Our Indian diaspora has succeeded globally and this makes us all very proud:PM
For us, the whole world is one family: PM
India and Nigeria are connected by commitment to democratic principles, celebration of diversity and demography:PM
India’s strides are being admired globally, The people of India have powered the nation to new heights:PM
Indians have gone out of their comfort zone and done wonders, The StartUp sector is one example:PM
When it comes to furthering growth, prosperity and democracy, India is a ray of hope for the world, We have always worked to further humanitarian spirit:PM
India has always supported giving Africa a greater voice on all global platforms:PM

ଭାରତ ମାତା କି ଜୟ !

ଭାରତ ମାତା କି ଜୟ !

ଭାରତ ମାତା କି ଜୟ !

ସୁନ୍ନୁ ନାଇଜେରିଆ । ନମସ୍କାର।

ଆଜି ଆପଣ ଅବୁଜାରେ ଚମତ୍କାର କରି ଦେଇଛନ୍ତି । ଅବୁଜାରେ ଆମେ ଏକ ଚମତ୍କାର ସମୟ ବାନ୍ଧିଛୁ। ଆଉ ଏସବୁ ଦେଖି ମୁଁ ଗତକାଲି ସନ୍ଧ୍ୟାରୁ ଦେଖୁଛି ଯେ ମୁଁ ଅବୁଜାରେ ନୁହେଁ ବରଂ ଭାରତର ଏକ ସହରରେ ଉପସ୍ଥିତ ଅଛି । ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଲାଗୋସ୍‌, କାନୋ, କାଡୁନା ଏବଂ ପୋର୍ଟ ହାରର୍କୋର୍ଟରୁ, ଏମିତି ଭିନ୍ନ ଭିନ୍ନ ଅଞ୍ଚଳରୁ ଅବୁଜାରେ ପହଞ୍ଚିଛନ୍ତି ଏବଂ ଆପଣଙ୍କ ମୁହଁରେ ଏହି ଚମକ, ଆପଣଙ୍କର ଏହି ଉତ୍ସାହ ଯେତିକି ଆପଣ ଏଠାକୁ ଆସିବାକୁ ଆଗ୍ରହୀ ଥିଲେ, ମୁଁ ମଧ୍ୟ ଆପଣମାନଙ୍କୁ ଭେଟିବାକୁ ଅପେକ୍ଷା କରିଥିଲି । ଆପଣମାନଙ୍କର ଭଲ ପାଇବା, ଏହି ସ୍ନେହ ମୋ ପାଇଁ ଏକ ବଡ଼ ସମ୍ପତ୍ତି । ଆପଣଙ୍କ ମଧ୍ୟକୁ ଆସିବା, ଆପଣଙ୍କ ଭିତରେ ଆସୁଛି, ତୁମ ସହିତ ସମୟ ବିତାଇବା ଏବଂ ଏହି ମୁହୂର୍ତ୍ତଗୁଡ଼ିକ ମୋ ସହିତ ସାରା ଜୀବନ ରହିବ।

 

ସାଥୀମାନେ

ପ୍ରଧାନମନ୍ତ୍ରୀ ଭାବେ ଏହା ମୋର ପ୍ରଥମ ନାଇଜେରିଆ ଗସ୍ତ, କିନ୍ତୁ ମୁଁ ଏକୁଟିଆ ଆସିନାହିଁ, ମୁଁ ସହିତ ଭାରତର ମାଟିର ମହକ ସାଙ୍ଗରେ ନେଇ ଆସିଛି । ଏବଂ ମୁଁ କୋଟି କୋଟି ଭାରତୀୟଙ୍କ ତରଫରୁ ଆପଣଙ୍କ ପାଇଁ ବହୁତ-ବହୁତ ଶୁଭକାମନା ନେଇ ଆସିଛି । ଆପଣ ଭାରତର ପ୍ରଗତିରେ ଖୁସି ହେଉଛନ୍ତି ଏବଂ ଏଠାରେ ଆପଣଙ୍କ ପ୍ରଗତି ରେ ପ୍ରତ୍ୟେକ ଭାରତୀୟବାସୀଙ୍କ ଛାତି ପ୍ରଶସ୍ତ ହୋଇଯାଇଥାଏ, କେତେ ଚଉଡା ହୋଇଯାଇଥାଏ... କେତେ? ମୋର ୫୬ ହୋଇଯାଇଛି ।

ସାଥୀମାନେ

ମୁଁ ଆଜି ଏବେ ବର୍ତ୍ତମାନ ରାଷ୍ଟ୍ରପତି ଟିିନୁବୁ ଏବଂ ନାଇଜେରିଆବାସୀଙ୍କୁ ମଧ୍ୟ ବିଶେଷ କୃତଜ୍ଞତା ଜ୍ଞାପନ କରିବାକୁ ଚାହୁଁଛି । ଯେଉଁଭଳି ଭାବରେ ଏଠାରେ ସ୍ୱାଗତ ହେଲା, ସମାରୋହ ଆଶ୍ଚର୍ଯ୍ୟଜନକ ଥିଲା, ଏବଂ କିଛି ସମୟ ପୂର୍ବରୁ ରାଷ୍ଟ୍ରପତି ଟିନୁବୁ ମୋତେ ନାଇଜେରିଆର ଜାତୀୟ ପୁରସ୍କାରରେ ସମ୍ମାନିତ କରିଥିଲେ । ଏହି ସମ୍ମାନ କେବଳ ମୋଦୀଙ୍କ ପାଇଁ ନୁହେଁ, ଏହା ଭାରତର କୋଟି କୋଟି ଲୋକଙ୍କ ସମ୍ମାନ ଏବଂ ଏହି ସମ୍ମାନ ଏଠାରେ ରହୁଥିବା ଭାରତୀୟମାନଙ୍କ ପାଇଁ ଅଟେ ।

ସାଥିମାନେ

ମୁଁ ବହୁତ ନମ୍ରତା ପୂର୍ବକ ଆପଣମାନଙ୍କୁ ଏହି ସମ୍ମାନ ଉତ୍ସର୍ଗ କରୁଛି ।

ବନ୍ଧୁଗଣ,

ରାଷ୍ଟ୍ରପତି ତିନୁବୁଙ୍କ ସହ ମୋର କଥାବାର୍ତ୍ତା ସମୟରେ ସେ ବାରମ୍ବାର ନାଇଜେରିଆର ପ୍ରଗତିରେ ଆପଣଙ୍କ ଅବଦାନକୁ ପ୍ରଶଂସା କରୁଥିଲେ ଏବଂ ଯେତେବେଳେ ମୁଁ ତାଙ୍କ କଥା ଶୁଣୁଥିଲି, ତାଙ୍କ ଆଖିରେ ଯେଉଁ ଚମକ ଦେଖୁଥିଲି, ସେହି ସମୟରେମୋ ମୁଣ୍ଡ ଗର୍ବରେ ଉଠିଯାଉଥିଲା । ଯେମିତି କୌଣସି ମୋ କପାଳକୁ ଗର୍ବରେ ଉଠିଦେଇଥିଲା । ଯେମିତି ପରିବାରର ଜଣେ ସଦସ୍ୟ କ୍ୟାରିୟରରେ ବହୁତ ଉଚ୍ଚ ସ୍ତରରେ ପହଞ୍ଚନ୍ତି ଏବଂ ଯେପରି ତାଙ୍କ ପିତାମାତା ଏବଂ ତାଙ୍କ ଗ୍ରାମବାସୀ ତାଙ୍କୁ ନେଇ ଗର୍ବି କରିଥାନ୍ତି ସେହିଭଳି, ମୁଁ ଭାବନାରେ ପରିପୂର୍ଣ୍ଣ ହୋଇଯାଇଛି । ଆପଣମାନେ ସମସ୍ତେ କେବଳ ନିଜର କଠିନ ପରିଶ୍ରମ, କଠିନ ପରିଶ୍ରମ ନାଇଜେରିଆକୁ ଦେଇନାହାଁନ୍ତି, ଆପଣ ମାନେ ନାଇଜେରିଆକୁ ନିଜର ହୃଦୟ ମଧ୍ୟ ଦେଇଛନ୍ତି । ଏଠାରେ ଥିବା ଭାରତୀୟ ସମ୍ପ୍ରଦାୟ ନାଇଜେରିଆର ପ୍ରତ୍ୟେକ ସୁଖ ଦୁଃଖରେ ସର୍ବଦା ଅଂଶୀଦାର ରହିଆସିଛି । ଆଜିକାଲି ୪୦ ରୁ ୬୦ ବର୍ଷ ବୟସ୍କ ନାଇଜେରିଆମାନଙ୍କ ମଧ୍ୟରୁ ଅଧିକାଂଶ ଜଣେ ଭାରତୀୟ ଶିକ୍ଷକଙ୍କ ଦ୍ୱାରା ଶିକ୍ଷା ଲାଭ କରିଥିବା ଜଣାପଡିଛି । ଏଠାରେ ଅନେକ ଭାରତୀୟ ଡାକ୍ତର ଅଛନ୍ତି ଯେଉଁମାନେ ନାଇଜେରିଆବାସୀଙ୍କ ସେବା କରୁଛନ୍ତି। ଅନେକ ଭାରତୀୟ ନାଇଜେରିଆରେ ନିଜର ବ୍ୟବସାୟ ପ୍ରତିଷ୍ଠା କରି ଏହି ଦେଶର ବିକାଶ ଯାତ୍ରାରେ ଅଂଶୀଦାର ହୋଇଛନ୍ତି । କିଶନଚନ୍ଦ ଚେଲ୍ଲାରାମଜୀ ସ୍ୱାଧୀନତାର ବହୁ ପୂର୍ବରୁ ଏଠାକୁ ଆସିଥିଲେ । ସେତେବେଳେ କେହି ଜାଣି ନଥିଲେ ଯେ ତାଙ୍କ କମ୍ପାନୀ ନାଇଜେରିଆର ସବୁଠାରୁ ବଡ଼ ବ୍ୟବସାୟିକ ସଂସ୍ଥା ରେ ପରିଣତ ହେବ । ଆଜି ଅନେକ ଭାରତୀୟ କମ୍ପାନୀ ନାଇଜେରିଆର ସମଗ୍ର ଅର୍ଥନୀତିକୁ ସୁଦୃଢ଼ କରୁଛନ୍ତି। ତୋଲାରାମ ଜୀଙ୍କ ନୁଡଲ୍ସ ଏଠାରେ ପ୍ରତ୍ୟେକ ଘରେ ଆନନ୍ଦର ସହ ଖାଇଥାନ୍ତି । ତୁଳସୀଚାନ୍ଦ ରାୟଙ୍କ ଫାଉଣ୍ଡେସନ ନାଇଜେରିଆବାସୀଙ୍କ ଜୀବନକୁ ଆଲୋକିତ କରୁଛି। ନାଇଜେରିଆର ବିକାଶ ପାଇଁ ଏଠାକାର ଲୋକଙ୍କ ସହ ଭାରତୀୟ ସମ୍ପ୍ରଦାୟ କାନ୍ଧରେ କାନ୍ଧ ମିଳାଇ କାମ କରୁଛନ୍ତି। ଏବଂ ଏହା ହେଉଛି ଭାରତବାସୀଙ୍କ ସବୁଠାରୁ ବଡ ଶକ୍ତି, ଭାରତର ଲୋକଙ୍କ ସଂସ୍କାର । ଠିକ୍ ଅଛି ଆମେ ଅନ୍ୟ ଦେଶକୁ ଯାଇଯିବା କିନ୍ତୁ ଆମର ସାଧାରଣଙ୍କ ପାଇଁ ମଙ୍ଗଳର ସଂସ୍କାରକୁ ଆମେ ଭୁଲି ନ ଥାଉ। ଆମେ ସେହି ଲୋକ ଯେଉଁମାନେ ଶତାବ୍ଦୀ ଧରି ସେହି ସଂସ୍କାରକୁ ଆମ ଶିରା ପ୍ରଶିରା ନେଇ ବଞ୍ଚିଛୁ, ଯେଉଁମାନେ ସମଗ୍ର ଦୁନିଆକୁ ଗୋଟିଏ ପରିବାର ଭାବରେ ବିବେଚନା କରନ୍ତି । ଆମ ପାଇଁ ସମଗ୍ର ବିଶ୍ୱ ଗୋଟିଏ ପରିବାର ।

 

ସାଥୀମାନେ

ନାଇଜେରିଆରେ ଆପଣମାନେ ଭାରତୀୟ ସଂସ୍କୃତିକୁ ଯେଉଁ ଗୌରବ ଆଣିଛନ୍ତି ତାହା ସବୁଠି ଦୃଶ୍ୟମାନ ହେଉଛି। ଏଠାକାର ଲୋକଙ୍କ ମଧ୍ୟରେ ଯୋଗ ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି। ମୁଁ ଭାବୁଛି ଆପଣମାନେ ଏହା କରୁନାହାଁନ୍ତି, ନାଇଜେରିଆର ଲୋକମାନେ ଏହା କରୁଛନ୍ତି, ମୁଁ ହାତର ତାଳି ଦ୍ୱାରା ଏହା ଜାଣିପାରିଛି ଦେଖୁଛି। ସାଥିମାନେ, ଟଙ୍କା ରୋଜଗାର କରନ୍ତୁ, ନାମ ଅର୍ଜନ କରନ୍ତୁ, ଯାହା ରୋଜଗାର କରିବାକୁ ଚାହୁଁଛନ୍ତି ତାହା କରନ୍ତୁ , କିନ୍ତୁ ଅନ୍ତତଃ ଯୋଗ ପାଇଁ କିଛି ସମୟ ବିତାନ୍ତୁ । ଆଉ କେହି ଜଣେ ମୋତେ କହିଲେ ଯେ ଏଠାରେ ଜାତୀୟ ଟିଭିରେ ଯୋଗର ଏକ ସାପ୍ତାହିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେଉଛି । ଆପଣମାନେ ଏଠାରେ ଟିଭି ଦେଖୁନଥିବେ, ଆପଣ ନିଶ୍ଚୟ ଭାରତ ଦେଖୁଥିବେ । ସେଠାରେ କେତେ ପାଣି ଆସିଲା, ଆଜି କେଉଁଠି ଦୁର୍ଘଟଣା ଘଟିଲା । ଆଉ ଏଠାରେ ନାଇଜେରିଆରେ ହିନ୍ଦୀ ମଧ୍ୟ ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି । ନାଇଜେରିଆର ଯୁବକମାନେ, ବିଶେଷକରି କାନୋର ଯୁବକମାନେ ଅନେକ ଛାତ୍ର ହିନ୍ଦୀ ଶିଖନ୍ତି ଏବଂ କାନୋରେ, ହିନ୍ଦୀ ପ୍ରେମୀମାନେ ଦୋସ୍ତାନା, ଦୋସ୍ତାନା ନାମକ ଏକ ଗୋଷ୍ଠୀ ଗଠନ କରିଛନ୍ତି ଏବଂ ଏଠାରେ ଉପସ୍ଥିତ ଅଛନ୍ତି । ତେଣୁ ଯେତେବେଳେ ଏତେ ବନ୍ଧୁତା ଥାଏ, ସେତେବେଳେ ଭାରତୀୟ ଫିଲ୍ମ ସହ ବନ୍ଧୁତା ହେବା ସ୍ୱାଭାବିକ । ମୁଁ ଭୋଜନ ସମୟରେ ଚାଟିଂ କରୁଥିଲି, ଏଠାରେ ସମସ୍ତଙ୍କ ସହିତ ସେମାନେ ଭାରତର ସମସ୍ତ କଳାକାରଙ୍କ ନାମ, ସମସ୍ତ ଚଳଚ୍ଚିତ୍ରର ନାମ ଜାଣନ୍ତି । ଉତ୍ତରାଞ୍ଚଳରେ ଲୋକମାନେ ଭାରତୀୟ ଗବେଷଣା, ପ୍ରଦର୍ଶନ କରିବା ପାଇଁ ଭିଡ଼ ଜମିଥାଏ, ନମସ୍ତେ ୱାଲା, ଏହି ୱାଲା ଶବ୍ଦ ବୁଝା ପଡିଥାଏ ଲୋକମାନଙ୍କୁ, ଏହା ମୂଳତଃ ଗୁଜରାଟୀ ଶବ୍ଦ... ମୋର ଭାଷା ଭଳି। ନମସ୍ତେ ୱାଲା ଭଳି ଫିଲ୍ମ ଓ ପୋଷ୍ଟକାର୍ଡ... ପୋଷ୍ଟକାର୍ଡ ଭଳି ୱେବ୍ ସିରିଜ୍ କୁ ଏଠାରେ ଖୁବ୍ ପସନ୍ଦ କରାଯାଉଛି।

ସାଥୀମାନେ

ଗାନ୍ଧିଜୀ ଦୀର୍ଘ ଦିନ ଧରି ଆଫ୍ରିକାରେ ରହିଥିଲେ, ସେ ଆଫ୍ରିକାବାସୀଙ୍କ ସୁଖ ଦୁଃଖ ବାଣ୍ଟିଥିଲେ । ଦାସତ୍ୱର ସେହି ସମୟରେ ଭାରତ ଏବଂ ନାଇଜେରିଆର ଲୋକମାନେ ସ୍ୱାଧୀନତା ଏବଂ ଏହାର ସଂଗ୍ରାମ ପାଇଁ କୌଣସି କସରତ ଛାଡ଼ିନଥିଲେ । ଏବଂ ଯେତେବେଳେ ଭାରତ ସ୍ୱାଧୀନ ହେଲା, ଏହା ନାଇଜେରିଆର ସ୍ୱାଧୀନତା ଆନ୍ଦୋଳନକୁ ମଧ୍ୟ ପ୍ରେରଣା ଦେଇଥିଲା । ଆଜି ଭାରତ ଓ ନାଇଜେରିଆ ସଂଘର୍ଷ ର ଦିନରେ ସହଯୋଗୀ ଭାବେ ଏକାଠି ଆଗେଇ ଚାଲିଛନ୍ତି। ଭାରତ ହେଉଛି ଗଣତନ୍ତ୍ରର ଜନନୀ । ତେଣୁ ନାଇଜେରିଆ ହେଉଛି ଆଫ୍ରିକାର ସର୍ବବୃହତ ଗଣତନ୍ତ୍ର। ଆମ ଦୁହିଁଙ୍କର ଗଣତନ୍ତ୍ରର ସମାନତା ଅଛି, ଆମ ଦୁହିଁଙ୍କର ବିବିଧତାର ସମାନତା ଅଛି ଏବଂ ଆମ ଦୁହିଁଙ୍କ ପାଖରେ ଜନସଂଖ୍ୟାର ଶକ୍ତି ଅଛି । ଉଭୟ ଭାରତ ଏବଂ ନାଇଜେରିଆରେ ଭିନ୍ନ ଭିନ୍ନ ଭାଷା କହୁଥିବା ଲୋକ ଅଛନ୍ତି, ଲୋକମାନେ ରୀତିନୀତି ଅନୁସରଣ କରୁଛନ୍ତି । ଏଠାରେ ଲୋଗୋସର ମହାପ୍ରଭୁ ଜଗନ୍ନାଥ, ଏଠାରେ ଭଗବାନ ଭେଙ୍କଟେଶ୍ୱର, ଗଣପତି ଦାଦା, କାର୍ତ୍ତିକେୟ ମନ୍ଦିର ନାଇଜେରିଆର ବିବିଧତା ପ୍ରତି ସମ୍ମାନର ପ୍ରତୀକ ଅଟେ । ଏବଂ ଆଜି ମୁଁ ଯେତେବେଳେ ଆପଣଙ୍କ ମଧ୍ୟରେ ଅଛି, ମୁଁ ମଧ୍ୟ ଭାରତବାସୀଙ୍କ ତରଫରୁ ସେମାନଙ୍କ ନିର୍ମାଣରେ ନାଇଜେରିଆ ସରକାରଙ୍କୁ ସହଯୋଗ କରିଥିବାରୁ କୃତଜ୍ଞତା ଜଣାଉଛି ।

 

ସାଥୀମାନେ

ଯେତେବେଳେ ଭାରତ ସ୍ୱାଧୀନ ହୋଇଥିଲା, ସେତେବେଳେ ଅନେକ ପ୍ରକାରର ଆହ୍ୱାନ ଥିଲା । ସ୍ୱାଧୀନତା ପରେ ଆମ ପୂର୍ବ ପୁରୁଷମାନେ ସେହି ଆହ୍ୱାନଗୁଡ଼ିକର ମୁକାବିଲା କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ, ଏବଂ ଆଜି ଭାରତର ଦ୍ରୁତ ପ୍ରଗତି କୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ହେଉଛି । ଏହା ହେଉଛି କି ନାହିଁ? ଆପଣଙ୍କ କାନକୁ ପଡୁଛି କି ନାହିଁ? କାନରେ ଯାହା ଆସିଥାଏ, ତାହା କଥାରେ ମଧ୍ୟ ଆସି ଥାଏ । ଯାହା କଥାରେ ଆସେ ତାହା ହୃଦୟରେ ବସିଯାଇଥାଏ? ଭାରତର ସଫଳତା ପାଇଁ ସମସ୍ତ ଭାରତୀୟ ଗର୍ବିତ। ମୋତେ କୁହନ୍ତୁ, ଆପଣ ମଧ୍ୟ ଗର୍ବ ଅନୁଭବ କରୁଛନ୍ତି କି ନାହିଁ? ଯେତେବେଳେ ଭାରତର ଚନ୍ଦ୍ରଯାନ ଚନ୍ଦ୍ରରେ ପହଞ୍ଚିଲା, ଆପଣ ଗର୍ବ ଅନୁଭବ କରିଥିଲେ କି ନାହିଁ? ଆପଣ ସେଦିନ ଆଖି ଖୋଲି ଟିଭି ସାମ୍ନାରେ ବସିଥିଲେ ନା ବସି ନ ଥିଲେ? ଯେତେବେଳେ ଭାରତର ମଙ୍ଗଳଯାନ ମଙ୍ଗଳଗ୍ରହରେ ପହଞ୍ଚିଲା, ଆପଣଙ୍କୁ ଗର୍ବ ଲାଗୁଥିଲା କି ନାହିଁ? ମେଡ୍ ଇନ୍ ଇଣ୍ଡିଆ ଲଢୁଆ ବିମାନ ତେଜସ୍‌କୁ ଦେଖିଲେ ମେଡ୍ ଇନ୍ ଇଣ୍ଡିଆ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନ୍‌ଏସ୍ ବିକ୍ରାନ୍ତ ଦେଖିଲେ ଆପଣ ଗର୍ବ ଅନୁଭବ କରନ୍ତି କି ନାହିଁ? ଆଜି ଭାରତ ମହାକାଶ କ୍ଷେତ୍ରଠାରୁ ଆରମ୍ଭ କରି ଉତ୍ପାଦନ, ଡିଜିଟାଲ ଟେକ୍ନୋଲୋଜିଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ବିଶ୍ୱର ବଡ ବଡ ଦେଶମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଆପଣମାନେ ସମସ୍ତେ ଜାଣନ୍ତି ଯେ ଦୀର୍ଘ ଦିନର ଦାସତ୍ୱ ଆମ ଅର୍ଥନୀତିକୁ ଧ୍ୱଂସ କରିଦେଇଥିଲା । ସ୍ୱାଧୀନତା ପରଠାରୁ ୬୦ ବର୍ଷ ମଧ୍ୟରେ ଆହ୍ୱାନର ମୁକାବିଲା କରି ଭାରତର ଅର୍ଥନୀତି ୬ ଦଶନ୍ଧି ମଧ୍ୟରେ ଏକ ଟ୍ରିଲିୟନ ଡଲାର ମାଇଲଖୁଣ୍ଟ ଅତିକ୍ରମ କରିଛି। କେତେ ବର୍ଷରେ? ଭୁଲିଯାଇଛନ୍ତି କି? କେତେ ବର୍ଷରେ? କେତେ ଦଶନ୍ଧି? ଛଅ ଦଶନ୍ଧିରେ କେତେ? ମୁଁ ଜଣେ ଶିକ୍ଷକ ନୁହେଁ, ମୁଁ ସେମିତି ପଚାରୁଛି । ଆମେ ଭାରତୀୟମାନେ ଦୃଢ଼ତାର ସହ ଠିଆ ହୋଇଥିଲୁ ଏବଂ ଏବେ ଆମକୁ ତାଳି ମାରିବାକୁ ପଡ଼ିବ। ଏମିତି ମାରିବେ କି? ଆପଣ ତାଳି ମାରିଦେଇଛନ୍ତି କିନ୍ତୁ ମୁଁ ର୍ଆପଣଙ୍କୁ ବର୍ତ୍ତମାନ କହିବି । ଛଅ ଦଶନ୍ଧି ମଧ୍ୟରେ ଯାହା ଘଟିଲା, ଆପଣ ଏବେ ତାଳି ମାରିଛନ୍ତି, ଏବେ ଆପଣଙ୍କୁ ଦୁଇଗୁଣା ତାଳି ମାରିବାକୁ ପଡ଼ିବ। ଗତ ଦଶନ୍ଧିମଧ୍ୟରେ ଭାରତ ଏହାର ଜିଡିପିରେ ପ୍ରାୟ ୨ ଟ୍ରିଲିୟନ ଡଲାର ଯୋଡ଼ିଛି। ୧୦ ବର୍ଷ ରେ ଭାରତର ଅର୍ଥନୀତିର ଆକାର ଦ୍ୱିଗୁଣିତ ହୋଇଛି । ଆଜି ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି । ମନେ ରଖିବନା? କେତେ? ଆଉ ସେହି ଦିନ ଦୂରରେ ନାହିଁ ଯେତେବେଳେ ଭାରତ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ । ଯେତେବେଳେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ରେ ପରିଣତ ହେବ ।

ସାଥୀମାନେ

ଆମେ ଅନେକ ସମୟରେ ଶୁଣିଥାଉ ଯେ ଯେଉଁ ମାନେ ନିଜ କମ୍ଫର୍ଟ ଜୋନରୁ ବାହାରକୁ ଯାଆନ୍ତି,ସେମାନେ କିଛି ବଡ କରିବାକୁ ସକ୍ଷମ ହୁଅନ୍ତି । ବର୍ତ୍ତମାନ ଆପଣଙ୍କୁ ଏହି କଥା ବୁଝାଇବାର ଆବଶ୍ୟକତା ନାହିଁ କାରଣ ଆପଣ ଏତେ ଦୂରକୁ ଆସିଛନ୍ତି । ଆଜି ଭାରତ ଏବଂ ଭାରତର ଯୁବପିଢ଼ି ଏହି ମାନସିକତାକୁ ନେଇ ଆଗକୁ ବଢ଼ୁଛନ୍ତି। ସେଥିପାଇଁ ଆଜି ଭାରତ ନୂଆ ନୂଆ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମ, ବୋଧହୁଏ ଆପଣ ମଧ୍ୟ ୧୦-୧୫ ବର୍ଷ ପୂର୍ବରୁ ଷ୍ଟାର୍ଟଅପ୍ ବିଷୟରେ ଶୁଣିନଥିବେ । ଯେତେବେଳେ ମୁଁ ଏକ ଷ୍ଟାର୍ଟଅପ୍ କୁ ପ୍ରୋତ୍ସାହିତ କରିବା ପାଇଁ ଏକ ସମ୍ମିଳନୀ ଡାକିଥିଲି, ସେଠାରେ ୮-୧୦ ଜଣ ଷ୍ଟାର୍ଟଅପ୍ ଥିଲେ, ଅନ୍ୟ ସମସ୍ତେ ବୁଝିବାକୁ ଯାଉଥିଲେ ଯେ ଷ୍ଟାର୍ଟଅପ୍ କ'ଣ। ତେଣୁ ବଙ୍ଗଳାର ଜଣେ ଝିଅ ନିଜ ଅନୁଭୂତି ବାଣ୍ଟିବା ପାଇଁ ଠିଆ ହୋଇଥିଲେ। କାରଣ ମୋତେ ଲୋକଙ୍କୁ ବୁଝାଇବାକୁ ହେବ, ଏହା କେଉଁ ନୂଆ ଦୁନିଆ। ତେଣୁ ସେହି ଝିଅ ବହୁତ ଶିକ୍ଷିତ ଥିଲା, ଭଲ ଚାକିରି ପାଇବାକୁ ଯୋଗ୍ୟ ଥିଲା ଏବଂ ଭଲ ଭାବରେ ସ୍ଥିର ହୋଇଥିଲା । ଯେତେବେଳେ ସେ ସବୁ କିଛି ଛାଡି ଦେଲେ, ସେ ତାଙ୍କ ଅନୁଭୂତି କହିଲେ, ସେ ଜଣେ ବଙ୍ଗୀୟ ଥିଲେ । ତେଣୁ ସେ ନିଜ ଗାଁକୁ ଗଲେ, ସେ ତାଙ୍କ ମା'ଙ୍କୁ କହିଲେ ଯେ ମା, ମୁଁ ସବୁ କିଛି ଛାଡି ଦେଇଛି, ମୁଁ ଚାକିରି ଛାଡି ଦେଇଛି । ତେବେ ମା' କ'ଣ କରିବେ? ସେ କହିଲେ ମୁଁ ଷ୍ଟାର୍ଟ ଅପ ଆରମ୍ଭ କରିବି, ସେ କହିଲେ ମହାବିନାଶ । କିନ୍ତୁ ଆଜି ଆମ ର ଯୁବପିଢ଼ି କମ୍ଫର୍ଟ ଜୋନରୁ ବାହାରି ଏକ ନୂତନ ଭାରତ ପାଇଁ ଏକ ନୂତନ ସମାଧାନ ଉପରେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଫଳାଫଳ ଚମତ୍କାର ହେଉଛି । ଆଜି ଭାରତରେ ଦେଢ ଲକ୍ଷରୁ ଅଧିକ ପଞ୍ଜୀକୃତ ଷ୍ଟାର୍ଟଅପ୍ ରହିଛି। ଷ୍ଟାର୍ଟଅପ୍ ର ନାମ ଶୁଣି ମା' ଚିତ୍କାର କରୁଥିଲେ ଯେ ବିନାଶ... ସେହି ଷ୍ଟାର୍ଟଅପ୍ ଆଜି ମହାବିକାଶ କହୁଛି। ଗତ ୧୦ ବର୍ଷ ମଧ୍ୟରେ ଭାରତରେ ୧୦୦ରୁ ଅଧିକ ୟୁନିକର୍ଣ୍ଣ ତିଆରି ହୋଇଛି। ଯଦି ମୁଁ ବିସ୍ତୃତ ଭାବେ କହିବି, ତା'ହେଲେ ଅଧିକ ପ୍ରଶଂସା ମିଳିବ। ୟୁନିକର୍ନ ଅର୍ଥ ହେଉଛି ୮ରୁ ୧୦ ହଜାର କୋଟି ଟଙ୍କାର କମ୍ପାନୀ । ଭାରତର ଯୁବକମାନଙ୍କ ଦ୍ୱାରା ଗଠିତ ଏଭଳି ୧୦୦ରୁ ଅଧିକ କମ୍ପାନୀ ଆଜି ଭାରତର ଷ୍ଟାର୍ଟଅପ୍ ସଂସ୍କୃତିର ପତାକା ଉଡାଉଛନ୍ତି । ଆଉ ଏହା କାହିଁକି ହେଲା ଏଭଳି, କାହିଁକି ହେଲା ଏସବୁ ? କାହିଁକି ହେଲା ଏହା ସେଥିପାଇଁ ହେଲା ଯେ ଭାରତ ତା'ର କମ୍ଫର୍ଟ ଜୋନ୍ ରୁ ବାହାରକୁ ଚାଲିଯାଇଛି।

 

ସାଥୀମାନେ

ମୁଁ ଆପଣଙ୍କୁ ଆଉ ଏକ ଉଦାହରଣ ଦେବି । ଭାରତ ସର୍ବଦା ନିଜର ସେବା କ୍ଷେତ୍ର ପାଇଁ ଜଣାଶୁଣା । ଏହା ଆମର ଅର୍ଥନୀତିର ଏକ ଶକ୍ତିଶାଳୀ ଫିଲର ଅଟେ । କିନ୍ତୁ ଏତିକିରେ ଆମେ ସନ୍ତୁଷ୍ଟ ନୁହଁ। ଆମେ ଆରାମରୁ ବାହାରକୁ ଯାଇଛୁ ଏବଂ ଆମେ ଏକ ବିଶ୍ୱସ୍ତରୀୟ ଉତ୍ପାଦନ ହବ୍ ସୃଷ୍ଟି କରିବାକୁ ସଂକଳ୍ପବଦ୍ଧ । ଆମେ ଉତ୍ପାଦନ ଶିଳ୍ପକୁ ବହୁତ ପ୍ରୋତ୍ସାହନ ଦେଇଥିଲୁ । ଆଜି ଭାରତ ବିଶ୍ୱର ସବୁଠାରୁ ବଡ଼ ମୋବାଇଲ ଫୋନ୍ ନିର୍ମାତା ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଆଜି ଭାରତରେ ପ୍ରତିବର୍ଷ ୩୦କୋଟିରୁ ଅଧିକ ମୋବାଇଲ ଫୋନ୍ ଉତ୍ପାଦନ ହେଉଛି। ଅର୍ଥାତ୍ ନାଇଜେରିଆର ଆବଶ୍ୟକତା ଠାରୁ ଅଧିକ। ଗତ ୧୦ ବର୍ଷ ମଧ୍ୟରେ ଆମର ମୋବାଇଲ ଫୋନର ରପ୍ତାନି ୭୫ଥର ୭୫ଗୁଣରୁ ଅଧିକ ବୃଦ୍ଧି ପାଇଛି । ଏହି ୧୦ ବର୍ଷ ମଧ୍ୟରେ ଭାରତର ପ୍ରତିରକ୍ଷା ରପ୍ତାନି ପ୍ରାୟ ୩୦ ଗୁଣ ବୃଦ୍ଧି ପାଇଛି। ଆଜି ଆମେ ବିଶ୍ୱର ୧୦୦ରୁ ଅଧିକ ଦେଶକୁ ପ୍ରତିରକ୍ଷା ଉପକରଣ ରପ୍ତାନି କରୁଛୁ ।

ସାଥୀମାନେ

ମହାକାଶ ଶିଳ୍ପରେ ଭାରତ ଯେଉଁ ଭଳି ଉନ୍ନତ ପ୍ରଦର୍ଶନ ତାହାକୁ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଉଛି । ଭାରତ ସ୍ଥିର କରିଛି ଯେ ଖୁବଶୀଘ୍ର ଆମେ ଆମ ଗଗନଯାନ ସହ ଭାରତୀୟମାନଙ୍କୁ ମହାକାଶକୁ ପଠାଇବୁ। ଭାରତ ମଧ୍ୟ ମହାକାଶରେ ଏକ ମହାକାଶ ଷ୍ଟେସନ ନିର୍ମାଣ କରିବାକୁ ଯାଉଛି ।

ସାଥୀମାନେ

କମ୍ଫର୍ଟ ଜୋନ୍ ଛାଡି ନୂତନ ମାର୍ଗ ସୃଷ୍ଟି କରି କିଛି ନୂଆ କରିବା, ନୂଆ ରାସ୍ତା କରିବା, ଏହା ଆଜି ଭାରତର ମାନସିକତା ପାଲଟିଛି। ବିଗତ ୧୦ ବର୍ଷ ରେ ଭାରତ ୨୫କୋଟି ଲୋକଙ୍କୁ ଦାରିଦ୍ର‌୍ୟରୁ ମୁକ୍ତ କରିଛି । ଏତେ ସଂଖ୍ୟକ ଲୋକଙ୍କ ଦ୍ୱାରା ଦାରିଦ୍ର‌୍ୟରୁ ମୁକୁଳିବା ବିଶ୍ୱ ପାଇଁ ଏକ ବଡ଼ ପ୍ରେରଣା । ଏହା ପ୍ରତ୍ୟେକ ଦେଶ ପାଇଁ ଆଶା ଦେଇଥାଏ, ଯଦି ଭାରତ ଏହା କରିଛି, ତେବେ ଆମେ ମଧ୍ୟ ଏହା କରିପାରିବା । ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଭାରତ ଆଜି ଏକ ନୂତନ ଯାତ୍ରା ଆରମ୍ଭ କରିଛି, ଯାହାର ଲକ୍ଷ୍ୟ ହେଉଛି ଏକ ବିକଶିତ ଭାରତ ଗଠନ କରିବା । ଯେତେବେଳେ ଆମେ ୨୦୪୭କୁ ଆସିବୁ, ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ବୃଦ୍ଧାବସ୍ଥାରେ ଅବସର ନେବାକୁ ଚାହୁଁଛନ୍ତି ଏବଂ ପ୍ରକୃତରେ ଭଲ ଜୀବନ ଯାପନ କରିବାକୁ ଚାହୁଁଛନ୍ତି, ସେତେବେଳେ ମୁଁ ଆପଣଙ୍କ ପାଇଁ କାମ କରିସାରିଛି । ୨୦୪୭ ରେ ଯେତେବେଳେ ଆମେ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରୁଛୁ, ସେତେବେଳେ ପ୍ରତ୍ୟେକ ଭାରତୀୟ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି ଯେ ଭାରତ ବିକଶିତ ଏବଂ ମହାନ ହୋଇପାରିବ । ଆଉ ଏଥିରେ ନାଇଜେରିଆରେ ରହୁଥିବା ଆପଣ ସମସ୍ତଙ୍କର ମଧ୍ୟ ବଡ ଭୂମିକା ରହିଛି ।

 

ସାଥୀମାନେ

ଏବେ ଅଭିବୃଦ୍ଧି ହେଉ, ଶାନ୍ତି ହେଉ, ସମୃଦ୍ଧି ହେଉ କି ଗଣତନ୍ତ୍ର, ଭାରତ ବିଶ୍ୱ ପାଇଁ ଏକ ନୂଆ ଆଶା ଭାବେ ଉଭା ହୋଇଛି। ଆପଣଙ୍କ ଅନୁଭୂତି ହେବ ଯେ ଆପଣ ଦୁନିଆରେ ଯେଉଁଠିକୁ ଯାଇଛନ୍ତି, ଲୋକମାନେ ଆପଣଙ୍କୁ ସମ୍ମାନର ସହ ସେହି ଦୃଷ୍ଟିରେ ଦେଖୁଛନ୍ତି କି ନାହିଁ? ନା, ମୋତେ ସତ କୁହନ୍ତୁ, କ'ଣ ହୁଏ? ଯେମିତି ଆପଣ କହୁଛନ୍ତି, ଇଣ୍ଡିଆ କିମ୍ବା ହିନ୍ଦୁସ୍ତାନ କିମ୍ବା ଭାରତ ସେ ନିଜ ହାତ ଛାଡ଼ନ୍ତି ନାହିଁ, ସେ ଅନୁଭବ କରନ୍ତି ଯେ ଯଦି ସେ ତାଙ୍କ ହାତ ରଖିବେ, ତେବେ ମୋ ଭିତରେ କିଛି ଶକ୍ତି ଆସିଯିବ।

ସାଥୀମାନେ

ଯଦି ପୃଥିବୀରେ କୌଣସି ଅସୁବିଧା ଆସିଥାଏ, ତେବେ ବିଶ୍ୱ ବନ୍ଧୁ ଭାବରେ ଭାରତ ସେଠାରେ ପ୍ରଥମ ପ୍ରତିକ୍ରିୟାଦାତା ଭାବରେ ପହଞ୍ଚିଥାଏ । କରୋନା ର ସମୟ ଆପଣଙ୍କୁ ମନେ ଥିବ । ସେହି ସମୟରେ ଦୁନିଆରେ ବହୁତ ବିଶୃଙ୍ଖଳା ଦେଖାଦେଇଥିଲା । ପ୍ରତ୍ୟେକ ଦେଶ ଟିକାକୁ ନେଇ ଚିନ୍ତିତ ଥିଲେ ଏବଂ ସେହି ସଙ୍କଟ ସମୟରେ ଭାରତ ନିଷ୍ପତ୍ତି ନେଇଥିଲା ଯେ ଅଧିକରୁ ଅଧିକ ଦେଶକୁ ଟିକା ଦିଆଯିବ। ଏହା ହେଉଛି ଆମ ସଂସ୍କୃତି। ହଜାର ହଜାର ବର୍ଷ ପୁରୁଣା ଆମ ସଂସ୍କୃତି ଆମକୁ ଏହା ଶିଖାଇଛି। ତେଣୁ ଭାରତ ଟିକା ଉତ୍ପାଦନ ବୃଦ୍ଧି କରିବା ସହ ବିଶ୍ୱର ୧୫୦ରୁ ଅଧିକ ଦେଶକୁ, ଔଷଧ ଓ ଟିକା ପଠାଇଛି, କରୋନା ସମୟରେ ୧୫୦ରୁ ଅଧିକ ଦେଶକୁ ଏହି ସଂଖ୍ୟା ଛୋଟ ନୁହେଁ। ନାଇଜେରିଆ ସମେତ ଆଫ୍ରିକାର ଅନେକ ଦେଶରେ ଭାରତର ଏହି ପ୍ରୟାସ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇଥିଲା।

ସାଥୀମାନେ

ଆଜିର ଭାରତ ସବକା ସାଥ ସବକା ବିକାଶରେ ବିଶ୍ୱାସ କରେ । ମୁଁ ନାଇଜେରିଆ ସମେତ ଆଫ୍ରିକାକୁ ଭବିଷ୍ୟତର ଅଭିବୃଦ୍ଧିର ଏକ ପ୍ରମୁଖ କେନ୍ଦ୍ର ଭାବରେ ଦେଖୁଛି । ଗତ ପାଞ୍ଚ ବର୍ଷ ମଧ୍ୟରେ ଆମେ ଆଫ୍ରିକାରେ ୧୮ଟି ନୂଆ ଦୂତାବାସ ଖୋଲିଛୁ। ବର୍ଷ ବର୍ଷ ଧରି ଭାରତ ବିଶ୍ୱସ୍ତରରେ ଆଫ୍ରିକାର ସ୍ୱର ଉତ୍ତୋଳନ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିଛି । ଗତ ବର୍ଷ ଆପଣ ଏହାର ଏକ ବଡ଼ ଉଦାହରଣ ଦେଖିଥିଲେ। ଯେତେବେଳେ ଭାରତକୁ ପ୍ରଥମ ଥର ପାଇଁ ଜି-୨୦ର ଅଧ୍ୟକ୍ଷତା କରିବାକୁ ମିଳିଲା, ଆମେ ଆଫ୍ରିକୀୟ ସଂଘକୁ ଏକ ସ୍ଥାୟୀ ସଦସ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରିଥିଲୁ ଏବଂ ଭାରତ ମଧ୍ୟ ଏଥିରେ ସଫଳତା ପାଇଥିଲା । ମୁଁ ଖୁସି ଯେ ଜି-୨୦ରେ ପ୍ରତ୍ୟେକ ଦେଶର ସଦସ୍ୟ ଦେଶ ଭାରତର ଏହି ପଦକ୍ଷେପକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି। ଏବଂ ଭାରତର ନିମନ୍ତ୍ରଣକ୍ରମେ ନାଇଜେରିଆ ସେଠାରେ ଅତିଥି ରାଷ୍ଟ୍ର ଭାବରେ ଏହି ଇତିହାସକୁ ପୂରା ଗୌରବର ସହ ତିଆରି ହେଉଥିବା ଦେଖିଥିଲା । ରାଷ୍ଟ୍ରପତି ହେବା ପରେ ରାଷ୍ଟ୍ରପତି ଟିନୁବୁଙ୍କର ପ୍ରଥମ ଭାରତ ଗସ୍ତ ଥିଲା । ଏବଂ ରାଷ୍ଟ୍ରପତି ଟିନୁବୁ ଜି-୨୦ ପାଇଁ ଭାରତ ଆସିଥିବା ପ୍ରଥମ ଅତିଥିମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ।

ସାଥୀମାନେ

ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ସମୟ ସମୟରେ ଭାରତ କୁ ଆସନ୍ତି, ପର୍ବପର୍ବାଣୀରେ ଆପଣ ଘରର ସୁଖ ଦୁଃଖରେ ଜଡିତ ଥାଆନ୍ତି । ଆଉ ଏଥିପାଇଁ ଭାରତରୁ ଆପଣଙ୍କ ସମ୍ପର୍କୀୟମାନେ ମଧ୍ୟ ମେସେଜ କରୁଛନ୍ତି, ଫୋନ୍ ମଧ୍ୟ କରନ୍ତୁ, ଏବେ ମୁଁ ମଧ୍ୟ ଆପଣଙ୍କ ପରିବାରର ଜଣେ ସଦସ୍ୟ, ମୁଁ ଆପଣଙ୍କ ମଧ୍ୟରେ ଅଛି, ତେଣୁ ମୁଁ ମଧ୍ୟ ଆପଣଙ୍କୁ ଏକ ସ୍ୱତନ୍ତ୍ର ନିମନ୍ତ୍ରଣ ଦେବାକୁ ଚାହୁଁଛି । ଆସନ୍ତା ବର୍ଷ ଜାନୁଆରୀରେ ଭାରତରେ ଅନେକ ପର୍ବପର୍ବାଣୀ ଏକାଠି ହେଉଛି । ପ୍ରତିବର୍ଷ ଜାନୁଆରୀ ମାସରେ ଆମେ ୨୬ ଜାନୁଆରୀକୁ ସାଧାରଣତନ୍ତ୍ର ଦିବସ ଭାବେ ଦିଲ୍ଲୀରେ ପାଳନ କରିଥାଉ । ଜାନୁଆରୀ ମାସର ଦ୍ୱିତୀୟ ସପ୍ତାହରେ ପ୍ରବାସୀ ଭାରତୀୟ ଦିବସ ମଧ୍ୟ ପାଳନ କରାଯାଉଥିବା ବେଳେ ଏଥର ଓଡ଼ିଶା ମାଟିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ଏହି ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ସାରା ବିଶ୍ୱର ଆପଣଙ୍କ ଭଳି ବନ୍ଧୁଭାରତରେ ଏକାଠି ହେବାକୁ ଯାଉଛନ୍ତି । ଆସନ୍ତା ବର୍ଷ ଜାନୁଆରୀ ୧୩ରୁ ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ୪୫ ଦିନ ଧରି ପ୍ରୟାଗରାଜରେ କୁମ୍ଭ ମେଳା ଅନୁଷ୍ଠିତ ହେବ। ଭାରତ ଆସିବାର ଅନେକ କାରଣ ରହିଛି, ଗୋଟିଏ ସାଥିରେ । ଆପଣଙ୍କ ପାଇଁ ଏକ ଖୁସିର ସୌଭାଗ୍ୟ ସୃଷ୍ଟି ହୋଇଛି । ଆପଣ ଏହି ସମୟରେ ଭାରତ ଆସନ୍ତି, ଆପଣଙ୍କ ପିଲାମାନଙ୍କୁ ଭାରତ କୁ ଆଣନ୍ତୁ ଏବଂ ସେହି ନାଇଜେରିଆ ବନ୍ଧୁମାନଙ୍କୁ ସାଙ୍ଗରେ ଆଣନ୍ତୁ ଏବଂ ପ୍ରୟାଗରାଜରୁ ନିକଟରେ ଅଯୋଧ୍ୟା ଜୀ ଅଛି, କାଶୀ ମଧ୍ୟ ଅଧିକ ଦୂରରେ ନାହିଁ । ଯଦି ଆପଣ କୁମ୍ଭକୁ ଆସିବେ ତେବେ ଆପଣ ମଧ୍ୟ ସେଠାକୁ ଯିବାକୁ ଚେଷ୍ଟା କରିବେ । ଆଉ କାଶୀରେ ନିର୍ମିତ ହୋଇଥିବା ନୂଆ ବିଶ୍ୱନାଥ ଭଗବାନଙ୍କ ଧାମ ହେଇଛି, ପୁରା ଦେଖିôବା ଭଳି । ଆଉ ଅଯୋଧ୍ୟାରେ ୫୦୦ ବର୍ଷ ପରେ ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ହୋଇଛି । ଆପଣ ନିଜେ ମଧ୍ୟ ନିଶ୍ଚିତଭାବେ ଦର୍ଶନ କରିବେ, ଆପଣ ଆପଣଙ୍କ ପିଲାମାନଙ୍କୁ ମଧ୍ୟ ସେଠାରେ ଦର୍ଶନ କରାଇବେ, ଆପଣ ନିଶ୍ଚତ ଭାବେ ଯୋଜନା କରନ୍ତୁ । ପ୍ରଥମେ ପ୍ରବାସୀ ଭାରତୀୟ ଦିବସ, ତା'ପରେ ମହାକୁମ୍ଭ ଓ ପରେ ସାଧାରଣତନ୍ତ୍ର ଦିବସ ଅର୍ଥାତ୍ ତ୍ରିବେଣୀ ହେଉଛି ଆପଣଙ୍କ ପାଇଁ। ଭାରତର ବିକାଶ ଓ ଐତିହ୍ୟ ସହ ଯୋଡ଼ି ହେବା ପାଇଁ ଏହା ଏକ ଉତ୍ତମ ସୁଯୋଗ। ମୁଁ ନିଶ୍ଚିତ ଯେ ତୁମେ ନିଶ୍ଚୟ ପୂର୍ବରୁ ଯାତ୍ରା କରିଛନ୍ତି, ଆପଣ ନିଶ୍ଚୟ ଅନେକ ଥର ଆସିଛନ୍ତି । କିନ୍ତୁ ମୋ କଥା ଲେଖି ରଖନ୍ତୁ । ଏହି ଯାତ୍ରା ଆପଣଙ୍କ ଜୀବନର ଏକ ଅମୂଲ୍ୟ ସ୍ମୃତି ରେ ପରିଣତ ହେବ, ଆପଣଙ୍କୁ ଜୀବନର ଏକ ବଡ ଆନନ୍ଦର ସୌଭାଗ୍ୟ ମିଳିବ । ପୁଣି ଥରେ ଆପଣମାନେ ଗତକାଲିଠାରୁ ଏଠାକୁ ଆସିଛନ୍ତି, ସେବେଠାରୁ ଆଜି ପର୍ଯ୍ୟନ୍ତ ଆପଣ ଯେଉଁ ଉତ୍ସାହ ଓ ଉଦ୍ଦୀପନା ଦେଖାଇଛନ୍ତି, ମୁଁ ଏତେ ସମୟ ବାହାର କରିଛି, ମୁଁ ଆପଣସମସ୍ତଙ୍କୁ ଭେଟିବାର ସୌଭାଗ୍ୟ ପାଇଛି। ମୁଁ ଆପଣ ମାନଙ୍କ ପ୍ରତି ଅତ୍ୟନ୍ତ କୃତଜ୍ଞ।

 

ମୋ ସହିତ କୁହନ୍ତୁ --

ଭାରତ ମାତା କି ଜୟ !

ଭାରତ ମାତା କି ଜୟ !

ଭାରତ ମାତା କି ଜୟ !

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
GIFT City scales new heights as India's 1st international finance and IT hub

Media Coverage

GIFT City scales new heights as India's 1st international finance and IT hub
NM on the go

Nm on the go

Always be the first to hear from the PM. Get the App Now!
...
PM Modi’s interaction with BJP booth Karyakartas from Assam ahead of Assembly Elections
March 30, 2026
‘Seva, Sangathan, and Samarpan’, PM Modi says Assam’s BJP karyakartas embody the true spirit of the organisation
When every booth becomes strong, victory becomes certain, and Assam’s future becomes brighter: PM Modi lauding the efforts of BJP karyakartas
The importance of protecting Assam’s identity and tackling issues like illegal infiltration is not just a political issue but one of security, culture and justice: PM Modi
Over a dozen key peace agreements have brought lasting stability, especially in regions like Bodoland: PM Modi

PM Modi interacted with BJP booth karyakartas across Assam as a part of the ‘Mera Booth, Sabse Mazboot’ programme via NaMo App. He energised booth-level members and reaffirmed that every booth remains the foundation of the party’s strength and electoral success. He hailed the true spirit of Assam, calling it a powerful force driving BJP’s growth in the Northeast.

Opening the interaction, PM Modi described himself as a karyakarta first, expressing pride in working alongside the grassroots cadre. He lauded booth karyakartas for their tireless dedication, emphasising that their connect with every household is the BJP’s greatest strength. “Booth jeetoge toh chunav jeetoge,” he reiterated.

Highlighting Assam’s transformation over the past decade, PM Modi underlined the shift from instability and violence to peace, progress, and prosperity under the double engine government. He noted that over a dozen key peace agreements have brought lasting stability, especially in regions like Bodoland.

He stressed the importance of educating first-time voters about Assam’s past challenges, urging karyakartas to actively communicate the contrast between earlier regimes marked by unrest and the current era of stability. He encouraged innovative booth-level engagements to emotionally connect with voters while showcasing developmental achievements.

PM Modi also called for focused outreach to beneficiaries of key welfare schemes such as PM Awas Yojana, PM-Kisan, Ujjwala, and others, urging workers to compile beneficiary lists and strengthen direct engagement. He emphasised turning polling day into a Jan Utsav, with collective participation ensuring maximum voter turnout.
Encouraging youth and women’s participation, PM Modi praised Assam’s Nari Shakti and highlighted initiatives empowering women economically and socially. He urged workers to leverage platforms like the NaMo App and social media to share real-life stories.

Addressing key regional concerns, PM Modi underscored the importance of protecting Assam’s identity and tackling issues like illegal infiltration, calling it not just a political issue but one of security, culture, and justice. He urged karyakartas to raise awareness at the grassroots and support efforts ensuring the rights and dignity of indigenous communities.

He also highlighted the empowerment of tea garden workers through land rights and welfare schemes, calling it a historic step towards dignity and long-term security for lakhs of families.

Reaffirming the guiding principles of ‘Seva, Sangathan, and Samarpan’, PM Modi said that Assam’s BJP karyakartas embody the true spirit of the organisation.

He concluded with a powerful call to action:“When every booth becomes strong, victory becomes certain, and Assam’s future becomes brighter.”