ଇଣ୍ଡିଆ ମୋବାଇଲ କଂଗ୍ରେସର ଅଷ୍ଟମ ସଂସ୍କରଣକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଭାରତରେ ଆମେ ଦୂରସଞ୍ଚାରକୁ କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ସମାନତା ଏବଂ ସୁଯୋଗର ମାଧ୍ୟମରେ ପରିଣତ କରିଛୁ: ପ୍ରଧାନମନ୍ତ୍ରୀ
ଆମେ ଡିଜିଟାଲ ଇଣ୍ଡିଆର ୪ଟି ସ୍ତମ୍ଭ ଚିହ୍ନଟ କରିଛୁ ଏବଂ ଏକାସାଙ୍ଗରେ ଚାରିଟି ସ୍ତମ୍ଭ ଉପରେ କାମ ଆରମ୍ଭ କରି ଫଳାଫଳ ପାଇଛୁ: ପ୍ରଧାନମନ୍ତ୍ରୀ
ଚିପ୍ ଠାରୁ ଆରମ୍ଭ କରି ପୂର୍ଣ୍ଣ ଉତ୍ପାଦ ପର୍ଯ୍ୟନ୍ତ ଏକ ସମ୍ପୂର୍ଣ୍ଣ ମେଡ୍ ଇନ୍ ଇଣ୍ଡିଆ ଫୋନ୍ ପ୍ରଦାନ କରିବା ଦିଗରେ ଆମେ କାର୍ଯ୍ୟ କରୁଛୁ: ପ୍ରଧାନମନ୍ତ୍ରୀ
ମାତ୍ର ୧୦ ବର୍ଷ ଭିତରେ ଭାରତ ଯେଉଁ ଅପ୍ଟିକାଲ ଫାଇବର ବିଛାଇଛି ତାହା ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଦୂରତାଠାରୁ ୮ ଗୁଣ ଅଧିକ: ପ୍ରଧାନମନ୍ତ୍ରୀ
ଡିଜିଟାଲ ପ୍ରଯୁକ୍ତିକୁ ସାର୍ବଜନୀନ କରିଛି ଭାରତ: ପ୍ରଧାନମନ୍ତ୍ରୀ
ଆଜି ଭାରତ ପାଖରେ ଏମିତି ଏକ ଡିଜିଟାଲ ଭଣ୍ଡାର ଅଛି ଯାହା ବିଶ୍ୱରେ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ନୂତନ ଉଚ୍ଚତାରେ ପହଞ୍ଚାଇପାରିବ: ପ୍ରଧାନମନ୍ତ୍ରୀ
ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରକୁ ସମାବେଶୀ କରିବା ଓ ପ୍ରଯୁକ୍ତି ଭିତ୍ତିକ ପ୍ଲାଟଫର୍ମ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ଭାରତ କାର୍ଯ୍ୟ କରୁଛି: ପ୍ରଧାନମନ୍ତ୍ରୀ
ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ପାଇଁ ବୈଶ୍ୱିକ ଢାଞ୍ଚା, ବୈଶ୍ୱିକ ପ୍ରଶାସନ ପାଇଁ ବୈଶ୍ୱିକ ମାର୍ଗଦର୍ଶିକାର ଗୁରୁତ୍ୱକୁ ବିଶ୍ୱ ସ୍
ଏହି କାର୍ଯ୍ୟକ୍ରମରେ ଶ୍ରୀ ମୋଦୀ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ଅଷ୍ଟମ ସଂସ୍କରଣକୁ ମଧ୍ୟ ଉଦଘାଟନ କରିଥିଲେ। ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ସେ ବୁଲି ଦେଖିଥିଲେ।

ମନ୍ତ୍ରିମଣ୍ଡଳର ମୋର  ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ଚନ୍ଦ୍ରଶେଖର, ଆଇଟିୟୁର ମହାସଚିବ, ବିଭିନ୍ନ ଦେଶର ମନ୍ତ୍ରୀଗଣ, ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ସମସ୍ତ ମନ୍ତ୍ରୀଗଣ, ଶିଳ୍ପନେତାଗଣ, ଟେଲିକମ୍ ବିଶେଷଜ୍ଞ, ଷ୍ଟାର୍ଟଅପ୍ ଦୁନିଆର ମୋର ପ୍ରିୟ ଯୁବକଗଣ, ଦେଶ ଓ ବିଶ୍ୱରୁ ଆସିଥିବା ଅନ୍ୟ   ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଓ ଭଦ୍ରବ୍ୟକ୍ତି ମାନେ ।

ଇଣ୍ଡିଆ ମୋବାଇଲ କଂଗ୍ରେସରେ ଦେଶ ଓ ବିଶ୍ୱର ସମସ୍ତ ବନ୍ଧୁଙ୍କୁ ଅନେକ - ଅନେକ ଅଭିନନ୍ଦନ ! ମୁଁ ଇଣ୍ଟରନ୍ୟାସନାଲ ଟେଲିକମ୍ ୟୁନିୟନ (ଆଇଟିୟୁ)ର ବନ୍ଧୁମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ସ୍ୱାଗତ ଜଣାଉଛି । ଡବ୍ଲ୍ୟୁଟିଏସଏ ପାଇଁ ଆପଣ ପ୍ରଥମ ଥର ପାଇଁ ଭାରତକୁ ବାଛିଛନ୍ତି । ମୁଁ ଆପଣଙ୍କ ନିକଟରେ କୃତଜ୍ଞ ଏବଂ ମୁଁ ମଧ୍ୟ ଆପଣଙ୍କୁ ପ୍ରଶଂସା କରୁଛି ମଧ୍ୟ ।

 

ସାଥୀମାନେ

ଆଜି ଟେଲିକମ୍ ଓ ଆନୁଷଙ୍ଗିକ ଜ୍ଞାନକୌଶଳ ଦୃଷ୍ଟିରୁ ଭାରତ ବିଶ୍ୱର ସବୁଠାରୁ ବଡ଼ ଦେଶ ମାନଙ୍କ ମଧ୍ୟରୁ ଅନ୍ୟତମ । ଭାରତରେ ୧୨୦ କୋଟି ଅର୍ଥାତ୍ ୧୨୦୦ ନିୟୁତ ମୋବାଇଲ ଫୋନ୍ ଉପଭୋକ୍ତା ଅଛନ୍ତି। ଭାରତରେ ୯୫ କୋଟି ଅର୍ଥାତ୍ ୯୫୦ ନିୟୁତ ଇଣ୍ଟରନେଟ୍ ବ୍ୟବହାରକାରୀ ଅଛନ୍ତି। ଭାରତ, ଯେଉଁଠାରେ ବିଶ୍ୱର ୪୦ଶତକଡାରୁ ଅଧିକ ରିୟଲ ଟାଇମ ଡିଜିଟାଲ କାରବାର ହୋଇଥାଏ । ଭାରତ, ଯିଏ   ଡିଜିଟାଲ କନେକ୍ଟିଭିଟିକୁ ଶେଷ ମାଇଲ ଡେଲିଭରର ଏକ ପ୍ରଭାବଶାଳୀ ଉପକରଣ ଭାବେ ଦର୍ଶାଇଥାଏ । ସେଠାରେ ଗ୍ଲୋବାଲ ଟେଲିକମ୍ୟୁନିକେସନର ମାନ ଏବଂ ଭବିଷ୍ୟତ ଉପରେ ଆଲୋଚନା ମଧ୍ୟ ଗ୍ଲୋବାଲ ଗୁଡର ମାଧ୍ୟମ ହେବ । ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି।

 

ସାଥୀମାନେ,

ଡବ୍ଲୁଟିଏସଏ ଏବଂ ଇଣ୍ଡିଆ ମୋବାଇଲ କଂଗ୍ରେସ ଏକାଠି ହେବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଡବ୍ଲ୍ୟୁଟିଏସଏ ବିଶ୍ୱସ୍ତରୀୟ ମାନଦଣ୍ଡ ଉପରେ କାମ କରିବାକୁ ଲକ୍ଷ୍ୟ ରଖିଛି । ଏଥିସହିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସର ବଡ଼ ଭୂମିକା ସେବା ସହ ଜଡ଼ିତ। ତେଣୁ ଆଜିର କାର୍ଯ୍ୟକ୍ରମ ଉଭୟ ଷ୍ଟାଣ୍ଡାର୍ଡ ଆଣ୍ଡ ସର୍ଭିସକୁ ସମାନ ପ୍ଲାଟଫର୍ମରେ ଆଣିଛି। ଆଜି ଭାରତ ଗୁଣାତ୍ମକ ସେବା ଉପରେ ଅଧିକ ଧ୍ୟାନ ଦେଉଛି। ଆମେ ମଧ୍ୟ ଆମର ମାନକ ଉପରେ ବିଶେଷ ଗୁରୁତ୍ୱ ଦେଉଛୁ । ଏଭଳି ସ୍ଥିତିରେ ଡବ୍ଲୁଟିଏସ୍ଏର ଅଭିଜ୍ଞତା ଭାରତକୁ ଏକ ନୂଆ ଶକ୍ତି ଯୋଗାଇବ।

ସାଥୀମାନେ,

ଡବ୍ଲୁଟିଏସଏ ସହମତି ମାଧ୍ୟମରେ ସମଗ୍ର ବିଶ୍ୱକୁ ସଶକ୍ତ କରିବା ବିଷୟରେ କହିଥାଏ । ଇଣ୍ଡିଆ ମୋବାଇଲ କଂଗ୍ରେସ କନେକ୍ଟିଭିଟି ମାଧ୍ୟମରେ ସମଗ୍ର ବିଶ୍ୱକୁ ସଶକ୍ତ କରିବା କଥା କହୁଛି । ଅର୍ଥାତ୍ ଏହି ଘଟଣାରେ ସହମତି ଓ ଯୋଗାଯୋଗ ମଧ୍ୟ ଏକାଠି ଯୋଡ଼ାଯାଇଛି। ଆପଣ ଜାଣନ୍ତି ଆଜିର ସଂଘର୍ଷପୂର୍ଣ୍ଣ ଦୁନିଆ ପାଇଁ ଏହି ଦୁଇଟି କେତେ ଗୁରୁତ୍ୱପୂର୍ଣ୍ଣ । ଭାରତ ହଜାର ହଜାର ବର୍ଷ ଧରି ବସୁଧୈବ କୁଟୁମ୍ବକମର  ଅମର ବାର୍ତ୍ତାକୁ ବଞ୍ଚାଇ ପାରିଛି । ଆମକୁ ଜି-୨୦ର ନେତୃତ୍ୱ ନେବାର ସୁଯୋଗ ମିଳିଲା, ତଥାପି ଆମେ ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତର ବାର୍ତ୍ତା ଦେଇଥିଲୁ । ଭାରତ ସଂଘର୍ଷରୁ ମୁକୁଳି ବିଶ୍ୱକୁ ଯୋଡ଼ିବାରେ ଲାଗିଛି। ପ୍ରାଚୀନ ରେଶମ ମାର୍ଗଠାରୁ ଆରମ୍ଭ କରି ଆଜିର ଟେକ୍ନୋଲୋଜି ମାର୍ଗ ପର୍ଯ୍ୟନ୍ତ ଭାରତର ସର୍ବଦା ସମାନ ଲକ୍ଷ୍ୟ ରହିଆସିଛି- ବିଶ୍ୱକୁ ଯୋଡ଼ିବା ଏବଂ ପ୍ରଗତିର ନୂଆ ମାର୍ଗ ଖୋଲିବା। ଏଭଳି ପରିସ୍ଥିତିରେ ଡବ୍ଲୁଟିଏସଏ ଏବଂ ଆଇ. ଏମ୍. ସି ଏହି ଭାଗିଦାରୀ ମଧ୍ୟ ଏକ ପ୍ରେରଣାଦାୟକ ଏବଂ ମହାନ ବାର୍ତ୍ତା । ଯେତେବେଳେ ସ୍ଥାନୀୟ ଏବଂ ବିଶ୍ୱସ୍ତରରେ ମଳିନ ହୋଇଥାଏ,   ସେତେବେଳେ କେବଳ ଗୋଟିଏ ଦେଶ ନୁହେଁ ସମଗ୍ର ବିଶ୍ୱ ଉପକୃତ ହୁଏ ଏବଂ ଏହା ହେଉଛି ଆମର ଲକ୍ଷ୍ୟ ।

 

ସାଥୀମାନେ,

ଏକବିଂଶ ଶତାବ୍ଦୀରେ ଭାରତର ମୋବାଇଲ  ଓ ଟେଲିକମ୍ ଯାତ୍ରା ସମଗ୍ର ବିଶ୍ୱ ପାଇଁ ଏକ ଅଧ୍ୟୟନର ବିଷୟ। ଦୁନିଆରେ ମୋବାଇଲ  ଓ ଟେଲିକମ୍ କୁ ଏକ ସୁବିଧା ଭାବେ ଦେଖାଯାଉଥିଲା। କିନ୍ତୁ ଭାରତର ମଡେଲ ଭିନ୍ନ ରହିଛି। ଭାରତରେ ଆମେ ଟେଲିକମକୁ କେବଳ ସଂଯୋଗର ମାଧ୍ୟମ ନୁହେଁ ବରଂ ଇକ୍ୱିଟି ଏବଂ ସୁଯୋଗର ଏକ ମାଧ୍ୟମ ରେ ପରିଣତ କରିଛୁ । ଏହି ମାଧ୍ୟମ ଆଜି ଗ୍ରାମ ଓ ସହର ଧନୀ ଗରିବ ମଧ୍ୟରେ ଥିବା ଦୂରତାକୁ ହ୍ରାସ ଦୂର କରିବାରେ ସହାୟକ ହୋଇଛି।  ମୋର ମନେ ଅଛି ୧୦ ବର୍ଷ ପୂର୍ବେ ଯେତେବେଳେ ମୁଁ ଡିଜିଟାଲ ଇଣ୍ଡିଆର ସ୍ୱପ୍ନକୁ ଦେଶ ଆଗରେ ଉପସ୍ଥାପନ କରୁଥିଲି । ସେତେବେଳେ  ମୁଁ କହିଥିଲି ଯେ ଆମକୁ ଖଣ୍ଡଖଣ୍ଡରେ ନୁହେଁ ବରଂ ଏକ ସାମଗ୍ରିକ ଆଭିମୁଖ୍ୟ ସହିତ ଆଗକୁ ବଢ଼ିବାକୁ ପଡ଼ିବ। ଏହାପରେ ଆମେ ଡିଜିଟାଲ ଇଣ୍ଡିଆର ଚାରିଟି ସ୍ତମ୍ଭ ଚିହ୍ନଟ କରିଥିଲୁ । ପ୍ରଥମତଃ ଡିଭାଇସ୍ ର ଦାମ୍ କମ୍ ହେବା ଦରକାର। ଦ୍ଵିତୀୟତଃ ଦେଶର କୋଣ ଅନୁକୋଣରେ ଡିଜିଟାଲ ସଂଯୋଗ ପହଂଚିବା ଦରକାର, ତୃତୀୟତଃ ଡାଟା ସମସ୍ତଙ୍କ ପାଇଁ ଉପଲବ୍ଧ ହେବା ଦରକାର ଏବଂ ଚତୁର୍ଥ, 'ଡିଜିଟାଲ ଫର୍ଷ୍ଟ' ଆମର ଲକ୍ଷ୍ୟ ହେବା ଉଚିତ। ଆମେ ଏକାସାଙ୍ଗରେ ଏହି ଚାରିଟି ସ୍ତମ୍ଭ ଉପରେ କାମ କରିବା ଆରମ୍ଭ କଲୁ ଏବଂ ଆମେ ଫଳାଫଳ ପାଇଲୁ|

 

ସାଥୀମାନେ,

ଆମର ଏଠାରେ ଫୋନ ସେପର୍ଯ୍ୟନ୍ତ ଶସ୍ତା ହୋଇପାରି ନ ଥାନ୍ତି, ଯେ ପର୍ଯ୍ୟନ୍ତ ଆମେ ଭାରତର ଏହାର ଉତ୍ପାଦନ କରିବୁ ନାହିଁ । ୨୦୧୪ରେ ଭାରତରେ ମାତ୍ର ୨ଟି ମୋବାଇଲ ଉତ୍ପାଦନ ୟୁନିଟ୍ ଥିବା ବେଳେ ଆଜି ୨୦୦ରୁ ଅଧିକ ରହିଛି। ପୂର୍ବରୁ ଆମେ ଅଧିକାଂଶ ଫୋନ୍ ବାହାରୁ ଆମଦାନୀ କରୁଥିଲୁ। ଆଜି ଆମେ ଭାରତରେ ପୂର୍ବ ତୁଳନାରେ ୬ ଗୁଣ ଅଧିକ ମୋବାଇଲ ଫୋନ୍ ତିଆରି କରୁଛୁ, ଆମର ପରିଚୟ ହେଉଛି ଏକ ମୋବାଇଲ୍ ରପ୍ତାନିକାରୀ ଦେଶର । ଆଉ ଆମେ ଏତିକିରେ ଅଟକିନାହୁଁ । ଏବେ ଆମେ ଚିପ୍ ଠାରୁ ଆରମ୍ଭ କରି ପ୍ରସ୍ତୁତ ପର୍ଯ୍ୟନ୍ତ ଏକ ସମ୍ପୂର୍ଣ୍ଣ ମେଡ୍ ଇନ୍ ଇଣ୍ଡିଆ ଫୋନ୍ ଦେବାରେ ଲାଗିପଡିଛି । ଭାରତରେ ସେମିକଣ୍ଡକ୍ଟର ଇକୋସିଷ୍ଟମରେ ମଧ୍ୟ ଆମେ ବିପୁଳ ନିବେଶ କରୁଛୁ ।

ସାଥୀମାନେ,

ଯୋଗାଯୋଗ ର ସ୍ତମ୍ଭ ଉପରେ କାର୍ଯ୍ୟ କରି ଆମେ ସୁନିଶ୍ଚିତ କରିଛୁ ଯେ ଭାରତର ପ୍ରତ୍ୟେକ ଘରେ ସଂଯୋଗ ହୋଇଛି । ଦେଶର କୋଣ ଅନୁକୋଣରେ ଆମେ ମୋବାଇଲଟାୱାରର ଏକ ଶକ୍ତିଶାଳୀ ନେଟୱାର୍କ ନିର୍ମାଣ କରିଛୁ । ଆମ ଆଦିବାସୀ ଅଞ୍ଚଳ ପାହାଡ଼ିଆ ଅଞ୍ଚଳ ଓ ସୀମାନ୍ତ ଅଂଚଳରେ ଖୁବ୍ କମ୍ ସମୟ ମଧ୍ୟରେ ହଜାର ହଜାର ମୋବାଇଲ ଟାୱାର ଲଗାଯାଇଛି । ଆମେ ରେଳ ଷ୍ଟେସନ ଏବଂ ଅନ୍ୟ ସାର୍ବଜନୀନ ସ୍ଥାନରେ ୱାଇ-ଫାଇ ସୁବିଧା ପ୍ରଦାନ କରିଥିଲୁ । ଆଣ୍ଡାମାନ ଓ ନିକୋବର ଏବଂ ଲାକ୍ଷାଦ୍ୱୀପ ଭଳି ଆମର ଦ୍ୱୀପପୁଞ୍ଜକୁ ଆମେ ସମୁଦ୍ର ତଳତାର ମାଧ୍ୟମରେ ସଂଯୋଗ କରିଥିଲୁ । ମାତ୍ର ୧୦ ବର୍ଷ ରେ ଭାରତ ଯେଉଁ ଅପ୍ଟିକାଲ ଫାଇବର ବିଛାଇଛି ତାହା ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଥିବା ଦୂରତାଠାରୁ ଆଠ ଗୁଣ ! ମୁଁ ଆପଣଙ୍କୁ ଭାରତର ଗତିର ଏକ ଉଦାହରଣ ଦେବାକୁ ଚାହୁଁଛି । ଦୁଇ ବର୍ଷ ତଳେ ମୋବାଇଲ  କଂଗ୍ରେସରେ ଆମେ ୫ଜି ଆରମ୍ଭ କରିଥିଲୁ। ଆଜି ଭାରତର ପ୍ରାୟ ସବୁ ଜିଲ୍ଲାକୁ ୫ଜି ସେବା ସହ ସଂଯୋଗ କରାଯାଇଛି। ଆଜି ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ୫ଜି ବଜାରରେ ପରିଣତ ହୋଇଛି । ଏବଂ ବର୍ତ୍ତମାନ ଆମେ ୬ଜି ଟେକ୍ନୋଲୋଜି ଉପରେ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ ।

 

ସାଥୀମାନେ

ଟେଲିକମ୍ କ୍ଷେତ୍ରରେ ଭାରତ ଯେଉଁ ସଂସ୍କାର ଓ ଉଦ୍ଭାବନ କରିଛି ତାହା ଅକଳ୍ପନୀୟ, ଅଭୂତପୂର୍ବ। ଏହା ଦ୍ୱାରା ଡାଟା ର ମୂଲ୍ୟ ବହୁତ କମିଯାଇଥିଲା । ଆଜି ଭାରତରେ ଇଣ୍ଟରନେଟ୍ ଡାଟାର ମୂଲ୍ୟ ଜିବି ପିଛା ପ୍ରାୟ ୧୨ ସେଣ୍ଟ । ତେବେ ବିଶ୍ୱର ଅନେକ ଦେଶରେ ଗୋଟିଏ ଜିବି ଡାଟା ଏହାଠାରୁ ୧୦ ଗୁଣରୁ ୨୦ ଗୁଣ ଅଧିକ ମହଙ୍ଗା ହୋଇଥାଏ । ପ୍ରତ୍ୟେକ ଭାରତୀୟ ଏବେ ପ୍ରତି ମାସରେ ହାରାହାରି ୩୦ ଜିବି ଡାଟା ଖର୍ଚ୍ଚ କରୁଛନ୍ତି।

ସାଥୀମାନେ

ଏହି ସମସ୍ତ ପ୍ରୟାସକୁ ଆମର ଚତୁର୍ଥ ସ୍ତମ୍ଭ ଅର୍ଥାତ୍ ଡିଜିଟାଲ ଫାର୍ଷ୍ଟ ସ୍ପିରିଟ୍ ଦ୍ୱାରା ଏକ ନୂତନ ସ୍ତରକୁ ନିଆଯାଇଛି । ଡିଜିଟାଲ ଟେକ୍ନୋଲୋଜିକୁ ଗଣତାନ୍ତ୍ରିକ କରିଛି ଭାରତ । ଭାରତ ଡିଜିଟାଲ ପ୍ଲାଟଫର୍ମ ସୃଷ୍ଟି କରିଛି ଏବଂ ଏହି ପ୍ଲାଟଫର୍ମରେ ଅଭିନବତା ଲକ୍ଷ ଲକ୍ଷ ନୂଆ ସୁଯୋଗ ସୃଷ୍ଟି କରିଛି । ଜନଧନ, ଆଧାର ଓ ମୋବାଇଲର ଜେଏଏମ ଟ୍ରିନିଟି ଅନେକ ନୂଆ ଉଦ୍ଭାବନର ଆଧାର ପାଲଟିଛି । ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ) ଅନେକ ନୂଆ କମ୍ପାନୀକୁ ନୂଆ ସୁଯୋଗ ଦେଇଛି। ଏବେ ଓଏନଡିସିକୁ ମଧ୍ୟ ସମାନ ଢଙ୍ଗରେ ଆଲୋଚନା କରାଯାଉଛି । ଓଏନଡିସି ଡିଜିଟାଲ ବାଣିଜ୍ୟରେ ମଧ୍ୟ ଏକ ନୂଆ ବିପ୍ଳବ ଆଣିବାକୁ ଯାଉଛି । କରୋନା ସମୟରେ ଆମର ଡିଜିଟାଲ ପ୍ଲାଟଫର୍ମ କିପରି ସବୁ କିଛି ସହଜ କରିଛି ତାହା ମଧ୍ୟ ଆମେ ଦେଖିଛୁ । ଅସହାୟଙ୍କୁ ଟଙ୍କା ପଠାଇବା ହେଉ, କରୋନା ମୁକାବିଲାରେ ନିୟୋଜିତ କର୍ମଚାରୀଙ୍କୁ ରିୟଲ ଟାଇମ୍ ଗାଇଡଲାଇନ୍ ପଠାଇବା ହେଉ, ଟିକାକରଣ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ହେଉ, ଟିକାର ଡିଜିଟାଲ ସାର୍ଟିଫିକେଟ୍ ଦେବା ହେଉ, ଭାରତରେ ସବୁକିଛି ସୁରୁଖୁରୁରେ ଚାଲିଥିଲା। ଆଜି ଭାରତରେ ଏକ ଡିଜିଟାଲ ଗୁଚ୍ଛ ରହିଛି ଯାହା ବିଶ୍ୱର କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଏକ ନୂତନ ଶିଖରକୁ ଦେଇପାରିବ । ତେଣୁ ଜି-୨୦ ଅଧ୍ୟକ୍ଷତା ସମୟରେ ମଧ୍ୟ ଭାରତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଉପରେ ଗୁରୁତ୍ୱ ନେଇଥିଲା। ଏବଂ ଆଜି ମୁଁ ଦୋହରାଇବି ଯେ ଡିପିଆଇ ସମ୍ବନ୍ଧୀୟ ଆମର ଅଭିଜ୍ଞତା ଏବଂ ସୂଚନା ସମସ୍ତ ଦେଶ ସହିତ ବାଣ୍ଟିବାରେ ଭାରତ ଆନନ୍ଦିତ ହେବ ।

 

ସାଥୀମାନେ

ଡବ୍ଲୁଟିଏସଏରେ ନେଟୱାର୍କ ଅଫ୍ ଓମେନ୍ ପଦକ୍ଷେପ ବିଷୟରେ ମଧ୍ୟ ଏଠାରେ ଆଲୋଚନା କରାଯିବ । ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ । ମହିଳାଙ୍କ ନେତୃତ୍ବାଧୀନ ବିକାଶ ଦିଗରେ ଭାରତ ଗମ୍ଭୀରତାର ସହ କାର୍ଯ୍ୟ କରୁଛି। ଜି-୨୦ ଅଧ୍ୟକ୍ଷତା ସମୟରେ ଆମେ ଏହି ପ୍ରତିଶ୍ରୁତିକୁ ଆଗକୁ ନେଇଥିଲୁ। ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରିବା, ଟେକ୍ନୋଲୋଜି ପ୍ଲାଟଫର୍ମ ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା, ଭାରତ ଏହି ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଛି । ଆପଣ ମାନେ ଦେଖିଥିବେ ଯେ ଆମ ମହାକାଶ ଅଭିଯାନରେ ଆମର ମହିଳା ବୈଜ୍ଞାନିକମାନେ କେତେ ବଡ ଭୂମିକା ଗ୍ରହଣ କରିଥାନ୍ତି । ଆମଷ୍ଟାର୍ଟଅପ୍ ରେ ମହିଳା ସହ-ପ୍ରତିଷ୍ଠାତାଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆଜି ଭାରତରେ ଷ୍ଟେମ ଶିକ୍ଷା କ୍ଷେତ୍ରରେ  ୪୦ ପ୍ରତିଶତରୁ ଅଧିକ ଅଂଶ ଗ୍ରହଣ ଆମ ଝିଅମାନଙ୍କର ରହିଛି ।  ଭାରତରେ ଆଜି ଟେକ୍ନୋଲୋଜି ନେତୃତ୍ୱରେ ମହିଳାମାନଙ୍କ  ପାଇଁ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି କରୁଛି । ଆମ ସରକାରଙ୍କ ନମୋ ଡ୍ରୋନ୍ ଦିଦି କାର୍ଯ୍ୟକ୍ରମ ବିଷୟରେ ଆପଣ ଶୁଣିଥିବେ। ଏହା କୃଷି କ୍ଷେତ୍ରରେ ଡ୍ରୋନ ବିପ୍ଳବକୁ ପ୍ରୋତ୍ସାହିତ କରୁଥିବା ଏକ କାର୍ଯ୍ୟକ୍ରମ । ଏହି ଅଭିଯାନର ନେତୃତ୍ୱ ନେଉଛନ୍ତି ଭାରତର ମହିଳାମାନେ । ପ୍ରତ୍ୟେକ ଘରେ ଡିଜିଟାଲ ବ୍ୟାଙ୍କିଙ୍ଗ ଏବଂ ଡିଜିଟାଲ ପେମେଣ୍ଟ ପହଞ୍ଚାଇବା ପାଇଁ ଆମେ ବ୍ୟାଙ୍କ ସଖୀ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛୁ । ଅର୍ଥାତ୍ ମହିଳାମାନେ ମଧ୍ୟ ଡିଜିଟାଲ୍ ସଚେତନତା କାର୍ଯ୍ୟକ୍ରମର ନେତୃତ୍ୱ ନେଇଛନ୍ତି। ଆମର ପ୍ରାଥମିକ ସ୍ୱାସ୍ଥ୍ୟସେବା, ପ୍ରସୂତି ଏବଂ ଶିଶୁ ଯତ୍ନରେ ଆଶା ଏବଂ ଅଙ୍ଗନୱାଡି କର୍ମୀଙ୍କ ମଧ୍ୟ ଏକ ବଡ଼ ଭୂମିକା ରହିଛି । ଆଜି ଏହି ଶ୍ରମିକମାନେ ଟ୍ୟାବ୍ ଓ ଆପ୍ ଜରିଆରେ ଏହି ପୂରା କାମକୁ ଟ୍ରାକ୍ କରୁଛନ୍ତି। ଆମେ ମହିଳାମାନଙ୍କ ପାଇଁ ମହିଳା ଇ-ହାଟ କାର୍ଯ୍ୟକ୍ରମ ମଧ୍ୟ ଚଳାଉଛୁ । ମହିଳା ଉଦ୍ୟୋଗୀଙ୍କ ପାଇଁ ଏହା ଏକ ଅନଲାଇନ୍ ମାର୍କେଟିଂ ପ୍ଲାଟଫର୍ମ । ଅର୍ଥାତ୍ ଆଜି ପ୍ରତ୍ୟେକ ଗାଁରେ ଭାରତର ମହିଳାମାନେ ଏଭଳି ଟେକ୍ନୋଲୋଜି ଉପରେ କାମ କରୁଛନ୍ତି, ଯାହା ଅକଳ୍ପନୀୟ। ଆଗାମୀ ଦିନରେ ଆମେ ଏହାର ପରିସରକୁ ଆହୁରି ବଢ଼ାଇବାକୁ ଯାଉଛୁ। ମୁଁ ଏପରି ଏକ ଭାରତର ପରିକଳ୍ପନା କରୁଛି ଯେଉଁଠାରେ ପ୍ରତ୍ୟେକ ଝିଅ ଜଣେ ଟେକ୍ ଲିଡର ଅଟନ୍ତି ।

 

ସାଥିମାନେ,

G-୨୦ ଅଧ୍ୟକ୍ଷତାରେ ସମୟରେ ଭାରତ ଏକ ଗମ୍ଭୀର ପ୍ରସଙ୍ଗକୁ ବିଶ୍ୱ ସମ୍ମୁଖରେ ରଖିଥିଲା। ମୁଁ ମଧ୍ୟ ଏହି ବିଷୟକୁ ଡବ୍ଲୁଟିଏସଏ ପରି ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ସାମ୍ନାରେ ରଖିବାକୁ ଚାହୁଁଛି । ଏହି ବିଷୟ ଟି ହେଉଛି - ଗ୍ଲୋବାଲ ଫ୍ରେମୱାର୍କ ଅଫ୍ ଡିଜିଟାଲ ଟେକ୍ନୋଲୋଜି, ଗ୍ଲୋବାଲ ଗାଇଡଲାଇନ, ବର୍ତ୍ତମାନ ସମୟ ଆସିଛି ଯେ ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡିକବିଶ୍ୱ ଶାସନ ପାଇଁ ଏହାର ଗୁରୁତ୍ୱକୁ ସ୍ୱୀକାର କରିବାକୁ ପଡିବ । ବୈଷୟିକ ଜ୍ଞାନକୌଶଳ ପାଇଁ ବିଶ୍ୱସ୍ତରରେ କ'ଣ କରିବାକୁ ପଡ଼ିବ ଓ କ'ଣ ନ କରିବାକୁ ପଡ଼ିବ। ଆଜି କାଲି ସମସ୍ତ ଡିଜିଟାଲ ଉପକରଣ ଏବଂ ଆପ୍ଲିକେସନ ଗୁଡିକ ବନ୍ଧନ ବାହାରେ, କୌଣସି ଦେଶର ସୀମା ବାହାରେ । ତେଣୁ କୌଣସି ଦେଶ କେବଳ ନିଜ ନାଗରିକଙ୍କୁ ସାଇବର ବିପଦରୁ ରକ୍ଷା କରିପାରିବେ ନାହିଁ। ଏଥିପାଇଁ ଆମକୁ ମିଳିମିଶି କାମ କରିବାକୁ ପଡ଼ିବ, ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡ଼ିକୁ ସାମ୍ନାରୁ ଦାୟିତ୍ୱ ନେବାକୁ ପଡ଼ିବ। ଆମେ ଆମର ଅଭିଜ୍ଞତାକୁ ଜାଣୁ, ଯେପରି ଆମେ ବିମାନ ଚଳାଚଳ କ୍ଷେତ୍ର ପାଇଁ ଏକ ବିଶ୍ୱସ୍ତରୀୟ ନିୟମ ଏବଂ ନିୟନ୍ତ୍ରଣ ଢାଞ୍ଚା ସୃଷ୍ଟି କରିଛୁ, ସେହିଭଳି ଡିଜିଟାଲ ଦୁନିଆକୁ ମଧ୍ୟ ଏକ ଢାଞ୍ଚାର ଆବଶ୍ୟକତା ରହିଛି । ଆଉ ଏଥିପାଇଁ ଡବ୍ଲୁଟିଏସଏକୁ ଅଧିକ ସକ୍ରିୟ ଭାବେ କାମ କରିବାକୁ ପଡିବ । ମୁଁ ଡବ୍ଲୁଟିଏସଏର ପ୍ରତ୍ୟେକ ସଦସ୍ୟଙ୍କୁ ଟେଲି ଯୋଗାଯୋଗକୁ କିପରି ସମସ୍ତଙ୍କ ପାଇଁ ସୁରକ୍ଷିତ କରିହେବ ସେ ବିଷୟରେ ଚିନ୍ତା କରିବାକୁ ଚାହେଁ । ଏହି ପରସ୍ପର ସହ ଜଡ଼ିତ ଦୁନିଆରେ ନିରାପତ୍ତା କୌଣସି ପ୍ରକାରେ ପରବର୍ତ୍ତୀ ଚିନ୍ତା ହୋଇପାରିବ ନାହିଁ। ଭାରତର ଡାଟା ସୁରକ୍ଷା ଆଇନ ଏବଂ ଜାତୀୟ ସାଇବର ସୁରକ୍ଷା ରଣନୀତି ଏକ ସୁରକ୍ଷିତ ଡିଜିଟାଲ ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି । ମୁଁ ଏହି ବିଧାନସଭାର ସଦସ୍ୟମାନଙ୍କୁ କହିବାକୁ ଚାହେଁ ଯେ ଭବିଷ୍ୟତର ପ୍ରତ୍ୟେକ ଆହ୍ୱାନର ଅନ୍ତର୍ଭୁକ୍ତ, ସୁରକ୍ଷିତ ଏବଂ ଅନୁକୂଳ ମାନଦଣ୍ଡ ସୃଷ୍ଟି କରନ୍ତୁ । ଆପଣ ନୈତିକ AI ଏବଂ ଡାଟା ଗୋପନୀୟତାର ଏପରି ବିଶ୍ୱସ୍ତରୀୟ ମାନଦଣ୍ଡ ସୃଷ୍ଟି କରନ୍ତି, ଯାହା ବିଭିନ୍ନ ଦେଶର ବିବିଧତାକୁ ମଧ୍ୟ ସମ୍ମାନ ଦିଏ ।

ସାଥୀମାନେ

ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଆଜିର ବୈଷୟିକ ବିପ୍ଳବରେ ଆମେ ଟେକ୍ନୋଲୋଜିକୁ ମାନବ କୈନ୍ଦ୍ରିକ ଦିଗ ଦେବା ପାଇଁ ନିରନ୍ତର ଚେଷ୍ଟା କରୁଛୁ । ଏହି ବିପ୍ଳବ ଯେପରି ଦାୟିତ୍ବବାନ ଓ ସ୍ଥାୟୀ ହେବ ତାହା ସୁନିଶ୍ଚିତ କରିବା ଆମର ଦାୟିତ୍ବ। ଆଜି ଆମେ ଯାହା ମାନଦଣ୍ଡ ସ୍ଥିର କରିବୁ, ଆମଭବିଷ୍ୟତର ଦିଗ ନିର୍ଦ୍ଧାରଣ ହେବ। ତେଣୁ ନିରାପତ୍ତା, ମର୍ଯ୍ୟାଦା ଓ ସମାନତାର ନୀତି ଆମ ଆଲୋଚନାର କେନ୍ଦ୍ରବିନ୍ଦୁ ହେବା ଦରକାର। ଆମର ଲକ୍ଷ୍ୟ ହେବା ଉଚିତ ଯେ ଏହି ଡିଜିଟାଲ ଯୁଗରେ କୌଣସି ଦେଶ, କୌଣସି ଅଞ୍ଚଳ ଏବଂ କୌଣସି ସମ୍ପ୍ରଦାୟ ଯେପରି ପଛରେ ନ ରହିବେ । ଆମକୁ ସୁନିଶ୍ଚିତ କରିବାକୁ ହେବ ଯେ ଆମର ଭବିଷ୍ୟତ ବୈଷୟିକ ଦୃଷ୍ଟିରୁ ସୁଦୃଢ଼ ଏବଂ ନୈତିକ ଦୃଷ୍ଟିରୁ ସୁଦୃଢ଼, ଆମଭବିଷ୍ୟତରେ ଅଭିନବତା ଏବଂ ଅନ୍ତର୍ଭୁକ୍ତୀକରଣ ଅଛି ।

ସାଥୀମାନେ,

ଡବ୍ଲୁଟିଏସଏର ସଫଳତା ପାଇଁ ମୋର ଶୁଭେଚ୍ଛା ଆପଣଙ୍କ ସହିତ ଅଛି, ମୋର ସମର୍ଥନ ଆପଣଙ୍କ ସହିତ ଅଛି ।

ଆପଣ ସମସ୍ତଙ୍କୁ ମୋର ବହୁତ - ବହୁତ ଶୁଭକାମନା !

ଆପଣଙ୍କୁ ବହୁତ - ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Safran’s Hyderabad engine MRO starts operations, targets 300 LEAP engines annually

Media Coverage

Safran’s Hyderabad engine MRO starts operations, targets 300 LEAP engines annually
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Unnati Sharma on winning Bronze in Women’s 63 kg Judo
August 02, 2026

The Prime Minister, Shri Narendra Modi, has congratulated Unnati Sharma on winning the Bronze medal in the Women’s 63 kg Judo category at the Commonwealth Games 2026.

The Prime Minister said that Unnati Sharma’s commitment and determination were clearly visible throughout the competition.

Shri Modi wished her continued success in all her future endeavours.

The Prime Minister wrote on X;

“More glory for India in Judo!

Congratulations to Unnati Sharma for winning the Bronze Medal in the Women's 63 kg category at the Commonwealth Games 2026. Her commitment and determination were clearly visible during the games. May she keep excelling in all her forthcoming endeavours.

#CWG2026”