ଏମ୍‌ସ ବିବିନଗରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି
ସିକନ୍ଦରାବାଦ ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଶିଳାନ୍ୟାସ ସ୍ଥାପନ କରାଯାଇଛି
ସିକନ୍ଦରାବାଦ -ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ ବିଶ୍ୱାସ, ଆଧୁନିକତା, ପ୍ରଯୁକ୍ତିବିଦ୍ୟା ଏବଂ ପର୍ଯ୍ୟଟନକୁ ସଫଳତାର ସହ ସଂଯୋଗ କରିବ ବୋଲି ସେ କହିଛନ୍ତି
ତେଲେଙ୍ଗାନାର ବିକାଶ ସହ ଜଡିତ ରାଜ୍ୟ ନାଗରିକଙ୍କ ସ୍ୱପ୍ନକୁ ସାକାର କରିବା କେନ୍ଦ୍ରରେ ସରକାରଙ୍କ କର୍ତ୍ତବ୍ୟ ବୋଲି ସେ କହିଛନ୍ତି
ଚଳିତ ବର୍ଷର ବଜେଟରେ ଭାରତରେ ଆଧୁନିକ ଭିତ୍ତିଭୂମି ବିକାଶ ପାଇଁ 10 ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି ”
2014 ରେ ରାଜ୍ୟ ଗଠନ ହେବା ଦିନଠାରୁ ତେଲେଙ୍ଗାନାରେ ଜାତୀୟ ରାଜପଥର ଲମ୍ବ 2500 କିଲୋମିଟରରୁ ଦ୍ୱିଗୁଣିତ ହୋଇ ଆଜି 5000 କିଲୋମିଟରରୁ ଅଧିକ ହୋଇଛି
ତେଲେଙ୍ଗାନାରେ ଉଭୟ ଶିଳ୍ପ ଏବଂ କୃଷିର ବିକାଶ ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରୁଛନ୍ତି
ଯେଉଁମାନେ ପରିବାରବାଦ ଏବଂ ଭ୍ରଷ୍ଟାଚାରକୁ ପ୍ରଶ୍ରୟ ଦିଅନ୍ତି, ସେମାନଙ୍କର ଦେଶର ସ୍ୱାର୍ଥ ଏବଂ ସମାଜର କଲ୍ୟାଣ ସହିତ କୌଣସି ସମ୍ପର୍କ ନାହିଁ
ଆଜି ମୋଦୀ ଦୁର୍ନୀତିର ପ୍ରକୃତ କାରଣ ଉପରେ ଆକ୍ରମଣ କରିଛନ୍ତି
ଯେତେବେଳେ ସବକା ବିକାଶର ଉତ୍ସାହ ସହିତ କାର୍ଯ୍ୟ କରାଯାଏ ସେତେବେଳେ ସମ୍ବିଧାନର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇଥାଏ
ଯେତେବେଳେ ଦେଶ ତୁଷ୍ଟିକରଣ ଠାରୁ ସନ୍ତୁଷ୍ଟିକରଣ ଦିଗରେ କାର୍ଯ୍

ଭାରତ ମାତା କି ଜୟ,

ଭାରତ ମାତା କି ଜୟ,

ତେଲେଙ୍ଗାନାର ରାଜ୍ୟପାଳ ତାମିଲ ସାଇ ସୌନ୍ଦର୍ଯ୍ୟ ରାଜନ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସାଥୀ ଅଶ୍ୱିନ ବୈଷ୍ଣବ ଜୀ, ଏହି ତେଲେଙ୍ଗାନାର ମାଟିର ପୁଅ ଏବଂ ମନ୍ତ୍ରି ପରିଷଦରେ ମୋର ସାଥୀ ଶ୍ରୀ ଜି. କିଶନ ରେଡ୍ଡୀ ଜୀ, ବହୁ ସଂଖ୍ୟାରେ ଆସିଥିବା ତେଲେଙ୍ଗାନାର ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ପ୍ରିୟ-ମଇନା, ସୋଦରା ସୋଇଦରି- ମଣୁଲାରା, ମୁଁ ଅନ୍ତରରୁ, ହୃଦୟଭରା ନମସ୍କାର କରୁଛି । ମହାନ ବିପ୍ଲବୀଙ୍କ ଦେଶ ତେଲେଙ୍ଗାନାକୁ ମୋର ଶତ ଶତ ପ୍ରଣାମ । ଆଜି ମୋତେ ତେଲେଙ୍ଗାନାର ପୁନର୍ବାର ବିକାଶ ପାଇଁ ଆହୁରି ପ୍ରୋତ୍ସାହନ ଦେବାକୁ ସୌଭାଗ୍ୟ ମିଳିଛି । ଏହାର କିଛି ସମୟ ପୂର୍ବରୁ ତେଲେଙ୍ଗାନା - ଆନ୍ଧ୍ର ପ୍ରଦେଶକୁ ସଂଯୋଗ କରୁଥିବା ଅନ୍ୟ ଏକ ବଂଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇଛି । ଏହି ଆଧୁନିକ ଟ୍ରେନ ବର୍ତ୍ତମାନ ଭାଗ୍ୟଲକ୍ଷ୍ମୀ ମନ୍ଦିର ସହରର ଭଗବାନ ଶ୍ରୀ ଭେଙ୍କଟେଶ୍ୱର ଧାମ, ତିରୁପତି ସହିତ ସଂଯୋଗ କରିବ । ତାହା ହେଉଛି, ଏକ ପ୍ରକାରରେ ଏହି ବଂଦେ ଭାରତ ଏକ୍ସପ୍ରେସ, ବିକାଶ, ଆଧୁନିକତା, ପ୍ରଯୁକ୍ତିବିଦ୍ୟା ଏବଂ ପର୍ଯ୍ୟଟନକୁ ସଂଯୋଗ କରିବାକୁ ଯାଉଛି । ଏହା ସହିତ ଆଜି ଏଠାରେ ୧୧ ହଜାର ଟଙ୍କା ମୂଲ୍ୟର ଅଧିକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି । ଏଗୁଡ଼ିକ ହେଉଛି ତେଲେଙ୍ଗାନାର ରେଳ ଏବଂ ସଡ଼କ ସଂଯୋଗ, ସ୍ୱାସ୍ଥ୍ୟ ଭିତ୍ତିଭୂମି ସହିତ ଜଡ଼ିତ ପ୍ରକଳ୍ପ । ଏହି ସମସ୍ତ ପ୍ରକଳ୍ପଗୁଡ଼ିକ ପାଇଁ ଆପଣଙ୍କୁ, ତେଲେଙ୍ଗାନାର ଜନସାଧାରଣଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି, ଶୁଭକାମନା ଜଣାଉଛି ।

 

ସାଥୀମାନେ,

ତେଲେଙ୍ଗାନା ଏକ ଅଲଗା ରାଜ୍ୟ ହେବା ପରେ ପାଖାପାଖି ସେତିକି ସମୟ ହୋଇଛି, ଯେତେ ସମୟ ଅତିବାହିତ ହୋଇଛି ସେତିକି ଦିନ କେନ୍ଦ୍ରରେ ଏନଡିଏର ସରକାରଙ୍କର ହୋଇଛି । ତେଲେଙ୍ଗାନାର ବିକାଶରେ, ତେଲେଙ୍ଗାନାର ଗଠନରେ ଯେଉଁ ସାଧାରଣ ନାଗରିକମାନେ, ଏଠିକାର ଜନତା ଜନାର୍ଦ୍ଦନମାନେ ଯୋଗଦାନ ଦେଇଛନ୍ତି, ମୁଁ ଆଜି କୋଟି କୋଟି ଜନତାଙ୍କୁ ଆଦରପୂର୍ବକ ପ୍ରଣାମ କରୁଛି । ତେଲେଙ୍ଗାନାର ବିକାଶକୁ ନେଇ, ତେଲେଙ୍ଗାନା ଲୋକଙ୍କର ବିକାଶକୁ ନେଇ, ଏହାକୁ ପୂରଣ କରିବା ନିଜର କର୍ତ୍ତବ୍ୟ ବୋଲି ବିବେଚନା କରୁଛି । ଆମେ ସବକା ସାଥ - ସବକା ବିକାଶ - ସବକା ବିଶ୍ୱାସ - ସବକା ପ୍ରୟାସର ମନ୍ତ୍ରକୁ ନେଇ ଆଗକୁ ବଢୁଛୁ । ଆମେ ସମ୍ପୂର୍ଣ୍ଣ ପ୍ରୟାସ କରୁଛୁ ଯେ ଭାରତର ବିକାଶର ଯେଉଁ ନୂତନ ମଡେଲ ଗତ ୯ ବର୍ଷରେ ବିକଶିତ ହୋଇଛି, ତାହାର ଲାଭ ତେଲଙ୍ଗାନାକୁ ମଧ୍ୟ ଅଧିକରୁ ଅଧିକ ମିଳିବା ଉଚିତ । ଏହାର ଏକ ଉଦାହରଣ ଆମର ସହରର ବିକାଶ ଅଟେ । ଗତ ୯ ବର୍ଷରେ ହାଇଦ୍ରାବାଦରେ ପ୍ରାୟ ୭ଠ କିଲୋମିଟର ମେଟ୍ରୋ ନେଟୱର୍କ ନିର୍ମାଣ କରାଯାଇଛି । ହାଇଦ୍ରାବାଦ ମଲ୍ଟି-ମୋଡାଲ ଟ୍ରାନ୍ସପୋର୍ଟ ସିଷ୍ଟମ- ଏମଏମଟିଏସ ପ୍ରକଳ୍ପ ଉପରେ ମଧ୍ୟ ଏହି ସମୟ ମଧ୍ୟରେ ଦ୍ରୁତ ଗତିରେ କାର୍ଯ୍ୟ ହୋଇଛି । ଆଜି ମଧ୍ୟ ଏଠାରେ ୧୩ ଏମଏମଟିଏସ ସେବା ଆରମ୍ଭ ହୋଇଛି । ଏମଏମଟିଏସର ଦ୍ରୁତ ବିସ୍ତାର ହେଉ, ଏଥିପାଇଁ ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ବଜେଟରେ ତେଲେଙ୍ଗାନା ପାଇଁ ୬ଠଠ କୋଟି ଟଙ୍କା ରଖାଯାଇଛି । ଏହାଦ୍ୱାରା ହାଇଦ୍ରାବାଦ-ସିକନ୍ଦରାବାଦ ସହିତ ଆଖପାଖରେ ଥିବା ଜିଲ୍ଲାର ଲକ୍ଷ ଲକ୍ଷ ବନ୍ଧୁଙ୍କର ସୁବିଧା ଆହୁରି ବୃଦ୍ଧି ପାଇବ । ଏହା ସହିତ ନୂତନ ବ୍ୟବସାୟ ହବ୍ ସୃଷ୍ଟି ହେବ, ନୂତନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଆରମ୍ଭ ହେବ ।

 

ସାଥୀମାନେ,

୧ଠଠ ବର୍ଷର ସବୁଠାରୁ ଗମ୍ଭୀର ମହାମାରୀ ଏବଂ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆଜି ବିଶ୍ୱର ଅର୍ଥନୀତି ଅତି ଦ୍ରୁତ ଗତିରେ ଉପର-ତଳ ହୋଇ ଗତି କରୁଛି । ଏହି ଅନିଶ୍ଚିତତା ମଧ୍ୟରେ, ଭାରତ ବିଶ୍ୱର ଅନ୍ୟତମ ଦେଶ ଯିଏକି ଏହାର ଭିତ୍ତିଭୂମି ଆଧୁନିକୀକରଣ ପାଇଁ ରେକର୍ଡ ମାତ୍ରାରେ ବିନିଯୋଗ କରୁଛି । ଚଳିତ ବର୍ଷ ବଜେଟରେ ମଧ୍ୟ ଆଧୁନିକ ଇନଫ୍ରା ପାଇଁ ୧ଠ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଆଜିର ନୂତନ ଭାରତ, ଏକବିଂଶ ଶତାବ୍ଦୀର ନୂତନ ଭାରତ ଦେଶର ପ୍ରତ୍ୟେକ କୋଣରେ ଶୀଘ୍ର ଆଧୁନିକ ଭିତ୍ତିଭୂମି ନିର୍ମାଣ କରୁଛି । ତେଲେଙ୍ଗାନାରେ ମଧ୍ୟ ଗତ ୯ ବର୍ଷରେ ରେଳ ବଜେଟ ପ୍ରାୟ ୧୭ ଗୁଣକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଅଶ୍ୱିନୀ ଜୀ ଏହି ସଂଖ୍ୟା ଦେଉଥିଲେ । ଏହି ନୂତନ ରେଳ ଲାଇନ ନିର୍ମାଣ ହେଉ, ରେଳ ଲାଇନର ଦ୍ୱିଗୁଣିତ କାର୍ଯ୍ୟ ହେଉ କିମ୍ବା ବିଦୁତକରଣ କାର୍ଯ୍ୟ ହେଉ, ସବୁକିଛି, ରେକର୍ଡ ବେଗରେ ଦ୍ରୁତ ଭାବରେ କରାଯାଇଛି । ଆଜି ଯେଉଁ ସିକନ୍ଦରାବାଦ ଏବଂ ମେହବୁବ ନଗର ମଧ୍ୟରେ ରେଳ ଲାଇନର ଦ୍ୱିଗୁଣିତ କାର୍ଯ୍ୟ ଆଜି ଶେଷ ହୋଇଛି, ତାହା ଏହାର ଏକ ଉଦାହରଣ ଅଟେ । ଏହାଦ୍ୱାରା ହାଇଦ୍ରାବାଦ ଏବଂ ବାଙ୍ଗାଲୋରର ସଂଯୋଗକୁ ଆହୁରି ଅଧିକ ଉନ୍ନତ କରିବ । ଦେଶର ପ୍ରମୁଖ ରେଳ ଷ୍ଟେସନକୁ ଆଧୁନିକୀକରଣ କରିବା ଅଭିଯାନ ଯେଉଁ ଆରମ୍ଭ ହୋଇଛି, ତାହାର ଲାଭ ମଧ୍ୟ ତେଲେଙ୍ଗାନାକୁ ମିଳୁଛି । ସିକନ୍ଦରାବାଦ ରେଲୱେ ଷ୍ଟେସନର ବିକାଶ ମଧ୍ୟ ଏହି ଅଭିଯାନର ଏକ ଅଂଶ ଅଟେ ।

ସାଥୀମାନେ,

ରେଳବାଇ ସହିତ ତେଲେଙ୍ଗାନା ରାଜପଥର ନେଟୱର୍କ ମଧ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ଦ୍ରୁତ ଗତିରେ ବିକଶିତ କରାଯାଉଛି । ଆଜି ଏଠାରେ ୪ଟି ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ୨୩ଠଠ କୋଟି ଟଙ୍କା ବ୍ୟୟରେ ଅକଲକୋଟ-କୁର୍ନୁଲ ସେକ୍ସନ ହେଉ, ୧୩ଠଠ କୋଟି ଟଙ୍କା ବ୍ୟୟରେ ମେହବୁବ ନଗର-ଚିଞ୍ଚୋଲି ସେକ୍ସନର କାର୍ଯ୍ୟ ହେଉ, ପ୍ରାୟ ୯ଠଠ କୋଟି ଟଙ୍କା ବ୍ୟୟରେ କଲୱାକୁର୍ତ୍ତି-କୋହ୍ଲାପୁର ରାଜପଥର କାର୍ଯ୍ୟ ହେଉ, ୨୭ଠଠ କୋଟି ଟଙ୍କା ବ୍ୟୟରେ ଖମ୍ମମ-ଦେବରାପେଲ୍ଲେ ସେକ୍ସନର କାର୍ଯ୍ୟ ହେଉ, କେନ୍ଦ୍ର ସରକାର ତେଲେଙ୍ଗାନାରେ ଆଧୁନିକ ଜାତୀୟ ରାଜପଥ ନିର୍ମାଣ ପାଇଁ ସମସ୍ତ ଶକ୍ତିର ସହିତ କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ସରକାରଙ୍କ ନିରନ୍ତର ଉଦ୍ୟମ ଯୋଗୁ ଆଜି ତେଲେଙ୍ଗାନାରେ ଜାତୀୟ ରାଜପଥର ଦୈର୍ଘ୍ୟ ଦ୍ୱିଗୁଣିତ ହୋଇପାରିଛି । ୨ଠ୧୪ ମସିହାରେ ଯେତେବେଳେ ତେଲେଙ୍ଗାନା ଗଠନ ହୋଇଥିଲା, ସେତେବେଳେ ସେଠାରେ ୨୫ଠଠ କିଲୋମିଟର ପାଖାପାଖି ଜାତୀୟ ରାଜପଥ ଥିଲା । ଆଜି ତେଲେଙ୍ଗାନାରେ ଜାତୀୟ ରାଜପଥର ଦୈର୍ଘ୍ୟ ୫ ହଜାର କିଲୋମିଟରକୁ ବୃଦ୍ଧି ପାଇଛି । ଏହି ବର୍ଷଗୁଡ଼ିକରେ କେନ୍ଦ୍ର ସରକାର ତେଲେଙ୍ଗାନାରେ ଜାତୀୟ ରାଜପଥ ନିର୍ମାଣ ପାଇଁ ପାଖାପାଖି ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏପରିକି ଏହି ସମୟରେ ମଧ୍ୟ ତେଲେଙ୍ଗାନାରେ ୬ଠ ହଜାର କୋଟି ଟଙ୍କା ମୂଲ୍ୟର ସଡ଼କ ପ୍ରକଳ୍ପ ଉପରେ କାର୍ଯ୍ୟ ଚାଲିଛି । ଏଥିରେ ଗେମ ଚେଞ୍ଜର ହାଇଦ୍ରାବାଦ ରିଙ୍ଗ ରୋଡର ପ୍ରକଳ୍ପ ମଧ୍ୟ ଅନ୍ତର୍ଭୁକ୍ତ ।

 

ସାଥୀମାନେ,

କେନ୍ଦ୍ର ସରକାର ତେଲେଙ୍ଗାନାରେ ଶିଳ୍ପ ଏବଂ କୃଷି ଉଭୟର ବିକାଶ ଉପରେ ଗୁରୁତ୍ୱ ଆରୋପ କରୁଛନ୍ତି । ଟେକ୍ସଟାଇଲ ଏପରି ଏକ ଶିଳ୍ପ, ଯାହା ଉଭୟ କୃଷକ ଏବଂ ଶ୍ରମିକଙ୍କୁ ଶକ୍ତି ପ୍ରଦାନ କରୁଛି । ଆମ ସରକାର ସମଗ୍ର ଦେଶରେ ୭ଟି ମେଗା ଟେକ୍ସଟାଇଲ ପାର୍କ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମେଗା ଟେକ୍ସଟାଇଲ ପାର୍କ ମଧ୍ୟରୁ ଗୋଟିଏ ମଧ୍ୟ ତେଲେଙ୍ଗାନାରେ ନିର୍ମାଣ ହେବ । ଏହା ଯୁବଗୋଷ୍ଠୀମାନଙ୍କ ପାଇଁ ନୂତନ ନିଯୁକ୍ତି ସୃଷ୍ଟି କରିବ । ରୋଜଗାର ସହିତ କେନ୍ଦ୍ର ସରକାର ତେଲେଙ୍ଗାନାରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁ ମାତ୍ରାରେ ବିନିଯୋଗ କରୁଛନ୍ତି । ଆମ ସରକାର ତେଲେଙ୍ଗାନାକୁ ଏହାର ଏମ୍ସ ଦେବାର ସୌଭାଗ୍ୟ ପାଇଛନ୍ତି । ଏମ୍ସ ବିବିନଗର ସହିତ ଜଡ଼ିତ ବିଭିନ୍ନ ସୁବିଧା ପାଇଁ ଆଜି ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇଛି । ଆଜିର ଏହି ପ୍ରକଳ୍ପଗୁଡ଼ିକ ତେଲେଙ୍ଗାନାରେ ଭ୍ରମଣର ସହଜତା, ଜୀବନର ସହଜତା ଏବଂ ବ୍ୟବସାୟର ସହଜତା- ତିନୋଟିଯାକ ବୃଦ୍ଧି କରିବ ।

ସାଥୀମାନେ,

କେନ୍ଦ୍ର ସରକାରଙ୍କ ଏହି ପ୍ରୟାସ ମଧ୍ୟରେ, ମୋତେ ଗୋଟିଏ କଥା ବହୁତ କଷ୍ଟ ଦେଉଛି, ବହୁତ ଦୁଃଖ ଲାଗୁଛି, ଯନ୍ତ୍ରଣା ଅନୁଭବ କରୁଛି । ଅଧିକାଂଶ କେନ୍ଦ୍ରୀୟ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁ ପ୍ରତ୍ୟେକ ପ୍ରକଳ୍ପ ବିଳମ୍ବିତ ହେଉଛି । ଏହି କାରଣରୁ, ତେଲେଙ୍ଗାନାର ଲୋକମାନେ ବିଶେଷ ଭାବରେ କ୍ଷତି ସହୁଛନ୍ତି । ବିକାଶ ସହ ଜଡ଼ିତ କାର୍ଯ୍ୟରେ କୌଣସି ବାଧା ନ ଦେବାକୁ, ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବି।

 

ଭାଇ ଓ ଭଉଣୀମାନେ,

ଆଜିର ନୂଆ ଭାରତରେ, ଦେଶବାସୀଙ୍କ ଆଶା-ଆକାଂକ୍ଷା ଏବଂ ସେମାନଙ୍କ ସ୍ୱପ୍ନକୁ ପୂରଣ କରିବା ଆମ ସରକାରଙ୍କର ପ୍ରାଥମିକତା ଅଟେ । ଏହି ପ୍ରୟାସରେ ଆମେ ଦିନ-ରାତି କଠିନ ପରିଶ୍ରମ କରୁଛୁ । କିନ୍ତୁ କିଛି ହାତ ଗଣତି ଲୋକ ଏହି ବିକାଶମୂଳକ କାର୍ଯ୍ୟ ଦ୍ୱାରା ଅତ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତି ଲୋକ, ଯେଉଁମାନେ ପରିବାରବାଦ, ଏବଂ ଭ୍ରଷ୍ଟାଚାର ପ୍ରତିପୋଷଣ କରୁଥିବା ଏହିପରି ବ୍ୟକ୍ତିମାନେ ଯେଉଁମାନେ ସଚ୍ଚୋଟ କାର୍ଯ୍ୟ କରିଥାନ୍ତି ସେମାନଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହିପରି ଲୋକଙ୍କ ଦେଶର ସ୍ୱାର୍ଥରେ, ସମାଜର କଲ୍ୟାଣ ସହିତ କୌଣସି ସମ୍ପର୍କ ନାହିଁ । ଏହି ଲୋକମାନେ କେବଳ ସେମାନଙ୍କର ବଂଶ ବୃଦ୍ଧି କରିବାକୁ ପଦନ୍ଦ କରନ୍ତି । ପ୍ରତ୍ୟେକ ପ୍ରକଳ୍ପରେ, ପ୍ରତ୍ୟେକ ବିନିଯୋଗରେ ଏହି ଲୋକମାନେ ନିଜ ପରିବାରର ସ୍ୱାର୍ଥ ଦେଖିଥାନ୍ତି । ତେଲେଙ୍ଗାନାକୁ ଏଭଳି ଲୋକମାନଙ୍କ ଠାରୁ ବହୁତ ସତର୍କ ରହିବା ଜରୁରୀ ଅଟେ ।

ଭାଇ ଏବଂ ଭଉଣୀମାନେ,

ଭ୍ରଷ୍ଟାଚାର ଏବଂ ପରିବାରବାର, ପରସ୍ପରଠୁ ଅଲଗା ନୁହଁନ୍ତି । ଯେଉଁଠାରେ ପରିବାରବାଦ ଏବଂ ଆତ୍ମୀୟତା ରହିଛି, ସେଠାରେ ସବୁ ପ୍ରକାରର ଦୁର୍ନୀତି ବଢ଼ିବାକୁ ଲାଗିଥାଏ । ପରିବାରବାଦ, ବଂଶବାଦର ମୂଳମନ୍ତ୍ର ହେଉଛି ସବୁକିଛି ନିୟନ୍ତ୍ରଣ କରିବା । ପରିବାରବାଦୀମାନେ ପ୍ରତ୍ୟେକ ବ୍ୟବସ୍ଥା ଉପରେ ସେମାନଙ୍କର ନିୟନ୍ତ୍ରଣ ରଖିବାଚୁ ଚାହିଁଥାନ୍ତି । ଯେତେବେଳେ କେହି ସେମାନଙ୍କର ନିୟନ୍ତ୍ରଣକୁ ଆହ୍ୱାନ କରନ୍ତି, ସେତେବେଳେ ସେମାନେ ଆଦୌ ପ୍ରସନ୍ଦ କରନ୍ତି ନାହିଁ । ମୁଁ ଆପଣଙ୍କୁ ଏକ ଉଦାହଣ ଦେଉଛି । ଆଜି କେନ୍ଦ୍ର ସରକାର ସିଧାସଳଖ ଲାଭ ହସ୍ତାନ୍ତର ଯୋଜନା- ଡିବିଟି ବ୍ୟବସ୍ଥାକୁ ବିକଶିତ କରିଛନ୍ତି, ଆଜି କୃଷକ ହୁଅନ୍ତୁ, ବିଦ୍ୟାର୍ଥୀ ହୁଅନ୍ତୁ, କ୍ଷୁଦ୍ର ବ୍ୟବସାୟୀ ହୁଅନ୍ତୁ, ଛୋଟ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଆର୍ଥିକ ସହାୟତା ଟଙ୍କା ପଠାଯାଉଛି । ଆମେ ସମଗ୍ର ଦେଶରେ ଡିଜିଟାଲ ପେମେଣ୍ଟର ବ୍ୟବସ୍ଥାକୁ ବୃଦ୍ଧି କରିଛୁ ।

ଏହା ପୂର୍ବରୁ କାହିଁକି ହୋଇପାରିଲା ନାହିଁ? ଏହା ସେଥିପାଇଁ ହୋଇପାରିଲା ନାହିଁ କାରଣ ପରିବାରବାଦୀ ଶକ୍ତି, ବ୍ୟବସ୍ଥା, ସିଷ୍ଟମ ଉପରେ ନିଜର ନିୟନ୍ତ୍ରଣ ଛାଡ଼ିବାକୁ ଚାହୁଁ ନ ଥିଲେ । କେଉଁ ଲାଭାର୍ଥୀଙ୍କୁ କ’ଣ ଲାଭ ମିଳିଲା, କେତେ ମିଳିଲା, ଏହାର ନିୟନ୍ତ୍ରଣ ଏହି ପରିବାରବାଦୀ ନିଜ ପାଖରେ ରଖିବାକୁ ଚାହୁଁଥିଲେ । ଏହାଦ୍ୱାରା, ସେମାନଙ୍କର ତିନୋଟି ଅର୍ଥ ଥିଲା । ପ୍ରଥମ, ସେମାନଙ୍କ ପରିବାରର ଜୟ ଜୟକାର ହେଉଥିଲା । ଦ୍ୱିତୀୟ, ଦୁର୍ନୀତିର ଅର୍ଥ ସେମାନଙ୍କ ପରିବାର ନିକଟକୁ ହିଁ ଆସୁଥିଲା । ଏବଂ ତୃତୀୟରେ, ଯେଉଁ ପଇସା ଗରୀବଙ୍କ ନିକଟକୁ ପଠା ଯାଉଥିଲା, ସେହି ପଇସା ସେମାନଙ୍କ ଦୁର୍ନୀତିଗ୍ରସ୍ତ ଇକୋ ସିଷ୍ଟମ ମଧ୍ୟରେ ବଣ୍ଟନ କରିବା ପାଇଁ ବ୍ୟବହାର କରାଯାଉଥିଲା ।

 

ଆଜି ମୋଦି ଜୀ, ଦୁର୍ନୀତିର ପ୍ରକୃତ ଜଡ଼ ଉପରେ ପ୍ରହାର କରିଛନ୍ତି । ମୋତେ ତେଲେଙ୍ଗାନାର ଭାଇ-ଭଉଣୀମାନେ କୁହନ୍ତୁ ଆପଣ ଉତ୍ତର ଦେବେ କି? ଆପଣ ଉତ୍ତର ଦେବେ କି? ଭ୍ରଷ୍ଟାଚାର ବିରୁଦ୍ଧରେ ଲଢ଼ିବା ଉଚିତ କି ନୁହେଁ? ଭ୍ରଷ୍ଟାଚାରୀଙ୍କ ବିରୁଦ୍ଧରେ ଲଢ଼ିବା ଉଚିତ କି ନୁହେଁ? ଦେଶକୁ ଭ୍ରଷ୍ଟାଚାରରୁ ମୁକ୍ତ କରିବା ଉଚିତ କି ନୁହେଁ? ସେ ଯେତେ ବଡ଼ ଭ୍ରଷ୍ଟାଚାରୀ ହୁଅନ୍ତୁ ଆଇନଗତ ପଦକ୍ଷେପ ନେବା ଉଚିତ କି ନୁହେଁ? ଭ୍ରଷ୍ଟାଚାରୀଙ୍କ ବିରୁଦ୍ଧରେ ଆଇନର କୌଣସି କାମ କରି ଦେଖାଇବା ଉଚିତ କି ନୁହେଁ । ଏବଂ ସେଥିପାଇଁ ଲୋକମାନେ ମିଳିତ ଭାବେ କ୍ରୋଧିତ ହେଉଛନ୍ତି । କ୍ରୋଧରେ ମଧ୍ୟ କିଛି ବି କରୁଛନ୍ତି । କିଛିଦିନ ପୂର୍ବରୁ ଏହିପରି ଅନେକ ରାଜନୈତିକ ଦଳ ଅଦାଲକୁ ଯାଇଥିଲେ, କୋର୍ଟ ନିକଟରେ ପହଂଚି ଯାଇଥିଲେ, ଆମକୁ ସୁରକ୍ଷା ଦିଅ ଯେ ଆମେ ଆମର ଭ୍ରଷ୍ଟାଚାରର ପୁସ୍ତକ କେହି ଖୋଲିବେ ନାହିଁ । କୋର୍ଟ ନିକଟକୁ ଯାଇଥିଲେ, କିନ୍ତୁ କୋର୍ଟ ତାଙ୍କୁ ମଧ୍ୟ ଚକିତ କରି ଦେଇଥିଲା ।

ଭାଇ ଓ ଭଉଣୀମାନେ,

ଯେତେବେଳେ ସବକା ସାଥ - ସବକା ବିଶ୍ୱାସର ଭାବନା କମ ହୋଇଥାଏ, ସେତେବେଳେ ସଚ୍ଚୋଟ ଅର୍ଥରେ ଲୋକତନ୍ତ୍ର ମଜବୁତ ହୋଇଥାଏ, ସେତେବେଳେ ବଂଚିତ, ଶୋଷିତ - ପୀଡ଼ିତମାନଙ୍କୁ ପ୍ରାଥମିକତା ମିଳିଥାଏ । ଏବଂ ଏହା କେବଳ ବାବା ସାହେବ ଆମ୍ବେଦକରଙ୍କ ସ୍ୱପ୍ନ ଥିଲା, ଏହା ହେଉଛି ସମ୍ବିଧାନର ପ୍ରକୃତ ଭାବନା । ଯେତେବେଳେ ୨ଠ୧୪ରେ କେନ୍ଦ୍ର ସରକାର ପାରିବାରିକ ବ୍ୟବସ୍ଥାର ସିଙ୍କୁଳିକରୁ ମୁକ୍ତ ହୋଇଥିଲେ, ସେତେବେଳେ ପରିଣାମ କ’ଣ ହୋଇଥିଲା ତାହା ସମଗ୍ର ଦେଶ ଦେଖିଛି । ଗତ ୯ ବର୍ଷ ମଧ୍ୟରେ ଦେଶର ୧୧ କୋଟି ମା’ ଭଉଣୀ ଏବଂ ଝିଅମାନେ ‘ଇଜ୍ଜତ ଘର’ (ଶୌଚାଳୟ)ର ସୁବିଧା ପାଇଛନ୍ତି, ଏଥିରେ ତେଲେଙ୍ଗାନାର ୩ଠ ଲକ୍ଷରୁ ଅଧିକ ପରିବାରର ମା’ ଏବଂ ଭଉଣୀମାନେ ଏହି ବ୍ୟବସ୍ଥା ପାଇଛନ୍ତି । ଗତ ୯ ବର୍ଷ ମଧ୍ୟରେ ଦେଶରେ ୯ କୋଟିରୁ ଅଧିକ ଭଉଣୀ ଏବଂ ଝିଅମାନଙ୍କୁ ମାଗଣା ଉଜ୍ୱଳା ଗ୍ୟାସ ସଂଯୋଗ ଦିଆଯାଇଛି । ତେଲେଙ୍ଗାନାର ୧୧ ଲକ୍ଷରୁ ଅଧିକ ଗରୀବ ପରିବାର ମଧ୍ୟ ଏହାର ଲାଭ ପାଇପାରିଛନ୍ତି ।

ସାଥୀମାନେ,

ପରିବାରବାଦ, ତେଲେଙ୍ଗାନା ସହିତ ଦେଶର କୋଟି କୋଟି ଗରୀବ ସାଥୀମାନଙ୍କୁ ସେମାନଙ୍କର ରାସନ କାର୍ଡ ମଧ୍ୟ ଲୁଟି ନେଇଥିଲା । ଆଜି ଆମ ସରକାରରେ ୮ଠ କୋଟି ଗରୀବ ଲୋକଙ୍କୁ ମାଗଣା ରାସନ ଯୋଗାଇ ଦିଆଯାଉଛି । ଏହି କାରଣରୁ ତେଲେଙ୍ଗାନାର ଲକ୍ଷ ଲକ୍ଷ ଗରିବ ଲୋକମାନଙ୍କୁ ମଧ୍ୟ ବହୁତ ସାହାଯ୍ୟ ମିଳିପାରିଛି । ଆମ ସରକାରଙ୍କ ନୀତି ଯୋଗୁ ତେଲେଙ୍ଗାନାର ଲକ୍ଷ ଲକ୍ଷ ଗରିବ ଲୋକ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଇପାରୁଛନ୍ତି । ପ୍ରଥମ ଥର ପାଇଁ ତେଲେଙ୍ଗାନାର କୋଟି କୋଟି ପରିବାରର ଜନଧନ ବ୍ୟାଙ୍କ ଖାତା ମଧ୍ୟ ଖୋଲାଯାଇଛି । ତେଲେଙ୍ଗାନାର ୨.୫ ଲକ୍ଷ କ୍ଷୁଦ୍ର ଉଦ୍ୟୋଗୀ ବିନା ଗ୍ୟାରେଣ୍ଟିରେ ମୁଦ୍ରା ଋଣ ପାଇପାରିଛନ୍ତି । ଏଠାରେ ଲକ୍ଷ ଲକ୍ଷ ଷ୍ଟ୍ରିଟ-ବିକ୍ରେତା ପ୍ରଥମ ଥର ପାଇଁ ବ୍ୟାଙ୍କ ଋଣ ପାଇଛନ୍ତି । ତେଲେଙ୍ଗାନାର ୪ଠ ଲକ୍ଷରୁ ଅଧିକ କ୍ଷୁଦ୍ର କୃଷକ ମଧ୍ୟ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା ଅଧିନରେ ପ୍ରାୟ ୯ ହଜାର କୋଟି ଟଙ୍କା ପାଇଛନ୍ତି । ଏହା ହେଉଛି ବଂଚିତ ଶ୍ରେଣୀ, ଯେଉଁମାନଙ୍କୁ ପ୍ରଥମ ଥର ପାଇଁ ପ୍ରାଥମିକତା ମିଳିଛି, ଅଗ୍ରାଧିକାର ମିଳିଛି ।

 

ସାଥୀମାନେ,

ଯେତେବେଳେ ଦେଶ ସମସ୍ତଙ୍କ ସନ୍ତୁଷ୍ଟିକୁ ନେଇ ଆଗକୁ ବଢ଼ିଥାଏ, ସେତେବେଳେ ପ୍ରକୃତ ସାମାଜିକ ନ୍ୟାୟ ଜନ୍ମ ହୁଏ। ଆଜି ତେଲେଙ୍ଗାନା ସମେତ ସମଗ୍ର ଦେଶ ସନ୍ତୁଷ୍ଟୀକରଣର ସେହି ରାସ୍ତାରେ ଯିବାକୁ ଚାହୁଁଛି, ସମସ୍ତଙ୍କ ପ୍ରୟାସରେ ବିକାଶ କରିବାକୁ ଚାହୁଁଛି । ଆଜି ମଧ୍ୟ ତେଲେଙ୍ଗାନାକୁ ଯେଉଁ ପ୍ରକଳ୍ପଗୁଡ଼ିକ ମିଳିଛି, ଯେଉଁ ସନ୍ତୁଷ୍ଟୀକରଣର ଭାବନା ଦ୍ୱାରା ପ୍ରେରଣା ପାଇଛି, ସମସ୍ତଙ୍କ ବିକାଶ ପାଇଁ ଉତ୍ସର୍ଗୀକୃତ ହୋଇଛି । ସ୍ୱାଧୀନତାର ଅମୃତ କାଳରେ ବିକଶିତ ଭାରତର ନିର୍ମାଣ ପାଇଁ ତେଲେଙ୍ଗାନାର ଦ୍ରୁତ ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଗାମୀ ୨୫ ବର୍ଷ ମଧ୍ୟ ତେଲେଙ୍ଗାନା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଲେଙ୍ଗାନାର ଲୋକମାନଙ୍କୁ ସନ୍ତୁଷ୍ଟ କରିବା ଏବଂ ଦୁର୍ନୀତିରେ ବୁଡ଼ି ରହିଥିବା ସମସ୍ତ ଶକ୍ତି ଠାରୁ ଦୂରରେ ରଖି ତେଲେଙ୍ଗାନାର ଭାଗ୍ୟ ନିର୍ଦ୍ଧାରିତ ହେବ । ଆମକୁ ଏକତ୍ରିତ ହୋଇ ତେଲେଙ୍ଗାନାର ବିକାଶର ସମସ୍ତ ସ୍ୱପ୍ନକୁ ପୂରଣ କରିବାକୁ ପଡ଼ିବ । ଏହି ସମସ୍ତ ପ୍ରକଳ୍ପ ପାଇଁ ମୁଁ ପୁଣିଥରେ ତେଲେଙ୍ଗାନାର ମୋର ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛି । ଏହା ମୋ ପାଇଁ ଅତ୍ୟନ୍ତ ସନ୍ତୋଷଜନ ବିଷୟ ଅଟେ ଯେ, ତେଲେଙ୍ଗାନାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ, ତେଲେଙ୍ଗାନାର ବିକାଶ ପାଇଁ ଆମକୁ ଆଶୀର୍ବାଦ ଦେବା ପାଇଁ ଆଜି ଏଠାରେ ଆପଣମାନେ ଏତେ ସଂଖ୍ୟାରେ ଯୋଗ ଦେଇଛନ୍ତି । ସେଥିପାଇଁ ମୁଁ ଆପଣମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।

କୁହନ୍ତୁ ଭାରତ ମାତା କି - ଜୟ,

ଭାରତ ମାତା କି - ଜୟ,

ଭାରତ ମାତା କି - ଜୟ

ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI — an eventful journey

Media Coverage

UPI — an eventful journey
NM on the go

Nm on the go

Always be the first to hear from the PM. Get the App Now!
...
PM chairs 53rd PRAGATI Meeting
August 25, 2026
PM reviews six key infrastructure projects across the Railway, Road and Power sectors
Projects reviewed span across 9 States with cumulative investment of more than ₹30,000 crore
PM says Infrastructure projects should be viewed as an integrated whole, rather than as individual sections or packages
PM calls for continuous reforms across all stages of project implementation and a proactive work culture across Ministries and States
PM says Speed must go hand-in-hand with quality
While reviewing AgriStack, PM emphasises the need to leverage the latest digital technologies including AI to derive greater value from agricultural data
On cyber fraud and ‘digital arrest’, PM stresses training, public awareness, cyber-safety education and coordinated action

Prime Minister Shri Narendra Modi chaired the 53rd meeting of PRAGATI, the ICT-enabled, multi-modal platform for Pro-Active Governance and Timely Implementation, at Seva Teerth earlier today.

During the meeting, Prime Minister reviewed six key infrastructure projects across the Railway, Road and Power sectors, spanning nine States with a cumulative cost of more than ₹30,000 crore. The projects, significant for strengthening connectivity, supporting industrial and economic activity and improving public services, were reviewed with particular emphasis on adherence to timelines, inter-agency coordination, resolution of pending issues and expeditious completion.

Prime Minister emphasised that delays in infrastructure projects have consequences beyond cost escalation, as they also postpone the benefits intended for citizens, businesses and the economy. He said that infrastructure projects should be viewed and monitored as an integrated whole, rather than as isolated sections, stretches or packages. He noted that progress in individual packages should ultimately translate into timely completion and operationalisation of the entire project. Ministries and States were therefore asked to adopt an end-to-end approach, and address critical gaps that could delay the overall commissioning and delivery of benefits. He called for fostering a proactive work culture across Ministries and State Governments, with greater ownership at every level of project implementation.

Prime Minister stressed the need to explore common utility corridors for infrastructure services, wherever feasible, particularly while planning major transport and infrastructure projects. He called upon Ministries and States to examine such integrated approaches at the planning stage itself, keeping in view their technical and economic feasibility.

Prime Minister said that speed of execution must be accompanied by uncompromising quality. He called upon Ministries, States and implementing agencies to adopt modern technologies and strengthen quality assurance and supervision at every stage.

While reviewing AgriStack under the Digital Agriculture Mission, Prime Minister emphasised the need to leverage the latest digital technologies, including Artificial Intelligence, to derive greater value from agricultural data. He stressed that the data ecosystem should be effectively utilised across the agricultural value chain, from input planning to processing, enabling more informed interventions, better targeting and data-driven decision-making. He appreciated the efforts of the States and the Central Government in building the AgriStack ecosystem and called for further strengthening its use for delivering better outcomes for farmers.

During the review of cyber fraud cases, including incidents of digital arrest, Prime Minister said that prevention must be strengthened through a sustained focus on training, awareness and education. He stressed the need for continuous and targeted public-awareness campaigns, particularly for senior citizens, youth and other vulnerable sections, to familiarise them with common fraud techniques, warning signs and safe digital practices. He also called for regular capacity-building of personnel involved so that emerging modes of cyber fraud are identified and acted upon swiftly.