ସ୍ମାରକୀ ଟିକେଟ ଉନ୍ମୋଚିତ
“ବେଙ୍ଗାଲୁରୁର ଆକାଶ ନବ ଭାରତର ସାମର୍ଥ୍ୟର ପ୍ରମାଣ । ଏହି ନୂତନ ଶିଖର ଭାରତର ବାସ୍ତବତା”
“କର୍ଣ୍ଣାଟକର ଯୁବବର୍ଗ ନିଜର ବୈଷୟିକ ବିଶେଷଜ୍ଞତା ଜରିଆରେ ପ୍ରତିରକ୍ଷା କ୍ଷେତ୍ରକୁ ମଜବୁତ କରିବା ଉଚିତ”
“ଯେତେବେଳେ ଦେଶ ନୂତନ ଭାବନା ଓ ଆଭିମୁଖ୍ୟ ନେଇ ଅଗ୍ରସର ହୁଏ , ଏହାର ସମସ୍ତ ବ୍ୟବସ୍ଥା ମଧ୍ୟ ନୂତନ ଭାବନା ଅନୁସାରେ ପରିବର୍ତ୍ତିତ ହେଉଥାଏ”
“ଆଜି ଏରୋ ଇଣ୍ଡିଆ କେବଳ ଏକ ପ୍ରଦର୍ଶନ ନୁହଁ, ଏହା କେବଳ ପ୍ରତିରକ୍ଷା ଶିଳ୍ପର ପରିସରକୁ ଦେଖାଉନାହିଁ, ବରଂ ଭାରତର ଆତ୍ମବିଶ୍ୱାସକୁ ପ୍ରଦର୍ଶିତ କରୁଛି”
“ଏକବିଂଶ ଶତାବ୍ଦୀରେ ନୂତନ ଭାରତ କୌଣସି ସୁଯୋଗ ହାତଛଡା କରିବ ନାହିଁ କି ନିଜର ଉଦ୍ୟମରେ କୋହଳ ମନୋଭାବ ରଖିବ ନାହିଁ”
“ଭାରତ ବିଶ୍ୱର ବୃହତ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକାରୀ ଦେଶଗୁଡିକ ମଧ୍ୟରେ ସାମିଲ ହେବାକୁ ଦ୍ରୁତ ପଦକ୍ଷେପ ନେବ ଓ ଆମର ଘରୋଇ କ୍ଷେତ୍ର ଓ ନିବେଶକ ଏଥିରେ ବିରାଟ ଭୂମିକା ଗ୍ରହଣ କରିବେ”
“ଆଜିର ଭାରତ ଭବିଷ୍ୟତ ପାଇଁ ଶୀଘ୍ର ଚିନ୍ତାକରେ ଓ ଆଶୁ ନିଷ୍ପତ୍ତି ନେଇଥାଏ”
“ଏରୋ ଇଣ୍ଡିଆର ପ୍ରତିଧ୍ୱନି ଓ ଗର୍ଜନ ଭାରତର ସଂସ୍କାର, କାର୍ଯ୍ୟ ଓ ପରିବର୍ତ୍ତନର ବାର୍ତ୍ତାପ୍ରଦାନ କରିଥାଏ”

ଆଜିର ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଉପସ୍ଥିତ କର୍ଣ୍ଣାଟକର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜୀ, ମନ୍ତ୍ରୀମଣ୍ଡଳରେ ମୋର ଅନ୍ୟ ସଦସ୍ୟଗଣ, ଦେଶ ବିଦେଶରୁ ଆସିଥିବା ପ୍ରତିରକ୍ଷା ମନ୍ତ୍ରୀଗଣ, ଶିଳ୍ପ କ୍ଷେତ୍ରର ସମ୍ମାନିତ ପ୍ରତିନିଧିଗଣ, ଅନ୍ୟ ମହାନୁଭବ, ଭାଇ ଓ ଭଉଣୀମାନେ!
ମୁଁ ଏରୋ ଇଣ୍ଡିଆର ରୋମାଂଚକର ମୁହୂର୍ତର ସାକ୍ଷୀ ପାଲଟିଥିବା ସମସ୍ତ ସହକର୍ମୀଙ୍କୁ ଅଭିନନ୍ଦନ ଜଣାଉଛି । ବେଙ୍ଗାଲୁରୁର ଆକାଶ  ଆଜି ନବ ଭାରତର ସାମର୍ଥ୍ୟର ସାକ୍ଷୀ ପାଲଟୁଛି । ବେଙ୍ଗାଲୁରୁର ଆକାଶ ଆଜି ଏହି କଥାର ପ୍ରମାଣ ଦେଉଛି ଯେ ନୂତନ ଉଚ୍ଚତା ହେଉଛି ନୂତନ ଭାରତର ବାସ୍ତବତା । ଆଜି ଦେଶ ନୂତନ ଶିଖରକୁ ମଧ୍ୟ ସ୍ପର୍ଶ କରୁଛି ଏବଂ ଏହାକୁ ଅତିକ୍ରମ ମଧ୍ୟ କରୁଛି ।
ବନ୍ଧୁଗଣ,
ଏରୋ ଇଣ୍ଡିଆର ଏହି ଆୟୋଜନ, ଭାରତର କ୍ରମବର୍ଦ୍ଧିଷ୍ଣୁ ସାମର୍ଥ୍ୟର ଏକ ଉଦାହରଣ ଅଟେ । ଏଥିରେ ବିଶ୍ୱର ପ୍ରାୟ ଶହେ ଦେଶର ଉପସ୍ଥିତି ଦର୍ଶାଉଛି ଯେ ଭାରତ ଉପରେ ସମଗ୍ର ବିଶ୍ୱର ବିଶ୍ୱସନିୟତା କେତେ ବୃଦ୍ଧି ପାଇଛି । ଦେଶ ବିଦେଶର ୭୦୦ରୁ ଅଧିକ ପ୍ରଦର୍ଶନକାରୀ ଏଥିରେ ଅଂଶଗ୍ରହଣ କରିଛନ୍ତି । ଏହା ବର୍ତମାନ ପର୍ଯ୍ୟନ୍ତ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗି ଦେଇଛି । ଏଥିରେ ଭାରତୀୟ ଏମଏସଏମଇମାନ ମଧ୍ୟ ରହିଛି, ସ୍ୱଦେଶୀ ଷ୍ଟାର୍ଟ ଅପ୍‌ଗୁଡିକ ମଧ୍ୟ ରହିଛି, ଏବଂ ବିଶ୍ୱର ଜଣାଶୁଣା କମ୍ପାନିସବୁ ମଧ୍ୟ ଉପସ୍ଥିତ ଅଛନ୍ତି । ଅର୍ଥାତ୍‌, ଏରୋ ଇଣ୍ଡିଆର ବିଷୟବସ୍ତୁ “ଦ ରନ ୱେ ଟୁ ଏ ବିଲିଅନ୍ ଅପରଚୁନିଟିଜ୍‌” ଭୂମିରୁ ନେଇ ଆକାଶ ପର୍ଯ୍ୟନ୍ତ, ସବୁ ଆଡେ ଦୃଶ୍ୟମାନ ହେଉଛି । ମୋର ଆଶା ଯେ “ଆତ୍ମନିର୍ଭର ହେଉଥିବା ଭାରତର” ଏହି ଶକ୍ତି ଏହିଭଳି ଭାବରେ ହିଁ ବୃଦ୍ଧି ପାଇ ଚାଲୁ ।
ବନ୍ଧୁଗଣ,
ଏଠାରେ ଏରୋ ଇଣ୍ଡିଆ ସହିତ ହିଁ “ପ୍ରତିରକ୍ଷା ମନ୍ତ୍ରୀମାନଙ୍କର ସମ୍ମିଳନୀ” ଏବଂ “ସିଇଓମାନଙ୍କର ରାଉଣ୍ଡ ଟେବୁଲ”ର ମଧ୍ୟ ଆୟୋଜନ କରାଯାଇଛି । ବିଶ୍ୱର ବିଭିନ୍ନ ଦେଶର ସହଭାଗିତା, ସିଇଓମାନଙ୍କର ଏଭଳି ସକ୍ରିୟ ଭାଗିଦାରୀ, ଏରୋ ଇଣ୍ଡିଆର ବୈଶ୍ୱିକ ସାମର୍ଥ୍ୟକୁ ଆହୁରି ଆଗକୁ ବଢାଇ ନେବାରେ ସାହାଯ୍ୟ କରିବ । ଏହା ମିତ୍ର ରାଷ୍ଟ୍ରମାନଙ୍କ ସହିତ ଭାରତର ବିଶ୍ୱସନୀୟ ସହଭାଗିତାକୁ ଆଗକୁ ବଢାଇବାର ଏକ ମାଧ୍ୟମ ମଧ୍ୟ ପାଲଟିବ । ମୁଁ ଏହି ସବୁ ପଦକ୍ଷେପ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଶିଳ୍ପ କ୍ଷେତ୍ରର ବନ୍ଧୁମାନଙ୍କୁ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ,
ଏରୋ ଇଣ୍ଡିଆ ଆଉ ଏକ କାରଣ ପାଇଁ ବେଶ ସ୍ୱତନ୍ତ୍ର । ଏହା କର୍ଣ୍ଣାଟକ ଭଳି  ଭାରତର ପ୍ରଯୁକ୍ତି ଏବଂ ପ୍ରଯୁକ୍ତି ଦୁନିଆରେ ଯାହାର ଆଧିପତ୍ୟ ରହିଛି,  ଆଗୁଆ ଅଟେ, ଏହିଭଳି ଏକ ରାଜ୍ୟରେ ଏହା ଆୟୋଜିତ ହେଉଛି । ଏହାଦ୍ୱାରା ଏରୋ ସ୍ପେଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ । ଏହା ମାଧ୍ୟମରେ କର୍ଣ୍ଣାଟକର ଯୁବପିଢୀ ପାଇଁ ନୂତନ ସମ୍ଭାବନା ଉନ୍ମୁକ୍ତ ହେବ । ମୁଁ କର୍ଣ୍ଣାଟକର ଯୁବକମାନଙ୍କୁ ମଧ୍ୟ ଆହ୍ୱାନ କରୁଛି, ପ୍ରଯୁକ୍ତି କ୍ଷେତ୍ରରେ ଆପଣମାନଙ୍କୁ ଯେଉଁ ନିପୁଣତା ହାସଲ ହୋଇଛି, ସେସବୁକୁ ପ୍ରତିରକ୍ଷା କ୍ଷେତ୍ରରେ ଦେଶର ସାମର୍ଥ୍ୟ ଭାବେ ପ୍ରସ୍ତୁତ କରନ୍ତୁ । ଆପଣମାନେ ଏହିସବୁ ସୁଯୋଗ ସହିତ ଅଧିକରୁ ଅଧିକ ଯୋଡି ହେବେ, ତ ପ୍ରତିରକ୍ଷା କ୍ଷେତ୍ରରେ ନବସୃଜନର ପଥ ଉନ୍ମୁକ୍ତ ହେବ ।

ବନ୍ଧୁଗଣ,
ଯେତେବେଳେ କୌଣସି ଦେଶ, ନୂତନ ଚିନ୍ତାଧାରା, ନୂତନ ଆଭିମୁଖ୍ୟ ସହ ଆଗକୁ ବଢିଥାଏ, ସେତେବେଳେ ତାର ବ୍ୟବସ୍ଥାଗୁଡିକ ମଧ୍ୟ ନୂତନ ଚିନ୍ତାଧାରା ସହ ନିଜକୁ ଢଳାଇ ନିଅନ୍ତି । ଏରୋ ଇଣ୍ଡିଆର ଏହି ଆୟୋଜନ, ଆଜି ନବ ଭାରତର ନୂଆ ଆଭିମୁଖ୍ୟକୁ ମଧ୍ୟ ପ୍ରତିଫଳିତ କରୁଛି । ଗୋଟିଏ ସମୟ ଥିଲା, ଯେତେବେଳେ ଏହାକୁ କେବଳ ଏକ ଶୋ କିମ୍ବା ଏକ ପ୍ରକାର କହିବାକୁ ଗଲେ “ସେଲ ଟୁ ଇଣ୍ଡିଆ”ର ଏକ ବାତାୟନ ଭାବରେ ବିବେଚନା କରାଯାଉଥିଲା । ବିଗତ ବର୍ଷମାନଙ୍କରେ ଦେଶ ଏହି ଧାରଣାକୁ ମଧ୍ୟ ବଦଳାଇ ଦେଇଛି । ଆଜି ଏରୋ ଇଣ୍ଡିଆ କେବଳ ଏକ ଶୋ ନୁହେଁ, ଏହା ଭାରତର ଶକ୍ତି ମଧ୍ୟ । ଆଜି ଏହା ଭାରତୀୟ ପ୍ରତିରକ୍ଷା ଶିଳ୍ପର ପରିସର ଉପରେ ମଧ୍ୟ ଧ୍ୟାନକେନ୍ଦ୍ରିତ କରୁଛି ଏବଂ ଆତ୍ମବିଶ୍ୱାସକୁ ମଧ୍ୟ ଗୁରୁତ୍ୱ ଦେଉଛି । ଏଭଳି ହେବାର କାରଣ ହେଉଛି, ଆଜି ବିଶ୍ୱର ପ୍ରତିରକ୍ଷା କମ୍ପାନିଗୁଡିକ ପାଇଁ ଭାରତ କେବଳ ମାତ୍ର ଏକ ବଜାର  ନୁହେଁ । ଭାରତ ଆଜି ଏକ ସମ୍ଭାବ୍ୟ ପ୍ରତିରକ୍ଷା ଅଂଶୀଦାର ମଧ୍ୟ ଅଟେ । ଏହି ଭାଗିଦାରୀ ସେହିସବୁ ଦେଶଗୁଡିକ ସହ ମଧ୍ୟ ରହିଛି ଯେଉଁଗୁଡିକ ପ୍ରତିରକ୍ଷା କ୍ଷେତ୍ରରେ ଖୁବ ଆଗରେ ଅଛନ୍ତି । ଯେଉଁ ରାଷ୍ଟ୍ରଗୁଡିକ ସେମାନଙ୍କ ପ୍ରତିରକ୍ଷା ଆବଶ୍ୟକତାଗୁଡିକ ପାଇଁ ଏକ ନିର୍ଭରଯୋଗ୍ୟ ମିତ୍ର ଖୋଜୁଛନ୍ତି, ଭାରତ ସେମାନଙ୍କ ପାଇଁ ମଧ୍ୟ ଆଜି ଏକ ଉତମ ଅଂଶୀଦାର ଭାବେ ଉଭା ହେଉଛି । ଆମର ବୈଷୟିକ ଜ୍ଞାନ ସେହି ରାଷ୍ଟ୍ରଗୁଡିକ ପାଇଁ ବ୍ୟୟସାପେକ୍ଷ ବି ଅଟେ ଏବଂ ବିଶ୍ୱସନୀୟ ମଧ୍ୟ ଅଟେ । ଆମର ଏଠାରେ “ଶ୍ରେଷ୍ଠ ନବସୃଜନ” ମଧ୍ୟ ଉପଲବଧ ହେବ ଏବଂ “ସଚ୍ଚୋଟ ଉଦ୍ଦେଶ୍ୟ”ମଧ୍ୟ ଆପଣମାନଙ୍କ ସମ୍ମୁଖରେ ମହଜୁଦ ରହିଛି ।
ବନ୍ଧୁଗଣ,
ଆମର ଏଠି କୁହାଯାଏ – “ପ୍ରତ୍ୟକ୍ଷମ କିମ ପ୍ରମାଣମ” । ଅର୍ଥାତ୍‌, ପ୍ରତ୍ୟକ୍ଷକୁ ପ୍ରମାଣ ଆବଶ୍ୟକତା ହୁଏ ନାହିଁ । ଆମର ବିଭିନ୍ନ ସଫଳତା ଆଜି ଭାରତର ସମ୍ଭାବନାର, ଭାରତର ସାମର୍ଥ୍ୟର ପ୍ରମାଣ ଦେଉଛି । ଆଜି ଆକାଶରେ ଗର୍ଜନ କରି ଲଢୁଆ ବିମାନ ତେଜସ୍ ‘ମେକ ଇନ୍ ଇଣ୍ଡିଆ’ର ସମାର୍ଥ୍ୟର ପ୍ରମାଣ ଅଟେ । ଆଜି ଭାରତ ମହାସାଗରରେ  ମୁତୟନ ଥିବା ବିମାନବାହୀ ଜାହାଜ ଆଇଏନଏସ ବିକ୍ରାନ୍ତ ‘ମେକ ଇନ୍ ଇଣ୍ଡିଆର’ ବିସ୍ତାରର ପ୍ରମାଣ ଅଟେ । ଗୁଜରାଟର ବଦୋଦରାରେ ସି- ୨୯୬ର ନିର୍ମାଣ ସୁବିଧା ହେଉ ଅବା ତୁମକୁରୁରେ ହାଲର ହେଲିକପ୍ଟର ନିର୍ମାଣ କେନ୍ଦ୍ର ହେଉ, ଏ ସବୁ ଆତ୍ମନିର୍ଭର ଭାରତର ବଢି ଚାଲିଥିବା ସାମର୍ଥ୍ୟ ଅଟେ, ଯେଉଁଥିରେ ଭାରତ ସହିତ ସମଗ୍ର ବିଶ୍ୱ ପାଇଁ ନୂଆ ନୂଆ ବିକଳ୍ପ ଏବଂ ଅଧିକ ମହତ୍ୱପୂର୍ଣ୍ଣ ସୁଯୋଗ ଯୋଡି ହୋଇ ରହିଛି ।
ବନ୍ଧୁଗଣ,
ଏକବିଂଶ ଶତାଦ୍ଦୀର ନବ ଭାରତ, ଏବେ ନାଁ କୌଣସି ସୁଯୋଗ ହାତଛଡା କରିବ, ନାଁ ନିଜର ପରିଶ୍ରମରେ କୌଣସି ଅଭାବ ରଖିବ । ଆମେ ପ୍ରସ୍ତୁତ ହୋଇ ସାରିଛୁ । ଆମେ ସଂସ୍କାରର ରାସ୍ତାରେ ପ୍ରତ୍ୟେକ କ୍ଷେତ୍ରରେ ବିପ୍ଳବ ଆଣୁଛୁ । ଯେଉଁ ଦେଶ ଦଶନ୍ଧି ଦଶନ୍ଧି ଧରି ସବୁଠାରୁ ବଡ ପ୍ରତିରକ୍ଷା ସାମଗ୍ରୀ ଆମଦାନିକାରୀ ଥିଲା ତାହା ଏବେ ବିଶ୍ୱର ୭୫ ଦେଶକୁ ପ୍ରତିରକ୍ଷା ସମାଗ୍ରୀ ରପ୍ତାନି କରୁଛି । ଗତ ୫ ବର୍ଷ ମଧ୍ୟରେ ଦେଶର ପ୍ରତିରକ୍ଷା ଉତ୍ପାଦନ ୬ ଗୁଣ ବୃଦ୍ଧି ପାଇଛି । ୨୦୨୧-୨୨ରେ ଏପର୍ଯ୍ୟନ୍ତ  ରହିଆସିଥିବା ରେକର୍ଡ ମୂଲ୍ୟର ୧.୫ ବିଲିଅନ ଡଲାରରୁ ଅଧିକ ରପ୍ତାନୀ ଅଙ୍କକୁ ମଧ୍ୟ ଆମେ ଅତିକ୍ରମ କରିନେଇଛୁ ।

ବନ୍ଧୁଗଣ,
ଆପଣମାନେ ମଧ୍ୟ ଜାଣନ୍ତି ପ୍ରତିରକ୍ଷା ଏଭଳି ଏକ କ୍ଷେତ୍ର ଅଟେ, ଯାହାର ଜ୍ଞାନକୌଶଳକୁ, ଯାହାର ବଜାରକୁ ଏବଂ ଯାହାର ବ୍ୟବସାୟକୁ ସବୁଠାରୁ ଜଟିଳ ବିବେଚନା କରାଯାଇଥାଏ । ଏହା ସତ୍ୱେ, ଭାରତ ଗତ ୮ – ୯ ବର୍ଷ ମଧ୍ୟରେ ନିଜର ପ୍ରତିରକ୍ଷା କ୍ଷେତ୍ରକୁ ରୁପାନ୍ତରିତ କରିପାରିଛି । ଏଥିପାଇଁ, ଆମେ ଏବେ ଏହାକୁ କେବଳ ମାତ୍ର ଆରମ୍ଭ ବୋଲି ବିବେଚନା କରୁଛୁ । ଆମର ଲକ୍ଷ୍ୟ ହେଉଛି ଯେ ୨୦୨୪-୨୫ ମଧ୍ୟରେ ଆମେ ରପ୍ତାନୀର ଏହି ଅଙ୍କକୁ ଦେଢ ବିଲିଅନରୁ ବଢାଇ ୫ ବିଲିଅନ୍ ଡଲାର ପର୍ଯ୍ୟନ୍ତ ପହଂଚାଇବା । ଏହି ସମୟ ମଧ୍ୟରେ କରାଯାଇଥିବା ପ୍ରୟାସ ଭାରତ ପାଇଁ ଏକ ଲଂଚ ପ୍ୟାଡ ଭଳି କାର୍ଯ୍ୟ କରିବ । ଏବେ ଏହିଠାରୁ ଭାରତ ବିଶ୍ୱର ସବୁଠାରୁ ବୃହତ ପ୍ରତିରକ୍ଷା ନିର୍ମାଣକାରୀ ରାଷ୍ଟ୍ରରେ ସାମିଲ ହେବା ପାଇଁ ଦୃତ ଗତିରେ ପାଦ ବଢାଇବ ଏବଂ ଏଥିରେ ଆମର ଘରୋଇ କ୍ଷେତ୍ର ଏବଂ ନିବେଶକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଆଜି ମୁଁ ଭାରତର ଘରୋଇ କ୍ଷେତ୍ରକୁ ଆହ୍ୱାନ କରିବି ଯେ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜିିନିବେଶ କରନ୍ତୁ । ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆପଣମାନଙ୍କର ପ୍ରତିଟି ନିବେଶ ଭାରତ ବ୍ୟତୀତ ବିଶ୍ୱର ଅନେକ ଦେଶରେ ଆପଣମାନଙ୍କ ବ୍ୟବସାୟ ବାଣିଜ୍ୟର ନୂଆ ମାର୍ଗ ଖୋଲିବ । ଅନେକ ନୂତନ ସମ୍ଭାବନା, ନୂଆ ନୂଆ ସୁଯୋଗ ଆପଣମାନଙ୍କ ସାମନାରେ । ଭାରତର ଘରୋଇ କ୍ଷେତ୍ରକୁ ଏହି ସମୟକୁ ହାତଛଡା କରିବା ଉଚିତ୍ ନୁହେଁ ।
ବନ୍ଧୁଗଣ,
ଅମୃତ କାଳର ଭାରତ ଏକ ଲଢୁଆ ପାଇଲଟ ଭଳି ଆଗକୁ ମାଡି ଚାଲିଛି । ଏଭଳି ଏକ ଦେଶ ଯାହାକୁ ନୂଆ ନୂଆ ଶିଖର ଛୁଇଁବାକୁ ଭୟ ହୁଏ ନାହିଁ । ଯାହା ସବୁଠାରୁ ଉଚ୍ଚ ଉଡାଣ ପାଇଁ ଉଦଗ୍ରୀବ । ଆଜିର ଭାରତ କ୍ଷୀପ୍ର ଗତିରେ ଚିନ୍ତା କରୁଛି ଏବଂ ଅନେକ ଆଗକୁ ଚିନ୍ତା କରୁଛି ଏବଂ ତୁରନ୍ତ ନିଷ୍ପତି ନେଉଛି, ଠିକ ସେହିପରି ଯେପରି ଆକାଶରେ ଉଡୁଥିବା ଏକ ଲଢୁଆ ପାଇଲଟ ଉଡାଣ ଭରେ । ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତର ଗତି ଯେତେ ବି କ୍ଷୀପ୍ର ହେଉ, ସେ କେତେ ଅଧିକ ଉଚ୍ଚତାରେ ରହୁ ନା କାହିଁକି, ସେ ସବୁବେଳେ ନିଜର ମୂଳ ସହିତ ଯୋଡି ହୋଇ ରହିଥାଏ, ତା ପାଖରେ ସବୁବେଳେ ଧରାତଳର ପରିସ୍ଥିତିର ସୂଚନା ରହିଥାଏ । ଏହା ହିଁ ତ ଆମର ପାଇଲଟମାନେ କରିଥାଆନ୍ତି ।
ଏରୋ ଇଣ୍ଡିଆର ଗଗନଭେଦୀ ଗର୍ଜନ ଭିତରେ ଭାରତର ସଂସ୍କାର, ପ୍ରଦର୍ଶନ ଓ ରୂପାନ୍ତରଣର ଶଦ୍ଦ ମଧ୍ୟ ଗୁଞ୍ଜରିତ । ଆଜି ଭାରତରେ ଯେଭଳି ନିର୍ଣ୍ଣାୟକ ସରକାର ଅଛନ୍ତି, ଯେଭଳି ସ୍ଥାୟୀ ନୀତିସବୁ ରହିଛି, ନୀତିଗୁଡିକରେ ଯେଭଳି ସ୍ପଷ୍ଟ ଉଦ୍ଦେଶ୍ୟ ରହିଛି ତାହା ଅଦ୍ଭୁତପୂର୍ବ ଅଟେ । ପ୍ରତ୍ୟେକ ନିବେଶକକୁ ଭାରତରେ ଉପଲବଧ ଏହି ସହାୟକ ପରିବେଶର ବେଶ ଲାଭ ଉଠାଇବା ଦରକାର । ଆପଣମାନେ ମଧ୍ୟ ଦେଖୁଛନ୍ତି ଯେ ସହଜରେ ବ୍ୟବସାୟ ପାଇଁ ଭାରତରେ ଅଣାଯାଇଥିବା ସଂସ୍କାରସବୁର ଚର୍ଚ୍ଚା ଆଜି ସମଗ୍ର ବିଶ୍ୱରେ ଚାଲିଛି । ଆମେ ବିଶ୍ୱସ୍ତରର ନିବେଶ ଏବଂ ଭାରତୀୟ ନବସୃଜନ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛୁ । ଭାରତରେ ପ୍ରତିରକ୍ଷା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ନିୟମକୁ ସରଳ କରାଯାଇଛି । ଏବେ ଅନେକ କ୍ଷେତ୍ରରେ ଏଫଡିଆଇକୁ ସ୍ୱୟଂଚାଳିତ ମାର୍ଗରେ ମଞ୍ଜୁରି ମିଳୁଛି । ଆମେ ଉଦ୍ୟୋଗଗୁଡିକୁ ଲାଇସେନସ ଦେବାର ପ୍ରକ୍ରିୟାକୁ ସରଳ କରିଛୁ, ତାହାର ବୈଧତା ବୃଦ୍ଧି କରିଛୁ, ଯାହାଫଳରେ ସେମାନଙ୍କୁ ଗୋଟିଏ ପ୍ରକ୍ରିୟାକୁ ବାରମ୍ବାର ଦୋହରାଇବାକୁ ପଡିବ ନାହିଁ । ଏବେ ୧୦- ୧୨ ଦିନ ପୂର୍ବରୁ ଭାରତର ଯେଉଁ ବଜେଟ ଆଗତ ହୋଇଛି ସେଥିରେ ନିର୍ମାଣକାରୀ କମ୍ପାନିଗୁଡିକୁ ମିଳିବାକୁ ଥିବା ଟିକସ ରିହାତିକୁ ମଧ୍ୟ ବୃଦ୍ଧି କରାଯାଇଛି । ଏହାର ସୁଫଳ ପ୍ରତିରକ୍ଷା କ୍ଷେତ୍ର ସହ ଜଡିତ କମ୍ପାନୀଗୁଡୀକୁ ମଧ୍ୟ ମିଳିବ ।

ବନ୍ଧୁଗଣ,
ଯେଉଁଠି ଚାହିଦା ବି ଥିବ, କ୍ଷମତା ବି ଥିବ ଏବଂ ଅଭିଜ୍ଞତା ବି ରହିଥିବ, ସ୍ୱାଭାବିକ ନିୟମ ଏହା କହୁଛି ଯେ ସେଠାରେ ଶିଳ୍ପ ଦିନକୁ ଦିନ ଆହୁରି ବଢି ଚାଲିବ । ମୁଁ ଆପଣମାନଙ୍କୁ ଭରସା ଦେଉଛି ଯେ ଭାରତରେ ପ୍ରତିରକ୍ଷା କ୍ଷେତ୍ରକୁ ମଜବୁତ କରିବାର ଧାରା ଆଗକୁ ମଧ୍ୟ ଦୃତ ଗତିରେ ବଢି ଚାଲିବ । ଆମକୁ ଏକଜୁଟ ହୋଇ ଏହି ଦିଗରେ ଆଗକୁ ବଢିବାର ଅଛି । ମୋର ବିଶ୍ୱାସ ଅଛି ଯେ ଭବିଷ୍ୟତରେ ଆମେ ଏରୋ ଇଣ୍ଡିଆର ଆହୁରି ମଧ୍ୟ ଭବ୍ୟ ଏବଂ ସୁନ୍ଦର ଆୟୋଜନର ସାକ୍ଷୀ ପାଲଟିବା । ଏଥିସହିତ, ଆପଣ ସମସ୍ତଙ୍କୁ ପୁଣି ଥରେ ଅନେକ ଅନେକ ଧନ୍ୟବାଦ ଜଣାଉଛି । ଏବଂ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ମଧ୍ୟ ଜ୍ଞାପନ କରୁଛି । ଭାରତ ମାତା କି - ଜୟ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
CDS Gen Anil Chauhan releases doctrine on joint air defence

Media Coverage

CDS Gen Anil Chauhan releases doctrine on joint air defence
NM on the go

Nm on the go

Always be the first to hear from the PM. Get the App Now!
...
Prime Minister greets people of Goa on Goa Statehood Day
May 30, 2026

The Prime Minister, Shri Narendra Modi, today extended his greetings to the people of Goa on the occasion of Goa Statehood Day.

The Prime Minister said that Goa is widely known for its vibrant culture, rich heritage, natural beauty and warm-hearted people.

The Prime Minister noted that the occasion is an opportunity to remember with gratitude all those who worked tirelessly for the progress and identity of Goa.

The Prime Minister expressed hope that Goa will continue to prosper and play an important role in building a Viksit Bharat.

Shri Modi also prayed for the good health and prosperity of every Goan.

The Prime Minister wrote on X;

“Greetings to the people of Goa on the special occasion of Goa Statehood Day. Goa’s vibrant culture, rich heritage, natural beauty and warm-hearted people are widely known. This day is also an opportunity to remember with gratitude all those who worked tirelessly for its progress and identity. May Goa continue to prosper and play an important role in building a Viksit Bharat. Praying for the good health and prosperity of every Goan.”