୀକରଣ ଆହୁରି ଉତ୍ତମ ହୋଇପାରିବ । ଏଥି ମଧ୍ୟରେ ସକ୍ଷକ ଏବଂ ରେଳ ପରିଯୋଜନାଗୁଡ଼ିକ ବ୍ରତୀତ ମହାରାଷ୍ଟ୍ରର ଯବୁଗୋଷ୍ଠୀଙ୍କ କୌଶଳ ବିକାଶର ଅନେକ ବଡ଼ ବଡ଼ ଯୋଜନାମାନ ମଧ୍ୟ ସାମିଲ ରହିଛି । ଏହା ଫଳରେ ମହାରାଷ୍ଟ୍ରରେ ବିପୁଳ ପରିମାଣରେ ରୋଜଗାରର ମଧ୍ୟ ପ୍ରାବଧାନ ହୋଇପାରିବ । ଆପଣମାନେ ସମ୍ଭବତଃ ସମ୍ବାଦପତ୍ରମାନଙ୍କରେ ଅବଶ୍ୟ ଏକଥା ପଢ଼ିଥିବେ, ଟିଭି ପର୍ଦ୍ଦାରେ ମଧ୍ୟ ଦେଖିଥିବେ । ଦୁଇ- ତିନି ସପ୍ତାହ ପୂର୍ବରୁ ହିଁ କେନ୍ଦ୍ର ସରକାର ମହାରାଷ୍ଟ୍ର ନିମନ୍ତେ ବଧାବନ- ବନ୍ଦରକୁ ମଧ୍ୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ୭୬ ହଜାର କୋଟି ଟଙ୍କାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ଫଳରେ ୧୦ ଲକ୍ଷରୁ ଅଧିକ ରୋଜଗାର ସୁଯୋଗ ମିଳିପାରିବ ।
 

ସାଥୀଗଣ,
ବିଗତ ଏକ ବାସ ମଧ୍ୟରେ ମୁମ୍ବଇ, ଦେଶ- ବିଦେଶର ନିବେଶକମାନଙ୍କର ଉତ୍ସବର ସାକ୍ଷୀରେ ପରିଣତ ହୋଇଛି । ଛୋଟ ବଡ଼ ପ୍ରତ୍ୟେକ କିଷମର ନିବେଶକ ଆମର ସରକାରର ତୃତୀୟ ପାଳିକୁ ଉତ୍ସାହର ସହିତ ସ୍ୱାଗତ କରିଛନ୍ତି । ଲୋକମାନଙ୍କ ଏକଥା ଭଲ ଭାବରେ ଜଣାଅଛି ଯେ ଏନଡିଏ ସରକାର ହିଁ ସ୍ଥିରତା ଦେଇପାରିବ,ସ୍ଥାୟିତ୍ୱ ଦେଇପାରିବ । ତୃତୀୟ ବାର ଶପଥ ଗ୍ରହଣ କରିବା ପରେ ମୁଁ କହିଥିଲି ଯେ ତୃତୀୟ ଟର୍ମରେ ଏନଡ଼ିଏ ସରକାର ତିନି ଗୁଣ ବେଗରେ କାର୍ଯ୍ୟ କରିବେ । ଏବଂ ଆଜି ତାହା ସାକାର ହେବାର ଆମେ ଦେଖିପାରୁଛୁ ।
ସାଥୀଗଣ, 
ମହାରାଷ୍ଟ୍ର ନିକଟରେ ଏକ ଗୌରବଶାଳୀ ଇତିହାସ ରହିଛି । ମହାରାଷ୍ଟ୍ର ନିକଟରେ ସଶକ୍ତ ବର୍ତ୍ତମାନ ଅଛି ଏବଂ ମହାରାଷ୍ଟ୍ର ପାଖରେ ଏକ ସମୃଦ୍ଧ ଭବିଷ୍ୟତର ସ୍ୱପ୍ନ ବି ଅଛି । ମହାରାଷ୍ଟ୍ର ଯେଉଁଭଳି ରାଜ୍ୟ, ଯାହାର ବିକଶିକ ଭାରତ ନିର୍ମାଣରେ ବହୁତ ବଡ଼ ଯୋଗଦାନ ରହିଛି । ମହାରାଷ୍ଟ୍ର ପାଖରେ ଶିଳ୍ପ ଶକ୍ତ ରହିଛି । ମହାରାଷ୍ଟ ନିକଟର କୃଷି ଶକ୍ତି ମହଜୁତ ଅଛି । ମହାରାଷ୍ଟ୍ର ନିକଟରେ ଆର୍ଥିକ ସେକ୍ଟରର କ୍ଷମତା ରହିଛି । ଏହିସବୁ ଶକ୍ତି ମୁମ୍ବଇକୁ ଦେଶର ଆର୍ଥିକ ପେଣ୍ଠସ୍ଥଳୀରେ ପରିଣତ କରିଛି । ଏବେ ମୋର ଲକ୍ଷ୍ୟ ହେଉଛି ମହାରାଷ୍ଟ୍ରର ଏହି ଶକ୍ତି ଦ୍ୱାରା ମହାରାଷ୍ଟ୍ରକୁ ଦୁନିଆର ଏକ ବିରାଟ ଓ ଶକ୍ତିଶାଳୀ ପାୱାର ହାଉସ୍ ନିର୍ମାଣ କରିବା । ମୋର ଲକ୍ଷ୍ୟ ହେଉଛି, ମୁମ୍ବଇକୁ ବିଶ୍ୱର ଫିନଟେକ୍ କ୍ୟାପିଟାଲରେ ପରିଣତ କରିବା । ସେଥିପାଇଁ ମୁଁ ଚାହୁଁଛି ମହାରାଷ୍ଟ୍ର ପର୍ଯ୍ୟଟନରେ ଭାରତରେ ନମ୍ବର ୱାନ୍ ରାଜ୍ୟରେ ପରିଣତ ହେଉ । ଏଠାରେ ଛତ୍ରପତି ଶିବାଜୀ ମହାରାଜଙ୍କ ଶୌର୍ଯ୍ୟର ସାକ୍ଷୀ ବିଶାଳ ଦୁର୍ଗ ରହିଛି । ଏଠାରେ କୋଙ୍କଣର ସମୁଦ୍ର ତଟର ମନମେହାକ ଦୃଶ୍ୟ ଭରି ରହିଛି । ଏଠାରେ ସହ୍ୟାଦ୍ରୀର ପାହାଡ଼ମାଳା ଉପରେ ଭ୍ରମଣ କରିବାର ରୋମାଞ୍ଚକର ଅନୁଭୂତି ପର୍ଯ୍ୟଟକମାନେ ଆହରଣ କରିପାରିବେ । ଏଠାରେ କନଫରେନ୍ସ ଟୁରିଜିମ୍‌ର ବିକାଶ ଏବଂ ମେଡ଼ିକାଲ ଟୁରିଜିମ୍‌ର ଅପାର ସମ୍ଭାବନା ଭରି ରହିଛି । ଭାରତରେ ବିକାଶର ଯେଉଁ ନୂତନ ଗାଥା ରଚନା କରାଯାଉଛି ସେଥିରେ ମହାରାଷ୍ଟ୍ରର ବଡ଼ ଯୋଗଦାନ ରହିଛି । ଏବଂ ଆମେ ସଭିଏଁ ଏହାର ସହଯାତ୍ରୀ । ଆଜିର ଏହି କାର୍ଯ୍ୟକ୍ରମ, ମହାଯୁତି ସରକାରର ଏହିସବୁ ଲକ୍ଷ୍ୟ ପ୍ରତି ସମର୍ପିତ ।
ସାଥୀଗଣ,
ଏକବିଂଶ ଶତାବ୍ଦୀରେ ଭାରତର ଆକା„ା- ଭାରତର ଇଗ୍ଦକ୍ଟ୍ରସକ୍ସବଗ୍ଧସକ୍ଟଦ୍ଭଗ୍ଦ ବର୍ତ୍ତମାନ ସମୟରେ ବହୁତ ଉଚ୍ଚ ସ୍ତରରେ ରହିଛି । ଚଳିତ ଶତାବ୍ଦୀର ପାଖାପାଖି ୨୫ ବର୍ଷ ଗତ ହୋଇସାରିଛି । ଦେଶବାସୀ ସଦାସର୍ବଦା ବିକାଶ ଆଶା କରନ୍ତି । ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତକୁ ବିକାଶିତ କରିବାକୁ ହେବ । ଏବଂ ଏଥିରେ ମୁମ୍ବଇର, ମହାରାଷ୍ଟ୍ରର ବିରାଟ ଭୂମିକା ରହିବ । ମହାରାଷ୍ଟ୍ରରେ, ମରମ୍ବଇରେ ସମସ୍ତଙ୍କ ଜୀବନ ସ୍ତରରେ ସୁଧାର ଆସୁ,ମ ଏଠାକାର ଲୋକମାନଙ୍କ କ୍ୱାଲିଟି ଅଫ୍ ଲାଇଫ୍‌କୁ ଉତ୍ତମ ହେଉ, ଏହା ଆମର ଧେୟ । ସେଥି ନିମନ୍ତେ, ମୁମ୍ବଇର ଆଖପାଖ କ୍ଷେତ୍ରକୁ ସଂଯୋଗୀକରଣର ଉତ୍ତମ ବ୍ୟବସ୍ତା କରିବା ନିମନ୍ତେ ପ୍ରୟାସ କରାଯାଉଛି । ମୁମ୍ବଇର କୋଷ୍ଟାଲ ସଡ଼କ ଏବଂ ଅଟଳ ସେତୁ ଏବେ ପୂର୍ଣ୍ଣାଙ୍ଗ ହୋଇସାରିଛି । ଏବଂ ଆପଣମାନଙ୍କର ସ୍ମରଣ ଥିବ, ଯେତେବେଳେ ଅଟଳ ସେତୁ ନିର୍ମାଣ କରାଯାଉଥିଲା, ସେତେବେଳେ ଏହା ବିରୋଧରେ ନାନା ପ୍ରକାର କଥାମାନ ପ୍ରସାର କରାଯାଉଥିଲା । ଏହାକୁ ଅଟକାଇବା- ଲଟକାଇବା ନିମନ୍ତେ ମଧ୍ୟ ପ୍ରୟାସ କରାଯାଉଥିଲା । କିନ୍ତୁ ଆଜି କେତେ ଫାଇଦା ଲୋକମାନଙ୍କ ହେଉଛି, ଏହା ପ୍ରତ୍ୟେକ ନାଗରିକ ଅନୁଭବ କରିପାରୁଛନ୍ତି । ମୋତେ ସୂଚୀତ କରାଯାଇଛି ପାଖାପାଖି ୨୦ ହଜାର ଗାଡ଼ି ପ୍ରତି ଦିନ ଏହି ସଡ଼କକୁ ଉପଯୋଗ କରୁଛନ୍ତି । ଏବଂ ଏକ ଅନୁମାନ ଅନୁସାରେ ଅଟଳ ସେତୁ କାରଣରୁ ପ୍ରତିଦିନ ୨୦-୨୫ ଲକ୍ଷ ଟଙ୍କାର ଇନ୍ଧନ ମଧ୍ୟ ସଞ୍ଚୟ କରାଯାଇପାରୁଛି । ଏବଂ କେବଳ ସେତିକି ନୁହେଁ, ଲୋକମାନଙ୍କୁ ପନବେଲ୍ ଯିବା ନିମନ୍ତେ ଏବେ କେବଳ ୪୫ ମିନିଟ ମାତ୍ର ସମୟ ଲାଗୁଛି । ଅର୍ଥାତ୍‌, ସମୟର ଫାଇଦା ଏବଂ ପର୍ଯ୍ୟାବରଣର ମଧ୍ୟ ଫାଇଦା । ଏହିଭଳି ଆପ୍ରୋଚ୍ ସହିତ ଆମେ ମୁମ୍ବଇର ପରିବହନ ସିଷ୍ଟମକୁ ଆଧୁନିକ କରିଚାଲିଛୁ । ମୁମ୍ବଇର ମେଟ୍ରୋର ବିସ୍ତାର କାମ ମଧ୍ୟ କ୍ଷିପ୍ର ବେଗରେ ଜାରି ରହିଛି । ୧୦ ବର୍ଷ ପୂର୍ବରୁ ମୁମ୍ବଇରେ ମାତ୍ର ୮ କିଲୋମିଟରର ମେଟ୍ରୋ ଲାଇନ ଥିଲା । ୧୦ ବର୍ଷ ପୂର୍ବରୁ ମାତ୍ର ୮ କିଲୋମିଟର । ଏବେ ହାରାହାରି ୮୦ କିଲୋମିଟର ପର୍ଯ୍ୟନ୍ତ ତାହା ପହଞ୍ôଚ ସାରିଛି । କେବଳ ଏତିକି ନୁହେଁ, ମୁମ୍ବଇରେ ଏବେ ପାଖାପାଖି ୨୦୦ କିଲୋମିଟର ମେଟ୍ରୋ ନେଟୱାର୍କ କାର୍ଯ ଜାରି ରହିଛି ।
 

ସାଥୀଗଣ,
ଆଜି ଭାରତୀୟ ରେଳର ଯେଉଁ କାୟାକଳ୍ପ ରହିଥିବାର ଆମେ ଦେଖୁଛୁ, ଏହାର ମୁମ୍ବଇକୁ, ମହାରାଷ୍ଟ୍ରକୁ ସୁଦ୍ଧା ବହୁତ ଫାଇଦା ହେଉଛି । ଛତ୍ରପତି ଶିବାଜୀ ମହାରାଜ ଟର୍ମିନଓ, ନାଗପୁର, ଏବଂ ଅଜନୀ ଷ୍ଟେସନର ପୁନଃ-ବିକାଶ, କ୍ଷିପ୍ର ଗତିରେ ପ୍ରଗତି କରିଚାଲିଛି । ଆଜି ଛତ୍ରପତି ଶିବାଜୀ ମହାରାଜ ଟର୍ମିନଓ ଏବଂ ଲୋକମାନ୍ୟ ତିଲକ ଷ୍ଟେସନର ନୂତନ ପ୍ଲାଟଫର୍ମର ମଧ୍ୟ ଲୋକାର୍ପଣ କରାଯାଇଛି । ଏହା ଫଳରେ ୨୪ଟି କୋଚ୍‌ବାଲା ଟ୍ରେନ୍ ଅର୍ଥାତ୍‌, ଲମ୍ବା ଟେନ୍‌ଗୁଡ଼ିକ ଏଠାରୁ ଚାଲିପାରିବ ।
ସାଥୀଗଣ,
ବିଗତ ୧୦ ବର୍ଷ ମଧ୍ୟରେ ମହାରାଷ୍ଟ୍ରରେ ଜାତୀୟ ରାଜପଥର ଦୈର୍ଘ୍ୟ ବୃଦ୍ଧି ପାଇ ତିନିଗୁଣ ଛୁଇଁଛି । ଗୋରେଗାଓଁ- ମୁଲୁନ୍ଦ୍ ଲିଙ୍କ୍ ରୋଡ଼ ପ୍ରକଳ୍ପ ପ୍ରଗତି ଏବଂ ପ୍ରକୃତି ସହିତ ତାଳମେଳ ରକ୍ଷାକରି ନିର୍ମିତ ହୋଇଥିବା ଏକ ଉତ୍ତମ ଉଦାହରଣ ଭାବରେ ଦେଖାଯାଇପାରେ । ଆଜି ଥାଣେ ଠାରୁ ବୋରିଭେଲିର ଟୁଇନ୍ ଟନେଲ ପ୍ରକଳ୍ପ କାମ ମଧ୍ୟ ଆରମ୍ଭ କରାଯାଉଛି । ଏହା ଫଳରେ ଥାଣେ ଏବଂ ବୋରିଭେଲି ମଧ୍ୟରେ ଦୂରତା, କିଛି ମିନିଟ ମଧ୍ୟରେ ସୀମିତ ହୋଇଯିବ । ଏନଡିଏ ସରକାର ଏକଥା ମଧ୍ୟ ନିରନ୍ତର ପ୍ରୟାସ ଜାରି ରଖିଛି ଯେ ଆମର ତୀର୍ଥସ୍ଥଳୀଗୁଡ଼ିକର ବିକାଶ, ତୀର୍ଥଯାତ୍ରୀମାନଙ୍କ ନିମନ୍ତେ ସୁବିଧା ବୃଦ୍ଧି କରାଯାଉଛି । ଆମେ ସଭିଏଁ ଏକଥା ଜାଣୁ ଯେ ବର୍ତ୍ତମାନ ପଣ୍ଢରପୁର ବାରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସମ୍ପୂର୍ଣ୍ଣ ଭକ୍ତିଭାବର ସହିତ ସାମିଲ ହୋଇପାରୁଛନ୍ତି । ପୁଣେ ଠାରୁ ପଣ୍ଢରପୁର ପର୍ଯ୍ୟନ୍ତ ଯାତ୍ରା ସୁଗମ ହେଉ, ଶ୍ରଦ୍ଧାଳୁମାନଙ୍କୁ ସମସ୍ତ ସୁବିଧା ମିଳୁ, ଏହାର ଚିନ୍ତା ଏନଡ଼ିଏ ସରକାର କରିଛନ୍ତି । ସନ୍ଥ ଜ୍ଞାନେଶ୍ୱର ପାଲଖି ମାର୍ଗର ପାଖାପାଖି ୨୦୦ କିଲୋମିଟର ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି । ସନ୍ଥ ତୁକାରାମ ପାଲଖି ମାର୍ଗର ମଧ୍ୟ ୧୧୦ କିଲୋମିଟରରୁ ଅଧିକ ପୂରଣ ହୋଇସାରିଛି । ଖୁବ୍ ଶୀଘ୍ର ଏହି ଦୁଇ ମାର୍ଗ ଯାତ୍ରୀମାନଙ୍କ ସେବା ନିମନ୍ତେ ପ୍ରସ୍ତୁତ ହୋଇଯିବ । ସର୍ବ ବାରକର୍ଯ୍ୟାନା ମୀ ଅତିଶ୍ୟ ମନାପାସୁନ ଶୁଭେଚ୍ଛା ଦେତା, ଆଣି ପଣ୍ଢରୀଚ୍ୟା କୋଟି- କୋଟି ନମନ କରତୋ!
ଭାଇ ଓ ଭଉଣୀଗଣ,
ସଂଯୋଗୀକରଣର ଏହି ଇନଫ୍ରାଷ୍ଟ୍ରକଚର୍ ଏହା ଫଳରେ ପର୍ଯ୍ୟଟନ, କ୍ଷେତ ଏବଂ ଉଦ୍ଦ୍ୟୋଗ, ସମସ୍ତକୁ ଲାଭ ହେଉଛି । ଏହା ଫଳରେ ରୋଜଗାରର ନୂଆ ନୂଆ ଅବସର ସୃଷ୍ଟି ହେଉଛି । ଯେତେବେଳେ ଉତ୍ତମ ସଂଯୋଗୀକରଣ ସୃଷ୍ଟି ହେବ, ସେତେବେଳେ ଏହାର ସୁବିଧା, ସୁରକ୍ଷା ଏବଂ ସମ୍ମାନ ଆମମାନଙ୍କ ମହିଳାମାନଙ୍କୁ ମଧ୍ୟ ମିଳିବ । ଅର୍ଥାତ୍‌, ଏନଡିଏ ସରକାର ଏହି କାମ ଗରିବ, କୃଷକ, ନାରୀଶକ୍ତି ଏବଂ ଯୁବଶକ୍ତିଙ୍କୁ ସଶକ୍ତ କରୁଛି । ମହାରାଷ୍ଟ୍ରର ମହାଯୁତି ତରକାର ମଧ୍ୟ ଏହି ପ୍ରତିବଦ୍ଧତାର ସହିତ କାମ କରୁଛି । ମୁଁ ଖୁୂସି ଯେ ମହାରାଷ୍ଟ୍ର ସରକାର ପ୍ରତି ବର୍ଷ ୧୦ ଲକ୍ଷ ଯୁବକଯୁବତୀଙ୍କୁ ସ୍କିଲ୍ ଟ୍ରେନିଂ ଦେବାର ସଂକଳ୍ପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୁବା କାର୍ଯ୍ୟକ୍ରମ ପ୍ରଶିକ୍ଷଣ ଯୋଜନା ଅଧୀନରେ ଟ୍ରେନିଂ ସମୟରେ ସ୍ପଲାରସିପ୍ ମଧ୍ୟ ପ୍ରଦାନ କରାଯାଉଛି ।
ସାଥୀଗଣ,
ଭାରତରେ ବହୁଳ ସଂଖ୍ୟାରେ କୌଶଳ ବିକାଶ ଏବଂ ରୋଜଗାର, ଏହା ଆମର ଆବଶ୍ୟକତା ରହିଛି । ଆମର ସରକାର ନିରନ୍ତର ଏହି ଦିଗରେ କାମ କରୁଛି । ବିଗତ ୪- ୫ ବର୍ଷ ମଧ୍ୟରେ, କରୋନା ଭଳି ମହାସଂକଟ ସତ୍ତ୍ୱେ, ଭାରତରେ ରେକର୍ଡ ସଂଖ୍ୟକ ରୋଜଗାର ସୃଷ୍ଟିହୋଇଛି । ନିକଟରେ ଆରବିଆଇ ରୋଜଗାର ପରିପ୍ରେକ୍ଷୀରେ ଏକ ବିସ୍ତୃତ ରିପୋର୍ଟ ଜାରି କରିଛନ୍ତି । ଏହି ରିପୋର୍ଟ ଅନୁସାରେ, ବିଗତ ୩- ୪ ବର୍ଷରେ ଦେଶରେ ହାରାହାରି ୮ କୋଟି ନୂଆ ରୋଜଗାର ମିଳିପାରିଛି । ଏହି ପରିସଂଖ୍ୟାନ ସୂଚିତ କରେ ଯେ ରୋଜଗାରକୁ ନେଇ ମିଛ ନ୍ୟାରେଟିଭ୍ ଗଢ଼ିବାର ବୋଲି ବନ୍ଦ କରିଦେଇଛି । ଏହି ମିଛ ନ୍ୟାରେଟିଭ୍ ପ୍ରଚାର କରୁଥିବା ଲୋକମାନେ ନିବେଶର ଶତ୍ରୁ, ଇନଫ୍ରାଷ୍ଟ୍ରକଚର୍ ନିର୍ମାଣର ଶତ୍ରୁ । ଭାରତର ବିକାଶର ଶତ୍ରୁ । ସେମାନଙ୍କର ପ୍ରତ୍ୟେକ ନୀତି ଯୁବଗୋଷ୍ଠୀଙ୍କ ପ୍ରତି ବିଶ୍ୱାସଘାତ ଏବଂ ରୋଜଗାରକୁ ରୋକିବା ଦିଗରେ ଏକ ପ୍ରୟାସ । ଏବେ ସେମାନଙ୍କର ଏହି ପୋଲ ଖୋଲିଯାଇଛି । ଭାରତର ବିଚାରବନ୍ତ ଜନତା, ସେମାନଙ୍କର ପ୍ରତ୍ୟେକଟି ମିଛ, ପ୍ରତ୍ୟେକଟି ପ୍ରପଞ୍ଚକୁ ଅସ୍ୱୀକାର କରିଛନ୍ତି । ଯେତେବେଳେ କେଉଁଠି କୌଣସି ପୋଲ ନିର୍ମାଣ କରାଯାଉଛି, ରେଳପଟ ନିର୍ମାଣ କରାଯାଉଛି, ସଡ଼କ ନିର୍ମାଣ କରାଯାଉଛି, ଲୋକାଲ ଟ୍ରେନ୍‌ର ବଗି ନିର୍ମାଣ କରାଯାଉଛି, ସେତେବେଳେ କାହାକୁ ନା କାହାକୁ ତ ରୋଜଗାର ମିଳୁଛି । ଭାରତରେ ଯେତେ ଯେତେ ଭିତ୍ତିଭୂମି ପ୍ରକଳ୍ପର ନିର୍ମାଣର ଗତି କ୍ଷିପ୍ରତର ହେଉଛି, ରୋଜଗାରର ଗତି ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଇଚାଲିଛି । ଆଗାମୀ ଦିନରେ ନୂଆ ନୂଆ ନିବେଶ ସହିତ ଏହି ଅବସର ଆହୁରି ଆଗକୁ ବଢ଼ିବାର ସମ୍ଭାବନା ରହିଛି ।
 

ସାଥୀଗଣ,
ଏନଡିଏ ସରକାରଙ୍କ ବିକାଶ ମଡେଲା ବଞ୍ôଚତ ଲୋକମାନଙ୍କ ମର୍ଯ୍ୟାଦା ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ । ଯେଉଁମାନେ ଦଶନ୍ଧି ଦଶନ୍ଧି ଧରି ସମାଜର ଶେଷ ଧାଡ଼ିରେ ରହିଆସିଥିଲେ, ସେମାନଙ୍କୁ ଆମେ ପ୍ରାଥମିକତା ପ୍ରଦାନ କରୁଛୁ । ନୂଆ ସରକାର ଶପଥ ନେବା ମାତ୍ରେ, ଆମେ ଗରିବ ଲୋକମାନଙ୍କ ନିମନ୍ତେ ପକ୍କା ଏବଂ କୃଷକମାନଙ୍କ ସହିିତ ଜଡ଼ିତ ଅନେକ ବଡ଼ ବଡ଼ ନିଷ୍ପତ୍ତିମାନ ଗ୍ରହଣ କରିଛୁ । ଏପର୍ଯ୍ୟନ୍ତ ୪ କୋଟି ଗରିବ ଲୋକମାନଙ୍କୁ ପକ୍କା ଘର ମିଳିସାରିଛି । ଆଗାମୀ ଦିନରେ ୩ କୋଟି ଅଧିକ ଗରିବ ପରିବାରଙ୍କୁ ପକ୍କାଘର ମିଳିବ । ସେଥିରେ ମହାରାଷ୍ଟ୍ରର ଲକ୍ଷ ଲକ୍ଷ ଗରିବ, ଦଳିତ, ପଛୁଆବର୍ଗ, ଆଦିବାସୀ ପରିବାର ମଧ୍ୟ ସାମିଲ । ଗୋଟିଏ ଉତ୍ତମ ବାସଗୃହ ପ୍ରତ୍ୟେକ ପରିବାରଙ୍କ ପାଇଁ କେବଳ ଆବଶ୍ୟକତା ନୁହେଁ, ଅପରପକ୍ଷେ, ସେହି ପରିବାରର ଗରିମା ସହିତ ମଧ୍ୟ ଜଡ଼ିତ । ସେଥିପାଇଁ, ଆମେ ସହରମାନଙ୍କରେ ବସବାସ କରୁଥିବା ଗରିବ ଏବଂ ମଧ୍ୟମ ବର୍ଗ, ଉଭୟଙ୍କୁ ସେମାନଙ୍କ ବାସଗୃହର ସ୍ୱପ୍ନ ସାକାର କରିବା କାର୍ଯ୍ୟରେ ନିୟୋଜିତ ରହିଛୁ ।
ସାଥୀଗଣ,
ଫୁଟପାଥ୍‌ର ବୁଲାବିକାଳୀ ସାଥୀଗଣଙ୍କୁ ମଧ୍ୟ ଗରିମାପୂର୍ଣ୍ଣ ଜୀବନ ବଞ୍ôଚବାର ସୁଯୋଗ ମିଳୁ, ଏହା ଆମର ପ୍ରତିବଦ୍ଧତା । ସେଥିରେ ସ୍ୱନିଧି ଯୋଜନା ବହୁତ ସହାୟକ ହୋଇପାରୁଛି । ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୯୦ ଲକ୍ଷ ଲୋନ ସ୍ୱୀକୃତ କରାଯାଇ ସାରିଛି । ସେଥିରେ ପାଖାପାଖି ୧୩ ଲକ୍ଷ ଋଣ କେବଳ ଏହି ମହାରାଷ୍ଟ୍ରର ସାଥୀମାନଙ୍କୁ ମିଳିଛି । ମୁମ୍ବଇରେ ମଧ୍ୟ ରାସ୍ତାକଡ଼ର ଦେଢ଼ ଲକ୍ଷ ବୁଲା ବିକାଳୀ ସାଥୀଙ୍କ ସ୍ୱନିଧି ଯୋଜନାର ଲାଭ ମିଳିପାରିଛି । ବ୍ୟାଙ୍କ୍‌ମାନଙ୍କରୁ ମିଳୁଥିବା ସ୍ୱନିଧି ଅର୍ଥ ସହାୟତାରେ ସେମାନଙ୍କର କାରବାର ଅଧିକ ମଜଭୁତ ହୋଇପାରିଛି । ଏବଂ ଗୋଟିଏ ଅଧ୍ୟୟନରୁ ଜଣାପଡ଼ିଛି ଯେ ଯେଉଁ ଲୋକମାନେ ସ୍ୱନିଧି ଯୋଜନା ସହିତ ଯୋଡ଼ିହୋଇ ରହିଛନ୍ତି, ସେମାନଙ୍କର ପ୍ରତି ମାସର ଉପାର୍ଜନ ପାଖାପାଖି ୨ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଅର୍ଥାତ୍‌, ବର୍ଷକୁ ୨୦-୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଉପାର୍ଜନ ହୋଇପାରୁଛି ।
ସାଥୀଗଣ,
ସ୍ୱନିଧି ଯୋଜନାର ଆଉ ଗୋଟିଏ ବିଶେଷତା ସମ୍ପର୍କରେ ମୁଁ ଆପଣମାନଙ୍କ ସହିତ ଆଲୋଚନା କରିବାକୁୂ ଚାହେଁ । ଏହି ଯୋଜନା ଅଧୀନରେ ଋଣ ନେଇଥିବା ଲୋକମାନେ ଯେଉଁମାନେ କି ମୋର ରାସ୍ତାକଡ଼ର ବୁଲାବିକାଳୀ, ସେହିସବୁ ଭାଇଭଉଣୀମାନେ, ଯେଉଁମାନେ ଲୋନ୍ ନେଉଛନ୍ତି, ସେମାନେ ଅତି ସାଧୁତାର ସହିତ ପୂରା ଲୋନ୍ ପରିଶୋଧ କରୁଛନ୍ତି । ଏବଂ ଏହାକୁ ଗରିବ ଲୋକମାନଙ୍କ ସାଧୁତା ବୋଲି ଅବଶ୍ୟ କୁହାଯିବ । ଏହା ହେଉଛି ମୋର ଗରିବ ଭାଇ ଭଉଣୀମାନଙ୍କ ଶକ୍ତି । ଏବଂ ଆପଣମାନେ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସ୍ୱନିଧି ଯୋଜନାର ଲାଭାର୍ଥୀ ଏପର୍ଯ୍ୟନ୍ତ ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କାର ଡିଜିଟାଲ କାରବାର କରିସାରିଛନ୍ତି । ଅର୍ଥାତ୍‌, ଡିଜିଟାଲ ଇଣ୍ଡିଆକୁ ମଧ୍ୟ ନିଜ କାମରେ ପରିବର୍ତ୍ତନ କରିଛନ୍ତି, ଭାରତକୁ ସେମାନେ ଏକ ନୂତନ ପରିଚୟ ପ୍ରଦାନ କରିଛନ୍ତି ।
 

ସାଥୀଗଣ,

ମହାରାଷ୍ଟ୍ର ଭାରତରେ ସାଂସ୍କୃତିକ, ସାମାଜି ଏବଂ ରାଷ୍ଟ୍ରବାଦର ଚେତନା ସଂଚାର କରିଛି । ଛତ୍ରପତି ଶିବାଜୀ ମହାରାଜ, ବାବାସାହେବ ଆମ୍ବେଦକର, ମହାତ୍ମା ଜ୍ୟେତିବା ଫୁଲେ, ସାବିତ୍ରୀବାଇ ଫୁଲେ, ଆନ୍ନାଭାଇ ସାଠେ, ଲୋକମାନ୍ୟ ତିଲକ, ବୀର ସାବରକର ଏହିଭଳି ଅସଂଖ୍ୟ ମହାନ୍ ସନ୍ଥମାନଙ୍କ ଭବ୍ୟ ଐତିହ୍ୟ ଏହି ଧରିତ୍ରୀ ଧରି ରଖିଛି । ମହାରାଷ୍ଟ୍ରର ମହାନ୍ ସନ୍ତାନଗଣ ଯେଉଁଭଳି ଭାବରେ ସମରସ ସମାଜ, ଯେଉଁଭଳି ସଶକ୍ତ ରାଷ୍ଟ୍ରର କଳ୍ପନା କରିଥିଲେ, ଆମେ ସେହି ଦିଶାରେ ହିଁ ଆଗକୁ ଅଗ୍ରସର ହେବାକୁ ପଡ଼ିବ । ଆମକୁ ସଦାସର୍ବଦା ଏକଥା ସ୍ମରଣ ରଖିବାକୁ ପହେବ ଯେ ସଦ୍ଭାବନା ଏବଂ ସୌହାର୍ଦ୍ଦ୍ୟ ହିଁ ସମୃଦ୍ଧି ମାର୍ଗରେ ନିହିତ । ଏହି ଭାବନାର ସହିତ ପୁଣି ଥରେ ଏହି ବିକାଶ କାର୍ଯ୍ୟ ନିମନ୍ତେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ବହୁତ ବହୁତ ଧନ୍ୟବାଦ!
ଭାରତ ମାତା କୀ ଜୟ!
ଭାରତ ମାତା କୀ ଜୟ!
ଭାରତ ମାତା କୀ ଜୟ!
ଭାରତ ମାତା କୀ ଜୟ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Celebrate ‘Har Ghar Tiranga’drive, PM Modi calls on every household

Media Coverage

Celebrate ‘Har Ghar Tiranga’drive, PM Modi calls on every household
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights India’s strong conservation efforts on World Elephant Day
August 12, 2026

Prime Minister Shri Narendra Modi today stated that on World Elephant Day, we celebrate the majestic elephant, which has remained an integral part of India’s ecological heritage. He expressed gladness that India is home to over 60% of the world’s wild Asian elephants.

The Prime Minister noted that our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. Shri Modi also expressed pride in all forest personnel, scientists, veterinarians, mahouts, and the local communities who are integral to all such efforts.

In a post on X, the Prime Minister shared:

"On World Elephant Day, we celebrate the majestic elephant which has remained an integral part of India’s ecological heritage. It is gladdening that India is home to over 60% of the world’s wild Asian elephants. Our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. We are also proud of all forest personnel, scientists, veterinarians, mahouts and the local communities who are integral to all such efforts."