Government’s women led empowerment policies are tribute to the vision of Subramanya Bharathi: PM
Bharathiyar teaches us to remain united and committed to the empowerment of every single individual, especially, the poor and marginalised: PM

ମୁଖ୍ୟମନ୍ତ୍ରୀ ଶ୍ରୀ ପଲାନି ସ୍ୱାମୀଜୀ,

ମନ୍ତ୍ରୀ ଶ୍ରୀ କେ. ପାଣ୍ଡ୍ୟାରାଜନଜୀ,

ବନବିଲ ସାଂସ୍କୃତିକ କେନ୍ଦ୍ରର ପ୍ରତିଷ୍ଠାତା ଶ୍ରୀ କେ. ରବି,

ବିଶିଷ୍ଟ ବ୍ୟକ୍ତିବିଶେଷଗଣ ଓ ବନ୍ଧୁଗଣ ।

ୱନକମ୍‌,

ନମସ୍ତେ,

ମହାନ୍‌ ଭାରତୀୟାରଙ୍କ ଜୟନ୍ତୀରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ମୁଁ ମୋର ବକ୍ତବ୍ୟ ଆରମ୍ଭ କରୁଛି । ଏଭଳି ଏକ ବିଶେଷ ଦିନରେ ମୁଁ ଆନ୍ତର୍ଜାତିକ ଭାରତୀ ଉତ୍ସବରେ ଅଂଶଗ୍ରହଣ କରି ଆନନ୍ଦିତ । ମୁଁ ମଧ୍ୟ ଚଳିତବର୍ଷର ଭାରତୀ ସମ୍ମାନ ବିଶିଷ୍ଟ ବିଦ୍ୱାନ୍‌ ଶ୍ରୀ ସିନି ବିଶ୍ୱନାଥନ୍‌ଜୀଙ୍କୁ ପ୍ରଦାନ କରି ବିଶେଷ ଆନନ୍ଦିତ । ବିଶ୍ୱନାଥନ୍‌ଜୀ ନିଜର ସମଗ୍ର ଜୀବନକୁ ଭାରତୀଙ୍କ ରଚନାର ଗବେଷଣା ପାଇଁ ଉତ୍ସର୍ଗ କରିଛନ୍ତି । ସେ 86 ବର୍ଷ ବୟସରେ ଏ କ୍ଷେତ୍ରରେ ସକ୍ରିୟ ଗବେଷଣା ଚଳାଇଥିବାରୁ ମୁଁ ତାଙ୍କର ଭୂୟସୀ ପ୍ରଶଂସା କରୁଛି । ସୁବ୍ରମଣ୍ୟ ଭାରତୀଙ୍କୁ ମୁଁ କିପରି ବର୍ଣ୍ଣନା କରିବି? ଏହା ଏକ ଅତ୍ୟନ୍ତ ଜଟିଳ ପ୍ରଶ୍ନ । ଭାରତୀୟାରଙ୍କୁ କୌଣସି ଏକ ନିର୍ଦ୍ଦିଷ୍ଟ ବୃତ୍ତି ବା ପରିସର ସହିତ ସଂପୃକ୍ତ କରିହେବ ନାହିଁ । ସେ ଏକାଧାରରେ କବି, ଲେଖକ, ସଂପାଦକ, ସାମ୍ବାଦିକ, ସ୍ୱାଧୀନତା ସଂଗ୍ରାମୀ, ମାନବବାଦୀ ଓ ଆହୁରି ଅନେକ କିଛି ଥିଲେ ।

ତାଙ୍କର କବିତା, ତାଙ୍କ ଦର୍ଶନ ଓ ତାଙ୍କ ଜୀବନୀ ଦେଖିଲେ ଜଣେ ଆଶ୍ଚର୍ଯ୍ୟାନ୍ୱିତ ହୁଏ । ବାରାଣସୀ ସହିତ ତାଙ୍କ ନିବିଡ ସଂପର୍କ ଥିଲା । ଏବେ ସେହି ଆସନରୁ ପାର୍ଲାମେଣ୍ଟକୁ ପ୍ରତିନିଧିତ୍ୱ କରିବାର ସୌଭାଗ୍ୟ ମୋତେ ମିଳିଛି ।  ମୁଁ ଏବେ ଦେଖିବାକୁ ପାଇଲି ତାଙ୍କର ରଚନାଗୁଡିକ ସଂଗୃହୀତ ହୋଇ 16 ଖଣ୍ଡରେ ପ୍ରକାଶିତ ହୋଇଛି । ମାତ୍ର 39 ବର୍ଷର ଏକ କ୍ଷୁଦ୍ର ଜୀବନରେ ସେ ଅନେକ କିଛି ଲେଖିଯାଇଛନ୍ତି । ସେ ଅନେକ କିଛି କାମ କରିଯାଇଛନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଛନ୍ତି । ଏକ ଗୌରବମୟ ଭବିଷ୍ୟତ ଆଡକୁ ଯିବା କ୍ଷେତ୍ରରେ ତାଙ୍କ ଲେଖା ଆମ ପାଇଁ ଏକ ଆଲୋକବର୍ତ୍ତିକା ହୋଇ ରହିବ ।

ବନ୍ଧୁଗଣ,

ସୁବ୍ରମଣ୍ୟ ଭାରତୀଙ୍କଠାରୁ ଏବେକାର ଆମ ଯୁବ ସମାଜ ଯଥେଷ୍ଟ କିଛି ଶିଖିବାର ଅଛି । ସେଥିମଧ୍ୟରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ସାହସୀ ହେବା । ସୁବ୍ରମଣ୍ୟ ଭାରତୀ ଭୟ କ’ଣ ଜାଣି ନ ଥିଲେ । ସେ ଲେଖିଯାଇଛନ୍ତି

அச்சமில்லை அச்சமில்லை அச்சமென்பதில்லையே

இச்சகத்து ளோரெலாம் எதிர்த்து நின்ற போதினும்,

அச்சமில்லை அச்சமில்லை அச்சமென்பதில்லையே

ଏହାର ଅର୍ଥ ମୋର ଭୟ ନାହିଁ, ଭୟ ନାହିଁ । ସମଗ୍ର ଦୁନିଆ ବିରୋଧ କଲେ ବି ମୁଁ ତାହାକୁ ଭ୍ରୂକ୍ଷେପ କରେ ନାହିଁ । ଯୁବ ଭାରତରେ ମୁଁ ଏବେ ଏହି ଚେତନା ଓ ଉତ୍ସାହ ଦେଖୁଛି । ନବସୃଜନ ଓ ଉତ୍କର୍ଷର ଅଗ୍ରଭାଗରେ ଯେତେବେଳେ ଏହି ଯୁବକମାନେ ରହୁଛନ୍ତି ସେତେବେଳେ ସେମାନଙ୍କଠାରେ ମୁଁ ଏହି ଉତ୍ସାହ ଓ ମନୋଭାବ ଦେଖିବାକୁ ପାଉଛି । ଭାରତର ଷ୍ଟାର୍ଟଅପ୍‌ କ୍ଷେତ୍ର ନିର୍ଭୀକ ଯୁବକମାନଙ୍କ ଦ୍ୱାରା ପୂର୍ଣ୍ଣ ହୋଇଛି । ସେମାନେ ମାନବ ସମାଜକୁ ନୂଆ କିଛି ଦେଉଛନ୍ତି । ‘କରିପାରିବି’ ଭଳି ଆତ୍ମବିଶ୍ୱାସ ଓ ଉତ୍ସାହ ହିଁ ଆମ ଦେଶ ଓ ବିଶ୍ୱ ପାଇଁ ଚମକ୍ରାରିତା ଆଣିପାରିବ ।

ବନ୍ଧୁଗଣ,

ଭାରତୀୟାର ପ୍ରାଚୀନ ଓ ଆଧୁନିକତା ମଧ୍ୟରେ ଏକ ସୁସ୍ଥ ସମ୍ମିଶ୍ରଣରେ ବିଶ୍ୱାସ କରୁଥିଲେ । ନିଜର ମୂଳ ସହିତ ସଂଯୁକ୍ତ ହୋଇ ଭବିଷ୍ୟତ ଉପରେ ଦୃଷ୍ଟିପାତ କରିବା ନୀତିରେ ସେ ବିଶ୍ୱାସ କରୁଥିଲେ । ସେ ନିଜର ମାତୃଭାଷା ତାମିଲ ଓ ମାତୃଭୂମି ଭାରତକୁ ନିଜର ଦୁଇ ଚକ୍ଷୁଭାବେ ପରିଗଣିତ କରୁଥିଲେ । ଭାରତୀ ପ୍ରାଚୀନ ଭାରତର ମହାନତାର ସଂଗୀତ ଗାନ କରୁଥିଲେ । ସେଥିରେ ବେଦ ଉପନିଷଦ, ଆମର ସଂସ୍କୃତି, ପରମ୍ପରା ଓ ଆମର ଗୌରବମୟ ଅତୀତର ମହାନତା ଯଥାର୍ଥଭାବେ ସ୍ଥାନ ପାଇଥିଲା । ଏହା ସତ୍ତ୍ୱେ ସେ ମଧ୍ୟ ଏକ ସଂଗରେ ଆମକୁ କେବଳ ଅତୀତର ଗୌରବକୁ ନେଇ ବଞ୍ଚିବା ବିରୋଧରେ ସତର୍କ କରାଇ ଦେଇଥିଲେ । ତାଙ୍କ ମତରେ ଅତୀତର ଗୌରବକୁ ନେଇ କେବଳ ବଞ୍ଚିହେବ ନାହିଁ । ବର୍ତ୍ତମାନକୁ ମଧ୍ୟ ଗୌରବାଜ୍ଜ୍ୱଳ କରିବାକୁ ପଡିବ । ମହାକବିଙ୍କ ଏହି ଆଦର୍ଶ ଅନୁସାରେ ଆମକୁ ବିଜ୍ଞାନଭିତ୍ତିକ ବିଚାର ବଢାଇବାକୁ ପଡିବ ଏବଂ ଅନୁସନ୍ଧିତ୍ସାର ଭାବନା ନେଇ ଆଗକୁ ମାଡି ଚାଲିବାକୁ ହେବ ।

ମହାକବି ଭାରତୀୟାର ବିକାଶର ଯେଉଁ ସଂଜ୍ଞା ନିରୂପଣ କରିଥିଲେ ତାହାର କେନ୍ଦ୍ରରେ ଥିଲେ ମହିଳା । ନାରୀ ସ୍ୱାଧୀନତା ଏବଂ ସେମାନଙ୍କର ସଶକ୍ତୀକରଣ ତାଙ୍କର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ଥିଲା । ମହାକବି ଲେଖିଥିଲେ ଯେ ମହିଳାମାନେ ଲୋକଙ୍କୁ ମୁହାଁମୁହିଁ ଦେଖିବା ସହିତ ନିଜର ମୁଣ୍ଡକୁ ଉଚ୍ଚାକରି କାମ କରିବା ଉଚିତ । ମହାକବିଙ୍କ ଏହି ଲକ୍ଷ୍ୟରେ ଅନୁପ୍ରାଣିତ ହୋଇ ସରକାର ଏବେ ମହିଳାଙ୍କ ସଶକ୍ତୀକରଣ ପାଇଁ ବିଭିନ୍ନ କାର୍ଯ୍ୟ କରୁଛନ୍ତି । ସରକାରଙ୍କ ବିଭିନ୍ନ କାର୍ଯ୍ୟ ପରିସର ମଧ୍ୟରେ ମହିଳାଙ୍କ ମର୍ଯ୍ୟାଦାକୁ ଗୁରୁତ୍ୱ ଦିଆଯାଇଛି । ଏବେ 15 କୋଟିରୁ ଅଧିକ ମହିଳା ଉଦ୍ୟୋଗୀଙ୍କୁ ମୁଦ୍ରା ଯୋଜନାରେ ଅର୍ଥ ଯୋଗାଇ ଦିଆଯାଇଛି । ଆଜି ମହିଳାମାନେ ଆମ ସଶସ୍ତ୍ର ବାହିନୀରେ ସ୍ଥାୟୀ କମିଶନ (ସ୍ଥାୟୀ ନିଯୁକ୍ତି) ପାଇଛନ୍ତି ।  ଆଜି ଦରିଦ୍ରରୁ ଦରିଦ୍ରତମ 10 କୋଟିରୁ ଅଧିକ ମହିଳା ଯେଉଁମାନେ ଏକଦା ନିରାପଦ ଶୌଚ ସୁବିଧା ପାଉ ନ ଥିଲେ, ଏବେ ସ୍ୱାସ୍ଥ୍ୟକର ଶୌଚାଳୟ ବ୍ୟବହାର କରୁଛନ୍ତି । ସେମାନଙ୍କୁ ଆଉ ଶୌଚ ପାଇଁ ପୂର୍ବଭଳି ଅସୁବିଧା ସମ୍ମୁଖୀନ ହେବାକୁ ପଡୁନାହିଁ । ସେ କହିଛନ୍ତି ଯେ ‘ଏହା ନୂଆ ଭାରତର ନାରୀ ଶକ୍ତିର ଯୁଗ ।’ ସେମାନେ ପ୍ରତିବନ୍ଧକକୁ ଦୂର କରି ବିଭିନ୍ନ କ୍ଷେତ୍ରରେ ନିଜର ପ୍ରଭାବ ଓ ପ୍ରତିଷ୍ଠା ପ୍ରଦର୍ଶନ କରୁଛନ୍ତି । ଏହା ସୁବ୍ରମଣ୍ୟ ଭାରତୀଙ୍କୁ ନୂଆ ଭାରତର ଶ୍ରଦ୍ଧାଞ୍ଜଳି ।’

ବନ୍ଧୁଗଣ,

ମହାକବି ଭାରତୀୟାର ଭଲଭାବେ ବୁଝିଥିଲେ ଯେ ଏକ ବିଭାଜିତ ସମାଜ ସଫଳତା ହାସଲ କରିପାରିବ ନାହିଁ । ଏହାଛଡା ସେ ମଧ୍ୟ ସେହି ସମୟରେ ରାଜନୈତିକ ସ୍ୱାଧୀନତାର ଶୂନ୍ୟତା ସଂପର୍କରେ ଲେଖିଥିଲେ । ଏହି ଶୂନ୍ୟତା ଯୋଗୁଁ ସାମାଜିକ ବୈଷମ୍ୟ ଓ ସାମାଜିକ କୁସଂସ୍କାରର ମୁକାବିଲା କରିବା ସହଜ ନ ଥିଲା । ସେ କହିଥିଲେ ଏବଂ ଏ ସଂପର୍କରେ ତାଙ୍କ ଲେଖା ଏଠାରେ ଉଦ୍ଧାର କରୁଛି । 

இனியொரு விதி செய்வோம் – அதை

எந்த நாளும் காப்போம்

தனியொரு வனுக்குணவிலை யெனில்

ஜகத்தினை யழித்திடுவோம்

ଏହାର ଅର୍ଥ ଆମେ ଏବେ ଏକ ନିୟମ ତିଆରି କରି ଯଦି ଏହାକୁ କାର୍ଯ୍ୟକାରୀ କରିବା ସେଥିରେ ଯଦି କୌଣସି ଲୋକ  ଅନାହାରର ସମ୍ମୁଖୀନ ହୁଏ, ସେଥିପାଇଁ ସମଗ୍ର ପୃଥିବୀକୁ ଯନ୍ତ୍ରଣାସିକ୍ତଭାବେ ପ୍ରାୟଶ୍ଚିତ କରିବାକୁ ପଡିବ ।

ମହାକବିଙ୍କ ଦର୍ଶନ ଓ ଆଦର୍ଶ ଆମକୁ ଏକାଠି ରହି ପ୍ରତ୍ୟେକ ବ୍ୟକ୍ତିକୁ ସଶକ୍ତ କରିବା, ବିଶେଷକରି ଗରିବ ଓ ବଞ୍ଚିତମାନଙ୍କୁ ସବଳ କରିବା ଦିଗରେ ଅଙ୍ଗୀକୃତ ହେବାକୁ ଏକ ଦୃଢ ଚେତାବନୀ ।

ଭାରତୀଙ୍କଠାରୁ ଆମ ଯୁବ ସମାଜ ଯଥେଷ୍ଟ କିଛି ଶିଖିବାର ସୁଯୋଗ ରହିଛି । ଦେଶର ସବୁ ନାଗରିକ ତାଙ୍କର ଲେଖା ପାଠକରି ଅନୁପ୍ରାଣିତ ହେବା ଉଚିତ । ଭାରତୀୟାରଙ୍କ ବାଣୀର ପ୍ରଚାର ପାଇଁ ବନବିଲ୍‌ ସାଂସ୍କୃତିକ କେନ୍ଦ୍ର ଉଲ୍ଲେଖନୀୟ କାର୍ଯ୍ୟ କରୁଛି । ଏହାର ଭୂମିକା ପ୍ରଶଂସନୀୟ । ଏଭଳି ଆୟୋଜନ ଓ ଉତ୍ସବ ମାଧ୍ୟମରେ ସଫଳ ବିଚାର ଆଲୋଚନା କରାଯାଇ ଭାରତକୁ ନୂଆ ଭବିଷ୍ୟତ ଆଡକୁ ଆଗେଇ ନେବାରେ ଉଚିତ ମାର୍ଗ ବାହାରିବ ବୋଲି ମୁଁ ଆଶା ପ୍ରକାଶ କରୁଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore

Media Coverage

Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 3, 2026
April 03, 2026

India’s Sweet, Fast & High-Tech Revolution: FY26 Milestones That Signal Viksit Bharat Has Arrived