Launches two major initiatives designed to support and uplift MSMEs in the Indian automotive industry
“MSMEs are key players in propelling the automotive industry forward and are vital to the nation's economic growth”
“Automobile industry is a powerhouse of the economy
“Today our MSMEs have a great opportunity to become a strong part of the global supply chain”
“Country is seeing the future of MSME as the nation's MSME”
“Government of India is standing shoulder to shoulder with every industry today”
“Take innovation and competitiveness forward. The government is completely with you”

ୱଣକ୍କମ!
ସର୍ବପ୍ରଥମେ ମୁଁ ଆପଣ ସମସ୍ତଙ୍କୁ କ୍ଷମା ମାଗୁଛି, କାରଣ ମତେ ଆସିବାରେ ବିଳମ୍ବ ହେଲା ଏବଂ ଆପଣମାନଙ୍କୁ ବହୁତ ସମୟ ଧରି  ଅପେକ୍ଷା କରିବାକୁ ପଡିଲା । ମୁଁ ସକାଳେ ଦିଲ୍ଲୀରୁ ତ ଠିକ୍ ସମୟରେ ବାହାରିଥିଲି, କିନ୍ତୁ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଉ ଦେଉ ସମସ୍ତେ ୫ ଦଶ ମିନିଟ୍ ଅଧିକ ସମୟ  ନେଇଯାଆନ୍ତି । ତେଣୁ ଫଳସ୍ୱରୂପ ଯିଏ ଶେଷ ବ୍ୟକ୍ତି ତାକୁ ଶାସ୍ତି ମିଳିଯାଏ । ତେଣୁ ମୁଁ ବିଳମ୍ବରେ ଆସିଥିବାରୁ ପୁଣି ଥରେ ଆପଣମାନଙ୍କୁ କ୍ଷମା ମାଗିନେଉଛି ।

 

ବନ୍ଧୁଗଣ,
ପ୍ରଯୁକ୍ତି ଏବଂ ନବସୃଜନ କ୍ଷେତ୍ରର ଏତେ ସବୁ ମସ୍ତିଷ୍କଙ୍କ ଗହଣରେ ପହଁଚିବା ଏହା ଏକ ଖୁବ ଅଧିକ ସୁଖଦ ଅନୁଭବ ଅଟେ । ମତେ ଏଭଳି ଲାଗୁଛି, ଯେମିତି କି ମୁଁ ଭବିଷ୍ୟତ ଗଢୁଥିବା କୌଣସି ପ୍ରୟୋଗଶାଳାକୁ ଆସିଛି । ପ୍ରଯୁକ୍ତି କ୍ଷେତ୍ରରେ, ବିଶେଷକରି ଅଟୋମୋବାଇଲ ଶିଳ୍ପରେ, ତାମିଲନାଡୁ ନିଜ ଭୂମିକାକୁ ବିଶ୍ୱ ମଂଚରେ ସାବ୍ୟସ୍ତ ମଧ୍ୟ କରିଛି । ମୁଁ ଖୁସି ଯେ ଆପଣମାନେ ଏହି କାର୍ଯ୍ୟକ୍ରମର ନାମ ମଧ୍ୟ ‘କ୍ରିଏଟିଙ୍ଗ ଦ ଫ୍ୟୁଚର’ ‘ଭବିଷ୍ୟତର ନିର୍ମାଣ’ ରଖିଛନ୍ତି । ‘କ୍ରିଏଟିଙ୍ଗ ଦ ଫ୍ୟୁଚର – ଡିଜିଟାଲ ମୋବିଲିଟି ଫର ଅଟୋମୋଟିଭ ଏମଏସଏମଇ ଏନ୍ତ୍ରୋପ୍ରୁନର୍ସ’! ମୁଁ ଏହି କାର୍ଯ୍ୟକ୍ରମ ପାଇଁ, ଏତେ ଅଧିକ ସଂଖ୍ୟାରେ ଏମଏସଏମଇକୁ, ହଜାର ହଜାର ପ୍ରତିଭାବାନ୍ ଯୁବକଙ୍କୁ ଗୋଟିଏ ମଂଚରେ ଏକତ୍ରିତ କରିଥିବାରୁ ଟିଭିଏସ୍ କମ୍ପାନିକୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ମୋର ବିଶ୍ୱାସ ଅଛି ଯେ, ଏହି ମଂଚରୁ ଅଟୋମୋବାଇଲ ଶିଳ୍ପ ସହ ବିକଶିତ ଭାରତ ନିର୍ମାଣ ମଧ୍ୟ ତ୍ୱରାନ୍ୱିତ ହେବ । ମୁଁ ବୁଝୁଛି ଯେ ଏକକାଳୀନ ବ୍ୟାକ୍ଷା ଚାଲିଛି ନା । 

ବନ୍ଧୁଗଣ,
ଆପଣମାନେ ସମସ୍ତେ ଜାଣନ୍ତି ଯେ ଆମର ସମୁଦାୟ ଜିଡିପିର ୭ ପ୍ରତିଶତ ଭାଗ, ଦେଶର ଅଟୋମୋବାଇଲ ଶିଳ୍ପରୁ ଆସିଥାଏ । ଜିଡିପିରେ ୭ ପ୍ରତିଶତ ଭାଗିଦାରୀ, ଯାହା ଅର୍ଥବ୍ୟବସ୍ଥାର ଏକ ବହୁତ ବଡ ଅଂଶ । ଏଥିପାଇଁ, ଅଟୋମୋବାଇଲ୍ କେବଳ ସଡକ ଉପରେ ହିଁ ଗତିର ତୀବ୍ରତା ବଢାଇ ନଥାଏ, ଅଟୋମୋବାଇଲ ଶିଳ୍ପରୁ ଦେଶର ଅର୍ଥବ୍ୟବସ୍ଥାକୁ, ଦେଶର ପ୍ରଗତିକୁ ମଧ୍ୟ ସେତିକି ଗତି ମିଳିଥାଏ । ନିର୍ମାଣ ଏବଂ ନବସୃଜନକୁ ପ୍ରୋତ୍ସାହନ ଦେବାରେ ମଧ୍ୟ ଅଟୋମୋବାଇଲ ଶିଳ୍ପର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ ଅଟେ ।   

 

ବନ୍ଧୁଗଣ,
ଦେଶର ଅର୍ଥନୀତିରେ ଅଟୋମୋବାଇଲ ଶିଳ୍ପର ଯେଉଁ ଯୋଗଦାନ ରହିଛି, ସେହି ଭୂମିକା ଏମଏସଏମଇର ମଧ୍ୟ ଏହି ଶିଳ୍ପ ପାଇଁ ରହିଛି । ଭାରତରେ ପ୍ରତିବର୍ଷ ୪୫ ଲକ୍ଷ କାର ଉତ୍ପାଦନ ହୋଇଥାଏ । ଭାରତରେ ପାଖାପାଖି ୨ କୋଟି ଦୁଇଚକିଆ ଯାନ, ୧୦ ଲକ୍ଷ ବ୍ୟବସାୟିକ ବାହନ ଏବଂ ସାଢେ ଆଠ ଲକ୍ଷ ତିନିଚକିଆ ଯାନ ମଧ୍ୟ ନିର୍ମାଣ କରାଯାଇଥାଏ । ଆପଣମାନଙ୍କ ଠାରୁ କିଏ ବା ଅଧିକ ଜାଣିଛି ଯେ କୌଣସି ଯାତ୍ରିବାହୀ ଯାନରେ ୩ରୁ ୪ ହଜାର ଯନ୍ତ୍ରାଂଶ ରହିଥାଏ । ଅର୍ଥାତ୍ ପ୍ରତିଦିନ ଏଭଳି ଯାନଗୁଡିକୁ ନିର୍ମାଣ କରିବା ପାଇଁ ଯନ୍ତ୍ରାଂଶର ଆବଶ୍ୟକତା ପଡିଥାଏ । ଏବଂ ଏହି ଯୋଗାଣର ଖୁବ ବଡ ଭାଗ ଆମର ଲକ୍ଷ ଲକ୍ଷ ଏମଏସଏମଇମାନେ ହିଁ ଉଠାଇଥାଆନ୍ତି । ଏଥିମଧ୍ୟରୁ ଅଧିକାଂଶ  ଟିୟର – ୧ ଏବଂ ଟିୟର-୨  ସହରରେ ରହିଛି । ଆଜି ବିଶ୍ୱର ଅନେକ ଯାନରେ ଭାରତର ଏମଏସଏମଇ ମାନଙ୍କ ଦ୍ୱାରା ପ୍ରସ୍ତୁତ ଉପକରଣ ଗୁଡିକ ବ୍ୟବହୃତ ହେଉଛି । ଏହାର ଅର୍ଥ ହେଉଛି, ଅନେକ ବୈଶ୍ୱିକ ସମ୍ଭାବନା ଆମକୁ ହାତଠାରି ଡାକୁଛି ।

 

ବନ୍ଧୁଗଣ,
ଆଜି ଆମ ଏମଏସଏମଇ ଗୁଡିକ ନିକଟରେ ବୈଶ୍ୱିକ ଯୋଗାଣ ଶୃଙ୍ଖଳର ମଜଭୁତ ଅଂଶ ହେବାର ବହୁତ ବଡ ସୁଯୋଗ ରହିଛି । କିନ୍ତୁ ଏଥିପାଇଁ ଆମର ଏମଏସଏମଇ ଗୁଡିକୁ ନିଜର ଗୁଣବତା ଉପରେ, ନିଜର ଉତ୍କର୍ଷ ଏବଂ ସ୍ଥାୟୀତ୍ୱ ଉପରେ ଆହୁରି ଅଧିକ କାର୍ଯ୍ୟ କରିବାକୁ ପଡିବ । ବୈଶ୍ୱିକ ମାନଦଣ୍ଡରେ ଉତ୍କର୍ଷ ପ୍ରତିପାଦନ ଦିଗରେ ଆମକୁ କାର୍ଯ୍ୟ କରିବାକୁ ପଡିବ । ଏବଂ ମୁଁ ଥରେ ଲାଲକିଲ୍ଲାରୁ କହିଥିଲି ଯେ ଏବେ ଭାରତକୁ ବିଶ୍ୱରେ ପହଁଚିବାର ଅଛି ତ ଗୋଟିଏ ସୂତ୍ରକୁ ଗମ୍ଭୀରତାର ସହ ସ୍ୱୀକାର କରିବାକୁ ହେବ ଏବଂ ମୁଁ କହିଥିଲି ଏଣିକି ଆମର ଉତ୍ପାଦନ ଶୂନ୍ୟ ତୃଟି, ଶୂନ୍ୟ ପ୍ରଭାବର ହେବ । ଯେତେବେଳେ ମୁଁ ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ କଥା କହୁଛି, ସେତେବେଳେ ଶୂନ୍ୟ ତୃଟି ଏହାର ଗୁଣବତା ସହ ଜଡିତ ଏବଂ ଶୂନ୍ୟ ପ୍ରଭାବ ଅର୍ଥ ଏହା ପରିବେଶ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇବ ନାହିଁ । ଆମକୁ ଏହି ମୂଳମନ୍ତ୍ର ସହ ବାଟ ଚାଲିବାକୁ ପଡିବ । 

ବନ୍ଧଗୁଣ,
ଡିଜିଟାଲ ମୋବିଲିଟି ଫର ଅଟୋମୋଟିଭ ଏମଏସଏମଇ ଏନ୍ତ୍ରୋପ୍ରୁନର୍ସ’ ଦ୍ୱାରା ଦେଶର କ୍ଷୁଦ୍ର ଉଦ୍ୟୋଗ ଗୁଡିକୁ ନୂତନ ଦିଗ ମିଳିବ, ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ ହେବା ସକାଶେ ସହାୟତା ମିଳିବ ।

 

ବନ୍ଧୁଗଣ,
କରୋନା ସମୟରେ ବିଶ୍ୱ ଭାରତର କ୍ଷୁଦ୍ର ଶିଳ୍ପଗୁଡିକର ସାମର୍ଥ୍ୟ ଦେଖିଛି । କରୋନା ବିରୋଧ ଲଢେଇରେ ଭାରତ ହାସଲ କରିଥିବା ବିଜୟରେ କ୍ଷୁଦ୍ର ଶିଳ୍ପ ଗୁଡିକର ଏକ ପ୍ରମୁଖ ଭୂମିକା ରହିଛି । ଏଥିପାଇଁ ଆଜି ଦେଶ ଏମଏସଏମଇର ଭବିଷ୍ୟତକୁ ନିଜର ଭବିଷ୍ୟତ ଭାବରେ ଦେଖୁଛି । ପୁଂଜି ଠାରୁ ନେଇ ପ୍ରତିଭା ପର୍ଯ୍ୟନ୍ତ ଏମଏସଏମଇର ସମ୍ବଳରେ ବୃଦ୍ଧି ଘଟୁ, ଏଥିପାଇଁ ଚାରିଆଡୁ କାର୍ଯ୍ୟ କରାଯାଉଛି । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଏଗୁଡିକ ଏଭଳି ଯୋଜନା ଯାହା ଏହି ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । କରୋନା ସମୟରେ ଏମଏସଏମଇ ଋଣ ଗ୍ୟାରେଂଟି ଯୋଜନା ଲକ୍ଷ ଲକ୍ଷ ନିଯୁକ୍ତି, ଏବଂ ଆପଣମାନେ ମନେ ରଖନ୍ତୁ ସେହି ସଙ୍କଟ କାଳରେ, ଲକ୍ଷ ଲକ୍ଷ ରୋଜଗାର ରକ୍ଷା କରିବାରେ ଏମଏସଏମଇ କ୍ଷେତ୍ର କେତେ ସାହାଯ୍ୟ କରିଥିଲା ।

 

ବନ୍ଧୁଗଣ,
ଆଜି, ପ୍ରତ୍ୟେକ କ୍ଷେତ୍ର ସହ ଜଡିତ ଏମଏସଏମଇ ପାଇଁ ଶସ୍ତା ଋଣ ଏବଂ ବ୍ୟାଙ୍କିଙ୍ଗ ପୁଞ୍ଜି ସୁବିଧା ସୁନିଶ୍ଚିତ କରାଯାଉଛି । ସମ୍ବଳ ବୃଦ୍ଧି ଦ୍ୱାରା ସେମାନଙ୍କ ବିଚାରଧାରାର ମଧ୍ୟ ବିସ୍ତାର ଘଟୁଛି । ଆମର କ୍ଷୁଦ୍ର ଉଦ୍ୟୋଗ, ନୂଆ ନୂଆ କ୍ଷେତ୍ରରେ ନବସୃଜନ ମଧ୍ୟ ଏବଂ ତାକୁ ଆମେ ଯେତେ ଅଧିକ ଉନ୍ନିତ କରିବୁ, ଯେତେ ଅଧିକ ଧ୍ୟାନ ଦେବୁ, ତାହା ଆମକୁ ଆହୁରି ସେତିକି ସଶକ୍ତ କରିବ । ଆମ ସରକାର ଏହି ସମୟରେ ଏମଏସଏମଇ ପାଇଁ ଆବଶ୍ୟକ ନୂତନ ପ୍ରଯୁକ୍ତି ଏବଂ ନୂତନ ଦକ୍ଷତାକୁ ଧ୍ୟାନରେ ରଖୁଛି । ଏଥିପାଇଁ ସ୍ୱତନ୍ତ୍ର ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଚାଲୁ ରହିଛି, ପ୍ରଶିକ୍ଷଣ କେନ୍ଦ୍ର ଚାଲୁ ରହିଛି । ପୂର୍ବରୁ ଆମର ଏଠି ଦକ୍ଷତା ବିକାଶକୁ ଏକ ଚିରାଚରିତ କାର୍ଯ୍ୟ ଭାବେ ବିବେଚନା କରାଯାଉଥିଲା । ଯେବେ ଠାରୁ ଆପଣମାନେ ମତେ ସେବା କରିବାର ସୁଯୋଗ ଦେଇଛନ୍ତି, ମୁଁ ଦକ୍ଷତା ବିକାଶର ଏକ ପୃଥକ ମନ୍ତ୍ରଣାଳୟ ଗଠନ କରିଛି । ଏବଂ ମୁଁ ସମ୍ପୁର୍ଣ୍ଣ ଜ୍ଞାତ ଯେ, ଆଗାମୀ ପିଢିକୁ ଗଢିବା ନିମନ୍ତେ ଦକ୍ଷତାର ବହୁତ ବଡ ଭୂମିକା ରହିଛି । ଏବଂ ଏଥିପାଇଁ ଆଧୁନିକରୁ ଅତ୍ୟାଧୁନିକ ତଥା ନିରନ୍ତର ନବୀକରଣ ଉନ୍ନିତ ହେଉଥିବା ଦକ୍ଷତା ବିଶ୍ୱବିଦ୍ୟାଳୟର ବହୁତ ବଡ ଆବଶ୍ୟକତା ଆମର ଏଠି ରହିଛି ।

ବନ୍ଧୁଗଣ,
ସରକାର ଆଜି ଯେଉଁଭଳି ଇଭିଏସ୍‌କୁ ପ୍ରୋତ୍ସାହନ ଦେଉଛନ୍ତି ଏହାଦ୍ୱାରା ମଧ୍ୟ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଛି । ମୁଁ ଏଠାରେ ଉପସ୍ଥିତ ସମସ୍ତ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଅନୁରୋଧ କରୁଛି ଯେ ଆପଣ ଇଭିର ବଢୁଥିବା ଚାହିଦା ଅନୁଯାୟୀ ନିଜର ସାମର୍ଥ୍ୟ ମଧ୍ୟ ବୃଦ୍ଧି କରନ୍ତୁ । ଏବଂ ଆପଣଙ୍କୁ ଜଣାଥିବ ଭାରତ ସରକାର ରୁଫ୍ ଟପ୍ ସୌରଶକ୍ତିର ଏକ ବହୁତ ବଡ ନୀତି ଲାଗୁ କରିଛନ୍ତି ଏବଂ ଏହି ରୁଫ୍ ଟପ୍ ସୌରଶକ୍ତି ବ୍ୟାପକ ଭାବରେ ପ୍ରତ୍ୟେକ ପରିବାରକୁ ଆର୍ଥିକ ସାହାଯ୍ୟ, ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଏବଂ ଅତିରିକ୍ତ ବିଜୁଳି କ୍ରୟ, ଏଭଳି ଏକ ପ୍ୟାକେଜ୍ ଅଟେ, ଏବଂ ପ୍ରାରମ୍ଭରେ ଆମେ ସେଥିପାଇଁ ଏକ କୋଟି ଘରର ଲକ୍ଷ୍ୟ ନିର୍ଧାରଣ କରିଛୁ । ଏବଂ ଆମର ଆଶା ଯେ ଏହାଦ୍ୱାରା ଯେଉଁ ଇ-ଯାନ ଗୁଡିକର ଚାର୍ଜିଙ୍ଗ ଷ୍ଟେସନ୍ ସେମାନଙ୍କ ନିଜ ନିଜ ଘରେ ହିଁ ତିଆରି ହୋଇଯିବ, ରୁଫ୍ ଟପ୍ ସୌରଶକ୍ତି ଦ୍ୱାରା ହିଁ ଚାଲିବ, ଅର୍ଥାତ୍ ତାର ପରିବହନ ମୂଲ୍ୟ ଶୂନ ହେବାକୁ ଯାଉଛି । ଏବଂ ଏହା ଲୋକମାନଙ୍କ ପାଇଁ ବହୁତ ବଡ ସୁଯୋଗ ନେଇ ଆସୁଛି ।

 

ବନ୍ଧୁଗଣ,
ସରକାର ମୋଟରଯାନ ଏବଂ ମୋଟରଯାନ ସାମଗ୍ରୀ ଗୁଡିକ ପାଇଁ ପ୍ରାୟ ୨୬ ହଜାର କୋଟି ଟଙ୍କାର ପିଏଲ୍‌ଆଇ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନା ନିର୍ମାଣ ସହିତ ମୋଟରଯାନ ପାଇଁ ଉଦଜାନର ଉପଯୋଗକୁ ମଧ୍ୟ ପ୍ରୋତ୍ସାହିତ କରୁଛି । ଏହା ସାହାଯ୍ୟରେ ଆମେ ୧୦୦ରୁ ଅଧିକ ଉନ୍ନତ ସ୍ୱୟଂଚାଳିତ ପ୍ରଯୁକ୍ତିକୁ ମଧ୍ୟ ପ୍ରୋତ୍ସାହନ ଦେଉଛୁ । ଯେତେବେଳେ ଦେଶରେ ନୂଆ ପ୍ରଯୁକ୍ତି ଗୁଡିକ ଆସେ, ତାହେଲେ ନୂଆ ପ୍ରଯୁକ୍ତି ସହ ଜଡିତ ବୈଶ୍ୱିକ ପୁଂଜିନିବେଶ ମଧ୍ୟ ଆସି ଯାଇଥାଏ । ଏହା ମଧ୍ୟ ଆମର ଏମ୍‌ଏସ୍‌ଏମ୍‌ଇ ଗୁଡିକ ପାଇଁ ଏକ ବହୁତ ବଡ ସୁଯୋଗ ଅଟେ । ଏହା ହିଁ ପ୍ରକୃତ ସମୟ, ତେଣୁ ଆମର ଏମ୍‌ଏସ୍‌ଏମ୍‌ଇ ଗୁଡିକର କ୍ଷମତା ବିସ୍ତାର କରନ୍ତୁ, ନୂଆ କ୍ଷେତ୍ରରେ କାର୍ଯ୍ୟ କରିବା ଆରମ୍ଭ କରନ୍ତୁ ।

ବନ୍ଧୁଗଣ,
ଯେଉଁଠି ସମ୍ଭାବନା ଥାଏ, ସେଠି ଆହ୍ୱାନ ମଧ୍ୟ ସୃଷ୍ଟି ହୋଇଥାଏ । ଆଜି ଡିଜିଟିକରଣ, ବିଦ୍ୟୁତ୍‌କରଣ, ବିକଳ୍ପ ଇନ୍ଧନ ଯାନ, ଏବଂ ବଜାର ଚାହିଦାରେ ଅସ୍ଥିରତା ଭଳି ଅନେକ ଆହ୍ୱାନ ଏମ୍‌ଏସ୍‌ଏମ୍‌ଇ ସମ୍ମୁଖରେ ରହିଛି । ଉପଯୁକ୍ତ ସମୟରେ ଏବଂ ସଠିକ୍ ଦିଗରେ ଉଚିତ୍ ପଦକ୍ଷେପ ଉଠେଇ ଆମେ ଏହି ଆହ୍ୱାନ ଗୁଡିକୁ ସୁଯୋଗରେ ବଦଳାଇ ପାରିବା । ଏଥିପାଇଁ ନିଜକୁ ଉନ୍ନିତ କରିବାର ଆବଶ୍ୟକତା ରହିଛି । ଏଥିସହିତ, ଏମ୍‌ଏସ୍‌ଏମ୍‌ଇର ଔପଚାରିକରଣ ମଧ୍ୟ ଏକ ବଡ ଆହ୍ୱାନ ଅଟେ । ଆମ ସରକାର ଏହି ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି । ଆମେ ଏମ୍‌ଏସ୍‌ଏମ୍‌ଇର ପରିଭାଷାକୁ ମଧ୍ୟ ବଦଳାଇ ଦେଇଛୁ । ଏହି ନିଷ୍ପତି ପରେ ଏମ୍‌ଏସ୍‌ଏମ୍‌ଇର ଅଭିବୃଦ୍ଧିର ମାର୍ଗ ସ୍ପଷ୍ଟ ହୋଇଛି ।

ବନ୍ଧୁଗଣ,
ବିକଶିତ ଭାରତ ଗଠନ ପାଇଁ ଭାରତ ସରକାର, ଆମର ସମସ୍ତ ଶିଳ୍ପ ସହିତ କାନ୍ଧରେ କାନ୍ଧ ମିଶାଇ ଛିଡା ହୋଇଛି । ପୂର୍ବରୁ ଶିଳ୍ପ ହେଉ ବା ବ୍ୟକ୍ତି, ଛୋଟିଆ ଛୋଟିଆ କଥା ପାଇଁ ସରକାରୀ ଅଫିସରେ ଚକ୍କର୍ କାଟିବାକୁ ପଡୁଥିଲା । କିନ୍ତୁ ଆଜି ସରକାର ପ୍ରତି କ୍ଷେତ୍ରର ସମସ୍ୟା ଗୁଡିକର ସମାଧାନ କରୁଛନ୍ତି । ବିଗତ ବର୍ଷମାନଙ୍କରେ ଆମେ ୪୦ ହଜାରରୁ ଅଧିକ ଅନୁପାଳନ ସମାପ୍ତ କରିଛୁ । ଆମେ ବ୍ୟବସାୟ ସହ ଜଡିତ ଅନେକ ଛୋଟ-ଛୋଟ ତୃଟିକୁ ଅଣ-ଅପରାଧିକ ମଧ୍ୟ କରିଛୁ । ଅନ୍ୟଥା ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ଆମ ଦେଶରେ ଏଭଳି ଆଇନ୍ ସବୁଥିଲା ଯେ ଯଦି ଆପଣଙ୍କ କାରଖାନାରେ ଶୌଚାଳୟକୁ ଛଅ ମାସରେ ଥରେ ରଙ୍ଗ କରିନାହାଁନ୍ତି ତାହେଲେ ଆପଣଙ୍କୁ ଜେଲ୍ ପଠେଇ ଦେଉଥିଲେ । ଏସବୁ ମୁଁ ହଟେଇଛି ଏବଂ ଏହାକୁ ହଟେଇବାରେ ଦେଶର ୭୫ ବର୍ଷ ବରବାଦ ହୋଇଗଲା ।

 

ବନ୍ଧୁଗଣ, 
ନୂଆ ସଂଚାଳନତନ୍ତ୍ର ନୀତି ହେଉ, ଜିଏସ୍‌ଟି ହେଉ, ଏସବୁରୁ ଅଟୋମୋବାଇଲ୍ ଶିଳ୍ପର ଲଘୁ ଉଦ୍ୟୋଗକୁ ମଧ୍ୟ ସହାୟତା ମିଳିଛି । ସରକାର ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରି ଭାରତରେ ଭିତିଭୂମି ବିକାଶକୁ ଏକ ନୂଆ ଦିଗ ଦେଇଛନ୍ତି । ପିଏମ୍ ଗତିଶକ୍ତିରେ ଦେଢ ହଜାରରୁ ଅଧିକ ସ୍ତରରେ ଡାଟା ପ୍ରକ୍ରିୟାକରଣ କରି ଭବିଷ୍ୟତର ଭିତିଭୂମି ପ୍ରସ୍ତୁତ କରାଯାଉଛି । ଏହାଦ୍ୱାରା ମଲ୍ଟି-ମଡେଲ୍ ସଂଯୋଗକୁ ବହୁତ ବଡ ଶକ୍ତି ମିଳିବାକୁ ଯାଉଛି । ଆମେ ପ୍ରତି ଶିଳ୍ପ ପାଇଁ ସମର୍ଥନ ବ୍ୟବସ୍ଥାକୁ ମଧ୍ୟ ବିକଶିତ କରିବା ଉପରେ ଗୁରୁତ୍ୱ ଦେଉଛୁ । ମୁଁ ଅଟୋମୋବାଇଲ୍ ଏମ୍‌ଏସ୍‌ଏମଇ କ୍ଷେତ୍ରକୁ ମଧ୍ୟ କହିବି, ଯେ ଏହି ସମର୍ଥନ ବ୍ୟବସ୍ଥାର ଲାଭ ଉଠାନ୍ତୁ । ନବସୃଜନ ଓ ପ୍ରତିଯୋଗୀ ମନୋଭାବକୁ ଆଗକୁ ବଢାଇ ଆମକୁ ବାଟ ଚାଲିବାକୁ ପଡିବ । ସରକାର ସମ୍ପୁର୍ଣ୍ଣ ରୂପେ ଆପଣମାନଙ୍କ ସାଥୀରେ ଅଛନ୍ତି, ମୋର ବିଶ୍ୱାସ ଯେ, ଏହି ଦିଗରେ ଟିଭିଏସ୍‌ର ଏହି ପ୍ରୟାସ ଆପଣମାନଙ୍କୁ ନିଶ୍ଚୟ ସହାୟତା ପ୍ରଦାନ କରିବ ।

ବନ୍ଧୁଗଣ,
ଆଉ ଦୁଇ ତିନିଟି କଥା ମଧ୍ୟ ମୁଁ କହିବାକୁ ଚାହୁଁଛି । ଆପଣମାନେ ଜାଣଛନ୍ତି ଯେ ଭାରତ ସରକାର ରଦ୍ଦିକୁ ନେଇ ଏକ ନୀତି ପ୍ରସ୍ତୁତ କରିଛନ୍ତି ଆମେ ଚାହୁଁଛୁ ଯେ ଯେତେ ପୁରୁଣା ଯାନ ରହିଛି, ସେସବୁ ରଦ୍ଦି ହେଉ ଏବଂ ନୂଆ ଆଧୁନିକ ଯାନ ବଜାରକୁ ଆସୁ । ଏବେ ବହୁତ ବଡ ସୁଯୋଗ ରହିଛି । ଏବଂ ଏଥିପାଇଁ ମୁଁ ଆପଣ ସମସ୍ତ ଉଦ୍ୟୋଗ ଜଗତର ଲୋକମାନଙ୍କୁ ଭାରତ ସରକାରଙ୍କ ଏହି ରଦ୍ଦିକରଣ ନୀତିର ଲାଭ ଉଠାଇ ରଦ୍ଦିକରଣ ଦିଗରେ ଆଗକୁ ବଢିବା ଦରକାର । ଏବେ ଆମ ଦେଶ ଜାହଜ ନିର୍ମାଣରେ ବିଶ୍ୱରେ ଏକନମ୍ବର ସ୍ଥାନରେ ଅଛି । ଏବଂ ଜାହଜ ନିର୍ମାଣର ପୁନଃଚକ୍ରିକରଣ ସାମଗ୍ରୀ ଏହାର ବହୁତ ବଡ ବଜାର ସୃଷ୍ଟି ହୋଇଛି । ମୁଁ ଭାବୁଛି, ଯଦି ବଡ ଯୋଜନା ସହ ଆମେ ଆଗକୁ ଆସିବା ତାହେଲେ ଆମର ପଡୋଶୀ ଦେଶ ମଧ୍ୟ ସେମାନଙ୍କ ଯାନ ମଧ୍ୟ, ଉପସାଗରୀୟ ଦେଶ ଯେଉଁଠି ଯାନ ଗୁଡିକୁ ବହୁ ଦୃତ ଗତିରେ ବଦଳାଯାଉଛି । ସେମାନେ ମଧ୍ୟ ରଦ୍ଦି କରିବା ପାଇଁ ଭାରତ ଆସିବେ ଓ ଏହି ଭଳି ଭାବେ ଗୋଟେ ବହୁତ ବଡ ଉଦ୍ୟୋଗ ପ୍ରତିଷ୍ଟାର ସମ୍ଭାବନା ରହିଛି । ଏବଂ ସେହି ସମସ୍ତ ବିଷୟ କୌଣସି ନା କୌଣସି ରୂପରେ ଆପଣଙ୍କ ଏମ୍‌ଏସ୍‌ଏମ୍‌ଇ ନିମନ୍ତେ କାର୍ଯ୍ୟ କରୁଛି । ଆମେ ଏହି ସମସ୍ତ ବିଷୟରୁ କିପରି ଲାଭ ଉଠାଇବା । ସେହିଭଳି ମୋତେ ଏବେ କୁହାଯାଇଛି ଯେ ଏଥିରେ ପରିବହନ କ୍ଷେତ୍ର ସହ ସମ୍ପୃକ୍ତ ଲୋକମାନେ ମଧ୍ୟ ଅଛନ୍ତି । ମୁଁ କୌଣସି ବିଷୟରେ ବି ଯେତେବେଳେ ଭାବେ ମୁଁ ସେତେବେଳେ ତାହାର ପୂର୍ଣ୍ଣତାର ଆଧାରରେ ଭାବିବାର ଅଭ୍ୟାସ ରଖିଛି । ଯଦି ମୁଁ ଗତିଶୀଳତାର ଚର୍ଚ୍ଚା କରିବି, ପରିବହନର ଚର୍ଚ୍ଚା କରିବି, କିନ୍ତୁ ମୁଁ ମୋର ଡ୍ରାଇଭରର ଚର୍ଚ୍ଚା କରିବି ନାହିଁ, ତାର ଚିନ୍ତା କରିବି ନାହିଁ ତ ମୋ କାର୍ଯ୍ୟ ଅତି ଅସମ୍ପୁର୍ଣ୍ଣ ଅଟେ । ଏବଂ ଏଥିପାଇଁ ଆପଣମାନେ କିଛି ଦିନ ପୂର୍ବରୁ ଖବର କାଗଜରେ ପଢିଥିବେ । ଆଗୁଆ ପ୍ରକଳ୍ପ ରୂପରେ ଆମେ ରାଜପଥରେ ଏକ ହଜାର ସୁବିଧା କେନ୍ଦ୍ର ନିର୍ମାଣ କରିବାକୁ ଯାଉଛୁ । ଯେଉଁଥିଲେ ଡ୍ରାଇଭରମାନଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ହେବ । ଏବଂ ତାହା ଫଳରେ ଦୁର୍ଘଟଣା ହ୍ରାସ ପାଇବ, ସେମାନଙ୍କୁ ବିଶ୍ରାମ ମିଳିବ, ଆବଶ୍ୟକ ସୁବିଧା ସେମାନଙ୍କୁ ମିଳିବ ଏବଂ ପ୍ରାଥମିକ ପର୍ଯ୍ୟାୟରେ ଆମେ ବିଶ୍ୱସ୍ତରର ଏଭଳି ଏକ ହଜାର କେନ୍ଦ୍ର ନିର୍ମାଣର କାର୍ଯ୍ୟ ଆରମ୍ଭ କରୁଛୁ । ତାହଲେ ଯେଉଁ ପରିବହନ କ୍ଷେତ୍ରର ମୋର ଭାଇ-ଭଉଣୀମାନେ ଅଛନ୍ତି ସେମାନଙ୍କୁ, ଆମର ଡ୍ରାଇଭରମାନଙ୍କୁ ଆହୁରି ଅଧିକ ସୁରକ୍ଷା ମଧ୍ୟ, ସନ୍ତୋଷ ମଧ୍ୟ ଏବଂ ଆପଣଙ୍କ ବ୍ୟବସାୟକୁ ବିକଶିତ କରିବା ନିମନ୍ତେ ନୂଆ ସୁଯୋଗ ଏହି ସମସ୍ତ ବିଷୟ ଏକାଠି ତାସହିତ ଯୋଡି ହୋଇ ରହିଛି ।

ବନ୍ଧୁଗଣ,
ଆପଣ ସମସ୍ତଙ୍କ ପାଖକୁ ଆସିବାର ସୁଯୋଗ ମିଳିଲା । ଆପଣମାନଙ୍କ ମଧ୍ୟ ଅନେକ ଆକାଂକ୍ଷା ରହିଛି, ଆପଣମାନଙ୍କର ଅନେକ ସ୍ୱପ୍ନ ମଧ୍ୟ ରହିଛି ଏବଂ ଆପଣ ସମସ୍ତଙ୍କ ସ୍ୱପ୍ନକୁ ମୁଁ ନିଜର ସଂକଳ୍ପ କରି ନିଷ୍ଠାର ସହ ଲାଗିରହିଛି । ଭରସା ରଖନ୍ତୁ, ପାଂଚ ବର୍ଷ ପାଇଁ ଆପଣଙ୍କର ଯାହା ବି ଯୋଜନା ଅଛି ତାକୁ ନେଇ ସାହସର ସହ ଆଗକୁ ବଢନ୍ତୁ, ମୁଁ ଆପଣମାନଙ୍କ ସାଥୀରେ ରହିବି, ଆପଣମାନଙ୍କ ପାଇଁ ରହିବି, ଦେଶକୁ ନୂଆ ଶିଖରରେ ପହଁଚାଇବା । ଆପଣ ସମସ୍ତଙ୍କୁ ପୁଣିଥରେ ଅନେକ-ଅନେକ ଶୁଭେଚ୍ଛା ସହିତ ଅଶେଷ ଧନ୍ୟବାଦ ଜଣାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India a ‘front-runner’ market, plans to deepen AI and manufacturing presence: Ericsson CEO

Media Coverage

India a ‘front-runner’ market, plans to deepen AI and manufacturing presence: Ericsson CEO
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with Amir of Qatar
March 03, 2026

The Prime Minister, Shri Narendra Modi spoke with H.H. Sheikh Tamim bin Hamad Al Thani, the Amir of Qatar.

During the conversation, the Prime Minister conveyed that India stands firmly in solidarity with Qatar and strongly condemns any violation of its sovereignty and territorial integrity.

The two leaders emphasized the urgent need to restore peace and stability in the region through dialogue and diplomacy.

The Prime Minister also conveyed his appreciation for the continued support and care extended by the Qatari leadership to the Indian community in Qatar during this challenging time.

The Prime Minister wrote on X;

“Spoke with my brother, H.H. Sheikh Tamim bin Hamad Al Thani, the Amir of Qatar. We stand firmly in solidarity with Qatar and strongly condemn any violation of its sovereignty and territorial integrity. We emphasized the urgent need to restore peace and stability in the region through dialogue and diplomacy. I also conveyed my appreciation for his continued support and care for the Indian community in Qatar during this challenging time.

@TamimBinHamad”