“ବଜେଟ୍ ରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାରେ ଏହି ୱେବିନାରଗୁଡିକ ଉତପ୍ରେରକ ଭାବେ କାର୍ଯ୍ୟ କରୁଛନ୍ତି”
“ଆମକୁ ନୂତନ ଚିନ୍ତାଧାରା ସହ ପର୍ଯ୍ୟଟନରେ ନୂତନ ଉଚ୍ଚତା ହାସଲ କରିବାକୁ ଯୋଜନା କରିବାକୁ ପଡିବ”
“ଧନୀମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ପର୍ଯ୍ୟଟନ ଏକ ଉଚ୍ଚକୋଟୀର ଶବ୍ଦ ନୁହେଁ”
“ଚଳିତ ବର୍ଷର ବଜେଟ୍ ପର୍ଯ୍ୟଟନସ୍ଥଳୀର ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦେଇଛି”
“ସୁବିଧାଗୁଡ଼ିକର ବୃଦ୍ଧି ଯୋଗୁଁ କାଶୀ ବିଶ୍ୱନାଥ, କେଦାର ଧାମ, ପାୱ।ଗଡରେ ଭକ୍ତଙ୍କ ଆଗମନ ବହୁଗୁଣିତ ହୋଇଛି”
“ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳ ନିଜର ରାଜସ୍ୱ ମଡେଲ ବିକାଶ କରିପାରିବ”
“ଆମ ଗାଁର ଭିତ୍ତିଭୂମିର ବିକାଶ ସହିତ ସେଗୁଡିକ ପର୍ଯ୍ୟଟନର କେନ୍ଦ୍ର ପାଲଟିବ”
“ଗତ ବର୍ଷ ଜାନୁଆରୀରେ ମାତ୍ର ୨ ଲକ୍ଷ ତୁଳନାରେ ଚଳିତ ବର୍ଷ ଜାନୁଆରୀରେ ୮ ଲକ୍ଷ ବିଦେଶୀ ପର୍ଯ୍ୟଟକ ଭାରତ ଆସିଛନ୍ତି”
“ଅଧିକ ଖର୍ଚ୍ଚ କରୁଥିବା ପର୍ଯ୍ୟଟକଙ୍କୁ ଦେବାପାଇଁ ଭାରତ ନିକଟରେ ବହୁତ କିଛି ଅଛି”
“ଦେଶରେ କୃଷି, ରିଅଲ୍ ଇଷ୍ଟେଟ୍ ବିକାଶ, ଭିତ୍ତିଭୂମି ଏବଂ ବୟନଶିଳ୍ପ ପରି ପର୍ଯ୍ୟଟନର ସମାନ ସମ୍ଭାବନା ରହିଛି”

ନମସ୍କାର!

ଏହି ୱେବିନାରରେ ଉପସ୍ଥିତ ସମସ୍ତ ମହାନୁଭବଙ୍କୁ ସ୍ୱାଗତ। ଆଜିର ନୂତନ ଭାରତ, ନୂତନ କାର୍ଯ୍ୟ ସଂସ୍କୃତି ସହିତ ଆଗକୁ ବଢ଼ୁଛି। ଚଳିତ ଥରର ବଜେଟରେ ମଧ୍ୟ ବେଶ ପ୍ରଶଂସା ହୋଇଛି, ଦେଶର ଲୋକମାନେ ଏହାକୁ ବହୁତ ସକାରାତ୍ମକ ଭାବରେ ଗ୍ରହଣ କରିଛନ୍ତି। ଯଦି ପୁରୁଣା କାର୍ଯ୍ୟ ସଂସ୍କୃତି ହୋଇଥାନ୍ତା, ତେବେ ଏଭଳି ବଜେଟ ୱେବିନାର ଗୁଡିକ ବିଷୟରେ କେହି ଚିନ୍ତା ହିଁ କରି ନ ଥାନ୍ତେ। କିନ୍ତୁ ଆଜି ଆମ ସରକାର ବଜେଟ ପୂର୍ବରୁ ଏବଂ ବଜେଟ ପରେ ମଧ୍ୟ ପ୍ରତ୍ୟେକ ଅଂଶୀଦାରଙ୍କ ସହିତ ବିସ୍ତୃତ ଭାବେ ଚର୍ଚ୍ଚା କରୁଛନ୍ତି, ସେମାନଙ୍କୁ ସାଙ୍ଗରେ ନେଇ ଚାଲିବାର ପ୍ରୟାସ କରୁଛନ୍ତି। ବଜେଟର ସର୍ବାଧିକ ସଫଳତା ବା ପରିଣାମ କିପରି ଆସିବ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କିଭଳି ହୋଇପାରିବ, ଯେଉଁ ଲକ୍ଷ୍ୟ ବଜେଟରେ ସ୍ଥିର କରାଯାଇଛି, ତାହା ହାସଲ କରିବାରେ ଏହି ୱେବିନାର ଏକ ଉତପ୍ରେରକ ଭଳି କାର୍ଯ୍ୟ କରିଥାଏ । ଆପଣମାନେ ମଧ୍ୟ ଜାଣିଛନ୍ତି ଯେ, ସାରକାରର ମୁଖ୍ୟ ଭାବେ କାର୍ଯ୍ୟ କରିବାରେ ମୋର 20 ବର୍ଷରୁ ଅଧିକ ସମୟର ଅନୁଭବ ରହିଛି । ଏହି ଅନୁଭବର ଏକ ସାରାଂଶ ମଧ୍ୟ ଏହା ହେଉଛି ଯେ, ଯେତେବେଳେ କିଛି ନୀତିଗତ ନିଷ୍ପତିରେ ସମସ୍ତ ସହଯୋଗୀମାନେ ସାମିଲ ହୋଇଥାନ୍ତି, ସେତେବେଳେ ଆଶାନୁରୂପ ପରିଣାମ ମିଳିଥାଏ, ସମୟସୀମା ମଧ୍ୟରେ ପରିଣାମ ଆସିଥାଏ । ଆମେ ଦେଖିଛୁ ଯେ ବିଗତ କିଛି ଦିନରେ ଯେଉଁ ୱେବିନାର ହୋଇଛି ସେଥିରେ ହଜାର ହଜାର ଲୋକ ଆମ ସହିତ ଯୋଡି ହୋଇଛନ୍ତି, ସାରା ଦିନ ସବୁଲୋକମାନେ ମିଳିମିଶି ବହୁତ ମନ୍ଥନ କରି ଚାଲିଥିଲେ ଏବଂ ବହୁତ ହିଁ ଗୁରୁତ୍ୱପୂର୍ଣ୍ଣ ମତାମତ ଆସିଲା ଏବଂ ଆଗକୁ ମଧ୍ୟ ଆସିବ । ଯେଉଁ ବଜେଟ ଅଛି ତାହା ଉପରେ ଧ୍ୟାନ କେନ୍ଦ୍ରୀତ କରାଗଲା ଏବଂ ତାହାକୁ ନେଇ କିପରି ଆଗକୁ ବଢି ହେବ ତାହା ଉପରେ ବହୁତ ଉତମ ପ୍ରସ୍ତାବ ଆସୁ । ଆଜି ଆମେ ଦେଶର ପର୍ଯ୍ୟଟନ କ୍ଷେତ୍ରର କାୟାକଳ୍ପ ପାଇଁ ଏହି ବଜେଟ ୱେବିନାର କରୁଛେ ।

ସାଥୀଗଣ,

ଭାରତରେ ଆମକୁ ପର୍ଯ୍ୟଟନ କ୍ଷେତ୍ରକୁ ନୂତନ ଶିଖର ଦେବା ପାଇଁ ପୁରୁଣା ମାନସିକତାରୁ ବାହାରି ଚିନ୍ତା କରିବାକୁ ହେବ ଏବଂ ଦୀର୍ଘସ୍ଥାୟୀ ଯୋଜନା କରି ଚାଲିବାକୁ ହେବ । ଯେତେବେଳେ ମଧ୍ୟ କୌଣସି ପର୍ଯ୍ୟଟନ ସ୍ଥଳକୁ ବିକଶିତ କରିବାର କଥା ଆସିଥାଏ, ସେତେବେଳେ କିଛି କଥା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ଯେପରିକି ସେହି ସ୍ଥାନରେ କ’ଣ ସବୁ ସାମର୍ଥ୍ୟ ରହିଛି? ଯାତ୍ର ସୁଗମତା ପାଇଁ ସେଠାରେ  କ’ଣ ସବୁ ଭିତିଭୂମିର ଆବଶ୍ୟକତା ରହିଛି, ତାହାକୁ କିପରି ପୂରଣ କରିବା? ଏହି ସମଗ୍ର ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ଆମ୍ଭେମାନେ ଆଉ କ’ଣ କ’ଣ ନୂତନ ଉପାୟ ଆପଣାଇ ପାରିବା। ଏହି ସମସ୍ତ ପ୍ରଶ୍ନଗୁଡ଼ିକର ଉତର ଆପଣମାନଙ୍କୁ ଭବିଷ୍ୟତର ରୋଡମ୍ୟାପ ପ୍ରସ୍ତୁତ କରିବାରେ ବହୁତ ସାହାଯ୍ୟ କରିବ। ଏବେ ଯେପରି ଆମ ଦେଶରେ ପର୍ଯ୍ୟଟନର ସମ୍ଭାବନା ବହୁତ ଅଧିକ ମାତ୍ରାରେ ରହିଛି। ଉପକୂଳ ପର୍ଯ୍ୟଟନ, ସମୁଦ୍ରକୂଳ ପର୍ଯ୍ୟଟନ, ହେନ୍ତାଳ ବଣ ପର୍ଯ୍ୟଟନ, ହିମାଳୟ ପର୍ଯ୍ୟଟନ, ଦୁଃସାହସିକ ପର୍ଯ୍ୟଟନ, ବନ ଜୀବନ ପର୍ଯ୍ୟଟନ, ଇକୋ ପର୍ଯ୍ୟଟନ, ଐତିହ୍ୟ ପର୍ଯ୍ୟଟନ, ଆଧ୍ୟାତ୍ମିକ ପର୍ଯ୍ୟଟନ, ବିବାହ ସ୍ଥଳ (ୱେଡିଙ୍ଗ ଡେଷ୍ଟିନେସନ୍‌), କନଫରେନ୍ସ ବା ସମ୍ମିଳନୀ ମାଧ୍ୟମରେ ପର୍ଯ୍ୟଟନ, କ୍ରୀଡ଼ା ମାଧ୍ୟମରେ ପର୍ଯ୍ୟଟନ ଏଭଳି ଅନେକ କ୍ଷେତ୍ର ରହିଛି । ଏବେ ଦେଖନ୍ତୁ ରାମାୟଣ ସର୍କିଟ, ବୁଦ୍ଧ ସର୍କିଟ, କୃଷ୍ଣା ସର୍କିଟ, ଉତର- ପୂର୍ବାଂଚଳ ସର୍କିଟ, ଗାନ୍ଧି ସର୍କିଟ, ସବୁ ଆମର ମହାନ ଗୁରୁ ପରମ୍ପରା ସମେତ ସେମାନଙ୍କର ସବୁ ତୀର୍ଥ କ୍ଷେତ୍ର ସମଗ୍ର ପଞ୍ଜାବରେ ଭରି ରହିଛି । ଆମକୁ ଏ ସମସ୍ତ କଥାଗୁଡ଼ିକୁ ଧ୍ୟାନରେ ରଖି ମିଳିମିଶି କାର୍ଯ୍ୟ କରିବାକୁ ହିଁ ହେବ। ଚଳିତ ବର୍ଷର ବଜେଟରେ ଦେଶରେ ପ୍ରତିଯୋଗୀ ମନୋଭାବ ସହିତ, ଆହ୍ୱାନ ଥିବା ପଥ ସହିତ ଦେଶର କିଛି ପର୍ଯ୍ୟଟନ ସ୍ଥଳୀକୁ ବିକଶିତ କରିବା ପାଇଁ ଚିହ୍ନଟ କରିବା କଥା କୁହା ଯାଇଛି। ଏହି ଆହ୍ୱାନ ପ୍ରତ୍ୟେକ ଅଂଶୀଦାରଙ୍କୁ ଏକସଙ୍ଗେ ମିଳିମିଶି ପ୍ରୟାସ କରିବା ପାଇଁ ପ୍ରେରଣା ଯୋଗାଇବ। ବଜେଟରେ ପର୍ଯ୍ୟଟନ ସ୍ଥଳ ଏହାର ଏକ ସର୍ବାଙ୍ଗୀନ ବିକାଶ ଉପରେ ମଧ୍ୟ ଦୃଷ୍ଟି ଦିଆଯାଇଛି। ଏଥିପାଇଁ ଭିନ୍ନ- ଭିନ୍ନ ଅଂଶୀଦାରଙ୍କୁ ଆମେ କିପରି କାର୍ଯ୍ୟରେ ଲଗାଇ ପାରିବା ନିୟୋଜିତ କରି ପାରିବା, ଏହା ଉପରେ ବିସ୍ତୃତ ଭାବେ ଚର୍ଚ୍ଚା ହେବା ଆବଶ୍ୟକ ।

ସାଥୀଗଣ,

ଯେତେବେଳେ ଆମେ ପର୍ଯ୍ୟଟନର କଥା କହୁଛୁ, ସେତେବେଳେ କିଛି ଲୋକଙ୍କୁ ଏହା ଲାଗିଥାଏ ଯେ ଏହା ହେଉଛି ଗୋଟିଏ ଫ୍ୟାନ୍ସି ଶବ୍ଦ ଭଳି, ସମାଜର ଉଚ୍ଚ ଆୟ ବର୍ଗରୁ ଆଉ ସେହି ଲୋକମାନଙ୍କୁ ପ୍ରସ୍ତୁତ କରୁଛି । କିନ୍ତୁ ଭାରତର ସନ୍ଦର୍ଭରେ ଦେଖିବା ତେବେ ପର୍ଯ୍ୟଟନର ପରିସର ହେଉଛି ବହୁତ ବଡ଼, ହେଉଛି ବହୁତ ପୁରୁଣା। ଶତାବ୍ଦୀ ଶତାବ୍ଦୀ ଧରି ଆମର ଏଠାରେ ଯାତ୍ରାମାନ ହୋଇ ଚାଲିଛି, ଏହା ଆମର ସାଂସ୍କୃତିକ- ସାମାଜିକ ଜୀବନର ହେଉଛି ଅଂଶ । ଆଉ ତାହା ମଧ୍ୟ ଯେତେବେଳେ ସଂସାଧନ ନ ଥିଲା, ଯାତାୟାତର ବ୍ୟବସ୍ଥା ନ ଥିଲା, ବହୁତ ଅସୁବିଧା ମାନ ରହିଥିଲା। ସେତେବେଳେ ମଧ୍ୟ କଷ୍ଟ ଉଠାଇ ଲୋକମାନେ ଯାତ୍ରାରେ ବାହାରି ପଡ଼ୁଥିଲେ । ଚାରିଧାମ ଯାତ୍ରା ହେଉ, ଦ୍ୱାଦଶ ଜ୍ୟୋର୍ତିଲିଙ୍ଗଙ୍କ ଯାତ୍ରା ହେଉ, 51 ଶକ୍ତିପୀଠଙ୍କ ଯାତ୍ରା ହେଉ, ଏହିଭଳି କେତେ ହିଁ ଯାତ୍ରା ଆମର ଆସ୍ଥାର ସ୍ଥଳଗୁଡ଼ିକୁ ଯୋଡ଼ୁଥିଲା । ଆମର ଏଠାରେ ହେଉଥିବା ଯାତ୍ରାଗୁଡ଼ିକ ଦେଶର ଏକତାକୁ ସୁଦୃଢ଼ କରିବାରେ ମଧ୍ୟ କାର୍ଯ୍ୟ କରିଛି । ଦେଶର କେତେ ହିଁ ବଡ଼- ବଡ଼ ସହର ଗୁଡ଼ିକର ସମ୍ପୂର୍ଣ୍ଣ ଅର୍ଥବ୍ୟବସ୍ଥା, ସେହି ସମଗ୍ର ଜିଲ୍ଲାର ସମଗ୍ର ଅର୍ଥବ୍ୟବସ୍ଥା ଯାତ୍ରାଗୁଡ଼ିକ ଉପରେ ହିଁ ନିର୍ଭର କରୁଥିଲା। ଯାତ୍ରାଗୁଡ଼ିକର ଏହି ପୁରାତନ ପରମ୍ପରା ପରେ ମଧ୍ୟ, ଏହା ଦୁର୍ଭାଗ୍ୟପୂର୍ଣ୍ଣ ଥିଲା ଯେ ଏହି ସ୍ଥାନଗୁଡ଼ିକରେ ସମୟ ଅନୁକୂଳ ସୁବିଧାଗୁଡ଼ିକୁ ବୃଦ୍ଧି କରିବା ଉପରେ ଧ୍ୟାନ ଦିଆଗଲା ନାହିଁ । ପୂର୍ବରୁ ଶହ- ଶହ ବର୍ଷର ପରାଧୀନତା ଆଉ ପୁଣି ସ୍ୱାଧୀନତା ପରର ଦଶକଗୁଡ଼ିକରେ ଏହି ସ୍ଥାନଗୁଡ଼ିକୁ ନେଇ ରାଜନୈତିକ ଉପେକ୍ଷା ଦେଶର ବହୁତ କ୍ଷତି ସାଧନ କରିଛି ।

ଏବେ ଆଜିକାର ଭାରତ ଏହି ସ୍ଥିତିକୁ ପରିବର୍ତନ କରୁଛି । ଯେତେବେଳେ ଯାତ୍ରୀମାନଙ୍କ ପାଇଁ ସୁବିଧାମାନ ବଢ଼ିଥାଏ, ସେତେବେଳେ କିଭଳି ଭାବେ ଯାତ୍ରୀମାନଙ୍କ ମଧ୍ୟରେ ଆକର୍ଷଣ ବଢ଼ିଥାଏ, ସେମାନଙ୍କର ସଂଖ୍ୟାରେ ବ୍ୟାପକ ମାତ୍ରାରେ ବୃଦ୍ଧି ହୋଇଥାଏ ଆଉ ତାହା ମଧ୍ୟ ଆମେ ଦେଶରେ ଏବେ ଦେଖୁଛୁ । ଯେତେବେଳେ ବାରଣାସୀରେ କାଶୀ ବିଶ୍ୱନାଥ ଧାମର ପୁନଃନିର୍ମାଣ ହୋଇ ନ ଥିଲା, ସେତେବେଳେ ସେହି ସମୟରେ ବର୍ଷକରେ 70-80 ଲକ୍ଷ ପାଖାପାଖି ଲୋକ ହିଁ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିଲେ। କାଶୀ ବିଶ୍ୱନାଥ ଧାମର ପୁନଃନିର୍ମାଣ ହେବା ପରେ ଗତ ବର୍ଷ ବାରଣାସୀ ଯାଇଥିବା ଲୋକମାନଙ୍କର ସଂଖ୍ୟା 7 କୋଟି ଅତିକ୍ରମ କରି ଯାଇଛି । ଏହିଭଳି ଭାବେ ଯେତେବେଳେ କେଦାର ଘାଟୀର ପୁନଃନିର୍ମାଣର କାର୍ଯ୍ୟ ହୋଇ ନ ଥିଲା, ତେବେ ସେଠାକୁ ମଧ୍ୟ ବାର୍ଷିକ 4-5 ଲକ୍ଷ ଲୋକ ହିଁ ଦର୍ଶନ କରିବା ପାଇଁ ଆସୁଥିଲେ । କିନ୍ତୁ ଗତ ବର୍ଷ 15 ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବାବା କେଦାରଙ୍କର ଦର୍ଶନ ପାଇଁ ଯାଇଛନ୍ତି । ମୋର ଗୁଜରାଟର ପୁରୁଣା ଅନୁଭବ ରହିଛି, ଯଦି ସେଠାକାର ଅନୁଭବ ମଧ୍ୟ ଆପଣଙ୍କ ସହିତ ବାଂଟୁଛି । ଗୁଜରାଟରେ ପାଭାଗଡ଼଼ ନାମରେ ଗୋଟିଏ କ୍ଷେତ୍ର ରହିଛି, ବଡ଼ୋଦା ପାଖରେ । ଯେତେବେଳେ ସେଠାକାର ପୁନଃନିର୍ମାଣ ହୋଇ ନଥିଲା, ପୁରୁଣା ପରିସ୍ଥିତି ରହିଥିଲା, ତେବେ ଅତି କଷ୍ଟରେ 1 ହଜାର, 5 ହଜାର, 5 ହଜାର ଏତିକି ସଂଖ୍ୟାରେ ଲୋକ ସେଠାକୁ ଆସୁଥିଲେ କିନ୍ତୁ ସେଠାରେ ଜୀର୍ଣ୍ଣୋଦ୍ଧାର ହେଲା, କିଛି ଭିତିଭୂମି ନିର୍ମାଣ କରାଗଲା, ସୁବିଧାମାନ ପ୍ରସ୍ତୁତ କରାଗଲା, ତେବେ ସେହି ପାଭାଗଡ଼଼ ମନ୍ଦିରର ପୁନଃରୁଦ୍ଧାର ପରେ, ନବ ନିର୍ମାଣ ପରେ ପ୍ରାୟତଃ 80 ହଜାର ଲୋକ ସେଠାକୁ ଆସୁଛନ୍ତି । ଅର୍ଥାତ ସୁବିଧାମାନ ବୃଦ୍ଧି ହେଲା, ତେବେ ତାହାର ସିଧାସଳଖ ପ୍ରଭାବ, ଯାତ୍ରୀମାନଙ୍କ ସଂଖ୍ୟା ଉପରେ ପଡ଼ିଲା, ପର୍ଯ୍ୟଟନକୁ ବୃଦ୍ଧି କରିବା ପାଇଁ ତାହାର ଚତୁଃପାଶ୍ୱର୍ରେ ଯେଉଁ ସବୁ କଥା ମାନ ରହିଥାଏ, ସେସବୁ ମଧ୍ୟ ବଢ଼ିବାରେ ଲାଗି ଯାଇଛି । ଆଉ ଅଧିକ ମାତ୍ରାରେ ଲୋକ ଆସିବାର ଅର୍ଥ ହେଉଛି, ସ୍ଥାନୀୟ ସ୍ତରରେ ରୋଜଗାରର ଅଧିକ ସୁଯୋଗ ସୃଷ୍ଟି, ରୋଜଗାର- ସ୍ୱରୋଜଗାରର ଅଧିକ ସୁଯୋଗ । ଏବେ ରୋଜଗାର- ସ୍ୱରୋଜଗାରର ଅଧିକ ସୁଯୋଗ । ଏବେ ଦେଖନ୍ତୁ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତି - ଏକତାର ପ୍ରତିମୂର୍ତି(ଷ୍ଟାଚ୍ୟୁ ଅଫ୍ ୟୁନିଟି)ର ଉଦାହରଣ ମଧ୍ୟ ଦେବି । ଏହି ପ୍ରତିମା ନିର୍ମାଣ ହେବାର ଏକ ବର୍ଷ ଭିତରେ ହିଁ 27ଲକ୍ଷ ଲୋକ ତାହାକୁ ଦେଖିବା ପାଇଁ ପହଂଚିଛନ୍ତି । ଏହା ଦର୍ଶାଉଛି ଯେ ଭାରତର ବିଭିନ୍ନ ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ଯଦି ସାଧାରଣ ମୌଳିକ ସୁବିଧା ବଢ଼ାଇ ଦିଆଯାଏ, ସେଠାରେ ଡିଜିଟାଲ ଯୋଗାଯୋଗ ଉତମ ରହିବ, ହୋଟେଲ- ହସ୍ପାତାଳ ଭଲ ରହିବ, ଅପରିଷ୍କାର ବାତାବରଣର ନାଁ ଗନ୍ଧ ନ ଥିବ, ଉନ୍ନତ ଭିତିଭୂମି ରହିବ, ତେବେ ଭାରତର ପର୍ଯ୍ୟଟନ କ୍ଷେତ୍ରରେ ବହୁ ଗୁଣ ବୃଦ୍ଧି ହୋଇ ପାରିବ ।

ସାଥୀଗଣ,

ମୁଁ ଆପଣମାନଙ୍କ ସହିତ କଥା ହେଲା ବେଳେ ଅହମ୍ମଦାବାଦ ସହରରେ କାଙ୍କରିୟା ହ୍ରଦ ରହିଛି । ସେହି କାଙ୍କରିୟା ହ୍ରଦ ପ୍ରକଳ୍ପ ବିଷୟରେ ମଧ୍ୟ କିଛି କହିବାକୁ ଇଚ୍ଛା ହେଉଛି । ଦେଖନ୍ତୁ ସେହି କାଙ୍କରିୟା ହ୍ରଦ ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ସେଠାକୁ ସାଧାରଣ ଭାବେ ଲୋକମାନେ ଯାଉ ନ ଥିଲେ, ଏମିତି ସେଇ ପଟ ଦେଇ ଯିବାକୁ ପଡ଼ିଲେ ଯାଆନ୍ତି ନହେଲେ ସେଠାକୁ କେହି ଯାଉ ହିଁ ନ ଥିଲେ । ଆମେ ସେଠାରେ ନା କେବଳ ହ୍ରଦର ପୁନଃବିକାଶ କଲୁ ବରଂ ଖାଦ୍ୟ ଷ୍ଟଲରେ କାର୍ଯ୍ୟ କରୁଥିବା ଲୋକମାନଙ୍କର କୌଶଳ ବିକାଶ ମଧ୍ୟ କଲୁ । ଆଧୁନିକ ଭିତିଭୂମି ସହିତ ହିଁ ଆମେ ସେଠାରେ ସ୍ୱଚ୍ଛତା ଉପରେ ମଧ୍ୟ ବହୁତ ଗୁରୁତ୍ୱ ପ୍ରଦାନ କଲୁ । ଆପଣମାନେ କଳ୍ପନା କରି ପାରୁଥିବେ ଯେ ଆଜି ସେଠାରେ ପ୍ରବେଶ ଶୁଳ୍କ ରହିଥିବା ସତ୍ୱେ ମଧ୍ୟ ପ୍ରତିଦିନ ହାରାହାରି ୧୦ ହଜାର ଲୋକ ଯାଉଛନ୍ତି । ଏହିଭଳି ଉପାୟରେ ହିଁ ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳ, ନିଜର ଏକ ରାଜସ୍ୱ ମଡେଲ ମଧ୍ୟ ବିକଶିତ କରି ପାରିବ ।

ସାଥୀଗଣ,

ଏହା ହେଉଛି ସେହି ସମୟ ଯେତେବେଳେ ଆମ ଗାଁରେ ମଧ୍ୟ ପର୍ଯ୍ୟଟନର କେନ୍ଦ୍ର ସୃଷ୍ଟି ହେଉଛି । ଉନ୍ନତ ହେଉଥିବା ଭିତିଭୂମି କାରଣରୁ ଆମର ଦୂର- ସୁଦୂରର ଗାଁ, ଏବେ ପର୍ଯ୍ୟଟନ ମାନଚିତ୍ରରେ ଆସୁଅଛି । କେନ୍ଦ୍ର ସରକାର ସୀମାନ୍ତ ଅଂଚଳରେ ଯେଉଁସବୁ ଗାଁମାନ ରହିଛି ଜୀବନ୍ତ ସୀମାନ୍ତ ଗ୍ରାମ (ଭାଇବ୍ରେଂଟ ବଡର ଭିଲେଜ) ଯୋଜନା ଆରମ୍ଭ କରିଛନ୍ତି । ଏମିତିରେ ହୋମ ଷ୍ଟେ, ଛୋଟ ହୋଟେଲ, ଛୋଟ ରେଷ୍ଟୁରାଂଟ ହେଉ ଏଭଳି ଅନେକ ବ୍ୟବସାୟ ପାଇଁ ଲୋକମାନଙ୍କୁ ଅଧିକରୁ ଅଧିକ ସହାୟତା କରିବାର କାର୍ଯ୍ୟ ଆମ ସମସ୍ତଙ୍କୁ ମିଳିମିଶି କରିବାକୁ ହେବ ।

ସାଥୀଗଣ,

ଆଜି ଗୋଟିଏ କଥା ଭାରତ ଆସୁଥିବା ପର୍ଯ୍ୟଟକମାନଙ୍କ ସନ୍ଦର୍ଭରେ ମଧ୍ୟ କହିବି । ଆଜି ଯେଉଁଭଳି ଭାବେ ବିଶ୍ୱରେ ଭାରତ ପ୍ରତି ଆକର୍ଷଣ ବୃଦ୍ଧି ହେଉଛି, ଭାରତକୁ ଆଗମନ କରୁଥିବା ପର୍ଯ୍ୟଟକମାନଙ୍କର ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଗତ ବର୍ଷ ଜାନୁୟାରୀରେ କେବଳ 2 ଲକ୍ଷ ବିଦେଶୀ ପର୍ଯ୍ୟଟକ ହିଁ ଆସିଥିଲେ । ବିଦେଶରୁ ଯେଉଁ ପର୍ଯ୍ୟଟକ ଭାରତକୁ ଆସୁଛନ୍ତି, ଆମେ ସେମାନଙ୍କୁ ମଧ୍ୟ ପ୍ରୋଫାଇଲ କରି ଆମର ଟାର୍ଗେଟ ଗ୍ରୁପ ସ୍ଥିର କରିବାକୁ ହେବ । ବିଦେଶରେ ରହୁଥିବା ସେହି ଲୋକ ଯେଉଁମାନଙ୍କ ପାଖରେ ଅଧିକରୁ ଅଧିକ ଖର୍ଚ୍ଚ କରିବାର କ୍ଷମତା ରହିଥାଏ, ଆମେ ସେମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ଭାରତ ଆଣିବା ପାଇଁ ବିଶେଷ ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଏଭଳି ପର୍ଯ୍ୟଟକ ହୁଏତ କମ୍ ଦିନ ପାଇଁ ଭାରତରେ ରହିବେ କିନ୍ତୁ ଅଧିକ ରାଶି ଖର୍ଚ୍ଚ କରି ଯିବେ । ଆଜି ଯେଉଁ ବିଦେଶୀ ପର୍ଯ୍ୟଟକ ଭାରତ ଆସୁଛନ୍ତି ସେମାନେ ହାରାହାରି 1700 ଡଲାର ଖର୍ଚ୍ଚ କରୁଛନ୍ତି । ଯେତେବେଳେ କି ଆମେରିକାରେ ଆନ୍ତର୍ଜାତୀୟ ପର୍ଯ୍ୟଟକ ହାରାହାରି 2500 ଡଲାର ଆଉ ଅଷ୍ଟ୍ରେଲିଆରେ ପ୍ରାୟ ହାରାହାରି 5 ହଜାର ଡଲାର ଖର୍ଚ୍ଚ କରୁଛନ୍ତି । ଭାରତରେ ମଧ୍ୟ ଉଚ୍ଚ ଖର୍ଚ୍ଚ କରୁଥିବା ପର୍ଯ୍ୟଟକମାନଙ୍କୁ ଅଫର କରିବା ପାଇଁ ବହୁତ କିଛି ରହିଛି । ପ୍ରତ୍ୟେକ ରାଜ୍ୟକୁ ଏହି ଚିନ୍ତାଧାରା ସହିତ ମଧ୍ୟ ନିଜର ପର୍ଯ୍ୟଟନ ନୀତିରେ ପରିବର୍ତନ କରିବାର ଆବଶ୍ୟକତା ରହିଛି । ଏବେ ମୁଁ ଯେପରି ଆପଣଙ୍କୁ ଗୋଟିଏ ଉଦାହରଣ ଦେବି । ସାଧାରଣ ଭାବେ କୁହାଯାଇଥାଏ ଯେ ସବୁଠାରୁ ଅଧିକ କୌଣସି ସ୍ଥାନରେ ରହୁଥିବା ଯେଉଁ ପର୍ଯ୍ୟଟକ ଥାଆନ୍ତି- ସେ ପକ୍ଷୀ ଦେଖିବା ବାଲା (ବାର୍ଡ ୱାଚର) ହୋଇଥାଆନ୍ତି । ଏଭଳି ଲୋକ ମାସ- ମାସ ଧରି କୌଣସି ଦେଶରେ ଡେରା ପକାଇ ରହି ଥାଆନ୍ତି । ଭାରତରେ ଏତେ ଭିନ୍ନ- ଭିନ୍ନ ପ୍ରକାରର ପକ୍ଷୀ ଅଛନ୍ତି । ଆମକୁ ଏଭଳି ଶକ୍ତିଶାଳୀ ପର୍ଯ୍ୟଟକଙ୍କୁ ମଧ୍ୟ ଟାର୍ଗେଟ କରି ଆମର ନୀତିମାନ ପ୍ରସ୍ତୁତ କରିବାକୁ ହେବ ।

ସାଥୀଗଣ,

ଏହି ସମସ୍ତ ପ୍ରୟାସଗୁଡ଼ିକ ମଧ୍ୟରେ, ଆପଣଙ୍କୁ ପର୍ଯ୍ୟଟନ କ୍ଷେତ୍ରର ଏକ ମୌଳିକ ଆହ୍ୱାନ ଉପରେ ମଧ୍ୟ କାର୍ଯ୍ୟ କରିବାକୁ ହେବ । ଏହା ହେଉଛି ଆମର ପେସାଦାର ପର୍ଯ୍ୟଟନ ଗାଇଡ଼ମାନଙ୍କର ସଂଖ୍ୟାରେ ରହିଥିବା ଅଭାବ । ଗାଇଡ଼ମାନଙ୍କ ପାଇଁ ସ୍ଥାନୀୟ କଲେଜରେ ସାର୍ଟିଫିକେଟ କୋର୍ସ ହେଉ, ପ୍ରତିଯୋଗିତା ହେଉ, ବହୁତ ଭଲ ଯୁବକମାନେ ଏହି ବୃତିରେ ଆଗକୁ ଆସିବା ପାଇଁ ପରିଶ୍ରମ କରିବେ ଆଉ ଆମେ ଅନେକ ଭାଷା କହୁଥିବା ଦକ୍ଷ ଭଲ ପର୍ଯ୍ୟଟକ ଗାଇଡ଼ମାନଙ୍କୁ ପାଇ ପାରିବା । ସେହିଭଳି ଭାବେ ଡିଜିଟାଲ ପର୍ଯ୍ୟଟକ ଗାଇଡ ମଧ୍ୟ ଆମ ପାଖରେ ଉପଲବ୍ଧ ରହିଛନ୍ତି, ଟେକ୍ନୋଲୋଜିର ଉପଯୋଗ ମଧ୍ୟ କରି ପାରିବା । କୌଣସି ଏକ ବିଶେଷ ପର୍ଯ୍ୟଟନ ସ୍ଥଳରେ ମଧ୍ୟ ଯେଉଁ ଗାଇଡ଼ମାନେ କାର୍ଯ୍ୟ କରୁଛନ୍ତି, ସେମାନଙ୍କର ଏକ ନିର୍ଦ୍ଦଷ୍ଟ ପୋଷାକ କିମ୍ବା ୟୁନିଫର୍ମ ମଧ୍ୟ ହେବା ଆବଶ୍ୟକ । ଏହାଦ୍ୱାରା ଲୋକମାନଙ୍କୁ ପ୍ରଥମ ଦେଖାରୁ ହିଁ ଜଣାପଡିବ ଯେ, ସାମ୍ନାରେ ଥିବା ବ୍ୟକ୍ତି ଜଣଙ୍କ ହିଁ ହେଉଛନ୍ତି ଟୁରିଷ୍ଟ ଗାଇଡ ଏବଂ ସେ ଆମର ଏହି କାର୍ଯ୍ୟରେ ସହାୟତା କରିବେ । ଆମକୁ ଏହା ମଧ୍ୟ ମନେ ରଖିବାକୁ ହେବ ଯେ, ଯେତେବେଳେ କୌଣସି ମଧ୍ୟ ପର୍ଯ୍ୟଟକ କୌଣସି ସ୍ଥାନରେ ପହଂଚିଥାଏ ସେତେବେଳେ ତାଙ୍କ ମନରେ ପ୍ରଶ୍ନର ଭଣ୍ଡାର ଭରି ରହିଥାଏ । ସେ ଅନେକ ପ୍ରଶ୍ନର ତତ୍କାଳ ସମାଧାନ ଚାହିଂଥାଏ । ସେତେବେଳେ ଗାଇଡ ହିଁ ସେହି ସମସ୍ତ ପ୍ରଶ୍ନର ଉତର ଖୋଜିବାର ତାକୁ ସହାୟତା କରିପାରିଥାଏ ।

ସାଥୀଗଣ,

ମୋର ବିଶ୍ୱାସ ଯେ, ଏହି ୱେବିନାର ଅବସରରେ ଆପଣମାନେ ପର୍ଯ୍ୟଟନ ସହିତ ଜଡିତ ସମସ୍ତ ଦିଗ ଉପରେ ଗମ୍ଭୀରତାର ସହିତ ଆଲୋଚନା କରିବେ ।

ଆପଣମାନେ ଉନ୍ନତ ସମାଧାନ ସହିତ ଆଗକୁ ଆସିବେ । ମୁଁ ଆଉ ଗୋଟିଏ କଥା କହିବାକୁ ଚାହୁଂଛି ଯେପରି ପର୍ଯ୍ୟଟନ ପାଇଁ ଧରି ନିଅନ୍ତୁ ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଅବା ଦୁଇଟି ବହୁତ ଭଲ ପର୍ଯ୍ୟଟନ ସ୍ଥଳ ଉପରେ ଗୁରୁତ୍ୱ ଦେଇଥାନ୍ତି, ଏକ ଶୁଭାରମ୍ଭ କିପରି କରିପାରିବେ । ଆମେ ସ୍ଥିର କରିବା ଯେ ସ୍କୁଲରୁ ପିଲାମାନେ ଯେତେବେଳେ ପର୍ଯ୍ୟଟକ ଭାବେ ବାହାରିଥାଆନ୍ତି, ପ୍ରତ୍ୟେକ ସ୍କୁଲ ପର୍ଯ୍ୟଟନରେ ଯାଇଥାନ୍ତି, ଯାତ୍ରା ପାଇଁ ବାହାରିଥାଆନ୍ତି 2ଦିନ, 3ଦିନର କାର୍ଯ୍ୟକ୍ରମ ସ୍ଥିର ହୋଇଥାଏ । ତେଣୁ ଆପଣମାନେ ସ୍ଥିର କରି ପାରିବେ ଭାଇ, ଅମୁକ ସ୍ଥାନରେ ଆରମ୍ଭରେ ପ୍ରତ୍ୟେକ ଦିନ 100 ବିଦ୍ୟାର୍ଥୀ ଆସିବେ, ପୁଣି ପ୍ରତି ଦିନ 200 ଆସିବେ, ପୁଣି ପ୍ରତି ଦିନ 300 ଆସିବେ, ପୁଣି ପ୍ରତି ଦିନ 1000 ଆସିବେ । ଭିନ୍ନ ଭିନ୍ନ ସ୍କୁଲରୁ ଆସିବେ ସେମାନେ ତ’ ଖର୍ଚ୍ଚ ହିଁ କରିଥାନ୍ତି । ଏଠାରେ ଯେଉଁ ଲୋକମାନେ ଅଛନ୍ତି, ସେମାନଙ୍କୁ ଲାଗିବ ଯେ, ଏତେ ବଡ଼ ସଂଖ୍ୟାରେ ଲୋକ ଆସୁଛନ୍ତି ଚାଲ ଏହି ବ୍ୟବସ୍ଥା ପ୍ରସ୍ତୁତ କର, ଏହି ଦୋକାନ ଖୋଲ, ପାଣିର ବ୍ୟବସ୍ଥା କର, ନିଜକୁ ନିଜେ ଆରମ୍ଭ ହୋଇଯିବ । ଯଦି ଧରି ନିଅନ୍ତୁ ଆମର ସମସ୍ତ ରାଜ୍ୟ ସ୍ଥିର କରିବେ ଯେ ଉତର-ପୂର୍ବାଂଚଳର ଅଷ୍ଟଲକ୍ଷ୍ମୀ ଆମର 8ଟି ରାଜ୍ୟ ଅଛନ୍ତି । ଆମର ପ୍ରତ୍ୟେକ ବର୍ଷ 8 ବିଶ୍ୱବିଦ୍ୟାଳୟ ପ୍ରତ୍ୟେକ ରାଜ୍ୟକୁ ଯିବାକୁ ସ୍ଥିର କରିବେ ଏବଂ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଉତର-ପୂର୍ବାଂଚଳର ଗୋଟିଏ ରାଜ୍ୟକୁ 5 ଦିନ, 7 ଦିନ ଯାତ୍ରାରେ ଯିବେ, ଦ୍ୱିତୀୟ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ରାଜ୍ୟକୁ ଯାତ୍ରାରେ ଯିବେ, ତୃତୀୟ ବିଶ୍ୱ ବିଦ୍ୟାଳୟ ତୃତୀୟ ରାଜ୍ୟକୁ ଯାତ୍ରାରେ ଯିବେ । ଆପଣମାନେ ଦେଖିବେ ଆପଣଙ୍କ ରାଜ୍ୟରେ 8ଟି ବିଶ୍ୱବିଦ୍ୟାଳୟ ଏଭଳି ଥିବ ଯେଉଁ ଯୁବକମାନଙ୍କୁ ଆମର ଉତର-ପୂର୍ବାଂଚଳ 8ଟି ରାଜ୍ୟର ସମ୍ପୂର୍ଣ୍ଣ ଠା- ଠିକଣା ଜଣାଥିବ ।

ସେହିଭଳି ଭାବେ ଆଜିକାଲି ବିବାହ ସ୍ଥଳ ଏକ ବହୁତ ବଡ଼ ବ୍ୟବସାୟ ପାଲଟିଛି, ବହୁତ ବଡ଼ ପର୍ଯ୍ୟଟନ ସ୍ଥଳ ପାଲଟିଛି । ବିଦେଶରୁ ଲୋକ ଯାଆନ୍ତି, କ’ଣ ଆମ ରାଜ୍ୟରେ ମଧ୍ୟ ବିବାହ ସ୍ଥଳ ଭାବେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇ ପାରିବ ଆଉ ମୁଁ କହିବି ଯେ ଆମ ଦେଶରେ ଏକ ବାତାବରଣ ସୃଷ୍ଟି ହେବା ଆବଶ୍ୟକ ଯେ ଗୁଜରାଟର ଲୋକଙ୍କୁ ଏହା ଜଣା ପଡ଼ିବା ଉଚିତ ଯେ ଭାଇ 2024ରେ ଯଦି ଆମ ଏଠାରେ ବିବାହ ପାଇଁ ବିବାହ ସ୍ଥଳ ହେବ ତେବେ ତାମିଲନାଡ଼ୁରେ ହେବ ଆଉ ତାମିଲ ଶୈଳୀରେ ଆମେ ବିବାହ କରାଇବା । ଘରେ 2ଟି ପିଲା ଅଛନ୍ତି ସେତେବେଳେ କେହି ଚିନ୍ତା କରିବ ଯେ ଆମେ ଜଣଙ୍କର ଅସମୀୟା ଶୈଳୀରେ ବିବାହ କରାଇବାକୁ ଚାହୁଁଛୁ, ଅନ୍ୟ ଜଣଙ୍କର ଆମେ ପଞ୍ଜାବୀ ଶୈଳୀରେ ବିବାହ କରାଇବାକୁ ଚାହୁଁଛୁ । ବିବାହ ସ୍ଥଳ ସେହିଠାରେ କରିଦେବା । ଆପଣମାନେ କଳ୍ପନା କରି ପାରିବେ, ବିବାହ ସ୍ଥଳରେ ଏତେ ବଡ଼ କାରବାରର ସମ୍ଭାବନା ରହିଛି । ଆମ ଦେଶର ସମ୍ଭ୍ରାନ୍ତ ସ୍ତରରେ ଥିବା ଲୋକମାନେ ବିଦେଶ ଯାଉଥିବେ, କିନ୍ତୁ ମଧ୍ୟମ ବର୍ଗର, ଉଚ୍ଚ ମଧ୍ୟବିତ ବର୍ଗର ଲୋକ ଆଜିକାଲି ବିବାହ ସ୍ଥଳକୁ ଯାଉଛନ୍ତି ଆଉ ସେଥିରେ ମଧ୍ୟ ଯେତେବେଳେ ନୂତନତ୍ୱ ଆସିଥାଏ, ସେତେବେଳେ ସେମାନଙ୍କ ଜୀବନ ସ୍ମରଣୀୟ ହୋଇ ଯାଇଥାଏ । ଆମେ ଏହି ଦିଗକୁ ଏପର୍ଯ୍ୟନ୍ତ ଉପଯୋଗ କରି ପାରି ନାହେଁ, କିଛି ହାତଗଣତି ସ୍ଥାନ ନିଜସ୍ୱ ଶୈଳୀରେ କରୁଛନ୍ତି । ସେହିପରି ସମ୍ମିଳନୀ ବା କନଫରେନ୍ସ, ଆଜି ବିଶ୍ୱର ଲୋକମାନେ ସମ୍ମିଳନୀ ପାଇଁ ଆସୁଛନ୍ତି । ଆମେ ଏଭଳି ଭିତିଭୂମି ପ୍ରସ୍ତୁତ କରିବା ଯେ ସରକାରୀ-ଘରୋଇ ଭାଗିଦାରୀରେ କରିବା, ଲୋକମାନଙ୍କୁ କହିବା ଜମିବାଡ଼ିର କିଛି ଏଭଳି ବ୍ୟବସ୍ଥା ମାନ କରିବେ ଯେ ସମ୍ମିଳନୀ ପାଇଁ ଲୋକ ଆସିବେ, ଯିବେ, ତେବେ ସେମାନେ ହୋଟେଲରେ ମଧ୍ୟ ରହିବେ, ଆତିଥେୟତା ଉଦ୍ୟୋଗ ମଧ୍ୟ ବୃଦ୍ଧି ପାଇବ । ଅର୍ଥାତ ଏକ ସମ୍ପୂର୍ଣ୍ଣ ଇକୋ ସିଷ୍ଟମ ବିକଶିତ ହୋଇଯିବ । ସେହିଭଳି କ୍ରୀଡ଼ା ପର୍ଯ୍ୟଟନର ବହୁତ କ୍ଷେତ୍ର ରହିଛି, ଆମେ ଆମନ୍ତ୍ରିତ କରିବା । ଏଇ ଦେଖନ୍ତୁ ଏବେ କତରରେ ଫୁଟବଲ ମ୍ୟାଚ ହେଲା ସମଗ୍ର ବିଶ୍ୱର କତର ଅର୍ଥନୀତି ଉପରେ ଏହାର ବହୁତ ବଡ଼ ପ୍ରଭାବ ପଡ଼ିଲା, ସାରା ବିଶ୍ୱର ଲୋକ ଆସିଲେ, ଲକ୍ଷ- ଲକ୍ଷ ଲୋକ ଆସିଲେ । ଆମେ ଛୋଟରୁ ଆରମ୍ଭ କରିବା, ବହୁତ ବଡ଼ ହୋଇ ପାରିବା । ଆମ ସମସ୍ତଙ୍କୁ ଏହିସବୁ ପଦ୍ଧତି ଖୋଜିବାକୁ ହେବ, ସେଥିପାଇଁ ଭିତିଭୂମି ଆରମ୍ଭରେ ଲୋକ ଆସନ୍ତୁ, ନ ଆସନ୍ତୁ, ଆମେ ନିଜ ସ୍କୁଲର ପିଲାମାନଙ୍କୁ, କଲେଜର ପିଲାମାନଙ୍କୁ ଆମର ସରକାରୀ ମିଟିଙ୍ଗ ପାଇଁ ସେଠାକୁ ଯିବା । ଯଦି ଆମେ ନିଜର ଗୋଟିଏ ସ୍ଥଳକୁ ଗୁରୁତ୍ୱ ଦେବା ଆରମ୍ଭ କରିବା, ତେବେ ନିଜକୁ ନିଜେ ଅନ୍ୟ ଲୋକ ମଧ୍ୟ ଆସିବା ଆରମ୍ଭ କରିବ ସେଠାରେ ବ୍ୟବସ୍ଥାମାନ ସୃଷ୍ଟି ହେବ । ମୁଁ ଚାହିଁବି ଯେ ଭାରତରେ ଅତି କମରେ 50ଟି ଯାଏଁ ଏଭଳି ପର୍ଯ୍ୟଟନ ସ୍ଥଳ ବିକଶିତ କରିବା ଉଚିତ ଯେ ବିଶ୍ୱର ପ୍ରତି କୋଣ ଅନୁକୋଣରେ ଜଣା ପଡ଼ିବ ଯେ ଯଦି ଆମେ ଭାରତ ଯାଉଛେ ତେବେ ସେହି ସ୍ଥାନକୁ ଯିବା ଉଚିତ । ପ୍ରତ୍ୟେକ ରାଜ୍ୟକୁ ଗର୍ବ ହେବା ଉଚିତ ଯେ ବିଶ୍ୱର ଏତେ ଦେଶର ଲୋକ ମୋର ଏଠାକୁ ଆସୁଛନ୍ତି । ବିଶ୍ୱର ଏତେ ଦେଶର ଲୋକଙ୍କୁ ଆମେ ଟାର୍ଗେଟ କରିବା । ଆମେ ସେଠାକାର ଦୂତାବାସକୁ ସୂଚନା ତଥା ତଥ୍ୟ ପଠାଇବା, ସେଠାକାର ଦୂତାବାସକୁ ଆମେ କହିବା ଯେ ଦେଖନ୍ତୁ ଆମେ ପର୍ଯ୍ୟଟକଙ୍କ ପାଇଁ ସହାୟତା ଚାହୁଁଛୁ ତେଣୁ ଆମେ ଏହି ସବୁ ସହାୟତା କରୁଛୁ । ଆମେ ସମ୍ପୂର୍ଣ୍ଣ ବ୍ୟବସ୍ଥା, ଆମର ଯେଉଁ ଟୁର ଅପରେଟର ଅଛନ୍ତି ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ଯେ ଆପଣମାନଙ୍କୁ ନୂତନ ଭାବେ ଚିନ୍ତା କରିବାକୁ ହେବ ଆମକୁ ଆମର ଆପ୍ସ, ଆମର ଡିଜିଟାଲ ଯୋଗାଯୋଗ ଏହି ସବୁକୁ ମଧ୍ୟ ବହୁତ ଆଧୁନିକ କରିବାକୁ ହେବ ଆଉ ଆମର କୌଣସି ପର୍ଯ୍ୟଟନ ସ୍ଥଳ ଏପରି ନ ଥିବ, ଯାହାକୁ ଆପ୍ସ ୟୁଏନର ସମସ୍ତ ଭାଷାରେ ନ ହେଉ ପଛେ ଭାରତର ସମସ୍ତ ଭାଷାରେ ନ ହେଉ । ଯଦି ଆମେ କେବଳ ହିନ୍ଦୀ ଏବଂ ଇଂରାଜୀରେ ୱେବସାଇଟ ପ୍ରସ୍ତୁତ କରିଦେବା, ତେବେ କ’ଣ ସମ୍ଭବ ହେବ ନାହିଁ । କେବଳ ଏତିକି ହିଁ ନୁହେଁ ଆମର ପର୍ଯ୍ୟଟନ ସ୍ଥଳରେ ସମସ୍ତ ସଙ୍କେତଗୁଡ଼ିକ ସବୁ ଭାଷାରେ ରହିବା ଆବଶ୍ୟକ । ଯଦି ତାମିଲର କୌଣସି ସାଧାରଣ ପରିବାର ଆସିଥାଏ, ବସ୍ ନେଇକରି ଆସି ଥାଆନ୍ତି ଆଉ ସେଠାରେ ଆପଣ ତାମିଲରେ ଯଦି କୌଣସି ସାଙ୍କେତିକ ଚିହ୍ନ ମିଳି ଯାଇଥାଏ, ତେବେ ସେ ଖୁବ ସହଜରେ ପହଂଚି ଯାଇଥାଆନ୍ତି । ଛୋଟ- ଛୋଟ ଜିନିଷ ଆଜ୍ଞା, ଆମେ ଯଦି ଥରେ ଏହାର ମହାତ୍ମ୍ୟକୁ ବୁଝିବା, ତେବେ ଆମେ ଅବଶ୍ୟ ପର୍ଯ୍ୟଟନକୁ ବୈଜ୍ଞାନିକ ପଦ୍ଧତିରେ ଆଗକୁ ବଢ଼ାଇ ପାରିବା ।

ମୁଁ ଆପଣମାନଙ୍କ ଠାରୁ ଆଶା କରୁଛି ଯେ ଆଜିର ଏହି ୱେବିନାରରେ ଅଧିକ ବିସ୍ତାର ଭାବେ ଚର୍ଚ୍ଚା କରନ୍ତୁ ଏବଂ ରୋଜଗାରର ବହୁତ ଗୁଡ଼ିଏ ସୁଯୋଗ ଯେପରି କୃଷି କ୍ଷେତ୍ରରେ ରହିଛି, ଯେପରି କୋଠାବାଡ଼ି ବିକାଶ ଏବଂ ଭିତିଭୂମିରେ ଅଛି, ବୟନଶିଳ୍ପରେ ଅଛି ସେତିକି ହିଁ ମାତ୍ରାରେ ଶକ୍ତି ପର୍ଯ୍ୟଟନରେ ରୋଜଗାରର ଅଛି, ବହୁତ ସୁଯୋଗ ଅଛି । ମୁଁ ଆପଣମାନଙ୍କୁ ନିମନ୍ତ୍ରଣ ଦେଉଛି ଆଉ ଆପଣମାନଙ୍କୁ ଆଜିର ଏହି ୱେବିନାର ପାଇଁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି । ବହୁତବହୁତ ଧନ୍ୟବାଦ 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s contribution to BRICS: Nari Shakti moves from promise to delivery

Media Coverage

India’s contribution to BRICS: Nari Shakti moves from promise to delivery
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the President of Iran
June 30, 2026
President Pezeshkian briefs PM on the recent developments in West Asia.
PM welcomes the understanding reached and reiterates the need for continued efforts for lasting peace and stability.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the recent developments in West Asia and the way forward.

Prime Minister welcomed the understanding reached, and reiterated India’s consistent position that all issues must be resolved through dialogue and diplomacy.

Prime Minister reiterated the need for continued efforts to ensure lasting peace and stability in the region, and for safeguarding freedom of navigation and commerce.