Performs pooja and darshan at Akshardham Temple
“India’s spiritual tradition and thought has eternal and universal significance”
“Journey from Vedas to Vivekananda can be witnessed today in this centenary celebration”
“Supreme goal of one’s life should be Seva”
“Tradition of getting a pen to file nomination from Swami Ji Maharaj has continued from Rajkot to Kashi”
“Our saintly traditions are not just limited to the propagation of culture, creed, ethics and ideology but the saints of India have tied the world together by emboldening the sentiment of ‘Vasudhaiva Kutumbakam’”
“Pramukh Swami Maharaj Ji believed in Dev Bhakti and Desh Bhakti”
“Not ‘Rajasi’ or ‘Tamsik’, one has to continue moving while staying ‘Satvik’”

ଜୟ ସ୍ୱାମୀ ନାରାୟଣ!

ଜୟ ସ୍ୱାମୀ ନାରାୟଣ!

ପରମ ପୂଜ୍ୟ ମହନ୍ତ ସ୍ୱାମୀ ଜୀ, ପୂଜ୍ୟ ସନ୍ଥଗଣ, ଗଭର୍ଣ୍ଣର ଶ୍ରୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଏବଂ ଉପସ୍ଥିତ ସମସ୍ତ ସତସଙ୍ଗ ପରିବାରଗଣ, ଏହା ମୋର ସୌଭାଗ୍ୟ ଯେ ମୋତେ ଏହି ଐତିହାସିକ କାର୍ଯ୍ୟକ୍ରମରେ ସାକ୍ଷୀ ହେବାର ଏବଂ ସତସଙ୍ଗୀ ହେବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ଏତେ ବଡ଼ ସ୍ତରରେ ଆହୁରି ଏକ ମାସ ବ୍ୟାପି ଚାଲିବାକୁ ଥିବା କାର୍ଯ୍ୟକ୍ରମ କେବଳ ସଂଖ୍ୟା ହିସାବରେ ବଡ଼ ଅଟେ । ସମୟ ଅନୁସାରେ ବହୁତ ଲମ୍ବା ଅଟେ । ସମୟ ଅନୁସାରେ ବହୁତ ଲମ୍ବା, କିନ୍ତୁ ଏଠାରେ ଯେତେ ସମୟ ମୁଁ ଅତିବାହିତ କରିଛି, ମୋତେ ଲାଗୁଛି ଯେ ଏଠାରେ ଗୋଟିଏ ଦିବ୍ୟତାର ଅନୁଭୂତି ଅଛି । ଏଠାରେ ସକଂଳ୍ପର ଭବ୍ୟତା ରହିଛି । ଏଠାରେ ବାଲ ବୃଦ୍ଧ ସମସ୍ତଙ୍କ ପାଇଁ ଆମର ଐତିହ୍ୟ କ’ଣ, ଆମର ଧରୋହର କ’ଣ ଅଟେ, ଆମର ଆସ୍ଥା କ’ଣ ଅଟେ, ଆମର ଆଧ୍ୟାତ୍ମିକତା କ’ଣ ଅଟେ, ଆମର ପରମ୍ପରା କ’ଣ, ଆମର ସଂସ୍କୃତି କ’ଣ, ଆମର ପ୍ରକୃତି କ’ଣ ଅଟେ, ଏହି ସବୁୁକୁ ଏହି ପରିସରରେ ଏକତ୍ରୀକରଣ କରାଯାଇ ପାରିଛି । ଏଠାରେ ଭାରତର ପ୍ରତ୍ୟେକଟି ରଙ୍ଗ ପ୍ରଦର୍ଶିତ ହେଉଛି । ମୁଁ ଏହି ଅବସରରେ ସମସ୍ତ ପୂଜ୍ୟ ସନ୍ଥଗଣଙ୍କୁ ଏହି ଆୟୋଜନ ପାଇଁ କଳ୍ପନା ସାମର୍ଥ୍ୟ ପାଇଁ ଏବଂ ସେହି କଳ୍ପନାକୁ ଚରିତାର୍ଥ କରିବା ପାଇଁ ଯେଉଁ ପୁରୁଷାର୍ଥ କରାଯାଇଛି, ମୁଁ ସେହି ସମସ୍ତଙ୍କର ଚରଣ ବନ୍ଦନା କରୁଛି, ହୃଦୟରୁ କୃତଜ୍ଞତା ଜଣାଉଛି ଏବଂ ପୂଜ୍ୟ ମହନ୍ତ ସ୍ୱାମୀ ଜୀଙ୍କ ଆଶୀର୍ବାଦ ପାଇ ଏତେ ବଡ଼ ଭବ୍ୟ ଆୟୋଜନ ଏବଂ ଏହି ଦେଶ ଏବଂ ଦୁନିଆକୁ ଆକର୍ଷିତ କରିବ କେବଳ ଏତିକି ନୁହେଁ, ଏହା ପ୍ରଭାବିତ କରିବ, ଏହା ଆଗାମୀ ପିଢ଼ିକୁ ପ୍ରେରିତ କରିବ ।

୧୫ ଜାନୁଆରୀ ପର୍ଯ୍ୟନ୍ତ ପୁରା ଦୁନିଆରୁ ଲକ୍ଷ ଲକ୍ଷ ଲୋକ ମୋର ପିତାତୁଲ୍ୟ ପୂଜ୍ୟ ପ୍ରମୁଖ ସ୍ୱାମୀଜୀଙ୍କ ପ୍ରତି ଶ୍ରଦ୍ଧା ବ୍ୟକ୍ତ କରିବା ପାଇଁ ଏଠାକୁ ଆସିବେ । ଆପଣମାନଙ୍କ ମଧ୍ୟରୁ ପ୍ରାୟତଃ ବହୁତ ଲୋକମାନଙ୍କୁ ଜଣାଥିବ । ୟୁଏନରେ ମଧ୍ୟ, ସଂଯୁକ୍ତ ରାଷ୍ଟ୍ରରେ ମଧ୍ୟ ପ୍ରମୁଖ ସ୍ୱାମୀଜୀଙ୍କର ଶତାବ୍ଦୀ ସମାରୋହ ପାଳନ କରାଯାଉଛି ଏବଂ ଏହା ସେହି କଥାର ପ୍ରମାଣ ଅଟେ ଯେ ତାଙ୍କର ବିଚାର କେତେ ଶାଶ୍ୱତ ଅଟେ, କେତେ ସାର୍ବଭୌମିକ ଅଟେ ଏବଂ ଯାହା ଆମର ମହାନ ପରମ୍ପରା ସନ୍ଥମାନଙ୍କ ଦ୍ୱାରା ପ୍ରସ୍ଥାପିତ ବେଦରୁ ବିବେକାନନ୍ଦଙ୍କ ପର୍ଯ୍ୟନ୍ତ ଯେଉଁ ଧାରାକୁ ପ୍ରମୁଖ ସ୍ୱାମୀଜୀଙ୍କ ଭଳି ମହାନ ସନ୍ଥ ଆଗକୁ ନେଇଛନ୍ତି, ଏହା ଆମର ହଜାର ହଜାର ବର୍ଷର ଆମର ଏହି ମହାନ ସନ୍ଥ ପରମ୍ପରା, ସମୃଦ୍ଧ ସନ୍ଥ ପରମ୍ପରା ତାହାର ଦର୍ଶନ ଏକା ସହିତ ହୋଇଛି । ଆମର ସନ୍ଥ ପରମ୍ପରା କୌଣସି ମଥ, ପଂଥ, ଆଚାର, ବିଚାର କେବଳ ତାହାକୁ ବିଚ୍ଛୁରିତ କରିବା ପର୍ଯ୍ୟନ୍ତ ସୀମିତ ନୁହେଁ, ଆମର ସନ୍ଥମାନେ ସମଗ୍ର ବିଶ୍ୱକୁ ଯୋଡ଼ିବାରେ ବୁଧେବ କୁଟୁମ୍ବକମର ଶାଶ୍ୱତ ଭାବକୁ ସଶକ୍ତ କରିଛି ଏବଂ ମୋର ସୌଭାଗ୍ୟ ଯେ ବର୍ତ୍ତମାନ ବ୍ରହ୍ମାବିହାରୀ ସ୍ୱାମୀ ଜୀ କିଛି ଅନ୍ତରର କଥା ମଧ୍ୟ କହିପାରୁଛନ୍ତି । ବାଲ୍ୟ କାଳରୁ ହିଁ ମୋ ମନରେ ଏକ ଏଭଳି କିଛି ଦିଗରେ ମୋର ଆକର୍ଷଣ ରହିଥିଲା ସେତେବେଳେ ପ୍ରମୁଖ ସ୍ୱାମୀ ଜୀଙ୍କୁ ମଧ୍ୟ ଦୂରରୁ ଦର୍ଶନ କରୁଥିଲି ।

କେବେ କଳ୍ପନା ନ ଥିଲା ଯେ, ତାଙ୍କ ନିକଟକୁ ପହଂଚିପାରିବି । କିନ୍ତୁ ଭଲ ଲାଗୁଥିଲା, ଦୂରରୁ ମଧ୍ୟ ଦର୍ଶନ କରିବାର ସୁଯୋଗ ମିଳୁଥିଲା, ଭଲ ଲାଗୁଥିଲା, ବୟସ ମଧ୍ୟ ବହୁତ କମ ଥିଲା । କିନ୍ତୁ ଜିଜ୍ଞାସା ବଢ଼ିବାରେ ଲାଗିଥିଲା । ଅନେକ ବର୍ଷ ପରେ ବୋଧହୁଏ ୧୯୮୧ରେ ମୋତେ ପ୍ରଥମ ଥର ଏକୁଟିଆ ତାଙ୍କ ସହ ସତସଙ୍ଗ କରିବାର ସୌଭାଗ୍ୟ ମିଳିଲା । ଏବଂ ମୋ ପାଇଁ ସ୍ୱୟଂସେବକ ଥିଲି । ସେ ମୋ ବିଷୟରେ ଅଳ୍ପ ବହୁତ ଜ୍ଞାନ ଏକତ୍ରିତ କରି ରଖିଥିଲେ ଏବଂ ସମ୍ପୂର୍ଣ୍ଣ ସମୟ ସେ ନା କୌଣସି ଧର୍ମର ଚର୍ଚ୍ଚା, ନା କୌଣସି ଈଶ୍ୱରଙ୍କର ଚର୍ଚ୍ଚା, ନା କୌଣସି ଆଧ୍ୟାତ୍ମିକ ଚର୍ଚ୍ଚା କିଛି ନୁହେଁ, ସମ୍ପୂର୍ଣ୍ଣ ଭାବରେ ସେବା, ମାନବ ସେବା, ଏହି ବିଷୟଗୁଡ଼ିକ ଉପରେ କଥା ହେବାକୁ ଲାଗିଲେ । ତାହା ମୋର ପ୍ରଥମ ସାକ୍ଷାତ ଥିଲା ଏବଂ ଗୋଟିଏ ଗୋଟିଏ ଶବ୍ଦ ମୋର ହୃଦୟର ପଟଳରେ ଅଙ୍କିତ ହୋଇ ଯାଉଥିଲା ଏବଂ ତାଙ୍କର ଗୋଟିଏ ସଂଦେଶ ଥିଲା ଯେ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ସେବା ହେବା ଆବଶ୍ୟକ । ଆମର ଏଠାରେ ଶାସ୍ତ୍ର କହିଥାଏ ନର ସେବା ହିଁ ନାରାୟଣ ସେବା ଅଟେ । ଜୀବରେ ହିଁ ଶିବ ଅଛନ୍ତି କିନ୍ତୁ ବଡ଼ ବଡ଼ ଆଧ୍ୟାତ୍ମିକ ଚର୍ଚ୍ଚାକୁ ବହୁତ ସରଳ ଶବ୍ଦରେ ସମାହିତ କରାଯାଇଥାଏ । ଯେଭଳି ବ୍ୟକ୍ତି ସେହିଭଳି ହିଁ ସେ ପରଷୁଥିଲେ, ଯେତିକି ସେ କରିପାରୁଥିଲେ, ଯେତିକି ସେ ନେଇ ପାରୁଥିଲେ । ଅବଦୁଲ କଲାମ ଜୀ, ଏତେ ବଡ଼ ବୈଜ୍ଞାନିକ ତାଙ୍କୁ ମଧ୍ୟ ତାଙ୍କ ସହ ମିଶିଲା ପରେ କିଛି ନା କିଛି ହେଉଥିଲା ଏବଂ ସନ୍ତୋଷ ହେଉଥିଲା ଏବଂ ମୋ ଭଳି ଏକ ସାମାନ୍ୟ ସାମାଜିକ କର୍ମୀ, ସେ ମଧ୍ୟ ଯାଉଥିଲା, ତାଙ୍କୁ ମଧ୍ୟ କିଛି ମିଳୁଥିଲା, ସନ୍ତୁଷ୍ଟ ମିଳୁଥିଲା । ଏହା ତାଙ୍କର ବ୍ୟକ୍ତିତ୍ୱର ବିଶାଳତା ଥିଲା, ବ୍ୟାପକତା ଥିଲା, ଗଭୀରତା ଥିଲା ଏବଂ ଏକ ଆଧ୍ୟାତ୍ମିକ ସନ୍ଥ ଭାବରେ ବହୁତ କିଛି ଆପଣ କହିପାରିବେ, ଜାଣିପାରିବେ । କିନ୍ତୁ ମୋ ମନରେ ସବୁବେଳେ ରହିଛି ଯେ ତାହା ପ୍ରକୃତ ଅର୍ଥରେ ଏକ ସମାଜ ସୁଧାରକ ଥିଲେ, ସେ ଏକ ସୁଧାରକ ଥିଲେ ଏବଂ ଆମେ ଯେତେବେଳେ ତାଙ୍କୁ ନିଜ ନିଜ ହିସାବରେ ମନେ ପକାଇଥାଉ କିନ୍ତୁ ଗୋଟିଏ ଭାବରେ ତାହା ଏକ ପ୍ରକାରରେ ମନୁଷ୍ୟ କେମିତି ହୋଇଥାଉ, ଭବିଷ୍ୟତ କେମିତି ହୋଇଥାଉ, ବ୍ୟବସ୍ଥାଗୁଡ଼ିକରେ ପରିବର୍ତ୍ତନଶୀଳତା କାହିଁକି ହେବ, ଅତି ଉତ୍ତମ ଆଦର୍ଶ ସହିତ ଯୋଡ଼ି ହୋଇଥିବ । କିନ୍ତୁ ଆଧୁନିକତାର ସ୍ୱପ୍ନ, ଆଧୁନିକତାର ପ୍ରତ୍ୟେକ ଜିନିଷକୁ ସ୍ୱୀକାର କରିବାକୁ ହେବ । ଏକ ଅଦଭୁତ ସଂଯୋଗ, ଏକ ଅଦଭୁତ ସଂଗମ, ତାହାର ମାଧ୍ୟମ ମଧ୍ୟ ବଡ଼ ଆଶ୍ଚର୍ଯ୍ୟଜନକ ଥିଲା, ସେ ସବୁବେଳେ ଲୋକମାନଙ୍କ ଭିତରର ଭଲଗୁଣକୁ ପ୍ରୋତ୍ସାହିତ କରିଥିଲେ । କେବେ ସେ କହି ନ ଥିଲେ ଭାଇ ତମେ ଅଛ ଏଭଳି କର, ଈଶ୍ୱରଙ୍କ ନାମ ନିଅ ଠିକ ହୋଇଯିବ ନାଇଁ, ଥିବ ତୁମର କିଛି କମ ଥିବ ଅସୁବିଧା ହେବ କିନ୍ତୁ ତୁମ ଭିତରେ ଯେଉଁ ଭଲଗୁଣ ଅଛି ତାହା ଉପରେ ତୁମେ ଧ୍ୟାନ କେନ୍ଦ୍ରିତ କର ଏବଂ ସେହି ଶକ୍ତିକୁ ସେ ସମର୍ଥନ ଦେଉଥିଲେ, ଖାଦ୍ୟ ପାଣି ଦେଉଥିଲେ ।

ଆପଣଙ୍କ ଭିତରେ ଥିବା ଭଲଗୁଣ ଆପଣଙ୍କ ଭିତରେ ଅଛି, ଉତ୍ପନ୍ନ ହେଉଥିବା ଖରାପ ଗୁଣଗୁଡ଼ିକୁ ସେହିଠାରେ ଶେଷ କରିଦେବ, ଏଭଳି ଏକ ଉଚ୍ଚ ବିଚାର ଏବଂ ସହଜ ଶବ୍ଦରେ ସେ ଆମକୁ କହୁଥିଲେ, ଏବଂ ଏହି ମାଧ୍ୟମକୁ ସେ ଏକ ପ୍ରକାରରେ ମନୁଷ୍ୟକୁ ସଂସ୍କାର କରିବାରେ, ସଂସ୍କାରିତ କରିବାରେ ପରିବର୍ତ୍ତିତ କରିବାରେ ମାଧ୍ୟମ ହେବ । ବହୁ ଦିନରୁ ଖରାପ ଯାହା ଆମ ସମାଜ ଜୀବନରେ ଉଚ୍ଚ-ନୀଚ ଭେଦଭାବ ସେ ସବୁକୁ ସେ ଶେଷ କରିଥିଲେ ଏବଂ ତାଙ୍କର ବ୍ୟକ୍ତିଗତ ସ୍ପର୍ଶ ରହୁଥିଲା ଏବଂ ସେହି କାରଣରୁ ଏହା ସମ୍ଭବ ହେଉଥିଲା । ସମସ୍ତଙ୍କୁ ସାହାଯ୍ୟ କରିବ, ଚିନ୍ତା ସମସ୍ତଙ୍କର କରିବ, ସମୟ ସାମାନ୍ୟ ହୋଇଥାଉ କିମ୍ବା ପୁଣି କୌଣସି ଆହ୍ୱାନର କାଳ ହୋଇଥାଉ, ପୂଜ୍ୟ ପ୍ରମୁଖ ସ୍ୱାମୀ ଜୀ ସମାଜର ହିତ ପାଇଁ ସବୁବେଳେ ସମସ୍ତଙ୍କୁ ପ୍ରେରିତ କରିଥିଲେ । ଆଗକୁ ଯାଇ, ଆଗକୁ ବଢ଼ି ସେ ଯୋଗଦାନ ଦେଇଥିଲେ । ଯେତେବେଳେ ମୋରବୀ ଠାରେ ପ୍ରଥମ ଥର ମଚ୍ଛୁ ଡ୍ୟାମର ଅସୁବିଧା ହୋଇଥିଲା, ମୁଁ ସେଠାରେ ସ୍ୱେଚ୍ଛାସେବୀ ଭାବରେ କାମ କରୁଥିଲି । ଆମର ପ୍ରମୁଖ ସ୍ୱାମୀ, କିଛି ସନ୍ଥ, ତାଙ୍କ ସହିତ ସତସଙ୍ଗୀ ସମସ୍ତଙ୍କୁ ସେ ପଠାଇଥିଲେ ଏବଂ ସେ ମଧ୍ୟ ସେଠାରେ ଆମମାନଙ୍କ ସହିତ ମାଟି ଉଠାଇବା କାର୍ଯ୍ୟରେ ଲାଗି ପଡ଼ିଥିଲେ । ମୃତଦେହକୁ ଅଗ୍ନି ସଂସ୍କାର କରିବାର କାର୍ଯ୍ୟରେ ଲାଗି ପଡ଼ିଥିଲେ । ମୋର ମନେ ଅଛି, ୨୦୧୨ରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବା ପରେ ମୁଁ ତାଙ୍କ ନିକଟକୁ ଯାଇଥିଲି । ବିଶେଷ ଭାବରେ ମୋ ଜୀବନରେ ଯେଉଁସବୁ ମହତ୍ତ୍ୱପୂର୍ଣ୍ଣ ସମୟ ଆସିଥିବ, ପ୍ରମୁଖ ସ୍ୱାମୀ ଜୀଙ୍କ ନିକଟରେ ଅବଶ୍ୟ ପାଇଛି । ପ୍ରାୟ ବହୁତ କମ ଲୋକଙ୍କୁ ତାହା ଜଣାଥିବ, ମୁଁ ୨୦୨୨ରେ ନିର୍ବାଚନ ଲଢୁଥିଲି । ପ୍ରଥମ ଥର ମୋତେ ନିର୍ବାଚନ ଲଢ଼ିବାର ଥିଲା, ପ୍ରଥମ ଥର ନାମାଙ୍କନ ଭରିବାର ଥିଲା ଏବଂ ରାଜକୋଟରୁ ମୋତେ ପ୍ରାର୍ଥୀ ହେବାର ଥିଲା, ସେତେବେଳେ ସେଠାରେ ଦୁଇ ସନ୍ଥ ଉପସ୍ଥିତ ଥିଲେ, ମୁଁ ଯେତେବେଳେ ସେଠାକୁ ଗଲି ସେତେବେଳେ ମୋତେ ଏକ ଡବା ଦେଲେ, ମୁଁ ଖୋଲିଲି ତା’ ଭିତରେ ଗୋଟିଏ କଲମ ଥିଲା, ସେମାନେ କହିଲେ ଯେ ପ୍ରମୁଖ ସ୍ୱାମୀ ଜୀ ପଠାଇଛନ୍ତି, ଆପଣ ଯେତେବେଳେ ନାମାଙ୍କନ ପତ୍ରରେ ଦସ୍ତଖତ କରିବେ ସେତେବେଳେ ସେହି କଲମରେ କରିବେ । ବର୍ତ୍ତମାନ ସେଠାରୁ ନେଇ କାଶୀ ନିର୍ବାଚନ ପାଇଁ ଗଲି ।

ଗୋଟିଏ ମଧ୍ୟ ନିର୍ବାଚନ ଏମିତି ନାହିଁ, ଯେତେବେଳେ ମୁଁ ନାମାଙ୍କନ କରିବାକୁ ଗଲି ଏବଂ ସେଥିପାଇଁ ମୋତେ ଦସ୍ତଖତ କରିବା ପାଇଁ ପୂଜ୍ୟ ପ୍ରମୁଖ ସ୍ୱାମୀ ଜୀଙ୍କ ଲୋକ ଏଠାକୁ ଆସି ଯେପରି ଠିଆ ନ ହେବେ । ଏବଂ ଯେତେବେଳେ କାଶୀ ଗଲି ସେତେବେଳେ ମୋ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା, ସେହି କଲମର ଯେଉଁ ରଙ୍ଗ ଥିଲା, ତାହା ବିଜେପିର ପତାକାର ରଙ୍ଗର ଥିଲା । ତା’ର ଢାଙ୍କୁଣି ଯାହା ଥିଲା ତାହା ସବୁଜ ରଙ୍ଗର ଥିଲା ଏବଂ ତଳର ଅଂଶ କମଳା ରଙ୍ଗର ଥିଲା । ଅର୍ଥାତ ବହୁ ଦିନ ପୂର୍ବରୁ ସେ ସମ୍ଭାଳିକି ରଖା ଯାଇଥିଲା ଏବଂ ମନେକରି ସେହି ରଙ୍ଗର କଲମ ମୋତେ ଦେବେ । ଅର୍ଥାତ ବ୍ୟକ୍ତିଗତ ଭାବରେ ନ ହେଲେ ତାଙ୍କର କୌଣସି କ୍ଷେତ୍ର ନ ଥିଲା ଯେ ମୋର ଏତେ ଧ୍ୟାନ ନେଇଥାନ୍ତେ, ବୋଧହୁଏ ବହୁତ ଲୋକଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗିବ । ୪ଠ ବର୍ଷରେ ବୋଧହୁଏ ଗୋଟିଏ ବର୍ଷ ହୋଇ ନ ଥିବ ଯେ ପ୍ରତ୍ୟେକ ବର୍ଷ ପ୍ରମୁଖ ସ୍ୱାମୀ ଜୀ ମୋ ପାଇଁ କୁର୍ତ୍ତା-ପାଇଜାମାର କପଡ଼ା ପଠାଇ ନ ଥିବେ ଏବଂ ଏହା ମୋର ସୌଭାଗ୍ୟ ଅଟେ । ଏବଂ ମୁଁ ଜାଣିଛି ପୁଅ କିଛି ମଧ୍ୟ ହୋଇଯାଉ, କେତେ ମଧ୍ୟ ବଡ଼ ହୋଇଯାଉ, କିନ୍ତୁ ମା’-ବାପାଙ୍କ ପାଇଁ ପିଲା ଛୋଟ ହିଁ ହୋଇଥାଏ । ଦେଶ ମୋତେ ପ୍ରଧାନମନ୍ତ୍ରୀ କରିଦେଲେ, କିନ୍ତୁ ଯେଉଁ ପରମ୍ପରା ପ୍ରମୁଖ ସ୍ୱାମୀ ଜୀ ଚଳାଉ ଥିଲେ, ତାଙ୍କ ପରେ ମଧ୍ୟ ସେହି କପଡ଼ା ପଠାଇବା ଅବ୍ୟାହତ ରହିଛି । ଅର୍ଥାତ ଏହି ଆପଣାପଣ ଏବଂ ମୁଁ ଏହା ମାନିବି ନାହିଁ ଯେ ଏହି ସଂସ୍ଥାର ପିଆରସିବିର କାମ ଅଟେ, ତାହା ନୁହେଁ ଏହା ଏକ ଆଧ୍ୟାତ୍ମିକତା ସମ୍ପର୍କ ଥିଲା, ଏକ ପିତା-ପୁତ୍ରର ସ୍ନେହ ଥିଲା । ଏକ ଅତୁଟ ବନ୍ଧନ ଅଟେ ଏବଂ ଆଜି ମଧ୍ୟ ସେ ଯେଉଁଠି ଥିବେ ମୋର ପ୍ରତ୍ୟେକଟି କ୍ଷଣକୁ ସେ ଦେଖୁଥିବେ । ନିଖୁଣ ଭାବରେ ସେ ମୋର କାମକୁ ଦେଖୁଥିବେ । ସେ ମୋତେ ଶିଖାଇଛନ୍ତି - ବୁଝାଇଛନ୍ତି, କ’ଣ ମୁଁ ସେହି ରାସ୍ତାରେ ଚାଲୁଛି ନା ନାହିଁ, ଚାଲୁଛି, ସେ ନିଶ୍ଚୟ ଦେଖୁଥିବେ । କଚ୍ଛରେ ଭୂକମ୍ପ, ଯେତେବେଳେ ମୁଁ ସ୍ୱୟଂସେବକ ଭାବରେ କଚ୍ଛରେ କାମ କରୁଥିଲି, ସେତେବେଳେ ମୋର ମୁଖ୍ୟମନ୍ତ୍ରୀଙ୍କର କୌଣସି ପ୍ରଶ୍ନ ହିଁ ଉଠାଇ ନ ଥିଲି । କିନ୍ତୁ ସେଠାରେ ସମସ୍ତ ସନ୍ଥ ମୋତେ ଭେଟିଲେ ସେତେବେଳେ ସବୁଠାରୁ ପ୍ରଥମେ ଆପଣମାନଙ୍କର ଖାଇବାର କ’ଣ ବ୍ୟବସ୍ଥା ଅଛି, ମୁଁ କହିଲି ଯେ ମୁଁ ମୋର କାର୍ଯ୍ୟକର୍ତ୍ତାଙ୍କ ନିକଟରେ ପହଂଚିଯିବି । ମନାକଲେ ଯେ ତୁମେ କେଉଁଠାକୁ ମଧ୍ୟ ଯାଅ ତୁମ ପାଇଁ ଏଠାରେ ଭୋଜନ ରହିବ, ରାତିରେ ଡେରିରେ ଆସିଲେ ମଧ୍ୟ ତୁମେ ଏଠାରେ ଖାଇବ । ଅର୍ଥାତ ମୁଁ ଯେତେବେଳ ପର୍ଯ୍ୟନ୍ତ ଭୁଜରେ କାମ କରୁଥିଲି ମୋର ଖାଇବାର ଚିନ୍ତା ପ୍ରମୁଖ ସ୍ୱାମୀ ସନ୍ଥଙ୍କୁ କହିଦେଇଥିବେ ସେ ମୋ ପଛରେ ପଡ଼ି ଯାଉଥିଲେ । ଅର୍ଥାତ ଏତେ ସ୍ନେହ ଏବଂ ମୁଁ ଏହି ସସମସ୍ତ କଥା ଅନେକ ଆଧ୍ୟାତ୍ମିକ କଥା କରୁନାହିଁ ଆଜ୍ଞା । ମୁଁ ଏକ ସହଜ-ସାମାନ୍ୟ ବ୍ୟବହାର କଥା କରୁଛି ଆପଣମାନଙ୍କ ସହିତ ।

ଜୀବନର କଠିନରୁ କଠିନ ସମୟ ମଧ୍ୟରେ ବୋଧହୁଏ ଏମିତି କିଛି ସୁଯୋଗ ହେବ ଯେ ଯେତେବେଳେ ପ୍ରମୁଖ ସ୍ୱାମୀ ନିଜେ ମୋତେ ଡାକିଥିଲେ, ନା ସେ ମୋ ସହିତ ଫୋନରେ କଥା ହୋଇଥିଲେ, ବୋଧହୁଏ ଏମିତି କିଛି ଘଟଣା ଥିବ । ମୋର ମନେ ଅଛି, ମୁଁ ଏମିତି ବର୍ତ୍ତମାନ ଭିଡିଓ ଦେଖୁଥିଲି, ସେଥିରେ ତାଙ୍କର ଉଲ୍ଲେଖ ଥିଲା । ୯୧-୯୨ରେ ଶ୍ରୀନଗରର ଲାଲ ଛକରେ ତ୍ରିରଙ୍ଗା ପତାକା ଉଡ଼ାଇବା ପାଇଁ ମୋର ଦଳ ପକ୍ଷରୁ ଏକତା ଯାତ୍ରାର ଯୋଜନା ହୋଇଥିଲା । ଡକ୍ଟର ମୁରଲି ମନୋହର ଜୀଙ୍କ ନେତୃତ୍ୱରେ ସେ ଯାତ୍ର ଚାଲୁଥିଲା ଏବଂ ମୁଁ ତାଙ୍କର ବ୍ୟବସ୍ଥା ଦେଖୁଥିଲି । ଯିବା ପୂର୍ବରୁ ପ୍ରମୁଖ ସ୍ୱାମୀ ଜୀଙ୍କ ଆଶୀର୍ବାଦ ନେଇ ଯାଇଥିଲି । ସେତେବେଳେ ତାଙ୍କୁ ଜଣାଥିଲା ଯେ ମୁଁ କେଉଁଠାକୁ ଯାଉଛି, କ’ଣ କରୁଛି । ଆମେ ପଞ୍ଜାବ ଯାଉଥିଲୁ, ସେତେବେଳେ ଆମର ଯାତ୍ରା ସହିତ ଆତଙ୍କବାଦୀମାନଙ୍କର ଭିଡ଼ ହୋଇଗଲା, ଆମର କିଛି ସାଥି ମରିଗଲେ । ସମଗ୍ର ଦେଶରେ ବଡ଼ ଚିନ୍ତାର ବିଷୟ ଥିଲା ଅନେକ ଗୁଳି ଚାଲିଲା, ବହୁତ ଲୋକ ମରିଗଲେ । ସମଗ୍ର ଦେଶରେ ବଡ଼ ଚିନ୍ତାର ବିଷୟ ଥିଲା କେଉଁଠି ଗୁଳି ବିନିମୟରେ ବହୁତ ଲୋକ ମରିଗଲେ ଏବଂ ପୁଣି ସେଠାରୁ ଆମେ ଜମ୍ମୁ ପହଂଚିଲୁ । ଆମେ ଶ୍ରୀନଗର ଲାଲ ଚୌକ ଠାରେ ତ୍ରିରଙ୍ଗା ପତାକା ଉଡ଼ାଇଥିଲୁ କିନ୍ତୁ ଯେମିତି ମୁଁ ଜମ୍ମୁରେ ଓହ୍ଲାଇଲି, ସବୁଠାରୁ ପ୍ରଥମ ଫୋନ ପ୍ରମୁଖ ସ୍ୱାମୀ ଜୀଙ୍କର ଏବଂ ମୁଁ କୁଶଳ ତ ଅଛି, ଚାଲନ୍ତୁ ଈଶ୍ୱର ତୁମକୁ ଆଶୀର୍ବାଦ ଦିଅନ୍ତୁ । ଯେତେବେଳେ ଆସିବ ପୁଣି ମିଶିବା, ଶୁଣିବା ତୁମ ଠାରୁ କ’ଣ କ’ଣ ହେଲା, ସହଜ-ସରଳ । ମୁଁ ମୁଖ୍ୟମନ୍ତ୍ରୀ ହୋଇଗଲି, ଅକ୍ଷର ଧାମର ସମ୍ମୁଖରେ ୨ଠ ମିଟର ଦୂରରେ ମୋର ଘର ଯେଉଁଠି ସିଏମ ନିବାସ ଥିଲା । ମୁଁ ସେଠାରେ ରହୁଥିଲି ଏବଂ ମୋର ଯିବା ଆସିବାର ରାସ୍ତା ମଧ୍ୟ ଏମିତିକି ଯେମିତି ବାହାରୁଥିଲା, ସେତେବେଳେ ପ୍ରଥମେ ଅକ୍ଷର ଧାମ ଶିଖରର ଦର୍ଶନ କରି ହିଁ ମୁଁ ଆଗକୁ ଯାଉଥିଲି । ତେବେ ସହଜ-ନିତ୍ୟ ସମ୍ପର୍କ ଏବଂ ଅକ୍ଷର ଧାମ ଉପରେ ଆତଙ୍କବାଦୀମାନଙ୍କର ଆକ୍ରମଣ କରିଦେଲେ ସେତେବେଳେ ମୁଁ ପ୍ରମୁଖ ସ୍ୱାମୀ ଜୀଙ୍କୁ ଫୋନ କରିଥିଲି । ଏତେବଡ଼ ଆକ୍ରମଣ ହୋଇଥିଲା, ମୁଁ ଆଶ୍ଚର୍ଯ୍ୟ ଥିଲି ଆଜ୍ଞା, ଆକ୍ରମଣ ଅକ୍ଷର ଧାମ ଉପରେ ହୋଇଥିଲା, ସନ୍ଥମାନଙ୍କ ଉପରେ କ’ଣ ବିତିଥିବ, ଗୁଳି ଚାଲିଲା, ଚାଲିଲା ନାହିଁ, କାହାରି କ’ଣ ସବୁ ଚିନ୍ତାର ବିଷୟ ଥିଲା କାରଣ ଏକଦମ ଭାବରେ ଧୂଅାଁଳିଆ ବାତାବରଣ ଥିଲା । ଏମିତି ସଙ୍କଟର ସମୟରେ ଏତେ ବଡ଼ ଆତଙ୍କୀ ଆକ୍ରମଣ, ଏତେ ଲୋକ ମରିଗଲେ । ପ୍ରମୁଖ ସ୍ୱାମୀ ଜୀ ମୋତେ କ’ଣ କହିଲେ ଫୋନ୍ କଲେ, କହିଲେ ଆରେ ଭାଇ ତୁମ ଘର ସାମ୍ନାରେ ଅଛି, ତୁମକୁ କିଛି ଅସୁବିଧା ନାହିଁ ତ । ମୁଁ କହିଲି ବାପା ଏହି ସଙ୍କଟ ସମୟରେ ଆପଣ ଏତେ ସ୍ୱଚ୍ଛତାପୂର୍ବର୍କ ମୋ ଚିନ୍ତା କରୁଛନ୍ତି । ସେ କହିଲେ ଦେଖ ଭାଇ ଈଶ୍ୱରଙ୍କ ଉପରେ ଭରସା କର ସବୁ ଭଲ ହେବ । ଈଶ୍ୱର ସତ୍ୟର ସହିତ ହୋଇଥାଏ ଅର୍ଥାତ କୌଣସି ମଧ୍ୟ ବ୍ୟକ୍ତି ହୁଅନ୍ତୁ, ଏମିତି ସ୍ଥିତିରେ ମାନସିକ ସନ୍ତୁଳନ, ସ୍ୱଚ୍ଛତା ଏହା ଭିତରର ଗହନ ଆଧ୍ୟାତ୍ମିକ ଶକ୍ତି ବିନା ସମ୍ଭବ ହେବ ନାହିଁ ଆଜ୍ଞା । ଯେତେବେଳେ ପ୍ରମୁଖ ସ୍ୱାମୀ ନିଜର ଗୁରୁଜନମାନଙ୍କୁ ଏବଂ ନିଜର ତପସ୍ୟା ଦ୍ୱାରା ସିଦ୍ଧ କରିଥିଲେ ଏବଂ ମୋତେ ଗୋଟିଏ କଥା ସବୁବେଳେ ମନେ ରହିଥାଏ, ମୋତେ ଲାଗୁଛି ଯେ ସେ ମୋ ପାଇଁ ପିତାଙ୍କ ସମାନ ଥିଲେ, ଆପଣମାନଙ୍କୁ ଲାଗୁଥିବ ଯେ ମୋର ଗୁରୁ ଥିଲେ । କିନ୍ତୁ ଆଉଐ ଗୋଟିଏ କଥା ଆଡ଼କୁ ମୋର ଧ୍ୟାନ ଯାଉଛି ଏବଂ ଯେତେବେଳେ ଦିଲ୍ଲୀ ଅକ୍ଷର ଧାମ ହେଲା ସେତେବେଳେ ମୁଁ ଏହି କଥାର ଉଲ୍ଲେଖ ମଧ୍ୟ କରିଥିଲି, କାରଣ ମୋତେ କିଏ କହିଥିଲେ ଯେ ଯୋଗୀ ଜୀ ମହାରାଜଙ୍କ ଇଚ୍ଛା ଥିଲା ଯେ ଯମୁନା ତଟରେ ଅକ୍ଷର ଧାମର ହେବା ଜରୁରୀ । 

ମହାରାଜଙ୍କ ମୁହଁରୁ ବାହାରି ଆସିଥିବ, କିନ୍ତୁ ସେ ଶିଷ୍ୟ ଦେଖନ୍ତୁ ଯିଏ ନିଜ ଗୁରୁଙ୍କ ଏହି ଶବ୍ଦକୁ ଜିତିଛନ୍ତି । ଯୋଗୀ ଜୀ ରହିଲେ ନାହିଁ, କିନ୍ତୁ ସେ ଯୋଗୀଜୀଙ୍କ ଶବ୍ଦକୁ ଜିତାଇ ଥିଲା । କାରଣ ଯୋଗୀ ଜୀଙ୍କ ସମ୍ମୁଖରେ ପ୍ରମୁଖ ସ୍ୱାମୀ ଶିଷ୍ୟ ଥିଲେ । ଆମମାନଙ୍କୁ ଗୁରୁ ଭାବରେ ତାହାର ଶକ୍ତି ଦେଖିଥାଏ, କିନ୍ତୁ ମୋତେ ଏକ ଶିଷ୍ୟ ଭାବରେ ତାଙ୍କର ଶକ୍ତିକୁ ଦେଖିପାରିବା ଯେ ଆମର ଗୁରୁଙ୍କ ସେହି ଶବ୍ଦକୁ ସେ ବଞ୍ଚôକି ଦେଖାଇଥିଲେ ସେତେବେଳେ ଯମୁନା ତଟରେ ଅକ୍ଷର ଧାମ କରି ଆଜି ପୁରା ଦୁନିଆର ଲୋକ ଆସିଥାନ୍ତି ତେବେ ଅକ୍ଷର ଧାମ ମାଧ୍ୟମରେ ଭାରତର ମହାନ ଐତିହ୍ୟକୁ ବୁଝିବାର ପ୍ରୟାସ କରିଥାନ୍ତି । ଏହା ଯୁଗ ଯୁଗ ପାଇଁ କରାଯାଇଥିବା କାମ ଅଟେ । ଏହା ଯୁଗକୁ ପ୍ରେରଣା ଯୋଗାଉଥିବା କାମ ଅଟେ, ଆଜି ବିଶ୍ୱରେ କୌଣସି ଜାଗାକୁ ମଧ୍ୟ ଯାଆନ୍ତୁ, ଆମର ଏଠାରେ କୌଣସି ମନ୍ଦିର ଥିବା ନୂଆ ଜିନିଷ ନୁହେଁ, ହଜାର ବର୍ଷରୁ ମନ୍ଦିର ହୋଇ ଆସୁଛି କିନ୍ତୁ ଆମର ମନ୍ଦିର ପରମ୍ପରାକୁ ଆଧୁନିକ କରିବା, ମନ୍ଦିର ବ୍ୟବସ୍ଥାଗୁଡ଼ିକୁ ଆଧ୍ୟାତ୍ମିକତା ଏବଂ ଆଧୁନିକତାର ମିଳନ କରିବା, ମୁଁ ବୁଝୁଛି ଯେ ଏକ ବଡ଼ ପରମ୍ପରା ପ୍ରମୁଖ ସ୍ୱାମୀ ଜୀ ପ୍ରସ୍ଥାପିତ କରିଥିଲେ । ବହୁତ ଲୋକ ଆମର ସନ୍ଥ ପରମ୍ପରାରର ବଡ଼, ନୂତନ ପିଢ଼ିର ମାନସିକତାରେ ଜଣାନାହିଁ କ’ଣ କ’ଣ ସବୁ ଭରି ଦିଆଯାଇଥାଏ, ଏମିତି ହିଁ ମାନିଥାନ୍ତି । ପୂର୍ବ କାଳରେ ଗୋଟିଏ ଢଗ ଚାଲିଥିଲା ଯେ ମୋତେ କ୍ଷମା କରିବେ ସବୁ ସତସଙ୍ଗୀ ଲୋକମାନେ, ପୂର୍ବରୁ କହିଥିଲି ଭାଇ ସାଧୁ ହେବା ସନ୍ଥ ସ୍ୱାମୀ ନାରାୟଣଙ୍ ଭଳି ହୁଅ ପୁଣି ଲଡୁ କହୁଥିଲେ । ଏହି କଥା ଚାଲିଥିଲା ଯେ ସାଧୁ ହେବାକୁ ହେବ ତେବେ ସନ୍ଥ ସ୍ୱାମୀ ନାରାୟଣଙ୍କ ମନର ଆନନ୍ଦ ରହିବ । କିନ୍ତୁ ପ୍ରମୁଖ ସ୍ୱାମୀ ଜୀ ସନ୍ଥ ପରମ୍ପରାକୁ ଯେଉଁଭଳି ଭାବରେ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କଲେ, ଯେଉଁଭଳି ଭାବରେ ସ୍ୱାମୀ ବିବେକାନନ୍ଦ ଜୀ ରାମକୃଷ୍ଣ ମିଶନ ମାଧ୍ୟମରେ ଜୀବନକୁ ସେବା ଭାବନା ପାଇଁ ଏକ ବହୁତ ବଡ଼ ବିସ୍ତାର ଦେଲେ, ପ୍ରମୁଖ ସ୍ୱାମୀ ଜୀ ମଧ୍ୟ ସନ୍ଥ ଅର୍ଥାତ କେବଳ ସନ୍ଥଙ୍କର କଲ୍ୟାଣ ପାଇଁ ନୁହେଁ; ସନ୍ଥ ସମାଜର କଲ୍ୟାଣ ପାଇଁ ଏବଂ ପ୍ରତ୍ୟେକ ସନ୍ଥ ଏଥିପାଇଁ ସେମାନେ ପ୍ରସ୍ତୁତ କଲେ, ଏଠାରେ ବସି ପ୍ରତ୍ୟେକ ସନ୍ଥ କୌଣସି ନା କୌଣସି ସାମାଜିକ କାର୍ଯ୍ୟରୁ ବାହାରି ଆସିଛନ୍ତି ଏବଂ ଆଜି ମଧ୍ୟ ସାମାଜିକ କାର୍ଯ୍ୟ ତାଙ୍କର ଦାୟିତ୍ୱ ଅଟେ । କେବଳ ଆଶୀର୍ବାଦ ଦେବା ଏବଂ ତୁମକୁ ମୋକ୍ଷ ମିଳିଯିବ ଏହା ନୁହେଁ । ଜଙ୍ଗଲକୁୂ ଯାଇଥାଏ, ଆଦିବାସୀମାନଙ୍କ ମଧ୍ୟରେ ମୁଁ କାମ କରୁଛି । 

ଏକ ପ୍ରାକୃତିକ ଆପଦା ହେଲା ଯେତେବେଳେ ସ୍ୱୟଂସେବକ ଭାବରେ ଜୀବନ ବିତାଇ ଦେଇଥାଏ ଏବଂ ଏହି ପରମ୍ପରା ଠିଆ କରିବାରେ ପୂଜ୍ୟ ପ୍ରମୁଖ ସ୍ୱାମୀ ମହାରାଜଙ୍କ ବହୁତ ବଡ଼ ଯୋଗଦାନ ଅଟେ । ସେ ଯେତେ ସମୟ, ଶକ୍ତି ଏବଂ ପ୍ରେରଣା ଦେଇଥାନ୍ତି, ମନ୍ଦିର ମାଧ୍ୟମରେ ବିଶ୍ୱରେ ଆମର ପରିଚୟ ହେଉ, ସେତିକି ହିଁ ସାମର୍ଥ୍ୟ ସେହି ସନ୍ଥଙ୍କ ବିକାଶ ପାଇଁ କରୁଥିଲେ । ପ୍ରମୁଖ ସ୍ୱାମୀ ଜୀ ଚାହିଁଥିଲେ ଗାନ୍ଧୀ ନଗର ଠାରେ ରହି ପାରିଥାନ୍ତେ, ଅହମ୍ମଦାବାଦରେ ରହି ପାରିଥାନ୍ତେ, ବଡ଼ ସହରରେ ରହିପାରିଥାନ୍ତେ । କିନ୍ତୁ ସେ ଅଧିକ ଭାବରେ ସହରାନପୁର ଠାରେ ନିଜର ସମୟ କାଟିବାକୁ ପସନ୍ଦ କରୁଥିଲେ । ଏଠାରୁ ୮ଠ-୯ଠ କିଲୋମିଟର ଦୂର ଏବଂ ସେଠାରେ ସନ୍ଥମାନଙ୍କ ପାଇଁ କ’ଣ କଲେ, ଟ୍ରେନିଂ ଇନଷ୍ଟିଚୁଟ ଉପରେ ଜୋର ଦେଲେ ଏବଂ ମୋତେ ଆଜି କୌଣସି ମଧ୍ୟ ଆଖଡ଼ାର ଲୋକମାନେ ମିଶନ୍ତି ତେବେ ମୁଁ ତାଙ୍କୁ କହିଥାଏ ଯେ ଆପଣ ଦୁଇଦିନ ପାଇଁ ସହାରନପୁର ଯାଆନ୍ତୁ ସନ୍ଥଙ୍କର ଟ୍ରେନିଂ କିଭଳି ହେବା ଦରକାର, ଆମର ମହାତ୍ମା କେମିତି ହେବା ଦରକାର, ସାଧୁ-ମହାତ୍ମା କେମିତି ହେବା ଦରକାର ଏହା ଦେଖିକି ଆସନ୍ତୁ ଏବଂ ସେ ଯାଆନ୍ତୁ ଏବଂ ଦେଖିକି ଆସନ୍ତୁ । ଅର୍ଥାତ ସେଥିରେ ଆଧୁନିକତା ଭାଷା ମଧ୍ୟ ଶିଖାଇଥାଏ, ବିଜ୍ଞାନ ମଧ୍ୟ ଶିଖାଇଥାଏ, ଆମର ଆଧ୍ୟାତ୍ମିକ ପରମ୍ପରାମାନ ମଧ୍ୟ ଶିଖା ଯାଇଥାଏ । ଅର୍ଥାତ ଏକ ସମ୍ପୂର୍ଣ୍ଣ ପ୍ରୟାସ ବିକାଶ କରି ସମାଜରେ ସନ୍ଥ ମଧ୍ୟ ଏମିତି ହେବା ଆବଶ୍ୟକ । ଏବଂ ସେମାନେ ପୁରା ସନ୍ଥ ପରମ୍ପରା ଯାହା ସୃଷ୍ଟି ହୋଇଛି ଯେମିତି ସେମାନେ ଅକ୍ଷର ଧାମ ମନ୍ଦିର ଦ୍ୱାରା ବିଶ୍ୱରେ ଏକ ଆମର ଭାରତର ମହାନ ପରମ୍ପରାକୁ ଉତ୍ତମ ପ୍ରକାରର ସନ୍ଥ ପରମ୍ପରାର ନିର୍ମାଣରେ ମଧ୍ୟ ପୂଜ୍ୟ ପ୍ରମୁଖ ଜୀ ସ୍ୱାମୀ ଜୀ ମହାରାଜ ଏକ ସଂସ୍ଥାଗତ ତନ୍ତ୍ର ଛିଡ଼ା କରିଛନ୍ତି । ସେହି ବ୍ୟକ୍ତିଗତ ବ୍ୟବସ୍ଥା ଅଧିନରେ ନୁହେଁ ସେମାନେ ସଂସ୍ଥାଗତ ତନ୍ତ୍ର ଛିଡ଼ା କଲେ, ଏଥିପାଇଁ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ବ୍ୟକ୍ତି ଆସିବେ-ଯିବେ, ସନ୍ଥ ନୂଆ-ନୂଆ ଆସିବେ, କିନ୍ତୁ ଏହି ବ୍ୟବସ୍ଥା ଏମିତି ହେଲା ନିଜର ଆଖି ସମ୍ମୁଖରେ ଦେଖନ୍ତୁ । ଏବଂ ମୋର ଅନୁଭବ ହେଉଛି ସେ ଦେଶଭକ୍ତି ଏବଂ ଦେଶଭକ୍ତରେ ଫରକ କରୁ ନଥିଲେ । ଦେଶଭକ୍ତି ପାଇଁ ଆପଣ ବଂଚୁଛନ୍ତି, ଦେଶଭକ୍ତି ପାଇଁ ଯେଉଁମାନେ ଜୀଇଁଥାନ୍ତି ଯାହା ତାଙ୍କୁ ଲାଗିଥାଏ ଯେ ମୋ ପାଇଁ ଉଭୟ ସତସଙ୍ଗୀ ହୋଇଥାଆନ୍ତି । ଦେଶଭକ୍ତି ପାଇଁ ଜୀଇଁଥିବା ଲୋକ ମଧ୍ୟ ସତସଙ୍ଗୀ ହୋଇଥାଏ । ଆଜି ପ୍ରମୁଖ ସ୍ୱାମୀ ଜୀଙ୍କର ଶତାବ୍ଦୀର ସମାରୋହ ଆମର ନୂତନ ପୀଢ଼ିର ପ୍ରେରଣାର କାରଣ ହେବ, ଏକ ଜିଜ୍ଞାସା ସୃଷ୍ଟ ହେବ । ଆଜିର ଯୁଗରେ ମଧ୍ୟ ଏବଂ ଆପଣ ପ୍ରମୁଖ ସ୍ୱାମୀ ଜୀଙ୍କ ଡିଟେଲରେ ଯାଆନ୍ତୁ କୌଣସି ବଡ଼-ବଡ଼ ଅସୁବିଧା ହେଉ ଏମିତି ଉପଦେଶ ଦେଲେ ନାହିଁ ସେ ସରଳ କଥା କହିଲେ, ସହଜ ଜୀବନର ଉପଯୋଗୀ କଥା କହିଲେ ଏବଂ ଏତେ ବଡ଼ ସମୁହକୁ ଯୋଡ଼ିଲେ ମୋତେ କୁହାଯାଇଛି ୮ଠ ହଜାର ସ୍ୱୟଂସେବକ ଅଛନ୍ତି । ବର୍ତ୍ତମାନ ଆମେ ଆସୁଥିଲୁ ସେତେବେଳେ ଆମର ବ୍ରହମ ଜୀ ମୋତେ କହୁଥିଲେ ଯେ ଏମାନେ ସମସ୍ତେ ସ୍ୱୟଂସେବକ ଅଟନ୍ତି ଏବଂ ତାହା ପ୍ରଧାନମନ୍ତ୍ରୀ ଯେଉଁ ପରିଦର୍ଶନ କରୁଛନ୍ତି । ମୁଁ କହିଲି ଆପଣ ମଧ୍ୟ ଜଣେ ଭଲ ଲୋକ କ’ଣ ଭୁଲିଗଲେ, ମୁଁ କହିଲି ସେ ସ୍ୱୟଂସେବକ ଅଟନ୍ତି, ମୁଁ ମଧ୍ୟ ସ୍ୱୟଂସେବକ, ଆମେ ଉଭୟ ଜଣେ ଅନ୍ୟଜଣଙ୍କ ହାତ କରୁଛୁ । ସେତେବେଳେ ମୁଁ କହିଲି ବର୍ତ୍ତମାନ ୮ଠ ହଜାରରେ ଆଉ ଗୋଟିଏ ଯୋଡ଼ି ଦିଅନ୍ତୁ । ଛାଡ଼ନ୍ତୁ ବହୁତ କିଛି କହିବାକୁ ଅଛି, ପୁରୁଣା ସ୍ମୃତିଗୁଡ଼ିକ ଆଜି ମନକୁ ଛୁଉଁଛି । କିନ୍ତୁ ମୋତେ ସବୁବେଳେ ପ୍ରମୁଖ ସ୍ୱାମୀଙ୍କ ଅଭାବ ଅନୁଭବ ହୋଇଥାଏ ଏବଂ ମୁଁ କେବେ ତାଙ୍କ ନିକଟକୁ କୌଣସି ବଡ଼, ଜ୍ଞାନାର୍ଥ ମୁଁ କେବେ କରିନାହିଁ, ଏମିତି ଭଲ ଲାଗିଥାଏ, ଯାଇକି ବସିବାକୁ ଭଲ ଲାଗୁଥିଲା । ଯେମିତି ଥକି ଯାଇ ଗଛ ତଳେ ବସିପଡ଼ିବା, ଗଛ ତଳେ ବସିଲେ ସେତେବେଳେ ବହୁତ ଭଲ ଲାଗିଥାଏ, ବର୍ତ୍ତମାନ ଗଛ କ’ଣ ଆମକୁ କୌଣସି ଭାଷଣ ଦେଇଥାଏ । ମୁଁ ପ୍ରମୁଖ ସ୍ୱାମୀଙ୍କ ନିକଟରେ ବସୁଥିଲି, ଏମିତି ଲାଗୁଥିଲା ଆଜ୍ଞା । ଗୋଟିଏ ବଟବୃକ୍ଷର ଛାୟାରେ ବସିଛି, ଜଣେ ଜ୍ଞାନର ଭଣ୍ଡାରର ଚରଣରେ ବସିଛି । ଜଣାନାହିଁ ଏହି ଜିନିଷଗୁଡ଼ିକୁ କେବେ ଲେଖିପାରିବି କି ନାହିଁ ଲେଖିପାରିବି କିନ୍ତୁ ମୋର ଅନ୍ତର୍ମନର ଯେଉଁ ଯାତ୍ରା ଅଛି, ସେ ଯାତ୍ରାର ବନ୍ଧନ ଏହି ସନ୍ଥ ପରମ୍ପରା ସହିତ ରହିଛି, ଆଧ୍ୟାତ୍ମିକ ପରମ୍ପରା ସହିତ ରହିଛି ଏବଂ ସେଥିରେ ପୂଜ୍ୟ ଯୋଗୀ ଜୀ ମହାରାଜ, ପୂଜ୍ୟ ପ୍ରମୁଖ ସ୍ୱାମୀ ମହାରାଜ ଏବଂ ପୂଜ୍ୟ ମହନ୍ତ ସ୍ୱାମୀ ମହାରାଜ ବଡ଼ ସୌଭାଗ୍ୟ ଅଟେ ମୋର ଯେ ମୋତେ ଏମିତି ସାତ୍ତ୍ୱିକ ବାତାବରଣରେ ତାମସିକ ଜଗତ ମଧ୍ୟରେ ନିଜକୁ ନିଜେ ବଂଚାଇ କାମ କରିବାର ଶକ୍ତି ମିଳିଥାଏ । ଏକ ନିରନ୍ତର ପ୍ରଭାବ ମିଳିଥାଏ ଏବଂ ଏହି କାରଣରୁ ରାଜସୀ ମଧ୍ୟ ହେବନାହିଁ, ତାମସୀ ମଧ୍ୟ ହେବ ନାହିଁ, ସାତ୍ତ୍ୱିକ ହୋଇ ଚାଲିବାକୁ ହେବ, ଚାଲିବାକୁ ହେବ, ଚାଲିବାକୁ ହେବ । ଆପଣ ସମସ୍ତଙ୍କୁ ବହୁତ-ବହୁତ ଶୁଭକାମନା ।

ଜୟ ସ୍ୱାମୀ ନାରାୟଣ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian public relations industry pegged to reach ₹4,500 cr by 2030: Report

Media Coverage

Indian public relations industry pegged to reach ₹4,500 cr by 2030: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister’s visit to Indonesia, Australia and New Zealand
July 03, 2026

At the invitation of the President of the Republic of Indonesia, H.E. Mr. Prabowo Subianto, Prime Minister Shri Narendra Modi will pay a visit to Indonesia from 6-8 July, 2026. This will be Prime Minister’s fourth visit to Indonesia and his first bilateral visit since the elevation of India-Indonesia ties to the level of Comprehensive Strategic Partnership in May 2018. During the visit, Prime Minister will hold bilateral discussions with President Prabowo and review the progress made in the partnership. In Jakarta, Prime Minister will address a large gathering of the Indian Diaspora. India and Indonesia share historical and warm people-to-people ties. In keeping with these special bonds, Prime Minister will visit the Prambanan Temple complex at Yogyakarta, a prominent UNESCO world heritage site in Indonesia.

From Indonesia, at the invitation of the Prime Minister of Australia, the Honourable Anthony Albanese MP, Prime Minister will travel to Melbourne from 8-10 July, 2026. In Melbourne, Prime Minister will hold bilateral discussions with Prime Minister Albanese. He will also call on the Governor General of Australia, the Honourable Ms Sam Mostyn AC. During his visit, Prime Minister will also participate in the India-Australia CEOs Forum, where he will address a gathering of top business leaders from both countries. Prime Minister will also address a large gathering of the Indian Diaspora, who constitute a strong pillar of the India-Australia relationship.

From Melbourne, at the invitation of the Prime Minister of New Zealand, Rt Honourable Christopher Luxon, Prime Minister will travel to Auckland for a state visit from 10-11 July, 2026. This will be the first state visit of an Indian Prime Minister to New Zealand in four decades. In Auckland, Prime Minister will hold bilateral discussions with Prime Minister Luxon and review the entire gamut of the bilateral relationship, which has seen significant progress in the last two years, especially in the areas of trade and commerce and defence. While in Auckland, Prime Minister will also interact with prominent business and sports personalities. In a reflection of the strong people-to-people ties that exist between India and New Zealand, Prime Minister will address a large gathering of the Indian Diaspora during the visit.