ଆଜି ମୋତେ ପିଏମ୍-କିଷାନର ୧୯ତମ କିସ୍ତି ଜାରି କରିବାର ସୌଭାଗ୍ୟ ମିଳିଛି , ମୁଁ ବହୁତ ସନ୍ତୁଷ୍ଟ ଯେ ଏହି ଯୋଜନା ସାରା ଦେଶରେ ଆମର କ୍ଷୁଦ୍ର କୃଷକମାନଙ୍କ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହେଉଛି : ପ୍ରଧାନମନ୍ତ୍ରୀ
ମଖାନା ବିକାଶ ବୋର୍ଡ ଗଠନ କରିବାର ଆମର ପଦକ୍ଷେପ ଏହାର ଚାଷରେ ନିୟୋଜିତ ବିହାରର କୃଷକମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବାକୁ ଯାଉଛି, ଏହା ମଖାନାର ଉତ୍ପାଦନ, ପ୍ରକ୍ରିୟାକରଣ, ମୂଲ୍ୟ ବୃଦ୍ଧି ଏବଂ ମାର୍କେଟିଂ ରେ ବହୁତ ସାହାଯ୍ୟ କରିବାକୁ ଯାଉଛି, : ପ୍ରଧାନମନ୍ତ୍ରୀ
ଯଦି ଏନଡିଏ ସରକାର ନଥାନ୍ତେ, ତେବେ ବିହାର ସମେତ ସମଗ୍ର ଦେଶରେ କୃଷକମାନେ ପିଏମ କିଷାନ ସମ୍ମାନ ନିଧି ପାଇନଥାନ୍ତେ, ଗତ ୬ ବର୍ଷ ମଧ୍ୟରେ ଏହାର ପ୍ରତ୍ୟେକ ଟଙ୍କା ସିଧାସଳଖ ଆମ ଅନ୍ନଦାତାଙ୍କ ଆକାଉଣ୍ଟରେ ପହଞ୍ଚିଛି: ପ୍ରଧାନମନ୍ତ୍ରୀ
ସୁପରଫୁଡ୍ ମଖାନା ହେଉ କି ଭାଗଲପୁରର ସିଲ୍କ, ବିହାରର ଏଭଳି ସ୍ୱତନ୍ତ୍ର ଉତ୍ପାଦକୁ ସମଗ୍ର ବିଶ୍ୱର ବଜାରକୁ ପହଞ୍ଚାଇବା ଉପରେ ଆମର ଧ୍ୟାନ ରହିଛି: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ ଯୋଜନା କେବଳ କୃଷି ପଛୁଆ ଅଞ୍ଚଳରେ ଫସଲ ଉତ୍ପାଦନ ବୃଦ୍ଧି କରିବ ନାହିଁ ବରଂ ଆମର କୃଷକମାନଙ୍କୁ ସଶକ୍ତ କରିବ : ପ୍ରଧାନମନ୍ତ୍ରୀ
ଆଜି ବିହାରର ମାଟିରେ ୧୦,୦୦୦ତମ ଏଫପିଓ ଗଠନ ହୋଇଛି, ଏହି ଅବସରରେ ସାରା ଦେଶରେ କୃଷକ ଉତ୍ପାଦକ ସଂଘର ସମସ୍ତ ସଦସ୍ୟଙ୍କୁ ଅନେକ ଅଭିନନ୍ଦନ !: ପ୍ରଧା

ଭାରତ ମାତାକୀ ଜୟ,

  ଅଙ୍ଗରାଜ ଦାନବୀର କର୍ଣ୍ଣଙ୍କ ପବିତ୍ର ଭୂମି, ମହର୍ଷି ମେହୀଙ୍କ ତପସ୍ୟା ସ୍ଥାନ, ଭଗବାନ ବାସୁପୂଜ୍ୟଙ୍କ ପାଞ୍ଚଟି ପବିତ୍ର ଘଟଣାର ସ୍ଥାନ ଏବଂ ବିଶ୍ୱ ପ୍ରସିଦ୍ଧ ବିକ୍ରମଶିଳା ମହାବିହାର ବାବା ବୁଢାନାଥଙ୍କ ପବିତ୍ର ଭୁମିରେ ମୋର ସମସ୍ତ ଭାଇ ଭଉଣୀଙ୍କୁ ପ୍ରଣାମ କରୁଛି ।

   ମଞ୍ଚରେ ଉପସ୍ଥିତ ରାଜ୍ୟପାଳ ଶ୍ରୀ ଆରିଫ ମହମ୍ମଦ ଖାନ୍,ବିହାରର ଲୋକପ୍ରିୟ ଏବଂ ବିହାରର ବିକାଶ ପାଇଁ ସମର୍ପିତ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଶିବରାଜ ସିଂହ ଚୌହାନ, ଜିତନ ରାମ ମାଝୀ, ଲଲନ ସିଂହ, ଗିରିରାଜ ସିଂହ, ଚିରାଗ ପାସୱାନ, ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମନାଥ ଠାକୁର, ବିହାର ସରକାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା, ରାଜ୍ୟର ଅନ୍ୟ ମନ୍ତ୍ରୀ ଏବଂ ଜନପ୍ରତିନିଧିମାନେ ଉପସ୍ଥିତ  ସମ୍ମାନିତ ଅତିଥି ଏବଂ ବିହାରର ମୋର ପ୍ରିୟ ଭାଇ ଭଉଣୀମାନେ  ।

ଆଜି ଦେଶର କୋଣ ଅନୁକୋଣରୁ ଅନେକ ମୁଖ୍ୟମନ୍ତ୍ରୀ, ଅନେକ ମନ୍ତ୍ରୀ ଏବଂ ଲକ୍ଷ ଲକ୍ଷ କୃଷକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆମ ସହ ଯୋଡ଼ି ହୋଇଛନ୍ତି। ମୁଁ ସମସ୍ତଙ୍କୁ ସମ୍ମାନର ସହ ପ୍ରଣାମ କରୁଛି ।

 

ବନ୍ଧୁଗଣ,

 

ମହାକୁମ୍ଭ ସମୟରେ ମନ୍ଦରାଚଳର ଏହି ଭୂମିକୁ ଆସିବା ନିଜ ପାଇଁ ବଡ଼ ସୌଭାଗ୍ୟ ଅଟେ । ଏହି ଭୂମିରେ ବିଶ୍ୱାସ, ଐତିହ୍ୟ ଏବଂ ବିକଶିତ ଭାରତର ସମ୍ଭାବନା ମଧ୍ୟ ରହିଛି । ଏହା ସହିଦ ତିଲକା ମାଝୀଙ୍କ ଭୂମି, ଏହା  ରେଶମ ସହର ମଧ୍ୟ । ବାବା ଆଜଗୌବିନାଥଙ୍କ ଏହି ପବିତ୍ର ଭୂମିରେ ଏହି ସମୟରେ ମହାଶିବରାତ୍ରୀ ପାଇଁ ମଧ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି । ଏଭଳି ପବିତ୍ର ସମୟରେ ମୁଁ ଦେଶର କୋଟି କୋଟି କୃଷକଙ୍କୁ ପିଏମ୍ କିଷାନ ସମ୍ମାନ ନିଧିର ଆଉ ଏକ କିସ୍ତି ପଠାଇବାର ସୌଭାଗ୍ୟ ପାଇଛି। ଗୋଟିଏ କ୍ଲିକରେ ଦେଶର କୃଷକଙ୍କ ଆକାଉଣ୍ଟରେ ପାଖାପାଖି ୨୨ ହଜାର କୋଟି ଟଙ୍କା ପହଁଚିଛି । ଏବଂ ଯେମିତି  ମୁଁ କ୍ଲିକ୍ କଲି , ମୁଁ ଦେଖିଲି ଯେ ରାଜ୍ୟଗୁଡ଼ିକର ଦୃଶ୍ୟ ଏଠାରେ ମଧ୍ୟ ଦୃଶ୍ୟମାନ ହେଉଛି, ମୁଁ ଏଠାରେ ମଧ୍ୟ କିଛି ଲୋକଙ୍କୁ ଦେଖିଲି, ସେମାନେ ଶୀଘ୍ର ସେମାନଙ୍କ ମୋବାଇଲ୍ ଯାଞ୍ଚ କରୁଥିଲେ , ଟଙ୍କା ଆସିଲା କି ନାହିଁ ଏବଂ ତୁରନ୍ତ ସେମାନଙ୍କ ଆଖିରେ ଚମକ ଦେଖାଯାଉଥିଲା  ।

ବନ୍ଧୁଗଣ,

 ଆଜି ଦିଆଯାଇଥିବା କିଷାନ ସମ୍ମାନ ନିଧିରେ ବିହାରର ୭.୫ ନିୟୁତରୁ ଅଧିକ କୃଷକ ପରିବାର ଅନ୍ତର୍ଭୁକ୍ତ ଅଛନ୍ତି  । ଆଜି ପ୍ରାୟ ୧୬୦ କୋଟି ଟଙ୍କା ସିଧାସଳଖ ବିହାରର କୃଷକଙ୍କ ଆକାଉଣ୍ଟରେ ପହଞ୍ଚିଛି। ମୁଁ ବିହାର ଏବଂ ଦେଶର ସମସ୍ତ କୃଷକ ପରିବାରକୁ ମୋର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି ।

 

ବନ୍ଧୁଗଣ,

 ମୁଁ ଲାଲକିଲ୍ଲାରୁ କହିଛି ଯେ ବିକଶିତ ଭାରତର ଚାରିଟି ଶକ୍ତିଶାଳୀ ସ୍ତମ୍ଭ ଅଛି । ଏହି ସ୍ତମ୍ଭଗୁଡ଼ିକ ହେଲା- ଗରିବ, ଆମର ଖାଦ୍ୟ ପ୍ରଦାନକାରୀ କୃଷକ, ଆମର ଯୁବଗୋଷ୍ଠୀ ଏବଂ ଆମ ଯୁବଶକ୍ତି ଓ  ଦେଶର ନାରୀ ଶକ୍ତି । କେନ୍ଦ୍ରରେ ଏନଡିଏ ସରକାର ହେଉ ଅବା ନୀତୀଶଙ୍କ ନେତୃତ୍ୱାଧୀନ ସରକାର, କୃଷକକଲ୍ୟାଣ ଆମର ପ୍ରାଥମିକତା ଅଟେ । ଗତ ଏକ ଦଶନ୍ଧି ମଧ୍ୟରେ ଆମେ କୃଷକଙ୍କ ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ପୂରା ଶକ୍ତି ସହିତ କାମ କରିଛୁ । କୃଷକମାନଙ୍କୁ ଚାଷ ପାଇଁ ଉତ୍ତମ ବିହନ, ପର୍ଯ୍ୟାପ୍ତ ଏବଂ ସୁଲଭ ସାର, ଜଳସେଚନ ସୁବିଧା, ପଶୁଙ୍କ ରୋଗରୁ ସୁରକ୍ଷା ଏବଂ ବିପର୍ଯ୍ୟୟ ସମୟରେ କ୍ଷୟକ୍ଷତିରୁ ସୁରକ୍ଷା ଆବଶ୍ୟକ । ପୂର୍ବରୁ କୃଷକମାନେ ଏହି ସବୁ ଦିଗକୁ ନେଇ ସବୁବେଳେ ସଙ୍କଟ ଦେଇ ଗତି କରୁଥିଲେ। ଯେଉଁମାନେ ପଶୁଖାଦ୍ୟ ଖାଇପାରିବେ ସେମାନେ କେବେ ବି ଏହି ପରିସ୍ଥିତିକୁ ବଦଳାଇ ପାରିବେ ନାହିଁ । ଏନଡିଏ ସରକାର ଏହି ସ୍ଥିତିକୁ ବଦଳାଇ ଦେଇଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଆମେ କୃଷକମାନଙ୍କୁ ଶହ ଶହ ଆଧୁନିକ ପ୍ରଜାତିର ବିହନ ପ୍ରଦାନ କରିଛୁ । ପୂର୍ବରୁ ୟୁରିଆ ପାଇଁ ଚାଷୀଙ୍କୁ ସଂଘର୍ଷ କରିବାକୁ ପଡୁଥିବା ବେଳେ ୟୁରିଆର କଳାବଜାରୀ ହେଉଥିଲା। ଆଜି ଦେଖନ୍ତୁ, ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ସାର ମିଳୁଛି। ଏପରିକି କରୋନାର ମହାସଙ୍କଟ ସମୟରେ ମଧ୍ୟ ଚାଷୀମାନେ ଯେପରି ସାର ଅଭାବର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଆମେ ସୁନିଶ୍ଚିତ କରିଥିଲୁ। ଆପଣ କଳ୍ପନା କରନ୍ତୁ ଯଦି ଏନଡିଏ ସରକାର କ୍ଷମତାରେ ନଥାନ୍ତା ତେବେ କ'ଣ ହୋଇଥାନ୍ତା  ।

  ବନ୍ଧୁଗଣ,

 

 ଯଦି ଏନଡିଏ ସରକାର କ୍ଷମତାରେ ନଥାନ୍ତା, ତେବେ ଆମର କୃଷକ ଭାଇ ଭଉଣୀମାନଙ୍କୁ ସାର ପାଇଁ ମାଡ଼ର ସମ୍ମୁଖୀନ ହେବାକୁ ପଡ଼ିଥାନ୍ତା। ବରାଉଣୀ ସାର କାରଖାନା ଆଜି ବି ବନ୍ଦ ରହିଥାନ୍ତା । ବିଶ୍ୱର ଅନେକ ଦେଶରେ ଆଜି ମଧ୍ୟ ଏକ ବସ୍ତା ସାର, ୩ହଜାର ଟଙ୍କା ମୂଲ୍ୟର  ମିଳୁଛି, ଯାହାକୁ  ଆଜି ଆମେ ଚାଷୀଙ୍କୁ ୩୦୦ ଟଙ୍କାରୁ କମ୍ ମୂଲ୍ୟରେ ଦେଉଛୁ। ଯଦି ଏନଡିଏ ସରକାର କ୍ଷମତାରେ ନଥାନ୍ତା ତେବେ ୟୁରିଆ ବସ୍ତା ପାଇଁ ଆପଣଙ୍କୁ ୩ ହଜାର ଟଙ୍କା ଦେବାକୁ ପଡ଼ିଥାନ୍ତା। ଆମ ସରକାର କୃଷକଙ୍କ ବିଷୟରେ ଚିନ୍ତା କରନ୍ତି, ସେମାନଙ୍କ କଲ୍ୟାଣ ପାଇଁ କାମ କରନ୍ତି, ସେଥିପାଇଁ ଚାଷୀମାନଙ୍କୁ ୟୁରିଆ ଓ ଡିଏପି ପାଇଁ ଯେଉଁ ଅର୍ଥ ଖର୍ଚ୍ଚ କରିବାକୁ ପଡୁଥିଲା ତାହା ଏବେ କେନ୍ଦ୍ର ସରକାର ନିଜେ ଖର୍ଚ୍ଚ କରୁଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ସାର କିଣିବା ପାଇଁ ଆପଣଙ୍କ ପକେଟରୁ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କା ପରିମାଣର ଖର୍ଚ୍ଚ ହୋଇଥାନ୍ତା ,ତାହା ବଂଚିଗଲା । ତାକୁ କେନ୍ଦ୍ର ସରକାର ବଜେଟରୁ  ପ୍ରଦାନ କରିଛନ୍ତି। ଅର୍ଥାତ୍  ଦେଶର କୋଟି କୋଟି କୃଷକଙ୍କ ପକେଟରେ ଏତେ ପରିମାଣର ୧୨ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇଛି।

ବନ୍ଧୁଗଣ,

 

ଯଦି ଏନଡିଏ ସରକାର କ୍ଷମତାରେ ନଥାନ୍ତା ତେବେ ଆପଣଙ୍କୁ ପିଏମ କିଷାନ ସମ୍ମାନ ନିଧି ଯୋଜନା  ମଧ୍ୟ ମିଳିନଥାନ୍ତା । ପାଖାପାଖି ୬ ବର୍ଷ ହେବ ଏହି ଯୋଜନା ଲାଗୁ ହୋଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ ଲକ୍ଷ ୭୦ ହଜାର କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିଛି। ମଝିରେ କୌଣସି ଦଲାଲ ନାହାନ୍ତି, କୌଣସି କଟରୋଡ୍ କମ୍ପାନି ନାହିଁ, ଦିଲ୍ଲୀରୁ ବାହାରିଥିବା ଏକ ଟଙ୍କା ସିଧାସଳଖ ୧୦୦ ପଇସାରେ ପହଁଚୁଛି । ଆପଣଙ୍କ ଭଳି କ୍ଷୁଦ୍ର କୃଷକମାନେ ହିଁ ପୂର୍ବରୁ ସରକାରୀ ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇପାରୁନଥିଲେ । କ୍ଷୁଦ୍ର କୃଷକଙ୍କ ଅଧିକାରକୁ ମଧ୍ୟ ଦଲାଲମାନେ ହଡ଼ପ କରି ନେଉଥିଲେ । କିନ୍ତୁ ଏ ହେଉଛନ୍ତି ମୋଦି, ଏ ହେଉଛନ୍ତି ନୀତୀଶ ଜୀ, ଯିଏ କାହାକୁ କୃଷକଙ୍କ ଅଧିକାର ଛଡ଼ାଇ ନେବାକୁ ଦେବେ ନାହିଁ। ଯେତେବେଳେ ଏହି କଂଗ୍ରେସ ଲୋକମାନେ ଜଙ୍ଗଲର ରାଜା  ଭଳି  ସରକାରରେ ଥିଲେ, ସେତେବେଳେ ସେମାନେ କୃଷି ପାଇଁ ଯେତିକି ସମୁଦାୟ ବଜେଟ୍ ଆବଣ୍ଟନ କରୁଥିଲେ, ତାଠୁ ଅନେକ ଗୁଣ ଅର୍ଥ  ଆମେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପଠେଇ ସାରିଛୁ । ଏହି କାମ କୌଣସି ଦୁର୍ନୀତିଗ୍ରସ୍ତ ବ୍ୟକ୍ତି କରିପାରିବେ ନାହିଁ। ଏହି କାର୍ଯ୍ୟ ସେହି ସରକାର କରିପାରିବେ ଯିଏ କୃଷକଙ୍କ କଲ୍ୟାଣ ପାଇଁ ସମର୍ପିତ ଅଟନ୍ତି ।

 

ବନ୍ଧୁଗଣ,

 

କଂଗ୍ରେସ ହୁଅନ୍ତୁ ବା ଜଙ୍ଗଲରାଜବାସୀ, କୃଷକଙ୍କ ସମସ୍ୟା ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନଥିଲା । ପୂର୍ବରୁ ଯେତେବେଳେ ବନ୍ୟା, ମରୁଡ଼ି ଓ କୁଆପଥର ଝଡ଼ ହେଉଥିଲା, ସେତେବେଳେ ଏହି ଲୋକମାନେ ଚାଷୀଙ୍କୁ ଛାଡି ଦେଉଥିଲେ। ୨୦୧୪ରେ ଯେତେବେଳେ ଆପଣ ଏନଡିଏକୁ ଆଶୀର୍ବାଦ ଦେଇଥିଲେ, ମୁଁ କହିଥିଲି, ଏହା ଚଳିବ  ନାହିଁ। ଏନଡିଏ ସରକାର ପିଏମ ଫସଲ ବୀମା ଯୋଜନା ଗଠନ କରିଥିଲେ । ଏହି ଯୋଜନା ଅଧୀନରେ ବିପର୍ଯ୍ୟୟ ସମୟରେ କୃଷକମାନଙ୍କୁ ୧.୭୫ ଲକ୍ଷ କୋଟି ଟଙ୍କାର ସହାୟତା ରାଶି  ମିଳିଛି।

 

ବନ୍ଧୁଗଣ,

ଭୂମିହୀନ ଓ କ୍ଷୁଦ୍ର ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଏନ୍ ଡିଏ ସରକାର ପଶୁପାଳନକୁ ପ୍ରୋତ୍ସାହିତ କରୁଛନ୍ତି। ପଶୁପାଳନ ମଧ୍ୟ ଗାଁର ଆମ ଭଉଣୀମାନଙ୍କୁ ଲକ୍ଷପତି ଦିଦି ହେବାରେ ମଧ୍ୟ ବହୁତ ସାହାଯ୍ୟ କରୁଛି । ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୧.୨୫ ନିୟୁତ ଲକ୍ଷପତି ଦିଦି ଉଭା ହୋଇଛନ୍ତି, ଯେଉଁଥିରେ ବିହାରର ହଜାର ହଜାର ଜୀବିକା ଦିଦି ଅଛନ୍ତି। ଏହା ମନେ ରଖନ୍ତୁ ଗତ ଏକ ଦଶନ୍ଧି ମଧ୍ୟରେ ଭାରତରେ ଦୁଗ୍ଧ ଉତ୍ପାଦନ ୧୪୦ ନିୟୁତ ଟନ ବୃଦ୍ଧି ପାଇ ୧୦ ବର୍ଷ ମଧ୍ୟରେ ୨୪୦ ନିୟୁତ ଟନରେ  ପହଞ୍ଚିଛି। ଅର୍ଥାତ୍ ବିଶ୍ୱର ଏକ ନମ୍ବର ଦୁଗ୍ଧ ଉତ୍ପାଦନକାରୀ ଦେଶ ଭାବେ ଭାରତ ନିଜର ଭୂମିକାକୁ ଆହୁରି ସୁଦୃଢ଼ କରିପାରିଛି । ଏଥିରେ ବିହାରର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବର୍ତ୍ତମାନ ବିହାରର ସମବାୟ ଦୁଗ୍ଧ ସଂଗଠନମାନେ ଦୈନିକ ୩ ନିୟୁତ ଲିଟର କ୍ଷୀର କିଣୁଛନ୍ତି। ଫଳରେ ପ୍ରତିବର୍ଷ ବିହାରର ପଶୁସମ୍ପଦ କୃଷକ, ଆମ ମା' ଓ ଭଉଣୀଙ୍କ ଆକାଉଣ୍ଟକୁ ୩୦୦୦ କୋଟିରୁ   ଅଧିକ ଟଙ୍କା ପହଞ୍ଚୁଛି।

 

 

ବନ୍ଧୁଗଣ,
ମୁଁ ଆନନ୍ଦିତ ଯେ ଦୁଗ୍ଧ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଆମର ପ୍ରୟାସକୁ ରାଜୀବ ରଞ୍ଜନ ଜୀ ଏବଂ ଆମର ଲଲନ ସିଂ ଜୀ ବହୁତ ଦକ୍ଷତାର ସହ ଆଗେଇ ନେଉଛନ୍ତି । ସେମାନଙ୍କ ଉଦ୍ୟମ ଯୋଗୁଁ ବିହାରରେ ଦୁଇଟି ପ୍ରକଳ୍ପ ଦ୍ରୁତ ଗତିରେ ଶେଷ ହେଉଛି। ମୋତିହାରୀସ୍ଥିତ ସେଣ୍ଟର ଅଫ୍ ଏକ୍ସଲେନ୍ସ ଉତ୍କୃଷ୍ଟ ଦେଶୀ ପ୍ରଜାତିର ଗାଈର ବିକାଶରେ ସହାୟକ ହେବ। ଦ୍ବିତୀୟଟି ହେଉଛି ବରାଉଣୀରେ ଥିବା ଦୁଗ୍ଧ କାରଖାନା। ଏହାଦ୍ୱାରା ଏହି ଅଞ୍ଚଳର ୩ ଲକ୍ଷ ଚାଷୀ ଉପକୃତ ହେବା ସହ ଯୁବବର୍ଗଙ୍କୁ ରୋଜଗାର ମିଳିବ।

 

ବନ୍ଧୁଗଣ,

ଆମର ନାବିକ ସାଥୀ, ଆମର ମତ୍ସ୍ୟଜୀବୀ ସାଥୀମାନଙ୍କୁ ପୂର୍ବ ସରକାରମାନେ କୌଣସି ସୁବିଧା ଦେଇନଥିଲେ । ପ୍ରଥମ ଥର ପାଇଁ ଆମେ ମତ୍ସ୍ୟ ଚାଷୀମାନଙ୍କୁ କିଷାନ କ୍ରେଡିଟ୍ କାର୍ଡର ସୁବିଧା ପ୍ରଦାନ କରିଛୁ। ଏଭଳି ପ୍ରୟାସ ମାଧ୍ୟମରେ ଆଜି ବିହାରରେ ମାଛ ଉତ୍ପାଦନ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛି। ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ପୂର୍ବରୁ ଆମେ ବାହାରୁ ମାଛ ଆଣୁଥିଲୁ ଏବଂ ଆଜି ବିହାର ମାଛରେ ଆତ୍ମନିର୍ଭରଶୀଳ ହୋଇପାରିଛି । ମୋର ମନେ ଅଛି, ୨୦୧୪ ପୂର୍ବରୁ, ୨୦୧୩ ରେ ଯେତେବେଳେ ମୁଁ ନିର୍ବାଚନ ପ୍ରଚାର ପାଇଁ ଆସିଥିଲି, ମୁଁ ଆଶ୍ଚର୍ଯ୍ୟ ହୋଇଥିଲି, ମୁ କହିଥିଲି  ଯେ ବିହାରରେ ଏତେ ପାଣି ଅଛି, ଆମେ ବାହାରୁ ମାଛ କାହିଁକି ଆଣୁଛୁ । ଆଜି ମୁଁ ସନ୍ତୁଷ୍ଟ ଯେ ବିହାରରେ ବିହାରବାସୀଙ୍କ ମାଛ ଆବଶ୍ୟକତା ପୂରଣ ହେଉଛି । ୧୦ ବର୍ଷ ତଳେ ମାଛ ଉତ୍ପାଦନ କ୍ଷେତ୍ରରେ ଦେଶର ୧୦ଟି ରାଜ୍ୟ ମଧ୍ୟରୁ ବିହାର ଅନ୍ୟତମ ଥିଲା। ଆଜି ବିହାର ଦେଶର ଶ୍ରେଷ୍ଠ ୫ଟି ବୃହତ୍ତମ ମାଛ ଉତ୍ପାଦନକାରୀ ରାଜ୍ୟ ମଧ୍ୟରୁ ଅନ୍ୟତମ ହୋଇପାରିଛି। ମତ୍ସ୍ୟ ଚାଷ କ୍ଷେତ୍ର ଉପରେ ଆମର ଧ୍ୟାନ ଆମର କ୍ଷୁଦ୍ର କୃଷକ ଏବଂ ମତ୍ସ୍ୟଜୀବୀ ସାଥୀମାନଙ୍କୁ ବହୁତ ଉପକୃତ କରିଛି । ଭାଗଲପୁର ଗଙ୍ଗାରେ ରହୁଥିବା ଡଲଫିନ୍ ମାନଙ୍କ ପାଇଁ ମଧ୍ୟ ଜଣାଶୁଣା । ନମାମି ଗଙ୍ଗେ ଅଭିଯାନର ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଅଟେ  ।

ବନ୍ଧୁଗଣ,

ବିଗତ ବର୍ଷଗୁଡ଼ିକରେ ସରକାରଙ୍କ ପ୍ରୟାସ ଭାରତର କୃଷି ରପ୍ତାନିକୁ ଯଥେଷ୍ଟ ବୃଦ୍ଧି କରିଛି। ଫଳରେ କୃଷକମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉତ୍ତମ ମୂଲ୍ୟ ପାଇପାରିବେ। ଏପରି ଅନେକ କୃଷି ଜାତ ଦ୍ରବ୍ୟ ରହିଛି ଯାହା ପ୍ରଥମ ଥର ପାଇଁ ରପ୍ତାନି ହେବା ଆରମ୍ଭ କରିଛି । ଏବେ ବିହାରର ଫକ୍ସର  ପାଳି । ଦେଶର ବିଭିନ୍ନ ସହରରେ ଜଳଖିଆର ଏକ ପ୍ରମୁଖ ଅଂଶ ପାଲଟିଛି ଫକ୍ସ ନଟ୍। ମୁଁ ନିଜେ ୩୬୫ ଦିନରୁ ପ୍ରାୟ ୩୦୦ ଦିନ   ଫକ୍ସ ନଟ୍ ଖାଇଥାଏ । ଏହା ଏକ ସୁପରଫୁଡ୍ ଯାହା ବର୍ତ୍ତମାନ ବିଶ୍ୱ ବଜାରରେ ପହଞ୍ଚିବାର ଆବଶ୍ୟକତା ରହିଛି । ତେଣୁ ଚଳିତ ବର୍ଷବଜେଟରେ ଚାଷୀଙ୍କ ପାଇଁ ଫକ୍ସ ନଟ୍ ବୋର୍ଡ ଗଠନ ପାଇଁ ଘୋଷଣା କରାଯାଇଛି। ଏହି ଫକ୍ସ ନଟ୍ ବୋର୍ଡ ବିହାରର କୃଷକମାନଙ୍କୁ ଫକ୍ସ ନଟ୍ ଉତ୍ପାଦନ, ପ୍ରକ୍ରିୟାକରଣ, ମୂଲ୍ୟ ବୃଦ୍ଧି ଏବଂ ବିପଣନର ପ୍ରତ୍ୟେକ ଦିଗରେ ସାହାଯ୍ୟ କରିବ ।

ବନ୍ଧୁଗଣ,
ବିହାରର କୃଷକ ଓ ଯୁବବର୍ଗଙ୍କ ପାଇଁ ବଜେଟରେ ଆଉ ଏକ ବଡ ଘୋଷଣା କରାଯାଇଛି । ବିହାର ପୂର୍ବ ଭାରତରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଏକ ପ୍ରମୁଖ କେନ୍ଦ୍ର ଭାବରେ ଉଭା ହେବାକୁ ଯାଉଛି । ବିହାରରେ ଜାତୀୟ ଖାଦ୍ୟ ପ୍ରଯୁକ୍ତି ବିଦ୍ୟା ଓ ଉଦ୍ୟୋଗ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯିବ। ବିହାରରେ କୃଷି କ୍ଷେତ୍ରରେ ତିନୋଟି ନୂତନ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏମାନଙ୍କ ମଧ୍ୟରୁ ଗୋଟିଏ ଆମ ଭାଗଲପୁରରେ ପ୍ରତିଷ୍ଠା ହେବ। ଏହି କେନ୍ଦ୍ରରେ ଜର୍ଦାଲୁ ପ୍ରଜାତିର ଆମ୍ବ ଉପରେ ଧ୍ୟାନ ଦିଆଯିବ। ମୁଙ୍ଗେର ଏବଂ ବକ୍ସରରେ ଆଉ ଦୁଇଟି କେନ୍ଦ୍ର ଖୋଲାଯିବ, ଯାହା କୃଷକମାନଙ୍କୁ ଟମାଟୋ, ପିଆଜ ଏବଂ ଆଳୁ ରେ ସାହାଯ୍ୟ କରିବ । ଅର୍ଥାତ୍ କୃଷକଙ୍କ ସ୍ୱାର୍ଥ ଦୃଷ୍ଟିରୁ ନିଷ୍ପତ୍ତି ନେବାରେ ଆମେ କୌଣସି କସରତ ଛାଡୁନାହୁଁ ।

 

ବନ୍ଧୁଗଣ,

ଆଜି ଭାରତ ବୟନଶିଳ୍ପର ଏକ ପ୍ରମୁଖ ରପ୍ତାନିକାରୀ ଦେଶ ପାଲଟିଛି। ଦେଶରେ ବୟନ ଶିଳ୍ପକୁ ସୁଦୃଢ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ଭାଗଲପୁରରେ କୁହାଯାଏ ଯେ ଗଛରୁ ମଧ୍ୟ ସୁନା ମିଳିଥାଏ । ଭାଗଲପୁରୀ ରେଶମ ଏବଂ ତୁସର ରେଶମ ସମଗ୍ର ଭାରତରେ ପ୍ରସିଦ୍ଧ । ଅନ୍ୟ ଦେଶରେ ମଧ୍ୟ ତୁଷାର ରେଶମର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି। ରେଶମ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଫେବ୍ରିକ୍ ଓ ସୂତା ରଙ୍ଗ ୟୁନିଟ୍, ଫେବ୍ରିକ୍ ପ୍ରିଣ୍ଟିଂ ୟୁନିଟ୍ ଏବଂ ଫେବ୍ରିକ୍ ପ୍ରୋସେସିଂ ୟୁନିଟ୍ ଭଳି ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହା ଦ୍ୱାରା ଭାଗଲପୁରର ବୁଣାକାରମାନଙ୍କୁ ଆଧୁନିକ ସୁବିଧା ମିଳିବ ଏବଂ ସେମାନଙ୍କ ଉତ୍ପାଦ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବ ।

ବନ୍ଧୁଗଣ,
ଏନଡିଏ ସରକାର ବିହାରର ଆଉ ଏକ ବଡ ସମସ୍ୟାର ସମାଧାନ କରୁଛନ୍ତି । ନଦୀ ଉପରେ ପର୍ଯ୍ୟାପ୍ତ ପୋଲ ନଥିବାରୁ ବିହାର ଅନେକ ସମସ୍ୟାର ସମ୍ମୁଖୀନ ହେଉଛି। ଯାତାୟାତରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଆମେ ଦ୍ରୁତ ଗତିରେ କାମ କରୁଛୁ ଏବଂ ଅନେକ ପୋଲ ନିର୍ମାଣ କରୁଛୁ । ଗଙ୍ଗା ନଦୀ ଉପରେ ୪ ଲେନ୍ ବିଶିଷ୍ଟ ସେତୁ ନିର୍ମାଣ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏଥିପାଇଁ ୧୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି।

 

 

 

ବନ୍ଧୁଗଣ,
ବିହାରରେ ବନ୍ୟା ମଧ୍ୟ ବହୁ କ୍ଷୟକ୍ଷତି ଘଟାଇଥାଏ। ଏଥିପାଇଁ ଆମ ସରକାର ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଚଳିତ ବର୍ଷ ବଜେଟରେ ପଶ୍ଚିମ କୋଶୀ କେନାଲ ଇଆରଏମ ପ୍ରକଳ୍ପ ପାଇଁ ସହାୟତା ଘୋଷଣା କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ମିଥିଲାଞ୍ଚଳ ଅଞ୍ଚଳର ୫୦ ହଜାର ହେକ୍ଟର ଜମି ଜଳସେଚନ ଅଧୀନରେ ଆସିବ। ଏହାଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ଉପକୃତ ହେବେ।

ବନ୍ଧୁଗଣ,

ଏନଡିଏ ସରକାର କୃଷକଙ୍କ ଆୟ ବୃଦ୍ଧି ପାଇଁ ବିଭିନ୍ନ ସ୍ତରରେ କାର୍ଯ୍ୟ କରୁଛନ୍ତି । ଭାରତରେ ଉତ୍ପାଦନ ବୃଦ୍ଧି, ଡାଲି ଓ ତୈଳବୀଜରେ ଆତ୍ମନିର୍ଭରଶୀଳ ହେବା, ଏଠାରେ ଅଧିକରୁ ଅଧିକ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ହେବା ଏବଂ ଆମର କୃଷକଙ୍କ ଉତ୍ପାଦ ସମଗ୍ର ବିଶ୍ୱରେ ପହଞ୍ଚାଇବା ପାଇଁ ସରକାର ଗୋଟିଏ ପରେ ଗୋଟିଏ ନୂଆ ପଦକ୍ଷେପ ନେଉଛନ୍ତି। ମୋର ସ୍ୱପ୍ନ ହେଉଛି ଯେ ବିଶ୍ୱର ପ୍ରତ୍ୟେକ ରୋଷେଇ ଘରେ ଭାରତୀୟ କୃଷକମାନଙ୍କର ଉତ୍ପାଦିତ କିଛି ନା କିଛି  ସାମଗ୍ରୀ  ମହଜୁଦ  ରହିବା ଦରକାର  । ଚଳିତ ବର୍ଷର ବଜେଟରେ ମଧ୍ୟ ଏହି ଲକ୍ଷ୍ୟକୁ ଆଗକୁ ବଢ଼ାଇ ଦିଆଯାଇଛି। ବଜେଟରେ ଏକ ବହୁତ ବଡ ପିଏମ କିଷାନ ସମ୍ମାନ ନିଧି ଯୋଜନା ଘୋଷଣା କରାଯାଇଛି । ଏହା ଅଧୀନରେ ଦେଶର ୧୦୦ଟି ଜିଲ୍ଲା ଚିହ୍ନଟ କରାଯିବ ଯେଉଁଠାରେ ଫସଲ ଉତ୍ପାଦନ ସର୍ବନିମ୍ନ । ତା'ପରେ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ଏଭଳି ଜିଲ୍ଲାରେ ସ୍ବତନ୍ତ୍ର ଅଭିଯାନ ଚାଲିବ। ଡାଲିରେ ଆତ୍ମନିର୍ଭରଶୀଳତା ହାସଲ ପାଇଁ ଏକ ମିଶନ ମୋଡ ମଧ୍ୟ ଗ୍ରହଣ କରାଯିବ । କୃଷକମାନଙ୍କୁ ଅଧିକ ଡାଲି ଚାଷ ପାଇଁ ପ୍ରୋତ୍ସାହିତ କରାଯିବ ଏବଂ ଏମଏସପିରେ ଡାଲି କ୍ରୟ ଆହୁରି ବୃଦ୍ଧି କରାଯିବ ।

 

ବନ୍ଧୁଗଣ,

ଅନ୍ୟ ଏକ କାରଣରୁ ଆଜିର ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମ ସରକାର ଦେଶରେ ଦଶ ହଜାର  ଏଫପିଓ - କୃଷକ ଉତ୍ପାଦକ ସଂଗଠନ ସୃଷ୍ଟି କରିବାର ଏକ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ଦେଶ ଏହି ଲକ୍ଷ୍ୟ ହାସଲ କରିଛି ବୋଲି ଆପଣମାନଙ୍କୁ ଜଣାଇବାରେ ମୁଁ ଆନନ୍ଦିତ । ଆଜି ବିହାର ମାଟିରେ ୧୦୦୦୦  ତମ ଏଫ୍ପିଓ ପ୍ରତିଷ୍ଠା ହେଉଛି। ମକା, କଦଳୀ ଓ ଚାଉଳ ଉପରେ କାମ କରୁଥିବା ଏହି ଏଫପିଓ ଖଗରିଆ ଜିଲ୍ଲାରେ ପଞ୍ଜୀକୃତ ହୋଇଛି। ଏଫପିଓ କେବଳ ଏକ ସଂସ୍ଥା ନୁହେଁ; ଏହା ଏକ ଅଭୂତପୂର୍ବ ଶକ୍ତି ଯାହା କୃଷକଙ୍କ ଆୟ ବୃଦ୍ଧି କରେ | ଏଫପିଓର ଶକ୍ତି ସିଧାସଳଖ କ୍ଷୁଦ୍ର କୃଷକମାନଙ୍କୁ ଉଲ୍ଲେଖନୀୟ ବଜାର ଲାଭ ପ୍ରଦାନ କରିଥାଏ । ଏଫପିଓ ଜରିଆରେ ଆମର କୃଷକ ଭାଇ ଭଉଣୀମାନେ ଏବେ ଅନେକ ସୁଯୋଗ ପାଉଛନ୍ତି ଯାହା ପୂର୍ବରୁ ଉପଲବ୍ଧ ନଥିଲା । ବର୍ତ୍ତମାନ ଦେଶରେ ପାଖାପାଖି ୩୦  ଲକ୍ଷ  କୃଷକ ଏଫପିଓ ସହିତ ଯୋଡ଼ି ହୋଇଛନ୍ତି। ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ହେଉଛନ୍ତି ଆମର ଭଉଣୀ । ଏହି ଏଫପିଓମାନେ କୃଷି କ୍ଷେତ୍ରରେ ହଜାର ହଜାର କୋଟି ଟଙ୍କାର ବ୍ୟବସାୟ କରିବା ଆରମ୍ଭ କରିଛନ୍ତି । ମୁଁ ୧୦୦୦୦  ଏଫପିଓର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଉଛି ।

 

ବନ୍ଧୁଗଣ,
ଏନଡିଏ ସରକାର ମଧ୍ୟ ବିହାରର ଶିଳ୍ପ ବିକାଶ ଉପରେ ସମାନ ଗୁରୁତ୍ୱ ଦେଉଛନ୍ତି । ବିହାର ସରକାର ଭାଗଲପୁରରେ ଏକ ବହୁତ ବଡ ପାୱାର ପ୍ଲାଣ୍ଟ ସ୍ଥାପନ କରୁଛନ୍ତି, ଯେଉଁଥିରେ ପର୍ଯ୍ୟାପ୍ତ କୋଇଲା ଯୋଗାଇ ଦିଆଯିବ । ଏଥିପାଇଁ କେନ୍ଦ୍ର ସରକାର କୋଇଲା ଲିଙ୍କେଜକୁ ମଞ୍ଜୁରି ଦେଇଛନ୍ତି। ମୋର ବିଶ୍ୱାସ ଯେ ଏଠାରେ ଉତ୍ପାଦିତ ବିଦ୍ୟୁତ୍ ବିହାରର ବିକାଶ ପାଇଁ ନୂତନ ଶକ୍ତି ପ୍ରଦାନ କରିବ । ଏହା ଦ୍ୱାରା ବିହାରର ଯୁବକମାନଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

 

ବନ୍ଧୁଗଣ,

ପୂର୍ବାର୍ଞ୍ଚଳର ପ୍ରାରମ୍ଭରୁ ବିକଶିତ ଭାରତର ଉତ୍ଥାନ ଘଟିବ ଏବଂ ଆମ ବିହାର ହେଉଛି ପୂର୍ବ ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ବିହାର ଭାରତର ସାଂସ୍କୃତିକ ଐତିହ୍ୟର ପ୍ରତୀକ । କଂଗ୍ରେସ-ଆରଜେଡିର ଦୀର୍ଘ ଦିନର କୁଶାସନ ବିହାରକୁ ନଷ୍ଟ କରିବା ସହ ଏହାର ଭାବମୂର୍ତ୍ତିକୁ ଖରାପ କରିଛି। କିନ୍ତୁ ପ୍ରାଚୀନ ସମୃଦ୍ଧ ଭାରତରେ ପାଟଲିପୁତ୍ର ଭଳି ବିକଶିତ ଭାରତରେ ଏବେ ବିହାର ସମାନ ସ୍ଥାନରେ ରହିବ। ଏଥିପାଇଁ ଆମେ ସମସ୍ତେ ନିରନ୍ତର ପ୍ରୟାସ ଜାରି ରଖିଛୁ। ଏନଡିଏ ସରକାର ବିହାରରେ ଆଧୁନିକ ଯୋଗାଯୋଗ, ସଡ଼କ ନେଟୱାର୍କ ଏବଂ ଜନକଲ୍ୟାଣକାରୀ ଯୋଜନା ପାଇଁ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ । ପାଖାପାଖି ୫ ହଜାର କୋଟି ଟଙ୍କା ବ୍ୟୟରେ ମୁଙ୍ଗେରରୁ ମିର୍ଜା ଚୌକି ପର୍ଯ୍ୟନ୍ତ ଏକ ନୂତନ ରାଜପଥ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେଉଛି। ଭାଗଲପୁରରୁ ଅଂଶଡିହ ପର୍ଯ୍ୟନ୍ତ ୪ ଲେନ୍ ରାସ୍ତାକୁ ପ୍ରଶସ୍ତ କରିବା କାମ ମଧ୍ୟ ଆରମ୍ଭ ହେବାକୁ ଯାଉଛି। ବିକ୍ରମଶିଳାରୁ କଟାରିଆ ପର୍ଯ୍ୟନ୍ତ ଏକ ନୂତନ ରେଳ ଲାଇନ ଏବଂ ରେଳ ପୋଲକୁ ମଧ୍ୟ ଭାରତ ସରକାର ଅନୁମୋଦନ କରିଛନ୍ତି ।

ବନ୍ଧୁଗଣ,

ଆମ ଭାଗଲପୁର ସାଂସ୍କୃତିକ ଓ ଐତିହାସିକ ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ । ବିକ୍ରମଶିଳା ବିଶ୍ୱବିଦ୍ୟାଳୟ ସମୟରେ ଏହା ବିଶ୍ୱ ଜ୍ଞାନର କେନ୍ଦ୍ର ଥିଲା । ନାଳନ୍ଦା ବିଶ୍ୱବିଦ୍ୟାଳୟର ପ୍ରାଚୀନ ଗୌରବକୁ ଆଧୁନିକ ଭାରତ ସହ ଯୋଡ଼ିବା କାର୍ଯ୍ୟ ଆମେ ଆରମ୍ଭ କରିଛୁ। ନାଳନ୍ଦା ବିଶ୍ୱବିଦ୍ୟାଳୟ ପରେ ଏବେ ବିକ୍ରମଶିଳାରେ ମଧ୍ୟ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି । ଖୁବଶୀଘ୍ର କେନ୍ଦ୍ର ସରକାର ଏହା ଉପରେ କାମ ଆରମ୍ଭ କରିବେ । ମୁଁ ନୀତୀଶଜୀ, ବିଜୟ ଜୀ, ସମ୍ରାଟ ଜୀ ଏବଂ ବିହାର ସରକାରଙ୍କ ସମଗ୍ର ଟିମ୍ କୁ   ଅଭିନନ୍ଦନ ଜଣାଉଛି । ଆପଣ ଏହି ପ୍ରକଳ୍ପ ସହିତ ଜଡିତ ଆବଶ୍ୟକତାକୁ ଶୀଘ୍ର ପୂରଣ କରିବାରେ ନିୟୋଜିତ ଅଛନ୍ତି ।

 

ବନ୍ଧୁଗଣ,

ଏନଡିଏ ସରକାର ଭାରତର ଗୌରବମୟ ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଏକ ଭବ୍ୟ ଭବିଷ୍ୟତ ନିର୍ମାଣ ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଏହି ଜଙ୍ଗଲରାଜ ଲୋକମାନେ ଆମର ଐତିହ୍ୟ ଏବଂ ଆମବିଶ୍ୱାସକୁ ଘୃଣା କରନ୍ତି । ବର୍ତ୍ତମାନ ପ୍ରୟାଗରାଜରେ ଏକତାର ଭବ୍ୟ କୁମ୍ଭ ଚାଲିଛି । ଏହା ହେଉଛି ଭାରତର ଆସ୍ଥା, ଏକତା ଓ ସଦ୍ଭାବନାର ସବୁଠାରୁ ବଡ଼ ପର୍ବ। ୟୁରୋପର ସମଗ୍ର ଜନସଂଖ୍ୟା ତୁଳନାରେ ଏକତାର ଏହି କୁମ୍ଭରେ ଅଧିକ ଲୋକ ସ୍ନାନ କରିଛନ୍ତି। ଏହି ଏକତାର କୁମ୍ଭକୁ ବିହାରର ବିଭିନ୍ନ ଗାଁରୁ ଶ୍ରଦ୍ଧାଳୁ ମାନେ ଆସୁଛନ୍ତି । କିନ୍ତୁ ଏହି ଜଙ୍ଗଲରାଜ ଲୋକମାନେ କୁମ୍ଭକୁ ଅପମାନିତ କରୁଛନ୍ତି, ଏହାକୁ ନେଇ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ଯେଉଁମାନେ ରାମ ମନ୍ଦିରକୁ ନେଇ ଅସନ୍ତୁଷ୍ଟ ଅଛନ୍ତି ସେମାନେ କୁମ୍ଭକୁ ସମାଲୋଚନା କରିବାର କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ମୁଁ ଜାଣେ ଯେ କୁମ୍ଭକୁ ଅପମାନିତ କରୁଥିବା ଲୋକଙ୍କୁ ବିହାରବାସୀ କେବେ ବି କ୍ଷମା କରିବେ ନାହିଁ।

ବନ୍ଧୁଗଣ,

ବିହାରକୁ ସମୃଦ୍ଧି ପଥରେ ଆଗେଇ ନେବା ପାଇଁ ଆମେ ଦିନରାତି କାମ ଜାରି ରଖିବୁ। ପୁଣି ଥରେ ଦେଶର କୃଷକ ଏବଂ ବିହାରବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ । ମୋ ସହ  ପୁନରାବୃତ୍ତି କରନ୍ତୁ-

 

ଭାରତ ମାତାକୀ ଜୟ,

 

ଭାରତ ମାତାକୀ ଜୟ,

 

ଆପଣମାନଙ୍କୁ ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From welfare to opportunity: How DPI 2.0 and AI will unlock India’s productivity

Media Coverage

From welfare to opportunity: How DPI 2.0 and AI will unlock India’s productivity
NM on the go

Nm on the go

Always be the first to hear from the PM. Get the App Now!
...
State Visit of Prime Minister to Seychelles
June 28, 2026

As part of Prime Minister Shri Narendra Modi’s State Visit to Seychelles from 27-29 June 2026, Prime Minister and the President of Seychelles, H.E. Dr. Patrick Herminie today held official talks at the State House in Victoria, Mahe.

The talks covered the full spectrum of bilateral relations, with the leaders agreeing to further strengthen cooperation in health, education, capacity building, digital transformation, sustainable development, social infrastructure, renewable energy, maritime security and defence. They also exchanged views on regional and global developments, including challenges in the Indian Ocean region, such as illegal fishing, drug trafficking and piracy. Both leaders expressed satisfaction at the progress made in the implementation of projects and initiatives under the Special Economic Package announced by India. Prime Minister reaffirmed India’s commitment to supporting the development priorities of Seychelles and to further deepen the close and enduring partnership between the two countries.

Following the official talks, both leaders released a joint commemorative logo marking 50 years of the establishment of diplomatic relations between the two countries. Several MoUs/agreements in the fields of Capacity Building, UPI, Health, Agriculture, Shipping, Space, Extradition and Line of Credit were exchanged thereafter. The amount of the Line of Credit stands at INR 1250 crores. The full list of MoUs/agreements may be seen here [link]. In addition, several announcements in the fields of food security, infrastructure, health, vocational training, maritime security and defence were made in support of the development needs of Seychelles. The details of these announcements may be seen here [link]. Seychelles also announced that it is joining the Coalition for Disaster Resilient Infrastructure [CDRI].

Later in the day, Prime Minister addressed an Extraordinary Sitting of the National Assembly of Seychelles, becoming the first Indian Prime Minister to do so. In his address, he highlighted the historical bonds of friendship between India and Seychelles and underscored the shared values of democracy, rule of law and people-centric governance that guide the two countries. He noted that mutual trust and close cooperation have shaped a robust partnership spanning development cooperation, maritime security, technology, innovation, health and capacity building. Prime Minister also called for enhanced parliamentary exchanges between the two democracies. The full address of Prime Minister may be seen here [link]

The Leader of Opposition of Seychelles, H.E. Mr. Bernard Georges, also called on Prime Minister. The two leaders discussed India-Seychelles bilateral ties and conveyed their strong support to further build the special friendship between the two countries.